--:--:--
-- ---
Srishti News

Web News

ଟ୍ରାକ୍ଟର ଧକ୍କାରେ ଦିବ୍ୟଙ୍ଗଙ୍କ ମୃତ୍ୟୁ
Mar 10, 2026244 views

ଟ୍ରାକ୍ଟର ଧକ୍କାରେ ଦିବ୍ୟଙ୍ଗଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପଥରା ଅଞ୍ଚଳରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଦିବ୍ୟଙ୍ଗ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଆଜି ପଥରା ନିକଟରେ ସମ୍ପୃକ୍ତ ଦିବ୍ୟଙ୍ଗ ବ୍ୟକ୍ତି ଜଣକ ରାସ୍ତା କଡ଼ରେ ଥିବା ବେଳେ ଏକ ଦ୍ରୁତଗାମୀ ଓ ଅନିୟନ୍ତ୍ରିତ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟାବହ ଥିଲା ଯେ ଘଟଣାସ୍ଥଳରେ ହିଁ ବ୍ୟକ୍ତିଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାରେ ଜଡିତ ଟ୍ରାକ୍ଟରକୁ ପୋଲିସ ଜବତ କରିଥିବା ବେଳେ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି। ଅନ୍ୟପଟେ, ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Ganjam (ଗଞ୍ଜାମ)କବିରାଜ ପାତ୍ର, ପଲିଟିକାଲ ଖଟି, ଓଡିଶା

ମା ବୈତରଣୀ ନିତ୍ୟ ଆଳତୀ ପାଇଁ ସାମ୍ବାଦିକ ସମ୍ମିଳନୀ
Mar 10, 2026155 views

ମା ବୈତରଣୀ ନିତ୍ୟ ଆଳତୀ ପାଇଁ ସାମ୍ବାଦିକ ସମ୍ମିଳନୀ

ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳର ଅଳତିରି ଶ୍ରୀପୀଠ ମା ଲକ୍ଷ୍ମୀ ମନ୍ଦିର ପରିସରରେ ମା ବୈତରଣୀଙ୍କ ନିତ୍ୟ ଆଳତୀ ଆୟୋଜନ ଉପଲକ୍ଷେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବାବା ଉଦୟନାଥ ପର୍ବତ ଯୋଗଦେଇ ମା ବୈତରଣୀଙ୍କ ନିତ୍ୟ ଆଳତୀ କେବେ ଓ କିପରି ଆରମ୍ଭ ହେବ ସେ ସମ୍ପର୍କରେ ବିସ୍ତାର ଆଲୋଚନା କରିଥିଲେ। ସୂଚନା ଅନୁଯାୟୀ, ଆସନ୍ତା ଚୈତ୍ର ମାସର ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି, ଅର୍ଥାତ ୨୬ ତାରିଖରୁ ବୈତରଣୀ ନଦୀ କୂଳରେ ପ୍ରତ୍ୟେହ ମା ବୈତରଣୀଙ୍କ ନିତ୍ୟ ଆଳତୀ ଆରମ୍ଭ ହେବ। ଏହି ଆଳତୀ ମାଧ୍ୟମରେ ମା ବୈତରଣୀଙ୍କ ମହିମା ପ୍ରଚାର ପାଇବା ସହ ଭକ୍ତମାନେ ପ୍ରତିଦିନ ମାଙ୍କ ଦର୍ଶନ ଓ ପୂଜାର ସୁଯୋଗ ପାଇବେ ବୋଲି ବାବା ଉଦୟନାଥ ପର୍ବତ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଭ୍ରମରବର ବେହେରା, ରଘୁନାଥ ବେହେରା, ଅନନ୍ତ ବାସୁଦେବ ମିଶ୍ର, ଅଞ୍ଜନ ମିଶ୍ର, କାର୍ତ୍ତିକ ପଢ଼ିହାରି, ସୁରେଶ ମିଶ୍ର, ଶରତ ଦାସ, ରଘୁନାଥ ପଢ଼ିହାରି, ମହେଶ୍ୱର ବେହେରା, ଫକିର ଧଳ ଓ ଲମ୍ବୋଦର ମହାନ୍ତି ସହ ଅନେକ ଅତିଥି ଯୋଗଦେଇଥିଲେ।

Jajpur (ଯାଜପୁର)ବସନ୍ତ କୁମାର ମଲ୍ଲିକ, ପଲିଟିକାଲ ଖଟି, ଓଡିଶା

ଛାତ୍ରଙ୍କୁ ବ୍ଲଡ଼ କ୍ୟାନସର ଚିକିତ୍ସାରେ ଅର୍ଥ ବାଧକ
Mar 10, 2026201 views

ଛାତ୍ରଙ୍କୁ ବ୍ଲଡ଼ କ୍ୟାନସର ଚିକିତ୍ସାରେ ଅର୍ଥ ବାଧକ

ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ଗ୍ରାମର ୧୨ ବର୍ଷର ନାବାଳକ ବ୍ଲକ କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି। ନାବାଳକ ଜଣଙ୍କ ହେଲେ ପାଲୁର ପଦ୍ମପୁର ସାହିର ଦୟାନିଧି ବେହେରାଙ୍କ ପୁଅ ଚିନ୍ମୟ ବେହେରା। ବର୍ତ୍ତମାନ ଚିନ୍ମୟ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ତାଙ୍କ ଚିକିତ୍ସାରେ ବାଧକ ଅର୍ଥ ସାଜିଛି। ସେ ଜଣେ ମେଧାବୀ ଛାତ୍ର ଓ ନବୋଦୟ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି । ବାପା ଦୟାନିଧୂ ଜଣେ ମତ୍ସ୍ୟଜୀବୀ ଓ ମା' ସୁରଭି ଜଣେ ଗୃହିଣୀ । ଚିଲିକାରୁ ସେ ଯାହା ଆଦାୟ କରନ୍ତି ଦୁଇ ପିଲାଙ୍କ ପାଠପଢ଼ା ସହ ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ଦୈନିକ ୫୦ରୁ ୧୦୦ ଟଙ୍କା ବି ରୋଜଗାର ହେଉନଥିବା ଦୟାନିଧ୍ କହିଛନ୍ତି । ଏଭଳି ପରିସ୍ଥିତିରେ ଚିନ୍ମୟଙ୍କ ହଠାତ ଅସୁସ୍ଥ ଖବର ଶୁଣି ବ୍ରହ୍ମପୁର ଏମକେସିଜି ଓ ପରେ ସମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାକାର କିଛି ଲୋକଙ୍କ ପରାମର୍ଶ କ୍ରମେ ଭୁବନେଶ୍ବର ଏମ୍ସକୁ ନେଇ ଚିକିତ୍ସା କରୁଛନ୍ତି । ଚିନ୍ମୟଙ୍କ ଚିକିତ୍ସା ପାଇଁ ଋଣ କରି ଲକ୍ଷାଧୂକ ଟଙ୍କା ଖର୍ଚ ହେଲାଣି । ତଥାପି ସଂଘର୍ଷ କରି ବାପା ଦୟାନିଧି ଚିନ୍ମୟଙ୍କ ଚିକିତ୍ସା କରୁଛନ୍ତି। ଚିକିତ୍ସା ପାଇଁ ଅର୍ଥ ନଥିବାରୁ ପରିବାର ବର୍ଗ ଭାଙ୍ଗି ପଡିଛନ୍ତି। ଚିନ୍ମୟଙ୍କ ଚିକିତ୍ସା ପାଇଁ ଯଦି କେହି ସ୍ଵଇଚ୍ଛାରେ ଦାନ କରିବାକୁ ଚାହୁଁଛନ୍ତି ତା' ହେଲେ ଆକାଉଣ୍ଟ ନଂ ୩୪୦ ୪୦୩୬୧୫୭୧୨୦, ଆଇଏଫସି କୋଡ଼ ଏସବିଆଇଏନ୦୦୦୩୮୧୬ ଆକାଉଣ୍ଟ ହୋଲ୍ମର ଅଥବା ଚିନ୍ମୟଙ୍କ ମା' ସୁରଭି ବେହେରାଙ୍କ ଆକାଉଣ୍ଟ ନମ୍ବରକୁ ପଠାଇ ପାରିବେ। ବିଭିନ୍ନ ସାମାଜିକ ସଂଗଠନ, ଟ୍ରଷ୍ଟ, ଗଞ୍ଜାମ ଜିଲ୍ଲାପାଳ ଓ ସରକାର ଆର୍ଥିକ ସହାୟତା ଯୋଗାଇବା ପାଇଁ ଚିନ୍ମୟଙ୍କ ବାପା ମା' ପ୍ରାର୍ଥନା କରିଛନ୍ତି ।

Ganjam (ଗଞ୍ଜାମ)ଗୋବିନ୍ଦ ତ୍ରିପାଠୀ

୧୨ ବାଟାଲିୟନ ପକ୍ଷରୁ ସ୍ବାସ୍ଥ୍ୟ ଶିବିର
Mar 10, 2026163 views

୧୨ ବାଟାଲିୟନ ପକ୍ଷରୁ ସ୍ବାସ୍ଥ୍ୟ ଶିବିର

ନବରଙ୍ଗପୁର ସ୍ଥିତ ୧୨ ବଟାଲିୟନ ପକ୍ଷରୁ ୮୭ ବର୍ଷ ସିଆର୍‌ପିଏଫ ଦିବସ ଅବସରରେ ସ୍ବାସ୍ଥ୍ୟ ଶିବିର ଓ ରକ୍ତଦାନ ଶିବିର ୬ ତାରିଖରୁ ଆରମ୍ଭ ହୋଇଛି। ଯାହାକି ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ଉଚ୍ଚ ରକ୍ତଚାପ, ମଧୁମେହ, ମାନସିକ ସ୍ବାସ୍ଥ୍ୟ ଯାଞ୍ଚ, ପୁଷ୍ଟିକର କାଉନସେଲିଂ ସହ ମହିଳ। ଶିଶୁମାନଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ରକ୍ତଦାନ ଦାନ ଶିବିର ୧୨ ବାଟାଲିୟନ କ୍ୟାମ୍ପ ପରିସରରେ ଚାଲିଛି। ମୁଖ୍ୟ ଅତିଥ୍ ଭାବେ କମାଣ୍ଡାଣ୍ଟ ଏନ୍.କେ.କେ ପ୍ରସାଦ ଯୋଗଦେଇ ଶିବିର ଉଦଘାଟନ କପି କରିଥିଲେ। ଏହି ଅବସରରେ କମାଣ୍ଡ କମାଣ୍ଡାଣ୍ଟଙ୍କ ସହିତ ଆଇସି କ. ସିଂହ, ଅନୀଲ ଅଛି, ଡକ୍ଟର ମାଧବ, ଇନ୍ଦିପେକ୍ଟର ପି.କେ. ସାହୁଙ୍କ ସମେତ ସମସ୍ତ ଅଧିକାରୀ, ଯବାନ ଓ ଜନସାଧାରଣ ଉପସ୍ଥିତ ବ୍ୟକ୍ତିଙ୍କୁ ଯବାନମାନେ ପ୍ରମାଣପତ୍ର ଦେଉଛନ୍ତି।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ

ଆଜିଠାରୁ ଆଉଟ୍ ସୋସିଂ କର୍ମଚାରୀଙ୍କ ଗଣଧାରଣା
Mar 10, 2026176 views

ଆଜିଠାରୁ ଆଉଟ୍ ସୋସିଂ କର୍ମଚାରୀଙ୍କ ଗଣଧାରଣା

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବ୍ଲକରେ କାର୍ଯ୍ୟରତ ଆଉଟସୋସିଂ କର୍ମଚାରୀ ସୋମବାର ନନ୍ଦାହାଣ୍ଡି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ସମୁହ ଛୁଟିରେ ଯିବା ପାଇଁ ସେଥିରେ ଉଲ୍ଲେଖ ରହିଛି। ବ୍ଲକ କାର୍ଯ୍ୟାଳୟର ଅନେକ ସରକାରୀ କାର୍ଯ୍ୟ ଆଉଟସୋର୍ସିଂର କର୍ମଚାରୀଙ୍କ ଦ୍ବାରା କରାଯାଉଛି। ସେମାନଙ୍କର ଅନୁପସ୍ଥିତିରେ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସରକାରୀ କାର୍ଯ୍ୟ କିଭଳି ସମ୍ପାଦନ କରାଯିବ ବୋଲି ବିଡିଓ ସାହୁ କହିଛନ୍ତି। ବ୍ୟବସ୍ଥା ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀ ବର୍ଷ ବର୍ଷ ଧରି ସଫଳ ଓ ଗୁଣାତ୍ମକ ସେବା ଯୋଗାଇ ଆସୁଛନ୍ତି । ୨୪ ବର୍ଷ ବିଜେଡି ସରକାରରେ ସରକାରରେ ଥିବାବେଳେ ୩୯୭ ଆଉଟ୍‌ସୋସିଂ କର୍ମଚାରୀ ଛଟେଇ ହୋଇଥିଲେ। ଏହି ସମୟରେ ବିରୋଧୀ ଦଳରେ ଥିବା ଭାଜପା ଆଉଟସୋର୍ସିଂ କର୍ମଚାରୀଙ୍କ ନନ୍ଦାହାଣ୍ଡି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ ଦାବିପତ୍ର ଗ୍ରହଣ କରୁଛନ୍ତି। ଆନ୍ଦୋଳନ ସପକ୍ଷରେ ଏବେ କିନ୍ତୁ ଭାଜପା ସରକାର ଆସିବାର କହୁଛନ୍ତି। ମାସ ମଧ୍ୟରେ ୩୦୦୦ରୁ ଊର୍ଦ୍ଧ କର୍ମଚାରୀ ଛଟେଇ ହୋଇସାରିଲେଣି। କେନ୍ଦ୍ରୀୟ ଅନୁଦାନ ହ୍ରାସ ଯୋଗୁ ଏଭଳି ଛଟେଇ କରାଯାଉଥିବା ଅଧିକାରୀ ଛଟେଇ ହୋଇ ନିଜ ପରିବାର ପ୍ରତିପୋଷଣ ସଂଗ୍ରାମ କରୁଛନ୍ତି I ସୋମବାରଠାରୁ ଆଉଟ୍ ଉସୋସିଂ କର୍ମଚାରୀ ୩ ଦଫା ନେଇ ଭୁବନେଶ୍ୱରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେବେ ପାଇଁ ଦାବି ବୋଲି ମହାସଂଘ ପକ୍ଷରୁ ନିଷ୍ପଭି ହୋଇଛି। ଏ ନେଇ ଏକ ଦାବିପତ୍ର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି। କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ଦୀର୍ଘଦିନର ଅଭିଜ୍ଞତା ତା ଓ ସନ୍ତୋଷଜନକ ସେବାକୁ ବିଚାର କରି ଆଉଟ୍‌ସୋସିଂ କର୍ମଚାରୀଙ୍କୁ ସ୍ଥାୟୀ କପି କରିବା ଓ ତୃତୀୟ ପକ୍ଷ ଦ୍ବାରା ନିଯୁକ୍ତ ଆଉଟ୍‌ସୋସିଂ ଓ ଡେଲିୱେଜେସ ଭଳି ଦୁଇ ପ୍ରକାର ବ୍ୟବସ୍ଥାକୁ ଏକକରି ସମାନ ନ୍ୟାୟ ଦେବାକୁ ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ

ଉମରକୋଟରେ ମାଟ୍ରିକ ପରୀକ୍ଷା ମୂଲ୍ୟାଙ୍କନ କେନ୍ଦ୍ର
Mar 10, 2026164 views

ଉମରକୋଟରେ ମାଟ୍ରିକ ପରୀକ୍ଷା ମୂଲ୍ୟାଙ୍କନ କେନ୍ଦ୍ର

ଉମରକୋଟରେ ମାଟ୍ରିକ ପରୀକ୍ଷା ମୂଲ୍ୟାଙ୍କନ କେନ୍ଦ୍ର, ଏହି ଖବର ନବରଙ୍ଗପୁର ଜିଲ୍ଲା ଉମରକୋଟସ୍ଥିତ ପିଏମ ଶ୍ରୀ ନୋଡାଲ ସଦାଶିବ ସୁକୁମାର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ କେନ୍ଦ୍ର କରାଯାଇଛି। ଚଳିତ ବର୍ଷଠାରୁ ଏଠାରେ ଦଶମ ଶ୍ରେଣୀ ପରୀକ୍ଷା ଖାତା ଦେଖାଯିବ।ର ପ୍ରଚାର ହେବାପରେ ଶିକ୍ଷକଙ୍କ ମଧ୍ଯରେ ଖୁସି ଦେଖାଦେଇଛି। ସୋମବାର ସେମାନେ ଉମରକୋଟ ବିଧାୟକ ତଥା ବିଦ୍ୟାଳୟ ଓ ଓ ଗଣଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି। ଏହି ସମୟରେ ନବରଙ୍ଗପୁର ଜିଲ୍ଲା ଓଷ୍ଠା ସଭାପତି ବଂଶୀଧର ଭୂୟାଁ, ମିହିରକାନ୍ତ ଢାଲି, ସମ୍ପାଦକ ଜିଲା କାର୍ଯ୍ୟକାରୀ ଭାପତି ଦେବାଶିଷ ନନ୍ଦୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୁଲାଲ ବାରୋଇ, ଜିଲା ଯୁଗ୍ମ ସମ୍ପାଦକ ସୁବ୍ରତ । ଥିଲେ। ସୂଚନାନୁଯାୟୀ, ପୂର୍ବରୁ ବ୍ରତ ତ୍ରିପାଠୀ ପ୍ରମୁଖ । ଜିଲ୍ଲାର ସମସ୍ତ ହାଇସ୍କୁଲ ଶିକ୍ଷକ ନବରଙ୍ଗପୁର ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କରୁଥିଲେ। ଏହାଦ୍ବାରା ଖାତା ଦେଖାରେ ନିୟୋଜିତ ଶିକ୍ଷକଙ୍କ ଯିବା ଆସିବା ଓ ରହିବାରେ ସମସ୍ଯା ହେଉଥିଲା। ଚନ୍ଦାହାଣ୍ଡି, ରାଇଘର, ଝରିଗାଁ ବ୍ଲକର ଶିକ୍ଷକମାନେ ପ୍ରାୟ ୧୦୦ କିଲୋମିଟର ଦୂର ନବରଙ୍ଗପୁର ଯାଉଥିଲେ। ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଶିକ୍ଷକ ସଂଘ ଓଷ୍ଠା ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟା ନିତ୍ୟାନନ୍ଦ ଗଣ୍ଡ ଓ ଡିଇଓ ଛତ୍ରପତି ସାହୁଙ୍କୁ ଉମରକୋଟରେ ମୂଲ୍ୟାୟନ କେନ୍ଦ୍ର ସ୍ଥାପନ ପାଇଁ ଅନୁରୋଧ କରାଯାଇଥିଲା। ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଡିଇଓ ଉମରକୋଟରେ ପରୀକ୍ଷା କେନ୍ଦ୍ର ସପକ୍ଷରେ ପତ୍ର ପ୍ରଦାନ କରିଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ଅନୁମତି ମିଳିଛି। ପ୍ରକାଶ ଯେ, ଖାତା ଦେଖା ଚଳିତ ମାସ ମାର୍ଚ୍ଚ ୧୯ରୁ ଆରମ୍ଭହେବ। ଯାହା ୧୨ ଦିନ ଧରି ଚାଲିବ। ଏଥିପାଇଁ ବିଭିନ୍ନ ଊର୍ଦ୍ଧ ଶିକ୍ଷକ ନିୟୋଜିତ ହୋଇଛନ୍ତି। ହାଇ ହାଇସ୍କୁଲରୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇବାକୁ ଆସିଥିବା ଶିକ୍ଷକମାନେ।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ

ଅଭିଯୋଗ ଶୁଣାଣି, ହିତାଧିକାରୀଙ୍କୁ ସହାୟତା
Mar 10, 2026152 views

ଅଭିଯୋଗ ଶୁଣାଣି, ହିତାଧିକାରୀଙ୍କୁ ସହାୟତା

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ସୋମବାର ଜିଲ୍ଲାପାଳ ମହେଶ୍ଵର ସ୍ବାଇଁ ଏବଂ ଏସ୍‌ପି ମଡକର ସନ୍ଦୀପ ସମ୍ପଦଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦ ସିଡିଓ ବିରଞ୍ଚୁ ନାରାୟଣ ଦରୱାନ, ଉପଜିଲାପାଳ ପ୍ରକାଶ କୁମାର ମିଶ୍ର, ବିଡିଓ ମଧୁସୂଦନ ମାଝୀଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଜନ ଶୁଣାଣି ଶିବିରରେ ମୋଟ ୩୦ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୨ଟି ବ୍ୟକ୍ତିଗତ ଓ ୮ ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ଗୋଟିଏ ଅଭିଯୋଗର ତତ୍‌କ୍ଷଣାତ ସମାଧାନ କରାଯାଇଥିଲା। ସାମାଜିକ ସୁରକ୍ଷା ବିଭାଗ ତରଫରୁ ଚିହ୍ନଟ ଦିବ୍ୟାଙ୍ଗମାନଙ୍କୁ ୮ ହୁଇଲ ଚେୟାର ଓ ୨ଟି ଟ୍ରାଇ ସାଇକଲ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହ ସହାୟତା ପାଇଥିବା ହିତାଧିକାରୀମାନେ। ବିଭିନ୍ନ କାରଣରୁ ଅଙ୍ଗହୀନ ହୋଇଥିବା ୨ ଜଣ ଦିବ୍ୟାଙ୍ଗଙ୍କୁ କୁତ୍ରିମ ଅଙ୍ଗ ପ୍ରଦାନ ନିମନ୍ତେ ମାପ ନିଆଯାଇଛି। ସେଭଳି ବିଭିନ୍ନ କାରଣରୁ ଆହତ ଏବଂ ଅକ୍ଷମ ୧୩ଜଣ ରୋଗୀଙ୍କୁ ଉତ୍ତମ ଶାରୀରିକ ଚିକିତ୍ସା ନିମନ୍ତେ ଉନ୍ନତ ପୁନର୍ବାସ କେନ୍ଦ୍ରରେ ଯନ୍ତ୍ରଣା ଉପଶମ ଓ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ

ବ୍ୟକ୍ତିଗତ ଘରକାନ୍ଥରେ ସରକାରୀ ସୂଚନା ଫଳକ, ୯ ପଞ୍ଚାୟତର ୫ ଉନ୍ନ‌ୟନ କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ ରହିଛି, କାମରେ ଦୁର୍ନୀତି  ହୋଇଥିବା ଲୋକଙ୍କ ଅଭିଯୋଗ
Mar 10, 2026145 views

ବ୍ୟକ୍ତିଗତ ଘରକାନ୍ଥରେ ସରକାରୀ ସୂଚନା ଫଳକ, ୯ ପଞ୍ଚାୟତର ୫ ଉନ୍ନ‌ୟନ କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ ରହିଛି, କାମରେ ଦୁର୍ନୀତି ହୋଇଥିବା ଲୋକଙ୍କ ଅଭିଯୋଗ

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ଉନ୍ନୟନ କାର୍ଯ୍ୟକୁ ନେଇ ଉଠୁଥ‌ିବା ଅଭିଯୋଗ ଏବେ ସାଧାରଣ ଲୋକଙ୍କ ମନରେ ଗଭୀର ସନ୍ଦେହ ସୃଷ୍ଟି କରିଛି। ଧଣ୍ଡରା ଓ ମେଣ୍ଡ୍ରି ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ସୂଚନା ପଥରଲାସାର ଗାଁର ଜଣେ ବ୍ୟକ୍ତିଙ୍କ ଘର କାନ୍ଥରେ ଲେଖାଯାଇଛି। ଏହି ଘଟଣା ଦୁର୍ନୀତିର ଗନ୍ଧକୁ ଆଉ ଗାଢ଼ କରିଦେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ସରକାରୀ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ଉନ୍ନତି କରିବା ଲକ୍ଷ୍ୟ ରହିଥ‌ିବାବେଳେ, ଏପରି ଅନିୟମିତତା ଓ ଅଭିଯୋଗ ଲୋକମାନଙ୍କ ଆଶାକୁ ଆଘାତ ପହଞ୍ଚାଇଥିବା ବୁଦ୍ଧିଜୀବୀ ଆଲୋଚନା କରୁଛନ୍ତି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପଞ୍ଚାୟତରେ ରହିଛି ପଥରଲସା ଓ ପିତାକୁମୁଲି ଗାଁ । ୨୦୨୪ - ୨୫ରେ ପଥରଲସା ପ୍ରାଥମିକ ବିଦ୍ୟାଳୟର ମରାମତି ପାଇଁ ଏକ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।ସେହିଭଳି ଭଳି ସାମୁହିକ ଡ୍ରେନ ସଫେଇ ପାଇଁ ହଜାର ଟଙ୍କା ଖର୍ଚ୍ଚ ପଥରଲାସା ଗାଁର ଏକ ବ୍ୟକ୍ତିଗତ ଘର କାନ୍ଥରେ ଲେଖାଯାଇଥିବା ସୂଚନା ଫଳକ । ପଞ୍ଚାୟତର ପିତାକୁମୁଲି କରାଯାଇଛି । ଉକ୍ତ ପଞ୍ଚାୟତ ଗାଁରେ ସାମୁହିକ ସଫେଇ ପାଇଁ ୫ଦଶ ଅର୍ଥ କମିଶନରୁ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ବ୍ଲକର ମେଷ୍ଟ୍ରି ପଞ୍ଚାୟତ ସ୍ଥାୟତ ପ୍ରାଥମିକ ବିଦ୍ୟାଳୟର ମରାମତି ପାଇଁ ୧ ଲକ୍ଷ ୫୧ ହଜାର ଟଙ୍କା ଖର୍ଜ କରାଯାଇଥିବା ପଥରଲାସାର ଗାଁର ଜଣେ ବ୍ୟକ୍ତିଙ୍କ ଘର କାନ୍ଥରେ ଲେଖାଯାଇଛି। ଏହା ବ୍ୟତୀତ ଆଉ ଦୁଇଟି ସୂଚନା ଫଳକରେ ଯାହା ଉଲ୍ଲେଖ କରାଯାଇଛି ତାହା ସ୍ପଷ୍ଟ ଦେଖାଯାଉନାହିଁ। ଉକ୍ତ ଫଳକରେ ବିଭିନ୍ନ ରଙ୍ଗ ବୋଳି ଦିଆଯାଇଛି। ନିୟମାନୁଯାୟୀ ଯେଉଁଠାରେ କାମ ହେବ ସେଠାରେ ହିଁ ସୂଚନା ଫଳକ ଲାଗିବ। ଏନେଇ ୫ଶହ ଟଙ୍କାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ବିଲ ହୋଇଥାଏ । ଜଣେ ବ୍ୟକ୍ତିଙ୍କ ଘର କାନ୍ଥରେ ଦୁଇଟି ପଞ୍ଚାୟତ ବୋଲି ତେବେ ଫଳକ ଲେଖା ହୋଇଥ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ କରିବା ଦୁର୍ନୀତିକୁ ସାମ୍ନାକୁ ଆଣୁଛି ବୁଦ୍ଧିଜୀବୀ ଅଭିଯୋଗ କରୁଛନ୍ତି। ହୋଇଥିଲେ ମଧ୍ୟ ଅଭିଯୋଗ ହେଉଛି ଯେ ମୂଳତଃ ସେହି କାମ କରାଯାଇନାହିଁ I କାମ ନ ହୋଇ ବିଲ୍ ହୋଇଥିବା କଥା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକମାନେ ଆହୁରି ପ୍ରଶ୍ନ ଉଠାଇଛନ୍ତି ଯେ, କାମ ସତରେ ହୋଇଥିଲେ ଠିକ୍ ସ୍ଥାନରେ ଫଳକ ଲେଖାଯାଇଥାନ୍ତା। ଠିକାଦାର ଓ ବିଭାଗୀୟ କର୍ମଚାରୀ ଏକାଠି ହୋଇ ଉନ୍ନୟନ ନାମରେ ଅର୍ଥ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି । ଲୋକଙ୍କ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଏହା ଗ୍ରାମ ଉନ୍ନୟନ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇବାକୁ ଯଥେଷ୍ଟ ବୋଲି ବୁଦ୍ଧିଜୀବୀ କହିଛନ୍ତି। ଗ୍ରାମାଞ୍ଚଳର ଉନ୍ନତି ପାଇଁ ସରକାର ପ୍ରତିବର୍ଷ ବ୍ୟାପକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ଠିକ୍ ଭାବରେ ଖର୍ଚ୍ଚ ନ ହେଲେ ସରକାରଙ୍କ ଲକ୍ଷ୍ୟ ଅଧୁରା ରହିଯିବ। ଏପରି ଘଟଣା ସରକାରୀ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥାକୁ ଦୁର୍ବଳ କରିଦେବ। ଏହାର ନିରପେକ୍ଷ ତଦନ୍ତ ଅତ୍ୟାବଶ୍ୟକ। ଯଦି କାମ ନହୋଇ ବିଲ୍ ହୋଇଥିବା ଅଭିଯୋଗ ସତ୍ୟ ଥାଏ, ତେବେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ଏ ନେଇ ବିଡିଓ କ୍ଷୀରୋଦ କୁମାର ସାହୁଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରି ଏଥିରେ ସତ୍ୟତା ଥିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Nabarangpur (ନବରଙ୍ଗପୁର)GOVIND TRIPATHY (POLITICAL KHATI)

ମଣ୍ଡି ଅବ୍ୟବସ୍ଥାର ଫାଇଦା ନେଉଛନ୍ତି ଛତିଶଗଡ଼ ଦଲାଲ
Mar 10, 2026151 views

ମଣ୍ଡି ଅବ୍ୟବସ୍ଥାର ଫାଇଦା ନେଉଛନ୍ତି ଛତିଶଗଡ଼ ଦଲାଲ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଧାନ ମଣ୍ଡି ଆରମ୍ଭରୁ ଚାଷୀ ହୀନସ୍ତା ହେଉଛନ୍ତି। କଟନିଛଟନି ବାରଣ ସତ୍ତ୍ବେ ମିଲରଙ୍କୁ କଟନୀ ବାବଦକୁ ୪ ରୁ ୭ କେଜି ଧାନ ଦେବାକୁ ଚାଷୀ ରାଜି ହେଲେ। ତଥାପି ମଣ୍ଡିରୁ ନିୟମିତ ଧାନ ଉଠୁନି I ବ୍ଳକର ବିଭିନ୍ନ ମଣ୍ଡିରେ ପ୍ରାୟ ଲକ୍ଷରୁ ଉର୍ଦ୍ଧ ବସ୍ତା ପଡ଼ି ରହିଛି I ପ୍ରାୟ ୪ମାସ ତଳେ ମଣ୍ଡି ଆରମ୍ଭସମୟର ଧାନ ମଧ୍ୟ ଏବେ ଯାଏ ପଡ଼ି ରହିଛି। ଓଡ଼ିଶାରେ ମଣ୍ଡିର ଅବ୍ୟବସ୍ଥାକୁ ନେଇ ଛତିଶଗଡ଼ ଦଲାଲ୍ ସକ୍ରୀୟ ଅଛନ୍ତି। ଚାଷୀଙ୍କଠାରୁ କମ୍ ଦରରେ ନଗଦ ଟଙ୍କା ଦେଇ ଧାନ ଛତିଶଗଡ଼ ଚାଲାଣ କରାଯାଉଛି । ସେମାନଙ୍କ ପାଇଁ କୌଣସି ପ୍ରତିବନ୍ଧକ ନାହିଁ I ପ୍ରଶାସନ ପକ୍ଷରୁ ଓଡ଼ିଶା ସୀମାରେ ତନଖ୍ ଫାଟକ ଲାଗିବା ନିୟମ ଥିଲେ ମଧ୍ୟ ସବୁ ସୀମା ମୁକୁଳା ପଡ଼ିଛି। ପ୍ରଶାସନିକ ଅଧିକାରୀଙ୍କୁ ଅନେକ ଗୁହାରି ପରେବି କେହି ଶୁଣୁନ ଥିବାରୁ ଏବେ ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକର ୬ ମଣ୍ଡିରୁ ବର୍ତ୍ତମାନ ସୁଦ୍ଧା ନିୟମିତ ଧାନ ଉଠିପାରୁନି। ଚନ୍ଦାହାଣ୍ଡି ବ୍ଳକର ଧୋଡ଼ିପାଣି, ଚିଲିଗାଁ, କୋଇଲିମୁଣ୍ଡା, ପୂଜାରିଗୁଡ଼ା, ଚନ୍ଦାହାଣ୍ଡି ଓ ଶରଧାପୁର୍ ମଣ୍ଡିରେ ୩୭୮ଟି ଚାଷୀଙ୍କ ୫୫ ହଜାର ବସ୍ତା ଧାନ ପଡ଼ିରହିଛି। ବିଭିନ୍ନ ମଣ୍ଡିରେ ଚାଷୀଙ୍କଠାରୁ ଜାନୁଆରୀ ୧୭ରେ କିଣା ଯାଇଥିବା ଧାନ ୩ ମାସ ହେବ ଖୋଲା ଆକାଶ ତଳେ ପଡ଼ିରହିଛି। ଖରାରେ ପଡ଼ିରହିବା ଯୋଗୁ ଚାଷୀଙ୍କ ଧାନ ଓଜନ କମିବା ସହ ଉଚ୍ଚ ହୁଙ୍କା ମାରୁଛି। ମଣ୍ଡିରେ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଓଜନ ନ ହୋଇ ଖୋଲା ଆକାଶ ତଳେ ପଡ଼ିରହିଥିବା ସେମାନେ ଅଭିଯୋଗ କରିଛନ୍ତି । ବାହାରେ ପଡ଼ି ଧାନର ଓଜନ କମୁଛି। ଗତ ଦିନରେ କୋଇଲିମୁଣ୍ଡା ମଣ୍ଡିରେ ଲ୍ୟାମ୍ପସ୍, ଆର୍‌ଏମ୍‌ସି କର୍ମଚାରୀଙ୍କ ସହ ମିଲରଙ୍କୁ ଅଟକ ରଖ୍ ଚାଷୀ ଧାରଣାରେ ବସିଥିଲେ। ତଥାପି ମଧ୍ଯ ଧାନ କିଣା ହେଲାନି । ଟୋକନ୍ ଅବଧି ସରି ଆସୁଥିବା ସହ ଚାଷୀଙ୍କ ଆଖ୍ ସ୍କାନ୍ ହେଉ ନ ଥିବାରୁ ଅନେକ ଚାଷୀ ଧାନ ବିକ୍ରୀକୁ ନେଇ ଆଶଙ୍କାରେ ଅଛନ୍ତି। ସରକାର କଟନିଛଟନିକୁ ବାରଣ କରୁଛନ୍ତି। ମିଲର୍ସ ଚାଷୀଙ୍କୁ ୪ ରୁ ୬ କେଜି କର୍ଟୁନି ଛନ ବାବଦକୁ ଦେଲେ ଧାନ ଉଠେଇବେ ବୋଲି କହୁଛନ୍ତି । ସେଥିରେ ରାଜି ହେଲେ ମଧ୍ୟ ଧାନ ଉଠୁନ ଥିବା ଚାଷୀ କହିଛନ୍ତି। ଏହା ବ୍ୟତିତ ଆଉ ଏକ ସମସ୍ୟା ରହିଛି। ଧାନ ବିକ୍ରି ମାସ ମାସ ବିତିଯାଇଥିଲେ ସୁଦ୍ଧା ଚାଷୀ ଏହାର ଟଙ୍କା ପାଇନାହାନ୍ତି I ଚାଷୀଙ୍କ ଧାନ ନିୟମିତ ଉଠେଇବା ପାଇଁ ସରକାଙ୍କ କଡ଼ା ନିର୍ଦ୍ଦେଶ ଦେଇ ଥିବାବେଳେ ଯୋଗାଣ ବିଭାଗ ଅଧିକାରୀ ସରକାରଙ୍କ ବୋଲି ମାନୁ ନ ଥିବା ଚାଷୀ ଅଭିଯୋଗ କରିଛନ୍ତି। ବ୍ଳକର ଖୋଲାରେ ପଡ଼ିରହିଛି ହଜାର କୁଇଣ୍ଟାଲ ଧାନ । ନଗଦରେ ଅଳ୍ପ ଟଙ୍କା ଦେଇ ଓଡ଼ିଶାରୁ କିଣିନେଉଛତ୍ତି ସମସ୍ୟା ସମାଧାନ ନ ହେଲେ ଚାଷୀଙ୍କ ଆନ୍ଦୋଳନ ଚେତାବନୀ ଅନେକ ମଣ୍ଡିରେ ଖୋଲା ଆକାଶ ତଳେ ଧାନ ପଡ଼ିଥିବାରୁ ତୁରନ୍ତ ଧାନ କିଣିବାକୁ ଚାଷୀ ଦାବି କରିଛନ୍ତି । ଯୁଦ୍ଧକାଳୀନ ଭିତରେ ଚାଷୀଙ୍କ ଧାନ ନ ଉଠିଲେ ଆନ୍ଦୋଳନ ଭୟଙ୍କର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି। ଏ ଦିଗରେ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଶ୍ୟାମସୁନ୍ଦର ମାଝୀ, ଅକାଳୁ ଚରଣ ଜାଲି, ଶ୍ୟାମଘନ ବେମାଲ, ବିସିକେଶନ ନିଆଲ, ଗଗନେ ନିୟାଲ ପ୍ରମୁଖ ଦାବି କରିଛନ୍ତି। ମଣ୍ଡିରୁ ଧାନ ଉଠିବା ସମସ୍ୟା ନେଇ ଜିଲାପାଳ ମହେଶ୍ବର ସ୍ବାଇଁଙ୍କୁ ପଚାରିବାରୁ ଚନ୍ଦାହାଣ୍ଡିରେ ଘାଟିରାସ୍ତା ଥିବାରୁ ଧାନ ଉଠିପାରୁନି । ୫ଦିନ ଭିତରେ ସବୁ ଧାନ ଉଠାଯିବ ବୋଲି ସେ କହିଛନ୍ତି ।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ

ଅତାବିରାରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ଅଞ୍ଚଳରେ ଆତଙ୍କ
Mar 10, 2026177 views

ଅତାବିରାରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ଅଞ୍ଚଳରେ ଆତଙ୍କ

ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଅନ୍ଧାରୀପାଲି ଗ୍ରାମରେ ଆଜି ଭୋର ସମୟରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତକଙ୍କ ପରିଚୟ ଅନ୍ଧାରୀପାଲି ଗ୍ରାମର ବେଣୁଧର ଛୁରିଆ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ବେଣୁଧର ଛୁରିଆ ଆଜି ଭୋରୁ ଗ୍ରାମ ନିକଟସ୍ଥ ଆକାଶୀ ବଗିଚାକୁ ଯାଇଥିବା ବେଳେ ହଠାତ୍ ଏକ ହାତୀ ସହିତ ମୁହାଁ ମୁଁହି ହୋଇଥିଲେ। ହାତୀଟି ତାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଘଟଣା ସମ୍ବନ୍ଧରେ ସୂଚନା ପାଇ ଗୋଡ଼ଭଗା ଫାଣ୍ଡି ଅଧିକାରୀ ଗଣେଶ ବାରିକ ଘଟଣାସ୍ଥଳକୁ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁସାରେ ହାତୀ ପାଳଟି ଏବେ ଖଲିଆପାଲି ଗାଁ ଦିଗକୁ ଗତି କରୁଥିବା ଜଣାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଖବର ଲେଖାଯାଉଥିବା ସମୟ ପର୍ଯ୍ୟନ୍ତ ବନ ବିଭାଗର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିନଥିବାରୁ ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Bargarh (ବରଗଡ଼)ତରଣୀ ପଟେଲ, ପଲିଟିକାଲ ଖଟି, ଓଡିଶା

ବିଶ୍ବ ସାମାଜିକ ନ୍ୟାୟ ଦିବସ ଅବସରରେ ଅବଦାନ ଓ ଅଭୟ ଯୋଜନା ସମ୍ପର୍କିତ କର୍ମଶାଳା
Mar 9, 2026188 views

ବିଶ୍ବ ସାମାଜିକ ନ୍ୟାୟ ଦିବସ ଅବସରରେ ଅବଦାନ ଓ ଅଭୟ ଯୋଜନା ସମ୍ପର୍କିତ କର୍ମଶାଳା

ନବରଙ୍ଗପୁର ,୯/୩: ଆଜି ନବରଙ୍ଗପୁର ସାଇ କଲ୍ୟାଣ ମଣ୍ଡପ ଠାରେ ବିଶ୍ବ ସାମାଜିକ ନ୍ୟାୟ ଦିବସ ପାଳନ ଅବସର ରେ ଅବଦାନ ଓ ଅଭୟ ଯୋଜନା ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସକାଳୁ ବୟସ୍କ ମାନଙ୍କୁ ଯୋଗ ମାଧ୍ୟମରେ ଶାରିରୀକ ସୁସ୍ଥ ର ଖୁବାକୁ ଯୋଗ ଶିକ୍ଷା ଦିଆ ଯାଇଥିଲା । ଯୋଗ ମାଷ୍ଟର ଶାନ୍ତନୁ ପାତ୍ର ଶିକ୍ଷା ଦେଇଥିଲେ । ପରେ ପରେ ସଭାକାର୍ଯ୍ୟ ମଞ୍ଚରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧୂକାରୀ ସୁଧାଂଶୁ ପାତ୍ର,ଜିଲ୍ଲା ମୁଖ୍ୟ ଚିକିତ୍ସାଧୂକାରୀ ( ଭାର ପ୍ରାପ୍ତ ) ମଳୟ ତ୍ରିପାଠୀ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଡ଼ ରାଧାନାଥ ବେହେରା, ଖ୍ରୀଷ୍ଟୀୟ ବରିଷ୍ଠ ନାଗରିକ ମଞ୍ଚ ସଦସ୍ୟ ଏସ ସ ଡି ପାତ୍ର, ବ ରିଷ୍ଠ ନାଗରିକ ନରସିଂହ ତ୍ରିପାଠୀ, ସୁବାସ ସୁର,ମାରାଥନ ଖେଳାଳି ଚିତ୍ତ ରଞ୍ଜନ ପାତ୍ର, ସମାଜ ସେବୀ ମନୋରମା ମାଝୀ ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବରିଷ୍ଠ ବ୍ୟକ୍ତି ଓ ଅଧୂକାରୀ ମଞ୍ଚାସିନ ହୋଇଥିଲେ। ଅତିଥ୍ ମାନଙ୍କ ଦ୍ବାରା ଦୀପ ପ୍ରଜ୍ଜ୍ଵଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇ ଥୂଲା। ମୁଖ୍ୟ ବକ୍ତା ଭାବରେ ଡ ତ୍ରୀପାଠୀ ତାଙ୍କ ବକ୍ତବ୍ୟରେ ବରିଷ୍ଠ ନାଗରିକ ମାନେ ସମାଜର ଦିଗ ଦର୍ଶନ ବୋଲି ଅଭିହିତ କରି ସେମାନ ସ୍ବାସ୍ଥ୍ୟ ର ସୁରକ୍ଷା ପ୍ରାଥମିକ ଦାୟିତ୍ବ ବୋଲି କହିଥିଲେ । ଅନ୍ୟତମ ବକ୍ତା ଭାବରେ ଡ ରାଧାନାଥ ବେହେରା, ବରିଷ୍ଠ ନାଗରିକ ବିଭିନ୍ନ କ୍ଷେତ୍ର ରେ ଅ ଅବହେଳା ହେଉଛନ୍ତି ସେମାନଙ୍କୁ ଉଚିତ ପରାମର୍ଶ ଦେବା ପାଇଁ ସ ରକାର ତରଫରୁ ପ୍ରତି ତ୍ରୟ ମାସରେ ଗୋଟିଏ ଗୋଟିଏ ସଚେତନା ସ ଭାର ଆବଶ୍ୟକ‌ତା ରହିଛି ତାହା ସରକାର କରିବା ଉଚିତ୍ ବୋଲି କ ହିଥିଲେ। ବକ୍ତା ଶ୍ରୀ ଚିତ୍ତରଞ୍ଜନ ପାତ୍ର ଜଣେ ମାରାଥନ ଦୌତ g ତିଯୋଗି ଭାବରେ ଏହି ବୟସ ରେ କେମିତି ନିଜ କୁ ମାନସିକ ଏବଂ ଶାରିରୀକ ସ୍ତରରେ ସୁସ୍ଥ ରଖିବାକୁ ହେବ ତାହାର ଉଦାହରଣ ଦେଇ ଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧୂକାରୀ ଆଜିର ଏହି ଯୁଗରେ ଅପ ମିଶ୍ରିତ ଖାଦ୍ୟ ଠୁ ନିଜକୁ ଜାଗ୍ରତ ହୋଇ ରହିବାକୁ କହିଥିଲେ । ସମାଜ ଏକା थ ସେବୀ ମନୋରମା ମାଝୀ ସମାଜକୁ ପରିଚାଳନା କରିବାରେ ପୁରୁଷ ବଂ ନାରୀ ର ଭୂମିକା ସମାନ ଏବଂ ପରିବାର ଭିତରେ ନିଜକୁ ଏ ନୁଭବ ନ କରି ସାହି ପଡିଶା ସହ ସମ୍ପର୍କ ରଖୁବାକୁ କହିଥିଲେ ଲେ। ଜିଲ୍ଲା ଆଇନ୍ ପ୍ରାଧୂକରଣ ରୁ କିଶୋରୀ ପଟ୍ଟନାୟକ ଆଜିର ସମା ମାଜରେ ଯୌଥ ପରିବାର ହିଁ ସ୍ବାସ୍ଥ୍ୟ ସୁରକ୍ଷା ଦେଇ ପାରିବ ବୋଲି କହିଥିଲେ ଜିଲ୍ଲା ଲିଗାଲ ସର୍ଭିସ୍ ରୁ ପ୍ରଶାନ୍ତ ପଟ୍ଟନାୟକ ଯୋଗ ଦେଇ ବରିଷ୍ଠ ମାନ * ନିମନ୍ତେ ଥୂବା ଅ ଆଇନ ଉପରେ ବକ୍ତବ୍ୟ ରଖୁଥିଲେ। ଆଶା କିରଣ ଅ ଧ୍ଯକ୍ଷ ଜଗନ୍ନାଥ ବେ ବେହେରା ସ୍ବାଗତ ସହିତ ମଞ୍ଚ ପରିଚାଳନା କରିଥିବା ବେଳେ ଳେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧୂକାରୀ ଧନଞୟ ରାଓ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ଜିଲ୍ଲାରୁ ରାମ ମୂର୍ତ୍ତି ପଟ୍ଟନାୟକ, ନଗେନ୍ଦ୍ର ପଟ୍ଟନାୟକ, ଗୋପାଳ ମିଶ୍ର,ସତ୍ୟବାଦୀ ଷଡ଼ଙ୍ଗୀ,ନାରାୟଣ ପଣ୍ଡା, ଜି ପ୍ରକାଶ ସାମନ୍ତରାୟ, ହବିବ ମହମ୍ମଦ,ଗୁପ୍ତେଶ୍ବର ପଣ୍ଡା,ମନିଷା ରଥ, ବୃନ୍ଦାବନ ବେବର୍ତ୍ତା ,ସାନୁ,ପୀତବାସ,ରୀଙ୍କୁ, ଇନ୍ଦ୍ରମଣି ମଙ୍ଗରାଜ, ରୀନାରାଣୀ ସାହୁ,ସନ୍ଧ୍ୟାରଣି ବେହେରା,ଶାନ୍ତି ପଣ୍ଡା,ରଶ୍ମିତା ପ୍ରଧାନ ସହିତ ଅନେକ ଅନେକ ଯୋଗଦାନ କରିଥିଲେ। ସମସ୍ତ ଉପସ୍ଥିତ ବରିଷ୍ଠ ନାଗ ରିକ ମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରା ଯାଇଥିଲା ।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ, ପାଲିଟିକାଲ ଖଟି

