--:--:--
-- ---
Srishti News

Web News

Service Through Blood Donation: Udanti Youth Club Creates a New Milestone with 118 Units Collected at Sinapali Mega Camp
Jul 22, 2026•409 views

Service Through Blood Donation: Udanti Youth Club Creates a New Milestone with 118 Units Collected at Sinapali Mega Camp

Sinapali, July 19 Reaffirming the noble message that “Blood Donation is the Greatest Donation,” the renowned social organization Udanti Youth Club of Sinapali in Odisha’s Nuapada district organized a Mega Blood Donation Camp on Sunday. Held at the premises of the local Jagannath Temple, the humanitarian initiative witnessed an overwhelming response from people belonging to different sections of society. A total of 118 voluntary blood donors, including five couples and 15 women, donated blood, setting an inspiring example of compassion, social responsibility, and community service. Khariar MLA Adhiraj Mohan Panigrahi attended the camp as the Chief Guest. Appreciating the donors for their selfless contribution, he said that every unit of donated blood has the potential to save precious lives and encouraged more people, especially youth, to come forward for this noble cause. Among the distinguished guests were Block Vice-Chairperson Meena Ghivela, IIC Maheswar Panigrahi, senior advocate Baishampayan Meher, former Block Chairman Nilamani Meher, Nandakumar Patra, Tulsiram Meher, and Ariganjan Joshi, who jointly inaugurated the camp and lauded the efforts of the organizers. The event was also graced by the presence of the club’s advisors Rabindranath Joshi, Trinath Meher, Baishnab Meher, Haduram Meher, Rupesh Chandra Meher, Nilanchal Meher, Premananda Meher, and Ganeshram Meher, who encouraged the volunteers and blood donors throughout the programme. The camp was successfully organized under the leadership of Club President Prabhat Kumar Meher and Secretary Benudhar Meher, with active support from the club members and volunteers. Their dedicated teamwork, efficient management, and warm hospitality towards the donors contributed to the grand success of the event. Doctors and staff from the Blood Bank of Nuapada District Headquarters Hospital efficiently carried out the blood collection process. All 118 units of blood collected during the camp were sent to the District Headquarters Hospital Blood Bank, where they will help meet emergency medical requirements, including accident cases, surgeries, maternal care, and treatment of critically ill patients. More than just a blood donation drive, the initiative reflected the spirit of humanity, volunteerism, and collective social responsibility. Through this remarkable effort, Udanti Youth Club once again demonstrated how committed youth can bring about meaningful and positive change in society while inspiring others to join the mission of saving lives.

Nuapada (ନୂଆପଡ଼ା) • By : Malaya Meher

ବର୍ଷାରେ ବେହାଲ ଝାଲବାହାଲ ମୁଖ୍ୟ ରାସ୍ତା, ଆଣ୍ଠୁଏ ପାଣିରେ ହନ୍ତସନ୍ତ ଜନଜୀବନ
Jul 22, 2026•22 views

ବର୍ଷାରେ ବେହାଲ ଝାଲବାହାଲ ମୁଖ୍ୟ ରାସ୍ତା, ଆଣ୍ଠୁଏ ପାଣିରେ ହନ୍ତସନ୍ତ ଜନଜୀବନ

ନୂଆପଡ଼ା, ୧୯/୦୭ ନୂଆପଡ଼ା ସଦର ବ୍ଲକ ଅନ୍ତର୍ଗତ ସାଳିହା ଗ୍ରାମପଞ୍ଚାୟତର ଝାଲବାହାଲ ଗ୍ରାମ ଦେଇ ଯାଇଥିବା ମୁଖ୍ୟ ରାସ୍ତାର ଦୟନୀୟ ଅବସ୍ଥା ଏବେ ଅଞ୍ଚଳବାସୀଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି । ସାମାନ୍ୟ ବର୍ଷା ହେଲେ ମଧ୍ୟ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହୁଥିବାରୁ ଦୈନନ୍ଦିନ ଯାତାୟାତ ବ୍ୟାହତ ହେଉଛି । ଫଳରେ ସ୍ଥାନୀୟ ଲୋକଙ୍କ ସହ ଆଖପାଖ ପଞ୍ଚାୟତର ବାସିନ୍ଦାମାନେ ମଧ୍ୟ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖରିଆର ରୋଡ଼କୁ ସଂଯୋଗ କରୁଥିବା ଏହି ରାସ୍ତା ଅଞ୍ଚଳର ଏକ ପ୍ରମୁଖ ସଡ଼କ ହୋଇଥିବାରୁ ପ୍ରତିଦିନ ଶହ ଶହ ଲୋକ ଏହା ଉପରେ ନିର୍ଭର କରନ୍ତି। ବୋଇରଭାଡ଼ି, ଦର୍ଲିମୁଣ୍ଡା, ସାହିପାଲା ଓ ଯାମପାଣି ଗ୍ରାମପଞ୍ଚାୟତର ଲୋକମାନେ ମଧ୍ୟ ଏହି ରାସ୍ତା ଦେଇ ନିୟମିତ ଯାତାୟାତ କରୁଛନ୍ତି । କିନ୍ତୁ ବର୍ଷା ହେବାମାତ୍ରେ ରାସ୍ତା ଜଳମଗ୍ନ ହୋଇପଡ଼ୁଥିବାରୁ ଛାତ୍ରଛାତ୍ରୀ, ଚାଷୀ, ରୋଗୀ ଓ ସାଧାରଣ ଯାତ୍ରୀଙ୍କୁ ଜୀବନକୁ ବାଜି ଲଗାଇ ଯିବାକୁ ପଡ଼ୁଛି । ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଦୀର୍ଘଦିନ ଧରି ଏହି ସମସ୍ୟା ରହିଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ । ବିଶେଷକରି ରାସ୍ତାରେ ଜଳ ନିଷ୍କାସନର ସଠିକ୍ ବ୍ୟବସ୍ଥା ନଥିବାରୁ ପ୍ରତି ବର୍ଷା ଋତୁରେ ଏହି ସମସ୍ୟା ଉଗ୍ର ରୂପ ନେଉଛି । ଏଭଳି ପରିସ୍ଥିତିରେ ରାସ୍ତାର ତୁରନ୍ତ ମରାମତି ସହ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦୃଢ଼ ଦାବି ଜଣାଇଛନ୍ତି । ସମସ୍ୟାର ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଗଣଆନ୍ଦୋଳନ କରିବାକୁ ମଧ୍ୟ ସ୍ଥାନୀୟ ଲୋକ ସତର୍କ କରିଛନ୍ତି ।

Nuapada (ନୂଆପଡ଼ା) • ରିପୋର୍ଟ : ବିଜୟ ବରିହା

Karlakote SBI ATM Out of Service for Over 15 Days: Staff Cite ‘No Network Link’, Thousands Across Five Panchayats Left Struggling
Jul 22, 2026•184 views

Karlakote SBI ATM Out of Service for Over 15 Days: Staff Cite ‘No Network Link’, Thousands Across Five Panchayats Left Struggling

Boden, July 19 Residents of Karlakote and nearby villages in Boden block of Nuapada district are facing severe inconvenience as the State Bank of India (SBI) ATM at Karlakote has remained out of service for more than 15 days. The prolonged disruption has sparked widespread dissatisfaction among local people, with customers returning disappointed after finding the ATM non-functional. According to local residents, whenever they approach the bank staff regarding the issue, they are repeatedly told that the ATM is not working due to a “network link problem.” However, no clear information has been provided about when the service will be restored, further adding to the frustration of customers. The Karlakote SBI ATM serves as the primary cash withdrawal point for thousands of people from Nagapada, Khaira, Palasada, Damjhar, and several other villages across five Gram Panchayats. Farmers, daily wage labourers, pension beneficiaries, and recipients of various government welfare schemes depend heavily on this ATM for their daily financial needs. With the ATM remaining non-operational, residents are being forced to travel to distant locations to withdraw cash, resulting in unnecessary expenditure of both time and money. The inconvenience is particularly affecting elderly citizens and people from remote rural areas. Locals have expressed concern that in the era of digital banking, an ATM remaining out of service for over two weeks reflects poor maintenance and inadequate customer service. Despite repeated complaints, the issue remains unresolved, raising serious questions about the bank’s responsiveness. Residents have urged the SBI authorities and the district administration to intervene immediately, restore the ATM services without further delay, and take effective measures to prevent such prolonged disruptions in the future. The people are now asking a pressing question: When will the administration finally address the hardships faced by the residents of Karlakote?

Nuapada (ନୂଆପଡ଼ା) • By Kashyap Jagat

ଲାଞ୍ଚ ନେଉଥିବା ବେଳେ କୋରେଇ ବ୍ଲକର ପିଇଓ ଭିଜିଲାନ୍ସ ଜାଲରେ
Jul 21, 2026•82 views

ଲାଞ୍ଚ ନେଉଥିବା ବେଳେ କୋରେଇ ବ୍ଲକର ପିଇଓ ଭିଜିଲାନ୍ସ ଜାଲରେ

ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅଧୀନ କାଚରାଶାହି ଗ୍ରାମପଞ୍ଚାୟତର ପିଇଓ ପ୍ରଫୁଲ୍ଲ କୁମାର ନାଥ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅନ୍ତୋଦୟ ଗୃହ ଯୋଜନାର ଅନ୍ତିମ ବିଲ୍ ପାସ୍ କରାଇବା ସହ ମନରେଗା ମଜୁରି ଏବଂ ବୋନସ ରାଶି ପ୍ରଦାନ କରାଇଦେବା ପାଇଁ ସହଗାଁର ହିତାଧିକାରୀ ଗୋଲି ମଲ୍ଲିକଙ୍କଠାରୁ ୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ରଙ୍ଗେହାତ ଧରିଛି। ଘଟଣାକୁ ନେଇ ଭିଜିଲାନ୍ସ ପକ୍ଷରୁ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉଛି।

Jajpur (ଯାଜପୁର) • ରିପୋର୍ଟ: ବସନ୍ତ କୁମାର ମଲ୍ଲିକ, କୋରେଇ

ହାତୀବାରୀ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ଗଠନ, ଜୟନ୍ତୀ ମାଝୀ ଅଧ୍ୟକ୍ଷା ଓ ଆସା ମାଝୀ ଉପାଧ୍ୟକ୍ଷା ନିର୍ବାଚିତ
Jul 19, 2026•95 views

ହାତୀବାରୀ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ଗଠନ, ଜୟନ୍ତୀ ମାଝୀ ଅଧ୍ୟକ୍ଷା ଓ ଆସା ମାଝୀ ଉପାଧ୍ୟକ୍ଷା ନିର୍ବାଚିତ

ହାତୀବାରୀ: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ ଜିଲ୍ଲାର ପୂର୍ବତନ ହାତୀବାରୀ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମମତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ମୋଟ ୨୫ ଜଣ ସଦସ୍ୟଙ୍କ ଉପସ୍ଥିତିରେ ପରିଚାଳନା କମିଟିର ନିର୍ବାଚନ ସମ୍ପନ୍ନ ହୋଇଥିଲା। ଏଥିରେ ଶ୍ରୀମତୀ ଜୟନ୍ତୀ ମାଝୀ ଅଧ୍ୟକ୍ଷା ଏବଂ ଶ୍ରୀମତୀ ଆସା ମାଝୀ ଉପାଧ୍ୟକ୍ଷା ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ। ନିର୍ବାଚନ ପ୍ରକ୍ରିୟାରେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଚମରା ସାହୁ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ। ଏହି ଅବସରରେ ୱାର୍ଡ ସଦସ୍ୟା ସେବତୀ ନାଏକ, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀଙ୍କ ସହ ବିଦ୍ୟାଳୟର ସହକାରୀ ଶିକ୍ଷକ ପୁରୁଷୋତ୍ତମ ପଣ୍ଡା ଏବଂ ସହକାରୀ ଶିକ୍ଷୟିତ୍ରୀ ଭିରଜିନା ଡୁଙ୍ଗଡୁଙ୍ଗ, ଜ୍ୟୋତିମୟୀ ପ୍ରଧାନ, ମୋନାଲିସା ବାରିକ, ସୀତା ବରୁଆ, ଶୀଲା ସିଂହ, ରଞ୍ଜୁକ୍ତା ମୁଣ୍ଡା ଓ ନିବେଦିତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସଭା ଶେଷରେ ନବନିର୍ବାଚିତ ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ନୂତନ କମିଟି ବିଦ୍ୟାଳୟର ସାମଗ୍ରିକ ବିକାଶ, ଶିକ୍ଷାର ମାନୋନ୍ନତି ଓ ଛାତ୍ରଛାତ୍ରୀଙ୍କ କଲ୍ୟାଣ ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ ପାଇଛି।

Sundargarh (ସୁନ୍ଦରଗଡ଼) • ରିପୋର୍ଟ : ଗଣପତି ଦାସ, ଜିଲ୍ଲା ପ୍ରତିନିଧି

ଗୁଣୁପୁର ରାଜନୀତିରେ ବଡ଼ ପରିବର୍ତ୍ତନ: ପୌରାଧ୍ୟକ୍ଷାଙ୍କ ସମେତ ବହୁ ପ୍ରମୁଖ ନେତା ବିଜେପିରେ ସାମିଲ
Jul 19, 2026•81 views

ଗୁଣୁପୁର ରାଜନୀତିରେ ବଡ଼ ପରିବର୍ତ୍ତନ: ପୌରାଧ୍ୟକ୍ଷାଙ୍କ ସମେତ ବହୁ ପ୍ରମୁଖ ନେତା ବିଜେପିରେ ସାମିଲ

ଭୁବନେଶ୍ୱର/ଗୁଣୁପୁର: ଗୁଣୁପୁର ନିର୍ବାଚନମଣ୍ଡଳୀର ରାଜନୈତିକ ପରିବେଶରେ ଆଜି ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବହୁଦିନର ଚର୍ଚ୍ଚା ଓ ଅପେକ୍ଷାର ଅନ୍ତ ଘଟାଇ ଅଞ୍ଚଳର ବହୁ ପ୍ରମୁଖ ଜନପ୍ରତିନିଧି ଓ ନେତା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦାନ କରିଛନ୍ତି। ବିଜେପିରେ ସାମିଲ ହୋଇଥିବା ନେତାମାନଙ୍କ ମଧ୍ୟରେ ଗୁଣୁପୁରର ଜନପ୍ରିୟ ନେତା ଶିବ ପ୍ରସାଦ ଗୌଡ଼ (ସାନ ଭାଇନା), ଗୁଣୁପୁର ପୌରାଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼, ଗୁଡାରି ସମିତି ଅଧ୍ୟକ୍ଷ ବିଶ୍ୱନାଥ ଶବର, ସମିତି ସଭ୍ୟ ଏମ୍. କେ. ରାୟ, ମଧୁବନ ସମିତି ସଭ୍ୟା ରଶ୍ମିତା ଶବର, କଂଗ୍ରେସର ବରିଷ୍ଠ ନେତା କେ. ନରହରି (ବୁଲୁଡୁ ଭାଇନା) ଏବଂ ବିଜେଡିର ନେତା ସୁମିତ ତୁଳ (ଟନି ଭାଇନା) ପ୍ରମୁଖ ରହିଛନ୍ତି। ରାଜ୍ୟ ବିଜେପି ନେତୃତ୍ୱଙ୍କ ଉପସ୍ଥିତିରେ ସମସ୍ତ ନେତା ଦଳରେ ସାମିଲ ହୋଇ ଗୁଣୁପୁର ଅଞ୍ଚଳରେ ବିଜେପି ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ସଂକଳ୍ପ ବ୍ୟକ୍ତ କରିଥିଲେ। ଏହି ଯୋଗଦାନ ଆଗାମୀ ଦିନରେ ଗୁଣୁପୁର ନିର୍ବାଚନମଣ୍ଡଳୀର ରାଜନୈତିକ ସମୀକରଣ ଉପରେ ଉଲ୍ଲେଖନୀୟ ପ୍ରଭାବ ପକାଇବ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି।

Rayagada (ରାୟଗଡ଼ା) • ରିପୋର୍ଟ: ନିରଞ୍ଜନ ପୂଜାରୀ

ଦଣ୍ଡପାଟ ଅଞ୍ଚଳରେ ଦାଦନ ଖଟିବାକୁ ଯାଇ ଆଉ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ
Jul 19, 2026•58 views

ଦଣ୍ଡପାଟ ଅଞ୍ଚଳରେ ଦାଦନ ଖଟିବାକୁ ଯାଇ ଆଉ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ

କଳାହାଣ୍ଡି, କୋକସରା ୧୭/୦୭: ରୁପେନ୍ଦ୍ର ସୁନାନୀ: କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ,ଖୁଣ୍ଟିଆ ପଞ୍ଚାୟତ ଅନ୍ତର୍ଗତ ସରଧାପୁର ଗ୍ରାମର ଜଣେ ଯୁବକ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ସରଧାପୁର ଗ୍ରାମର ତୁଳସୀ ରାମ ଧୁରୁ (୨୩) କିଛି ଅଧିକ ରୋଜଗାର କରିବାର ଆଶା ନେଇଁ ପାଞ୍ଚ ମାସ ତଳେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ସେ କର୍ଣ୍ଣାଟକ ରାଜ୍ୟ, କୋଲାର ଜିଲ୍ଳା, ମାଲୁର ଥାନା ଅଞ୍ଚଳର ଏକ ଫ୍ଲିପ୍ କାର୍ଡ କମ୍ପାନୀରେ ରହି କାମ କରୁଥିଲେ। କିନ୍ତୁ କାର୍ଯ୍ୟରତ ଥିବା ସମୟରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ଗୁରୁବାର ରାତି ୯ ଘଣ୍ଟାରେ ମୃତ୍ୟୁ ଘଟିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ତାଙ୍କ ଶବ ବ୍ୟବଚ୍ଛେଦ ହୋଇ ନ ଥିବାରୁ ମୃତ ଦେହ ଘରକୁ ପହଞ୍ଚି ପାରିନାହିଁ।ବର୍ତ୍ତମାନ ତୁଲସୀଙ୍କ ମୃତ୍ୟୁ ଖବର ଶୁଣିଲା ପରେ ପରିବାର ତଥା ଗାଁ ରେ ଶୋକର ଛାୟା ଖେଳି ଯାଇଛି। ବର୍ତମାନ ତୁଳସୀଙ୍କ ବାପା ଶ୍ୟାମଲାଲ ଧୁରୁ କୋକସରା ଥାନାକୁ ଯାଇ ପୁଅର ମୃତ ଦେହ ଗାଁ ମାଟିକୁ ଆଣିବାର ବ୍ୟବସ୍ଥା କରିବାକୁ ପୋଲିସ୍ ପ୍ରଶାସନ ପାଖରେ ନିବେଦନ କରିଛନ୍ତି।

Kalahandi (କଳାହାଣ୍ଡି) • ରିପୋର୍ଟ: ରୁପେନ୍ଦ୍ର ସୁନାନୀ

ପାଇକପଡ଼ାରେ ସହିଦ ରେଣ୍ଡୋ ମାଝୀ ଯୁବ କ୍ଲବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Jul 19, 2026•88 views

ପାଇକପଡ଼ାରେ ସହିଦ ରେଣ୍ଡୋ ମାଝୀ ଯୁବ କ୍ଲବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, କୋକସରା ୧୭/୦୭: ପରିବେଶ ସୁରକ୍ଷା ଏବଂ ସବୁଜ ସୁନ୍ଦର ପରିବେଶ ଗଠନ ଉଦ୍ଦେଶ୍ୟରେ ଧର୍ମଗଡ଼ ବ୍ଲକ, ଧଅଁରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଇକପଡାରେ ସହିଦ ରେଣ୍ଡୋମାଝୀ ଯୁବ କ୍ଲବ ପକ୍ଷରୁ ଆରସିଡିସି (RCDC)ର ସହଯୋଗରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୁବ କ୍ଲବ ଏବଂ ଶିଶୁ କ୍ଲବର ସମସ୍ତ ସଦସ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରି ଗ୍ରାମର ବିଭିନ୍ନ ସ୍ଥାନରେ ୧୫୦ରୁ ଅଧିକ ବୃକ୍ଷ ରୋପଣ କରିଥିଲେ। କାର୍ଯ୍ୟକ୍ରମକୁ ଯୁବ କ୍ଲବର ସଭାପତି ବଜିନ୍ଦ୍ର ଭଇସାଲ ଓ ସମ୍ପାଦିକା ଶ୍ରୀୟା ବେହେରା ସୁଚାରୁରୂପେ ପରିଚାଳନା କରିଥିବା ବେଳେ ଉପସ୍ଥିତ ସମସ୍ତେ ବୃକ୍ଷରୋପଣର ଗୁରୁତ୍ୱ, ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ରୋକିବାରେ ବୃକ୍ଷର ଭୂମିକା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଆରସିଡିସିର ପକ୍ଷରୁ ପ୍ରୋଗ୍ରାମ ଅଫିସର ଶ୍ରୀ ବିହାରୀ ରାଉତ, କମ୍ୟୁନିଟି ମୋବିଲାଇଜର ଦିବାକର ଭଇସାଲ ଓ ପଙ୍କଜ ଧରୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ସମସ୍ତ ଯୁବକ, ଯୁବତୀ ଓ ଶିଶୁ କ୍ଲବ ସଦସ୍ୟମାନେ ରୋପଣ କରାଯାଇଥିବା ଚାରାଗୁଡ଼ିକର ସୁରକ୍ଷା ଓ ଯତ୍ନ ନେବା ପାଇଁ ସଂକଳ୍ପ ନେଇଥିଲେ। ଅନୁଷ୍ଠିତ ହୋଇଥିବା ଏପରି ଏକ କାର୍ଯ୍ୟକ୍ରମକୁ ସ୍ଥାନୀୟ ଗ୍ରାମବାସୀ ଭୂୟସୀ ପ୍ରଶଂସା କରିଥିଲେ।

Kalahandi (କଳାହାଣ୍ଡି) • ରିପୋର୍ଟ: ରୁପେନ୍ଦ୍ର ସୁନାନୀ

ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃନିର୍ମିତ ବରପାଲି ରେଳ ଷ୍ଟେସନର ଲୋକାର୍ପଣ, ଏକାଧିକ ଟ୍ରେନ୍ ରହଣି ପାଇଁ ସାଂସଦଙ୍କୁ ଦାବି
Jul 19, 2026•61 views

ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃନିର୍ମିତ ବରପାଲି ରେଳ ଷ୍ଟେସନର ଲୋକାର୍ପଣ, ଏକାଧିକ ଟ୍ରେନ୍ ରହଣି ପାଇଁ ସାଂସଦଙ୍କୁ ଦାବି

