--:--:--
-- ---
Srishti News

ପଞ୍ଚଶ୍ରୀକ୍ଷେତ୍ର ବଅଁରପାଳରେ ରଥଯାତ୍ରାରେ ସାମିଲ ହେଲେ ଯୁବ ବିଜେଡି ସଭାପତି ଅରୁଣାଭ ସିଂହ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 19, 2026129 views
ପଞ୍ଚଶ୍ରୀକ୍ଷେତ୍ର ବଅଁରପାଳରେ ରଥଯାତ୍ରାରେ ସାମିଲ ହେଲେ ଯୁବ ବିଜେଡି ସଭାପତି ଅରୁଣାଭ ସିଂହ
ବଅଁରପାଳ: ପବିତ୍ର ରଥଯାତ୍ରା ଅବସରରେ ପଞ୍ଚଶ୍ରୀକ୍ଷେତ୍ର ବଅଁରପାଳ ଶ୍ରୀଜଗନ୍ନାଥ ମନ୍ଦିରରେ ଆୟୋଜିତ ମହାପର୍ବରେ ଅନୁଗୋଳ ଜିଲ୍ଲା ଯୁବ ବିଜେଡି ସଭାପତି ଅରୁଣାଭ ସିଂହ ଯୋଗଦେଇ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପୂର୍ବ ଦର୍ଶନ କରିଥିଲେ। ସେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଟାଣିବାର ସୌଭାଗ୍ୟ ଲାଭ କରି ମହାପ୍ରଭୁଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ। ଏହା ସହ ବଅଁରପାଳ ବଡ଼ଦାଣ୍ଡରେ ପାଞ୍ଚଗଡ଼ ଅଞ୍ଚଳର ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଆୟୋଜିତ ଦହିପାଣି, ପାନୀୟ ଜଳ ଏବଂ ଅରୁଆ ଅନ୍ନ ପ୍ରସାଦ ବିତରଣ କାର୍ଯ୍ୟକ୍ରମରେ ମଧ୍ୟ ଶ୍ରୀ ସିଂହ ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ସହ ଭକ୍ତମାନଙ୍କୁ ସେବା ପ୍ରଦାନ କରିଥିଲେ। ଏହି ମହାନ ସେବା କାର୍ଯ୍ୟକ୍ରମକୁ ସେ ପ୍ରଶଂସା କରିବା ସହ ରଥଯାତ୍ରା ଭଳି ପବିତ୍ର ଅବସରରେ ମାନବ ସେବା ହିଁ ମାଧବ ସେବା ବୋଲି ମତ ପ୍ରକାଶ କରିଥିଲେ।