--:--:--
-- ---
Srishti News

Web News

୧୩ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
Aug 19, 2026•128 views

୧୩ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ

ବନ୍ୟା ବିଭିଷିକାରେ ଆଉଟୁ ପାଉଟୁ ଲୋକେ। ଏମିତି ଦୃଶ୍ୟ ରାଜକନିକା ବ୍ଲକ କାଏମା ଦୋମଣ୍ଡା ପଞ୍ଚାୟତ କାଏମା କନପୁର ଗାଁରେ ଦେଖୁବାକୁ ମିଳିଛି ।ବୈତରଣୀ ଓ ଖରସ୍ରୋତା ନଦୀରେ ଦ୍ଵିତୀୟ ଥର ବନ୍ୟା ଆସିଛି । ୪ଦିନ ହେବ ଚୁଲି ଜଳୁନି। ଟ୍ୟୁବ୍‌ୱଲ୍ ବୁଡି ଯିବାରୁ ପାନୀୟ ଜଳ ପାଇଁ ଲୋକେ ହାହାକାର ହୋଇଛନ୍ତି। ବୈତରଣୀ ଓ ଖରସ୍ରୋତା ନଦୀରେ ବନ୍ଯା ଯୋଗୁ ରାଜକନିକା ବ୍ଲକ ବାରହା– ଦୋମଣ୍ଡା ପଞ୍ଚାୟତର ୩ ଓ ୪ ନମ୍ବର ୱାର୍ଡର କାଏମାକନପୁର । ଗାଁ ମୁଖ୍ୟରାସ୍ତାରେ ନ୍ୟାଜଳ ପ୍ରଭାବିତ ଅଣ୍ଟାଏ ଉଚ୍ଚର ବନ୍ୟାଜଳହୋଇଛି । ପାଖାପାଖ୍ ୨୦୦ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଲୋକଙ୍କ ଘରେ ପାଣି ପଶିଯାଇଥିବା ବେଳେ, ଅନେକ କଚ୍ଚାଘର ଭାଙ୍ଗି ଯାଇଛି। ୨ନମ୍ବର ୱାର୍ଡର ବାର୍ହାକନପୁର, ଜେନାସାହି ଗାଁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ଗୁଣ୍ଠଳ ଗାଁ ଦାଣ୍ଡରେ ଅଣ୍ଟାଏ ଉଚ୍ଚର ପାଣି ଚାଲିଛି I ଜିଲାର ଶେଷ ସୀମା ପଧାନପଡ଼ା ପଞ୍ଚାୟତର ବାଲିସାହି ଗାଁଦାଣ୍ଡରେ ଅଣ୍ଟାଏ ଜଳ ପ୍ରବାହିତ ହେଉଥିଲା ବେଳେ, ପାଖାପାଖ୍ ୫ଶହ ଲୋକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛନ୍ତି । ପଣସଗଣ୍ଡ ପଞ୍ଚାୟତର ଫାଜିଲପୁର ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଘର ଭିତରେ ଜଳ ପ୍ରବେଶ କରିଛି, ଲୋକମାନେ ଭୋକଉପାସରେ ରହୁଛନ୍ତି। ଅନେକ ଲୋକଙ୍କ କଚ୍ଚାଘର ଭାଙ୍ଗି ଯାଇଛି । କୁମ୍ଭୀର 3 ବିଷାକ୍ତ ସାପ ଭୟରେ ଲୋକମାନେ ଜୀବନ ବିତାଉଛନ୍ତି । ରାତିରେ ଜଳ ବୃଦ୍ଧି ଆଶଙ୍କା ଥିବାରୁ ନଦୀକୂଳିଆ ୧୩ ପଞ୍ଚାୟତ ବାରହା–ଦୋମଣ୍ଡା, ପଧାନପଡ଼ା, ନହୁଣୀ, ବାରାଡ଼ିଆ, ଜୟନଗର, ସିକୋ, କୋରନ୍ଦ, ବରୁଣାଡିହା, ଭରିଗଦା, ପାରିନୂଆପଡ଼ା, ହାବଳଗଣ୍ଡ, କଟଣା– ବଣିଆଁ ଓ ବରୁଣା ଆଦି ପଞ୍ଚାୟତବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଏ ସମ୍ପର୍କରେ ବିଡିଓ କୈଳାସ ଚନ୍ଦ୍ର ମହାଳିକଙ୍କୁ ପଚାରିବାରେ, ୧୩ ପଞ୍ଚାୟତର ୧୬ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ୩ ପଞ୍ଚାୟତର ଲୋକଜଳବନ୍ଦୀ ଅବସ୍ଥାରେ ଅଛନ୍ତି I ବ୍ଲକ ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ପାନୀୟଜଳ ବ୍ୟବସ୍ଥା କରାଯିବା ସହିତ ଡଙ୍ଗା ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି ।

Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ - ଦିଲ୍ଲୀପ ପରିଡା, ରାଜକନିକା

୧୮ତମ ଥର ରକ୍ତଦାନ କରି ଗର୍ଭବତୀଙ୍କୁ ସହାୟତା କଲେ ବରିଷ୍ଠ ସାମ୍ବାଦିକ ରିତେଶ କୁମାର ମୁଣ୍ଡ
Aug 19, 2026•19 views