ବରଗଡ଼/ବରପାଲି : ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପ୍ରାୟ ୨୨.୨୮ କୋଟି ଟଙ୍କା ବ୍ୟୟରେ ପୁନଃନିର୍ମାଣ କରାଯାଇଥିବା ବରପାଲି ରେଳ ଷ୍ଟେସନର ଆଜି ଲୋକାର୍ପଣ କରାଯାଇଛି। ଏହା ସହ ବଲାଙ୍ଗୀର ଓ କେସିଙ୍ଗା ରେଳ ଷ୍ଟେସନର ମଧ୍ୟ ଲୋକାର୍ପଣ କରାଯାଇଛି। ଏହି ଅବସରରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ଚୌଧୁରୀ, ପ୍ରସନ୍ନ ପାଣ୍ଡେ, ପଦ୍ମଶ୍ରୀ ଭାଗବତ ପ୍ରଧାନ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ସଂଯୋଜିକା ମୁଗ୍ଧା ଦାଶଙ୍କ ସମେତ ବହୁ ଜନପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ପୁନଃନିର୍ମିତ ବରପାଲି ଷ୍ଟେସନରେ ଆଧୁନିକ ପ୍ରତୀକ୍ଷାଳୟ, ସର୍କୁଲେଟିଂ ଏରିଆ, ପାର୍କିଂ, ଦିବ୍ୟାଙ୍ଗ-ବନ୍ଧବ ସୁବିଧା, ୧୨ ମିଟର ପ୍ରସ୍ଥର ଫୁଟ୍ ଓଭରବ୍ରିଜ୍, ଉନ୍ନତ ଆଲୋକୀକରଣ, ସିସିଟିଭି, ଡିଜିଟାଲ ସୂଚନା ବୋର୍ଡ ଓ ପବ୍ଲିକ ଆଡ୍ରେସ୍ ସିଷ୍ଟମ୍ ସମେତ ବିଭିନ୍ନ ଆଧୁନିକ ସୁବିଧା ଉପଲବ୍ଧ କରାଯାଇଛି। ଏହା ଦ୍ୱାରା ବରପାଲି ସହ ବରଗଡ଼, ବିଜେପୁର, ପଦ୍ମପୁର, ଗାଇସିଲେଟ, ଡୁଙ୍ଗୁରୀପାଲି, ରାମପୁର ଓ ସୁବର୍ଣ୍ଣପୁର ଅଞ୍ଚଳର ଯାତ୍ରୀମାନେ ବହୁ ଉପକୃତ ହେବେ।ଏହି ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଥିଲେ ଯେ, ଅମୃତ ଭାରତ ଷ୍ଟେସନ ଯୋଜନା ମାଧ୍ୟମରେ ପଶ୍ଚିମ ଓଡ଼ିଶାର ରେଳ ଭିତ୍ତିଭୂମିରେ ଐତିହାସିକ ପରିବର୍ତ୍ତନ ଆସୁଛି। ବରପାଲି, ବଲାଙ୍ଗୀର ଓ କେସିଙ୍ଗା ଷ୍ଟେସନର ଆଧୁନିକୀକରଣ ଦ୍ୱାରା ଯାତ୍ରୀମାନେ ଉନ୍ନତ ସୁବିଧା ପାଇବେ। ଏହା ସହ ସ୍ଥାନୀୟ ବ୍ୟବସାୟ, ପର୍ଯ୍ୟଟନ, କୃଷି ଓ ଶିଳ୍ପ କ୍ଷେତ୍ରର ବିକାଶକୁ ମଧ୍ୟ ନୂଆ ଗତି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରେଳ ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବାରୁ ଆଜି ଗ୍ରାମାଞ୍ଚଳର ଷ୍ଟେସନଗୁଡ଼ିକ ମଧ୍ୟ ବିଶ୍ୱସ୍ତରୀୟ ସୁବିଧା ପାଉଛନ୍ତି ବୋଲି ସେ କହିଥିଲେ।ଲୋକାର୍ପଣ ଉତ୍ସବ ଅବସରରେ ବରପାଲିର ବିଭିନ୍ନ ସାମାଜିକ, ବ୍ୟବସାୟିକ ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ଯଶମନ୍ତପୁର–ହାଟିଆ ଏକ୍ସପ୍ରେସ୍, ଟାଟା–ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍, ପୁରୀ–ଅହମଦାବାଦ ଏକ୍ସପ୍ରେସ୍, ସୋନପୁର–ପୁରୀ ଏକ୍ସପ୍ରେସ୍ ଏବଂ ସମ୍ବଲପୁର–ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‌ର ବରପାଲି ରେଳ ଷ୍ଟେସନରେ ନିୟମିତ ରହଣି ବ୍ୟବସ୍ଥା କରିବାକୁ ଦାବି ଜଣାଇଥିଲେ। ସେମାନଙ୍କ କହିବା ଅନୁଯାୟୀ, ଏହି ଟ୍ରେନ୍‌ଗୁଡ଼ିକର ରହଣି ହେଲେ ବରପାଲି ସମେତ ସମଗ୍ର ପଶ୍ଚିମ ଓଡ଼ିଶାର ଯାତ୍ରୀ, ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ଚାକିରିଆମାନେ ବହୁ ଉପକୃତ ହେବେ। ସାଂସଦ ମଧ୍ୟ ଏହି ଦାବିକୁ ରେଳ ମନ୍ତ୍ରଣାଳୟ ନିକଟରେ ଉପସ୍ଥାପନ କରି ଆବଶ୍ୟକ ପଦକ୍ଷେପ ନେବାକୁ ଆଶ୍ୱାସନ ଦେଇଥିଲେ।ସ୍ଥାନୀୟ ଲୋକେ ବରପାଲି ରେଳ ଷ୍ଟେସନର ଏହି ନୂଆ ରୂପକୁ ସ୍ୱାଗତ କରିବା ସହ ଏହା ପଶ୍ଚିମ ଓଡ଼ିଶାର ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମତ ପ୍ରକାଶ କରିଛନ୍ତି।

Bargarh (ବରଗଡ଼) • ରିପୋର୍ଟ : ସତ୍ୟ ସୁରୁଜାଲ

କମ୍ୟୁନିଟି ହଲ୍ କାମ ନିମ୍ନମାନର ଅଭିଯୋଗ, ତଦନ୍ତ ଦାବିପତ୍ର
Jul 19, 2026•40 views

କମ୍ୟୁନିଟି ହଲ୍ କାମ ନିମ୍ନମାନର ଅଭିଯୋଗ, ତଦନ୍ତ ଦାବିପତ୍ର

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ୍ ମଞ୍ଚାଗାଁ ପଞ୍ଚାୟତ ଅଧୀନ ବେଡ଼ାପଦାର ରେ ନିର୍ମାଣାଧୀନ କମ୍ୟୁନିଷ୍ଟ ଗୃହ କାମ ନିମ୍ନମାନର ହେଉଥ‌ିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଛାତ ସ୍ଲାବ୍‌ରେ ତ୍ରୁଟି ସ୍ପଷ୍ଟ ପରିଲକ୍ଷିତ ହେଉଛି I ଯଦି ତୁରନ୍ତ ପଦକ୍ଷେପ ନିଆ ନ ଯାଏ, ତେବେ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ନ ରହିବା ଆଶଙ୍କା ବଢ଼ିଯାଉଛି ବୋଲି ଗ୍ରାମବାସୀ କହିଛନ୍ତି। ନିର୍ମାଣ କାର୍ଯ୍ୟ ଆବଶ୍ୟକ ଇଞ୍ଜିନିୟରିଂ ଏବଂ ଦଣ୍ଡ ଅନୁଯାୟୀ ହୋଇଛି କି ନାହିଁ ତାହାର ଯାଞ୍ଚ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ଅନିୟମିତତା ହୋଇଥିଲେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତ୍ରୁଟିଗୁଡ଼ିକୁ ଯଥାଶୀଘ୍ର ସୁଧାରିବା ଗୁଣବତ୍ତା ମାନଦଣ୍ଡ ନିର୍ମାଣାଧୀନ କମ୍ୟୁନିଷ୍ଟ ହଲ୍। ହଲ୍‌ଟି ସରକାରୀ ଅନୁଦାନରେ ନିର୍ମିତ ଏକ ସାର୍ବଜନୀନ ସମ୍ପତ୍ତି I ଏହା ଦୀର୍ଘସ୍ଥାୟୀ, ସୁରକ୍ଷିତ ତଥା ସମାଜ ପାଇଁ ଲାଭଦାୟକ ହେବା ଉଚିତ। ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ସରକାରୀ ଅର୍ଥର ବ୍ୟବହାରରେ ସ୍ବଚ୍ଛତ ଛତା ବଜାୟ ରଖୁବା ପାଇଁ ପ୍ରଶାସନ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରୁ ବୋଲି ସେମାନେ ଆହ୍ୱାନ ଦେଇଛନ୍ତି। ବିଡିଓ ମନୋଜ ପାଣିଗ୍ରାହୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ରବିବାର ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳକୁ ଯାଇ ତଦାରଖ କରିବେ ଓସେମାନଙ୍କ ରିପୋର୍ଟ ଦେବେ ବୋଲି ପ୍ରକାଶ କରିଛନ୍ତି ।

Nabarangpur (ନବରଙ୍ଗପୁର) • ରିପୋର୍ଟ : ଗୋବିନ୍ଦ ତ୍ରିପାଠୀ ନବରଙ୍ଗପୁର, ତେନ୍ତୁଳୀଖୁଣ୍ଟି

ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ
Jul 19, 2026•46 views

ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ

ଢ଼େଙ୍କାନାଳ ୧୯.୦୭- ଢେ଼ଙ୍କାନାଳ ଜିଲ୍ଲାରେ ଡେଙ୍ଗୁ ଓ ମ୍ୟାଲେରିଆର ମୁକାବିଲା କରିବା ପାଇଁ ସଦଭାବନା ଗୃହରେ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା I ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ସଂଜୟ ମହାପାତ୍ର ଡେଙ୍ଗୁ ଓ ମ୍ୟାଲେରିଆର ନିରାକରଣ ପାଇଁ ପରାମର୍ଶ ଦେଇ ସପ୍ତାହରେ ଥରେ ପାଣି ରହୁ ଥିବା ସ୍ଥାନକୁ ଅନୁଧ୍ୟାନ କରି ପାଣିକୁ ପରିବର୍ତ୍ତନ କରିବା, ନିଜ ପରିବେଶ ସଫା ରଖିବା, ପ୍ଲାଷ୍ଟିକ ଜିନିଷକୁ ବାହାରେ ନରଖି ଠିକ୍ ଭାବରେ ଘୋଡାଇ ରଖିବା, ବର୍ଜ୍ୟବସ୍ତୁ ଠିକ୍ ଭାବରେ ରଖିବା ଇତ୍ୟାଦିକୁ ଧ୍ୟାନ ଦେଲେ ଡେଙ୍ଗୁରୁ ରକ୍ଷା ପାଇପାରିବା ବୋଲି କହିଥିଲେ I ଡେଙ୍ଗୁ ଜର ହେଲେ ମୁଖ୍ୟ ଚିକିତ୍ସାଳୟରେ ରକ୍ତ ପରୀକ୍ଷା କରାନ୍ତୁ I ଏହା ସମ୍ପୂର୍ଣ୍ଣ ମାଗଣା I ଜ୍ଵର ହେଲେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଥିଲେ I ଏହି ବର୍ଷ ୧୧୫୬ ଜଣଙ୍କର ରକ୍ତ ପରୀକ୍ଷା କରାଯାଇଥିଲା, ସେଥିରୁ ୮ ଜଣ ମଧ୍ୟରେ ଡେଙ୍ଗୁ ଭୁତାଣୁ ଚ଼ିହ୍ନଟ କରାଯାଇଛି I ସେହିଭଳି ମ୍ୟାଲେରିଆକୁ ରୋକିବା ପାଇଁ ମ୍ୟାଲେରିଆ ପ୍ରବଣ ଗ୍ରାମକୁ ମେ ମାସ ରେ ସର୍ଭେ କରାଯାଇ ବିହିତ ପଦକ୍ଷେପ ନିଆଯାଇଛି I ଆଶ୍ରମ ସ୍କୁଲରେ ମ୍ୟାଲେରିଆ ପରୀକ୍ଷା କରାଯାଇ ଔଷଧ ଦିଆଯାଉଛି I ଜ୍ଵର ଥିବା ବ୍ୟକ୍ତିଙ୍କୁ ମ୍ୟାଲେରିଆ ଟେଷ୍ଟ କରାଯାଇ ଉଚିତ୍ ପଦକ୍ଷେପ ନିଆଯାଉଛି I ପ୍ରତ୍ୟେକ ଆଶା ଦିଦିଙ୍କ ପାଖରେ ମ୍ୟାଲେରିଆ ଟେଷ୍ଟ କିଟ୍ ମହଜୁଦ ଅଛି I ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମ୍ୟାଲେରିଆ ଔଷଧ ମିଳୁଛି ସେ କହିଛନ୍ତି । ଏହା ବ୍ୟତୀତ ଅନ୍ୟ ପ୍ରୋଗ୍ରାମ ଯଥା ଟି ବି ନିରାକରଣର, ୧୦୮ ଆମ୍ବୁଲାନ୍ସ ସେବା,ପି ସି ପି ଏନ୍ ଡି ଟି , ଏଚ ପି ଭି ଭେସିନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚ଼ନା ହୋଇଥିଲା I ଏହି ବୈଠକରେ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ, ଉପଖଣ୍ଡ ଚିକିତ୍ସା ଅଧିକାରୀ, ବ୍ଲକ ଚିକିତ୍ସା ଅଧିକାରୀ, ଡିପିଏମ୍, ସ୍ୱାସ୍ଥ୍ୟ ମିଶନର ମ୍ୟାନେଜରମାନେ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି, ଢେଙ୍କାନାଳ ଜିଲ୍ଲା

ପଞ୍ଚଶ୍ରୀକ୍ଷେତ୍ର ବଅଁରପାଳରେ ରଥଯାତ୍ରାରେ ସାମିଲ ହେଲେ ଯୁବ ବିଜେଡି ସଭାପତି ଅରୁଣାଭ ସିଂହ
Jul 19, 2026•121 views

ପଞ୍ଚଶ୍ରୀକ୍ଷେତ୍ର ବଅଁରପାଳରେ ରଥଯାତ୍ରାରେ ସାମିଲ ହେଲେ ଯୁବ ବିଜେଡି ସଭାପତି ଅରୁଣାଭ ସିଂହ

ବଅଁରପାଳ: ପବିତ୍ର ରଥଯାତ୍ରା ଅବସରରେ ପଞ୍ଚଶ୍ରୀକ୍ଷେତ୍ର ବଅଁରପାଳ ଶ୍ରୀଜଗନ୍ନାଥ ମନ୍ଦିରରେ ଆୟୋଜିତ ମହାପର୍ବରେ ଅନୁଗୋଳ ଜିଲ୍ଲା ଯୁବ ବିଜେଡି ସଭାପତି ଅରୁଣାଭ ସିଂହ ଯୋଗଦେଇ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପୂର୍ବ ଦର୍ଶନ କରିଥିଲେ। ସେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଟାଣିବାର ସୌଭାଗ୍ୟ ଲାଭ କରି ମହାପ୍ରଭୁଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ। ଏହା ସହ ବଅଁରପାଳ ବଡ଼ଦାଣ୍ଡରେ ପାଞ୍ଚଗଡ଼ ଅଞ୍ଚଳର ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଆୟୋଜିତ ଦହିପାଣି, ପାନୀୟ ଜଳ ଏବଂ ଅରୁଆ ଅନ୍ନ ପ୍ରସାଦ ବିତରଣ କାର୍ଯ୍ୟକ୍ରମରେ ମଧ୍ୟ ଶ୍ରୀ ସିଂହ ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ସହ ଭକ୍ତମାନଙ୍କୁ ସେବା ପ୍ରଦାନ କରିଥିଲେ। ଏହି ମହାନ ସେବା କାର୍ଯ୍ୟକ୍ରମକୁ ସେ ପ୍ରଶଂସା କରିବା ସହ ରଥଯାତ୍ରା ଭଳି ପବିତ୍ର ଅବସରରେ ମାନବ ସେବା ହିଁ ମାଧବ ସେବା ବୋଲି ମତ ପ୍ରକାଶ କରିଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା