ଗୋତମରା କୁଣ୍ଢେଶ୍ୱର ଶିବ ମନ୍ଦିରରେ ବିଶ୍ୱଶାନ୍ତି ମହାଯଜ୍ଞ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 19, 2026133 views

ବଅଁରପାଳ: ବଅଁରପାଳ ବ୍ଲକ୍ ଗୋତମରା ପଞ୍ଚାୟତସ୍ଥିତ କୁଣ୍ଢେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱଶାନ୍ତି ମହାଯଜ୍ଞ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ସକାଳେ ଦୁଡିଆ ପୋଖରୀରୁ ଭବ୍ୟ କଳସ ଶୋଭାଯାତ୍ରା ହୋଇଥିବା ବେଳେ ପରେ ସୂର୍ଯ୍ୟ ପୂଜା, ମଙ୍ଗଳ ଆଳତୀ ଓ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଯଜ୍ଞର ପୂର୍ଣ୍ଣାହୂତି ପଡ଼ିଥିଲା।
ଶ୍ରୀ ସତ୍ୟବାନ୍ ବରାହ ଓ ଶ୍ରୀମତୀ କୁମୁଦିନୀ ବରାହ କର୍ତ୍ତା-କର୍ତ୍ତ୍ରୀ ଭାବେ ଯଜ୍ଞରେ ଦାୟିତ୍ୱ ନିର୍ବାହ କରିଥିଲେ। ପଣ୍ଡିତ ବିଘ୍ନେଶ୍ୱର ମିଶ୍ର, ହରମୋହନ ପଣ୍ଡା, ଚିତ୍ତରଞ୍ଜନ ପଣ୍ଡା ଓ ଶରତ ଚନ୍ଦ୍ର ମହାପାତ୍ର ବୈଦିକ ରୀତିନୀତି ସମ୍ପାଦନ କରିଥିଲେ।
