--:--:--
-- ---
Srishti News

Web News

ଟିଟିପିଏସ୍‌ର ମନମୁଖୀ କାର୍ଯ୍ୟ ପାଇଁ ଦୁର୍ଦ୍ଦଶାରେ ଜନସାଧାରଣ, ୪ ବର୍ଷ ହେଲା ଖୋଳା ପଡ଼ିଛି ରାସ୍ତା
Jun 25, 202668 views

ଟିଟିପିଏସ୍‌ର ମନମୁଖୀ କାର୍ଯ୍ୟ ପାଇଁ ଦୁର୍ଦ୍ଦଶାରେ ଜନସାଧାରଣ, ୪ ବର୍ଷ ହେଲା ଖୋଳା ପଡ଼ିଛି ରାସ୍ତା

ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ ଟିଟିପିଏସ୍ (TTPS) ପକ୍ଷରୁ ଖଣି ଅଞ୍ଚଳରୁ କୋଇଲା ପରିବହନ ପାଇଁ ବେଲ୍ଟ କନଭେୟର ବ୍ୟବସ୍ଥା କରାଯାଇଛି। ଏହି ବେଲ୍ଟ ଲାଇନ୍‌ ଥର୍ମାଲ ପାୱାର ପ୍ଲାଣ୍ଟରୁ ଘଣ୍ଟପଡ଼ା ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିବା ବେଳେ, ଏହା ପାଇଁ ଖୋଳାଯାଇଥିବା ରାସ୍ତା ଆଜି ଲୋକଙ୍କ ପାଇଁ ବିପଦର କାରଣ ପାଲଟିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ଚାରି ବର୍ଷ ତଳେ ରାସ୍ତା ଖୋଳାଯାଇଥିଲେ ମଧ୍ୟ ଏହାର ପୁନରୁଦ୍ଧାର କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଫଳରେ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ ସମୟରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବର୍ଷା ଦିନରେ ରାସ୍ତାର ଅବସ୍ଥା ଅଧିକ ସଙ୍କଟଜନକ ହୋଇପଡ଼ୁଛି। ଏହି ଅବହେଳିତ ରାସ୍ତାରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟିଥିବା ବେଳେ, ବହୁ ଲୋକ ଆହତ ହୋଇ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ତଥାପି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଟିଟିପିଏସ୍ କିମ୍ବା ସମ୍ପୃକ୍ତ ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି। ସ୍ଥାନୀୟ ବାସିନ୍ଦାମାନେ ଶୀଘ୍ର ରାସ୍ତାର ମରାମତି ଏବଂ ସୁରକ୍ଷିତ ଯାତାୟାତ ବ୍ୟବସ୍ଥା ପାଇଁ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ବଡ଼ ଧରଣର ଅଘଟଣ ଘଟିପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।

Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗ: ଯନ୍ତ୍ରୀଙ୍କ ବିରୋଧରେ ଆମରଣ ଅନଶନ ଜାରି
Jun 25, 202685 views

ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗ: ଯନ୍ତ୍ରୀଙ୍କ ବିରୋଧରେ ଆମରଣ ଅନଶନ ଜାରି

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ପଞ୍ଚାୟତରେ ନିର୍ମିତ ରାସ୍ତା କାମରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଏବଂ ଏହା ସତ୍ତ୍ୱେ ବିଲ୍ ପାସ୍ କରାଯାଇଥିବା ଅଭିଯୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାରେ ସଂପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କିଛି ସମାଜସେବୀ ଓ ପଞ୍ଚାୟତବାସୀ ଗତ ତିନି ଦିନ ଧରି ଆମରଣ ଅନଶନରେ ବସିଛନ୍ତି। ଅନଶନକାରୀମାନଙ୍କ ଅଭିଯୋଗ ଅନୁସାରେ, ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ କୌଣସି ତଦନ୍ତ କିମ୍ବା ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ସେମାନେ ବାଧ୍ୟ ହୋଇ ଆମରଣ ଅନଶନର ପଥ ବାଛିଥିବା କହିଛନ୍ତି। ତିନି ଦିନ ଧରି ଅନଶନରେ ବସିଥିବା ବ୍ୟକ୍ତିମାନେ ଖରା ଓ ଗରମକୁ ଖାତିର ନକରି ନିଜ ଦାବିରେ ଅଟଳ ରହିଛନ୍ତି। ଦିନରେ ପ୍ରଚଣ୍ଡ ଖରା ଏବଂ ରାତିରେ ବିଭିନ୍ନ ବିପଦ ସତ୍ତ୍ୱେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଚିନ୍ତା ବଢ଼ୁଥିବା ବେଳେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଅନଶନକାରୀଙ୍କ ଦାବି ପୂରଣ ପାଇଁ ପ୍ରଶାସନ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି।

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ: କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇ

କେନ୍ଦୁଝରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ଗୁରୁତ୍ଵପୂର୍ଣ୍ଣ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
Jun 25, 2026108 views

କେନ୍ଦୁଝରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ଗୁରୁତ୍ଵପୂର୍ଣ୍ଣ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ସେଠୀ, କେନ୍ଦୁଝର କେନ୍ଦୁଝରରେ ଆଜି ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ଏକ ଗୁରୁତ୍ୱପର୍ଣ୍ଣ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ କାଞ୍ଝାହାରୀ ଗେଷ୍ଟ ହାଉସ ଠାରେ ସଫଳତାର ସହ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦୁଝର ଜିଲ୍ଲା ଶାଖାର ସଭାପତି ଅଜିତ୍ କୁମାର୍ ପଲେଇଙ୍କ ନେତୃତ୍ୱରେ ଏବଂ ରାଜ୍ୟ ସଭାପତି ମନୋଜ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଏହି ବୈଠକର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପାଟଣା ବିଧାୟକଙ୍କ ପ୍ରତିନିଧି କମଳକାନ୍ତ ଦାସ,ଲୋକ ସମ୍ପର୍କ ଓ ସୂଚନା ବିଭାଗର ଅଧିକାରି ଜ୍ୟୋତିର୍ମୟୀ ନାଏକ, ଏବଂ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ୱାଦିକ ବିନୟ ଭୂଷଣ ପଟ୍ଟନାୟକ ଉପସ୍ଥିତ ଥିଲେ । ଏହାସହ ମହାସଂଘର ରାଜ୍ୟ ଉପସଭାପତି ତଥା କେନ୍ଦୁଝର ଜିଲ୍ଲା ପ୍ରଭାରୀ ନିରଞ୍ଜନ ପାଣି, ଯୁଧିଷ୍ଠିର ପାତ୍ର,ଜିଲ୍ଲା ସମ୍ପାଦକ କ୍ଷେତ୍ରବାସୀ ମହାନ୍ତଙ୍କ ସମେତ ଧିରେନ୍ କୁମାର୍ ପରିଡ଼ା,ରୁଦ୍ର ନାରାୟଣ ଲୋହାର, ଜଗବନ୍ଧୁ ପଣ୍ଡା, ଚନ୍ଦ୍ର ଶେଖର ସାହୁ,ଦୀନବନ୍ଧୁ ମିଶ୍ର,ପୂର୍ଣ୍ଣ ଚନ୍ଦ୍ର ମହାନ୍ତ,ରାଜେଶ ମିଶ୍ର, ଏବଂ ଜିଲ୍ଲାର ବହୁ ସାମ୍ୱାଦିକ ଏହି ବୈଠକରେ ଉପସ୍ଥିତ ରହିଥିଲେ । ଏହି ବୈଠକରେ ସାମ୍ବାଦିକଙ୍କ ସୁରକ୍ଷା,ଶିକ୍ଷା,ସ୍ବାସ୍ଥ୍ୟ ସୁବିଧା ସାମ୍ବାଦିକଙ୍କ କଲ୍ୟାଣ ଏବଂ ବିଭିନ୍ନ ଜନସନସ୍ୟା ସମ୍ପର୍କିତ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ସାମ୍ୱାଦିକ ମାନଙ୍କ ସ୍ବାର୍ଥ ସୁରକ୍ଷା ସହ ସାମାଜିକ ଦାୟିତ୍ବ ନିର୍ବାହରେ ଡିଜିଟାଲ ମିଡିଆର ଭୂମିକାକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ଯ ଗୁରୁତ୍ୱାରୋପ କରାଯାଇଥିଲା । ଜିଲ୍ଲା ବିଜେପି ସଭାପତି ସାମ୍ବାଦିକ ମାନଙ୍କ ସମସ୍ୟାକୁ ସରକାଙ୍କ ନିକଟରେ ପହଞ୍ଚାଇବେ ବୋଲି ଆଶ୍ୱାସନା ଦେଇଥିଲେ l ଶେଷରେ ସମସ୍ତ ଅତିଥି,ସଦସ୍ୟ ଓ ସାମ୍ୱାଦିକ ମାନଙ୍କୁ ଧନ୍ୟବାଦ୍ ଜଣାଇ ବୈଠକର ସମାପନ କରାଯାଇଥିଲା ।

Kendujhar (କେନ୍ଦୁଝର)ରିପୋର୍ଟ: ନିରୋଜ କୁମାର ସେଠୀ, କେନ୍ଦୁଝର

ଧାମନଗରରେ ଆହତ ବୃଷଭର ଚିକିତ୍ସା, ଗ୍ରାମବାସୀଙ୍କ ମାନବିକତାର ନିଦର୍ଶନ
Jun 25, 202693 views

ଧାମନଗରରେ ଆହତ ବୃଷଭର ଚିକିତ୍ସା, ଗ୍ରାମବାସୀଙ୍କ ମାନବିକତାର ନିଦର୍ଶନ

ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଧାମନଗର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ବିରୁହାଁ ଗ୍ରାମରେ ଦୀର୍ଘ ଦିନ ଧରି ଏକ ବୃଷଭ ତାହାର ଶିଙ୍ଗରେ ଗୁରୁତର ସମସ୍ୟା ଥିବାରୁ ଅତ୍ୟନ୍ତ କଷ୍ଟରେ ଜୀବନ ବିତାଉଥିଲା। ବୃଷଭଟିର ଅବସ୍ଥା ଦେଖି ଗ୍ରାମବାସୀମାନେ ମାନବିକତାର ପରିଚୟ ଦେଇ ସହଯୋଗର ହାତ ବଢ଼ାଇଥିଲେ। ସମସ୍ତଙ୍କ ମିଳିତ ପ୍ରୟାସରେ ଘରୋଇ ପଶୁ ଚିକିତ୍ସକଙ୍କ ସହାୟତା ନିଆଯାଇ ବୃଷଭଟିର ସଫଳ ଚିକିତ୍ସା କରାଯାଇଛି। ଚିକିତ୍ସା ପରେ ବୃଷଭଟିର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ ଏହି ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି। ନିରୀହ ପଶୁପକ୍ଷୀଙ୍କ ପ୍ରତି ଦୟା ଓ ସହାନୁଭୂତି ପ୍ରଦର୍ଶନ କରି ସମାଜ ପାଇଁ ଏକ ଉତ୍ତମ ଉଦାହରଣ ସୃଷ୍ଟି କରିଛନ୍ତି ବିରୁହାଁ ଜେନାସାହି ଗ୍ରାମର ଲୋକମାନେ।

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଧାମନଗର

ବାଲିଘର ଫାଉଣ୍ଡେସନ ପକ୍ଷରୁ ବୈଜ୍ୟେଷ୍ଟ ବ୍ୟାକ୍ତିଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ
Jun 25, 202664 views

ବାଲିଘର ଫାଉଣ୍ଡେସନ ପକ୍ଷରୁ ବୈଜ୍ୟେଷ୍ଟ ବ୍ୟାକ୍ତିଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ

ରିପୋର୍ଟ : ନିରୋଜ କୁମାର ସେଠୀ, ଏରସମା ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ବାଲିଘର ଫାଉଣ୍ଡେସନ ପକ୍ଷରୁ ଏରସମା ବ୍ଲକ୍ ଜପା ପଞ୍ଚାୟତର ବୋତି ଗାଁ ନିବାସୀ ୧୭ ଜଣ ବୈଜ୍ୟେଷ୍ଟ ବ୍ୟାକ୍ତିଙ୍କୁ ନୂତନ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଛି।ସମାଜରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ କିଛି କର୍ତ୍ତବ୍ୟ କରିବାର ଆଭିମୁଖ୍ୟ ନେଇ ଫାଉଣ୍ଡେସନର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱ।ବଧାନରେ ଅନୁଷ୍ଠାନର ସକ୍ରିୟ ସଦସ୍ୟା ସରୋଜିନୀ ଜୟସିଂଙ୍କ ସହଯୋଗରେ ଗ୍ରାମର ସର୍ବଶ୍ରୀ ମାଧବ ସେଠୀ, ସର୍ଵେଶ୍ୱର ବେହେରା, ଭକ୍ତବନ୍ଧୁ ପାଇଟାଳ,ନିତ୍ୟାନନ୍ଦ ସାମିଲ, ନାରାୟଣ ସ୍ୱାଇଁ, ବଳରାମ ସାମଲ,ଦୁର୍ଗା ଚରଣ ସ୍ୱାଇଁ, ସୀତାକାନ୍ତ ସ୍ୱାଇଁ,ବଟକୃଷ୍ଣ ପାଇଟାଳ,ରବୀନ୍ଦ୍ରନାଥ ବେହେରା, ଅଲେଖ ସ୍ୱାଇଁ,ରବୀନ୍ଦ୍ର ସାହୁ, ଅଲେଖ ବିଶ୍ୱାଳ, କେଳୁ ସ୍ୱାଇଁ,କୃଷ୍ଣ ଚନ୍ଦ୍ର ପାଇଟାଳ,ସନ୍ତୋଷ ପାଇଟାଳ ଓ ଦୀନବନ୍ଧୁ ସ୍ୱାଇଁ ପ୍ରମୁଖ ବରିଷ୍ଠ ନାଗରିକ ମାନଙ୍କୁ ନୂତନ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଛି।

