କନିଷ୍ଠ କିରାଣୀ ଡମ୍ବରୁଧର ବାଗଙ୍କ ଅବସରକାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ
Kalahandi (କଳାହାଣ୍ଡି)ରୁପେନ୍ଦ୍ର ସୁନାନୀ,August 1, 202618 views

କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ,ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଡହଗାଁର କନିଷ୍ଠ କିରାଣୀ ଡମ୍ବରୁ ଧର ବାଗଙ୍କ ଅବସରକାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଡହଗାଁ ଅଧ୍ୟକ୍ଷ ଜିତେନ୍ଦ୍ର ଭକ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ଅବସରକାଳୀନ ସମ୍ୱର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ଡଙ୍ଗରିଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଣିଆ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ
ଖୁଣ୍ଟିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡା
ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ ଭଇସାଲ,
ପୂର୍ବତନ ସ୍କୁଲ ପରିଚାଳନା କମିଟି ସଭାପତି ତ୍ରିଲୋଚନ ମହାନନ୍ଦ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସାମନ୍ତ ପାଟ୍ଟଯୋଷୀ ପ୍ରମୁଖ ଯୋଗଦାନ କରି ଶ୍ରୀଯୁକ୍ତ ବାଗଙ୍କ ନିଷ୍ଠାପର କାର୍ଯ୍ୟ,ସମସ୍ତଙ୍କ ପାଇଁ ଥିବା ସମ୍ମାନ,ମେଲାପି ବ୍ୟବହାର
ବାସ୍ତବରେ ତାଙ୍କ କର୍ମମୟ ଜୀବନରେ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିଲା ବୋଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ପରେ ତାଙ୍କୁ ଉପଢ଼ୌକନ ଦେଇ ଅବସର କାଳୀନ ସମ୍ୱର୍ଦ୍ଧନା ପ୍ରଦାନ କରଯାଇଥିଲା।ଉକ୍ତ ଅବସରକାଳୀନ ସମ୍ୱର୍ଦ୍ଧନା ସଭାକୁ ଶିକ୍ଷକ ସନ୍ଦୀପ ଚୌଧୁରୀ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମୋହିତ କୁମାର ରାଉତ, ଛବେନ୍ଦ୍ର ନାୟକ, ସାନନ୍ଦ ପ୍ରଧାନ, ଉତ୍ତମ ସାହୁ , ଲାବଣ୍ୟ ସିଂ, ସେତୁରାମ ନାୟକ, ପୁଷ୍ପାଞ୍ଜଳି ଶବର, ସମୀର ପାତ୍ର, ଗୌତମ ବାରିକ, କୃଷ୍ଣ ମସ୍ରା, ପ୍ରୟାଗ ଯୋଶୀ ଦାମୋଦର ମାଝୀ, ଗୋପ ନାୟକ, ଆଲୋକ ଛତ୍ରିଆ, ଯଶୋଦା ନାୟକ, ରିତେସ୍ ରଣା, କେସାନ୍ତି ନାଗ, ଅନୂର୍ଜ ଭାଇଁ ସାଲ, ଭୀମ ସେନ୍ ମହାକୁଡ, ଧର୍ମୁ ନାଏକ ପ୍ରମୁଖ ଶ୍ରୀଯୁକ୍ତ ବାଗଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା ଦେବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

