Web News

ଡୁମୁଡୁମାରେ ଆଡ଼ମ୍ବରରେ ସମ୍ପନ୍ନ ହେଲା ଶ୍ରୀଗୁଣ୍ଡିଚା ଯାତ୍ରା: ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ରଥାରୂଢ଼ ହେଲେ ତିନି ଠାକୁର
ଭୁବନେଶ୍ୱର (ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା ଅବସରରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଳିତ ହେଉଥିବା ବେଳେ ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳରେ ଏହା ମହା ଆଡ଼ମ୍ବରରେ ସମ୍ପନ୍ନ ହୋଇଯାଇଛି। ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିରଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସମସ୍ତ ପାରମ୍ପାରିକ ରୀତିନୀତି ଅନୁଷ୍ଠିତ ହୋଇଛି। ଭକ୍ତିମୟ ପରିବେଶରେ ଯଥା ବିଧି ଓ ଶାସ୍ତ୍ରୀୟ ନିୟମ ଅନୁସାରେ ପ୍ରଭୁ ବଳଭଦ୍ର, ଜଗନ୍ନାଥ ଏବଂ ମାଆ ସୁଭଦ୍ରାଙ୍କୁ ମନ୍ଦିର ଗର୍ଭଗୃହରୁ ରଥଖଳାକୁ ଅଣାଯାଇଥିଲା। ଭକ୍ତଙ୍କ ହରିବୋଲ ଓ ହୁଳହୁଳି ଶବ୍ଦ ମଧ୍ୟରେ ଠାକୁରମାନଙ୍କୁ ସୁସଜ୍ଜିତ ରଥ ଉପରକୁ ପହଣ୍ଡି ବିଜେ କରାଯାଇ ରଥାରୂଢ଼ କରାଯାଇଥିଲା। ଘଣ୍ଟ, ତାଳ, ମୃଦଙ୍ଗର ପାରମ୍ପାରିକ ଶବ୍ଦ ଏବଂ ବିଭିନ୍ନ ପାରମ୍ପାରିକ ନୃତ୍ୟ କଳାକାରଙ୍କ ପ୍ରଦର୍ଶନ ମଧ୍ୟରେ ଶ୍ରୀଜୀଉଙ୍କ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଭକ୍ତମାନେ ଶ୍ରଦ୍ଧା ଓ ଆନନ୍ଦର ସହିତ ରଥଟାଣି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଭବ୍ୟ ରଥଯାତ୍ରା ଉତ୍ସବକୁ ସୁଚାରୁରୂପେ ପରିଚାଳନା କରିଥିଲେ ମନ୍ଦିର ଏବଂ ଟ୍ରଷ୍ଟ କମିଟିର କର୍ମକର୍ତ୍ତାଗଣ। ଡୁମୁଡୁମା ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ନରୋତ୍ତମ ବେହେରା, ସମ୍ପାଦକ ବଳରାମ ସ୍ୱାଇଁ ଏବଂ ଶ୍ରୀ ଗୁଣ୍ଡିଚା ମନ୍ଦିର ସଭାପତି ବେଣୁଧର ପାତ୍ର, ସମ୍ପାଦକ ଗଦାଧର ପାତ୍ରଙ୍କ ସମେତ ମନ୍ଦିର ପରିଚାଳନା କମିଟିର ଅନେକ ସଦସ୍ୟ ଓ ସଦସ୍ୟା ଯାତ୍ରା ପରିଚାଳନାରେ ସକ୍ରିୟ ଯୋଗଦାନ କରିଥିଲେ। ସେମାନଙ୍କର ଶୃଙ୍ଖଳିତ ଏବଂ ସଫଳ ଆୟୋଜନ ଯୋଗୁଁ ସମଗ୍ର ଅଞ୍ଚଳରେ ଖୁସି ଓ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ଏବଂ ଅଞ୍ଚଳବାସୀ କମିଟିର ଏହି ସେବା ପାଇଁ ଆନନ୍ଦ ପ୍ରକାଶ କରିଛନ୍ତି।
Bhubaneswar (ଭୁବନେଶ୍ୱର) • ବ୍ୟୁରୋ ରିପୋର୍ଟ, ଭୁବନେଶ୍ୱର

ଯକ୍ଷ ଶ୍ରୀକ୍ଷେତ୍ର ଯଖପୁରାରେ ପ୍ରଥମ ରଥଯାତ୍ରା: ହରିବୋଲ ଓ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହେଲା କଳିଙ୍ଗନଗର ଶିଳ୍ପାଞ୍ଚଳ
କଳିଙ୍ଗନଗର,ତା.୧୬/୭ (): ଭକ୍ତ ଓ ଭଗବାନଙ୍କ ମହାମିଳନର ପବିତ୍ର ଅବସର। ଓଡ଼ିଶାର ସର୍ବଶ୍ରେଷ୍ଠ ଏବଂ ଜାତୀୟ ପର୍ବ ଘୋଷଯାତ୍ରା ଆଜି କଳିଙ୍ଗନଗର ଶିଳ୍ପାଞ୍ଚଳ ସମେତ ସମଗ୍ର ବିଶ୍ୱରେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରର ରତ୍ନବେଦୀ ଛାଡ଼ି ରଥାରୂଢ଼ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ଏହି ପରିପ୍ରେକ୍ଷୀରେ କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଯଖପୁରା ଗ୍ରାମରେ ଏକ ଭାବପୂର୍ଣ୍ଣ ଏବଂ ଐତିହାସିକ ପରିବେଶ ସୃଷ୍ଟି ହୋଇଛି।ଗତ ୨୦୧୭ ମସିହା ଫେବୃଆରୀ ମାସରେ ପ୍ରତିଷ୍ଠା ହୋଇଥିବା ଯଖପୁରା ଜଗନ୍ନାଥ ମନ୍ଦିର (ଯକ୍ଷ ଶ୍ରୀକ୍ଷେତ୍ର)ରେ ଚଳିତ ବର୍ଷ ପ୍ରଥମ କରି ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୯ ବର୍ଷର ପ୍ରତୀକ୍ଷା ପରେ ଏହି ପ୍ରଥମ ରଥଯାତ୍ରାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅଦ୍ଭୁତପୂର୍ବ ଉତ୍ସାହ ଓ ଆନନ୍ଦର ଉଲ୍ଲାସ ଦେଖିବାକୁ ମିଳିଥିଲା। ଶଙ୍ଖ, ଘଣ୍ଟ, ହୁଳହୁଳି ଓ ହରିବୋଲ ଧ୍ୱନିରେ ସମଗ୍ର ଯଖପୁରା ତଥା ଶିଳ୍ପାଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା।ରଥଯାତ୍ରା ଅବସରରେ ପଣ୍ଡିତମାନଙ୍କ ଦ୍ୱାରା ଶାସ୍ତ୍ରୀୟ ବିଧି ଅନୁଯାୟୀ ରଥ ପ୍ରତିଷ୍ଠା କରାଯାଇଥିଲା। ପାର୍ଶ୍ୱ ଦେବାଦେବୀଙ୍କ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହେବା ପରେ ପ୍ରଭୁ ବଳଭଦ୍ର, ମାତା ସୁଭଦ୍ରା ଏବଂ ଶେଷରେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥ ଭକ୍ତଙ୍କ ଗହଣରେ ଲୀଳାଖେଳା କରି ରଥାରୂଢ଼ ହୋଇଥିଲେ। ଏହାପରେ ଜଗନ୍ନାଥ ସଂସ୍କୃତିର ପରମ୍ପରା ଅନୁସାରେ ବିଶିଷ୍ଟ ଜଗନ୍ନାଥ ପ୍ରେମୀ ଅଶ୍ୱିନୀ କୁମାର ଧଳଙ୍କ ଦ୍ୱାରା ରଥ ଉପରେ ପବିତ୍ର 'ଛେରା ପହଁରା' ନୀତି ସମ୍ପୂର୍ଣ୍ଣ କରାଯାଇଥିଲା। ନୀତିକାନ୍ତି ଶେଷ ହେବା ପରେ ହଜାର ହଜାର ଭକ୍ତଙ୍କ ଗହଳିରେ ରଥଟଣା ଆରମ୍ଭ ହୋଇଥିଲା।ଏହି ପବିତ୍ର ଉତ୍ସବକୁ ସଫଳ କରିବା ପାଇଁ "ଯକ୍ଷ ଶ୍ରୀକ୍ଷେତ୍ର ଯଖପୁରା ସ୍ୱେଚ୍ଛାସେବୀ ସଂଗଠନ" ପକ୍ଷରୁ ପ୍ରତ୍ୟକ୍ଷ ସେବା ଓ ସହଯୋଗ ଯୋଗାଇ ଦିଆଯାଇଥିଲା। ଏହା ସହିତ ଅଞ୍ଚଳର ଅନ୍ୟ ବହୁ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପ୍ରଖର ଖରାରେ ଆସିଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ପାନୀୟ ଜଳ, ଟଙ୍କ ତୋରାଣି ଏବଂ ଖେଚୁଡ଼ି ପ୍ରସାଦ ସେବାର ସୁବ୍ୟବସ୍ଥା କରାଯାଇଥିଲା।ଯଖପୁରା ସମେତ ଆଖପାଖ ଶିଳ୍ପାଞ୍ଚଳର ବିଭିନ୍ନ ଗ୍ରାମରୁ ପ୍ରାୟ ୧୦ ରୁ ୧୫ ହଜାର ଭକ୍ତ ମନ୍ଦିର ନିକଟରେ ଏକତ୍ରିତ ହୋଇ ରଥାରୂଢ଼ ତିନି ଦିଅଁଙ୍କ ଦର୍ଶନ ଲାଭ କରି ସୁଖ ସମୃଦ୍ଧି କାମନା କରିଥିଲେ। ସୂଚନାଯୋଗ୍ୟ ଯେ, ଏହି ଆଧ୍ୟାତ୍ମିକ ମହାଯାତ୍ରା ଆଗାମୀ ନଅ ଦିନ ଧରି ଚାଲିବ ଏବଂ ଏଥିପାଇଁ ସମଗ୍ର କଳିଙ୍ଗନଗର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି।
Jajpur (ଯାଜପୁର) • ରିପୋର୍ଟ୍; ଅନିଲ କୁମାର ଜେନା, ଯାଜପୁର ରୋଡ

ଗାଁ ଗହଳିରେ କୁନି ରଥର ଆକର୍ଷଣ, ମହାପ୍ରଭୁଙ୍କ ପ୍ରତି ଭକ୍ତିରେ ମସଗୁଲ ଶିଶୁମାନେ
ଆଜି ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭକ୍ତି ଓ ଉତ୍ସାହର ସହ ରଥଟଣା ଅନୁଷ୍ଠିତ ହୋଇଛି। ସେହିପରି ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ଖଡ଼ିପଦା ପଞ୍ଚାୟତର ଖଡ଼ିପଦା ବଜାରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଛୋଟ ଛୋଟ ପିଲାମାନେ ନିଜେ କୁନି ରଥ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ବିରାଜମାନ କରାଇ ବହୁ ଆନନ୍ଦ ଓ ଭକ୍ତିଭାବରେ ରଥ ଟାଣୁଥିଲେ। ରଥଯାତ୍ରା ସମୟରେ ବାଟରେ ଯାଉଥିବା ଭକ୍ତମାନଙ୍କୁ ପ୍ରସାଦ ମଧ୍ୟ ବଣ୍ଟନ କରୁଥିଲେ। ଶିଶୁମାନଙ୍କ ଏହି ନିଷ୍ଠା, ଉତ୍ସାହ ଓ ଭକ୍ତିଭାବ ସମସ୍ତଙ୍କ ମନକୁ ଛୁଇଁଥିଲା।ଏହି ସୁନ୍ଦର ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ପ୍ରଶଂସା କରିବା ସହ କହିଛନ୍ତି ଯେ, ଏଭଳି ପରମ୍ପରା ଶିଶୁମାନଙ୍କ ମନରେ ସଂସ୍କୃତି, ଭକ୍ତି ଓ ସାମାଜିକ ସଚେତନତାକୁ ଆହୁରି ସୁଦୃଢ଼ କରିବ।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ରଥଯାତ୍ରାରେ ଓଡ଼ିଶା ହିନ୍ଦୁ ସୁରକ୍ଷା ବାହିନୀ ପକ୍ଷରୁ ସେବା କାର୍ଯ୍ୟକ୍ରମ: ଶ୍ରଦ୍ଧାଳୁଙ୍କୁ ବଣ୍ଟାଗଲା ଜଳ ଓ ଶୁଖିଲା ଖାଦ୍ୟ
ବାଲେଶ୍ୱର : ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା ଅବସରରେ ଓଡ଼ିଶା ହିନ୍ଦୁ ସୁରକ୍ଷା ବାହିନୀ ତରଫରୁ ଏକ ମହତ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରାରେ ଯୋଗଦେଇଥିବା ଦେଶବିଦେଶର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସେବା ଉଦ୍ଦେଶ୍ୟରେ ସଂଗଠନ ପକ୍ଷରୁ ପାନୀୟ ଜଳ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏହି ମହାନ ସେବା ପ୍ରକଳ୍ପକୁ ହିନ୍ଦୁ ସୁରକ୍ଷା ବାହିନୀର ରାଜ୍ୟ ସଭାପତି ପ୍ରଦୀପ ପଟ୍ଟନାୟକ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଶରତଚନ୍ଦ୍ର ନାୟକ,ରାଜ୍ୟ ସାଧାରଣ ସମ୍ପାଦକ ତଥା ହାଇ କୋର୍ଟ ର ବିଶିଷ୍ଟ ଆଇନଜୀବି ଡକ୍ଟର ପ୍ରଭାତ କୁମାର ବାରିକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୂଚାରୁ ରୂପେ ପରିଚାଳନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ କୁସାଦକ୍ଷ ରୋହିତ କୁମାର ନାୟକ, ଡକ୍ଟର ବନମାଳୀ ରଥ, ସ୍ୱାମୀ ନାରାୟଣ ଦାସ,ଅଶୋକ କୁମାର ସାହୁ(ସମ୍ପାଦକ ଭୁବନେଶ୍ୱର ), ନାରାୟଣ ସାହୁ(ସମ୍ପାଦକ ଭୁବନେଶ୍ୱର ), ସୁରେଶ କୁମାର ସାହୁ, ମନୋରଂଜନ ମହାନ୍ତି,ରାକେଶ ସାହୁ, ପ୍ରମୋଦ କୁମାର ବେହେରା, ନାରାୟଣ ଭଟ୍ଟ ଏବଂ ଶ୍ରୀମତୀ ବୀଣା ଷଡ଼ଙ୍ଗୀଙ୍କ ସମେତ ସଂଗଠନର ଅନେକ ସକ୍ରିୟ ସଦସ୍ୟ ଉପସ୍ଥିତ ରହି ଶ୍ରଦ୍ଧାଳୁମାନଙ୍କୁ ଆପ୍ରାଣ ସେବା ପ୍ରଦାନ କରିଥିଲେ। ଅସହ୍ୟ ଗୁଳୁଗୁଳି ସହ ଝିପି ଝିପି ବର୍ଷା ଲାଗି ରହି ଥିବା ଶ୍ୱତେ ଏହି ଜନହିତକର କାର୍ଯ୍ୟକୁ ଭକ୍ତ ଓ ସ୍ଥାନୀୟ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି। ଶେଷରେ ସେବା କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ କର୍ମକର୍ତ୍ତା, ସଦସ୍ୟ ଓ ସହଯୋଗୀମାନଙ୍କୁ ସଂଗଠନର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଭାତ କୁମାର ବାରିକ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଥିଲେ।
Balasore (ବାଲେଶ୍ୱର) • ରିପୋର୍ଟ: ପ୍ରଭାତ କୁମାର ବାରିକ ବାଲେଶ୍ଵର ପ୍ରତିନିଧି

CCTV Cameras Stolen from School: Security Concerns Rise in Sinapali, Residents Demand Night Police Patrolling
Sinapali, July 15 If CCTV cameras installed to safeguard an educational institution are themselves not secure from theft, how safe can the general public feel? The alleged theft of two CCTV cameras from Shishu Bikash Vidyamandir in Sinapali of Nuapada district has sparked widespread concern across the region. The incident is no longer viewed as merely a loss of school property but has also raised serious questions about the town’s law-and-order situation and public security. According to reports, miscreants allegedly stole two CCTV cameras that had been installed on the school premises for security purposes. The incident has caused deep concern among parents, local residents, and members of the intelligentsia. Since the theft occurred at an educational institution, many parents have expressed anxiety over the safety and security of students. Local residents alleged that a group of individuals frequently consume alcohol openly at a nearby junction from evening until late at night. They claim that such activities often lead to quarrels, disturbances, and suspicious movements in the area, creating an atmosphere of fear among the public. Many residents believe that such unchecked activities are encouraging theft and other criminal incidents. Parents have stated that a school is not only a place of learning but also a safe environment where children should feel protected. The theft of security equipment from the school has therefore raised serious concerns about the effectiveness of the existing security arrangements. They described the incident as unfortunate and called for stronger measures to ensure the safety of educational institutions. Residents have demanded a prompt, fair, and impartial investigation into the incident. They urged the police to identify and arrest those responsible and to strengthen security arrangements at the school by reinstalling surveillance systems. They also appealed to the administration to intensify night patrolling at key junctions, school premises, and other crowded areas in Sinapali, besides taking strict action against open drinking and other anti-social activities. According to local people, strict enforcement of law and regular police patrolling would not only help prevent thefts but also curb other criminal activities. They believe such measures would enhance the sense of security among citizens and help maintain peace and public order in the town. Residents further remarked that the theft of CCTV cameras from Shishu Bikash Vidyamandir should not be seen merely as the loss of school property. Rather, they consider it a serious warning regarding the prevailing security situation in Sinapali. Public attention is now focused on the police investigation and the concrete steps the administration will take to restore confidence and strengthen law enforcement in the area.
