--:--:--
-- ---
Srishti News

ଲାଞ୍ଚ ନେଉଥିବା ବେଳେ କୋରେଇ ବ୍ଲକର ପିଇଓ ଭିଜିଲାନ୍ସ ଜାଲରେ

Jajpur (ଯାଜପୁର)ରିପୋର୍ଟ: ବସନ୍ତ କୁମାର ମଲ୍ଲିକ, କୋରେଇJuly 21, 202691 views
ଲାଞ୍ଚ ନେଉଥିବା ବେଳେ କୋରେଇ ବ୍ଲକର ପିଇଓ ଭିଜିଲାନ୍ସ ଜାଲରେ
ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅଧୀନ କାଚରାଶାହି ଗ୍ରାମପଞ୍ଚାୟତର ପିଇଓ ପ୍ରଫୁଲ୍ଲ କୁମାର ନାଥ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅନ୍ତୋଦୟ ଗୃହ ଯୋଜନାର ଅନ୍ତିମ ବିଲ୍ ପାସ୍ କରାଇବା ସହ ମନରେଗା ମଜୁରି ଏବଂ ବୋନସ ରାଶି ପ୍ରଦାନ କରାଇଦେବା ପାଇଁ ସହଗାଁର ହିତାଧିକାରୀ ଗୋଲି ମଲ୍ଲିକଙ୍କଠାରୁ ୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ରଙ୍ଗେହାତ ଧରିଛି। ଘଟଣାକୁ ନେଇ ଭିଜିଲାନ୍ସ ପକ୍ଷରୁ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉଛି।