--:--:--
-- ---
Srishti News

ଶେଷ ସୋମବାର ଧବଳେଶ୍ୱର ମନ୍ଦିର ଠାରେ ଶ୍ରଦ୍ଧାଳୁଙ୍କ ଭିଡ଼

Balangir (ବଲାଙ୍ଗୀର)ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼, ବଲାଙ୍ଗୀରAugust 24, 2026131 views
ଶେଷ ସୋମବାର ଧବଳେଶ୍ୱର ମନ୍ଦିର ଠାରେ ଶ୍ରଦ୍ଧାଳୁଙ୍କ ଭିଡ଼
ଟିଟିଲାଗଡ଼ :-୨୪/୮/୨୬ ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ଟିଟିଲାଗଡ଼ ଧବଳେଶ୍ୱର ମନ୍ଦିର ଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିବାର ଦେଖିବାକୁ ମିଳିଥିଲା l ବୋଲବମ ଭକ୍ତମାନେ ରବିବାର ସନ୍ଧ୍ୟାରେ ପହଞ୍ଚି ଶିବ ମନ୍ଦିର ପ୍ରାଙ୍ଗଣରେ ରହିଥିଲେ l ଭୋର ସକାଳୁ ବାବା ଧବଳେଶ୍ୱରଙ୍କୁ ପୂଜାର୍ଚନା କରିବା ପାଇଁ ଲମ୍ବା ଲାଇନରେ ଶ୍ରଦ୍ଧାଳୁମାନେ ଛିଡା ହୋଇଥିଲେ l ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l ଚଳଚଞ୍ଚଳ ହୋଇପଡ଼ିଥିଲା କୁମୁଡା ପାହାଡ଼ ଧବଳେଶ୍ୱର ମନ୍ଦିର l ଏଥିରେ ଅନେକ ପ୍ରକାର ଦୁକାନବଜାର ଷ୍ଟଲ ଲାଗିଥିଲା l ସୋମବାର ଭୋର ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ଼ ଜମିଥିଲା l ଶ୍ରଦ୍ଧାଳୁମାନଙ୍କୁ ଅର୍ଣ୍ଣଭୋଗ ମଧ୍ୟ ଦାତା ମାନଙ୍କ ପକ୍ଷରୁ ବଣ୍ଟନ କରାଯାଇଥିଲା l ବହୁତ ଦୂରଦୁରାନ୍ତ ରୁ ଶ୍ରଦ୍ଧାଳୁମାନେ ଧବଳେଶ୍ୱର ମନ୍ଦିର କୁ ଆସିଥିଲେ l