Jagatsinghpur (ଜଗତସିଂହପୁର)ରିପୋର୍ଟ : ନିରୋଜ କୁମାର ସେଠୀ, ଏରସମା

​ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ବଢୁଛି ଲୋକପ୍ରିୟତା
Jun 25, 202676 views

​ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ବଢୁଛି ଲୋକପ୍ରିୟତା

ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର ​ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏକ ବଡ଼ ଦଳଗତ ପରିବର୍ତ୍ତନ ଦେଖିବାକୁ ମିଳୁଛି। ସୂଚନା ଅନୁଯାୟୀ, ଦିନକୁ ଦିନ ରାଜ୍ୟରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ସୁନାମ ଓ ଲୋକପ୍ରିୟତା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଜନସାଧାରଣଙ୍କ ମଧ୍ୟରେ ଦଳ ପ୍ରତି ଥିବା ବିଶ୍ୱାସ ଏବେ ଶୀର୍ଷକୂ ଛୁଇଁଛି। ​ନେତୃତ୍ୱଙ୍କ ଦକ୍ଷ ପରିଚାଳନା ​ଏହି ସଫଳତା ଏବଂ ବଢୁଥିବା ଲୋକପ୍ରିୟତା ପଛରେ ଦଳର କିଛି ପ୍ରମୁଖ ତଥା ପ୍ରଭାବଶାଳୀ ନେତାଙ୍କର ଅକ୍ଳାନ୍ତ ପରିଶ୍ରମ ଓ ସଫଳ ରଣନୀତି ରହିଛି। ବିଶେଷ କରି ​ବଦ୍ରୀନାଥ ମହାନ୍ତି, ​ରାକେଶ ବେହେରା, ​ଅନୁରାଧା ମ୍ୟାଡମ୍ l ​ଏହି ସମସ୍ତ ଶୀର୍ଷ ନେତୃତ୍ୱଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ମାର୍ଗଦର୍ଶନରେ ଦଳର ସଂଗଠନ ତୃଣମୂଳ ସ୍ତରରେ ଅତ୍ୟନ୍ତ ମଜବୁତ ହେବାରେ ଲାଗିଛି। ​ରିପୋର୍ଟ ଅନୁଯାୟୀ: "ଜନସାଧାରଣଙ୍କ ସେବା ଏବଂ ଦଳୀୟ କର୍ମୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଏହି ନେତାମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି, ଯାହା ଦଳକୁ ଏକ ନୂଆ ଶିଖରକୁ ନେଇଯାଉଛି।" ​ଜନସାଧାରଣଙ୍କ ସମର୍ଥନ ​ସାଧାରଣ ଲୋକଙ୍କ ସମସ୍ୟାକୁ ବୁଝିବା ଏବଂ ତାହାର ସଠିକ୍ ସମାଧାନ କରିବା ପାଇଁ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ସଦାସର୍ବଦା ଚେଷ୍ଟିତ। ଏହି କାରଣରୁ ଲୋକମାନଙ୍କ ମଧ୍ୟରେ ଦଳ ପ୍ରତି ଭଲପାଇବା ଓ ଆଦୃତି ବହୁ ପରିମାଣରେ ବୃଦ୍ଧି ପାଇଛି, ଯାହା ଆଗାମୀ ଦିନରେ ରାଜ୍ୟ ରାଜନୀତିରେ ଏକ ବଡ଼ ସଙ୍କେତ ବୋଲି କୁହାଯାଉଛି।

Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର

ସମ୍ବଲପୁରରେ ରାଜସ୍ୱ ଓ ପୁନର୍ବାସ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ସୁରେଶ ପୂଜାରୀ, ବଣ୍ଟନ ହେଲା ବସୁନ୍ଧରା ଓ ଜଙ୍ଗଲ ଜମି ପଟ୍ଟା
Jun 24, 202669 views

ସମ୍ବଲପୁରରେ ରାଜସ୍ୱ ଓ ପୁନର୍ବାସ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ସୁରେଶ ପୂଜାରୀ, ବଣ୍ଟନ ହେଲା ବସୁନ୍ଧରା ଓ ଜଙ୍ଗଲ ଜମି ପଟ୍ଟା

ରିପୋର୍ଟ: ରିତେଶ କୁମାର ମୁଣ୍ଡ, ସମ୍ବଲପୁର ସମ୍ବଲପୁର, ୨୪/୦୬:ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମଙ୍ଗଳବାର ଜିଲ୍ଲା ପରିଷଦ ସଭାଗୃହରେ ରାଜସ୍ୱ, ଭୂମି ଅଧିଗ୍ରହଣ, ପୁନଃସ୍ଥାପନ ଏବଂ ପୁନର୍ବାସ ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଜିଲ୍ଲାର ବିଭିନ୍ନ ତହସିଲ ଅଞ୍ଚଳରେ ଚାଲିଥିବା ରାଜସ୍ୱ ପ୍ରଶାସନ, ଭୂମି ଅଧିଗ୍ରହଣ ପ୍ରକ୍ରିୟା, ପୁନଃସ୍ଥାପନ ଓ ପୁନର୍ବାସ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ସରକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ ତହସିଲରୁ ଆସିଥିବା ୮୫ ଜଣ ହିତାଧିକାରୀଙ୍କୁ ବସୁନ୍ଧରା ପଟ୍ଟା ବଣ୍ଟନ କରାଯାଇଥିଲା। ସେହିପରି ୬୩ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଏବଂ ୩୯ଟି ବିଦ୍ୟାଳୟକୁ ଜମି ପଟ୍ଟା ପ୍ରଦାନ କରାଯାଇଥିଲା। ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ମାଧ୍ୟମରେ ଭୂମିହୀନ ଓ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଭୂମି ଅଧିକାର ପ୍ରଦାନ କରିବା ସହ ଶିକ୍ଷାନୁଷ୍ଠାନଗୁଡ଼ିକର ଜମି ସମ୍ବନ୍ଧୀୟ ସମସ୍ୟାର ସମାଧାନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।

