--:--:--
-- ---
Srishti News

୧୩ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ - ଦିଲ୍ଲୀପ ପରିଡା, ରାଜକନିକାAugust 19, 2026128 views
୧୩ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
ବନ୍ୟା ବିଭିଷିକାରେ ଆଉଟୁ ପାଉଟୁ ଲୋକେ। ଏମିତି ଦୃଶ୍ୟ ରାଜକନିକା ବ୍ଲକ କାଏମା ଦୋମଣ୍ଡା ପଞ୍ଚାୟତ କାଏମା କନପୁର ଗାଁରେ ଦେଖୁବାକୁ ମିଳିଛି ।ବୈତରଣୀ ଓ ଖରସ୍ରୋତା ନଦୀରେ ଦ୍ଵିତୀୟ ଥର ବନ୍ୟା ଆସିଛି । ୪ଦିନ ହେବ ଚୁଲି ଜଳୁନି। ଟ୍ୟୁବ୍‌ୱଲ୍ ବୁଡି ଯିବାରୁ ପାନୀୟ ଜଳ ପାଇଁ ଲୋକେ ହାହାକାର ହୋଇଛନ୍ତି। ବୈତରଣୀ ଓ ଖରସ୍ରୋତା ନଦୀରେ ବନ୍ଯା ଯୋଗୁ ରାଜକନିକା ବ୍ଲକ ବାରହା– ଦୋମଣ୍ଡା ପଞ୍ଚାୟତର ୩ ଓ ୪ ନମ୍ବର ୱାର୍ଡର କାଏମାକନପୁର । ଗାଁ ମୁଖ୍ୟରାସ୍ତାରେ ନ୍ୟାଜଳ ପ୍ରଭାବିତ ଅଣ୍ଟାଏ ଉଚ୍ଚର ବନ୍ୟାଜଳହୋଇଛି । ପାଖାପାଖ୍ ୨୦୦ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଲୋକଙ୍କ ଘରେ ପାଣି ପଶିଯାଇଥିବା ବେଳେ, ଅନେକ କଚ୍ଚାଘର ଭାଙ୍ଗି ଯାଇଛି। ୨ନମ୍ବର ୱାର୍ଡର ବାର୍ହାକନପୁର, ଜେନାସାହି ଗାଁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ଗୁଣ୍ଠଳ ଗାଁ ଦାଣ୍ଡରେ ଅଣ୍ଟାଏ ଉଚ୍ଚର ପାଣି ଚାଲିଛି I ଜିଲାର ଶେଷ ସୀମା ପଧାନପଡ଼ା ପଞ୍ଚାୟତର ବାଲିସାହି ଗାଁଦାଣ୍ଡରେ ଅଣ୍ଟାଏ ଜଳ ପ୍ରବାହିତ ହେଉଥିଲା ବେଳେ, ପାଖାପାଖ୍ ୫ଶହ ଲୋକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛନ୍ତି । ପଣସଗଣ୍ଡ ପଞ୍ଚାୟତର ଫାଜିଲପୁର ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଘର ଭିତରେ ଜଳ ପ୍ରବେଶ କରିଛି, ଲୋକମାନେ ଭୋକଉପାସରେ ରହୁଛନ୍ତି। ଅନେକ ଲୋକଙ୍କ କଚ୍ଚାଘର ଭାଙ୍ଗି ଯାଇଛି । କୁମ୍ଭୀର 3 ବିଷାକ୍ତ ସାପ ଭୟରେ ଲୋକମାନେ ଜୀବନ ବିତାଉଛନ୍ତି । ରାତିରେ ଜଳ ବୃଦ୍ଧି ଆଶଙ୍କା ଥିବାରୁ ନଦୀକୂଳିଆ ୧୩ ପଞ୍ଚାୟତ ବାରହା–ଦୋମଣ୍ଡା, ପଧାନପଡ଼ା, ନହୁଣୀ, ବାରାଡ଼ିଆ, ଜୟନଗର, ସିକୋ, କୋରନ୍ଦ, ବରୁଣାଡିହା, ଭରିଗଦା, ପାରିନୂଆପଡ଼ା, ହାବଳଗଣ୍ଡ, କଟଣା– ବଣିଆଁ ଓ ବରୁଣା ଆଦି ପଞ୍ଚାୟତବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଏ ସମ୍ପର୍କରେ ବିଡିଓ କୈଳାସ ଚନ୍ଦ୍ର ମହାଳିକଙ୍କୁ ପଚାରିବାରେ, ୧୩ ପଞ୍ଚାୟତର ୧୬ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ୩ ପଞ୍ଚାୟତର ଲୋକଜଳବନ୍ଦୀ ଅବସ୍ଥାରେ ଅଛନ୍ତି I ବ୍ଲକ ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ପାନୀୟଜଳ ବ୍ୟବସ୍ଥା କରାଯିବା ସହିତ ଡଙ୍ଗା ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି ।