ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ଶାଳଗାଡ଼ିଆର ବହୁ କର୍ମକର୍ତ୍ତା
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 30, 202682 views

ଅନୁଗୋଳ: ବଅଁରପାଳ ବ୍ଲକ ଗୋତମରା ଗ୍ରାମ ପଞ୍ଚାୟତର ଶାଳଗାଡ଼ିଆ ଗ୍ରାମର ବିଜେଡିର ବହୁ କର୍ମକର୍ତ୍ତା ଭାରତୀୟ ଜନତା ପାର୍ଟି (ବିଜେପି)ରେ ଔପଚାରିକ ଭାବେ ଯୋଗଦାନ କରିଛନ୍ତି।
ଯୋଗଦାନକାରୀଙ୍କ ମଧ୍ୟରେ ସିଦ୍ଧ ଖଟୁଆ, ସୁବାଷ ଖଟୁଆ, ସୋମୁ ଖଟୁଆ, ମଧୁ ଖଟୁଆ, ନନ୍ଦୁ ଖଟୁଆ, ଆଲୋକ ଖଟୁଆ, ନଳିନୀ ଖଟୁଆ, ମୀନତି ଖଟୁଆ, ପ୍ରତିମା ଖଟୁଆ, ସଞ୍ଜୁ ଦଳେଇ, ଶାନ୍ତି ଖଟୁଆ, ଦୀପ୍ତିମୟୀ ଖଟୁଆ ଓ ଝିଲି ଖଟୁଆଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ଥିଲେ।
ଦଳୀୟ ସୂଚନା ଅନୁଯାୟୀ, ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କ ନୀତି, ଆଦର୍ଶ ଓ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବା କହିଛନ୍ତି।
ଏହି ମିଶ୍ରଣ ପର୍ବରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ। ସେହିପରି ବିଜେପି ଜିଲ୍ଲା ସମ୍ପାଦକ ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ନେତା ସୁଶାନ୍ତ ସାମଲ, ପ୍ରଦୋଷ ପଣ୍ଡା ଓ ଲିଟୁ ବରାହ ମଧ୍ୟ ଉପସ୍ଥିତ ରହି ନବଯୋଗଦାନକାରୀଙ୍କୁ ସ୍ୱାଗତ ଜଣାଇଥିଲେ।
ଦଳ ପକ୍ଷରୁ ଏହି ଯୋଗଦାନ ଅନୁଗୋଳ ଅଞ୍ଚଳରେ ସଂଗଠନକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ କରାଯାଇଛି।
