ଦଣ୍ଡପାଟ ଅଞ୍ଚଳରେ ଦାଦନ ଖଟିବାକୁ ଯାଇ ଆଉ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ
Kalahandi (କଳାହାଣ୍ଡି)ରିପୋର୍ଟ: ରୁପେନ୍ଦ୍ର ସୁନାନୀJuly 19, 202663 views

କଳାହାଣ୍ଡି, କୋକସରା ୧୭/୦୭: ରୁପେନ୍ଦ୍ର ସୁନାନୀ: କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ,ଖୁଣ୍ଟିଆ ପଞ୍ଚାୟତ ଅନ୍ତର୍ଗତ ସରଧାପୁର ଗ୍ରାମର ଜଣେ ଯୁବକ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ସରଧାପୁର ଗ୍ରାମର ତୁଳସୀ ରାମ ଧୁରୁ (୨୩) କିଛି ଅଧିକ ରୋଜଗାର କରିବାର ଆଶା ନେଇଁ ପାଞ୍ଚ ମାସ ତଳେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ସେ କର୍ଣ୍ଣାଟକ ରାଜ୍ୟ, କୋଲାର ଜିଲ୍ଳା, ମାଲୁର ଥାନା ଅଞ୍ଚଳର ଏକ ଫ୍ଲିପ୍ କାର୍ଡ କମ୍ପାନୀରେ ରହି କାମ କରୁଥିଲେ। କିନ୍ତୁ କାର୍ଯ୍ୟରତ ଥିବା ସମୟରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ଗୁରୁବାର ରାତି ୯ ଘଣ୍ଟାରେ ମୃତ୍ୟୁ ଘଟିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ତାଙ୍କ ଶବ ବ୍ୟବଚ୍ଛେଦ ହୋଇ ନ ଥିବାରୁ ମୃତ ଦେହ ଘରକୁ ପହଞ୍ଚି ପାରିନାହିଁ।ବର୍ତ୍ତମାନ ତୁଲସୀଙ୍କ ମୃତ୍ୟୁ ଖବର ଶୁଣିଲା ପରେ ପରିବାର ତଥା ଗାଁ ରେ ଶୋକର ଛାୟା ଖେଳି ଯାଇଛି। ବର୍ତମାନ ତୁଳସୀଙ୍କ ବାପା ଶ୍ୟାମଲାଲ ଧୁରୁ କୋକସରା ଥାନାକୁ ଯାଇ ପୁଅର ମୃତ ଦେହ ଗାଁ ମାଟିକୁ ଆଣିବାର ବ୍ୟବସ୍ଥା କରିବାକୁ ପୋଲିସ୍ ପ୍ରଶାସନ ପାଖରେ ନିବେଦନ କରିଛନ୍ତି।