୧୮ତମ ଥର ରକ୍ତଦାନ କରି ଗର୍ଭବତୀଙ୍କୁ ସହାୟତା କଲେ ବରିଷ୍ଠ ସାମ୍ବାଦିକ ରିତେଶ କୁମାର ମୁଣ୍ଡ

ମାନବିକତାର ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛନ୍ତି କୋକସରା ବ୍ଲକର ବରିଷ୍ଠ ସାମ୍ବାଦିକ ରିତେଶ କୁମାର ମୁଣ୍ଡ। ଜୁନାଗଡ଼ ସ୍ଥିତ ଅଗ୍ରୱାଲ ନର୍ସିଂ ହୋମରେ ଚିକିତ୍ସାଧୀନ ଥିବା ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ଜରୁରୀ ରକ୍ତର ଆବଶ୍ୟକତା ପଡ଼ିବା ପରେ ସେ ତୁରନ୍ତ ଆଗକୁ ଆସି ରକ୍ତଦାନ କରି ସହାୟତାର ହାତ ବଢ଼ାଇଥିଲେ। ସୂଚନା ଅନୁଯାୟୀ, ରକ୍ତ ଗ୍ରହଣ କରିଥିବା ମହିଳା ହେଲେ ମଝିଗୁଡ଼ା ଗ୍ରାମର ଉଷାବତୀ ମାଝୀ। ଜରୁରୀ ପରିସ୍ଥିତିରେ ରିତେଶ କୁମାର ମୁଣ୍ଡଙ୍କ ରକ୍ତଦାନ ଫଳରେ ତାଙ୍କ ଚିକିତ୍ସାରେ ସହାୟକ ହୋଇଥିବା ଜଣାପଡ଼ିଛି। ଉଲ୍ଲେଖନୀୟ ଯେ, ରିତେଶ କୁମାର ମୁଣ୍ଡ ଏହାକୁ ମିଶାଇ ୧୮ତମ ଥର ପାଇଁ ରକ୍ତଦାନ କରିଛନ୍ତି। ସେ ପୂର୍ବରୁ ମଧ୍ୟ ବହୁ ରୋଗୀଙ୍କ ପାଇଁ ଜରୁରୀ ସମୟରେ ରକ୍ତଦାନ କରି ମାନବସେବାର ଦୃଷ୍ଟାନ୍ତ ସୃଷ୍ଟି କରିଆସୁଛନ୍ତି। ତାଙ୍କର ଏହି ମହତ୍ କାର୍ଯ୍ୟ ପାଇଁ ଜିଲ୍ଲା ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ପକ୍ଷରୁ ସଭାପତି ଦେବରାଜ ବାଣୁଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେହିପରି କୋକସରା ବ୍ଲକର ବହୁ ବୁଦ୍ଧିଜୀବୀ ଓ ସାଧାରଣ ଲୋକ ରିତେଶ କୁମାର ମୁଣ୍ଡଙ୍କ ନିଃସ୍ୱାର୍ଥପର ସେବା ମନୋଭାବକୁ ପ୍ରଶଂସା କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରକ୍ତଦାନ ମହାଦାନ ବାର୍ତ୍ତାକୁ ସମାଜରେ ଅଧିକ ସୁଦୃଢ଼ କରିବାରେ ଏଭଳି ମାନବିକ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି।

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ, ଜୁନାଗଡ଼

ଉନ୍ନୟନ କାର୍ଯ୍ୟରେ ବିଳମ୍ବ ନୁହେଁ, ସମୟସୀମାରେ ସମ୍ପୂର୍ଣ୍ଣ କର: ବିଧାୟକ
Aug 19, 2026•33 views

ଉନ୍ନୟନ କାର୍ଯ୍ୟରେ ବିଳମ୍ବ ନୁହେଁ, ସମୟସୀମାରେ ସମ୍ପୂର୍ଣ୍ଣ କର: ବିଧାୟକ

ଖଡ଼ିଆଳ : ଖଡ଼ିଆଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତି ବୈଠକ ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ଲକ୍‌ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ବ୍ଲକ୍ ଅଞ୍ଚଳରେ ଚାଲୁଥିବା ଉନ୍ନୟନ ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ସହ ଲୋକଙ୍କ ମୌଳିକ ସମସ୍ୟା ସମାଧାନକୁ ପ୍ରାଥମିକତା ଦେବା ପାଇଁ ବିଧାୟକ ଆହ୍ୱାନ ଦେଇଥିଲେ। ବିଶେଷକରି ବିଦ୍ୟୁତ, ପାନୀୟ ଜଳ, ଗ୍ରାମ୍ୟ ସଡ଼କ ଏବଂ ଗ୍ରାମପଞ୍ଚାୟତଗୁଡ଼ିକୁ ସଡ଼କ ସଂଯୋଗୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେଇ ଶୀଘ୍ର ଶେଷ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ପାନୀୟ ଜଳ ଯୋଗାଣ ବିଭାଗର ଯନ୍ତ୍ରୀ ଅନୁପସ୍ଥିତ ଥିବା ନେଇ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ। ଲୋକଙ୍କ ପାନୀୟ ଜଳ ସମସ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟର ସମୀକ୍ଷା ବୈଠକରେ ସମ୍ପୃକ୍ତ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଖଡ଼ିଆଳ ବ୍ଲକ୍‌ରେ ଏବେ ବି ସଡ଼କ ସଂଯୋଗରୁ ବଞ୍ଚିତ ଥିବା ଗ୍ରାମଗୁଡ଼ିକର ଚିହ୍ନଟ କରି ସେଠାକୁ ଯାତାୟାତ ବ୍ୟବସ୍ଥା ସୁଗମ କରିବା ସହ ଆବଶ୍ୟକ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ବିଧାୟକ ପରାମର୍ଶ ଦେଇଥିଲେ। ବୈଠକରେ ଖଡ଼ିଆଳ ବିଡିଓ ମିଳନ କୁମାର ଝଙ୍କାର, ଉପାଧ୍ୟକ୍ଷ ଗୌତମ ତାଣ୍ଡି, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା, ମାଲ୍ୟବନ୍ତ ସୁନା ଓ ତନୟ ଶବରଙ୍କ ସମେତ ବ୍ଲକ୍‌ର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ। ବୈଠକରେ ଅଞ୍ଚଳର ବିଭିନ୍ନ ଉନ୍ନୟନ ପ୍ରସଙ୍ଗ ଉପରେ ଆଲୋଚନା ହେବା ସହ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ସମନ୍ୱିତ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଥିଲା।

Nuapada (ନୂଆପଡ଼ା) • ଭଜନ ଲାଲ ଜଗତ, ଖଡ଼ିଆଳ

୯୮ ତମ ଆଞ୍ଚଳିକ ଅଭିଭାବକ ସମ୍ମିଳନୀ ଓଡିଶା -୨୦୨୬ ଆସନ୍ତା ୨୨ ଓ ୨୩ ରେ
Aug 19, 2026•64 views

୯୮ ତମ ଆଞ୍ଚଳିକ ଅଭିଭାବକ ସମ୍ମିଳନୀ ଓଡିଶା -୨୦୨୬ ଆସନ୍ତା ୨୨ ଓ ୨୩ ରେ

ଯତ୍ନରୁ ସଶକ୍ତିକରଣ: ସଦୃଢ଼ ପରିବାର ଏବଂ ସାମୂହିକ ପ୍ରୟାସ ମାଧ୍ୟମରେ ସମାବେଶୀ ସମାଜ ଗଠନ...... ରାଉରକେଲା: ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କର ବିକାଶ ନିମନ୍ତେ ଗଠିତ ଜାତୀୟ ଅଭିଭାବକ ସଂଘ ତରଫରୁ ମୈ।ଲାନା ଆଜାଦ୍ ବିଶ୍ବବିଦ୍ୟାଳୟ, ହାଇଦ୍ରାବାଦ ଓ ଶ୍ରଦ୍ଧା, ରାଉରକେଲା ତଥା ଓଡିଶା ପରିବାରର ମିଳିତ ଆନୁକୂଲ୍ୟରେ ଆସନ୍ତା ଅଗଷ୍ଟ ମାସ ୨୨ ଓ ୨୩ ତାରିଖ ଦିନ ଦ୍ଵିଦିବସୀୟ ଆଞ୍ଚଳିକ ଅଭିଭାବକ ସମ୍ମିଳନୀ ଓଡିଶା -୨୦୨୬ ରାଉରକେଲାର ବରଟୋଲି ସ୍ଥିତ ପଦ୍ମିନୀ ପ୍ୟାଲେସ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କର ଶୈଶବରୁ ଯୁବାବସ୍ଥା ପର୍ଯ୍ୟନ୍ତ ଅଭିଭାବକ ଏବଂ ସେବା ଓ ଯତ୍ନ ଯୋଗାଉଥିବା ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ଆଲୋଚନାଚକ୍ର ଆୟୋଜନ କରାଯିବ। ଏହି ଦ୍ଵିଦିବସୀୟ କର୍ମଶାଳାରେ ସାମ୍ବିଧାନିକ ବ୍ୟବସ୍ଥା, ଦିବ୍ୟାଙ୍ଗ ମାନଙ୍କର ଅଧିକାର ଓ ଆଇନ ନିୟମ ୨୦୧୬, ନ୍ୟାସନାଲ ଟ୍ରଷ୍ଟ ଆଇନ ୧୯୯୯, ଦିବ୍ୟାଙ୍ଗଙ୍କ ମୈ।ଳିକ ଅଧିକାର ସମ୍ପର୍କରେ ବିସ୍ତୃତ ଭାବେ ବିଶେଷଜ୍ଞ ମାନେ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଏବଂ ଓଡ଼ିଶାର ପ୍ରାୟ ୨୦୦ ରୁ ଉର୍ଦ୍ଧ୍ଵ ଅଭିଭାବକ / ଅଭିଭାବିକା ଯୋଗଦେବେ ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନ ଉଦ୍‌ଘାଟନୀ ଅଧିବେଶନରେ ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଉଦଘାଟକ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି, ଓଡିଶା ରାଜ୍ୟ ଭିନ୍ନକ୍ଷମ ଆୟୋଗର ଆୟୁକ୍ତ ବ୍ରତତୀ ହରିଚନ୍ଦନ ଓ ରାଜ୍ୟ ଭିନ୍ନକ୍ଷମ ବିଭାଗର ଡେପୁଟି ସେକ୍ରେଟାରୀ ସନ୍ୟାସୀ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ବୋଲି ସ୍ବୀକୃତି ପ୍ରଦାନ କରିଛନ୍ତି । ସେହିପରି ଦ୍ବିତୀୟ ଦିବସରେ ଉଦ୍‌ଯାପନୀ ଅଧିବେଶନରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମିତାଲୀ ରଣା, ପାନପୋଷ ଉପଖଣ୍ଡର ବରିଷ୍ଠ ସାମାଜିକ ସୁରକ୍ଷା ଅଧିକାରୀ ମୀନୁ ତାଣ୍ଡିଆ, ଆରଜିଏଚ ର ସୁପରିଟେଣ୍ଡେଣ୍ଟ ଡାକ୍ତର ସୁଧାରାଣୀ ପ୍ରଧାନ ଏବଂ ଡେପୁଟି ସୁପରିଟେଣ୍ଡଣ୍ଟ ପ୍ରମୁଖ ଯୋଗଦେବେ । କାର୍ଯ୍ୟକ୍ରମରେ ସର୍ବଶ୍ରୀ ଡ. ସୁଦୀପ ଗୋୟେଲ, ଡ. ରାମକୃଷ୍ଣ ବିଶ୍ବାଳ, ଡ. ଶିବାଜୀ କୁମାର, ଉମେଶ ପୁରୋହିତ, ପ୍ରତୀକ ଅଗ୍ରୱାଲ, ଚୈତାଲୀ ଗାମୀ, ଦୀପା ବାନାର୍ଜୀ, ମିହିର ମହାନ୍ତି, ଡ ଉମା ସାଲମା ଅଭିଭାବକ ମାନଙ୍କୁ ମାର୍ଗ ଦର୍ଶନ କରିବେ। ଓଡ଼ିଶା ପରିବାର ତରଫରୁ ସଭାପତି ପ୍ରଭାକର ସାହୁ, ଉପ ସଭାପତି ପ୍ରମୁଖ ସୁଜାତା ପଟ୍ଟନାୟକ,ଜଗନ୍ନାଥ ମିଶ୍ର, ଅନଙ୍ଗ ନେଗୀ, ସମ୍ପାଦକ କାର୍ତ୍ତିକ ପାଣ୍ଡବ, ଉପ ସମ୍ପାଦକ ପ୍ରମୁଖ ରଞ୍ଜିତ କୁମାର ମହାପାତ୍ର, ରଞ୍ଜନ ମହାରଣା, ପଞ୍ଚାନନ ପାତ୍ର, କୋଷାଧ୍ୟକ୍ଷ ଆଶିର୍ବାଦ ସାମଲ ତଥା ପ୍ରମୁଖ ସଦସ୍ୟ ଗଗନ ବିହାରୀ ଧଳ,ରଜତ କୁମାର ସାହୁ ଏବଂ ଶୁଭକାନ୍ତ ବୋଇତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବେ । ସୂଚନାଯୋଗ୍ୟ ଯେ ୨୨ ତାରିଖ ଦିନ ଦିବା ୧୦ ଘଟିକା ରେ ଉଦଘାଟନ ପରେ ଦୁଇ ଦିନ ଧରି ଅନେକ ବୈଷୟିକ ଅଧିବେଶନରେ ବିଭିନ୍ନ ବିଷୟରେ ଆଲୋଚନା କରାଯିବ ଯାହା ଦ୍ଵାରା ଅଭିଭାବକ ଅଭିଭାବିକା ମାନଙ୍କର ସଚେତନତା ବୃଦ୍ଧି ହେବ । ୨୨ ତାରିଖ ଦିନ ସନ୍ଧ୍ୟାରେ ଭିନ୍ନକ୍ଷମ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସୂଚନା ମିଳିଛି।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

କେରାଣ୍ଡି ଟାଙ୍ଗୀ ପଞ୍ଚାୟତରେ ରାଜନୈତିକ ଉଷ୍ମତା: ସରପଞ୍ଚଙ୍କ ପ୍ରେସମିଟରେ ଗୁରୁତର ଅଭିଯୋଗ
Aug 19, 2026•19 views

କେରାଣ୍ଡି ଟାଙ୍ଗୀ ପଞ୍ଚାୟତରେ ରାଜନୈତିକ ଉଷ୍ମତା: ସରପଞ୍ଚଙ୍କ ପ୍ରେସମିଟରେ ଗୁରୁତର ଅଭିଯୋଗ

ଟାଙ୍ଗୀ: ପଞ୍ଚାୟତ ନିର୍ବାଚନକୁ ଆହୁରି ଛଅ ମାସରୁ ଅଧିକ ସମୟ ବାକି ଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ରଣପୁର ବ୍ଲକ ଅଧୀନ କେରାଣ୍ଡି ଟାଙ୍ଗୀ ଗ୍ରାମ ପଞ୍ଚାୟତରେ ରାଜନୈତିକ ପରିବେଶ ଉଷ୍ଣ ହେବାରେ ଲାଗିଛି। ସମ୍ପ୍ରତି ଘଟିଥିବା ଏକ ମାଡ଼ପିଟ ଘଟଣାକୁ କେନ୍ଦ୍ର କରି ପଞ୍ଚାୟତରେ ରାଜନୈତିକ ତର୍ଜମା ଜୋର ଧରିଥିବାବେଳେ, ସୋମବାର ସରପଞ୍ଚ ପ୍ରଗତି ମହାପାତ୍ରଙ୍କ ପକ୍ଷରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସରପଞ୍ଚଙ୍କ କହିବା ଅନୁଯାୟୀ, ସମ୍ପ୍ରତି ଘଟିଥିବା ମାଡ଼ପିଟ ଘଟଣାରେ ତାଙ୍କ ସମର୍ଥକ କିମ୍ବା ଦଳର କୌଣସି ବ୍ୟକ୍ତି ସମ୍ପୃକ୍ତ ନାହାନ୍ତି। ବରଂ ତାଙ୍କ ସ୍ୱାମୀଙ୍କୁ ବିନା କାରଣରେ ଗାଳିଗୁଲଜ କରାଯିବା ସହ ଆକ୍ରମଣ କରାଯାଇଥିବା ନେଇ ସେ ଅଭିଯୋଗ କରିଥିଲେ। ସେହି ଘଟଣାକୁ ନେଇ ଚାନ୍ଦପୁର ଥାନାରେ ଦୁଇଟି ଅଭିଯୋଗ ରୁଜୁ ହୋଇଥିବା ସୂଚନା ମଧ୍ୟ ଦିଆଯାଇଛି। ପ୍ରେସମିଟରେ ସରପଞ୍ଚ ପ୍ରଗତି ମହାପାତ୍ର ଅଭିଯୋଗ କରି କହିଥିଲେ ଯେ, ସେ ଜଣେ ମହିଳା ସରପଞ୍ଚ ହୋଇଥିବାରୁ ପଞ୍ଚାୟତର କିଛି ବିରୋଧୀ ଗୋଷ୍ଠୀ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଏହାର ପ୍ରଭାବରେ ପଞ୍ଚାୟତର ଏକ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉନ୍ନୟନ କାର୍ଯ୍ୟ ଅଟକି ରହିଥିବା ସେ ଦାବି କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁବର୍ଣ୍ଣ କୁମାର ସିଂହ, ଜିଲ୍ଲା ଉପସଭାପତି ନିର୍ମଳ କୁମାର ମତଗଜ ସିଂହ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବେଣୁଧର ରଣା, ମଣ୍ଡଳ ସଭାପତି ଅକ୍ଷୟ ସାହୁ ଏବଂ ଯୁବ ନେତା ଅଭିଜିତ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରେସମିଟରେ ଉପସ୍ଥିତ ବିଜେପି ନେତାମାନେ ପଞ୍ଚାୟତରେ ଚାଲିଥିବା ବିବାଦର ନିରପେକ୍ଷ ତଦନ୍ତ କରିବା ସହ ପ୍ରଶାସନ ତ୍ୱରିତ ପଦକ୍ଷେପ ନେବାକୁ ଦାବି କରିଥିଲେ। ଉଲ୍ଲେଖଯୋଗ୍ୟ, ମାଡ଼ପିଟ ଘଟଣା ସମ୍ପର୍କରେ ସରପଞ୍ଚ ଏବଂ ତାଙ୍କ ସମର୍ଥକଙ୍କ ପକ୍ଷରୁ ଏହି ଅଭିଯୋଗ କରାଯାଇଥିବାବେଳେ, ସମିତି ସଭ୍ୟ କିମ୍ବା ତାଙ୍କ ପକ୍ଷର ପ୍ରତିକ୍ରିୟା ମିଳିପାରିନାହିଁ। ମାମଲାର ତଦନ୍ତ ଚାଲିଥିବାରୁ ଘଟଣାର ପ୍ରକୃତ ସତ୍ୟତା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

Khordha (ଖୋର୍ଦ୍ଧା) • ରିପୋର୍ଟ: ଯଦୁମଣି ବେହେରା | ଟାଙ୍ଗୀ, ଖୋର୍ଦ୍ଧା

ଗୋତମରା କୁଣ୍ଢେଶ୍ୱର ଶିବ ମନ୍ଦିରରେ ବିଶ୍ୱଶାନ୍ତି ମହାଯଜ୍ଞ
Aug 19, 2026•133 views

ଗୋତମରା କୁଣ୍ଢେଶ୍ୱର ଶିବ ମନ୍ଦିରରେ ବିଶ୍ୱଶାନ୍ତି ମହାଯଜ୍ଞ

ବଅଁରପାଳ: ବଅଁରପାଳ ବ୍ଲକ୍ ଗୋତମରା ପଞ୍ଚାୟତସ୍ଥିତ କୁଣ୍ଢେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱଶାନ୍ତି ମହାଯଜ୍ଞ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ସକାଳେ ଦୁଡିଆ ପୋଖରୀରୁ ଭବ୍ୟ କଳସ ଶୋଭାଯାତ୍ରା ହୋଇଥିବା ବେଳେ ପରେ ସୂର୍ଯ୍ୟ ପୂଜା, ମଙ୍ଗଳ ଆଳତୀ ଓ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଯଜ୍ଞର ପୂର୍ଣ୍ଣାହୂତି ପଡ଼ିଥିଲା। ଶ୍ରୀ ସତ୍ୟବାନ୍ ବରାହ ଓ ଶ୍ରୀମତୀ କୁମୁଦିନୀ ବରାହ କର୍ତ୍ତା-କର୍ତ୍ତ୍ରୀ ଭାବେ ଯଜ୍ଞରେ ଦାୟିତ୍ୱ ନିର୍ବାହ କରିଥିଲେ। ପଣ୍ଡିତ ବିଘ୍ନେଶ୍ୱର ମିଶ୍ର, ହରମୋହନ ପଣ୍ଡା, ଚିତ୍ତରଞ୍ଜନ ପଣ୍ଡା ଓ ଶରତ ଚନ୍ଦ୍ର ମହାପାତ୍ର ବୈଦିକ ରୀତିନୀତି ସମ୍ପାଦନ କରିଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଏକତରଫା ପ୍ରେମର କରୁଣ ପରିଣତି: ଘରେ ପଶି ପରିବାରକୁ ଭୁଜାଲିରେ ଆକ୍ରମଣ, ଯୁବକ ଅଟକ
Aug 19, 2026•17 views

