Web News

ବିଶ୍ୱ ରକ୍ତଦାତା ଦିବସ ଅବସରରେ ଜିଲ୍ଲାସ୍ତରୀୟ ରକ୍ତଦାତା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ଢେଙ୍କାନାଳ ୧୭.୬: ବିଶ୍ୱ ରକ୍ତଦାତା ଦିବସ-୨୦୨୬ ପାଳନ ଅବସରରେ ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ରେଡକ୍ରସ ସୋସାଇଟିର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ରକ୍ତଦାତା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା ଯୋଗଦେଇ ରକ୍ତଦାନକୁ ଏକ ମହତ୍ କାର୍ଯ୍ୟ ବୋଲି ବର୍ଣ୍ଣନା କରିଥିଲେ। ରକ୍ତଦାନ ଦ୍ୱାରା ଶରୀରର କୌଣସି କ୍ଷତି ହୁଏ ନାହିଁ କିମ୍ବା ଦୁର୍ବଳତା ଅନୁଭବ ହୁଏ ନାହିଁ ବୋଲି ସେ କହିଥିଲେ। ଅନ୍ୟର ମୂଲ୍ୟବାନ ଜୀବନ ରକ୍ଷା ପାଇଁ ସମସ୍ତେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ସେ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସଞ୍ଜୟ କୁମାର ମହାପାତ୍ର କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା କୌଣସି ମାଧ୍ୟମରେ କୃତ୍ରିମ ଭାବେ ରକ୍ତ ସୃଷ୍ଟି କରାଯାଇ ପାରିନାହିଁ। ସେହିପରି ପଶୁପକ୍ଷୀଙ୍କ ରକ୍ତ ମଧ୍ୟ ମନୁଷ୍ୟ ପାଇଁ ପ୍ରଯୁଜ୍ୟ ନୁହେଁ। ରକ୍ତଦାନଠାରୁ ଅଧିକ ମହତ୍ କାର୍ଯ୍ୟ ଆଉ କିଛି ନାହିଁ, କାରଣ ଏହା ଅନ୍ୟ ଜଣଙ୍କର ଅମୂଲ୍ୟ ଜୀବନ ବଞ୍ଚାଇପାରେ। ସଂକ୍ରମଣର ଆଶଙ୍କା ଥିବାରୁ ପେଶାଦାର ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ ନ କରିବାକୁ ସେ ପରାମର୍ଶ ଦେଇଥିଲେ। ଉତ୍ସବରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ରଖୁଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ, କ୍ଲବ୍ର କର୍ମକର୍ତ୍ତା ଓ ବ୍ୟକ୍ତିଗତ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଡାକ୍ତର ସପନ କୁମାର ମହାନ୍ତି, ଆପାତକାଳୀନ ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଶେଷରେ ବ୍ଲଡ୍ ବ୍ୟାଙ୍କ ଅଧିକାରୀ ସ୍ୱରୂପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ, ଭୁବନ

ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ
ସ୍ଥାନୀୟ ଲୁକ୍କାୟିତ ପ୍ରତିଭା, ପର୍ଯ୍ୟଟନ ସ୍ଥଳୀ, ଐତିହ୍ୟ, ବିକାଶମୂଳକ ଯୋଜନା ପ୍ରସାର କରିବାରେ ସୋସିଆଲ ମିଡିଆ ଗୁରୁତ୍ୱପୂର୍ଣ୍ଣ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋସିଆଲ ମିଡିଆ ସମାଜକୁ ସକାରାତ୍ମକ ଭାବେ ପ୍ରଭାବିତ କରିବା ଆବଶ୍ୟକ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯାଜପୁର, ୧୭/୦୬/୨୬: ଜିଲ୍ଲା ପ୍ରଶାସନ ପକ୍ଷରୁ "ବିକାଶର ଧାରା, ଓଡ଼ିଶା ସାରା" ସମ୍ପର୍କିତ ଏକ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ବଡ଼ଚଣା ବିଧାୟକ ଅମର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲାପାଳ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ କ୍ରୀଡ଼ା, କଳା ସଂସ୍କୃତି, ସାହିତ୍ୟ କ୍ଷେତ୍ରରେ ଯାଜପୁରର ଏକ ସମୃଦ୍ଧ ପରମ୍ପରା ରହିଛି। ସେହି ଉତ୍କୃଷ୍ଟ ଐତିହ୍ୟ ଏବଂ ବିକାଶର ଧାରାକୁ ସକାରାତ୍ମକ ଭାବେ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଉପରେ ମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ପୂର୍ବରୁ ସୋସିଆଲ ମିଡିଆ ଏକ ପ୍ରୟୋଗ ଭାବେ ଆରମ୍ଭ ହୋଇଥିଲା, କିନ୍ତୁ ବର୍ତ୍ତମାନ ଏହାର ପ୍ରଭାବଶାଳୀ ଭୂମିକା ରହିଛି। ତେଣୁ ସମାଜକୁ ସକାରାତ୍ମକ ଭାବେ ପ୍ରଭାବିତ କରିବା ଉଚିତ ବୋଲି ମନ୍ତ୍ରୀ ମତ ବ୍ୟକ୍ତ କରିଥିଲେ। ସ୍ଥାନୀୟ ଅଞ୍ଚଳର ଲୁକ୍କାୟିତ ପ୍ରତିଭା, ଲୁକ୍କାୟିତ ପର୍ଯ୍ୟଟନ ସ୍ଥଳୀ, କଳାକୃତି, ସ୍ଥାନୀୟ ସମସ୍ୟା, ବିକାଶମୂଳକ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଦିଗରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ବୁଦ୍ଧିଜୀବୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଥିଲେ। ଏହାସହ ମନ୍ତ୍ରୀଙ୍କ ସମେତ ବଡ଼ଚଣା ବିଧାୟକ, ଧର୍ମଶାଳା ବିଧାୟକ ଏବଂ ଜିଲ୍ଲାପାଳ ଯାଜପୁର ଜିଲ୍ଲାର ସାମଗ୍ରିକ ବିକାଶ, କ୍ରୀଡ଼ା ପ୍ରତିଭା, ଐତିହ୍ୟ ସଂସ୍କୃତିର ପ୍ରଚାର ପ୍ରସାରକୁ ନେଇ ବିଭିନ୍ନ ବିଷୟରେ ବୁଦ୍ଧିଜୀବୀ ଏବଂ କଣ୍ଟେଣ୍ଟ କ୍ରିଏଟରମାନଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ “ବିକାଶର ଧାରା, ଓଡ଼ିଶାର ସାରା” ସଙ୍କଳ୍ପକୁ ସାକାର କରି ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ବିଭିନ୍ନ ମତାମତ ଓ ପରାମର୍ଶ ସଂଗ୍ରହ କରାଯାଇଥିଲା। ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ପ୍ରକାଶିତ ମାସିକ ପତ୍ରିକା "ପ୍ରଗତି ପ୍ରବାହ" ଏବଂ ସରକାରଙ୍କ ଯୋଜନା ସମ୍ବଳିତ ସୂଚନା ପତ୍ର ବଣ୍ଟନ କରାଯାଇଥିଲା। ଏହି ସମ୍ମିଳନୀରେ ଜିଲ୍ଲାର କଣ୍ଟେଣ୍ଟ କ୍ରିଏଟର, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିତ୍ୱ, ସମାଜସେବୀ, ବୁଦ୍ଧିଜୀବୀ, ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।
Jajpur (ଯାଜପୁର) • ରିପୋର୍ଟ: ନିରୋଜ କୁମାର ସେଠୀ

ଖୋର୍ଦ୍ଧାରେ ଚୋରା ମଦ କାରବାର ଉପରେ ପୋଲିସର ବଡ଼ ଚଢ଼ାଉ, ପିକ୍ଅପ୍ ଭ୍ୟାନ ସହ ଡ୍ରାଇଭର ଗିରଫ
ଖୋର୍ଦ୍ଧା ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଜଂକିଆ ଥାନା ପୋଲିସ ପକ୍ଷରୁ ନୂଆ ଜଗନ୍ନାଥ ସଡ଼କର ଛଣଗିରି ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଆସ୍କା ଫର୍ଟି ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ମଦ ବୋଝେଇ ଏକ ପିକ୍ଅପ୍ ଭ୍ୟାନ ସହିତ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। , ଏକ ପିକ୍ଅପ୍ ଭ୍ୟାନରେ ବେଆଇନ ଭାବେ ମଦ ଚୋରାଚାଲାଣ ହେଉଥିବା ଖବର ଖୋର୍ଦ୍ଧା ଏସ୍ପିଙ୍କ ନିକଟରେ ପହଞ୍ଚିଥିଲା। ଏହାପରେ ଏସ୍ପିଙ୍କ ନିର୍ଦ୍ଦେଶରେ ଜଂକିଆ ପୋଲିସ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ଛଣଗିରି ନିକଟରେ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡ଼ିରୁ ବିପୁଳ ପରିମାଣର ଚୋରା ମଦ ଜବତ ହୋଇଥିଲା।ଜବତ ହୋଇଥିବା ମଦର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ। ଏହାସହ ମଦ ପରିବହନରେ ବ୍ୟବହୃତ ପିକ୍ଅପ୍ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି। ପୋଲିସ ଚଢ଼ାଉ ସମୟରେ ମଦ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିବା ସହ ଡ୍ରାଇଭର ଦେବାଶିଷ ପଣ୍ଡାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲାର ତରତୁଆ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ଏନେଇ ଖୋର୍ଦ୍ଧା ଏସ୍ପି ପୁରୁଷୋତ୍ତମ ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଜିଲ୍ଲାରେ ବେଆଇନ ମଦ କାରବାର ବିରୋଧରେ ପୋଲିସର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ l
Khordha (ଖୋର୍ଦ୍ଧା) • ରିପୋର୍ଟ: ଯଦୁମଣୀ ବେହେରା, ଟାଙ୍ଗୀ

ଖୋର୍ଦ୍ଧାରେ ଚୋରା ମଦ କାରବାର ଉପରେ ପୋଲିସର ନଜର
ଖୋର୍ଦ୍ଧା ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଜଂକିଆ ଥାନା ପୋଲିସ ପକ୍ଷରୁ ନୂଆ ଜଗନ୍ନାଥ ସଡ଼କର ଛଣଗିରି ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଆସ୍କା ଫର୍ଟି ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ମଦ ବୋଝେଇ ଏକ ପିକ୍ଅପ୍ ଭ୍ୟାନ ସହିତ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ଏକ ପିକ୍ଅପ୍ ଭ୍ୟାନରେ ବେଆଇନ ଭାବେ ମଦ ଚୋରାଚାଲାଣ ହେଉଥିବା ଖବର ଖୋର୍ଦ୍ଧା ଏସ୍ପିଙ୍କ ନିକଟରେ ପହଞ୍ଚିଥିଲା। ଏହାପରେ ଏସ୍ପିଙ୍କ ନିର୍ଦ୍ଦେଶରେ ଜଂକିଆ ପୋଲିସ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ଛଣଗିରି ନିକଟରେ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡ଼ିରୁ ବିପୁଳ ପରିମାଣର ଚୋରା ମଦ ଜବତ ହୋଇଥିଲା। ଜବତ ହୋଇଥିବା ମଦର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ। ଏହାସହ ମଦ ପରିବହନରେ ବ୍ୟବହୃତ ପିକ୍ଅପ୍ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି। ପୋଲିସ ଚଢ଼ାଉ ସମୟରେ ମଦ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିବା ସହ ଡ୍ରାଇଭର ଦେବାଶିଷ ପଣ୍ଡାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲାର ତରତୁଆ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ଏନେଇ ଖୋର୍ଦ୍ଧା ଏସ୍ପି ପୁରୁଷୋତ୍ତମ ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଜିଲ୍ଲାରେ ବେଆଇନ ମଦ କାରବାର ବିରୋଧରେ ପୋଲିସର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।
Khordha (ଖୋର୍ଦ୍ଧା) • ରିପୋର୍ଟ ପ୍ରିୟଙ୍କା ମହାପାତ୍ର . ଖୋର୍ଦ୍ଧା

ପ୍ରବଳ ଖରା ଓ ଗୁଳୁଗୁଳି ପାଇଁ ଗଞ୍ଜାମରେ ସ୍କୁଲ ଛୁଟି ଅବଧି ବୃଦ୍ଧି
ବ୍ରହ୍ମପୁର, ୧୮/୦୬/୨୦୨୬: ଗଞ୍ଜାମ ଜିଲ୍ଲାରେ ଅସହ୍ୟ ଖରା ଓ ଗୁଳୁଗୁଳି ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଅବଧିକୁ ବୃଦ୍ଧି କରାଯାଇଛି। ନୂତନ ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାର ସମସ୍ତ ସ୍କୁଲରେ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଛୁଟି ବଳବତ୍ତର ରହିବ। ବର୍ତ୍ତମାନ ଜିଲ୍ଲାରେ ତାପମାତ୍ରା ସହ ଆର୍ଦ୍ରତାର ପରିମାଣ ଅଧିକ ଥିବାରୁ ଗୁଳୁଗୁଳି ପରିସ୍ଥିତି ସୃଷ୍ଟି ହୋଇଛି। ଏପରି ପାଗରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ବିରୂପ ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ପରିସ୍ଥିତିର ସମୀକ୍ଷା ପରେ ଛୁଟି ଅବଧି ବଢ଼ାଇବା ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ପାଗ ପରିସ୍ଥିତିରେ ସୁଧାର ଆସିବା ପରେ ସ୍କୁଲ ଖୋଲିବା ନେଇ ପରବର୍ତ୍ତୀ ନିଷ୍ପତ୍ତି ଘୋଷଣା କରାଯିବ ବୋଲି ସୂଚନା ମିଳିଛି।
Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ

ଡିଉଟି ସମୟରେ KCCL ଡ୍ରାଇଭରଙ୍କ ମୃତ୍ୟୁ; ପରିବାରକୁ ସହାୟତା ପାଇଁ ଆଗେଇ ଆସିଲେ ବିଧାୟକ ବ୍ରଜକିଶୋର ପ୍ରଧାନ
ଅନୁଗୋଳ: ତାଳଚେର ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ KCCL କମ୍ପାନୀରେ ଡ୍ରାଇଭର ଭାବେ କାର୍ଯ୍ୟରତ ମଧ୍ୟପ୍ରଦେଶର ବାସିନ୍ଦା ଦୁର୍ଗା ପ୍ରସାଦ ଶୁକ୍ଲାଙ୍କର ଡ୍ୟୁଟି ସମୟରେ ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ସହକର୍ମୀମାନେ ତୁରନ୍ତ ତାଙ୍କୁ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। ମାତ୍ର ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଖବର ପାଇବା ପରେ ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ମେଡିକାଲରେ ପହଞ୍ଚି ମୃତକଙ୍କ ଶେଷ ଦର୍ଶନ କରିଥିଲେ। ସେ MCL ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକଙ୍କ ସହ ଆଲୋଚନା କରି ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଏବଂ ମରଶରୀରକୁ ସମ୍ମାନର ସହ ମଧ୍ୟପ୍ରଦେଶ ପଠାଇବା ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରିଥିଲେ। ଏହି ଅବସରରେ ଯୁବ ନେତା ରାଜେଶ ଦାସ, ଠିକା କର୍ମଚାରୀ ସଂଘର ବଭ୍ରୁବାହ ପ୍ରଧାନ ଏବଂ ଯୁବ ନେତା ମନୋଜ ସାହୁ ଉପସ୍ଥିତ ଥିଲେ। ଦୁର୍ଗା ପ୍ରସାଦ ଶୁକ୍ଲାଙ୍କ ଅକାଳ ବିୟୋଗରେ ସହକର୍ମୀ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

NEET ପରୀକ୍ଷା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନର କଡ଼ା ପ୍ରସ୍ତୁତି, ୧୨୯୦ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ଭବାନୀପାଟଣା, ୧୭/୦୬/୨୦୨୬ ବିଗତ ଦିନରେ ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଓ ସମାଲୋଚନା ହୋଇଥିବା ବେଳେ, ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୧ ଜୁନ୍ ୨୦୨୬ (ରବିବାର) ଦିନ ପୁନର୍ବାର ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପରୀକ୍ଷାର ସୁଚାରୁ ଓ ସ୍ୱଚ୍ଛ ପରିଚାଳନା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭବାନୀପାଟଣା ସହରର ସରକାରୀ ଇଞ୍ଜିନିୟରିଂ କଲେଜ, ସରକାରୀ ମହିଳା ମହାବିଦ୍ୟାଳୟ ଏବଂ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି। ଏହି ତିନୋଟି କେନ୍ଦ୍ରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୨୯୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏହାକୁ ନେଇ ବୁଧବାର ଜିଲ୍ଲାପାଳ **ପାୱାର ସଚିନ ପ୍ରକାଶ (IAS)**ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ସମୟରେ କୌଣସି ପ୍ରକାର ତ୍ରୁଟି, ଅନିୟମିତତା କିମ୍ବା ବିଚ୍ୟୁତି ନ ଘଟିବା ସହ ପରୀକ୍ଷା ଯେପରି ସମ୍ପୂର୍ଣ୍ଣ ଶୃଙ୍ଖଳିତ ଓ ସ୍ୱଚ୍ଛ ଭାବରେ ଶେଷ ହୁଏ, ସେଥିପାଇଁ ସମସ୍ତ ନିର୍ଦ୍ଧାରିତ ମାନଦଣ୍ଡକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ ପରୀକ୍ଷା ଦିନ OSRTC ବସରେ ମାଗଣା ଯାତ୍ରା ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀମାନେ ନିଜର ଆଡମିଟ୍ କାର୍ଡ ଦେଖାଇ ଏହି ସୁବିଧାର ଲାଭ ନେଇପାରିବେ। ସେହିପରି ଭବାନୀପାଟଣା ବସ୍ ଷ୍ଟାଣ୍ଡରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ଯାତାୟାତ ପାଇଁ ୧୫ଟି ସ୍ୱତନ୍ତ୍ର ଅଟୋରିକ୍ସା ମଧ୍ୟ ନିୟୋଜିତ କରାଯିବ। ଏହି ସମସ୍ତ ବ୍ୟବସ୍ଥାକୁ ତ୍ୱରାନ୍ୱିତ ଓ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ପାଇଁ ଆରଟିଓ ଭବାନୀପାଟଣା ଏବଂ OSRTC ମ୍ୟାନେଜରଙ୍କୁ ଜିଲ୍ଲାପାଳ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଦୁଇ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଭବାନୀପାଟଣା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଆରଟିଓ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତଥା ଡିଆଇପିଆରଓ, ଅଗ୍ନିଶମ ଅଧିକାରୀ, ଜିଲ୍ଲା OSRTC ମ୍ୟାନେଜର, ଡେପୁଟି କଲେକ୍ଟର ଅଭିଷେକ ବଗର୍ତ୍ତି ଏବଂ ତିନୋଟି ପରୀକ୍ଷା କେନ୍ଦ୍ରର ଅଧ୍ୟକ୍ଷଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Kalahandi (କଳାହାଣ୍ଡି) • ରିପୋର୍ଟ: ରିତେଶ କୁମାର ମୁଣ୍ଡ

ନଦୀରେ ଗାଧୋଇବାକୁ ଯାଇ ବୃଦ୍ଧଙ୍କ ମୃତ୍ୟୁ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବାଞ୍ଜିବାହାଲ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ନଦୀରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଞ୍ଜିବାହାଲ ଗ୍ରାମର ବୈକୁଣ୍ଠ ମାଝୀ (୬୯)। ଖବର ପାଇ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ ଟା ସମୟରେ ବୈକୁଣ୍ଠ ମାଝୀ ନିକଟସ୍ଥ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଉଥିବା ସମୟରେ ତାଙ୍କ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ପରେ ପରିବାର ସଦସ୍ୟ ଓ ଗ୍ରାମବାସୀମାନେ ନଦୀରେ ଖୋଜିବା ବେଳେ ବୈକୁଣ୍ଠ ମାଝୀଙ୍କ ମୃତଦେହ ପାଣିରେ ଭାସୁଥିବା ଅବସ୍ଥାରେ ଦେଖିଥିଲେ। ଏନେଇ ତୁରନ୍ତ ଆମପାଣି ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କ ନିକଟରେ ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ ଆମପାଣି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ବୃଦ୍ଧଙ୍କ ଅକାଳ ମୃତ୍ୟୁରେ ବାଞ୍ଜିବାହାଲ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ରିପୋର୍ଟ: ରିତେଶ କୁମାର ମୁଣ୍ଡ, କୋକସରା

ଧନୁପାଲି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ଚୋରା ମଦ ଓ ନିଶା କଫ୍ ସିରପ୍ ଜବତ, ୨ ଗିରଫ
ସମ୍ବଲପୁର, ୧୭ ଜୁନ୍ ୨୦୨୬ ସମ୍ବଲପୁର ଧନୁପାଲି ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବେଆଇନ ଚୋରା ମଦ ଏବଂ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଚୋରା ମଦ ଓ ନିଶା କଫ୍ ସିରପ୍ ଜବତ କରିଛି। ପୋଲିସ ସୂଚନା ଅନୁଯାୟୀ, ଗତ କାଲି (୧୬.୦୬.୨୦୨୬) ଧନୁପାଲି ଥାନା କେସ୍ ନମ୍ବର ୨୧୫ ରେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୨୬/୨୭/୩(୫) ଏବଂ ଓଡ଼ିଶା ଅବକାରୀ ଆକ୍ଟର ଧାରା ୫୨(a) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗିରଫ ଅଭିଯୁକ୍ତ: ୧. ପ୍ରମୋଦ ଓରାମ (୨୮ ବର୍ଷ), ପିତା- ସ୍ଵର୍ଗତ ସୁଧୀର ଓରାମ, ସାକିନ- ଚାରଭାଟି, ଥାନା- ଧନୁପାଲି, ସମ୍ବଲପୁର ୨. ମଜହର ଖାନ (୩୪ ବର୍ଷ), ପିତା- ସ୍ଵର୍ଗତ ହବିବ୍ ଖାନ, ସାକିନ- ଭୂତାପଡ଼ା, ଥାନା- ଧନୁପାଲି, ଜିଲ୍ଲା- ସମ୍ବଲପୁର। ଜବତ ସାମଗ୍ରୀ: * ୪୨ ଲିଟର ଦେଶୀ ରନ୍ଧା ମଦ (ID Liquor) * ୩୪ ବୋତଲ ନିଶାଦ୍ରବ୍ୟ କଫ୍ ସିରପ୍ (Corex) * ଗୋଟିଏ ହୋଣ୍ଡା ସାଇନ୍ ମୋଟର ସାଇକେଲ୍ (ରେଜିଷ୍ଟ୍ରେସନ ନମ୍ବର: OD 15 W 5650) ସହରରେ ନିଶା କାରବାରକୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
Sambalpur (ସମ୍ବଲପୁର) • ରିପୋର୍ଟ: ତରଣୀ ପଟେଲ, ଧନୁପାଲ୍ଲୀ

ଟ୍ରାକ୍ଟର ଧକ୍କାରେ ବାଇକ୍ ଆରୋହୀ ମୃତ
ତବଲା ( ସମ୍ବଲପୁର ) : ସମ୍ବଲପୁର ଜିଲ୍ଲା ତବଲା ଛକ ନିକଟରେ ଆଜି ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରାକ୍ଟର ଏକ ବାଇକକୁ ପଛରୁ ଧକ୍କା ଦେବାରୁ ଗମ୍ଭାରୀପଙ୍କ ଗ୍ରାମର ଅମିତ୍ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ , ଅମିତ୍ ସାହୁ ନିଜ ବାଇକରେ ତବଲା ଛକ ଅତିକ୍ରମ କରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ତାଙ୍କୁ ଜୋରରେ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଅମିତ୍ ବାଇକରୁ ଛିଟିକି ପଡ଼ିଥିଲେ ଏବଂ ଟ୍ରାକ୍ଟରର ଚକ ତାଙ୍କ ଉପର ଦେଇ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଟ୍ରାକ୍ଟର ଚାଳକକୁ ଅଟକ ରଖି ତଦନ୍ତ ଜାରି ରଖିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ , ଦ୍ରୁତଗାମୀ ଟ୍ରାକ୍ଟର ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଏହି ଅଞ୍ଚଳରେ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।
Sambalpur (ସମ୍ବଲପୁର) • ରିପୋର୍ଟ: ତରଣୀ ପଟେଲ, ତବଲା

Farmers’ Anger Erupts Over Paddy Procurement Delay: Highway Blockade and Suicide Attempt During Minister’s Visit
Nuapada, 17/06 Growing resentment among farmers over delays in paddy procurement, non-lifting of harvested paddy from mandis, and fertilizer shortages reached a boiling point in Nuapada district on Tuesday. During the visit of Rural Development and Panchayati Raj Minister Rabi Narayan Naik, farmers voiced their grievances in a strong and organized protest. The situation turned dramatic when a farmer allegedly attempted suicide during the agitation, triggering widespread concern across the district. Hundreds of farmers from 21 villages under eight PACS (Primary Agricultural Cooperative Societies) in Nuapada Sadar Block staged a demonstration in front of the District Collector’s office, alleging serious irregularities in the ongoing Rabi paddy procurement process. Farmers claimed that many had not yet received procurement tokens, while those who had received tokens were still waiting for their paddy to be lifted from the mandis. They also alleged deductions of 5 to 7 kilograms per quintal during procurement. Initially, Sub-Collector Surmi Soren attempted to pacify the protesters through discussions. However, the farmers insisted on meeting either the District Collector or the visiting minister directly. As hours passed without the arrival of senior officials, frustration among the protesters intensified. The agitation escalated when farmers blocked National Highway-353, disrupting traffic and affecting normal public movement for several hours. Under the scorching summer heat, the farmers sat on the