--:--:--
-- ---
Srishti News

ପରିତ୍ୟକ୍ତ ଦିୱାନ ବନ୍ଧ କେବେ ପରିଷ୍କାର ହେବ ?

Ganjam (ଗଞ୍ଜାମ)ରିପୋର୍ଟ: ଶିବରାମ ଜେନା, ସ୍ବତନ୍ତ୍ର ପ୍ରତିନିଧିJuly 15, 2026117 views
ପରିତ୍ୟକ୍ତ ଦିୱାନ ବନ୍ଧ କେବେ ପରିଷ୍କାର ହେବ ?
ଗଞ୍ଜାମ: ଖଲ୍ଲିକୋଟ ଖଲ୍ଲିକୋଟ ଗଡ଼ର ଇତିହାସ ଅବଲୋକନ କଲେ ଜଣାଯାଏ ଯେ, ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ହେଉଛନ୍ତି ସେତୁ ରାଜା। ପ୍ରଜାନୁରଞ୍ଜନ ପ୍ରଜାଵତ୍ସଳ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଖଲ୍ଲିକୋଟ ସହର ର ଚତୁଃପାର୍ଶ୍ଵରେ ପୁଷ୍କରିଣୀ ଖୋଳାଇଥିବା ଏକଥା କାଟି ହୋଇପାରିବ ନାହିଁ, ନିରାଟ ସତ୍ୟ । ପୁଷ୍କରିଣୀ ଗୁଡିକ ମଧ୍ୟରେ ଅଛି , ନେଳିଆ ବନ୍ଧ, ପାଵଚ୍ଛଵନ୍ଧ, ବଳିୟାର ସିଂ ବନ୍ଧ, ଲାଞ୍ଜିଵନ୍ଧ, ପରିଚ୍ଛାଵନ୍ଧ ନୂଆଁ ଘାଇ , ମର୍ଦ୍ଦରାଜ ସାଗର ଏହିପରି ଅନେକ ଛୋଟ ବଡ ପୁଷ୍କରିଣୀ ଦେଖିବାକୁ ମିଳେ। ସରକାର ଙ୍କ ଉଚ୍ଚକୋଟୀର ଚିନ୍ତା ଧାରା କୁ ସାକାର କରିବା ଆଳରେ ମୁକ୍ତା ଯୋଜନା କୁ ଆଧାର କରି ଜଳ ହିଁ ଜୀବନ କୁ ଆକ୍ଷିଠାରରେ ରଖି ଲକ୍ଷ ଲକ୍ଷ ଟଙ୍କାରେ କାମ ଦେଖାଇ ବିଲ୍ ଭାଉଚର ପାସ୍ କରି,ଏ ଶାସକ ପ୍ରଶାସକ ମାନେ ଶୋଷଣ କରୁଛନ୍ତି ବୋଲି ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଛି। ଏବେ ଦେଖିବାକୁ ମିଳିଛି ମନମୁଖୀ ଶାସନରେ ନିମଗ୍ନ ଆମର ଖଲ୍ଲିକୋଟ ଏନ୍ ଏ ସି, ନଜର ପଡୁନାହିଁ ଖଲ୍ଲିକୋଟ ର ଉନ୍ନତି ମୂଳକ କାର୍ଯ୍ୟ କ୍ରମ ଉପରେ , ଚାଲିଛି ଶୀତଳ ଯୁଦ୍ଧ ଆଉ ବଳିପଡୁଛନ୍ତି ସାଧାରଣ ଜନତା। ଆଜିର ଏ ମୁଖ୍ୟ ବିଷୟ ପାଲଟିଛି ଦିୱାନ ବନ୍ଧ । ଦିୱାନ ବନ୍ଧର ପରିବେଶ ପ୍ରଦୂଷଣ ନେଇ ବାରମ୍ବାର ନିୟୁଜ୍ ମାଧ୍ୟମରେ ସରକାରଙ୍କୁ ତଥା କାର୍ଯ୍ୟ ରତ ନିର୍ବାହୀ ଅଧିକାରୀ ଶ୍ରୀ ସନ୍ଦିପ ଖାଡଙ୍ଗା ଓ ବିନ୍ଧାଣି ବୋଲାଉଥିବା ଅଧ୍ୟକ୍ଷ ଶ୍ରୀ ନୀରଞ୍ଜନ ବେହେରାଙ୍କୁ ଅବଗତ କରାଇଥିଲେ ମଧ୍ୟ ଉକ୍ତ ବିଷୟକୁ କର୍ଣ୍ଣପାତ କରୁନଥିବା ଜଣାଯାଏ। ଯେହେତୁ ଦିୱାନ ବନ୍ଧ ଉପରେ ୭/୮ ସାହିର ବାସିନ୍ଦା ମାନେ ନୀର୍ଭର କରିଥାନ୍ତି , ପୁଣି ମଲାମୁତ୍ରିକା କାର୍ଯ୍ୟ ପାଇଁ ଏ ହେଉଛି ଏକମାତ୍ର ଭରସା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ସରକାର ଙ୍କୁ ଜନସାଧାରଣ ଙ୍କ ନିବେଦନ ଯେ ସରକାର ଏହାର ସର୍ବାଙ୍ଗ ଉନ୍ନତି କ୍ଷେତ୍ରରେ ସହାୟ ହେଲେ ଖଲିକୋଟ ବାସିନ୍ଦା ମାନେ ବିଶେଷ ଉପକୃତ ହେବେ।