ଏକତରଫା ପ୍ରେମର କରୁଣ ପରିଣତି: ଘରେ ପଶି ପରିବାରକୁ ଭୁଜାଲିରେ ଆକ୍ରମଣ, ଯୁବକ ଅଟକ

ଔପଦା ଥାନା ଅନ୍ତର୍ଗତ ତଳକିଆ ଗ୍ରାମ ପଞ୍ଚାୟତର ପାଟପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକତରଫା ପ୍ରେମକୁ କେନ୍ଦ୍ର କରି ଜଣେ ଯୁବକ ଏକ ପରିବାର ଉପରେ ସଂଘାତିକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଖଇରା ବ୍ଲକ ଗଣ୍ଠିବେଡ଼ ଅଞ୍ଚଳର ପୃଥ୍ୱୀରାଜ କର ନାମକ ଜଣେ ଯୁବକ ପାଟପୁର ଗ୍ରାମର ଏକ ପରିବାର ଘରେ ଜବରଦସ୍ତି ପଶି ପରିବାର ସଦସ୍ୟଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ରକ୍ତାକ୍ତ ସଂଘର୍ଷରେ ପରିବାରର ବାପା ଓ ପୁଅ ଗୁରୁତର ଭାବେ ଆହତ ହୋଇଥିବା ବେଳେ ମା’ ଏବଂ ଝିଅ ମଧ୍ୟ ଆହତ ହୋଇଛନ୍ତି। ଘଟଣା ସମୟରେ ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ସେଠାରେ ପହଞ୍ଚିଥିଲେ ଏବଂ ଅଭିଯୁକ୍ତ ଯୁବକକୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ପରେ ଔପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକକୁ ଅଟକ ରଖିଛି। ଅନ୍ୟପଟେ ସମସ୍ତ ଆହତମାନଙ୍କୁ ପ୍ରଥମେ ଔପଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ପରବର୍ତ୍ତୀ ଚିକିତ୍ସା ପାଇଁ ସୋର ଓ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ବର୍ବରକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଖେଳିଯାଇଛି। ପୋଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି।

Balasore (ବାଲେଶ୍ୱର) • ରିପୋର୍ଟ୍: ପ୍ରଭାତ କୁମାର ବାରିକ, ବାଲେଶ୍ଵର

ଖୋଲାରେ ଅଳିଆ ପକାଇଲେ ୧,୦୦୦ ଟଙ୍କା ଜରିମାନା :ଭୁବନେଶ୍ୱରରେ BMCର କଡ଼ା କଟକଣା, ସଫେଇ ଗାଡ଼ିକୁ ଅଳିଆ ଦେବା ବାଧ୍ୟତାମୂଳକ
Aug 19, 2026•20 views

ଖୋଲାରେ ଅଳିଆ ପକାଇଲେ ୧,୦୦୦ ଟଙ୍କା ଜରିମାନା :ଭୁବନେଶ୍ୱରରେ BMCର କଡ଼ା କଟକଣା, ସଫେଇ ଗାଡ଼ିକୁ ଅଳିଆ ଦେବା ବାଧ୍ୟତାମୂଳକ

ରାଜଧାନୀ ଭୁବନେଶ୍ୱରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ନୂଆ କଡ଼ା ନିୟମ ଲାଗୁ କରାଯାଇଛି। ଏଣିକି ଖୋଲାରେ, ରାସ୍ତାଘାଟ, ଗଳିକନ୍ଦି କିମ୍ବା ସର୍ବସାଧାରଣ ସ୍ଥାନରେ ଅଳିଆ-ଆବର୍ଜନା ପକାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। BMCର “ଆମ ସହର, ଆମ ଗର୍ବ” ଅଭିଯାନ ଅଧୀନରେ ଏହି ନିୟମକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯାଉଛି। ନୂଆ ବ୍ୟବସ୍ଥା ଅନୁଯାୟୀ ନାଗରିକମାନେ ଯେଉଁଠି ସେଠି ଅଳିଆ ଫିଙ୍ଗିବା ପରିବର୍ତ୍ତେ କେବଳ BMCର ଘରକୁ ଘର ବୁଲୁଥିବା ସଫେଇ ଗାଡ଼ିକୁ ହିଁ ଅଳିଆ ପ୍ରଦାନ କରିବେ। ଏହାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଜରିମାନା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି BMC ସ୍ପଷ୍ଟ କରିଛି। ସହରବାସୀଙ୍କୁ ସଚେତନ କରିବା ପାଇଁ BMC ପକ୍ଷରୁ ବିଭିନ୍ନ ସାହି, ଗଳି ଓ ପ୍ରମୁଖ ରାସ୍ତାରେ ସଚେତନତା ପୋଷ୍ଟର ଲଗାଯାଇଛି। ଏଥିରେ ଖୋଲାରେ ଅଳିଆ ନ ପକାଇବା ଏବଂ ସଫେଇ ଗାଡ଼ିକୁ ହିଁ ବର୍ଜ୍ୟ ପ୍ରଦାନ କରିବାକୁ କଡ଼ା ଚେତାବନୀ ଦିଆଯାଇଛି। BMCର ଏହି ପଦକ୍ଷେପ ସହରର ପରିବେଶ ସୁରକ୍ଷା, ପରିମଳ ବ୍ୟବସ୍ଥାର ଉନ୍ନତି ଏବଂ ସ୍ୱଚ୍ଛ ଭୁବନେଶ୍ୱର ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି କୁହାଯାଉଛି।

Bhubaneswar (ଭୁବନେଶ୍ୱର) • Sushant Mahakud

ରାଜକନିକା ଥାନା  Iic ଙ୍କ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖୁଲା ଖାଦ୍ୟ ବଣ୍ଟନ
Aug 19, 2026•185 views

ରାଜକନିକା ଥାନା Iic ଙ୍କ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖୁଲା ଖାଦ୍ୟ ବଣ୍ଟନ

