--:--:--
-- ---
Srishti News

Web News

ବନ୍ୟାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା: ଭାରରେ ବୁହା ହେଲେ ଗୁରୁତର ରୋଗୀ: ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ୨.୫ କିମି କାନ୍ଧରେ ବୋହି ମୁଖ୍ୟ ରାସ୍ତାକୁ ଆଣିଲେ ପରିବାର ଲୋକ
Aug 19, 2026•26 views

ବନ୍ୟାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା: ଭାରରେ ବୁହା ହେଲେ ଗୁରୁତର ରୋଗୀ: ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ୨.୫ କିମି କାନ୍ଧରେ ବୋହି ମୁଖ୍ୟ ରାସ୍ତାକୁ ଆଣିଲେ ପରିବାର ଲୋକ

ଯାଜପୁର/ବରୀ, ବନ୍ୟା ଆସିଲେ ବିପନ୍ନ ହୋଇପଡ଼େ ଜନଜୀବନ। ତେବେ ବର୍ତ୍ତମାନ ବରୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ମଧ୍ୟରେ ସ୍ୱାସ୍ଥ୍ୟସେବାର ଦୁର୍ଦ୍ଦଶାର ଏକ ଚିତ୍ର ସାମ୍ନାକୁ ଆସିଛି। ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନେବା ବଦଳରେ ଭାରରେ କାନ୍ଧେଇ ପ୍ରାୟ ଅଢ଼େଇ କିଲୋମିଟର ଦୂର ମୁଖ୍ୟ ରାସ୍ତାକୁ ଆଣିବାକୁ ପଡ଼ିଛି। ଘଟଣାଟି ବରୀ ବ୍ଲକ ବାଲିବିଲି ପଞ୍ଚାୟତ ଅନ୍ତର୍ଗତ ଡିହସାହି ଗ୍ରାମର। ରାସ୍ତାରେ ବନ୍ୟାଜଳର ପ୍ରଖର ସ୍ରୋତ ଯୋଗୁଁ ଆମ୍ବୁଲାନ୍ସ ଗ୍ରାମ ଭିତରକୁ ପହଞ୍ଚି ପାରିନଥିଲା। ଫଳରେ ଗୁରୁତର ଅସୁସ୍ଥ ରୋଗୀଙ୍କୁ ପରିବାର ଲୋକେ ଭାରରେ କାନ୍ଧେଇ ପ୍ରାୟ ୨.୫ କିଲୋମିଟର ଦୂର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନେଇଥିଲେ। ସେଠାରୁ ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟକୁ ନିଆଯାଇଥିବା ଜଣାପଡ଼ିଛି। ବନ୍ୟା ପରିସ୍ଥିତି ଯୋଗୁଁ ବରୀର ବିଭିନ୍ନ ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଥିବାବେଳେ ଏହାର ସିଧାସଳଖ ପ୍ରଭାବ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଉପରେ ପଡ଼ିଛି। ବିଶେଷକରି ଗୁରୁତର ରୋଗୀଙ୍କୁ ସମୟ ମଧ୍ୟରେ ଚିକିତ୍ସାଳୟରେ ପହଞ୍ଚାଇବା ଅତ୍ୟନ୍ତ ଜରୁରୀ ହୋଇଥିବାବେଳେ ଏଭଳି ପରିସ୍ଥିତି ରୋଗୀ ଓ ପରିବାର ପାଇଁ ଚିନ୍ତା ବଢ଼ାଇଛି। ଏହି ଘଟଣା ବନ୍ୟା ସମୟରେ ଦୁର୍ଗମ ଓ ଜଳବନ୍ଦୀ ଅଞ୍ଚଳକୁ ଜରୁରୀକାଳୀନ ଚିକିତ୍ସାସେବା ପହଞ୍ଚାଇବା ପାଇଁ ବିକଳ୍ପ ଯାତାୟାତ ବ୍ୟବସ୍ଥାର ଆବଶ୍ୟକତାକୁ ପୁଣିଥରେ ସ୍ପଷ୍ଟ କରିଛି। ତେଣୁ ପ୍ରଶାସନ ପକ୍ଷରୁ ବନ୍ୟାପ୍ରଭାବିତ ଅଞ୍ଚଳରେ ରୋଗୀ ପରିବହନ ପାଇଁ ଆବଶ୍ୟକ ଜରୁରୀ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Jajpur (ଯାଜପୁର) • ବରୀରୁ ସୁଧାଂଶୁ ଶେଖର ଓଝାଙ୍କ ରିପୋର୍ଟ

ଅବହେଳାରେ ଐତିହ୍ୟସମ୍ପନ୍ନ ରାଜନଅର ବାମ୍ଫି; ପୁନରୁଦ୍ଧାର ପାଇଁ ଦାବି: ସରକାରଙ୍କ ଦୃଷ୍ଟି ପଡ଼ିବ କେବେ?
Aug 19, 2026•146 views

ଅବହେଳାରେ ଐତିହ୍ୟସମ୍ପନ୍ନ ରାଜନଅର ବାମ୍ଫି; ପୁନରୁଦ୍ଧାର ପାଇଁ ଦାବି: ସରକାରଙ୍କ ଦୃଷ୍ଟି ପଡ଼ିବ କେବେ?

ଗଞ୍ଜାମ/ଖଲ୍ଲିକୋଟ, ଐତିହ୍ୟ ଓ ଇତିହାସର ଗୌରବମୟ ଅଧ୍ୟାୟକୁ ବହନ କରୁଥିବା ଖଲ୍ଲିକୋଟ ଅଞ୍ଚଳର ରାଜନଅର ବାମ୍ଫି ଆଜି ଅବହେଳାର ଶିକାର ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଓଡ଼ିଶାରେ ବିରଳ ଐତିହାସିକ ନିର୍ମାଣ ଭାବେ ପରିଚିତ ଏହି ବାମ୍ଫିର ସୁରକ୍ଷା ଓ ପୁନରୁଦ୍ଧାର ନେଇ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଖଲ୍ଲିକୋଟ ରାଜବଂଶର ଐତିହାସିକ ଅବଦାନ ଅତୁଳନୀୟ। ଜମିଦାରୀ ଉଚ୍ଛେଦ ପରେ ସ୍ୱର୍ଗତ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ୨୧ ନଭେମ୍ବର ୧୯୫୬ରେ ତତ୍କାଳୀନ ଜିଲ୍ଲାପାଳ ଏଚ୍.କେ. ଘୋଷଙ୍କ ସମୟରେ ସରକାରଙ୍କୁ ଏହି ସମ୍ପତ୍ତି ବିକ୍ରୟ କରିଥିବା ସୂଚନା ମିଳିଛି। ବର୍ତ୍ତମାନ ଏଠାରେ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଅନୁଷ୍ଠାନ ରହିଛି। ତେବେ ଅନୁଷ୍ଠାନର ଉନ୍ନତିମୂଳକ କାର୍ଯ୍ୟ ସମୟରେ ରାଜଉଆସର ଐତିହ୍ୟସମ୍ପନ୍ନ କିଛି ଅଂଶର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ପୁରୁଣା ଐତିହ୍ୟକୁ ସଂରକ୍ଷଣ ଓ ପୁନରୁଦ୍ଧାର କରିବା ବଦଳରେ ଇଟା ଓ ସିମେଣ୍ଟରେ ନୂତନ ନିର୍ମାଣ କରାଯାଉଥିବା ନେଇ ସ୍ଥାନୀୟ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ରାଜନଅର ବାମ୍ଫିର ଚତୁଃପାର୍ଶ୍ୱରେ ଗଛଲତା ମାଡ଼ିଯାଇଥିବା ବେଳେ ବାହାର ଲୋକେ ଘରର ଅଳିଆ ଆବର୍ଜନା ଏଠାରେ ପକାଉଥିବା ଅଭିଯୋଗ ହୋଇଛି। ଫଳରେ ଐତିହାସିକ ବାମ୍ଫିଟି ଧୀରେ ଧୀରେ ଅବ୍ୟବହାରଯୋଗ୍ୟ ଓ ବିପଦସଙ୍କୁଳ ହେବାକୁ ବସିଛି। ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ତଥା ସ୍ୱତନ୍ତ୍ର ପ୍ରତିନିଧି ଶିବରାମ ଜେନାଙ୍କ ପକ୍ଷରୁ ବିଭିନ୍ନ ସମୟରେ ଖବର ପ୍ରସାରଣ ଓ ଦାବି ଉଠାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନିକ ସ୍ତରରେ ଦୃଶ୍ୟମାନ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଐତିହ୍ୟର ସୁରକ୍ଷା ପ୍ରତି ପ୍ରଶାସନର ନିରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ସୂଚନାନୁସାରେ, ଚାରୁ ଓ କାରୁକଳା ମହାବିଦ୍ୟାଳୟ ଅନୁଷ୍ଠାନ ନାମରେ ପ୍ରାୟ ୧୭ ଏକର ଜମି ଥିବାବେଳେ ଏଥିରୁ ପ୍ରାୟ ୫ ଏକର ଅଞ୍ଚଳ ସମ୍ପର୍କରେ ସ୍ଥାନୀୟ ମହଲରେ ପ୍ରଶ୍ନ ଉଠିଛି। ଅବଶିଷ୍ଟ ଜମିର ବର୍ତ୍ତମାନ ସ୍ଥିତି ଓ ଦଖଲ ସମ୍ପର୍କରେ ତଦନ୍ତ କରି ସ୍ପଷ୍ଟତା ଆଣିବା ସହ ଯଦି କୌଣସି ବେଆଇନ ଦଖଲ ରହିଛି, ତେବେ ତାହା ଉଚ୍ଛେଦ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି। ଐତିହାସିକ ରାଜନଅର ବାମ୍ଫିର ସୁରକ୍ଷା, ସଫେଇ, ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ କରାଗଲେ ଏହା ଖଲ୍ଲିକୋଟର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ ହୋଇପାରିବ। ତେଣୁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ଏହି ଐତିହ୍ୟସମ୍ପଦ ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେଉ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Ganjam (ଗଞ୍ଜାମ) • ଖଲ୍ଲିକୋଟରୁ ଶିବରାମ ଜେନା

୭୦ ବର୍ଷୀୟା ବୃଦ୍ଧା ଜୀବନରେ ଥରେ ବି ଦେଇନାହାନ୍ତି ଭୋଟ ନାହିଁ ଭୋଟ କାର୍ଡ ନାହିଁ ଆଧାର କାର୍ଡ
Aug 19, 2026•14 views

୭୦ ବର୍ଷୀୟା ବୃଦ୍ଧା ଜୀବନରେ ଥରେ ବି ଦେଇନାହାନ୍ତି ଭୋଟ ନାହିଁ ଭୋଟ କାର୍ଡ ନାହିଁ ଆଧାର କାର୍ଡ

ତେନ୍ତୁଳୀଖୁଣ୍ଟି, ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ଛାରପଦର ଗାଁ ମାତ୍ର ୧୮ଟି ପରିବାରର ବସବାସ କରନ୍ତି I ଆଜି ବି ଏଠାକୁ ପହଞ୍ଚୁବା ପାଇଁ ନାହିଁ ଭଲ ରାସ୍ତାଟିଏ ପଥର, ଗୋଡ଼ି, ଖାଲ ଖମା କୁ ସରୁ ରାସ୍ତା ବର୍ଷାଦିନେ ବାଇକ୍ ଯିବା ବି କଷ୍ଟକର ବିକାଶର ଦାବି ଏଠାରେ ପହଞ୍ଚୁନାହିଁ ଆଉ ସେହି ଅବହେଳାର ଜୀବନ୍ତ ପ୍ରମାଣ ତୁଳସା ସାନ୍ତା ବୟସ ୭୦ ବର୍ଷା ମୃତ୍ୟୁର ଦ୍ଵାର ଦେଶ ରେ ପହଞ୍ଚୁଥ‌ିବା ଜୀବନ କିନ୍ତୁ ଆଜି ପର୍ଯ୍ୟନ୍ତ ଦେଇନାହାନ୍ତି ଗୋଟିଏ ବି ଭୋଟା | ଗୋଟିଏ ବି ଆଙ୍ଗୁଠିରେ କାଳି ଲାଗିନାହିଁ ଗୋଟିଏ ବି ଥର ଗଣତନ୍ତ୍ରର ପର୍ବ ରେ ସାମିଲ ହୋଇପାରିନାହାନ୍ତି ତୁଳସା I କାରଣ ତାଙ୍କ ପାଖରେ ନାହିଁ ଭୋଟର କାର୍ଡ ଭୋଟର ତାଲିକାରେ ନାହିଁ ନାମ | କେବଳ ଭୋଟ ନୁହେଁ ତୁଳସାଙ୍କ ପାଖରେ ଆଧାର କାର୍ଡ ବି ନାହିଁ ଆଉ ସେହି ଗୋଟିଏ ଦସ୍ତାବିଜ ନଥିବାରୁ ସରକାରଙ୍କ ପ୍ରାୟ ସମସ୍ତ ଯୋଜନାରୁ ସେ ବଞ୍ଚିତ ବାର୍ଦ୍ଧକ୍ୟ ପେନସନ, ବିଧବା ପେନସନ, ରାସନ, ଆବସ ଯୋଜନା ସବୁକିଛି ତାଙ୍କ ପାଇଁ କେବଳ ସ୍ଵପ୍ନ I ପ୍ରାୟ ୩୦ ବର୍ଷ ତଳେ ସ୍ଵାମୀ ସଲପା ସାନ୍ତାଙ୍କ ମୃତ୍ୟୁ ମୃତ୍ୟୁ ପରେ ଏଣେତେଣେ ବୁଲି ଜୀବନ ବିତାଇଛନ୍ତି ତୁଳସା Iଗତ ୧୦ ବର୍ଷ । ହେଲା ବଡ଼ଝିଅ ଚଞ୍ଚଳା ସାନ୍ତାଙ୍କ ଘରେ ଆଶ୍ରୟ ନେଇଛନ୍ତି I ଝିଅ ତାଙ୍କୁ ଖାଇବା ସହ ଦେଖାଶୁଣା କରୁଛି। କିନ୍ତୁ, ମାର ମନରେ ଗୋଟିଏ କଷ୍ଟ ରହିଛି ମୃତ୍ୟୁ ପୂର୍ବରୁ ଥରେ ହେଲେ ବି ଭୋଟ ଦେବାର ସ୍ୱପ୍ନ ବାରମ୍ଵାର ସରକାରୀ କାର୍ଯ୍ୟାଳୟ, ଅଧୁକାରୀ, ବିଭିନ୍ନ ଦପ୍ତର ସବୁଠି ଦୌଡ଼ିଛନ୍ତି କିନ୍ତୁ କେହି ସମାଧାନ କ ରି ନାହାନ୍ତି ବୋଲି ଗ୍ରାମବାସୀ ମଧ୍ୟ ଅଭି ଯୋଗ ଆଣିଛନ୍ତି। ଏହାକୁ ନେଇ ଗାଁର ବି ଏଲ ଓ ଚକ୍ରଧର ଗୌଡ଼ କହୁଛନ୍ତି ବ ର୍ଷ ମାନ ଏସ ଆଇ ଆର କାର୍ଯ୍ୟକ୍ରମ ଚାଲିଛି ତାଙ୍କର କୌଣସି ସରକାରୀ ଦସ୍ତାବିଜ ନଥୁବାରୁ ନାମ ଯୋଡ଼ାଯାଇନଥିଲା ଖୁବଶୀଘ୍ର ତାଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯିବ ବୋଲି ଉତ୍ତର ଦେଇଥିଲେ I ତେନ୍ତୁଳୀଖୁଣ୍ଟି ବିଡିଓ ମନୋଜ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ସମସ୍ତ.. ନାଗରିକଙ୍କ ଭୋଟ ଦେବା ଅଧିକାର ଥିବା କହି ତୁରନ୍ତ ତୁଳସାଙ୍କ ସମସ୍ୟା ସମାଧାନ କରା‌ଯିବ ବୋଲି କହିଛନ୍ତି।

