--:--:--
-- ---
Srishti News

Web News

ଗୁଡାରିର ଗୌରବ: OCA ଆନ୍ତଃଜିଲ୍ଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ ୨୦୨୬ ପାଇଁ ଆୟୁଷା ମିଶ୍ରଙ୍କ ଚୟନ
Apr 20, 2026422 views

ଗୁଡାରିର ଗୌରବ: OCA ଆନ୍ତଃଜିଲ୍ଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ ୨୦୨୬ ପାଇଁ ଆୟୁଷା ମିଶ୍ରଙ୍କ ଚୟନ

ରାୟଗଡା: ରାୟଗଡା ଜିଲ୍ଲାର ଗୁଡାରି ବ୍ଲକରୁ ଆସିଥିବା ଯୁବ କ୍ରିକେଟର ଆୟୁଷା ମିଶ୍ର OCA ଆନ୍ତଃଜିଲ୍ଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ ୨୦୨୬ ପାଇଁ ଚୟନିତ ହୋଇଛନ୍ତି। ଏହି ଟୁର୍ନାମେଣ୍ଟ କଟକରେ ଅନୁଷ୍ଠିତ ହେବାକୁ ଯାଉଛି। ଓଡ଼ିଶା କ୍ରିକେଟ ଆସୋସିଏସନ (OCA)ର ଚୟନ କମିଟି ଦ୍ୱାରା ୧୫ ଜଣିଆ ଦଳରେ ଆୟୁଷାଙ୍କୁ ସ୍ଥାନ ମିଳିଛି। ସେ ଗଞ୍ଜାମ ଜିଲ୍ଲା ଟିମ ପକ୍ଷରୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଆୟୁଷା ମିଶ୍ର, ମିନତ ମିଶ୍ର (ମିନୁ)ଙ୍କ ଝିଅ, ତାଙ୍କର ଏହି ସଫଳତା ଦ୍ୱାରା ଗୁଡାରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଖୁସିର ଲହରି ଦେଖାଦେଇଛି। ଆୟୁଷାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମସ୍ତେ ଶୁଭେଚ୍ଛା ଜଣାଇଥିବା ବେଳେ, ମା ମାଣିକେଶ୍ବରୀଙ୍କ ନିକଟରେ ପ୍ରାର୍ଥନା କରାଯାଇଛି ଯେ ସେ ଆଗାମୀ ଦିନରେ ଜାତୀୟ ଦଳରେ ସ୍ଥାନ ଲଭି ଗୁଡାରିର ନାମକୁ ଦେଶ ଓ ବିଶ୍ୱ ସ୍ତରରେ ଉଜ୍ଜ୍ୱଳ କରନ୍ତୁ।

Rayagada (ରାୟଗଡ଼ା)ନିରଞ୍ଜନ ପୂଜାରୀ, ଗୁଡ଼ାରୀ

ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ
Apr 17, 2026161 views

ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ

ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ : ଅନୁଗୋଳରେ ମାଲ୍ୟାର୍ପଣ ସହ ସ୍ମୃତିଚାରଣ ସଭା ମହାନ୍ ଜନନାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଓଡ଼ିଶାର ବରପୁତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ଗଭୀର ଶ୍ରଦ୍ଧା ସହ ପାଳନ କରାଯାଇଛି। ପ୍ରଥମେ ଅନୁଗୋଳ ସହରର ବିଜୁ ମଇଦାନ ସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ଚଣ୍ଡୀଖମଣ ଠାରେ ଏକ ସାଧାରଣ ସଭା ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ବିଜୁ ବାବୁଙ୍କ ଅସାଧାରଣ ଦେଶପ୍ରେମ ଓ ଓଡ଼ିଶାର ସମଗ୍ର ବିକାଶରେ ତାଙ୍କର ଅମୂଲ୍ୟ ଅବଦାନ ବିଷୟରେ ଅତିଥିମାନେ ମତପ୍ରକାଶ କରିଥିଲେ। ଏହି ଅବସରରେ ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ଉପ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ରାଜ୍ୟ ବିଜେଡି ପରିଷଦ ସଭ୍ୟ ମହେନ୍ଦ୍ର ବସ୍ତିଆ, ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତ, ଅନୁଗୋଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଜିଲ୍ଲା ବିଜେଡି ଉପ ସଭାପତି ବାଉରୀ ବନ୍ଧୁ ସାହୁ ସହ ଅନ୍ୟାନ୍ୟ ଜିଲ୍ଲା ଓ ନଗର ନେତୃତ୍ୱ ଉପସ୍ଥିତ ଥିଲେ। ସେହିପରି କାଉନସିଲର ସଦାନନ୍ଦ ପଣ୍ଡା, ସୁଶୀଲ ମୁଖୀ, ଶଙ୍କର ସେଠୀ, ରଞ୍ଜିତ୍ ମଣ୍ଡୋଠିଆ, ବଳରାମ ଜେନା, ଜିଲ୍ଲା ବିଜେଡି ସମ୍ପାଦକ ନକୁଳ ସାହୁ, ଅଜିତ୍ ଦ୍ୱିବେଦୀ, ଉଚ୍ଚବ ଦେହୁରୀ, ନଗର ବିଜେଡି ସଭାନେତ୍ରୀ ମାଳିନୀ ସର, ନଗର ସଭାପତି ବୃନ୍ଦାବନ ସ୍ୱାଇଁ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିର୍ମଳ ଗଡ଼ନାୟକ ପ୍ରମୁଖ ଯୋଗଦେଇଥିଲେ। ବରିଷ୍ଠ ନେତା ତଥା ଜିଲ୍ଲା ପରିଷଦ ସଦସ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ ସଭା ପରିଚାଳନା କରିଥିଲେ। ଯୁବ ବିଜେଡି ନେତା ଅରୁଣାଭ ସିଂହଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ଭାବେ ଅନୁଷ୍ଠିତ ହୋଇଥିଲା। ଏହି ଅବସର ମାଧ୍ୟମରେ ବିଜୁ ବାବୁଙ୍କ ଆଦର୍ଶ ଓ ନୀତିକୁ ଅନୁସରଣ କରି ସମାଜ ସେବା ଓ ରାଜ୍ୟର ଉନ୍ନତି ପାଇଁ ସମସ୍ତେ ସଙ୍କଳ୍ପବଦ୍ଧ ହେବାର ଆହ୍ୱାନ ଜଣାଇଥିଲେ।

Angul (ଅନୁଗୋଳ)ରୁଦ୍ର ମୋହାନ ସାହୁ

ଡିଏଭି ପବ୍ଲିକ ସ୍କୁଲ,ଏମ୍. ସି.ଏଲ୍, କଳିଙ୍ଗ କ୍ଷେତ୍ରର  ସି.ବି.ଏସ୍.ଇ ଦଶମ  ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା
Apr 16, 2026134 views

ଡିଏଭି ପବ୍ଲିକ ସ୍କୁଲ,ଏମ୍. ସି.ଏଲ୍, କଳିଙ୍ଗ କ୍ଷେତ୍ରର ସି.ବି.ଏସ୍.ଇ ଦଶମ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା

ଡିଏଭି ପବ୍ଲିକ ସ୍କୁଲ,ଏମ୍. ସି.ଏଲ୍, କଳିଙ୍ଗ କ୍ଷେତ୍ରର ସି.ବି.ଏସ୍.ଇ ଦଶମ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ଅନୁଗୁଳ: ତାଳଚେର ଡିଏଭି ପବ୍ଲିକ ସ୍କୁଲ ଏମ୍. ସି.ଏଲ୍, କଳିଙ୍ଗ କ୍ଷେତ୍ରର ଦଶମ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷାରେ ବିଦ୍ୟାଳୟର ଦଶମ ଶ୍ରେଣୀର ୨୩ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଊର୍ଦ୍ଧ୍ଵ ଏବଂ ୬୦ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଊର୍ଦ୍ଧ୍ଵ ଅଙ୍କ ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି । ବିଦ୍ୟାଳୟର ଛାତ୍ର ପାର୍ଥ ପ୍ରତିମ ସାହୁ ୯୯ ପ୍ରତିଶତ ଅଙ୍କ ରଖି ପ୍ରଥମ ସ୍ଥାନ , ସୋହାମ ସ୍ୱାଇଁ ୯୮.୨ ପ୍ରତିଶତ ରଖି ଦ୍ଵିତୀୟ ସ୍ଥାନ ଓ ତୃତୀୟ ସ୍ଥାନରେ ସୋଲିନ ଶ୍ରୀନିକେତ ଏବଂ ଅଭିପ୍ସା ପ୍ରଧାନ ଉଭୟ ୯୮ ପ୍ରତିଶତ ଅଙ୍କ ରଖି କୃତିତ୍ୱ ହାସଲ କରି ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳାଇ ଦେଇଛନ୍ତି । ବିଦ୍ୟାଳୟର ୨୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଶତ ପ୍ରତିଶତ କୃତକାର୍ଯ୍ୟ ହାସଲ କରିଛନ୍ତି । ୨୦୩ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଊର୍ଦ୍ଧ୍ଵ ଅଙ୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟକୁ ଗୌରବାନ୍ଵିତ କରିଛନ୍ତି । ବିଦ୍ୟାଳୟର ଅଧ୍ୟକ୍ଷ ତଥା ଆଞ୍ଚଳିକ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା ମହୋଦୟ ଛାତ୍ରଛାତ୍ରୀମାନଙ୍କର ଏହି ଉଲ୍ଲେଖନୀୟ ସଫଳତାରେ ସନ୍ତୋଷ ପ୍ରକାଶ କରି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଓ ଅଭିନନ୍ଦନ ଜଣାଇଛନ୍ତି ।

Angul (ଅନୁଗୋଳ)ରୁଦ୍ର ମୋହାନ ସାହୁ

ଏପ୍ରିଲ ୧୦ ରୁ ମର୍ଣ୍ଣିଙ୍ଗ ଅଫିସ
Apr 14, 2026113 views

ଏପ୍ରିଲ ୧୦ ରୁ ମର୍ଣ୍ଣିଙ୍ଗ ଅଫିସ

​ସକାଳ ୭ଟାରୁ ଦିପହର ୧ଟା ପର୍ଯ୍ୟନ୍ତ (ବିନା ମଧ୍ୟାହ୍ନ ଭୋଜନ ବିରତିରେ) ଅଫିସ୍ କାର୍ଯ୍ୟ ସମୟ ଧାର୍ଯ୍ୟ କରାଯାଇଛି। ଏହା ଏପ୍ରିଲ ୧୦ ତାରିଖରୁ ଆରମ୍ଭ ହୋଇ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବଳବତ୍ତର ରହିବ। ପ୍ରଖର ଖରାରୁ ରକ୍ଷା ପାଇବା ପାଇଁ ନାଗରିକମାନଙ୍କୁ ସକାଳ ସମୟରେ ନିଜର ସରକାରୀ କାର୍ଯ୍ୟ ସମ୍ପାଦନ କରିବାକୁ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି। ​କଳାହାଣ୍ଡି ଭଳି ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଜୁନ୍ ମଧ୍ୟଭାଗ ପର୍ଯ୍ୟନ୍ତ ସମାନ ଧରଣର ସକାଳୁଆ ଅଫିସ୍ ସୂଚୀ ଲାଗୁ କରାଯାଇଛି। କାରଣ ବୌଦ୍ଧ, ବଲାଙ୍ଗୀର ଏବଂ ଝାରସୁଗୁଡ଼ା ଭଳି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଞ୍ଚଳଗୁଡ଼ିକରେ ତାପମାତ୍ରା ୪୦°C ରୁ ଅଧିକ ହେବାର ପୂର୍ବାନୁମାନ କରାଯାଇଛି। ​ ମାର୍ଚ୍ଚ ଶେଷ ସପ୍ତାହରେ ଓଡ଼ିଶା ଶ୍ରମ ଓ ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଜାରି ପରାମର୍ଶ ଅନୁଯାୟୀ, ଅଂଶୁଘାତ ରୋକିବା ପାଇଁ ଏପ୍ରିଲ ୧ ରୁ ଜୁନ୍ ୧୫ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ, ଶିଳ୍ପ ଏବଂ ନିର୍ମାଣ କ୍ଷେତ୍ରରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାହାରେ କାମ କରିବା ଉପରେ କଟକଣା ଲଗାଯାଇଛି। ସ୍ଥାନୀୟ ସ୍ଥିତିକୁ ପରଖି ଜିଲ୍ଲାପାଳମାନଙ୍କୁ ଅଧିକ କଠୋର ପଦକ୍ଷେପ ନେବା ପାଇଁ କ୍ଷମତା ପ୍ରଦାନ କରାଯାଇଛି। ଗ୍ରୀଷ୍ମ ପ୍ରବାହର ପ୍ରଭାବ କମାଇବା ପାଇଁ ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଏବଂ ବେସରକାରୀ ସ୍କୁଲଗୁଡ଼ିକର ସମୟ ସକାଳ ୬:୩୦ ରୁ ୧୦:୩୦ ପର୍ଯ୍ୟନ୍ତ ପରିବର୍ତ୍ତନ କରାଯାଇଛି। ଗ୍ରୀଷ୍ମକାଳୀନ ଛୁଟି ଆରମ୍ଭ ହେବା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ।

Bhubaneswar (ଭୁବନେଶ୍ୱର)କବିରାଜ ପାତ୍ର

ବିପୁଳ ପରିମାର ର ଗଞ୍ଜେଇ ଜବତ୍; ୩ଗିରଫ
Apr 11, 2026166 views

ବିପୁଳ ପରିମାର ର ଗଞ୍ଜେଇ ଜବତ୍; ୩ଗିରଫ

ଖୋର୍ଦ୍ଧା: ଅବକାରୀ ବିଭାଗ ପକ୍ଷରୁ ଆଜି ଦୁଇଟି ସ୍ଥାନରେ ଚଢଉ କରାଯାଇ ୧କୁଇଁଟାଲ ୬୯ କେଜି ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ୩ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଗିରଫମାନେ ହେଲେ ଜଟଣୀ ଥାନା ଅନ୍ତର୍ଗତ ଗଜପତିନଗର ର କାଳୁଚରଣ ଦାସ (୪୫), କନ୍ଧମାଳ ଜିଲ୍ଲା ଲହବାଡି ର ମହେଶ ମଲ୍ଲିକ (୨୧) ଓ ବଇଡା ର ପ୍ରକାଶ ପ୍ରଧାନ (୩୮) । ଏମାନଙ୍କ ଠାରୁ ଗଞ୍ଜେଇ ସମେତ ଏକ କାର ଓ ଟାଟାଏସିଇ ଗାଡିକୁ ଜବତ କରାଯାଇଛି ।ପ୍ରକାଶଥାଉକି, ଟାଙ୍ଗୀ ଅବକାରୀ ବିଭାଗ ଛଣଗିରି ରାସ୍ତାର ଫୁଟବଲ ଖେଳପଡିଆ ସମ୍ମୁଖରୁ ନୟାଗଡ ରୁ ଜଙ୍କିଆ ଅଭିମୁଖେ ଆସୁଥିବା ଓଡି.୦୨ସିକେ-୮୭୪୩ ନଂ ବିଶିଷ୍ଟ ଗଞ୍ଜେଇ ବୋଝେଇ ଟାଟାଏସିଇ ଗାଡିକୁ ଅଟକାଇ ଯାଂଚ କରିଥିଲେ । ସେଥିରୁ ୯୬୦କେଜି ଗଞ୍ଜେଇ ଜବତ କରିବା ସହ କାଳୁଚରଣ କୁ ଗିରଫ କରିଥିଲା । ସେହିପରି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଖୋର୍ଦ୍ଧା ମେଡିକାଲ ଛକ ନିକଟରେ ଥିବା ପେଟ୍ରୋଲପମ୍ପ ସମ୍ମୁଖରେ ଚଢଉ କରି ଏକ କାର ଭିତରୁ ୧କୁୂଇଁଟାଲ ଗଞ୍ଜେଇ ଜବତ କରିଥିଲେ । ଗାଡିରୁ ମହେଶ ଓ ପ୍ରକାଶ କୁ ଅବକାରୀ ବିଭାଗ କରିଛି । ୨ଟି ଜବତ ଘଟଣାରେ ଜବତ ଗଞ୍ଜେଇ ଓ ଗାଡିର ମୂଲ୍ୟ ୧କୋଟି ୨୧ଲକ୍ଷ ହେବ ବୋଲି ଅବକାରୀ ସୁପରିଟେଣ୍ଡ ସୁମତୀ ତ୍ରୀପାଠୀ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଟାଙ୍ଗୀ ଅବକାରୀ ଚଢଉରେ ଇନ୍ସପେକ୍ଟର ଅଜିତ ପାତ୍ର, ଓଆଇସି ରମେଶ ଚନ୍ଦ୍ର ବାରିକ, ଏଏସ୍ଆଇ ସମ୍ଭୁନାଥ ପାତ୍ର, ବାଲୁଗାଁ ଅବକାରୀ ବିଭାଗ ଏଏସ୍ଆଇ ରାମଚନ୍ଦ୍ର ଜେନା, କନେଷ୍ଟବଳ ଅଶେଷ ପ୍ରଧାନ, ମନୋଜ କୁମାର ଜୟସିଂ, ସସ୍ମିତା ସେଠୀ ପ୍ରମୁୂଖ ସାମିଲଥିଲେ । ସେହିପରି ଖୋର୍ଦ୍ଧା ଅବକାରୀ ଚଢଉରେ ଇନ୍ସପେକ୍ଟର ରାଧାକାନ୍ତ ଭୋଇ, ଓଆଇସି ସୁଜିତ କୁମାର ମୁଦୁଲି, ଏଏସ୍ଆଇ ସମରେନ୍ଦ୍ର ସାମନ୍ତସିଂହାର, କନେଷ୍ଟବଳ ଟିଟୁ ସାହୁ, ଚିନ୍ମୟୀ ସେଠୀ, ସନାନନ୍ଦ କୁଅଁର ଓ ପ୍ରଣବ କୁମାର କଅଁର ପ୍ରମୁଖ ସାମିଲ ହୋଇଥିଲେ ।

Khordha (ଖୋର୍ଦ୍ଧା)ପ୍ରିୟଙ୍କା ମହାପାତ୍ର, ସ୍ରିଷ୍ଟି ନିୟୁଜ

ଜବରଦଖଲ ଉଚ୍ଛେଦରେ ପୁଣି ପ୍ରଶ୍ନବାଚୀ : ବିବାଦୀୟ ଗଣ୍ଡାବାହାଳୀ ପରେ ଅନ୍ୟ ଗ୍ରାମ ପାଇଁ  ନିରବ ପ୍ରଶାସନ
Apr 10, 2026214 views

ଜବରଦଖଲ ଉଚ୍ଛେଦରେ ପୁଣି ପ୍ରଶ୍ନବାଚୀ : ବିବାଦୀୟ ଗଣ୍ଡାବାହାଳୀ ପରେ ଅନ୍ୟ ଗ୍ରାମ ପାଇଁ ନିରବ ପ୍ରଶାସନ

ନୂଆପଡା, ସିନାପାଲି: ନୂଆପଡା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଳୀ ମୌଜାରେ ସରକାରୀ ଜମି ଉପରେ ହୋଇଥିବା ବିବାଦୀୟ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ପ୍ରଶାସନ ପକ୍ଷରୁ ହୋଇଥିଲେ ମଧ୍ୟ, ସମାନ ଅବସ୍ଥାରେ ଥିବା ଅନ୍ୟାନ୍ୟ ଗ୍ରାମ ଯଥା ଡୁଆଝର, ବରଗାଁ ରେ ଏହାର କୌଣସି ପ୍ରଭାବ ଦେଖାଯାଇନାହିଁ । ଏହାକୁ କେନ୍ଦ୍ର କରି ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶାସନର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନଚିହ୍ନ ଉଠିଛି । ସିନାପାଲି–ଖଡ଼ିଆଳ ମୁଖ୍ୟ ରାସ୍ତା ସହ ଜଡିତ ଡୁଆଝର ଓ ବରଗାଁ ପରି ଗ୍ରାମଗୁଡିକରେ ଏପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ “ପ୍ରଶାସନ କାହାର ଚାପରେ କାମ କରୁଛି କି?” ବୋଲି ସାଧାରଣରେ ଚର୍ଚ୍ଚା ଜୋରଦାର ହୋଇଛି । ଓଡିଶା ପ୍ରିଭେନ୍ସନ ଅଫ୍ ଲ୍ୟାଣ୍ଡ ଏନକ୍ରୋଚ୍ମେଣ୍ଟ ଆକ୍ଟ–୧୯୭୨ ଅନୁସାରେ ଜବରଦଖଲକାରୀଙ୍କୁ ପ୍ରଥମେ ନୋଟିସ ଜାରି କରି, ନିର୍ଦ୍ଧାରିତ ସମୟ ସୀମା ପରେ ଉଚ୍ଛେଦ କରିବା ନିୟମ ରହିଛି । କିନ୍ତୁ ଏହି ନିୟମ ପ୍ରୟୋଗରେ ଅସମତା ଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ ଗୁରୁତ୍ୱ ନେଇଛି । ଗଣ୍ଡାବାହାଳୀରେ ହୋଇଥିବା ଉଚ୍ଛେଦ କାର୍ଯ୍ୟକୁ ନେଇ ଗ୍ରାମବାସୀମାନେ କିଛିଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଗୁରୁତର ଅଭିଯୋଗ ଉଠାଇଥିଲେ । ସେମାନଙ୍କ କହିବା ଅନୁଯାୟୀ, ପ୍ରଶାସନ ବଡ଼ ବଡ଼ ପ୍ରଭାବଶାଳୀ ଲୋକଙ୍କ ଘରକୁ ଛାଡି ଛୋଟ ଲୋକଙ୍କ ଘରକୁ ଟାର୍ଗେଟ କରି ଭାଙ୍ଗିଛି । ସିନାପାଲି ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ ଓ ଡ୍ରେନ ନିର୍ମାଣ ପାଇଁ ଜବରଦଖଲ ଉଚ୍ଛେଦ ଅତ୍ୟାବଶ୍ୟକ ହୋଇଥିବା ବେଳେ, ଗଣ୍ଡାବାହାଳୀରେ ଏହା ବିବାଦୀୟ ରୂପ ନେଇଥିଲା । ଗ୍ରାମବାସୀମାନେ ପୂର୍ବରୁ ବାରମ୍ବାର ବ୍ଲକ ଓ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଏହି ନେଇ ଅଭିଯୋଗ କରିଥିଲେ । ମାର୍ଚ୍ଚ ୫ ତାରିଖରେ ରାସ୍ତା ରୋକ ଆନ୍ଦୋଳନ କରିବାକୁ ଚେତାବନୀ ଦେବା ପରେ ପ୍ରଶାସନ ଚେତିଥିଲା । ପରେ ଏକ ପ୍ରଶାସନିକ ଟିମ ଗଣ୍ଡାବାହାଳୀରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ଶୀଘ୍ର ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିବାକୁ ଆଶ୍ୱାସନ ଦେଇଥିଲା । ଏହା ପରେ ଜେସିବି ସହାୟତାରେ କିଛି ଅଂଶରେ ଉଚ୍ଛେଦ କାର୍ଯ୍ୟ ହୋଇଥିଲା ଓ ସେତେବେଳେ ବ୍ଲକ, ଜିଲ୍ଲା ଓ ପୋଲିସ ପ୍ରଶାସନ ଉପସ୍ଥିତ ଥିଲେ । ତଥାପି, ସେହି ଉଚ୍ଛେଦ ପ୍ରକ୍ରିୟାକୁ ନେଇ ପକ୍ଷପାତ ଅଭିଯୋଗ ଶାନ୍ତ ହୋଇନାହିଁ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଗଣ୍ଡାବାହାଳୀର ବିବାଦ କେବେ ସମାଧାନ ହେବ ଓ ଡୁଆଝର, ବରଗାଁ ପରି ଅନ୍ୟ ଗ୍ରାମରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ କେବେ ଆରମ୍ଭ ହେବ ? ସମୟ ଦେଖାଇବ, ପ୍ରଶାସନ ନିଷ୍ପକ୍ଷ ଭାବେ କାର୍ଯ୍ୟ କରି ସମସ୍ତଙ୍କୁ ସମାନ ନ୍ୟାୟ ଦେବ କି, ନା ଏହି ବିବାଦ ଆଉ ଗଭୀର ରୂପ ନେବ ।

Nuapada (ନୂଆପଡ଼ା)ମଳୟ ମେହେର, ସ୍ରିଷ୍ଟି ନିୟୁଜ, ସିନାପାଲି

ହଜିଯାଉଛି କି ଦଣ୍ଡ ନାଚର ମୌଳିକତା?
Apr 8, 2026156 views

ହଜିଯାଉଛି କି ଦଣ୍ଡ ନାଚର ମୌଳିକତା?

