Web News

ଟ୍ୟାପ ଅଛି, ହେଲେ ପାଣି ଆସୁନି ; ଲୋକେ ହନ୍ତସନ୍ତ
ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଶିକ୍ରୀଡ଼ା ପଂଚାୟତ ଅନ୍ତର୍ଗତ ଅମେଇମୁହାଁ ଗ୍ରାମର ସ୍ଥାନୀୟ ଲୋକମାନେ ପିଇବା ପାଣି ପାଇଁ ବହୁତ ଅସୁବିଧା ର ସମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଗ୍ରାମୀଣ ଜଳ ଯୋଗାଣ ଟ୍ୟାପ ରହିଛି କିନ୍ତୁ ପାଣି ଆସୁନି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପଂଚାୟତରେ ଅଭିଯୋଗ ଜଣାଇଥିଲେ ମଧ୍ୟ ପଂଚାୟତ କତୃପକ୍ଷ କଥାକୁ ଏଡ଼େଇ ଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି! ଏନେଇ ବ୍ଲକ ପ୍ରଶାସନଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ କିମ୍ବା ସ୍ପଷ୍ଟ ଉତ୍ତର ମିଳିନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି! ସ୍ଥାନୀୟ ଲୋକମାନଙ୍କ ପାଇଁ ପିଇବା ପାଣି ର ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି
Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର, ନୂଆଗାଁ

ଜୁନାଗଡ଼ ବ୍ଲକ ହାତୀ ନଦୀ ରେ ନିର୍ମାଣାଧୀନ ମେଘା ପିଇବା ପାଣି ପ୍ରକଳ୍ପ କାର୍ଯ୍ୟକାରୀ ଉପରେ ପ୍ରଶ୍ନ
ଜୁନାଗଡ଼ ବ୍ଲକ ରେ ପାଣି ର ସମସ୍ୟା ଦୂର ପାଇଁ ହାତୀ ନଦୀ ରେ ମେଘା ପିଇବା ପାଣି ପ୍ରକଳ୍ପ ରାଜ୍ୟ ସରକାରଙ୍କ ତରଫରୁ ଗ୍ରାମାଞ୍ଚଳରେ ରହୁଥିବା ବାସିନ୍ଦା ସ୍ୱାଗତ ଯୋଗ୍ୟ ପଦକ୍ଷେପ। କିନ୍ତୁ ବିଡ଼ମ୍ବନା ବିଷୟ ପ୍ରାୟ ୪ ବର୍ଷ ରୁ ଅଧିକ ହେବ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଅନେକ ଗାଁ ରେ ପାଇପ୍ ଲାଇନ୍ ବିଛା ଯାଇନାହିଁ। ପ୍ରଶ୍ନ ଉଠୁଛି କାମ ସମ୍ପୂର୍ଣ୍ଣ ହେବ କେବେ? ଗ୍ରାମାଞ୍ଚଳରେ ବସୁଧା ଯୋଜନା ରେ ପିଇବା ପାଣି ପ୍ରକଳ୍ପ ଅନେକ ଗାଁ ରେ ବିଫଳ ହୋଇଛି। ଏହିପରି ସ୍ଥଳେ ଏହି ମେଘା ପିଇବା ପାଣି ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ହେଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ଏଣୁ ରାଜ୍ୟ ସରକାର ଙ୍କୁ ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଦାବି ହୋଇଛି।
Kalahandi (କଳାହାଣ୍ଡି) • ରିପୋର୍ଟ - ଦେବରାଜ ବାଣୁଆ, ଜୁନାଗଡ

ଜୁନାଗଡ଼ ରିଲୱେ ଷ୍ଟେସନ ରାସ୍ତା ଟ୍ରାଫିକ ସମସ୍ୟା ଦୂର ହେବ କେବେ
ଜୁନାଗଡ ରେଲୱେ ଷ୍ଟେସନ ରାସ୍ତା ସହର ର ଏକ ମୁଖ୍ୟରାସ୍ତା କହିଲେ ହେବ। କିନ୍ତୁ ଏହି ରାସ୍ତା ଭାରିଯାନ ଚଳାଚଳ ପାଇଁ ଟ୍ରାଫିକ ସମସ୍ୟା ସବୁବେଳେ ରହୁ ଅଛି। ଅନେକ ସମୟରେ ଏହି ସମସ୍ୟା ଦୂର ପାଇଁ ଦାବୀ ହୋଇ ଆସୁ ଅଛି।କିନ୍ତୁ ପ୍ରଶାସନ ଦୃଷ୍ଟି ନ ଦେବାରୁ ସାଧାରଣରେ ପ୍ରଶାସନ ର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠୁଛି। ପୂର୍ବରୁ ଏହି ରାସ୍ତା ଉନ୍ନତି କରଣ ପାଇଁ ରାଜ୍ୟ ସରକାର ସୀକୃତି ପ୍ରଦାନ କରିଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ହୋଇ ନାହିଁ ଏଣୁ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ଶିଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଦାବୀ ହେଉଛି।
