--:--:--
-- ---
Srishti News

ଗୁଣୁପୁର ରାଜନୀତିରେ ବଡ଼ ପରିବର୍ତ୍ତନ: ପୌରାଧ୍ୟକ୍ଷାଙ୍କ ସମେତ ବହୁ ପ୍ରମୁଖ ନେତା ବିଜେପିରେ ସାମିଲ

Rayagada (ରାୟଗଡ଼ା)ରିପୋର୍ଟ: ନିରଞ୍ଜନ ପୂଜାରୀJuly 19, 202685 views
ଗୁଣୁପୁର ରାଜନୀତିରେ ବଡ଼ ପରିବର୍ତ୍ତନ: ପୌରାଧ୍ୟକ୍ଷାଙ୍କ ସମେତ ବହୁ ପ୍ରମୁଖ ନେତା ବିଜେପିରେ ସାମିଲ
ଭୁବନେଶ୍ୱର/ଗୁଣୁପୁର: ଗୁଣୁପୁର ନିର୍ବାଚନମଣ୍ଡଳୀର ରାଜନୈତିକ ପରିବେଶରେ ଆଜି ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବହୁଦିନର ଚର୍ଚ୍ଚା ଓ ଅପେକ୍ଷାର ଅନ୍ତ ଘଟାଇ ଅଞ୍ଚଳର ବହୁ ପ୍ରମୁଖ ଜନପ୍ରତିନିଧି ଓ ନେତା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦାନ କରିଛନ୍ତି। ବିଜେପିରେ ସାମିଲ ହୋଇଥିବା ନେତାମାନଙ୍କ ମଧ୍ୟରେ ଗୁଣୁପୁରର ଜନପ୍ରିୟ ନେତା ଶିବ ପ୍ରସାଦ ଗୌଡ଼ (ସାନ ଭାଇନା), ଗୁଣୁପୁର ପୌରାଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼, ଗୁଡାରି ସମିତି ଅଧ୍ୟକ୍ଷ ବିଶ୍ୱନାଥ ଶବର, ସମିତି ସଭ୍ୟ ଏମ୍. କେ. ରାୟ, ମଧୁବନ ସମିତି ସଭ୍ୟା ରଶ୍ମିତା ଶବର, କଂଗ୍ରେସର ବରିଷ୍ଠ ନେତା କେ. ନରହରି (ବୁଲୁଡୁ ଭାଇନା) ଏବଂ ବିଜେଡିର ନେତା ସୁମିତ ତୁଳ (ଟନି ଭାଇନା) ପ୍ରମୁଖ ରହିଛନ୍ତି। ରାଜ୍ୟ ବିଜେପି ନେତୃତ୍ୱଙ୍କ ଉପସ୍ଥିତିରେ ସମସ୍ତ ନେତା ଦଳରେ ସାମିଲ ହୋଇ ଗୁଣୁପୁର ଅଞ୍ଚଳରେ ବିଜେପି ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ସଂକଳ୍ପ ବ୍ୟକ୍ତ କରିଥିଲେ। ଏହି ଯୋଗଦାନ ଆଗାମୀ ଦିନରେ ଗୁଣୁପୁର ନିର୍ବାଚନମଣ୍ଡଳୀର ରାଜନୈତିକ ସମୀକରଣ ଉପରେ ଉଲ୍ଲେଖନୀୟ ପ୍ରଭାବ ପକାଇବ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି।