--:--:--
-- ---
Srishti News

ତେଲ ନଦୀ ବନ୍ୟା ପାଣିରେ ଫସିଥିବା ୬ ଚାଷୀଙ୍କୁ ଉଦ୍ଧାର: ବୋଟ୍‌ ଯୋଗେ ସୁରକ୍ଷିତ ଭାବେ ଉଦ୍ଧାର କଲା ଗୋଲାମୁଣ୍ଡା ଅଗ୍ନିଶମ ବାହିନୀ

Kalahandi (କଳାହାଣ୍ଡି)ରିତେଶ କୁମାର ମୁଣ୍ଡAugust 24, 202660 views
ତେଲ ନଦୀ ବନ୍ୟା ପାଣିରେ ଫସିଥିବା ୬ ଚାଷୀଙ୍କୁ ଉଦ୍ଧାର: ବୋଟ୍‌ ଯୋଗେ ସୁରକ୍ଷିତ ଭାବେ ଉଦ୍ଧାର କଲା ଗୋଲାମୁଣ୍ଡା ଅଗ୍ନିଶମ ବାହିନୀ
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରେଙ୍ଗସାପାଲି ପଞ୍ଚାୟତ ଅଧୀନ କାର୍ଲି ଗ୍ରାମ ନିକଟରେ ତେଲ ନଦୀରେ ଅଚାନକ ବନ୍ୟା ପାଣି ବଢ଼ିଯିବାରୁ ପାଣି ଘେରରେ ଫସିଯାଇଥିଲେ ୬ ଜଣ ଚାଷୀ। ଖବର ପାଇ ଗୋଲାମୁଣ୍ଡା ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବୋଟ୍‌ ସହାୟତାରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଆଜି ସୋମବାର ସକାଳେ କାର୍ଲି ଗ୍ରାମର ୬ ଜଣ ଚାଷୀ ଶୁଶାନ୍ତ ବିଶ୍ୱାଳ, ବିଭୂତି ବୁଦ୍ଧିଆ, ଉମା ବୁଦ୍ଧିଆ, ଯୁଧିଷ୍ଠିର ବୁଦ୍ଧିଆ, ନିରଞ୍ଜନ ହଂସ ଏବଂ ଘନଶ୍ୟାମ ବୁଦ୍ଧିଆ ତେଲ ନଦୀକୁ ଲାଗି ରହିଥିବା କଛାର ଅଞ୍ଚଳକୁ ଚାଷ କାମ ପାଇଁ ଯାଇଥିଲେ। ତେବେ ଘରକୁ ଫେରିବା ସମୟରେ ହଠାତ୍ ତେଲ ନଦୀର ଜଳସ୍ତର ବଢ଼ିଯାଇଥିଲା। ବନ୍ୟା ପାଣିର ପ୍ରଖର ସ୍ରୋତ ଯୋଗୁଁ ଚାଷୀମାନେ ଆଉ ଫେରିପାରିନଥିଲେ। ଫଳରେ ସେମାନେ ଏକ ଜମି ହୁଡ଼ା ଉପରେ ଆଶ୍ରୟ ନେଇଥିଲେ। କିନ୍ତୁ ସମୟ ବଢ଼ିବା ସହ ଜଳସ୍ତର ଆହୁରି ବଢ଼ିବାରୁ ସେଠାରେ ରହିବା ମଧ୍ୟ ବିପଦପୂର୍ଣ୍ଣ ହୋଇପଡ଼ିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ଗୋଲାମୁଣ୍ଡାର ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ ତୁରନ୍ତ ଗୋଲାମୁଣ୍ଡା ଅଗ୍ନିଶମ ବିଭାଗ ସହ ଯୋଗାଯୋଗ କରିବା ସହ ପ୍ରଶାସନକୁ ମଧ୍ୟ ଅବଗତ କରିଥିଲେ। ସୂଚନା ପାଇବା ପରେ ଗୋଲାମୁଣ୍ଡା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦଶପୁର ଫାଣ୍ଡି ପୁଲିସ, ଅତିରିକ୍ତ ତହସିଲଦାର ଏବଂ ବୋରଗୁଡ଼ା ରାଜସ୍ୱ ନିରୀକ୍ଷକଙ୍କ ଉପସ୍ଥିତିରେ ଅଗ୍ନିଶମ ବାହିନୀ ବୋଟ୍‌ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ତେଲ ନଦୀର ବନ୍ୟା ପାଣି ଘେରରୁ ସମସ୍ତ ୬ ଜଣ ଚାଷୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଅଗ୍ନିଶମ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ବଡ଼ ଅଘଟଣ ଟଳିଯାଇଛି। ଘଟଣା ପରେ ନଦୀକୂଳ ଓ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।Slug _ତେଲ ନଦୀ ବନ୍ୟା ପାଣିରେ ଫସିଥିବା ୬ ଚାଷୀଙ୍କୁ ଉଦ୍ଧାର: ବୋଟ୍‌ ଯୋଗେ ସୁରକ୍ଷିତ ଭାବେ ଉଦ୍ଧାର କଲା ଗୋଲାମୁଣ୍ଡା ଅଗ୍ନିଶମ ବାହିନୀ Anchor:- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରେଙ୍ଗସାପାଲି ପଞ୍ଚାୟତ ଅଧୀନ କାର୍ଲି ଗ୍ରାମ ନିକଟରେ ତେଲ ନଦୀରେ ଅଚାନକ ବନ୍ୟା ପାଣି ବଢ଼ିଯିବାରୁ ପାଣି ଘେରରେ ଫସିଯାଇଥିଲେ ୬ ଜଣ ଚାଷୀ। ଖବର ପାଇ ଗୋଲାମୁଣ୍ଡା ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବୋଟ୍‌ ସହାୟତାରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଆଜି ସୋମବାର ସକାଳେ କାର୍ଲି ଗ୍ରାମର ୬ ଜଣ ଚାଷୀ ଶୁଶାନ୍ତ ବିଶ୍ୱାଳ, ବିଭୂତି ବୁଦ୍ଧିଆ, ଉମା ବୁଦ୍ଧିଆ, ଯୁଧିଷ୍ଠିର ବୁଦ୍ଧିଆ, ନିରଞ୍ଜନ ହଂସ ଏବଂ ଘନଶ୍ୟାମ ବୁଦ୍ଧିଆ ତେଲ ନଦୀକୁ ଲାଗି ରହିଥିବା କଛାର ଅଞ୍ଚଳକୁ ଚାଷ କାମ ପାଇଁ ଯାଇଥିଲେ। ତେବେ ଘରକୁ ଫେରିବା ସମୟରେ ହଠାତ୍ ତେଲ ନଦୀର ଜଳସ୍ତର ବଢ଼ିଯାଇଥିଲା। ବନ୍ୟା ପାଣିର ପ୍ରଖର ସ୍ରୋତ ଯୋଗୁଁ ଚାଷୀମାନେ ଆଉ ଫେରିପାରିନଥିଲେ। ଫଳରେ ସେମାନେ ଏକ ଜମି ହୁଡ଼ା ଉପରେ ଆଶ୍ରୟ ନେଇଥିଲେ। କିନ୍ତୁ ସମୟ ବଢ଼ିବା ସହ ଜଳସ୍ତର ଆହୁରି ବଢ଼ିବାରୁ ସେଠାରେ ରହିବା ମଧ୍ୟ ବିପଦପୂର୍ଣ୍ଣ ହୋଇପଡ଼ିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ଗୋଲାମୁଣ୍ଡାର ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ ତୁରନ୍ତ ଗୋଲାମୁଣ୍ଡା ଅଗ୍ନିଶମ ବିଭାଗ ସହ ଯୋଗାଯୋଗ କରିବା ସହ ପ୍ରଶାସନକୁ ମଧ୍ୟ ଅବଗତ କରିଥିଲେ। ସୂଚନା ପାଇବା ପରେ ଗୋଲାମୁଣ୍ଡା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦଶପୁର ଫାଣ୍ଡି ପୁଲିସ, ଅତିରିକ୍ତ ତହସିଲଦାର ଏବଂ ବୋରଗୁଡ଼ା ରାଜସ୍ୱ ନିରୀକ୍ଷକଙ୍କ ଉପସ୍ଥିତିରେ ଅଗ୍ନିଶମ ବାହିନୀ ବୋଟ୍‌ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ତେଲ ନଦୀର ବନ୍ୟା ପାଣି ଘେରରୁ ସମସ୍ତ ୬ ଜଣ ଚାଷୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଅଗ୍ନିଶମ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ବଡ଼ ଅଘଟଣ ଟଳିଯାଇଛି। ଘଟଣା ପରେ ନଦୀକୂଳ ଓ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।