--:--:--
-- ---
Srishti News

Web News

ବେଟି ପଢ଼ାଓ ବେଟି ବଚାଓ
Aug 21, 2026•52 views

ବେଟି ପଢ଼ାଓ ବେଟି ବଚାଓ

ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସମନ୍ୱିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଶିଶୁ ବିକାଶ ଯୋଜନା ଅଧିକାରୀ ମଞ୍ଜୁଲତା ନାୟକଙ୍କ ତତ୍ତ୍ୱାବଧାନରେ ଜଟଣୀ ବ୍ଲକସ୍ଥ ମିଶନ ଶକ୍ତି ପରିସରରେ "ବେଟି ବଚାଓ ଓ ବେଟି ପଢ଼ାଓ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯୟକ୍ରମରେ ସମସ୍ତ ବିଭାଗ ତଥ ଶିକ୍ଷା ,ସ୍ୱାସ୍ଥ୍ୟ ,ପଞ୍ଚାୟତ ସମିତି,ପୋଲିସ ସୁରକ୍ଷା ବିଭାଗ ତରଫରୁ ଗ୍ରହଣ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଲିଳ କୁମାର ଦାସ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବେହେରା,ପି. ଏଚ.ଓ ଶାନ୍ତିଲତା ଦେଇ,ଜିଲ୍ଲା ସଂଯୋଜକ ସୁମିତା ମହାନ୍ତି ଓ ଶଶି ଭୂଷଣ ନାୟକ ଉପସ୍ଥିତ ରହି ଏହି କାର୍ଯୟକ୍ରମକୁ ତ୍ୱରାନ୍ୱିତ କରିଥିଲେ।ଏହି କାର୍ଯୟକ୍ରମରେ ସମସ୍ତପରିଦରଶୀକା,ଅଙ୍ଗନବାଡି କର୍ମୀ,ସ୍ୱୟଂ ସହାୟିକା ଗୋଷ୍ଠୀ,ସି.ଆର.ସି.ସି ଓ କିଶୋରୀ ବାଳିକା ମାନେ ଉପସ୍ଥିତ ଥିଲେ।ଏହି ପରିପ୍ରେକ୍ଷୀରେ ମେଧାବୀ କିଶୋରୀ ମମତାହାନା ଯୁକୃଫୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସି.ଆର.ସି.ସି ଡ. ରଶ୍ମିତା ନାୟକ।ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଲକ୍ଷ୍ମୀ ପ୍ରିୟା ସାହୁ ।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

୭ ଛାତ୍ରଛାତ୍ରୀ ଜଣ୍ଡିସ ଆକ୍ରାନ୍ତ, ୧୫ ଦିନ ବନ୍ଦ ରହିବ ବିଦ୍ୟାଳୟ
Aug 21, 2026•56 views

୭ ଛାତ୍ରଛାତ୍ରୀ ଜଣ୍ଡିସ ଆକ୍ରାନ୍ତ, ୧୫ ଦିନ ବନ୍ଦ ରହିବ ବିଦ୍ୟାଳୟ

ଖୋର୍ଦ୍ଧା-: ବୋଲଗଡ ଗୋଷ୍ଠୀ ଶିକ୍ଷା ମଣ୍ଡଳ ଅଧୀନ ମୁଗମଣ୍ଡା ଦେବଗୁରୁ ଆଦର୍ଶ ବିଦ୍ୟାଳୟରେ ଜଣ୍ଡିସ ଚିହ୍ନଟ ହେବା ପରେ ଆତଙ୍କ ସୃଷ୍ଟି ହୋଇଛି। ଡାକ୍ତରୀ ପରୀକ୍ଷାରୁ ବିଦ୍ୟାଳୟର ୭ ଜଣ ଛାତ୍ରଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।ସତର୍କତାମୂଳକ ପଦକ୍ଷେପ ଭାବେ ବିଦ୍ୟାଳୟକୁ ୧୫ ଦିନ ପାଇଁ ବନ୍ଦ କରାଯାଇଥିବା ବେଳେ ଛାତ୍ରାବାସକୁ ମଧ୍ୟ ବନ୍ଦ କରାଯାଇଛି। ବିଦ୍ୟାଳୟ ପରିସରକୁ ଶୋଧନ କରାଯିବା ସହ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟ ପରିସରରେ ଥିବା ଖୋଲା କୂଅର ପାଣିରୁ ସଂକ୍ରମଣ ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି।ବାଂକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଅସିତ ମୋହନ ମହାପାତ୍ରଙ୍କ ନେତୃତ୍ୱରେ ଡାକ୍ତରୀ ଦଳ ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ସେହିପରି ବିଇଓ ପ୍ରମୋଦ କୁମାର ସ୍ୱାଇଁ ବିଦ୍ୟାଳୟକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଦ୍ୟାଳୟ ୧୫ ଦିନ ବନ୍ଦ ରହିବା ସମୟରେ ଆଭାସୀ ମାଧ୍ୟମରେ ଶିକ୍ଷାଦାନ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ବିଦ୍ୟାଳୟର ୧୦୦ ଜଣ ଛାତ୍ରଛାତ୍ରୀ ଓ ୨୦ ଜଣ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।ଜଣ୍ଡିସ ନିରାକରଣ ଓ ସଂକ୍ରମଣ ରୋକିବା ପାଇଁ ଶିକ୍ଷା ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକ ବ୍ୟବସ୍ଥା ନିଆଯାଇଥିବା ଜଣାପଡ଼ିଛି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର ଖୋର୍ଦ୍ଧା

ଗୁଳି ଫୁଟାଇ ଦାମୀ ବାଇକ୍ ଲୁଟ୍, ଯୁବକ ଗୁରୁତର
Aug 21, 2026•89 views

ଗୁଳି ଫୁଟାଇ ଦାମୀ ବାଇକ୍ ଲୁଟ୍, ଯୁବକ ଗୁରୁତର

ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଥାନା ଅଧୀନ ପଟିଆ ପାଇକସାହି ଅଞ୍ଚଳରେ ବୁଧବାର ସକାଳେ ଏକ ଚାଞ୍ଚଲ୍ୟକର ଗୁଳିକାଣ୍ଡ ସହ ବାଇକ୍ ଲୁଟ୍ ଘଟଣା ଘଟିଛି। ଶୌଚ ପାଇଁ ଯାଉଥିବା ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ତାଙ୍କର ଦାମୀ ବାଇକ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଦୁର୍ବୃତ୍ତଙ୍କ ଗୁଳି ଯୁବକଙ୍କ ଉଭୟ ଗୋଡ଼ରେ ବାଜିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଘଟଣାର ଖବର ପାଇ ଚାନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାଇକ୍ ଲୁଟ୍‌ର ପ୍ରକୃତ କାରଣ, ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ପରିଚୟ ଏବଂ ସେମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି। ଏହି ଘଟଣା ପରେ ଅଞ୍ଚଳରେ ଭୟ ଓ ଉତ୍କଣ୍ଠାର ପରିବେଶ ସୃଷ୍ଟି ହୋଇଥିବା ବେଳେ ଦୁର୍ବୃତ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

Khordha (ଖୋର୍ଦ୍ଧା) • ରିପୋର୍ଟ: ପ୍ରିୟଙ୍କା ମହାପାତ୍ର

Kalahandi's Sanvi Pragya Rout Selected for Odisha U-15 Women's Cricket Team
Aug 21, 2026•159 views

Kalahandi's Sanvi Pragya Rout Selected for Odisha U-15 Women's Cricket Team

Sanvi Pragya Rout of Kalahandi district has been selected for the Odisha Under-15 Women's Cricket Team, bringing pride to her district and inspiring young aspiring cricketers. She will represent Kalahandi at the state coaching camp scheduled to begin on August 22 at Barabati Stadium, Cuttack. Following her selection, congratulatory messages have poured in from her family, local residents, and people from various sections of society across the district. Sanvi hails from Khapramal village under Musapali Gram Panchayat in Kokasara block of Kalahandi district. A student of Kendriya Vidyalaya, she has carved out a distinct identity for herself in sports while successfully balancing her academic pursuits. Her father, Mohit Rout, is a teacher, while her mother, Rashmirekha Rout, is a social worker. Both have consistently encouraged and supported Sanvi's passion for cricket, playing a significant role in her sporting journey. Her selection to the Odisha U-15 Women's Cricket Team is being viewed as a proud achievement not only for her family but also for her village, Kokasara block, and the entire Kalahandi district. Well-wishers have wished her continued success and a bright future in cricket.

Kalahandi (କଳାହାଣ୍ଡି) • Report: Rupendra Sunani, Kokasara, Kalahandi

Bypass Road Construction Begins Promptly After News Report, Canal Department Takes Swift Action
Aug 21, 2026•139 views

Bypass Road Construction Begins Promptly After News Report, Canal Department Takes Swift Action

The Upper Indravati Left Canal Division has begun constructing a bypass road after a news report highlighted the plight of commuters caused by a weak bridge on the Khuntia–Mirzapur road in Kokasara block of Kalahandi district. According to local residents, the deteriorated bridge had forced the Canal Department to close the road, creating severe inconvenience for villagers, students, and daily commuters. As a result, people had to travel nearly two kilometres through the Biju Expressway to reach their destinations. The alternative canal road had also become muddy and slippery due to continuous rainfall, making movement difficult for pedestrians and causing vehicles to get stranded frequently. The issue was reported by local journalist Rupendra Sunani on Kalinga 24 News two days earlier. Following the news coverage, the Upper Indravati Left Canal Division responded promptly and initiated the construction of a bypass road as a temporary solution. Residents have welcomed the department's swift response, expressing hope that the bypass road will provide much-needed relief to villagers and students until a permanent solution is implemented. They also thanked the Canal Department for taking immediate action. At the same time, locals have urged the authorities to expedite the tender process for demolishing the unsafe bridge and constructing a new permanent bridge to ensure safe and uninterrupted connectivity in the area.