highway, expressing their anguish over what they described as official apathy toward their plight. Meanwhile, a government meeting was underway at the district Sadbhavana Hall. Alleging that their concerns were being ignored, a farmer reportedly attempted suicide by tying a towel around his neck in the presence of officials. Police and administrative personnel intervened immediately, preventing any untoward incident and restoring calm. The episode highlighted the severity of the farmers’ distress and the growing desperation among the agricultural community. After nearly three hours, Minister Rabi Narayan Naik invited a delegation of farmers for discussions. The farmers pointed out that with the Kharif cultivation season beginning from June 16, the delay in paddy procurement had left them without the financial resources needed to prepare for the next crop cycle. “How can we invest in cultivation when our paddy has not been sold and payments have not been received?” the farmers questioned during the meeting. Later, District Collector Madhusudan Das, along with senior officials, joined the minister at the protest site and held direct discussions with the agitating farmers. The minister assured them that paddy lifting operations would be expedited from Wednesday onward across all mandis in the district. He further announced that a district-level officer would be stationed at each mandi to monitor the process and ensure smooth procurement. Strict action, he said, would be taken against any miller found delaying paddy lifting. Following these assurances, the farmers withdrew their protest at around 2 p.m. However, farmer leaders warned that if the paddy of all registered farmers is not lifted within the next five days, they would launch a more intense agitation. Responding to media queries, Minister Rabi Narayan Naik stated, “The government remains fully committed to addressing farmers’ issues. Ours is a farmers’ government, and we will continue to work for their welfare and protect their interests.” The agitation in Nuapada has once again brought the challenges of paddy procurement to the forefront, raising serious questions about ground-level implementation of procurement policies. Attention is now focused on how swiftly the administration delivers on its promises and restores confidence among the farming community.
Nuapada (ନୂଆପଡ଼ା) • By Malaya Meher:

Empowered MSMEs for a Developed Odisha: “Self-Reliant Youth, Prosperous Odisha” Convention Held in Nuapada
Young Entrepreneurs Felicitated; Financial Assistance of ₹12.99 Lakh Distributed Nuapada, June 17: The “Self-Reliant Youth, Prosperous Odisha” Convention was successfully organized at the auditorium of National College, Nuapada, under the joint initiative of the Department of Micro, Small and Medium Enterprises (MSME) and the Department of Skill Development and Technical Education. The event was held as part of the state-wide Government Outreach and Citizen Engagement Programme, marking the completion of two years of the State Government. The convention was organized under the theme “Empowered MSMEs for a Developed Odisha” and the slogan “Development for All, Across Odisha.” The programme was chaired by Nuapada Collector Madhusudan Das and attended by Nuapada MLA Jay Dholakia and Khariar MLA Adhiraj Mohan Panigrahi as chief guests. Among the distinguished guests were Dr. Sonia Jain, Chairperson of Khariar Road NAC; Tareswari Sahu, Chairperson of Nuapada Panchayat Samiti; Lambodar Dharua, Chief Development Officer; and Hitesh Kumar Sahu, Principal of National College, Nuapada. The event commenced with the ceremonial lighting of the lamp by the dignitaries, followed by the inauguration of a district-level exhibition showcasing various government schemes and entrepreneurial initiatives. Samir Muduli, General Manager of the District Industries Centre, presented the achievements of the MSME sector over the past two years, highlighting various schemes and future plans. Similarly, Binod Prakash Lakra, District Skill Development and Employment Officer, outlined the accomplishments and upcoming initiatives of the Skill Development and Technical Education Department. Former Lead Bank Manager Sitaram Meher delivered an insightful session on entrepreneurship, financial management, and self-reliance, encouraging young people to explore opportunities in enterprise development. Successful entrepreneurs Abhishek Agrawal and Badan Meher shared their entrepreneurial journeys and experiences, inspiring aspiring business owners. Both entrepreneurs were felicitated for their achievements during the programme. On the occasion, financial assistance amounting to ₹12,99,383 was distributed among beneficiaries under various MSME and Skill Development Department schemes. Under the Nano Unicorn Scheme, five young entrepreneurs received incentive support of ₹1 lakh each. Additionally, pension assistance was provided to 11 beneficiaries. Addressing the gathering, the chief guests emphasized that various government schemes are playing a significant role in making the youth self-reliant and economically empowered. They encouraged young people to utilize government support and skill development opportunities to create sustainable livelihoods and employment opportunities for others. Speaking to the media, Collector Madhusudan Das stated that honouring successful entrepreneurs would motivate emerging entrepreneurs to pursue their goals with confidence. He expressed hope that Nuapada would continue to progress in the MSME sector and emerge as an industrially prosperous district in the future. The programme witnessed the participation of district-level officials, entrepreneurs, students, beneficiaries, and media representatives in large numbers. Anil Kumar Lenka, District Swachh Bharat Coordinator, efficiently conducted the proceedings of the event.
Nuapada (ନୂଆପଡ଼ା) • Reporter: Malaya Meher