Nuapada (ନୂଆପଡ଼ା) • By Malaya Meher

Devotion Triumphs Over Torrential Rain: Sinapali Immersed in Jagannath Fervour as Women Pull Devi Subhadra’s Chariot
Sinapali, July 16 Uninterrupted rainfall failed to dampen the spirit and devotion of thousands of devotees who gathered for the annual Rath Yatra at the historic Shri Jagannath Temple in Sinapali on Thursday. Despite the incessant rain since early morning, devotees from nearby villages as well as the neighbouring state of Chhattisgarh thronged the temple to seek the blessings of the Holy Trinity and participate in the grand chariot festival. Following the traditional rituals and morning worship at the temple, the ceremonial Pahandi Bije of the deities was held in the afternoon. Thereafter, Bijaya Meher performed the sacred Chhera Pahanra ritual on the three chariots before the grand procession commenced. Amid the chants of “Haribol”, the rhythmic beats of traditional instruments, kirtan groups, and the joyous ululation of devotees, the entire town reverberated with an atmosphere of spiritual fervour. One of the unique traditions of the Sinapali Rath Yatra is that Devi Subhadra’s Debadalana Chariot is pulled exclusively by women devotees. Continuing this age-old custom, hundreds of women enthusiastically participated in the chariot pulling this year, adding a distinctive cultural and devotional charm to the celebration. According to local history, since the establishment of the Shri Jagannath Temple in Sinapali under the patronage of the Gajapati Maharaja of Puri, all rituals and ceremonies have been conducted in accordance with the traditions of Shree Jagannath Temple, Puri. The magnificent three-chariot procession has become a symbol of the region’s rich spiritual heritage, attracting thousands of devotees every year. Keeping in view the massive turnout, the temple management committee and volunteers made elaborate arrangements for drinking water, first aid, crowd management, and other essential services, ensuring the festival concluded peacefully and in an orderly manner. Apart from Sinapali, Rath Yatra was also celebrated with great devotion and discipline in several villages under the Sinapali block, including Brahmanpada, Hatibandha, Patielpada, Sagunbhadi, Singjhar, Kendumunda, Chalana, Gorla, Timanpur, Jamgaon, Gandabahali, Bargaon, Gambhariguda, and Arasapada. The celebrations once again reflected the deep-rooted faith of the people and the enduring cultural legacy of Lord Jagannath across the region.
Nuapada (ନୂଆପଡ଼ା) • By Malaya Meher

ପଲ୍ଲୀ ରୁ ସହର ପ୍ରଭୁ ଶ୍ରୀ ଜଗତର ନାଥ ଶ୍ରୀଜଗନ୍ନାଥ ଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ଗାଁ ଦାଣ୍ଡ
ଜୁନାଗଡ - ସବୁ ବର୍ଷ ଭଳି ପ୍ରଭୁ ଶ୍ରୀ ଜଗତର ନାଥ ଶ୍ରୀଜଗନ୍ନାଥ ଙ୍କ ରଥଯାତ୍ରା ପଲ୍ଲୀ ରୁ ସହର ଅନୁଷ୍ଠିତ ହୋଇଯାଇଛି। ଜୁନାଗଡ ବ୍ଲକ ଭଇରିଗୁଡ଼ା ଗ୍ରାମରେ ଜଗତର ନାଥ ଶ୍ରୀଜଗନ୍ନାଥ ଙ୍କ ରଥଯାତ୍ରା ମନ୍ଦିରରୁ ବାହାରି ମାଉସୀ ମନ୍ଦିର ପଯ୍ୟନ୍ତ ଯାଇଥିଲା।ଶଙ୍ଖ, ଖଣ୍ଟ, ଦୁଲ ଦୁଲି ବାଦ୍ୟ, ମହିଳା ଓ ପୁରୁଷ ସଂକୀର୍ତ୍ତନରେ ଗାଁ ଦାଣ୍ଡ ଭକ୍ତିମୟ ପରିବେଶ ସୃଷ୍ଟି ହୋଇ ସମସ୍ତେ ପ୍ରଭୁଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ କରିଥିଲେ। ଭକ୍ତ ବୃନ୍ଦ ଖୁସି ଓ ଆନନ୍ଦର ସହ ଏହି ଯାତ୍ରା କୁ ପାଳନ କରିଥିଲେ। ସୁନ୍ଦର ଭାବରେ ଓ ଶାନ୍ତି ଶୃଙ୍ଖଳା ସହ ଆଜି କାର୍ଯ୍ୟକ୍ରମ ସମାପ୍ତ ହୋଇ ଥିବାରୁ ଆୟୋଜକ କମିଟି ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।
Kalahandi (କଳାହାଣ୍ଡି) • ରିପୋର୍ଟ : ଦେବରାଜ ବାଣୁଆ, ଜୁନାଗଡ଼

କଳା ସଂସ୍କୃତି ପରମ୍ପରା କୁ ବଞ୍ଚାଇବା ପାଇଁ ଏକ କଳାକାର ସଂଘର୍ଷର ଏକ ଝଲକ କ୍ଷୁଦ୍ର ଚଳଚ୍ଚିତ୍ର... ପାହାର୍
ଜୁନାଗଡ - ଆଜି ମୁକ୍ତି ଲାଭ କରିବ ନିଉ ରାଇଜ କ୍ରିଏସନ, ଜୁନାଗଡ ଆନୁକୂଲ୍ୟରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର - ପାହାର୍ l ଚିତ୍ରକାର ,ନିର୍ଦ୍ଦେଶକ ଓ ନିର୍ମାତା ଶ୍ରୀ ହିରାକ୍ଷ ବାଣୁଆ ତାଙ୍କର ଦୂରଦୃଷ୍ଟି କଳା ସଂସ୍କୃତି ଐତିହ୍ୟ ପରମ୍ପରାକୁ ବଜାୟ ରଖିବା ପାଇଁ ସୁନ୍ଦର ଭାବରେ ପ୍ରୟାସ କରିଛନ୍ତି ଏହି ଚଳଚ୍ଚିତ୍ର ପାହାର୍ ଜରିଆରେ । ଏହାକୁ ପୁଣି ଜୁନାଗଡ ବ୍ଲକ ର ବରିଷ୍ଟ ଓ ଅଭିଜ୍ଞ କଳାକାର ବୃନ୍ଦ ତାଙ୍କର ଅଭିନୟ କୌଶଳ ରେ ଏକ କଳାକାର ର ସଂଘର୍ଷର କାହାଣୀ କୁ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି। ଏହି କ୍ଷୁଦ୍ର ଚଳଚ୍ଚିତ୍ର ରେ ମୁଖ୍ୟ ଭୂମିକାରେ ଅଭିନେତା ବିଜୟ ବାଣୁଆ, ଅଭିନେତ୍ରୀ ଗୀତା ନାଏକ, ସହ ଭୂମିକାରେ ଧବଳେଶ୍ୱର ନାଏକ,ଜଗବନ୍ଧୁ ମେହେର ଏବଂ ବରିଷ୍ଟ ଆଇନଜୀବୀ ତଥା ଅଭିନେତା ନବ ବେହେରା ଓ ସାଥୀ ବୃନ୍ଦ। ନିର୍ଦ୍ଦେଶକ ଶ୍ରୀ ହିରାକ୍ଷ ବାଣୁଆ ଆମ ଜୁନାଗଡ ପ୍ରତିନିଧି ଶ୍ରୀ ଦେବରାଜ ବାଣୁଆ ଙ୍କୁ ଏକ ସାକ୍ଷାତକାର ରେ ସରକାର ଙ୍କ ତରଫରୁ ଆର୍ଥିକ ସହଯୋଗ ଓ ସହାୟତା ପ୍ରଦାନ କଲେ ନିଶ୍ଚୟ ଆମେ ନିଜର କଳା ସଂସ୍କୃତି ଐତିହ୍ୟ ପରମ୍ପରାକୁ ବଞ୍ଚାଇ ପାରିବା ବୋଲି ମତ ପ୍ରକାଶ କରିଥିଲେ। ଅଞ୍ଚଳର କଳାକାର ବୃନ୍ଦ ପାହାର ର ସମସ୍ତ କଳାକାର ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।
Kalahandi (କଳାହାଣ୍ଡି) • ରିପୋର୍ଟ : ଦେବରାଜ ବାଣୁଆ, ଜୁନାଗଡ଼

ରାଜପୁତ କ୍ଷତ୍ରିୟ ପାଇକ ସମାଜ ପଶ୍ଚିମ୍ ମଣ୍ଡଳ , ଭଇଁରିଗୁଡ଼ା କଳାହାଣ୍ଡି ର ନୂତନ ସଭା ଗୃହ ଜୁନାଗଡ ଠାରେ ପ୍ରତିଷ୍ଠା ଉତ୍ସବ ପାଳିତ
ଜୁନାଗଡ - କଳାହାଣ୍ଡି ର ପାଇକ ମାନଙ୍କ ବୀରତ୍ୱ ,କଳା,ସଂସ୍କୃତି ,ପରମ୍ପରା ର ସ୍ୱତନ୍ତ୍ର ପରିଚୟ ରହିଛି। ଏହି ସଂଗଠନ ପାଇକ ମାନଙ୍କ ଏକ ସର୍ବପୁରାତନ ସାମାଜିକ ସଂଗଠନ। ମଣ୍ଡଳ ସାମାଜିକ ସଂଗଠନ କୁ ୩୮ ପଲ୍ଲୀ, ୬ ଉପ ମଣ୍ଡଳ ଓ ମଣ୍ଡଳ ସ୍ତରୀୟ ଅନେକ ପଦାଧିକାରୀ ସମାଜକୁ ଏକତା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ସଂକଳ୍ପବଦ୍ଧ ରହନ୍ତି। କିନ୍ତୁ ଏକ ସ୍ଥାୟୀ ସଭା ଗୃହ ନଥିବାରୁ ଅନେକ ଅସୁବିଧା ହେଉଥିଲା। ଗୃହ ନିର୍ମାଣ ପାଇଁ ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ୨୨ ଲକ୍ଷ ଓ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ୬ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ, ନିର୍ମାଣ ସମାପ୍ତ ହୋଇ ପରିଶେଷରେ ଆଜି ଗୃହ ପ୍ରତିଷ୍ଠା ହୋଇଥିଲା। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ, ପୂର୍ବତନ ସାଂସଦ ଶ୍ରୀ ଅର୍କ କେଶରୀ ଦେଓ , ଜୁନାଗଡ ବିଧାୟକ ପ୍ରତିନିଧି ତଥା ପୂର୍ବତନ ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ଶ୍ରୀ ମହେଶ ସାହୁ , ସମ୍ମାନୀୟ ଅତିଥି ଭାବରେ ପଞ୍ଚିମ୍ ମଣ୍ଡଳ କୁଳପତି ଶ୍ରୀ ରଜନୀକାନ୍ତ ବିଶି ,କଳାହାଣ୍ଡି କୁଳଧକ୍ଷ ଶ୍ରୀ ଚନ୍ଦ୍ରଧ୍ୱଜ ପେଶନିୟା,ପୂର୍ବତନ କୁଲାଧକ୍ଷ ଶ୍ରୀ ଗୁଣନିଧିକ ମାଝୀ,ଖରିଆର କୁଳପତି ଶ୍ରୀ ଶମ୍ଭୁ ପ୍ରସାଦ ଦଣ୍ଡସେନା ,ମୁଖ୍ୟ ବକ୍ତା ଭାବରେ ଶ୍ରୀ ସତ୍ୟ ମୁଣ୍ଡ ଛିନା ମଞ୍ଚାସୀନ ଥିଲେ। ମଞ୍ଚ ପରିଚାଳନା ଶ୍ରୀ ଲକ୍ଷ୍ମୀଧର ବାଣୁଆ ଓ କୃପା ସିନ୍ଧୁ ନାୟକ କରିଥିବା ସ୍ଥଳେ ଶ୍ରୀ ଶେଷଦେବ ପାତ୍ର ସାଂଗଠନିକ ସମ୍ପାଦକ ଉପସ୍ଥିତ ଥିବା ସମସ୍ତ ଅତିଥି, ସାମାଜିକ କର୍ମକର୍ତ୍ତା ,ଜନସାଧାରଣଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Kalahandi (କଳାହାଣ୍ଡି) • ରିପୋର୍ଟ : ଦେବରାଜ ବାଣୁଆ, ଜୁନାଗଡ

ଅଗଷ୍ଟ ୧୫ ସୁଦ୍ଧା ଗ୍ରାହାମ ଷ୍ଟେନ୍ସ ହତ୍ୟାକାଣ୍ଡର ଦୋଷୀ ଦାରା ସିଂହଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଅଷ୍ଟ୍ରେଲିୟ ଖ୍ରୀଷ୍ଟିଆନ ଧର୍ମପ୍ରଚାରକ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂହଙ୍କୁ ଆସନ୍ତା ଅଗଷ୍ଟ ୧୫ ତାରିଖ (ସ୍ୱାଧୀନତା ଦିବସ) ସୁଦ୍ଧା ମୁକ୍ତ କରିବାକୁ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦାରା ସିଂହଙ୍କ ଆଇନଜୀବୀ ଏ.ପି. ସିଂହ ଏହି ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଆଇନଜୀବୀ ଏ.ପି. ସିଂହ କହିଛନ୍ତି ଯେ, ସ୍ୱାଧୀନତା ଦିବସ ପୂର୍ବରୁ କିମ୍ବା ସେହି ଦିନ ସୁଦ୍ଧା ଦାରା ସିଂହଙ୍କ ମୁକ୍ତି ସୁନିଶ୍ଚିତ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦାରା ସିଂହଙ୍କ ପ୍ରକୃତ ନାମ ହେଉଛି ରବୀନ୍ଦ୍ର କୁମାର ପାଲ। ସେ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅ ଫିଲିପ୍ ଏବଂ ତିମୋଥିଙ୍କୁ ହତ୍ୟା କରିବା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ତାଙ୍କ କ୍ଷମା ଆବେଦନ ଉପରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ପୂର୍ବରୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗତ ଜୁଲାଇ ୬ ତାରିଖରେ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ (SSRB)ର ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଦାରା ସିଂହଙ୍କ ସମେତ ୫୬ ଜଣ ଆଜୀବନ କଏଦୀଙ୍କ କ୍ଷମା ଆବେଦନ ଉପରେ ବିଚାର କରାଯାଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ସୁପାରିଶ ପଠାଯାଇଥିଲା। ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଜେଲରେ ବିତାଇ ସାରିଥିବାରୁ ଏକ କୋହଳ କ୍ଷମା ନୀତିର ଫାଇଦା ପାଇଁ ଦାରା ସିଂହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତ ଏପ୍ରିଲ ୨୦୨୫ ମସିହାରେ ଏହି ମାମଲାର ଅନ୍ୟତମ ସହ-ଦୋଷୀ ତଥା ଦାରା ସିଂହଙ୍କ ସହଯୋଗୀ ମହେନ୍ଦ୍ର ହେମ୍ବ୍ରମଙ୍କୁ ଉତ୍ତମ ଆଚରଣ ଭିତ୍ତିରେ ଜେଲରୁ ଅବଧି ପୂର୍ବରୁ ମୁକ୍ତ କରାଯାଇଥିଲା। ସୂଚନାଯୋଗ୍ୟ, ୨୧ ଜାନୁଆରୀ ୧୯୯୯ ମସିହା ରାତିରେ ଓଡ଼ିଶାର କେନ୍ଦୁଝର ଜିଲ୍ଲାସ୍ଥିତ ମନୋହରପୁର ଗାଁରେ ଏହି ଲୋମହର୍ଷକ ହତ୍ୟାକାଣ୍ଡ ଘଟିଥିଲା। ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ପୁଅ ଏକ ଖ୍ରୀଷ୍ଟିଆନ ସମାବେଶରେ ଯୋଗଦେଇ ଫେରିବା ପରେ ନିଜ ଗାଡ଼ି ଭିତରେ ଶୋଇଥିଲେ। ଏହି ସମୟରେ ଦାରା ସିଂହଙ୍କ ନେତୃତ୍ୱରେ ଆସିଥିବା ଏକ ଉତ୍ତ୍ୟକ୍ତ ଲୋକଙ୍କ ଭିଡ଼ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ, ଫଳରେ ତିନିଜଣଯାକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।
Bhubaneswar (ଭୁବନେଶ୍ୱର) • ବ୍ୟୁରୋ ରିପୋର୍ଟ, ସ୍ରିଷ୍ଟି ନିୟୁଜ

କେନ୍ଦୁଝର ଜିଲ୍ଲା ଦିଶା ବୈଠକ: ସାଂସଦ ଅନନ୍ତ ନାୟକଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ସମୀକ୍ଷା
କେନ୍ଦୁଝର, ୧୫/୦୭ :ଜିଲ୍ଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି (ଦିଶା)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଦିଶା କମିଟିର ଅଧ୍ୟକ୍ଷ ତଥା ମାନ୍ୟବର ସାଂସଦ କେନ୍ଦୁଝର ଶ୍ରୀ ଅନନ୍ତ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ କେନ୍ଦ୍ରୀୟ ଓ ବିକାଶମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଛି।ବୈଠକରେ ଜିଲ୍ଲାପାଳ ଶ୍ରୀ ସିଂହ କେନ୍ଦୁଝର ଜିଲ୍ଲାରେ ଗ୍ରାମୀଣ ବିକାଶ, ମନେରେଗା, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ବିଦ୍ୟୁତ ଓ ଡିଜିଟାଲ୍ ସେବା କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତି ଏବଂ ସଫଳତା ଉପରେ ଆଲୋକପାତ କରିଥିଲେ। ଏହି ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ପ୍ରକଳ୍ପ, କାର୍ଯ୍ୟାନୁୟାନ ସମୀକ୍ଷା ଆଲୋଚନା କରାଯାଇଥିଲା। ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ଜିଲ୍ଲା ପାଇଁ ଧାର୍ଯ୍ୟ ହୋଇଥିବା ଶ୍ରମ ଦିବସ ଲକ୍ଷ୍ୟ ହାସଲ ଦିଗରେ ଦ୍ରୁତ କାର୍ଯ୍ୟ ଜାରି ରହିଛି। ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ମଞ୍ଜୁରପ୍ରାପ୍ତ ହିତାଧିକାରୀଙ୍କ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରିବା ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଏବଂ ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ ବିଭିନ୍ନ ପ୍ରକଳ୍ପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚାଷୀମାନଙ୍କର ଆର୍ଥିକ ଉନ୍ନତି ଓ ସହାୟତା ପାଇଁ ଜିଲ୍ଲାରେ ସଏଲ୍ ହେଲ୍ଥ କାର୍ଡ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଆତ୍ମା , ପ୍ରଧାନମନ୍ତ୍ରୀ କିସାନ ଏବଂ ଇ-ନାମ୍ ଭଳି କୃଷିଭିତ୍ତିକ ଯୋଜନାର ସଫଳ ରୂପାୟନ କରାଯାଉଛି। ଫସଲ ବୀମା ଓ ପ୍ରଧାନମନ୍ତ୍ରୀ କିସାନ ଯୋଜନା ମାଧ୍ୟମରେ ଜିଲ୍ଲାର ବହୁସଂଖ୍ୟକ ଚାଷୀ ସିଧାସଳଖ ଉପକୃତ ହୋଇପାରିଛନ୍ତି। ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା, ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ଏବଂ ସ୍ୱଚ୍ଛ ଭାରତ ମିଶନ ଜରିଆରେ ଗ୍ରାମୀଣ ଭିତ୍ତିଭୂମି ଓ ପରିମଳ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି। "ଜଳ ଜୀବନ ମିଶନ" ମାଧ୍ୟମରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ସହରାଞ୍ଚଳରେ ଜଳ ଯୋଗାଣ ଏବଂ ଜଳର ପୁନଃଚକ୍ରଣକୁ ବ୍ୟବସ୍ଥିତ କରିବା ପାଇଁ "ଅମୃତ ୨.୦" ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ଏବଂ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମାଧ୍ୟମରେ ସହରୀ ଗରିବ ଏବଂ ଉଠାଦୋକାନୀମାନଙ୍କୁ ଗୃହ ଓ ସହଜ ଋଣ ସହାୟତା ପ୍ରଦାନ କରାଯାଉଛି। ସମଗ୍ର ଶିକ୍ଷା ଯୋଜନା ଅଧୀନରେ ମଞ୍ଜୁର ହୋଇଥିବା ଶ୍ରେଣୀଗୃହ ଏବଂ ବାଳିକା ଶୌଚାଳୟ ଗୁଡ଼ିକର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅବଶିଷ୍ଟ କାର୍ଯ୍ୟକୁ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ଜିଲ୍ଲାର ସମସ୍ତ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇଛି। ଏହାସହ "ଡିଜିଟାଲ୍ ଇଣ୍ଡିଆ" କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଜନସେବା କେନ୍ଦ୍ର ଗୁଡ଼ିକ ସଫଳତାର ସହ ଲୋକଙ୍କୁ ଡିଜିଟାଲ୍ ସେବା ଯୋଗାଇ ଦେଉଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଘସିପୁରା ବିଧାୟକ ଶ୍ରୀ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକ, ଆନନ୍ଦପୁର ବିଧାୟକ ଶ୍ରୀ ଅଭିମନ୍ୟୁ ସେଠୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ମମିତା ନାଏକ, ଜିଲ୍ଲାପାଳ ବିଶାଲ ସିଂହ, ଏବଂ କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ,ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଅନୁବ୍ରତ ବେହେରା, ମାନ୍ୟବର ବିଧାୟକ ଚମ୍ପୁଆଙ୍କ ପ୍ରତିନିଧି ସଞ୍ଜୀବ କୁମାର ବେହେରା, ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ନିର୍ବାଚନ ମଣ୍ଡଳୀର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରଶାସନିକ ସ୍ତରରେ କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ହନୁମନ୍ତ ଧାମଧେରେ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡିଏମଏଫ ରୀନା ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗାଭୂଷଣ,ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ସୁକାନ୍ତ ମାଝୀଙ୍କ ସମେତ ସମସ୍ତ ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା, ସରପଞ୍ଚ, ଦିଶା କମିଟିର ସଦସ୍ୟ ଏବଂ ଜିଲ୍ଲାର ସମସ୍ତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।
Kendujhar (କେନ୍ଦୁଝର) • କେନ୍ଦୁଝରରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ

କୂଅରେ ପଡ଼ି ଜୀବନ ସହ ସଂଘର୍ଷ କରୁଥିବା ଜଙ୍ଗଲି ବିଲୁଆକୁ ଉଦ୍ଧାର କଲା ବନବିଭାଗ
ସୁନ୍ଦରଗଡ଼-ବଣେଇ : ସୁନ୍ଦରଗଡ ଜିଲ୍ଲା କୁଳପୋସ ବନ ଖଣ୍ଡ ଖୁଣ୍ଟଗାଁ ଗ୍ରାମର ମନୋଜ କୁମାର ବେହେରାଙ୍କ ନାମକ ଜଣେ ବ୍ୟକ୍ତି ଙ୍କ ବାଡିରେ ଥିବା ପଥର କୂଅରେ ପଡ଼ି ଯାଇଥିଲା ଏକ ଜଙ୍ଗଲି ବିଲୁଆ। ଏହା ଦେଖି ଗ୍ରାମ ବସୀ ବନ ବିଭାଗ କୁ ଖବର ଦେଇ ଥିଲେ ଖବର ପାଇ ସଙ୍ଗେ ସଙ୍ଗେ ବନ ବିଭାଗର କର୍ମଚାରୀ ଓ ତାଙ୍କ ଉଦ୍ଧାରକାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ରଣ କୌଶଳ କରି ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଉଦ୍ଧାର ପରେ ଉକ୍ତ ବିଲୁଆଟି ଜଙ୍ଗଲ ଭିତର କୁ ଦୌଡ଼ି ପଳାଇଥିବା ସୂଚନା ମିଳିଛି।
Sundargarh (ସୁନ୍ଦରଗଡ଼) • ରିପୋର୍ଟ : ସୌମ୍ୟବ୍ରତ ଦଳବେହେରା,ବଣେଇ