ବୈତରଣୀ ନଦୀରେ ରେ ତୃତୀୟ ଥର ବନ୍ୟା ଆସିବା ଫଳରେ ଏବେ ନଦୀ କୁଳିଆ ଗାଁର ଲୋକେ ବନ୍ୟା ପାଣିରେ ବନ୍ଦୀ ହୋଇ ରହି ଥ‌ିବା ବେଳେ ବିପନ୍ନଙ୍କୁ ସହାୟତାରେ ହାତ ବଢ଼ାଇଛି ରାଜକନିକା ଥାନା ତେବେ ବୈତରଣୀ ଗୀ ନଦୀରେ ନଦୀ ତୃତୀୟ ଥର ବନ୍ୟା ଆସିବା ପରେ ରାଜକନିକା ବ୍ଲକ ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ କୌଣସି ସହାୟତା ନ ମିଳିଥୁବା ବେଳେ ରାଜକନିକା ଥାନା ପକ୍ଷରୁ ଦୁଇଦିନ ହେବ ଶୁଖୁଲା ଖାଦ୍ୟ ସହିତ ପାଣି ବାଣ୍ଟିବାର ନଜର ଆସିଛି ଖବର ମୁତାବକ ରାଜକନିକା ବ୍ଲକ ସାନ ହଳୁପଡା ବାଲିସାହି ଗାଁ ରେ ଗତକାଲି ପ ପଚାଶ ପରିବାରଙ୍କୁ ଭେଟି ସେମାନଙ୍କର ଦୁଃଖ ସମୟରେ ସହାୟତା ଓ ଆଜି ବାରହା ରହାଦୋମାଣ୍ଡା ପଞ୍ଚାୟତର କନପୁର ଗାଁ ର ପାଖାପାଖୂ ଖୂ ଶହେ ପରିବାରଙ୍କୁ ଭେଟି ଶୁଖୁଲା ଖାଦ୍ୟ ବାଣ୍ଟିବାର ନଜରକୁ ଆସିଛି ରାଜକନିକା ଥାନ ଥାନା ଅଧୂକାଟ ନାରୀ ସଞ୍ଜୟ କୁମାର ମଲିକ ତାଙ୍କର ସହପାଠୀ ମାନଙ୍କୁ ନେଇ କେଉଁଠି ଅଣ୍ଟାଏ ପାଣି ଭିତରେ ବିପନଙ୍କୁ ଭେଟୁଛନ୍ତି ତ କେଉଁଠି ଡ଼ଙ୍ଗା ସାହାଯ୍ୟରେ ଲୋକ ମାନଙ୍କୁ ଭେଟି ସେମାନଙ୍କର କୋହଭରା କଥାରେ ସମବେଦନା ଦେଉଛନ୍ତି ବିପନ୍ନଙ୍କ ବିପଦ ସମୟରର ଦେବଦୂତ ସାଜିଥିବା ଥାନା ଅଧିକାରୀଙ୍କୁ ରାଜକନିକାର ସମସ୍ତ ବୁଦ୍ଧିଜୀବୀ, ଯୁବସମାଜ ଏବଂ ବରିଷ୍ଠଙ୍କ ମହଲରୁ ସୂବେଚ୍ଛା ସୁଅ ଛୁଟିଛି ।

Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ -ଦିଲ୍ଲୀପ ପରିଡା, ରାଜକନିକା

ସୁରତରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ଗାଁରେ ଶୋକାକୁଳ ପରିବେଶ, ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ
Aug 19, 2026•16 views

ସୁରତରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ଗାଁରେ ଶୋକାକୁଳ ପରିବେଶ, ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ

ସୁରତକୁ ଦାଦନ ଖଟିବାକୁ ଯାଇଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଖରିଡ଼ା ଗାନ୍ଧୀନଗର ସାହିର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକଜଣକ ହେଉଛନ୍ତି ୪୫ ବର୍ଷୀୟ ନିରବେହେରା।ମିଳିଥିବା ସୂଚନା ଅନୁଯାୟୀ, ନିର ସୁରତରେ କାର୍ଯ୍ୟ କରୁଥିବା ସମୟରେ ହଠାତ୍ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁଇ ଦିନ ତଳେ ସେ ନିଜ ପୁଅ ସହ ଭିଡିଓ କଲ୍‌ରେ କଥାବାର୍ତ୍ତା ହୋଇ ଶୋଇବାକୁ ଯାଇଥିଲେ। କିନ୍ତୁ ସକାଳେ ତାଙ୍କର ମୃତ୍ୟୁ ଖବର ପହଞ୍ଚିବା ପରେ ପରିବାର ତଥା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।ଆଜି ସକାଳେ ମୃତ ନିରବେହେରାଙ୍କ ଶବ ତାଙ୍କ ନିଜ ଗ୍ରାମରେ ପହଞ୍ଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହି ଦୁଃଖଦ ସମୟରେ ହିଞ୍ଜିଳିକାଟୁ ବିଡିଓ ସାଗରିକା ଷଡ଼ଙ୍ଗୀ ଏବଂ ଅତିରିକ୍ତ ତହସିଲଦାର ସୁରଜ ନାୟକ ମୃତକଙ୍କ ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହାସହ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି।

Ganjam (ଗଞ୍ଜାମ) • ବିଜଯାନନ୍ଦ ତ୍ରିପାଠୀ

ତାଳଚେରରେ ଏଆଇଟିୟୁସିର ୧୪ତମ ରାଜ୍ୟ ସମ୍ମିଳନୀ ପ୍ରସ୍ତୁତି ବୈଠକ
Aug 19, 2026•72 views

ତାଳଚେରରେ ଏଆଇଟିୟୁସିର ୧୪ତମ ରାଜ୍ୟ ସମ୍ମିଳନୀ ପ୍ରସ୍ତୁତି ବୈଠକ

ତାଳଚେର: ତାଳଚେର ଭରତପୁରସ୍ଥିତ କୋଲ୍ ମାଇନିଙ୍ଗ ଏମ୍ପ୍ଲୟିଜ ୟୁନିୟନ କାର୍ଯ୍ୟାଳୟରେ ଏଆଇଟିୟୁସିର ରାଜ୍ୟ କମିଟି ବୈଠକ ଜିଲ୍ଲା ସଭାପତି ପୁଷ୍ପାଞ୍ଜଳି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଆଗାମୀ ଅକ୍ଟୋବର ୩୧ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଦେଉଳବେଡ଼ା ଦୁର୍ଗା ମଣ୍ଡପ ପଡ଼ିଆରେ ଏଆଇଟିୟୁସିର ୧୪ତମ ରାଜ୍ୟ ସମ୍ମିଳନୀ ଆୟୋଜନ ନେଇ ବୈଠକରେ ପ୍ରସ୍ତୁତି ଆଲୋଚନା ହୋଇଥିଲା। ଏଆଇଟିୟୁସି ରାଜ୍ୟ ସମ୍ପାଦକ ବିଜୟ ଜେନାଙ୍କ ସୂଚନା ଅନୁସାରେ, ଉଦ୍‌ଘାଟନୀ ଦିନ ପ୍ରାୟ ୫ ହଜାର ଶ୍ରମିକ ଖୋଲା ଅଧିବେଶନରେ ଯୋଗଦେବେ। ତାଳଚେର ରେଳ ଷ୍ଟେସନ ଓ ବସ୍‌ଷ୍ଟାଣ୍ଡରୁ ଦୁଇଟି ଶୋଭାଯାତ୍ରା ବାହାରି ଖୋଲା ଅଧିବେଶନରେ ପହଞ୍ଚିବ। ଏଥିରେ ଏଆଇଟିୟୁସିର ସର୍ବଭାରତୀୟ ସଭାପତି ତଥା ପୂର୍ବତନ ସାଂସଦ ରମେନ୍ଦ୍ର କୁମାର ଓ ସମ୍ପାଦିକା ଅମରଜିତ୍ କୌର ଯୋଗଦେବେ। ରାଜ୍ୟ ସଭାପତି ଅଶୋକ ଦାସ ଅଧ୍ୟକ୍ଷତା କରିବେ। ତିନିଦିନିଆ ସମ୍ମିଳନୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୪୦୦ ଶ୍ରମିକ ପ୍ରତିନିଧି ଯୋଗଦେଇ ବିଭିନ୍ନ ଶ୍ରମିକ ସମସ୍ୟା ଓ ସାଙ୍ଗଠନିକ ବିଷୟରେ ଆଲୋଚନା କରିବେ। ବୈଠକରେ ବିଭିନ୍ନ ଶ୍ରମିକ ସଂଗଠନର ନେତା ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ବ୍ରଜନାଥପୁରରେ ଏସ୍‌ଏଚ୍‌ଜି ମହିଳାଙ୍କ ପାଇଁ ଉନ୍ନତ ସିଲେଇ ପ୍ରଶିକ୍ଷଣ
Aug 19, 2026•74 views

ବ୍ରଜନାଥପୁରରେ ଏସ୍‌ଏଚ୍‌ଜି ମହିଳାଙ୍କ ପାଇଁ ଉନ୍ନତ ସିଲେଇ ପ୍ରଶିକ୍ଷଣ

ତାଳଚେର: ମହିଳାଙ୍କ ଦକ୍ଷତା ବିକାଶ ଓ ସ୍ଥାୟୀ ଜୀବିକା ସୃଷ୍ଟି ଲକ୍ଷ୍ୟରେ ଏନ୍‌ଟିପିସି ତାଳଚେର ଥର୍ମାଲ୍‌ ପକ୍ଷରୁ ଉଷା ଇଣ୍ଟରନ୍ୟାସନାଲ୍‌ର ସହଯୋଗରେ ୨୫ ଦିନିଆ ଉନ୍ନତ ସିଲେଇ ଓ ଷ୍ଟିଚିଂ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ବ୍ରଜନାଥପୁର ଗ୍ରାମ ପଞ୍ଚାୟତର ୩୫ ଜଣ ମହିଳା ଏହି ପ୍ରଶିକ୍ଷଣରେ ସାମିଲ ହୋଇଛନ୍ତି। ସାଗରିକା ଲେଡିଜ୍‌ କ୍ଲବ୍‌ର ସଭାପତି ଶ୍ରୀମତୀ ବିଭା ଅଗ୍ରୱାଲ୍‌ ଏହାର ଔପଚାରିକ ଉଦ୍‌ଘାଟନ କରିଥିଲେ। ଉଷା ଇଣ୍ଟରନ୍ୟାସନାଲ୍‌ର ବିଶେଷଜ୍ଞ ପ୍ରଶିକ୍ଷକମାନେ ମହିଳା ପୋଷାକ ଓ ସ୍କୁଲ୍‌ ୟୁନିଫର୍ମ ତିଆରି ସହ ଆଧୁନିକ ସିଲେଇ କୌଶଳ ଶିଖାଇବେ। ଏହି ପ୍ରଶିକ୍ଷଣ ମାଧ୍ୟମରେ ମହିଳାମାନେ ନିଜ ଦକ୍ଷତା ବଢ଼ାଇ ଆୟକାରୀ କାର୍ଯ୍ୟ ସହ ଯୋଡ଼ି ହେବା ସହ ଆତ୍ମନିର୍ଭର ହୋଇପାରିବେ। ଏଥିପାଇଁ ଏନ୍‌ଟିପିସିକୁ ଧନ୍ୟବାଦ ଜଣାଇଛନ୍ତି ବ୍ରଜନାଥପୁର ସରପଞ୍ଚ ଶ୍ରୀ ନରେଶ କୁମାର ବେହେରା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା