--:--:--
-- ---
Srishti News

ବ୍ରଜନାଥପୁରରେ ଏସ୍‌ଏଚ୍‌ଜି ମହିଳାଙ୍କ ପାଇଁ ଉନ୍ନତ ସିଲେଇ ପ୍ରଶିକ୍ଷଣ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 19, 202674 views
ବ୍ରଜନାଥପୁରରେ ଏସ୍‌ଏଚ୍‌ଜି ମହିଳାଙ୍କ ପାଇଁ ଉନ୍ନତ ସିଲେଇ ପ୍ରଶିକ୍ଷଣ
ତାଳଚେର: ମହିଳାଙ୍କ ଦକ୍ଷତା ବିକାଶ ଓ ସ୍ଥାୟୀ ଜୀବିକା ସୃଷ୍ଟି ଲକ୍ଷ୍ୟରେ ଏନ୍‌ଟିପିସି ତାଳଚେର ଥର୍ମାଲ୍‌ ପକ୍ଷରୁ ଉଷା ଇଣ୍ଟରନ୍ୟାସନାଲ୍‌ର ସହଯୋଗରେ ୨୫ ଦିନିଆ ଉନ୍ନତ ସିଲେଇ ଓ ଷ୍ଟିଚିଂ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ବ୍ରଜନାଥପୁର ଗ୍ରାମ ପଞ୍ଚାୟତର ୩୫ ଜଣ ମହିଳା ଏହି ପ୍ରଶିକ୍ଷଣରେ ସାମିଲ ହୋଇଛନ୍ତି। ସାଗରିକା ଲେଡିଜ୍‌ କ୍ଲବ୍‌ର ସଭାପତି ଶ୍ରୀମତୀ ବିଭା ଅଗ୍ରୱାଲ୍‌ ଏହାର ଔପଚାରିକ ଉଦ୍‌ଘାଟନ କରିଥିଲେ। ଉଷା ଇଣ୍ଟରନ୍ୟାସନାଲ୍‌ର ବିଶେଷଜ୍ଞ ପ୍ରଶିକ୍ଷକମାନେ ମହିଳା ପୋଷାକ ଓ ସ୍କୁଲ୍‌ ୟୁନିଫର୍ମ ତିଆରି ସହ ଆଧୁନିକ ସିଲେଇ କୌଶଳ ଶିଖାଇବେ। ଏହି ପ୍ରଶିକ୍ଷଣ ମାଧ୍ୟମରେ ମହିଳାମାନେ ନିଜ ଦକ୍ଷତା ବଢ଼ାଇ ଆୟକାରୀ କାର୍ଯ୍ୟ ସହ ଯୋଡ଼ି ହେବା ସହ ଆତ୍ମନିର୍ଭର ହୋଇପାରିବେ। ଏଥିପାଇଁ ଏନ୍‌ଟିପିସିକୁ ଧନ୍ୟବାଦ ଜଣାଇଛନ୍ତି ବ୍ରଜନାଥପୁର ସରପଞ୍ଚ ଶ୍ରୀ ନରେଶ କୁମାର ବେହେରା।