ରାଜପୁତ କ୍ଷତ୍ରିୟ ପାଇକ ସମାଜ ପଶ୍ଚିମ୍ ମଣ୍ଡଳ , ଭଇଁରିଗୁଡ଼ା କଳାହାଣ୍ଡି ର ନୂତନ ସଭା ଗୃହ ଜୁନାଗଡ ଠାରେ ପ୍ରତିଷ୍ଠା ଉତ୍ସବ ପାଳିତ
Kalahandi (କଳାହାଣ୍ଡି)ରିପୋର୍ଟ : ଦେବରାଜ ବାଣୁଆ, ଜୁନାଗଡJuly 16, 202645 views

ଜୁନାଗଡ - କଳାହାଣ୍ଡି ର ପାଇକ ମାନଙ୍କ ବୀରତ୍ୱ ,କଳା,ସଂସ୍କୃତି ,ପରମ୍ପରା ର ସ୍ୱତନ୍ତ୍ର ପରିଚୟ ରହିଛି। ଏହି ସଂଗଠନ ପାଇକ ମାନଙ୍କ ଏକ ସର୍ବପୁରାତନ ସାମାଜିକ ସଂଗଠନ। ମଣ୍ଡଳ ସାମାଜିକ ସଂଗଠନ କୁ ୩୮ ପଲ୍ଲୀ, ୬ ଉପ ମଣ୍ଡଳ ଓ ମଣ୍ଡଳ ସ୍ତରୀୟ ଅନେକ ପଦାଧିକାରୀ ସମାଜକୁ ଏକତା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ସଂକଳ୍ପବଦ୍ଧ ରହନ୍ତି। କିନ୍ତୁ ଏକ ସ୍ଥାୟୀ ସଭା ଗୃହ ନଥିବାରୁ ଅନେକ ଅସୁବିଧା ହେଉଥିଲା। ଗୃହ ନିର୍ମାଣ ପାଇଁ ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ୨୨ ଲକ୍ଷ ଓ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ୬ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ, ନିର୍ମାଣ ସମାପ୍ତ ହୋଇ ପରିଶେଷରେ ଆଜି ଗୃହ ପ୍ରତିଷ୍ଠା ହୋଇଥିଲା। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ, ପୂର୍ବତନ ସାଂସଦ ଶ୍ରୀ ଅର୍କ କେଶରୀ ଦେଓ , ଜୁନାଗଡ ବିଧାୟକ ପ୍ରତିନିଧି ତଥା ପୂର୍ବତନ ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ଶ୍ରୀ ମହେଶ ସାହୁ , ସମ୍ମାନୀୟ ଅତିଥି ଭାବରେ ପଞ୍ଚିମ୍ ମଣ୍ଡଳ କୁଳପତି ଶ୍ରୀ ରଜନୀକାନ୍ତ ବିଶି ,କଳାହାଣ୍ଡି କୁଳଧକ୍ଷ ଶ୍ରୀ ଚନ୍ଦ୍ରଧ୍ୱଜ ପେଶନିୟା,ପୂର୍ବତନ କୁଲାଧକ୍ଷ ଶ୍ରୀ ଗୁଣନିଧିକ ମାଝୀ,ଖରିଆର କୁଳପତି ଶ୍ରୀ ଶମ୍ଭୁ ପ୍ରସାଦ ଦଣ୍ଡସେନା ,ମୁଖ୍ୟ ବକ୍ତା ଭାବରେ ଶ୍ରୀ ସତ୍ୟ ମୁଣ୍ଡ ଛିନା ମଞ୍ଚାସୀନ ଥିଲେ।
ମଞ୍ଚ ପରିଚାଳନା ଶ୍ରୀ ଲକ୍ଷ୍ମୀଧର ବାଣୁଆ ଓ କୃପା ସିନ୍ଧୁ ନାୟକ କରିଥିବା ସ୍ଥଳେ ଶ୍ରୀ ଶେଷଦେବ ପାତ୍ର ସାଂଗଠନିକ ସମ୍ପାଦକ ଉପସ୍ଥିତ ଥିବା ସମସ୍ତ ଅତିଥି, ସାମାଜିକ କର୍ମକର୍ତ୍ତା ,ଜନସାଧାରଣଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