Kalahandi (କଳାହାଣ୍ଡି) • Reports: Rupendra Sunani, Kokasara, Kalahandi

Father’s Blood on Son’s Hands: Drunken Rage Ends in Brutal Murder
Aug 21, 2026•23 views

Father’s Blood on Son’s Hands: Drunken Rage Ends in Brutal Murder

Boden: In a shocking incident that has brought shame to the sacred bond between a father and son, a 35-year-old man allegedly beat his 65-year-old father to death with a brick at Baglor Kutia Pada under Boden police station limits in Nuapada district. The incident, reportedly fuelled by alcohol and a family dispute, has sent shockwaves across the locality. The deceased has been identified as Bhushan Majhi (65), while the accused son is Binod Majhi (35). According to local sources, Binod allegedly returned home in an intoxicated condition late Wednesday night after an altercation with his wife. He subsequently got into an argument with his father over an unspecified issue. In a fit of rage, he allegedly picked up a brick lying inside the house and repeatedly struck his father on the head and face. The elderly man sustained severe injuries and suffered heavy bleeding. He reportedly died on the spot. What makes the incident even more disturbing is that after the alleged killing, the accused did not immediately flee the house but remained near his father’s body. Neighbours who came to know about the incident informed Boden police. On receiving the information, a police team led by Boden police station IIC Dharmendra Bhoi rushed to the spot. A scientific team also visited the scene and collected necessary evidence as part of the investigation. Police seized the body and sent it to Boden Hospital for post-mortem examination. Further legal formalities will be completed after the autopsy, police said. A murder case has been registered at Boden police station, and the accused has been arrested. He will be produced before the court and sent to judicial custody, police said. Further investigation into the incident is underway. The incident has cast a pall of gloom over Baglor Kutia Pada. Villagers described the deceased as a quiet and peace-loving person. Locals also alleged that the accused had a history of quarrelling with family members and was frequently under the influence of alcohol. The gruesome incident has once again raised concerns over the devastating consequences of alcohol abuse and domestic conflict. A son, who is expected to become his father’s support in old age, allegedly turning into the cause of his death has left the community deeply disturbed. The incident stands as a grim reminder that addiction and uncontrolled anger can destroy not only an individual but an entire family—and leave behind a wound that can never be healed.

Nuapada (ନୂଆପଡ଼ା) • Reports: Malaya Meher, DC

ଜହ୍ଲାଦ ପୁଅର ନୃଶଂସ କାଣ୍ଡ: ବାପାଙ୍କୁ ଇଟାରେ ପିଟି ହତ୍ୟା: ପୁଅ ନାଁରେ କଳଙ୍କ, ମଦ ପିଇବାର କୁପରିଣତି ନେଲା ଜୀବନ
Aug 21, 2026•109 views

ଜହ୍ଲାଦ ପୁଅର ନୃଶଂସ କାଣ୍ଡ: ବାପାଙ୍କୁ ଇଟାରେ ପିଟି ହତ୍ୟା: ପୁଅ ନାଁରେ କଳଙ୍କ, ମଦ ପିଇବାର କୁପରିଣତି ନେଲା ଜୀବନ

ବୋଡ଼େନ: ମଣିଷ ସମ୍ପର୍କକୁ ଲଜ୍ଜିତ କରିଦେଇଥିବା ଏକ ନୃଶଂସ ଘଟଣା ବୋଡ଼େନ ଥାନା ଅନ୍ତର୍ଗତ ବାଗଲୋର କୁଟିଆପଡ଼ାରେ ଘଟିଛି। ମଦ୍ୟପାନ ପରେ ଜଣେ ୩୫ ବର୍ଷୀୟ ପୁଅ ନିଜ ୬୫ ବର୍ଷୀୟ ବୃଦ୍ଧ ବାପାଙ୍କୁ ଇଟାରେ ମୁଣ୍ଡ ଓ ମୁହଁକୁ ଏକାଧିକ ଥର ପିଟି ହତ୍ୟା କରିଥିବା ଅଭିଯୋଗ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ମୃତକ ହେଲେ ଭୂଷଣ ମାଝୀ (୬୫)। ଅଭିଯୁକ୍ତ ପୁଅ ବିନୋଦ ମାଝୀ (୩୫) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ବୁଧବାର ରାତିରେ ବିନୋଦ ମଦ୍ୟପାନ କରି ନିଜ ସ୍ତ୍ରୀଙ୍କ ସହ ଝଗଡ଼ା କରି ଘରକୁ ଫେରିଥିଲେ। ପରେ କୌଣସି କାରଣକୁ ନେଇ ବାପା ଭୂଷଣଙ୍କ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବିନୋଦ ଘରେ ପଡ଼ିଥିବା ଏକ ଇଟା ଉଠାଇ ବାପାଙ୍କ ମୁଣ୍ଡ ଓ ମୁହଁକୁ ବାରମ୍ବାର ଆଘାତ କରିଥିବା ଅଭିଯୋଗ ହୋଇଛି। ଗୁରୁତର ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ଭୂଷଣଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ଅଭିଯୁକ୍ତ ପୁଅ ଘରୁ ପଳାଇ ନଯାଇ ମୃତ ବାପାଙ୍କ ପାଖରେ ବସିଥିବା ଜଣାପଡ଼ିଛି। ପଡ଼ୋଶୀମାନେ ଘଟଣା ସମ୍ପର୍କରେ ଜାଣିବା ପରେ ବୋଡ଼େନ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ବୋଡ଼େନ ଥାନା ଅଧିକାରୀ ଧର୍ମେନ୍ଦ୍ର ଭୋଇଙ୍କ ନେତୃତ୍ୱରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ପୁଲିସ ମୃତଦେହ ଜବତ କରି ବୋଡ଼େନ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏନେଇ ବୋଡ଼େନ ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ବିନୋଦଙ୍କୁ ଗିରଫ କରି କୋର୍ଟରେ ହାଜର କରାଯିବା ପରେ ଜେଲ୍‌ ହାଜତକୁ ପଠାଯିବ ବୋଲି ଥାନା ଅଧିକାରୀ ଧର୍ମେନ୍ଦ୍ର ଭୋଇ କହିଛନ୍ତି। ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଏହି ହୃଦୟବିଦାରକ ଘଟଣା ପରେ ସାରା ବାଗଲୋର କୁଟିଆପଡ଼ାରେ ଶୋକର ଛାୟା ଖେଳିଯାଇଛି। ଭୂଷଣ ଜଣେ ଶାନ୍ତ ସ୍ୱଭାବର ବ୍ୟକ୍ତି ଥିଲେ ବୋଲି ଗ୍ରାମବାସୀ କହିଛନ୍ତି। ଅନ୍ୟପକ୍ଷରେ ବିନୋଦ ନିଶାସକ୍ତ ଅବସ୍ଥାରେ ପୂର୍ବରୁ ମଧ୍ୟ ପରିବାରରେ ଝଗଡ଼ା କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ମଦ ଓ ପାରିବାରିକ କଳହର ଏପରି ଭୟାବହ ପରିଣତି ସମାଜ ପାଇଁ ଏକ ଚେତାବନୀ ହୋଇଛି। ଯେଉଁ ପୁଅ ବୃଦ୍ଧାବସ୍ଥାରେ ବାପାଙ୍କର ସାହାରା ହେବା କଥା, ସେହି ପୁଅ ଯେତେବେଳେ ଜନ୍ମଦାତାଙ୍କ ଜୀବନ ନେଇଯାଏ, ସେତେବେଳେ ତାହା କେବଳ ଏକ ହତ୍ୟା ନୁହେଁ—ଏହା ପିତା-ପୁତ୍ର ସମ୍ପର୍କ ଉପରେ ଏକ କଳଙ୍କ। ମଦ୍ୟପାନ ଓ ନିଶାସକ୍ତି କିପରି ମଣିଷର ବିବେକ ହରାଇ ଏକ ପରିବାରକୁ ଛାରଖାର କରିପାରେ, ବୋଡ଼େନର ଏହି ଘଟଣା ତାହାର ଏକ ଜ୍ୱଳନ୍ତ ଉଦାହରଣ।

Nuapada (ନୂଆପଡ଼ା) • ରିପୋର୍ଟ: କଶ୍ୟପ ଜଗତ, ବୋଡେ଼ନ

ମୂରଲୀଧର ଉର୍ମାଲ ଲାଠିକଟା ତହସିଲଦାର ତଥା ସବ-ରେଜିଷ୍ଟ୍ରାର, ୫ ଲକ୍ଷ ଟଙ୍କା ନେଇ ଭିଜିଲାନ୍ସ ଦ୍ୱାରା ଅଟକ
Aug 21, 2026•24 views

ମୂରଲୀଧର ଉର୍ମାଲ ଲାଠିକଟା ତହସିଲଦାର ତଥା ସବ-ରେଜିଷ୍ଟ୍ରାର, ୫ ଲକ୍ଷ ଟଙ୍କା ନେଇ ଭିଜିଲାନ୍ସ ଦ୍ୱାରା ଅଟକ

ଭିଜିଲାନ୍ସ ଦ୍ବାରା ୫ ଲକ୍ଷ ଟଙ୍କା ସହ କାର ଜବତ ଏବଂ ଉର୍ମାଲଙ୍କ ବାସଗୃହ ସମେତ ୩ଟି ସ୍ଥାନରେ ରେଡ୍ ରାଉରକେଲା ୨୦/୮, ଆଜି ନିର୍ଭରଯୋଗ୍ୟ ସୂଚନା ଆଧାରରେ ସୁନ୍ଦରଗଡ ଜିଲ୍ଲା ଲାଠିକଟା ତହସିଲଦାର ତଥା ସବ-ରେଜିଷ୍ଟ୍ରାର ମୂରଲୀଧର ଉର୍ମାଲଙ୍କୁ କିଛି ସମୟ ପୂର୍ବରୁ ଲାଠିକଟାର ରାଜାବସା ଛକ ନିକଟରେ ଭିଜିଲାନ୍ସର ଏକ ଦଳ ଦ୍ୱାରା ଅଟକା ଯାଇଥିଲା। ସେତେବେଳେ ଶ୍ରୀ ଉର୍ମାଲ ଲାଠିକଟା ସ୍ଥିତ ତାଙ୍କ କାର୍ଯ୍ୟାଳୟରୁ ରାଉରକେଲା ସ୍ଥିତ ବାସଭବନକୁ ଭଡା ନେଇଥିବା ଅଫିସ ଗାଡ଼ି (ସ୍କର୍ପିଓ)ରେ ଫେରୁଥିଲେ। ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ସନ୍ଦେହଜନକ ବେଆଇନ୍ ଟଙ୍କା ଜବତ୍ କରାଯାଇଥିଲା। ମୂରଲୀଧର ଉର୍ମାଲ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ, ତାଙ୍କଠାରୁ ଉଦ୍ଧାର ହୋଇଥିବା ନଗଦ ୫ ଲକ୍ଷ ଟଙ୍କା ଏବଂ ସ୍କୋର୍ପିଓ ଗାଡ଼ିକୁ ମଧ୍ଯ ଜବତ୍ କରାଯାଇଥିଲା। ଏହା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଶ୍ରୀ ଉର୍ମାଲଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଏକକାଳୀନ ତଲାସି ଆରମ୍ଭ କରାଯାଇଛି। ତଲାସ ଜାରି ରହିଛି। ଭିଜିଲାନ୍ସ ପକ୍ଷରୁ ପରବର୍ତ୍ତୀ ସୂଚନାକୁ ଅପେକ୍ଷା କରାଯାଇଛି ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ମାଲବାହୀ ଟ୍ରେନ ପାଇଁ ଏକ୍ସପ୍ରେସ ଟ୍ରେନଗୁଡ଼ିକୁ କାହିଁକି ଅଟକା ଯାଉଛି ? : ବିଧାୟକ ସାରଦା ନାୟକ
Aug 21, 2026•18 views

ମାଲବାହୀ ଟ୍ରେନ ପାଇଁ ଏକ୍ସପ୍ରେସ ଟ୍ରେନଗୁଡ଼ିକୁ କାହିଁକି ଅଟକା ଯାଉଛି ? : ବିଧାୟକ ସାରଦା ନାୟକ

