ରଥଯାତ୍ରାରେ ଓଡ଼ିଶା ହିନ୍ଦୁ ସୁରକ୍ଷା ବାହିନୀ ପକ୍ଷରୁ ସେବା କାର୍ଯ୍ୟକ୍ରମ: ଶ୍ରଦ୍ଧାଳୁଙ୍କୁ ବଣ୍ଟାଗଲା ଜଳ ଓ ଶୁଖିଲା ଖାଦ୍ୟ
Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକ ବାଲେଶ୍ଵର ପ୍ରତିନିଧିJuly 16, 2026421 views

ବାଲେଶ୍ୱର : ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା ଅବସରରେ ଓଡ଼ିଶା ହିନ୍ଦୁ ସୁରକ୍ଷା ବାହିନୀ ତରଫରୁ ଏକ ମହତ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରାରେ ଯୋଗଦେଇଥିବା ଦେଶବିଦେଶର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସେବା ଉଦ୍ଦେଶ୍ୟରେ ସଂଗଠନ ପକ୍ଷରୁ ପାନୀୟ ଜଳ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।
ଏହି ମହାନ ସେବା ପ୍ରକଳ୍ପକୁ ହିନ୍ଦୁ ସୁରକ୍ଷା ବାହିନୀର ରାଜ୍ୟ ସଭାପତି ପ୍ରଦୀପ ପଟ୍ଟନାୟକ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଶରତଚନ୍ଦ୍ର ନାୟକ,ରାଜ୍ୟ ସାଧାରଣ ସମ୍ପାଦକ ତଥା ହାଇ କୋର୍ଟ ର ବିଶିଷ୍ଟ ଆଇନଜୀବି ଡକ୍ଟର ପ୍ରଭାତ କୁମାର ବାରିକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୂଚାରୁ ରୂପେ ପରିଚାଳନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ କୁସାଦକ୍ଷ ରୋହିତ କୁମାର ନାୟକ, ଡକ୍ଟର ବନମାଳୀ ରଥ, ସ୍ୱାମୀ ନାରାୟଣ ଦାସ,ଅଶୋକ କୁମାର ସାହୁ(ସମ୍ପାଦକ ଭୁବନେଶ୍ୱର ), ନାରାୟଣ ସାହୁ(ସମ୍ପାଦକ ଭୁବନେଶ୍ୱର ), ସୁରେଶ କୁମାର ସାହୁ, ମନୋରଂଜନ ମହାନ୍ତି,ରାକେଶ ସାହୁ, ପ୍ରମୋଦ କୁମାର ବେହେରା, ନାରାୟଣ ଭଟ୍ଟ ଏବଂ ଶ୍ରୀମତୀ ବୀଣା ଷଡ଼ଙ୍ଗୀଙ୍କ ସମେତ ସଂଗଠନର ଅନେକ ସକ୍ରିୟ ସଦସ୍ୟ ଉପସ୍ଥିତ ରହି ଶ୍ରଦ୍ଧାଳୁମାନଙ୍କୁ ଆପ୍ରାଣ ସେବା ପ୍ରଦାନ କରିଥିଲେ।
ଅସହ୍ୟ ଗୁଳୁଗୁଳି ସହ ଝିପି ଝିପି ବର୍ଷା ଲାଗି ରହି ଥିବା ଶ୍ୱତେ ଏହି ଜନହିତକର କାର୍ଯ୍ୟକୁ ଭକ୍ତ ଓ ସ୍ଥାନୀୟ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି। ଶେଷରେ ସେବା କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ କର୍ମକର୍ତ୍ତା, ସଦସ୍ୟ ଓ ସହଯୋଗୀମାନଙ୍କୁ ସଂଗଠନର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଭାତ କୁମାର ବାରିକ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଥିଲେ।