ହଜିଯାଉଛି କି ଦଣ୍ଡ ନାଚର ମୌଳିକତା? ପରମ୍ପରା ନାଁରେ ଅଶ୍ଳୀଳତା କେତେଦୂର ଯୁକ୍ତିଯୁକ୍ତ! ଗଞ୍ଜାମର କଳା, ସଂସ୍କୃତି ଓ ପରମ୍ପରାର ଅନନ୍ୟ ପ୍ରତୀକ ହେଉଛି 'ଦଣ୍ଡ ନାଚ'। ଏହା କେବଳ ଏକ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ପ୍ରଭୁ ଶ୍ରୀ ସିଦ୍ଧ ଭୈରବ ଓ ମା’ କାଳୀଙ୍କ ଆରାଧନାର ଏକ କଠୋର ଆଧ୍ୟାତ୍ମିକ ପର୍ବ। ଶରୀରକୁ କଷ୍ଟ ଦେଇ, ଅଗ୍ନି ଓ ଧୂଳି ସହ ଖେଳି ଭକ୍ତ ଯେଉଁ ତପସ୍ୟା କରେ, ତାହା ବିଶ୍ୱବିଦିତ। ମାତ୍ର ଦୁଃଖର ବିଷୟ, ସମୟ ବଦଳିବା ସହ ଏହି ପବିତ୍ର ପରମ୍ପରାରେ ଏବେ 'ଆଧୁନିକତା'ର ବିଷ ପ୍ରବେଶ କରିଛି। ​ଆଧୁନିକତା ନାଁରେ ଅପସଂସ୍କୃତି: ​ଆଜିକାଲି ଦଣ୍ଡ ନାଚର ମଞ୍ଚରେ ପାରମ୍ପରିକ ପ୍ରଭା ଓ ଭଜନ ବଦଳରେ ଉଚ୍ଚ ସ୍ୱରରେ ଡିଜେ ଗୀତ ଏବଂ ଅଶ୍ଳୀଳ ନୃତ୍ୟର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। "ମେଲୋଡି" ନାମରେ ପରିବେଷଣ କରାଯାଉଥିବା ଅରୁଚିକର ନୃତ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଶସ୍ତା ମାଧ୍ୟମ ପାଲଟିଛି। ଯେଉଁଠି ପବିତ୍ର ଶଙ୍ଖ ଓ ମହୁରୀର ସ୍ୱର ଶୁଭିବା କଥା, ସେଠାରେ ଦ୍ୱିଅର୍ଥବୋଧକ ଗୀତର ତାଳେ ତାଳେ ଅଶାଳୀନ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରାଯାଉଛି। ଏହା କେବଳ ପରମ୍ପରାକୁ ନଷ୍ଟ କରୁନାହିଁ, ବରଂ ଶହ ଶହ ବର୍ଷର ଗୌରବମୟ ଇତିହାସକୁ ଧୂଳିସାତ କରିଦେଉଛି। ​ଯୁବପିଢ଼ିଙ୍କ ଉପରେ କୁପ୍ରଭାବ: ​ସମାଜର ମେରୁଦଣ୍ଡ ହେଉଛନ୍ତି ଯୁବପିଢ଼ି। ପରମ୍ପରା ମାଧ୍ୟମରେ ସେମାନେ ଶୃଙ୍ଖଳା ଓ ଆଧ୍ୟାତ୍ମିକତା ଶିଖିବା କଥା। କିନ୍ତୁ ମଞ୍ଚରେ ପ୍ରଦର୍ଶିତ ହେଉଥିବା ଏହି ଅଶ୍ଳୀଳତା ଯୁବପିଢ଼ିଙ୍କ ମାନସିକତାକୁ ବିପଥଗାମୀ କରୁଛି। ସେମାନେ ଭକ୍ତି ଓ ସଂସ୍କୃତି ଅପେକ୍ଷା ଉତ୍ତେଜନାପୂର୍ଣ୍ଣ ପ୍ରଦର୍ଶନକୁ ଗୁରୁତ୍ୱ ଦେଉଛନ୍ତି। ଯଦି ଏହି ଧାରା ଜାରି ରହେ, ତେବେ ଆଗାମୀ ଦିନରେ ଦଣ୍ଡ ନାଚରୁ "ଭକ୍ତି" ତତ୍ତ୍ୱ ସମ୍ପୂର୍ଣ୍ଣ ଭାବେ ହଜିଯିବ। ​ସଂସ୍କାରର ଆବଶ୍ୟକତା: ​ଆଧୁନିକତାକୁ ଆପଣେଇବାରେ କୌଣସି ବାଧା ନାହିଁ, କିନ୍ତୁ ତାହା ସଂସ୍କୃତିର ଗୁଣବତ୍ତାକୁ ନଷ୍ଟ କରିବା ଉଚିତ୍ ନୁହେଁ। ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ନିମ୍ନଲିଖିତ ପଦକ୍ଷେପ ନେବା ଜରୁରୀ:ଗ୍ରାମ୍ୟ କମିଟି ଓ ଦଣ୍ଡ ଦଳଗୁଡ଼ିକ ଅଶ୍ଳୀଳ ନୃତ୍ୟ ପରିବେଷଣ ନ କରିବାକୁ ସଂକଳ୍ପ ନେବା ଉଚିତ୍। ସାଂସ୍କୃତିକ କାର୍ଯ୍ୟକ୍ରମ ନାମରେ ହେଉଥିବା ଅଶ୍ଳୀଳତା ଉପରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ନଜର ରଖିବା ଆବଶ୍ୟକ। ଦଣ୍ଡ ନାଚର ପାରମ୍ପରିକ ଢୋଲ, ମହୁରୀ ଏବଂ ପୌରାଣିକ ବିଷୟବସ୍ତୁ ଉପରେ ଆଧାରିତ ନୃତ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉ। ଆମର ପରିଚୟ ହେଉଛି ଆମର ପରମ୍ପରା। ଏହି ପରମ୍ପରାକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ଆସନ୍ତୁ, ଦଣ୍ଡ ନାଚରୁ ଅଶ୍ଳୀଳତାକୁ ଦୂର କରି ଏହାର ପବିତ୍ରତା ଓ ମର୍ଯ୍ୟାଦାକୁ ଫେରାଇ ଆଣିବା। ନଚେତ୍ ଇତିହାସ ଆମକୁ କେବେବି କ୍ଷମା ଦେବ ନାହିଁ।

Ganjam (ଗଞ୍ଜାମ)କବିରାଜ ପାତ୍ର, ସ୍ରିଷ୍ଟି ନିୟୁଜ, ଚିକିଟି

ସେପ୍ଟେମ୍ବର ରେ ରାଉରକେଲା ମହାନଗର ନିଗମ ନିର୍ବାଚନ !
Apr 3, 2026558 views

ସେପ୍ଟେମ୍ବର ରେ ରାଉରକେଲା ମହାନଗର ନିଗମ ନିର୍ବାଚନ !

ସେପ୍ଟେମ୍ବରରେ ରାଉରକେଲା ମହାନଗର ନିଗମ ନିର୍ବାଚନ ! ଭୁବନେଶ୍ୱର: ରାଉରକେଲା ମହାନଗର ନିଗମ ନିର୍ବାଚନକୁ ନେଇ ରାଜ୍ୟରେ ରାଜନୀତିକ ଚର୍ଚ୍ଚା ତେଜ ହୋଇଛି। ଓଡିଶା ହାଇକୋର୍ଟରେ ଏହି ସମ୍ବନ୍ଧୀୟ ମାମଲା ଚାଲିଥିବା ସତ୍ତ୍ୱେ ମଧ୍ୟ ରାଜ୍ୟ ସରକାର ନିର୍ବାଚନ ପ୍ରକ୍ରିୟାକୁ ଆଗେଇ ନେବାକୁ ପ୍ରଚେଷ୍ଟା ଜୋରଦାର କରିଛନ୍ତି। ବିଶେଷ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ, ମାନ୍ୟବର ହାଇକୋର୍ଟଙ୍କ ଅନୁମତି କ୍ରମେ ରାଉରକେଲା ମହାନଗର ନିଗମରେ ନିର୍ବାଚନ କରାଯିବା ପାଇଁ କାନୁନି ପ୍ରକ୍ରିୟା ଆରମ୍ଭ ହୋଇଛି । ସୂତ୍ର ଅନୁସାରେ, ଆସନ୍ତା ସେପ୍ଟେମ୍ବର ମାସରେ ସମ୍ବଲପୁର, ପୁରୀ ଓ ବାଲେଶ୍ୱର ସହିତ ରାଉରକେଲାରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବାର ପୁରା ସମ୍ଭାବନା ରହିଛି। ଏପରି ସ୍ଥିତିରେ, ଏକ ପକ୍ଷରେ କୋର୍ଟରେ ମାମଲା ଚାଲିଥିବାବେଳେ ଅନ୍ୟ ପକ୍ଷରେ ନିର୍ବାଚନ ପ୍ରସ୍ତୁତି ଜୋରଦାର ହେବା ରାଜନୀତିକ ମହଳରେ ଚର୍ଚ୍ଚାର ବିଷୟ ହୋଇଛି। ଏବେ ସମସ୍ତଙ୍କ ଦୃଷ୍ଟି ହାଇକୋର୍ଟଙ୍କ ଅନ୍ତିମ ରାୟ ଉପରେ, ଯାହା ନିର୍ବାଚନର ଭବିଷ୍ୟତ ନିର୍ଣ୍ଣୟ କରିବ।