Kalahandi (କଳାହାଣ୍ଡି) • ରିପୋର୍ଟ - ଦେବରାଜ ବାଣୁଆ, ଜୁନାଗଡ

ସାପଗଣ୍ଡା ଶୈବପୀଠ ର ଉନ୍ନତି କରଣ ସହିତ ମନ୍ଦିର କୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ପାଇଁ ଦାବି
କଳାହାଣ୍ଡି -ଜୁନାଗଡ ବ୍ଲକ ଅନ୍ତର୍ଗତ ସାପଗଣ୍ଡା ଶୈବୀଠରେ ଶ୍ରୀ ଶ୍ରୀ କାଲେଶ୍ୱର୍ ମହାଦେବ ପୂଜା ପାଆନ୍ତି। ବିଶ୍ୱାସ କରାଯାଏ ମହାଦେବ ଙ୍କ ଦର୍ଶନ କଲେ ଭକ୍ତ ଙ୍କ ମନସ୍କାମନା ପୂରଣ ହୋଇଥାଏ।ଏଣୁ ଜିଲ୍ଲାର ଦୂରଦୂରାନ୍ତ ରୁ ହଜାର ହଜାର ଭକ୍ତ ଦର୍ଶନ ପାଇଁ ମନ୍ଦିର ଯାଇଥାନ୍ତି।କିନ୍ତୁ ମନ୍ଦିର କୁ ଯିବା ପାଇଁ ଏକ ଭଲ ରାସ୍ତା ନାହିଁ ।କେବଳ ମାଟି ଓ ମୋରମ ରାସ୍ତା ଥିବାରୁ ବର୍ଷା ଦିନରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଅଞ୍ଚଳ ବାସୀ କ୍ଷୋଭ ପ୍ରକାଶ କରୁଛନ୍ତି। ମନ୍ଦିର ର ବିକାଶ ସଙ୍ଗେ ସଙ୍ଗେ ମନ୍ଦିର କୁ ଯିବା ରାସ୍ତା ପକ୍କା ରାସ୍ତା ତିଆରି ହେଲେ ଏହା ଏକ ତୀର୍ଥ କ୍ଷେତ୍ର ପରିଣତ ହୋଇପାରିବ ବୋଲି ଜନସାଧାରଣଙ୍କ ଆଶା ଓ ବିଶ୍ୱାସ। ଏଣୁ ଜିଲ୍ଲା ପ୍ରସାଶନ ଦୃଷ୍ଟି ଦେବାକୁ ଦାବୀ ହେଉଛି।
ରିପୋର୍ଟ - ଦେବରାଜ ବାଣୁଆ, ଜୁନାଗଡ

ଭୁବନେଶ୍ୱର ସ୍ଥିତ ଆଦିବାସୀ ଗାଁଠାରେ ବୀର ସିଧୁ-କାଁହୁ ଯୁବ ସଂଗଠନ (VSK) ଆନୁକୂଲ୍ୟରେ ୧୭୨ ତମ ସାନ୍ତାଳୀ ବିଦ୍ରୋହ ଦିବସ (ହୁଲ୍ ଦିବସ) ଅତ୍ୟନ୍ତ ଗୌରବର ସହ ପାଳିତ
ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଉଭୟ ASECA ଏବଂ VSK ର ପ୍ରମୁଖ କର୍ମକର୍ତ୍ତାମାନେ ଯୋଗଦେଇ ବୀର ଶହୀଦମାନଙ୍କ ସ୍ମୃତି ଚାରଣ କରିଥିଲେ। ଉପସ୍ଥିତ ପ୍ରମୁଖ ବ୍ୟକ୍ତିବିଶେଷ: ASECA କର୍ମକର୍ତ୍ତା: ଛୋଟରାୟ ମୁର୍ମୁ, ଦାସମାତ ମୁର୍ମୁ, ହରପାଳ ହେମ୍ବ୍ରମ, ରୁପେନ୍ଦ୍ର ନାଥ ମୁର୍ମୁ, ଶ୍ୟାମ ଚରଣ ମାର୍ଣ୍ଡି, କରୁଣାକର ମାର୍ଣ୍ଡି ଏବଂ କାରାନ ବାସ୍କେ। VSK କର୍ମକର୍ତ୍ତା: ସୁଶୀଲ କୁମାର ହେମ୍ବ୍ରମ, ଧନୁ କୁମାର ହେମ୍ବ୍ରମ, ରାମ ଚନ୍ଦ୍ର କିସ୍କୁ, ସଂଗ୍ରାମ ମାର୍ଣ୍ଡି ଏବଂ କାଶୀନାଥ ସୋରେନ। ସଂକ୍ଷିପ୍ତ ସୂଚନା: ୧୮୫୫ ମସିହା ଜୁନ୍ ୩୦ ତାରିଖରେ ବୀର ସିଧୁ ଓ କାଁହୁଙ୍କ ନେତୃତ୍ୱରେ ବ୍ରିଟିଶ ଶାସନ ଏବଂ ଶୋଷଣ ବିରୁଦ୍ଧରେ ଐତିହାସିକ 'ସାନ୍ତାଳ ବିଦ୍ରୋହ' ବା 'ହୁଲ୍ ଆନ୍ଦୋଳନ'ର ସୂତ୍ରପାତ ହୋଇଥିଲା। ଏହି ଦିନକୁ ପ୍ରତିବର୍ଷ ବିଦ୍ରୋହ ଦିବସ ବା ହୁଲ୍ ଦିବସ ଭାବେ ପାଳନ କରାଯାଏ।
Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼, ସାଲିଆସାହି

ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଜଳିଗଲା ସର୍ବସ୍ବ: ଖୋଲା ଆକାଶ ତଳେ ପରିବାର, ସହାୟତା ପାଇଁ ଦାବି
ଭୁବନେଶ୍ୱର: ରାଜଧାନୀର ସାଲିଆସାହି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କୌଣସି କାରଣବଶତଃ ଏକ ଗ୍ୟାସ ଟାଙ୍କି ଫାଟିଯିବା ଫଳରେ ଭୟାବହ ଅଗ୍ନିକାଣ୍ଡ ଘଟି ଘରର ସମସ୍ତ ଆସବାବପତ୍ର ଓ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଦୁର୍ଘଟଣାରେ ପରିବାରଟି ସମ୍ପୂର୍ଣ୍ଣ ସର୍ବସ୍ବାନ୍ତ ହୋଇ ପଡ଼ିଥିବା ସୂଚନା ଅନୁଯାୟୀ, ସାଲିଆସାହି ଆଦିବାସୀ ଗାଁ (ୱାର୍ଡ ନମ୍ବର ୨୧) ର ବାସିନ୍ଦା ସଙ୍ଗୀତା ସାହୁଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କ୍ଷଣିକ ମଧ୍ୟରେ ଘରର ସମସ୍ତ ସାମାନ ଜଳି ନଷ୍ଟ ହୋଇଯାଇଥିଲା। ଏହି ଅଘଟଣରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ପରିବାର ଲୋକେ ବର୍ତ୍ତମାନ ନିଜର ସର୍ବସ୍ବ ହରାଇ ରାସ୍ତା ଉପରେ ବସିବାକୁ ବାଧ୍ୟ ହୋଇଛନ୍ତି। ପ୍ରଶାସନର ଆଶ୍ୱାସନା ଓ କ୍ଷତିପୂରଣ ଦାବି: ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ କର୍ପୋରେଟର ଏବଂ ଭୁବନେଶ୍ୱର ମହାନଗର ନିଗମ (BMC) ର ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆଶ୍ୱାସନା ଦେଇଛନ୍ତି। "ପରିବାରର ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଥିବାରୁ ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଓ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି।" ଏହି ଦୁଃଖଦ ଦୃଶ୍ୟ ଏବଂ ପରିବାରର ଆକୁଳ ବିକଳ ସ୍ଥିତିର କିଛି ଚିତ୍ର ଗଣମାଧ୍ୟମ ପ୍ରତିନିଧିଙ୍କ ମାଧ୍ୟମରେ ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗରିବ ପରିବାରଟିକୁ ତୁରନ୍ତ ବାସଗୃହ ସହ ଆର୍ଥିକ ସହାୟତା ଯୋଗାଇଦେବାକୁ ସାଧାରଣରେ ଅନୁରୋଧ କରାଯାଇଛି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ଗ୍ରାମୀଣ ସଡ଼କ ଯୋଜନା ରାସ୍ତା ନଥିବାରୁ ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଛନ୍ତି
ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଶିକ୍ରୀଡ଼ା ପଂଚାୟତ ଅନ୍ତର୍ଗତ ଅମେଇମୁହାଁ ଗ୍ରାମଠାରୁ ମଙ୍ଗଳପୁର ଗ୍ରାମକୁ ସିମେଣ୍ଟ କଂକ୍ରିଟ ରାସ୍ତା ନଥିବାରୁ ଜନସାଧାରଣ ଲୋକ ଯାତାୟାତ କରିବାପାଇଁ ବହୁତ ଅସୁବିଧା ହେଉଛିନ୍ତି! ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପଂଚାୟତରେ ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ ସରପଞ୍ଚ କଥାକୁ ଏଡ଼େଇ ଦେଇଥିବା ସ୍ଥାନୀୟ ଲୋକେ କହୁଛନ୍ତି ପଂଚାୟତ ରେ ଅର୍ଥଭାବ ନାହିଁବୋଲି ସରପଞ୍ଚ କହୁଛନ୍ତି! ଏନେଇ ବ୍ଲକ ପ୍ରଶାସନଙ୍କ ନିକଟରେ ଜଣାଇଥିଲେ ମଧ୍ୟ ବ୍ଲକ ପ୍ରଶାସନଙ୍କ କୌଣସି ପଦକ୍ଷେପ କିମ୍ବା ଉତ୍ତର ମିଳିନଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି! ସ୍ଥାନୀୟ ଲୋକଙ୍କ କହିବା କଥାକି ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାପାଇଁ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି!
Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର, ନୂଆଗାଁ

ଅଧାରେ ଅଟକିଛି କୋଠଘର ନିର୍ମାଣ କାର୍ଯ୍ୟ, ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟଶୈଳୀ ଅଭିଯୋଗରେ ଗ୍ରାମବାସୀଙ୍କ ଅସନ୍ତୋଷ
ନୂଆଗାଁ: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଶିକ୍ରୀଡ଼ା ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ କୋଠଘର ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ଧରି ଅଧାରେ ପଡ଼ି ରହିଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟଶୈଳୀ ଯୋଗୁଁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର କାମ ଦୀର୍ଘଦିନ ଧରି ବନ୍ଦ ରହିଛି। ଫଳରେ ଗ୍ରାମବାସୀମାନେ କୋଠଘରର ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏନେଇ ବ୍ଲକ ପ୍ରଶାସନଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନଥିବା କିମ୍ବା ସ୍ପଷ୍ଟ ଉତ୍ତର ମିଳିନଥିବାରୁ ସ୍ଥାନୀୟ ଲୋକଙ୍କ କ୍ଷୋଭ ବଢ଼ିଛି। ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନଙ୍କୁ ତୁରନ୍ତ ଘଟଣାର ତଦନ୍ତ କରି କୋଠଘର ନିର୍ମାଣ କାର୍ଯ୍ୟ ପୁନଃ ଆରମ୍ଭ କରିବା ସହ ଦାୟୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।
Nayagarh (ନୟାଗଡ଼) • ରିପୋର୍ଟ: ସଞ୍ଜୟ କୁମାର କଅଁର, ନୂଆଗାଁ

ବେଆଇନ ବନ୍ଧୁକ ତିଆରି କାରଖାନା ଠାବ, ଦୁଇ ଗିରଫ
ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ବେଆଇନ ଭାବେ ଦେଶୀ ବନ୍ଧୁକ ତିଆରି ଓ ବେଆଇନ କାଠ ଗଚ୍ଛିତ ରଖାଯାଇଥିବା ଖବର ପାଇବା ପରେ ସୋମବାର ସକାଳେ ଏକ ମିଳିତ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ବେଆଇନ ବନ୍ଧୁକ ତିଆରି କାରଖାନା ଠାବ ହେବା ସହ ବିପୁଳ ପରିମାଣର ବନ୍ଧୁକ ତିଆରି ସାମଗ୍ରୀ, କାଠ ଓ ବିଭିନ୍ନ ଯନ୍ତ୍ରପାତି ଜବତ କରାଯାଇଛି। ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ସକାଳ ପ୍ରାୟ ୭ଟା ୩୦ ମିନିଟ୍ ସମୟରେ ଜରାପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁର ଗ୍ରାମରେ ଏହି ମିଳିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ସ୍ୱର୍ଗତ ପାଣ୍ଡବ ନାଏକଙ୍କ ଦୁଇ ପୁଅ ଅଭୟ ନାଏକ ଓ ମଳୟ ନାଏକଙ୍କୁ ଗିରଫ କରାଯାଇଛି। ଚଢ଼ାଉ ବେଳେ ଦେଶୀ ବନ୍ଧୁକ ତିଆରିରେ ବ୍ୟବହୃତ ୨ଟି ବନ୍ଧୁକ ବ୍ୟାରେଲ, ୨ଟି ଗଜବାଡ଼ି, ଅଙ୍କୁଲା କାଠରେ ତିଆରି ଏକ ଅଧାଗଢ଼ା ବନ୍ଧୁକ ଫ୍ରେମ୍, ୨୦ ଗ୍ରାମ ବାରୁଦ, ୨୩ଟି ସୀସା ଗୁଳି ସହ ବନ୍ଧୁକ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ କାଠ ମିସ୍ତ୍ରୀ ସରଞ୍ଜାମ ଓ ଯନ୍ତ୍ରପାତି ଜବତ କରାଯାଇଛି। ତଦନ୍ତ ବେଳେ ଅଭିଯୁକ୍ତମାନେ ବେଆଇନ ଭାବେ କାଠ ପ୍ରକ୍ରିୟାକରଣ ଓ ଫର୍ନିଚର ତିଆରି କାର୍ଯ୍ୟରେ ମଧ୍ୟ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ସେମାନଙ୍କ ନିକଟରୁ ୧୪ ଖଣ୍ଡ ଶାଗୁଆନ କାଠ, ୧୨ ଖଣ୍ଡ ଶାଳ କାଠ, ଏକ ଗଛ କଟା ମେସିନ୍, ୨ଟି ଇଲେକ୍ଟ୍ରିକ୍ କରତ, ୨ଟି ଜିଗ୍ଜାଗ୍ କଟିଂ ମେସିନ୍ ଓ ଏକ କାଠ ପଲିସ୍ ମେସିନ୍ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ଜରାପଡ଼ା ଫରେଷ୍ଟ ରେଞ୍ଜରେ ଜଙ୍ଗଲ ଆଇନର ପ୍ରଯୁଜ୍ୟ ଧାରାରେ OR କେସ୍ ନଂ–10J/2026–27 ରୁଜୁ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରାଯାଉଥିବା ବେଳେ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଜାରି ରହିଛି।
Angul (ଅନୁଗୋଳ) • ରିପୋର୍ଟ:ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ଶାଳଗାଡ଼ିଆର ବହୁ କର୍ମକର୍ତ୍ତା
ଅନୁଗୋଳ: ବଅଁରପାଳ ବ୍ଲକ ଗୋତମରା ଗ୍ରାମ ପଞ୍ଚାୟତର ଶାଳଗାଡ଼ିଆ ଗ୍ରାମର ବିଜେଡିର ବହୁ କର୍ମକର୍ତ୍ତା ଭାରତୀୟ ଜନତା ପାର୍ଟି (ବିଜେପି)ରେ ଔପଚାରିକ ଭାବେ ଯୋଗଦାନ କରିଛନ୍ତି। ଯୋଗଦାନକାରୀଙ୍କ ମଧ୍ୟରେ ସିଦ୍ଧ ଖଟୁଆ, ସୁବାଷ ଖଟୁଆ, ସୋମୁ ଖଟୁଆ, ମଧୁ ଖଟୁଆ, ନନ୍ଦୁ ଖଟୁଆ, ଆଲୋକ ଖଟୁଆ, ନଳିନୀ ଖଟୁଆ, ମୀନତି ଖଟୁଆ, ପ୍ରତିମା ଖଟୁଆ, ସଞ୍ଜୁ ଦଳେଇ, ଶାନ୍ତି ଖଟୁଆ, ଦୀପ୍ତିମୟୀ ଖଟୁଆ ଓ ଝିଲି ଖଟୁଆଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ଥିଲେ। ଦଳୀୟ ସୂଚନା ଅନୁଯାୟୀ, ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କ ନୀତି, ଆଦର୍ଶ ଓ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବା କହିଛନ୍ତି। ଏହି ମିଶ୍ରଣ ପର୍ବରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ। ସେହିପରି ବିଜେପି ଜିଲ୍ଲା ସମ୍ପାଦକ ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ନେତା ସୁଶାନ୍ତ ସାମଲ, ପ୍ରଦୋଷ ପଣ୍ଡା ଓ ଲିଟୁ ବରାହ ମଧ୍ୟ ଉପସ୍ଥିତ ରହି ନବଯୋଗଦାନକାରୀଙ୍କୁ ସ୍ୱାଗତ ଜଣାଇଥିଲେ। ଦଳ ପକ୍ଷରୁ ଏହି ଯୋଗଦାନ ଅନୁଗୋଳ ଅଞ୍ଚଳରେ ସଂଗଠନକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ କରାଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ
ଅନୁଗୋଳ: ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ବଅଁରପାଳ ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନଶୁଣାଣି ଶିବିରରେ ସମୁଦାୟ ୬୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୫୮ଟି ବ୍ୟକ୍ତିଗତ ଓ ୩ଟି ଗ୍ରାମ୍ୟଭିତ୍ତିକ ଅଭିଯୋଗର ଶୁଣାଣି ହୋଇଥିବାବେଳେ ୪ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା । ୧ଜଣଙ୍କୁ ରେଡକ୍ରସ । ପାଣ୍ଠିରୁ ୭ ହଜାର ୫୦୦ ଟଙ୍କା ଚିକିତ୍ସା ସହାୟତା ରାଶି ପ୍ରଦାନ କରାଯାଇଥୁଲା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଅନୁଗୋଳ ଊପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ମଦନ ମୋହନ ପ୍ରଧାନ , ବଅଁରପାଳ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ମିଶ୍ର, ବଅଁରପାଳ ଗୋଷ୍ଠୀ ଊନ୍ନୟନ ଅଧିକାରୀ ଶ୍ରୀ ଲୋଚନ ଦାସ, ଅନୁଗୋଳ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ସମ୍ବିତ କୁମାର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳୀ ଶତପଥି ଜିଲ୍ଲା ମଙ୍ଗଳ ଅଧୂକାରୀ ଶ୍ରୀ ଦିପ କୁମାର ମିଶ୍ର, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଶ୍ରୀନିବାସ ସାହୁ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିନୋଦ କୁମାର ଦଳାଇ, ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଡ. ସତ୍ୟ ନାରାୟଣ ସାହୁଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଓ ବ୍ଳକ୍ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଶିବିରକୁ ଆସିଥିବା ଲୋକମାନେ ଗ୍ରାମ୍ୟ ସମସ୍ୟା, ସ୍ବାସ୍ଥ୍ୟ, ଗ୍ରାମୀଣ ଆବାସ, ଜମିଜମା ସମ୍ବନ୍ଧୀୟ, ବ୍ୟକ୍ତିଗତ ସମସ୍ୟା ସମେତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

୧୪୩ ନମ୍ବର ଜାତୀୟ ରାଜପଥରେ ପଇଡ଼ ବୋଝେଇ ପିକଅପ୍ ଭ୍ୟାନ୍ ଦୁର୍ଘଟଣା, ୩ ଗୁରୁତର
ବଣାଇ: ବାରକୋଟରୁ ରାଉରକେଲା ଅଭିମୁଖେ ଯାଉଥିବା ଏକ ପଇଡ଼ ବୋଝେଇ ପିକଅପ୍ ଭ୍ୟାନ୍ ୧୪୩ ନମ୍ବର ଜାତୀୟ ରାଜପଥର ଟିକାୟତପାଲି ଥାନା ଅନ୍ତର୍ଗତ ଟୁଣିଆପାଲି ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭ୍ୟାନ୍ଟି ଭାରସାମ୍ୟ ହରାଇ ପ୍ରଥମେ ଏକ ପୋଲର ଡିଭାଇଡରରେ ଧକ୍କା ଦେଇ ପରେ ରାସ୍ତା କଡ଼କୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ପିକଅପ୍ ଭ୍ୟାନ୍ରେ ଥିବା ତିନିଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ଖବର ପାଇ ସ୍ଥାନୀୟ ଯୁବକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ଆହତମାନଙ୍କୁ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାର କାରଣ ସମ୍ପର୍କରେ ଟିକାୟତପାଲି ପୋଲିସ ତଦନ୍ତ ଆରମ୍ଭ କରିଛି।
Sundargarh (ସୁନ୍ଦରଗଡ଼) • ରିପୋର୍ଟ: ସୌମ୍ୟବ୍ରତ ଦଳବେହେରା, ବଣେଇ