ରାଉରକେଲା ୨୦/୮, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ରେଳ ପରିଚାଳନାରେ ପରିବର୍ତ୍ତନଶୀଳ ପ୍ରାଥମିକତା ଉପରେ ଚିନ୍ତା ପ୍ରକଟ କରିବା ସହିତ ଅଭିଯୋଗ କରିଛନ୍ତି ଯେ ଯାତ୍ରୀ ସେବାକୁ ଅଧିକ ପ୍ରାଧାନ୍ୟ ନଦେଇ ମାଲବାହୀ ଟ୍ରେନ ସେବାକୁ ଅଧିକ ପ୍ରାଧାନ୍ୟ କାହିଁକି ଦିଆଯାଉଛି ? ପୂର୍ବରୁ, ଏକ୍ସପ୍ରେସ ଟ୍ରେନଗୁଡ଼ିକୁ ପ୍ରଥମେ ଯିବା ପାଇଁ ମାଲବାହୀ ଟ୍ରେନଗୁଡ଼ିକୁ ବନ୍ଦ କରାଯାଉଥିଲା ଏବଂ ଯାତ୍ରୀ ସେବାକୁ ପ୍ରାଥମିକତା ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ, ମାଲବାହୀ ଟ୍ରେନଗୁଡ଼ିକୁ ଯିବା ପାଇଁ ଏକ୍ସପ୍ରେସ ଟ୍ରେନଗୁଡ଼ିକୁ ଅଟକାଇ ଦିଆଯାଉଛି କିମ୍ବା ବନ୍ଦ କରାଯାଉଛି ବୋଲି କହିଛନ୍ତି ରାଉରକେଲା ବିଧାୟକ ଶ୍ରୀ ନାୟକ। ରାଉରକେଲା ରେଳ ଷ୍ଟେସନରେ ଚକ୍ରଧରପୁର ରେଳ ଡିଭିଜନ ଡିଆରଏମ ତରୁଣ କୁମାରଙ୍କ ସହ ଏକ ଆଲୋଚନା ସମୟରେ ବିଧାୟକ ଏହି ମନ୍ତବ୍ୟ ଦେଇଥିଲେ। ଏହି ଆଲୋଚନା ରାଉରକେଲା ରେଳ ଷ୍ଟେସନ ଏବଂ ରାଉରକେଲା ସହର ସହିତ ଆଖପାଖର ରେଳ କ୍ଷେତ୍ରର ବିକାଶ ଉପରେ କେନ୍ଦ୍ରିତ ଥିଲା। ବିଧାୟକ ଶ୍ରୀ ନାୟକ ଏହା ମଧ୍ୟ ଦର୍ଶାଇଥିଲେ ଯେ ରାଉରକେଲା ସ୍ମାର୍ଟ ସିଟି ଏହି କାର୍ଯ୍ୟକ୍ରମର ଏକ ଅଂଶ। ରାଉରକେଲା ସହରର ସାମଗ୍ରିକ ବିକାଶ ପାଇଁ ରେଳବାଇ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟର ଆବଶ୍ୟକତା ଉପରେ ଶ୍ରୀ ନାୟକ ଗୁରୁତ୍ୱାରୋପ କରିଥିଲେ। ବିଧାୟକ ଶ୍ରୀ ନାୟକ ଅଭିଯୋଗ କରିଥିଲେ ଯେ, ଅପର୍ଯ୍ୟାପ୍ତ ରେଳ ସମନ୍ୱୟ, କଲୋନୀ ବାସିନ୍ଦା ଏବଂ ସହର ସମସ୍ତ ଲୋକଙ୍କ ପାଇଁ ବିଭିନ୍ନ ସମସ୍ୟାର କାରଣ ହେଉଛି। ବୈଠକ ସମୟରେ ବିଧାୟକ ଶ୍ରୀ ନାୟକ ଡିଆରଏମ ତରୁଣ କୁମାରଙ୍କୁ ଏକ ବିକାଶ ମାନଚିତ୍ର ମଧ୍ୟ ପ୍ରଦାନ କରିଥିଲେ, ଯେଉଁଥିରେ ରେଳ ଭିତ୍ତିଭୂମିର ଉନ୍ନତି ଏବଂ ରାଉରକେଲାର ସାମଗ୍ରିକ ବିକାଶକୁ ସମର୍ଥନ କରିବା ପାଇଁ ପ୍ରସ୍ତାବ ଗୁଡ଼ିକରେ ରୂପରେଖ ଦିଆଯାଇଛି। ଏହି ଆଲୋଚନା ସମୟରେ ବିଧାୟକ ଶ୍ରୀ ନାୟକଙ୍କ ସହିତ ଜୟନ୍ତ କୁମାର ମିଶ୍ର, ପ୍ରଶାନ୍ତ ସେଠୀ, ସୁଶାନ୍ତ ରାଉତ, ପିଙ୍କୁ ଜୟସ୍ୱାଲ, ସଞ୍ଜିତ ଛୋଟରାୟ, ପପ୍ପୁ ମହାନ୍ତି, ରାଜୀବ ଜ୍ୟୋତିଷ, କୃଷ୍ଣ ଚନ୍ଦ୍ର ଭଞ୍ଜ ଏବଂ ଅନ୍ୟ ବରିଷ୍ଠ ବିଜେଡି ନେତା ଏବଂ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀର ମୃତ୍ୟୁ
Aug 21, 2026•19 views

କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀର ମୃତ୍ୟୁ

ରାଉରକେଲା ୨୦/୮, ରାଉରକେଲାର ଝିରିପାଣି ଅଞ୍ଚଳରେ ପ୍ରେମିକଙ୍କ ଘର ବାହାରେ ଦେହରେ କିରୋସିନ୍ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ ଯୁବତୀ ବୁଧବାର ଦିନ ଇସ୍ପାତ ଜେନେରାଲ୍ ହସ୍ପିଟାଲ (ଆଇଜିଏଚ୍)ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଅଗଷ୍ଟ ୧୪ ତାରିଖ ଦିନ ଏହି ଘଟଣାଟି ଘଟିଥିଲା ​ଝିରପାଣି ଅଞ୍ଚଳରେ। ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ସୂଚନା ଅନୁସାରେ, ରାଉରକେଲା ସେକ୍ଟର-୧ର ଏକ ବସ୍ତିରେ ରହୁଥିବା ପ୍ରଭାସିନୀ ଗତ ଦୁଇ ବର୍ଷ ଧରି ଝିରିପାଣି ଅଞ୍ଚଳରେ ରହୁଥିବା ବିକି ଦାସଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ବିକି ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ବଜାୟ ରଖିଥିଲେ ବୋଲି ଅଭିଯୋଗ ହୋଇଛି। ବିକି ତାଙ୍କଠାରୁ କିଛି ସୁନା ଅଳଙ୍କାର ନେଇଥିବା ମଧ୍ୟ ଅଭିଯୋଗ ହୋଇଛି। ପରେ ବିକି ପ୍ରଭାସିନୀଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଅଗଷ୍ଟ ୧୪ ତାରିଖ ଦିନ ପ୍ରଭାସିନୀ ଟଙ୍କା ଦାବି କରିବାକୁ ଝିରିପାଣିସ୍ଥିତ ବିକିଙ୍କ ଘରକୁ ଯାଇଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ପ୍ରଭାସିନୀ ନିଜ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଭିକି ପ୍ରଭାସିନୀଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇ ଯାଇଥିଲେ। ତାଙ୍କ ପରିବାର ସଦସ୍ୟଙ୍କୁ ଖବର ଦେବା ପରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଖବର ପାଇ, ପ୍ରଭାସିନୀଙ୍କ ପରିବାର ସଦସ୍ୟମାନେ ଡାକ୍ତରଖାନାରେ ପହଞ୍ଚି ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରୁ ଇସ୍ପାତ ଜେନେରାଲ୍ ହସ୍ପିଟାଲ (ଆଇଜିଏଚ୍)କୁ ସ୍ଥାନାନ୍ତର କରିଥିଲେ। ଆଇଜିଏଚର ବର୍ଣ୍ଣ ଓ୍ବାର୍ଡରେ ଚିକିତ୍ସା ସତ୍ତ୍ୱେ, ବୁଧବାର ଦିନ ପ୍ରଭାସିନୀଙ୍କ ମୃତ୍ୟୁ ଘଟିଥିଲା। ଭିକି ଫେରାର୍ ଥିବା ଜଣାପଡ଼ିଛି। ଘଟଣାର ପାରିପାର୍ଶ୍ୱିକ ପରିସ୍ଥିତି ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

୩୨ତମ ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତା ପାଇଁ ସୁନ୍ଦରଗଡ଼ ଉଷୁ ଦଳର ବେଲପାହାଡ ଯାତ୍ରା
Aug 21, 2026•54 views

୩୨ତମ ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତା ପାଇଁ ସୁନ୍ଦରଗଡ଼ ଉଷୁ ଦଳର ବେଲପାହାଡ ଯାତ୍ରା

ରାଉରକେଲା ୨୦/୮, ଝାରସୁଗୁଡ଼ା ଜିଲ୍ଲା ଉଷୁ ସଂଘ ପକ୍ଷରୁ ୩୨ତମ ଓଡ଼ିଶା ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତା ଚଳିତ ଅଗଷ୍ଟ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ବେଲପାହାଡ ହୋଟେଲ ସନସିଟି ପ୍ୟାଲେସ୍ ଠାରେ ଆୟୋଜିତ ହେବ। ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସମଗ୍ର ଓଡ଼ିଶାରୁ ପ୍ରାୟ ୩୫୦ ଜଣ ପୁରୁଷ ଓ ମହିଳା ଖେଳାଳି ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିବେ। ସ୍ପୋର୍ଟସ୍ ଉଷୁ ଆସୋସିଏସନ୍ ଅଫ୍ ସୁନ୍ଦରଗଡ଼ (SWAS)ର ନେତୃତ୍ୱରେ ସୁନ୍ଦରଗଡ଼ ଜିଲ୍ଲାରୁ ୪୫ ଜଣ ଖେଳାଳି ଓ ୩ ଜଣ ଅଧିକାରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବେଲପାହାଡ଼ ଅଭିମୁଖେ ଯାତ୍ରା କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଉଷୁ ସଂଘର ସାଧାରଣ ସମ୍ପାଦକ ସୁଜନ ରଥ ସୂଚନା ଦେଇ କହିଛନ୍ତି ଯେ, ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରୁଥିବା ଖେଳାଳିମାନେ ଚଳିତ ବର୍ଷ ହେବାକୁ ଥ‌ିବା ଜାତୀୟ ପ୍ରତିଯୋଗିତା ପାଇଁ ଓଡ଼ିଶା ଉଷୁ ଦଳରେ ନିଜର ସ୍ଥାନ ସୁରକ୍ଷିତ କରିପାରିବେ। ସୁଜନ ରଥ ଆହୁରି କହିଛନ୍ତି ଯେ, ଏଥର ପ୍ରତିଯୋଗିତା ପାଇଁ ଖେଳାଳିମାନେ ବହୁତ ଜୋରଦାର ପ୍ରସ୍ତୁତି କରିଛନ୍ତି। ଖେଳାଳିମାନଙ୍କ କୌଶଳ ଓ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ୧୦ ଦିନିଆ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା। ଖେଳାଳିମାନେ ସକାଳ ଓ ସନ୍ଧ୍ୟା ଉଭୟ ସମୟରେ ନିୟମିତ ଭାବେ ଅଭ୍ୟାସ କରି କଠିନ ପରିଶ୍ରମ କରିଛନ୍ତି। ଗତ ତିନି ବର୍ଷ ଧରି ସୁନ୍ଦରଗଡ଼ ଉଷୁ ଦଳ କ୍ରମାଗତ ଭାବେ ଚାମ୍ପିଅନ୍ ଟ୍ରଫି ହାସଲ କରିଆସୁଛି । ଚଳିତ ବର୍ଷ ମଧ୍ୟ ଏହି ଚାମ୍ପିଅନ ଟ୍ରଫି ସୁନ୍ଦରଗଡ଼କୁ ଆସିବ ବୋଲି ଦୃଢ଼ ଆଶା ବ୍ୟକ୍ତି କରି ସଂଘର ଉପସଭାପତି ଟିକା ବାହାଦୁର କହିଛନ୍ତି ଯେ ଦଳ ଏଥର ମଧ୍ୟ ଉତ୍ତମ ପ୍ରଦର୍ଶନ କରିବ। ଦଳ ବେଲପାହାଡ଼ ଅଭିମୁଖେ ଯାତ୍ରା କରିବା ପୂର୍ବରୁ କ୍ରୀଡ଼ା ଉପନିର୍ଦ୍ଦେଶକ ସୁଦୀପ୍ତ ନାୟକ, କ୍ରୀଡ଼ାପ୍ରେମୀ ଓ.ପି. ସିଂହ ଏବଂ ରାଇମା କ୍ଲବର ସାଧାରଣ ସମ୍ପାଦକ ବାସୁଦେବ ବାନାର୍ଜୀ ଖେଳାଳିମାନଙ୍କ ସହ ସାକ୍ଷାତ କରି ସେମାନଙ୍କ ମନୋବଳ ବଢ଼ାଇବା ସହ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଥିଲେ। ସ୍ପୋର୍ଟସ୍ ଉଷୁ ଆସୋସିଏସନ୍ ଅଫ୍ ସୁନ୍ଦରଗଡ଼ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରିଛନ୍ତି।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

Nuapada Tightens Road Safety Measures; Heavy Vehicle Entry Restricted During Peak Hours
Aug 20, 2026•34 views

Nuapada Tightens Road Safety Measures; Heavy Vehicle Entry Restricted During Peak Hours

Nuapada, Aug 20: In a major push to improve road safety and reduce accidents, the District Road Safety Committee (DRSC) held a crucial meeting at the district headquarters conference hall under the chairmanship of Collector Madhusudan Dash on Wednesday. The meeting reviewed several key issues, including road accident prevention, illegal parking, regulation of heavy vehicles, helmet compliance and strengthening safety measures at accident-prone locations. One of the major decisions was to restrict the entry of heavy vehicles into Nuapada, Khariar Road and Khariar NAC areas during peak hours. Heavy vehicles will not be allowed to enter these urban areas from 7 am to 11 am and 3 pm to 7 pm, with the aim of reducing traffic congestion and the risk of accidents. The Collector also directed Nuapada, Khariar Road and Khariar NAC authorities to arrange cranes for the immediate removal of vehicles parked illegally along roads. The concerned Executive Officers have been instructed to complete the procurement process for the cranes by September 15. Special attention was given to the Biju Expressway, particularly locations where diversions are in place. The Collector stressed the need to strengthen road safety measures at such points and complete repair works at the earliest to prevent accidents. According to data presented at the meeting, between January 2026 and August 20, a total of 3,812 challans were issued for riding or driving without helmets. During the same period, 170 challans were issued for driving under the influence of alcohol. In June 2026 alone, 464 e-challans were issued for various traffic violations, including 167 cases of driving without helmets, 66 cases of overspeeding, six cases of carrying passengers in goods vehicles and four cases of overloading. A total fine of ₹15,51,565 was collected from 401 e-challan cases during the month. The meeting also reviewed the functioning of Helmet Hubs across the district. Discussions were held on regular inspections, availability of first-aid boxes, levelling of paver-block areas and construction of a permanent roof at the Helmet Hub near Panigrahi Petrol Pump. Regular field inspections of the Helmet Hubs by Khariar Road and Khariar NAC authorities were also highlighted. Strict implementation of the “No Helmet–No Petrol” rule was another major focus. The RTO enforcement team will conduct regular inspections at petrol pumps to ensure compliance with the provision. At the beginning of the meeting, Superintending Engineer, R&B, Khariar, Shashank Shekhar Shukla, welcomed the participants and presented the compliance report on decisions taken at the previous DRSC meeting along with the agenda for the current meeting. Additional Collector Subash Chandra Rait, Chief Development Officer, Zilla Parishad Lambodar Dharua, Sub-Collector Surmi Soren, Additional District Medical Officer Dr. Umakanta Meher, Excise Superintendent Sanghamitra Pradhan, R&B SDO Sukanta Gardia, MVI Upendra Pushika, Executive Officers of Nuapada, Khariar and Khariar Road NACs, along with officials from various departments, attended the meeting. The decisions taken at the meeting are expected to strengthen traffic discipline, improve enforcement and create safer roads for commuters across Nuapada district.

Nuapada (ନୂଆପଡ଼ା) • Reports: Malaya Meher, DC