--:--:--
-- ---
Srishti News

୧୪୩ ନମ୍ବର ଜାତୀୟ ରାଜପଥରେ ପଇଡ଼ ବୋଝେଇ ପିକଅପ୍ ଭ୍ୟାନ୍ ଦୁର୍ଘଟଣା, ୩ ଗୁରୁତର

Sundargarh (ସୁନ୍ଦରଗଡ଼)ରିପୋର୍ଟ: ସୌମ୍ୟବ୍ରତ ଦଳବେହେରା, ବଣେଇJune 30, 202638 views
୧୪୩ ନମ୍ବର ଜାତୀୟ ରାଜପଥରେ ପଇଡ଼ ବୋଝେଇ ପିକଅପ୍ ଭ୍ୟାନ୍ ଦୁର୍ଘଟଣା, ୩ ଗୁରୁତର
ବଣାଇ: ବାରକୋଟରୁ ରାଉରକେଲା ଅଭିମୁଖେ ଯାଉଥିବା ଏକ ପଇଡ଼ ବୋଝେଇ ପିକଅପ୍ ଭ୍ୟାନ୍ ୧୪୩ ନମ୍ବର ଜାତୀୟ ରାଜପଥର ଟିକାୟତପାଲି ଥାନା ଅନ୍ତର୍ଗତ ଟୁଣିଆପାଲି ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭ୍ୟାନ୍‌ଟି ଭାରସାମ୍ୟ ହରାଇ ପ୍ରଥମେ ଏକ ପୋଲର ଡିଭାଇଡରରେ ଧକ୍କା ଦେଇ ପରେ ରାସ୍ତା କଡ଼କୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ପିକଅପ୍ ଭ୍ୟାନ୍‌ରେ ଥିବା ତିନିଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ଖବର ପାଇ ସ୍ଥାନୀୟ ଯୁବକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ଆହତମାନଙ୍କୁ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାର କାରଣ ସମ୍ପର୍କରେ ଟିକାୟତପାଲି ପୋଲିସ ତଦନ୍ତ ଆରମ୍ଭ କରିଛି।