Nabarangpur (ନବରଙ୍ଗପୁର) • ଗୋବିନ୍ଦ ତ୍ରିପାଠୀ ରିପୋର୍ଟ୍ ନବରଙ୍ଗପୁର

Training Programme Held for Panel Lawyers in Nuapada
Aug 19, 2026•22 views

Training Programme Held for Panel Lawyers in Nuapada

Nuapada, A comprehensive training programme aimed at enhancing the professional skills and legal knowledge of panel lawyers under the District Legal Services Authority (DLSA), Nuapada, and the Taluk Legal Services Committees of Khariar, Sinapali and Boden was organised at the Alternative Dispute Resolution (ADR) Centre in Nuapada. The programme was inaugurated by District Judge and Chairman of DLSA, Nuapada, Samar Bilas Behera. The training focused on strengthening the capacity of panel lawyers to provide effective and accessible legal services to people, particularly those belonging to vulnerable and disadvantaged sections of society. Chief Judicial Magistrate Sushant Kumar Mishra, Senior Civil Judge Durbasa Durga, DLSA Secretary Navanita Dash, SDJM Snataki Dash and Judicial Magistrate First Class Kahnu Kisku were among those present at the programme. During the technical sessions, CJM Sushant Kumar Mishra sensitised the participants on important legal provisions relating to maintenance of women, protection from domestic violence and women’s property rights. His session focused on strengthening the lawyers’ understanding of legal remedies available to women facing economic, domestic and property-related hardships. DLSA Secretary Navanita Dash elaborated on the Legal Services Authorities Act, 1987, the functioning of District Legal Services Authorities and various welfare-oriented schemes implemented under the National Legal Services Authority (NALSA). Training was also imparted on issues of contemporary legal and social importance. Dr Anil Kumar Tandi, trainer and Principal of Mahamaya Law College, addressed the participants on sexual harassment of women at the workplace, highlighting the legal safeguards and responsibilities involved in ensuring a safe working environment. Similarly, senior trainer Kumud Kumar Hota conducted a session on the Juvenile Justice (Care and Protection of Children) Act, 2015, with emphasis on the legal framework for the care, protection and rehabilitation of children in need. The programme provided the panel lawyers with an opportunity to deepen their understanding of important laws and strengthen their professional preparedness to extend quality legal assistance to the public. The initiative was viewed as an important step towards making legal aid more effective, accessible and responsive to the needs of society.

Nuapada (ନୂଆପଡ଼ା) • Reports: Malaya Meher

ଜଳବନ୍ଦୀରେ ଜରିବାଙ୍କ ଦଳିତ ସାହି; ସ୍ଥାନାନ୍ତର ଦାବିରେ ଗ୍ରାମବାସୀ
Aug 19, 2026•45 views

ଜଳବନ୍ଦୀରେ ଜରିବାଙ୍କ ଦଳିତ ସାହି; ସ୍ଥାନାନ୍ତର ଦାବିରେ ଗ୍ରାମବାସୀ

ଯାଜପୁର, ବିଂଝାରପୁର: ଲଗାଣ ବର୍ଷା ଓ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରିବାଙ୍କ ଦଳିତ ସାହି ଜଳବନ୍ଦୀ ହୋଇପଡ଼ିଛି। ସାହିର ଅଧିକାଂଶ ଘରେ ଆଣ୍ଠୁଏ ପାଣି ପଶିଯାଇଥିବାରୁ ଲୋକଙ୍କ ଜୀବନଯାପନ ଦୁର୍ବିଷହ ହୋଇପଡ଼ିଛି। ଘର ଭିତରେ ପାଣି ଜମି ରହିବା ସହ ରାସ୍ତାଘାଟ ମଧ୍ୟ ଜଳମଗ୍ନ ହୋଇଥିବାରୁ ଛୋଟ ପିଲା, ବୃଦ୍ଧ ଓ ମହିଳାମାନେ ବିଶେଷ ଭାବେ ହନ୍ତସନ୍ତ ହେଉଛନ୍ତି। ପ୍ରତିବର୍ଷ ବର୍ଷା ଋତୁରେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଥିବା ଅଭିଯୋଗ କରିଛନ୍ତି ସାହିବାସୀ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏନେଇ ପୂର୍ବରୁ ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇପାରିନାହିଁ। ବାରମ୍ବାର ବନ୍ୟା ଓ ଜଳବନ୍ଦୀ ସମସ୍ୟାରୁ ମୁକ୍ତି ପାଇଁ ସାହିବାସୀଙ୍କୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସେମାନେ ଦାବି କରିଛନ୍ତି। ବର୍ଷା ଓ ବନ୍ୟା ସମୟରେ ପ୍ରତିବର୍ଷ ଏଭଳି ଦୁର୍ଦ୍ଦଶା ଭୋଗୁଥିବା ପରିବାରଗୁଡ଼ିକ ପାଇଁ ତୁରନ୍ତ ରିଲିଫ୍ ଓ ଆବଶ୍ୟକ ସହାୟତା ଯୋଗାଇବା ସହ ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ସାହିବାସୀ ନିବେଦନ କରିଛନ୍ତି।

ରିପୋର୍ଟ: ଉଦୟ ନାଥ ଜେନା, ବିଂଝାରପୁର

ନିଶାମୁକ୍ତ ଭାରତ ଅଭିଯାନର ସଫଳତା ପାଇଁ ଜିଲ୍ଲାର ସମସ୍ତ ଶିକ୍ଷନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟରେ ଶପଥ ପାଠ କାର୍ଯ୍ୟକ୍ରମ
Aug 19, 2026•16 views

ନିଶାମୁକ୍ତ ଭାରତ ଅଭିଯାନର ସଫଳତା ପାଇଁ ଜିଲ୍ଲାର ସମସ୍ତ ଶିକ୍ଷନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟରେ ଶପଥ ପାଠ କାର୍ଯ୍ୟକ୍ରମ

ବରଗଡ଼, ନିଶାମୁକ୍ତ ଭାରତ ଅଭିଯାନର ଷଷ୍ଠ ବାର୍ଷିକୀ ପାଳନର ଅଂଶ ଭାବେ ଆଜି ସାରା ଦେଶରେ ନିଶା ବିରୋଧୀ ଜାତୀୟ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ନିଶା ବିରୋଧରେ ସାମୂହିକ ସଂକଳ୍ପ ମାଧ୍ୟମରେ ନାଗରିକଙ୍କୁ ସଚେତନ କରିବା ଏବଂ ନିଶାମୁକ୍ତ ଭାରତର ପରିକଳ୍ପନାକୁ ସୁଦୃଢ଼ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନରେ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଅଭିଯାନରେ ବିଶେଷ ଭାବେ ଯୁବବର୍ଗଙ୍କୁ ଏହି ଅଭିଯାନରେ ସାମିଲ କରାଯାଉଛି। ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀ, ଯୁବକଯୁବତୀ, ମହିଳା, ସରକାରୀ କର୍ମଚାରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ନିଶା ନିବାରଣ ଦିଗରେ ସାମୂହିକ ପ୍ରୟାସକୁ ଏହି ଅଭିଯାନ ଗୁରୁତ୍ୱ ଦେଉଛି। ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲା, ବ୍ଲକ ଓ ସହରାଞ୍ଚଳ ସ୍ତରରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ବେସରକାରୀ ଓ ସରକାରୀ ଅନୁଷ୍ଠାନ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଅଧିକରୁ ଅଧିକ ଲୋକଙ୍କୁ ଏହି ଅଭିଯାନରେ ସାମିଲ କରାଯାଉଛି। ଏଥିସହ ଜନସାଧାରଣଙ୍କୁ ନିଶାମୁକ୍ତ ଭାରତ ଅଭିଯାନର ଇ-ଶପଥ (e-Pledge) ଗ୍ରହଣ କରି ଅଂଶଗ୍ରହଣ ପ୍ରମାଣପତ୍ର ଡାଉନଲୋଡ୍ କରିବାକୁ ମଧ୍ୟ ଉତ୍ସାହିତ କରାଯାଉଛି। ଏହି ଅବସରରେ ଆଜି ବରଗଡ଼ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସରକାରୀ କାର୍ଯ୍ୟଳୟରେ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସାମୁହିକ ଶପଥପାଠ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିଶା ବିରୋଧୀ ଜାତୀୟ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବରଗଡ଼ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ରଙ୍କ ସମେତ ଜିଲ୍ଲାପାଳ କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଏଥିରେ ଉପସ୍ଥିତ ରହି ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ଅଧିକାରୀ ଓ କର୍ମଚାରୀମାନେ ନିଜେ ନିଶାମୁକ୍ତ ରହିବା ସହ ନିଜ ପରିବାର, ବନ୍ଧୁବର୍ଗ ଓ ସମାଜକୁ ନିଶା ସେବନରୁ ଦୂରେଇ ରଖିବା ପାଇଁ ଶପଥ ନେଇଥିଲେ। ଏଥିସହ ନିଜ ଜିଲ୍ଲା, ରାଜ୍ୟ ଓ ଦେଶକୁ ନିଶାମୁକ୍ତ ରଖିବା ଦିଗରେ ନିଜ ସାମର୍ଥ୍ୟ ଅନୁଯାୟୀ ସମସ୍ତ ପ୍ରକାର ସମ୍ଭବ ପ୍ରୟାସ କରିବାକୁ ସେମାନେ ପ୍ରତିଜ୍ଞା କରିଥିଲେ। ନିଶାମୁକ୍ତ ଓ ସୁସ୍ଥ ସମାଜ ଗଠନ ପାଇଁ ଜିଲ୍ଲାର ସମସ୍ତ ବର୍ଗର ଜନସାଧାରଣ, ବିଶେଷକରି ଯୁବପିଢ଼ି, ଏହି ଅଭିଯାନରେ ସକ୍ରିୟ ଭାବେ ସାମିଲ ହୋଇ ନିଶାମୁକ୍ତ ବରଗଡ଼ ଗଠନରେ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।

Bargarh (ବରଗଡ଼) • ସତ୍ୟ ସୁରୁଜାଲ

ବିଶ୍ୱାତ୍ମିକା ଗୋଶାଳା ଆନନ୍ଦ କୁଞ୍ଜ ଆଶ୍ରମ ଭୂନ୍ଦୁବାହାଲ ଠାରେ ଶ୍ରାବଣୀ ରୁଦ୍ରାଭିସେକ ପାଳିତ
Aug 19, 2026•11 views

ବିଶ୍ୱାତ୍ମିକା ଗୋଶାଳା ଆନନ୍ଦ କୁଞ୍ଜ ଆଶ୍ରମ ଭୂନ୍ଦୁବାହାଲ ଠାରେ ଶ୍ରାବଣୀ ରୁଦ୍ରାଭିସେକ ପାଳିତ

ପୂଜ୍ୟପାଦ ସଦଗୁରୁ ଦେବ ପରମହଂସ ସ୍ୱାମୀ ଶ୍ରୀ ପ୍ରଜ୍ଞାନନ୍ଦ ସରସ୍ୱତୀ ଜୀ ମହାରାଜ ଙ୍କ ଭବ୍ୟ ଉପସ୍ଥିତି ରେ ବିଶ୍ୱାତ୍ମିକା ଗୋଶାଳା ଆନନ୍ଦ କୁଞ୍ଜ ଆଶ୍ରମ ଭୂନ୍ଦୁବାହାଲ ଠାରେ ଶ୍ରାବଣୀ ରୁଦ୍ରାଭିସେକ ପାଳିତ। ଯୋଗଦେଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଓ ଦୂରଦର୍ଶନ ଭୁବନେଶ୍ୱର ର ପୂର୍ବତନ ମୂଖ୍ୟ ନୀଳାଦ୍ରି ମୋହନ ଶତପଥୀ।ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଭୂନ୍ଦୁବାହାଲ୍ ସ୍ଥିତ ଆନନ୍ଦ କୁଞ୍ଜ ଆଶ୍ରମ, ବିଶ୍ୱାତ୍ମିକ ଗୋଶାଳା ଠାରେ ପୂଜ୍ୟପାଦ ସଦଗୁରୁ ଦେବ ପରମହଂସ ସ୍ୱାମୀ ଶ୍ରୀ ପ୍ରଜ୍ଞାନନ୍ଦ ସରସ୍ୱତୀ ଜୀ ମହାରାଜ ଙ୍କ ଭବ୍ୟ ଉପସ୍ଥିତି ରେ ଶ୍ରାବଣ ର ତୃତୀୟ ସୋମବାର ରେ ଶ୍ରାବଣୀ ରୁଦ୍ରାଭିସେକ ପାଳିତ ହୋଇଯାଇଛି ।ଶ୍ରାବଣ ମାସର ତୃତୀୟ ସୋମବାର ତଥା ସଂକ୍ରାନ୍ତି ଓ ନାଗ ପଞ୍ଚମୀ ହୋଇଥିବାରୁ 21 ଯୋଡ଼ା ସପତ୍ନୀକ ଦମ୍ପତି ଏହି ରୁଦ୍ରା ଭିସେକ ରେ କର୍ତ୍ତା ଭାବରେ ପୂଜା କାର୍ଯ୍ୟ କରିଥିଲେ। ଏହି କାର୍ଯ୍ୟ କ୍ରମରେ ପଦମପୁର, ଛତିଶଗଡ଼, ବଲାଙ୍ଗିର, କଳାହାଣ୍ଡି ତଥା ବହୁ ଜାଗାରୁ ଶ୍ରଦ୍ଧାଳୁ ମାନେ ଯୋଗଦେଇଥିଲେ। ବରଗଡ ସାଂସଦ ପ୍ରଦୀପ ପୁରୋହିତ ଓ ଦୂରଦର୍ଶନ ଭୁବନେଶ୍ୱର ର ପୂର୍ବତନ ମୂଖ୍ୟ ନୀଳାଦ୍ରି ମୋହନ ଶତପଥୀ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। ଆଶ୍ରମ ର ସେକ୍ରେଟାରୀ ସୁଦାମ ଡନସେନା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ସମସ୍ତ ଙ୍କ ପାଇଁ ଅନ୍ନ ଭୋଗ ର ଆୟୋଜନ କରାଯାଇଥିଲା।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

କୁମ୍ଭାରୀବାସୀଙ୍କ ଦୀର୍ଘବର୍ଷର ଦୁର୍ଦ୍ଦଶାର ହେବ ଅବସାନ
Aug 19, 2026•8 views

କୁମ୍ଭାରୀବାସୀଙ୍କ ଦୀର୍ଘବର୍ଷର ଦୁର୍ଦ୍ଦଶାର ହେବ ଅବସାନ

ବରପାଲି -ଦୀର୍ଘବର୍ଷର ପ୍ରତୀକ୍ଷା, ଦୁର୍ଦ୍ଦଶା ଓ ଅନିଶ୍ଚିତତାର ଅନ୍ତ ଘଟିବାକୁ ଯାଉଛି। ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀରୁ ରେମତା ଯାଉଥିବା ପୂର୍ତ୍ତ ବିଭାଗ ରାସ୍ତାର ବୁରୋଗାଡ଼ ନାଳ ଉପରେ ଏକ ଉଚ୍ଚସ୍ତରୀୟ ପୋଲ ନିର୍ମାଣ ପାଇଁ ୨୮ କୋଟି ୭୫ ଲକ୍ଷ ୮୮ ହଜାର ଟଙ୍କାର ପ୍ରଶାସନିକ ମଞ୍ଜୁରୀ ମିଳିଛି। ବିଭାଗୀୟ ସୂଚନା ଅନୁଯାୟୀ, ଟେଣ୍ଡର ପ୍ରକ୍ରିୟା ସମାପ୍ତ ହେବା ପରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହି ପୋଲ ନିର୍ମାଣ ହେଲେ ବିଶେଷକରି ବର୍ଷା ଋତୁରେ କୁମ୍ଭାରୀ ଓ ଏହାର ଆଖପାଖ ଅଞ୍ଚଳର ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ। ବୁରୋଗାଡ଼ ନାଳ ବର୍ଷାଦିନରେ ଅଞ୍ଚଳବାସୀଙ୍କ ପାଇଁ ଦୀର୍ଘଦିନ ଧରି ଏକ ବଡ଼ ସମସ୍ୟା ପାଲଟିଥିଲା। ପ୍ରତିବର୍ଷ ବର୍ଷା ହେଲେ ନାଳରେ ବନ୍ୟାଜଳ ପ୍ରବାହିତ ହୋଇ ଯାତାୟାତ ବ୍ୟବସ୍ଥା ଠପ୍ ହୋଇଯାଉଥିଲା। ଫଳରେ କୁମ୍ଭାରୀ ଓ ଆଖପାଖ ଅଞ୍ଚଳ ବାହ୍ୟଜଗତରୁ ପ୍ରାୟ ବିଚ୍ଛିନ୍ନ ହୋଇପଡ଼ୁଥିଲା। ବିଶେଷକରି ଜରୁରୀ ସମୟରେ ରୋଗୀଙ୍କୁ ଡାକ୍ତରଖାନା ନେବା, ଛାତ୍ରଛାତ୍ରୀଙ୍କ ସ୍କୁଲ-କଲେଜ ଯାତାୟାତ ଓ ଦୈନନ୍ଦିନ ଆବଶ୍ୟକତା ପୂରଣରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅନେକ ସମୟରେ ଲୋକମାନେ ବନ୍ୟାଜଳ ମଧ୍ୟରେ ନାଳ ପାର ହେବାକୁ ବାଧ୍ୟ ହେଉଥିବାରୁ ପରିସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡ଼ୁଥିଲା। ପୋଲ ନିର୍ମାଣ ହେଲେ ଏହି ସମସ୍ୟାରୁ କୁମ୍ଭାରୀବାସୀଙ୍କୁ ସ୍ଥାୟୀ ମୁକ୍ତି ମିଳିବା ସହ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ।ଏହା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ ଓ କୃଷି ସମେତ ବିଭିନ୍ନ କ୍ଷେତ୍ରରେ ଏହି ପ୍ରକଳ୍ପର ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି। ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଥିବାରୁ କୁମ୍ଭାରୀ ଓ ଆଖପାଖ ଅଞ୍ଚଳରେ ଉତ୍ସାହ ଓ ଆନନ୍ଦ ପ୍ରକାଶ ପାଇଛି।ଏଥିପାଇଁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସ୍ଥାନୀୟ ବିଧାୟକ ସନତ କୁମାର ଗଡ଼ତୀୟାଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ପ୍ରଶଂସା କରିଛନ୍ତି। ବୁରୋଗାଡ଼ ନାଳ ଉପରେ ପୋଲ ନିର୍ମାଣ କେବଳ ଏକ ଭିତ୍ତିଭୂମି ପ୍ରକଳ୍ପ ନୁହେଁ, ବରଂ କୁମ୍ଭାରୀବାସୀଙ୍କ ଦୀର୍ଘବର୍ଷର ଦୁଃଖ, ଦୁର୍ଦ୍ଦଶା ଓ ଅପେକ୍ଷାର ଅନ୍ତ ଘଟାଇ ଏକ ନୂଆ ଆଶାର ସେତୁ ଗଢ଼ିବାର ପଦକ୍ଷେପ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।

Bargarh (ବରଗଡ଼) • ରିପୋର୍ଟ ବଂଶୀଧର ନାୟକ

ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ବସ୍ତିରେ ଲାଗିଲା ସୋଲାର ଲାଇଟ
Aug 19, 2026•48 views

ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ବସ୍ତିରେ ଲାଗିଲା ସୋଲାର ଲାଇଟ

ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୧ ଏବଂ ୨ ଅଞ୍ଚଳର ଜଗଧାତ୍ରୀ ବସ୍ତି ଏବଂ ଘୋଡାବନ୍ଧ ବସ୍ତିରେ ଷ୍ଟ୍ରିଟ ଲାଇଟ ନଥିବା କାରଣରୁ ବସ୍ତିରେ ଯିବା ଆସିବା କରିବାରେ ସ୍ଥାନୀୟ ଅଂଚଳବାସୀ ନାହିଁ ନଥିଵା ଅସୁବିଧାର ସମ୍ମୁଖୀନ ହୋଇଆସୁଥିଲେ । ଏ ସମ୍ବନ୍ଧରେ ଖବରପାଇ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ବସ୍ତି ଅଞ୍ଚକ ପରିଦର୍ଶନ କରିବା ପରେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ସହିତ କଥାବାର୍ତ୍ତା କରି ତୁରନ୍ତ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ । ଫଳରେ ଆଜି ଆର ଏସ ପି ପକ୍ଷରୁ ଉକ୍ତ ଦୁଇ ବସ୍ତିରେ ସୋଲାର ଲାଇଟ ସ୍ଥାପନ କରାଯାଇଛି । ଯାହା ଦ୍ବାରା ବସ୍ତି ବାସିନ୍ଦା ନିଜ ବସ୍ତି ଭିତରେ ଚଲାବୁଲା କରିବାରେ ସମ୍ମୁଖୀନ ହେଉଥିବା ସମସ୍ୟାରୁ ମୁକ୍ତି ପାଇଁ ବିଧାୟକ ଶ୍ରୀ ତନ୍ତୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଛତା ବଣ୍ଟନ
Aug 19, 2026•60 views

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଛତା ବଣ୍ଟନ

ରାଉରକେଲା: ନିଜର ସାମାଜିକ ପ୍ରତିବଦ୍ଧତା ପାଇଁ ସହରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ସମ୍ପ୍ରତ୍ତି ଭୀଷଣ ବର୍ଷା କୁ ଆଖି ଆଗରେ ରଖି ସହରର କିଛି ସଫେଇ କର୍ମଚାରୀ ଙ୍କୁ ଛତା ବଣ୍ଟନ କରାଯାଇଥିଲା। ଭାଇବ୍ରାଣ୍ଟ ର ସଭାପତି ଡ଼ ସଞ୍ଜୁକ୍ତା ପତି ଓ ସାଧାରଣ ସମ୍ପାଦକ ବିଜୟଲକ୍ଷ୍ମୀ ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ୫୦ ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀ ଙ୍କୁ ଛତା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ରୋଟାରୀଆନ ଅନିତା ନାୟକ, ଅଞ୍ଜଳି ହୋତା, ସବିତା ମହାନ୍ତି, ସୈଦାମିନୀ ଶତପଥୀ,ସୋମା ମହାପାତ୍ର, ଡ଼ଃ ନିବେଦିତା ପଟ୍ଟନାୟକ ରାୟ, ବସନ୍ତ କୁମାର ତନ୍ତୀ, ଶ୍ରୀଧର ମଲ୍ଲିକ,ସଞ୍ଜିତ ଛୋଟରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

କବିତା :  ସକାଳ
Aug 19, 2026•143 views

କବିତା : ସକାଳ

🌹 ସକାଳ 🌹 ସକାଳ କାକର ବିନ୍ଦୁ ଟିଏ ତୁମେ ପରଖି ପାରେନି ମୁଁହି। ସଦା ବସନ୍ତ ର ସାଥି ଟିଏ ତୁମେ ଭୁଲିଯାଈ ପାରେ ନାହିଁ। ମନ ଯେବ ହୁଏ ପ୍ରତିଟି ମୂହୁର୍ତ୍ତ ସ୍ମୃତି ସାଉଁଟିବା ପାଇଁ। କାକରର ଶେଇ ଶୀର୍ଷ ବିନ୍ଦୁଟି ଧରା ଜମା ଦିଏ ନାହିଁ। ପାହାନ୍ତିଆ ଖରା ଯେବ ଆସି ମାଡ଼ି ନିଦରୁ ଉଠଇ ମୁଁହି। ମତେ ଆସି ତୁମେ ଡାକ ହାତ ଧରି କେବେ ନେଇ ଯାଅ ନାହିଁ। ସମୟ ବି ଗଲା ବରଷ ବିତିଲା ତୁମକୁ ରହିଛି ଅନାଇଁ। ସେହି ସମୟରେ ନିଦଭାଙ୍ଗି ଯାଏ ପଛକୁ ଫେରକି ଅନାଇଁ। ସଜ ଗୋଲାପ ର ସ୍ମୃତି ଭିଜା ତୁମେ ତୁମ ଛବି ଆଙ୍କିବି ମୁଁହି। ଆରମ୍ଭିଲ ପ୍ରେମ ନୈତିକ ର ବର୍ଷା ଉତ୍ପନ୍ନ ହୋଇବା ପାଇଁ। ଡୁଣ୍ଡୁଭି ଖୋଜୁଛି ସୀମା ତାର ଆଜି ଶ୍ରାବଣେ ଭିଜିବି ମୁଁହି। ସାଗରିକା ମୁଁ ଯେ ତୁମରି ସ୍ପନ୍ଦନେ ଜୀବନ ବଞ୍ଚିବା ପାଇଁ । କବୟିତ୍ରୀ - ଲିଲିପ୍ତା ପରିଡ଼ା ଗ୍ରାମ- ହରିପୁର, ଜିଲ୍ଲା - ଯାଜପୁର

Jajpur (ଯାଜପୁର) • ଅନିଲ କୁମାର ଜେନା

ଶ୍ରୀ ଦଶରଥ ନନ୍ଦନ ସେବା ଟ୍ରଷ୍ଟ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ସଂଗୃହୀତ ହେଲା ୩୩ ୟୁନିଟ୍ ରକ୍ତ
Aug 19, 2026•128 views

ଶ୍ରୀ ଦଶରଥ ନନ୍ଦନ ସେବା ଟ୍ରଷ୍ଟ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ସଂଗୃହୀତ ହେଲା ୩୩ ୟୁନିଟ୍ ରକ୍ତ

ରାଜକନିକା, ରକ୍ତର ଅଭାବ ପୂରଣ କରିବା ସହ ଜନସାଧାରଣଙ୍କ ମଧ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶ୍ରୀ ଦଶରଥ ନନ୍ଦନ ସେବା ଟ୍ରଷ୍ଟ ପକ୍ଷରୁ ରାଜକନିକାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ମୋଟ ୩୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡ଼ିଛି। ଏହି ରକ୍ତଦାନ ଶିବିରକୁ ରାଜକନିକା ବିଡିଓ କୈଳାଶ ଚନ୍ଦ୍ର ମହାଳିକ ଓ ତହସିଲଦାର ଭାନୁମତୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ସେମାନେ ରକ୍ତଦାନର ମହତ୍ତ୍ୱ ଉପରେ ଆଲୋକପାତ କରି ଅଧିକରୁ ଅଧିକ ଲୋକଙ୍କୁ ନିୟମିତ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ। ଶିବିରରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରଶଂସାପତ୍ର (ସାର୍ଟିଫିକେଟ୍) ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଶିବିରକୁ ସଫଳ କରିବାରେ ଶ୍ରୀ ଦଶରଥ ନନ୍ଦନ ସେବା ଟ୍ରଷ୍ଟର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମୀମାନେ ସକ୍ରିୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଆୟୋଜକମାନେ ରକ୍ତଦାତା, ଅତିଥି ଓ ସହଯୋଗୀ ସମସ୍ତଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। ଏହି ରକ୍ତଦାନ ଶିବିର ଜରୁରୀ ସମୟରେ ରୋଗୀଙ୍କ ପାଇଁ ରକ୍ତ ଉପଲବ୍ଧ କରାଇବା ସହ ସମାଜରେ “ରକ୍ତଦାନ ମହାଦାନ” ବାର୍ତ୍ତାକୁ ଆହୁରି ସୁଦୃଢ଼ କରିଛି।

Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ - ଦିଲ୍ଲୀପ ପରିଡା, ରାଜକନିକା