ଜୁନାଗଡ଼ ବ୍ଲକ ହାତୀ ନଦୀ ରେ ନିର୍ମାଣାଧୀନ ମେଘା ପିଇବା ପାଣି ପ୍ରକଳ୍ପ କାର୍ଯ୍ୟକାରୀ ଉପରେ ପ୍ରଶ୍ନ
Kalahandi (କଳାହାଣ୍ଡି)ରିପୋର୍ଟ - ଦେବରାଜ ବାଣୁଆ, ଜୁନାଗଡJune 30, 2026101 views

ଜୁନାଗଡ଼ ବ୍ଲକ ରେ ପାଣି ର ସମସ୍ୟା ଦୂର ପାଇଁ ହାତୀ ନଦୀ ରେ ମେଘା ପିଇବା ପାଣି ପ୍ରକଳ୍ପ ରାଜ୍ୟ ସରକାରଙ୍କ ତରଫରୁ ଗ୍ରାମାଞ୍ଚଳରେ ରହୁଥିବା ବାସିନ୍ଦା ସ୍ୱାଗତ ଯୋଗ୍ୟ ପଦକ୍ଷେପ। କିନ୍ତୁ ବିଡ଼ମ୍ବନା ବିଷୟ ପ୍ରାୟ ୪ ବର୍ଷ ରୁ ଅଧିକ ହେବ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଅନେକ ଗାଁ ରେ ପାଇପ୍ ଲାଇନ୍ ବିଛା ଯାଇନାହିଁ। ପ୍ରଶ୍ନ ଉଠୁଛି କାମ ସମ୍ପୂର୍ଣ୍ଣ ହେବ କେବେ?
ଗ୍ରାମାଞ୍ଚଳରେ ବସୁଧା ଯୋଜନା ରେ
ପିଇବା ପାଣି ପ୍ରକଳ୍ପ ଅନେକ ଗାଁ ରେ ବିଫଳ ହୋଇଛି। ଏହିପରି ସ୍ଥଳେ ଏହି ମେଘା ପିଇବା ପାଣି ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ହେଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ଏଣୁ
ରାଜ୍ୟ ସରକାର ଙ୍କୁ ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଦାବି ହୋଇଛି।
