--:--:--
-- ---
Srishti News

ଜୁନାଗଡ଼ ରିଲୱେ ଷ୍ଟେସନ ରାସ୍ତା ଟ୍ରାଫିକ ସମସ୍ୟା ଦୂର ହେବ କେବେ

Kalahandi (କଳାହାଣ୍ଡି)ରିପୋର୍ଟ - ଦେବରାଜ ବାଣୁଆ, ଜୁନାଗଡJune 30, 202695 views
ଜୁନାଗଡ଼ ରିଲୱେ ଷ୍ଟେସନ ରାସ୍ତା ଟ୍ରାଫିକ ସମସ୍ୟା ଦୂର ହେବ କେବେ
ଜୁନାଗଡ ରେଲୱେ ଷ୍ଟେସନ ରାସ୍ତା ସହର ର ଏକ ମୁଖ୍ୟରାସ୍ତା କହିଲେ ହେବ। କିନ୍ତୁ ଏହି ରାସ୍ତା ଭାରିଯାନ ଚଳାଚଳ ପାଇଁ ଟ୍ରାଫିକ ସମସ୍ୟା ସବୁବେଳେ ରହୁ ଅଛି। ଅନେକ ସମୟରେ ଏହି ସମସ୍ୟା ଦୂର ପାଇଁ ଦାବୀ ହୋଇ ଆସୁ ଅଛି।କିନ୍ତୁ ପ୍ରଶାସନ ଦୃଷ୍ଟି ନ ଦେବାରୁ ସାଧାରଣରେ ପ୍ରଶାସନ ର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠୁଛି। ପୂର୍ବରୁ ଏହି ରାସ୍ତା ଉନ୍ନତି କରଣ ପାଇଁ ରାଜ୍ୟ ସରକାର ସୀକୃତି ପ୍ରଦାନ କରିଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ହୋଇ ନାହିଁ ଏଣୁ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ଶିଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଦାବୀ ହେଉଛି।