--:--:--
-- ---
Srishti News

ନିଯୁକ୍ତି ଦାବିରେ ଟ୍ରେନ୍ ଅଟକାଇଲେ ଜମିହରା ପରିବାର

Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJuly 15, 202657 views
ନିଯୁକ୍ତି ଦାବିରେ ଟ୍ରେନ୍ ଅଟକାଇଲେ ଜମିହରା ପରିବାର
ତାଳଚେର: ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳର ରେମୁଆଁ ଗ୍ରାମର ଏକ ଜମିହରା ପରିବାର ନିଯୁକ୍ତି ଦାବିରେ ସକାଳ ପ୍ରାୟ ୧୦ଟା ସମୟରେ ଲିଙ୍ଗରାଜ ଖଣିରୁ ବାଇପାସ୍ ମଧ୍ୟରେ ଥିବା ରେଳ ଲାଇନରେ ଧାରଣା ଦେଇ ଟ୍ରେନ୍ ଚଳାଚଳକୁ ବାଧା ଦେଇଥିଲେ। ଧାରଣାରତ ପରିବାରର ଅଭିଯୋଗ ଅନୁଯାୟୀ, ଏନ୍‌ଟିପିସି (NTPC) ରେଳ ପରିବହନ ପ୍ରକଳ୍ପ ପାଇଁ ସେମାନଙ୍କ ଜମି ଅଧିଗ୍ରହଣ କରିଥିଲେ। ମାତ୍ର ଜମି ହରାଇବା ପରେ ମଧ୍ୟ ପରିବାରର କୌଣସି ସଦସ୍ୟଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇନାହିଁ। ବାରମ୍ବାର ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବାରୁ ବାଧ୍ୟ ହୋଇ ସେମାନେ ରେଳ ଧାରଣାକୁ ଓହ୍ଲାଇଥିବା କହିଛନ୍ତି।