Rourkela (ରାଉରକେଲା)ବ୍ୟୁରୋ ରିପୋର୍ଟ, ସ୍ରିଷ୍ଟି ନିୟୁଜ

ବିଜୟ ଦାଶଙ୍କୁ “ବି.ବି. ମିଶ୍ର ଟ୍ରଫି” ରେ ସମ୍ମାନିତ
Apr 1, 2026312 views

ବିଜୟ ଦାଶଙ୍କୁ “ବି.ବି. ମିଶ୍ର ଟ୍ରଫି” ରେ ସମ୍ମାନିତ

ବିଜୟ ଦାଶଙ୍କୁ “ବି.ବି. ମିଶ୍ର ଟ୍ରଫି” ରେ ସମ୍ମାନିତ ଭୁବନେଶ୍ୱର: ଓଡିଶା ପୋଲିସ ପକ୍ଷରୁ ପ୍ରତିଷ୍ଠିତ “ବି.ବି. ମିଶ୍ର ଟ୍ରଫି” ପାଇଁ ଚଳିତ ବର୍ଷର ସର୍ବଶ୍ରେଷ୍ଠ ଥାନା ଅଧିକାରୀ (IIC) ଭାବେ ସୁନ୍ଦରଗଡ ପୋଲିସ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ବିଜୟ କିଶୋର ଦାଶଙ୍କୁ ଚୟନ କରାଯାଇଥିଲା । ଆଜି ଏକ ବିଶେଷ କାର୍ଯକ୍ରମରେ ଶ୍ରୀ ଦାସଙ୍କୁ ଟ୍ରଫି ସହିତ ମାନପତ୍ର ଏବଂ ତିନି ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି l ତାଙ୍କର କର୍ତ୍ତବ୍ୟନିଷ୍ଠା, ଦୃଢ଼ ପରିଚାଳନା ଶୈଳୀ ଏବଂ ଆଇନ-ଶୃଙ୍ଖଳା ରକ୍ଷାରେ ଉଲ୍ଲେଖନୀୟ ଭୂମିକା ପାଇଁ ଏହି ସମ୍ମାନ ଦିଆଯାଇଛି। ପ୍ରକାଶ ଥସୁ କି ସେ ଅପରାଧ ନିୟନ୍ତ୍ରଣ, ସାମାଜିକ ସମ୍ପର୍କ ସୁଦୃଢ଼ କରିବା ସହିତ ଲୋକମାନଙ୍କର ଭରସା ଜିତିବାରେ ବେଶ ସଫଳ ହୋଇଛନ୍ତି। ଜନସାଧାରଣଙ୍କ ସହ ସମନ୍ୱୟ ରଖି ପୋଲିସିଂରେ ସ୍ପଷ୍ଟତା ଏବଂ ଦାୟିତ୍ୱବୋଧ ପ୍ରଦର୍ଶନ କରିଥିବାରୁ ସେ ବିଶେଷ ଭାବରେ ପ୍ରଶଂସିତ ହୋଇଛନ୍ତି। ବିଶେଷ କଥା ହେଉଛି, ଶ୍ରୀ ଦାଶ ବିଗତ ଦିନରେ ତାଙ୍କର ଉତ୍କୃଷ୍ଟ ସେବା ପାଇଁ ଡିଜିପି ଡିସ୍କ ଆୱାର୍ଡ, ଡିଜିପି କମେଣ୍ଡେସନ ଆୱାର୍ଡ, ରାଜ୍ୟପାଳ ପଦକ ତଥା ରାଷ୍ଟ୍ରପତି ପଦକ ମଧ୍ୟ୍ୟ ପାଇ ସାରିଛନ୍ତି, ଯାହା ତାଙ୍କର ପେଶାଦାରୀ କୁଶଳତାକୁ ଆହୁରି ଉଜାଗର କରେ।

Cuttack (କଟକ)ବ୍ୟୁରୋ ରିପୋର୍ଟ, ସ୍ରିଷ୍ଟି ନିୟୁଜ

ଡ୍ରାଇଭର ସୁରକ୍ଷା କମିଟିର ଘୋଷଣା, ସପ୍ତାହକୁ ଥରେ ରୋଗୀଙ୍କୁ  ମିଳିବ ମାଗଣା ଅଟୋ ସେବା
Mar 31, 2026164 views

ଡ୍ରାଇଭର ସୁରକ୍ଷା କମିଟିର ଘୋଷଣା, ସପ୍ତାହକୁ ଥରେ ରୋଗୀଙ୍କୁ ମିଳିବ ମାଗଣା ଅଟୋ ସେବା

ନବରଙ୍ଗପୁର: ସପ୍ତାହକୁ ଥରେ ପ୍ରତି ସୋମବାର ଦିନ ଦୂର ଦୂରାନ୍ତ ରୋଗୀଙ୍କୁ ବସଷ୍ଟାଣ୍ଡରୁ ଡାକ୍ତରଖାନାକୁ ମାଗଣା ଅଟୋ ସେବା ମିଳିବ। ଏହା କୌଣସି ସରକାରୀ ଯୋଜନା ନୁହେଁ । ଅଟୋ ଡ୍ରାଇଭର ସୁରକ୍ଷା କମିଟି ପକ୍ଷରୁ ଏଭଳି ଅଭିନବ ପ୍ରୟାସ କରାଯାଇଛି। ଗୋଟିଏ କି ଦୁଇଟି ଗାଡି ନୁହେ ପ୍ରତି ସୋମବାର ବସଷ୍ଟାଣ୍ଟ ରୁ ମେଡିକାଲକୁ ଗଡ଼ିବ ୭୦ ଟି ଅଟୋ ଗାଡି l କମିଟି ପକ୍ଷରୁ ୭୦ ଜଣ ଅଟୋ ଚାଳକ ରୋଗୀଙ୍କୁ ସେବା ଯୋଗାଇବା ପାଇଁ ଘୋଷଣା କରିଛନ୍ତି। ସେମାନେ ନିଜର ପେଟପାଟଣାରୁ କାଟି ସପ୍ତାହକୁ ଥରେ ମାଗଣା ସେବା ଯୋଗାଇବେ। ଡ୍ରାଇଭର ସୁରକ୍ଷା କମିଟିର ଏଭଳି ମହତ କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି l ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ସମ୍ମାନିତ ଅତିଥି ଏଡିପିଏଚଓ ଡା.ମଳୟ ତ୍ରିପାଠୀ, ମାତୃ ଆଶ୍ରୟ ଆଶ୍ରମ ଅଧ୍ଯକ୍ଷା କାଦମ୍ବିନୀ ତ୍ରିପାଠୀ, ମୁନ୍ନା ତ୍ରୀପାଠୀ, ଅବଦୁଲ ଫିରୋଜ ପ୍ରମୁଖ ଯୋଗ ଦେଇଥିଲେ। ଆଜି ପ୍ରଥମ ଦିନ ସନ୍ଧ୍ୟା ସୁଦ୍ଧା ୬ଜଣ ରୋଗୀ ଓ ସମ୍ପର୍କୀୟଙ୍କୁ ସହରରୁ ପ୍ରାୟ ୪ କିମି ଦୂର ମେଡିକାଲକୁ ମାଗଣାରେ ଅଟୋ ସେବା ଯୋଗାଇ ଦିଆଯାଇଥିଲା। ଏହି ଅବସରରେ ଅଟୋ ଡ୍ରାଇଭର ସୁରକ୍ଷା କମିଟି ସଭାପତି ବାର୍ଥ ହରିଜନ କହିଛନ୍ତି ଯେ ପ୍ରତି ସପ୍ତାହକୁ ଥରେ ଜଣେ ଅଟୋ ଚାଳକଙ୍କୁ ନିଜ ହାତରୁ ୭୦୦ ଟଙ୍କା ଗରିବ ରୋଗୀଙ୍କ ସେବା ପାଇଁ ଖର୍ଚ୍ଚ କରିବାକୁ ନିଷ୍ପତି ହୋଇଛି।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ, ସ୍ରିଷ୍ଟି ନିୟୁଜ

ସାର ଗୋଦାମ ଉପରେ ପ୍ରଶାସନର କଡ଼ା ନଜର, ଯାଞ୍ଚ ପରେ ବିକ୍ରି ଉପରେ ରୋକ
Mar 31, 2026156 views

ସାର ଗୋଦାମ ଉପରେ ପ୍ରଶାସନର କଡ଼ା ନଜର, ଯାଞ୍ଚ ପରେ ବିକ୍ରି ଉପରେ ରୋକ

ନବରଙ୍ଗପୁର-ତେନ୍ତୁଳି ଖୁଣ୍ଟି: କୃଷକ ମାନଙ୍କ ସୁବିଧା ଏବଂ ସାର ର ସଠିକ୍ ବଣ୍ଟନ ନିଶ୍ଚିତ କରିବା ପାଇଁ ଆଜି ତେନ୍ତୁଳିଖୁଣ୍ଟି ପ୍ରଶାସନ ପକ୍ଷରୁ ଏକ ମିଳିତ ଯାଞ୍ଚ କରାଯାଇଛି। ତେନ୍ତୁଳିଖୁଣ୍ଟି ତହସିଲଦାର ପୁଷ୍ପାଞ୍ଜଳି ଦଣ୍ଡପାଟ ସମେତ ଭାରପ୍ରାପ୍ତ ଏଡିଓ, ବିଏଓ ବରୁଣ ଧନଫୁଲ, ସହକାରୀ କୃଷି ଅଧୂକାରୀ ତଥା ସାର ପରିଦର୍ଶକ ପ୍ରତିଭା ତିରିଆ, କୃଷି ଓଭର୍ଶୀୟର ଜିତେନ୍ଦ୍ର ଟାକ୍ରି ଏବଂ ଏଟିଏମ୍ ବାଳଗୋବିନ୍ଦ ସାହୁ ପ୍ରମୁଖ ଏହି ପରିଦର୍ଶନରେ ସାମିଲ ଥିଲେ। ଅଧୂକାରୀମାନେ ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ଅଞ୍ଚଳ ଗୁମ୍ମା ଲ୍ୟାମ୍ପ ଅଞ୍ଚଳର ୫ ରୁ ୭ ଜଣ ଲାଇସେନ୍ସ ଧାରିଙ୍କ ସାର ଗୋଦାମ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଗୋଦାମରେ ଥିବା ସାରର ଷ୍ଟକ୍ ରିପୋର୍ଟ ଏବଂ ପ୍ରକୃତ ସାମଗ୍ରୀର ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା। ସାର ର ସୁପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ସାର ବିକ୍ରି ନ କରିବାକୁ ସମସ୍ତ ଡିଲର ଓ ଲ୍ୟାମ୍ପ ପରିଚାଳକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ, ସ୍ରିଷ୍ଟି ନିୟୁଜ, ତେନ୍ତୁଳୀଖୁଣ୍ଟି

କଳାକାରମାନଙ୍କ ସଂଘ ମନସ୍କତା ଭିତରେ ଉଭୟ କଳା ଓ କଳାକାରଙ୍କ ଉନ୍ନତି ସଙ୍ଗୋପିତ : ମହାସଚିବ ରୋଶନ୍
Mar 30, 2026165 views

କଳାକାରମାନଙ୍କ ସଂଘ ମନସ୍କତା ଭିତରେ ଉଭୟ କଳା ଓ କଳାକାରଙ୍କ ଉନ୍ନତି ସଙ୍ଗୋପିତ : ମହାସଚିବ ରୋଶନ୍

ଧରମପୁର (କନ୍ଧମାଳ), କଳା ଓ କଳାକାର ହିତୈଷୀ ମହାମଞ୍ଚ "କନ୍ଧମାଳ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ଏକ କଳାକାର ସମାବେଶ ସ୍ଥାନୀୟ ପାଟଖଣ୍ଡା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି ତ୍ରିନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶକୁ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଉଦବୋଧନ ଦେଇ କଳାକାରମାନଙ୍କ ସଂଘ ମନସ୍କତା ଭିତରେ ଉଭୟ କଳା ଓ କଳାକାରଙ୍କ ଉନ୍ନତି ସଂଗୋପିତ ବୋଲି କହିଥିଲେ। ମହାସଂଘ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁଙ୍କ ସମେତ ଶବର ପାତ୍ର, ସନ୍ନ୍ୟାସୀ ବାଘ, କରୁଣାକର ଦିଗାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ କଳାକାର ଜନ୍ମର ମହନୀୟତା ସମ୍ପର୍କରେ ଆଲୋକପାତ କରିଥିଲେ । ସୁକାନ୍ତ ବେହେର୍ଦ୍ଦଳାଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ଉମାକାନ୍ତ ସାହୁ, ପାର୍ଥବ ବେହେର୍ଦ୍ଦଳାଇ, ରମାକାନ୍ତ ବେହେର୍ଦ୍ଦଳାଇ, ଶ୍ରୀକୃଷ୍ଣ ବେହେରା, ନାରାୟଣ ବେହେରା, ମାଞ୍ଚା ଦିଗାଳ, ଋଷିନାଥ ବିଷୋୟୀ, ସଲମନ୍ ନାୟକ, ସରୋଜିନୀ ଶତପଥୀ, ସୁବାସିନୀ ପ୍ରଧାନ, ଜୟନ୍ତି ସାହୁ, କମଳିନୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଏଥିରେ କନ୍ଧମାଳ ଜିଲ୍ଲାର ବାଲିଗୁଡା, ଦାରିଙ୍ଗବାଡି, ସରଙ୍ଗଗଡ଼, ବୁଡଗୁଡା, ଫିରିଙ୍ଗିଆ, ଉଦୟଗିରି, ଫୁଲବାଣୀ, ଖଜୁରୀପଡା, କୋଟଗଡ଼ ଆଦି ଅଂଚଳରୁ ବହୁ କଳାକାର ଯୋଗଦେଇଥିଲେ। ପରିଶେଷରେ ସନାତନ ଗୌଡ଼ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Kandhamal (କନ୍ଧମାଳ)ବ୍ୟୁରୋ ରିପୋର୍ଟ, ସ୍ରିଷ୍ଟି ନିୟୁଜ, ଧରମପୁର