Mar 2, 2026263 views

ଜିଲାସ୍ତରୀୟ ଏଚପିଭି ଟିକାକରଣ ଅଭିଯାନ ଶୁଭାରମ୍ଭ

୧୨,୩୭୫ କିଶୋରୀଙ୍କୁ ୩ ମାସରେ ଦିଆଯିବ ଏଚ୍ପିଭି ଟିକା ନବରଙ୍ଗପୁର,ଜରାୟୁ ଗ୍ରୀବା କର୍କଟ ରୋକିବା ଲକ୍ଷ୍ୟରେ ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜିଲାସ୍ତରୀୟ ଏଚପିଭି ଟିକାକରଣ ଅଭିଯାନ ଶୁଭାରମ୍ଭ ରବିବାର କରାଯାଇଛି। ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଟିକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଜିଳ୍ଲାପାଳ ଡ. ମହେଶ୍ଵର ସ୍ବାଇଁ, ଏଡିପିଏଚ୍ଓ (ଏଫ୍ଡବ୍ଲ୍ୟୁ) ଡ. ମଳୟ ତ୍ରିପାଠୀ, ଡିଇଓ ଛତ୍ରପତି ସାହୁ, ମେଡିକାଲ ଅଧିକାରୀ ଡା. ପ୍ରିୟରଞ୍ଜନ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୧୪ରୁ ୧୫ ବର୍ଷ ବୟସ ମଧ୍ୟରେ ୧୪ ଜଣ କିଶୋରୀଙ୍କୁ ଏନ୍‌ପିଭି ଟିକା ଦିଆଯାଇଥିଲା। ନବରଙ୍ଗପୁର ଜିଲ୍ଲାର ୧୨, ୩୭୫ ଜଣ କିଶୋରୀଙ୍କୁ ମାଗଣାରେ ଆଗାମୀ ୩ ମାସ ମଧ୍ୟରେ ଏଚ୍ପିଭି ଟିକା ଦିଆଯିବା ଲକ୍ଷ୍ୟ ରହିଛି। ଯେଉଁ ବାଳିକାମାନେ ୧ ମାର୍ଚ୍ଚ ୨୦୧୧ରୁ ୧ ଜୁନ ୨୦୧୨ ମଧ୍ୟରେ ଜନ୍ମ ହୋଇଥିବେ ଏବଂ ଯେଉଁମାନଙ୍କୁ ୧୪ ବର୍ଷ କିନ୍ତୁ ୧୫ ବର୍ଷ ସମ୍ପୂର୍ଣ୍ଣ ହୋଇନାହିଁ ସେମାନେ ଏହି ଟିକାକରଣରେ ସାମିଲ ହୋଇପାରିବେ। ଜିଲ୍ଲାର ୧୦ ବ୍ଲକର ୩୦ ସରକାରୀ ସ୍ବାସ୍ଥ୍ୟସଂସ୍ଥା, ୧୮ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ୧୦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଗୋଟିଏ ଉପଖଣ୍ଡ ଚିକିତ୍ସାଳୟ ଓ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଏହି ଟିକା ଦିଆଯିବ। ଜରାୟୁ ଗ୍ରୀବା କର୍କଟ ରୋଗର ମୁଖ୍ୟ କାରଣ ସାଜୁଥିବା ହ୍ୟୁମାନ ପାପିଲୋମା ଭାଇରସ ସଂକ୍ରମଣରୁ ଏହି ଏଚ୍ପିଭି ଟିକା ସୁରକ୍ଷା ଦେବ। ଏହି ଟିକାକରଣ ଅଭିଯାନର ମୁଖ୍ୟ ଲକ୍ଷ୍ୟ ଯେଭଳି ସାଧିତ ହେବ ସେ ଦିଗରେ କାମ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ଯାଉଥିବା ସମସ୍ତ ଯୋଗ୍ୟ ବାଳିକା ହିତାଧିକାରୀଙ୍କୁ ଏଚ୍ପିଭି ଟିକା ଦିଆଯିବ। ତା ଉପରେ ବିଶେଷ ପ୍ରଚାର ପ୍ରସାର ସହ ଜରାୟୁ ଗ୍ରୀବା କର୍କଟରୁ ସୁରକ୍ଷା ପାଇଁ ୭ଟି ମାତ୍ର । ନବରଙ୍ଗପୁର ବିଧାୟକ, ଜିଲ୍ଲାପାଳଙ୍କ ଉପସ୍ଥିତିରେ ଜଣେ କିଶୋରୀଙ୍କୁ ଟିକା ଦିଆଯାଇଛି। ଡିଇଓ, ଡିଡବ୍ଲ୍ୟୁଓ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ବାସ୍ଥ୍ୟକର୍ମୀ ଦାୟିତ୍ୱ ନିର୍ବାହ କରିବାକୁ ସେ ପରାମର୍ଶ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାର ସମସ୍ତ ଯୋଗ୍ୟ କିଶୋରୀ ବାଳିକାଙ୍କୁ ଭବିଷ୍ୟତରେ ଜରାୟୁ ଗ୍ରୀବା କର୍କଟ ରୋଗରୁ ରକ୍ଷା କରିବାକୁ ଶତ ପ୍ରତିଶତ ଟିକାକରଣ ଉପରେ ବିଧାୟକ ଗୁରୁତ୍ୱ ଦେଇଥିଲେ। ଏଡିପିଏଚ୍ଓ ଡ.ତ୍ରିପାଠୀ ଏଚ୍ପିଭି ଟିକାକରଣ ଅଭିଯାନର ଉଦ୍ଦେଶ୍ୟ ଓ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ଉପରେ ମତ ଦେଇଥିଲେ। ଡିପିଏମ୍ ଶଙ୍କର ଆଚାର୍ଯ୍ୟ ସଭା ସଞ୍ଚାଳନ କରିଥିଲେ। ଡିଡବ୍ଲ୍ୟୁଓ ରବୀନ୍ଦ୍ର ପାଲକା, ଡିଆଇପିଆର୍‌ଓ ମନୋଜ ବେହେରା, ଏଡିଡବ୍ଲ୍ୟୁଓ ଭରତ ଚନ୍ଦ୍ର ସାହୁ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ମହିଳା ଆରୋଗ୍ୟ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