Sambalpur (ସମ୍ବଲପୁର)ରିପୋର୍ଟ: ରିତେଶ କୁମାର ମୁଣ୍ଡ, ସମ୍ବଲପୁର

ମାନ୍ୟବରଙ୍କ ଝିଆରୀ-ପୁତୁରାଙ୍କ ନାଁରେ ଚାଲିଛି ଠିକାଦାରୀ
Jun 24, 2026225 views

ମାନ୍ୟବରଙ୍କ ଝିଆରୀ-ପୁତୁରାଙ୍କ ନାଁରେ ଚାଲିଛି ଠିକାଦାରୀ

ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି, ଖଲ୍ଲିକୋଟ ଖଲ୍ଲିକୋଟ:୨୪/୦୬ ,ଡବଲ୍ ଇଞ୍ଜିନ୍ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଚାଲିଥିବା ବେଳେ, ଖଲ୍ଲିକୋଟରେ ଉନ୍ନତି କ୍ଷେତ୍ରରେ ଜିରୋ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବର୍ତ୍ତମାର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ବିଜେଡି ଶାସନ କାଳରେ ଦୁଇ ଦୁଇ ଥର ଖଲ୍ଲିକୋଟ ବିଧାନସଭା ଆସନରୁ ଲଢି ବିଜୟୀ ହୋଇଛନ୍ତି। ଏବେ ବିଜେପିରୁ ମଧ୍ୟ ଲଢି ବିଜୟୀ ହାସଲ କରିଛନ୍ତି। ଏବକୁ ଡବଲ୍ ଇଞ୍ଜିନ୍ ସରକାରଙ୍କ ୨ଵର୍ଷ ଅବଧି ପୂର୍ଣ୍ଣ ହେବାର ନଜିର କୁ ଆସୁଛି ‌ହେଲେ ଖଲ୍ଲିକୋଟ ସହର ର ଉନ୍ନତି ମୂଳକ କାର୍ଯ୍ୟ କ୍ରମ କ'ଣ ହୋଇଛି ? ହଁ ଉନ୍ନତି ହୋଇଛି ଗୋଷ୍ଠୀ କନ୍ଦଳ, ମିଶ୍ରଣ ପର୍ବ, Old Wine in New Bottle, ଟେଣ୍ଡର ପ୍ରକ୍ରିୟା ରେ ପରସ୍ପର କାଦୁଅ ଫିଙ୍ଗା ଫିଙ୍ଗି, ଦାଦା, ବଡବାପା ମାନେ ନେତା, ଝିଆରୀ ପୁତୁରା ମାନେ କରୁଛନ୍ତି କଣ୍ଟ୍ରାକ୍ଟର୍ ଓ ଏଥିରେ ବଳିପଡୁଛନ୍ତି ସାଧାରଣ ଜନତା। ଏବେ ଖବର ନେବାରୁ ଜଣାପଡିଛି ଯେ ଖଲ୍ଲିକୋଟ ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସେଠୀ ଙ୍କ ଘର ସାମ୍ନାରେ , ତହସିଲଦାର ସରକାରୀ ବାସଭବନ ର ପଛ ଭାଗରେ ପାଚେରୀ କୁ ଲାଗି ଗୋଟିଏ ଘର ତିଆରି ଚାଲିଛି, ପାଖରେ ରହିଛି ମିଶନ ଶକ୍ତି ଗୃହ ଯାହାକି ଏପର୍ଯ୍ୟନ୍ତ ହସ୍ତାନ୍ତର ହୋଇନାହିଁ। ସେଠାରେ ସୂଚନା ଫଳକ ନାହିଁ, କିଏ ଉକ୍ତ ଅନୁଷ୍ଠାନ ଟି କରୁଛନ୍ତି, ସେ ଭଦ୍ର ବ୍ୟକ୍ତି ବିଶେଷ ମଧ୍ୟ ନାହାନ୍ତି। ତାହା ହେଲେ ଏ ଘର କାହାର ଆଦେଶରେ ତିଆରି ଚାଲିଛି। ଏ ସଂପର୍କରେ ଆମର ସ୍ଥାନୀୟ ଖଲିକୋଟ ତହସିଲ ଦାର ଙ୍କୁ ସ୍ରିଷ୍ଟି ନିୟୁଜ୍ ର ରିପୋର୍ଟ ର ଶିବରାମ ଜେନା ଫୋନ୍ ମାଧ୍ୟମରେ ଅବଗତ କରାଇଥିଲେ। କିନ୍ତୁ ଆଶାନୁରୂପ ଉତ୍ତର ପାଇନାହାନ୍ତି । ତତ୍ ସହିତ ଖଲ୍ଲିକୋଟ ଏନ୍ଏସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ଦିପ ଖାଡଙ୍ଗା ଙ୍କୁ ଫୋନ୍ କରିଥିଲେ କିନ୍ତୁ ସେ ଫୋନ୍ ଉଠାଇ ନଥିଲେ। ତେଣୁ ସରକାର ଙ୍କୁ ଜନସାଧାରଣ ଙ୍କ ତରଫ ରୁ ଶିବରାମ ଜେନା ନିବେଦନ କରିଛନ୍ତି ଯେ, ଏହା ର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେଇ ଜନସାଧାରଣ ଙ୍କ ମଧ୍ୟରେ ଚାଲିଥିବା ଚର୍ଚ୍ଚାର ଅବସାନ ଘଟାନ୍ତୁ ।

Ganjam (ଗଞ୍ଜାମ)ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି, ଖଲ୍ଲିକୋଟ

ମା ଲୋଭୀ ଠାକୁରାଣୀ ମନ୍ଦିର ଉନ୍ନତୀକରଣ ପାଇଁ ୨.୨୬ କୋଟି ଟଙ୍କା ମଞ୍ଜୁର
Jun 24, 2026165 views

ମା ଲୋଭୀ ଠାକୁରାଣୀ ମନ୍ଦିର ଉନ୍ନତୀକରଣ ପାଇଁ ୨.୨୬ କୋଟି ଟଙ୍କା ମଞ୍ଜୁର

ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଲୋଭୀ ଠାକୁରାଣୀଙ୍କ ମନ୍ଦିର ଓ ଦେବୀପୀଠର ଉନ୍ନତୀକରଣ ପାଇଁ ୨ କୋଟି ୨୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଏହି ପ୍ରସ୍ତାବକୁ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ପରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଗଡସନ୍ତ୍ରୀ ଗ୍ରାମ ଗସ୍ତ କରି ମନ୍ଦିର ପରିଦର୍ଶନ କରିଥିଲେ ଏବଂ ଉନ୍ନତୀକରଣ ପାଇଁ ୨.୨୬ କୋଟି ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଦେଇଥିଲେ। ଏହି ଘୋଷଣା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ମିରା ଗଡ଼ନାୟକ, ସମାଜସେବୀ ସରୋଜ ସାହୁ ଓ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

​ସାଲିଆସାହିର ସମସ୍ୟା ନେଇ କର୍ପୋରେଟରଙ୍କୁ ଭେଟିଲେ ବସ୍ତିବାସିନ୍ଦା: ତୁରନ୍ତ ସମାଧାନ ପାଇଁ ଦାବୀ
Jun 24, 2026119 views

​ସାଲିଆସାହିର ସମସ୍ୟା ନେଇ କର୍ପୋରେଟରଙ୍କୁ ଭେଟିଲେ ବସ୍ତିବାସିନ୍ଦା: ତୁରନ୍ତ ସମାଧାନ ପାଇଁ ଦାବୀ

ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ, ସାଲିଆସାହି ​ଭୁବନେଶ୍ୱର: ରାଜଧାନୀର ସବୁଠାରୁ ବଡ଼ ଆଦିବାସୀ ଗାଁ ସାଲିଆସାହି ବସ୍ତି ଅଞ୍ଚଳରେ ଦେଖାଦେଇଥିବା ବିଭିନ୍ନ ନାଗରିକ ସମସ୍ୟାର ସମାଧାନ ପାଇଁ ଆଜି ବସ୍ତିବାସିନ୍ଦା ୨୧ ନମ୍ବର ୱାର୍ଡର କର୍ପୋରେଟରଙ୍କୁ ଭେଟିଛନ୍ତି। ବସ୍ତିର ପ୍ରମୁଖ ସମସ୍ୟା ଯେପରିକି ଡ୍ରେନେଜ୍ ବ୍ୟବସ୍ଥା, ପାନୀୟ ଜଳ ଏବଂ ବର୍ଷା ଦିନେ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟା ନେଇ ସ୍ଥାନୀୟ ଲୋକେ କର୍ପୋରେଟରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ​ ​ଡ୍ରେନେଜ୍ ଓ ବର୍ଷା ପାଣି ସମସ୍ୟା: ବର୍ଷା ଦିନ ଆସିଲେ ବସ୍ତି ଅଞ୍ଚଳରେ ପାଣି ଜମି ରହିବା ସହ ନାହିଁ ନଥିବା ଅସୁବିଧା ସୃଷ୍ଟି ହେଉଛି। ଏହାର ସ୍ଥାୟୀ ପ୍ରତିକାର ପାଇଁ ଦାବି କରାଯାଇଛି। ​ବିଏମସି କମିଶନରଙ୍କ ହସ୍ତକ୍ଷେପ: ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ବିଏମସି (BMC) କମିଶନରଙ୍କୁ ଅବଗତ କରାଇବା ସହ ତାଙ୍କ ଦାୟିତ୍ୱ ପରିସରଭୁକ୍ତ କରିବାକୁ କର୍ପୋରେଟରଙ୍କୁ ଅନୁରୋଧ କରାଯାଇଛି। ​ଏହି ସାକ୍ଷାତକାର ସମୟରେ ବସ୍ତିବାସିନ୍ଦା କର୍ପୋରେଟରଙ୍କୁ ତାଙ୍କର ଦାୟିତ୍ୱ ବିଷୟରେ ମନେ ପକାଇ ଦେବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କର୍ପୋରେଟର ମଧ୍ୟ ଏହି ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବିହିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ​

Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ, ସାଲିଆସାହି

Another Accused Arrested in Major Interstate Gambling Racket Along Odisha–Jharkhand Border
Jun 24, 2026280 views

Another Accused Arrested in Major Interstate Gambling Racket Along Odisha–Jharkhand Border

Bureau Report, Rourkela Rourkela, June 25: Raurkela Police has arrested another accused in connection with a major interstate illegal gambling racket operating along the Odisha-Jharkhand border. The arrest was made on 24 June 2026 during the ongoing investigation of Sector-15 PS Case No. 93/2026. Earlier, police had seized a large quantity of cash, gold and silver ornaments, 3 cars, 4 two-wheelers, mobile phones, 68 dice, bamboo gambling baskets, and a cash-counting machine during raids conducted in the case. During the latest operation, police seized two mobile phones and ₹1.5 lakh in cash from the arrested person. The accused has been forwarded to court. Investigation is continuing and efforts are underway to trace and apprehend other persons involved in the racket.

Rourkela (ରାଉରକେଲା)Bureau Report, Rourkela

ଲକ୍ଷ୍ନୌ ଅଗ୍ନିକାଣ୍ଡ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି, NEET ଅନିୟମିତତା ବିରୋଧରେ ବୀରମିତ୍ରପୁରରେ ବିଜେଡିର ବିଶାଳ ପ୍ରତିବାଦ
Jun 24, 2026129 views

ଲକ୍ଷ୍ନୌ ଅଗ୍ନିକାଣ୍ଡ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି, NEET ଅନିୟମିତତା ବିରୋଧରେ ବୀରମିତ୍ରପୁରରେ ବିଜେଡିର ବିଶାଳ ପ୍ରତିବାଦ

ରିପୋର୍ଟ: ଗଣପତି ଦାସ, ବୀରମିତ୍ରପୁର ବୀରମିତ୍ରପୁର: ଲକ୍ଷ୍ନୌରେ ଘଟିଥିବା କୋଚିଂ ସେଣ୍ଟର ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଛାତ୍ରଛାତ୍ରୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଓ କ୍ୟାଣ୍ଡେଲ ମାର୍ଚ୍ଚ ସହିତ NEET ପରୀକ୍ଷାରେ ହୋଇଥିବା କଥିତ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବୀରମିତ୍ରପୁରରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ପ୍ରତିବାଦ ପ୍ରଦର୍ଶନ ଅନୁଷ୍ଠିତ ହୋଇଛି। ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତୀର୍କୀଙ୍କ ନେତୃତ୍ୱରେ ବିର୍ସା ମୁଣ୍ଡା ଛକଠାରେ ଆୟୋଜିତ ଏହି ପ୍ରତିବାଦରେ ବହୁ ସଂଖ୍ୟକ ଦଳୀୟ କର୍ମୀ, ଯୁବ ଓ ଛାତ୍ର ନେତାମାନେ ଯୋଗଦେଇଥିଲେ। ବକ୍ତାମାନେ NEET ପରୀକ୍ଷାରେ ହୋଇଥିବା କଥିତ ଅନିୟମିତତା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ପ୍ରଭାବିତ କରିଥିବା ଅଭିଯୋଗ କରି କେନ୍ଦ୍ର ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଏହାସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କରାଯାଇଥିଲା। ଛାତ୍ରଛାତ୍ରୀଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ନେତାମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ଟାଉନ ସଭାପତି କୁନା ଦେଓ, ବିଧାୟକ ପ୍ରତିନିଧି ଶଶି ସାଗର, ରୋହିତ ଦିପ, ବୀରମିତ୍ରପୁର ମୁନିସିପାଲିଟିର ଉପାଧ୍ୟକ୍ଷା ନିବେଦିତା ବାଗେ, ବରିଷ୍ଠ ନେତା ଜଗଦୀଶ ଅଗ୍ରୱାଲ, ଅଶୋକ ନାୟକ, ଛାତ୍ର ନେତା ମହମ୍ମଦ ଏଜାଜ ଆଲମ, କାଉନସିଲର କମଲେଶ ସିଂ, ଯୁବ ନେତା ଶକିଲ ବଣ୍ଟି, ସାକିବ ରାଜା, ପ୍ରମୋଦ ବୁଡ଼ା, ସାରିକା, ଅନନ୍ୟା ଏବଂ ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Sundargarh (ସୁନ୍ଦରଗଡ଼)ରିପୋର୍ଟ: ଗଣପତି ଦାସ, ବୀରମିତ୍ରପୁର