ଅଧାରେ ଅଟକିଛି କୋଠଘର ନିର୍ମାଣ କାର୍ଯ୍ୟ, ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟଶୈଳୀ ଅଭିଯୋଗରେ ଗ୍ରାମବାସୀଙ୍କ ଅସନ୍ତୋଷ
Nayagarh (ନୟାଗଡ଼)ରିପୋର୍ଟ: ସଞ୍ଜୟ କୁମାର କଅଁର, ନୂଆଗାଁJune 30, 202670 views

ନୂଆଗାଁ: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଶିକ୍ରୀଡ଼ା ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ କୋଠଘର ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ଧରି ଅଧାରେ ପଡ଼ି ରହିଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟଶୈଳୀ ଯୋଗୁଁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର କାମ ଦୀର୍ଘଦିନ ଧରି ବନ୍ଦ ରହିଛି। ଫଳରେ ଗ୍ରାମବାସୀମାନେ କୋଠଘରର ସୁବିଧାରୁ ବଞ୍ଚିତ ହେଉଛନ୍ତି।
ଏନେଇ ବ୍ଲକ ପ୍ରଶାସନଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନଥିବା କିମ୍ବା ସ୍ପଷ୍ଟ ଉତ୍ତର ମିଳିନଥିବାରୁ ସ୍ଥାନୀୟ ଲୋକଙ୍କ କ୍ଷୋଭ ବଢ଼ିଛି।
ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନଙ୍କୁ ତୁରନ୍ତ ଘଟଣାର ତଦନ୍ତ କରି କୋଠଘର ନିର୍ମାଣ କାର୍ଯ୍ୟ ପୁନଃ ଆରମ୍ଭ କରିବା ସହ ଦାୟୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।
