--:--:--
-- ---
Srishti News

ଜୁନାଗଡ ବ୍ଲକ ସମ୍ମୁଖରେ ଧାରଣା ଦେବା ପାଇଁ ଚାଷୀଙ୍କ ଚେତାବନୀ

Kalahandi (କଳାହାଣ୍ଡି)ଦେବରାଜ ବଣୁଆ , ଜୁନାଗଡ଼August 1, 2026115 views
ଜୁନାଗଡ ବ୍ଲକ ସମ୍ମୁଖରେ ଧାରଣା ଦେବା  ପାଇଁ ଚାଷୀଙ୍କ ଚେତାବନୀ
ଜୁନାଗଡ ବ୍ଲକ ଅନ୍ତର୍ଗତ ଅନେକ ପଞ୍ଚାୟତ ରେ କେବଳ ମହିଳା ସ୍ଵସହାୟକ ଗୋଷ୍ଠି ନାମରେ ମିଲରସ ମାନେ ହିଁ ଧାନ କ୍ରୟ କରୁଥିବା ଦେଖିବାକୁ ମିଳୁଛି। ବିଗତ ଦିନରେ ଆମେ ଏହାର ଜଳନ୍ତ ଉଦାହରଣ ଦେଖିଛେ। ହଜାର ହଜାର ବସ୍ତା ଧାନ ନଷ୍ଟ ହୋଇଥିଲା। ଚାଷୀ ଏହି କ୍ଷତି କେବେମଧ୍ୟ ଭୁଲି ପାରିବେ ନାହିଁ ବୋଲି ଅନେକ ଚାଷୀ ମତ ପ୍ରକାଶ କରିଛନ୍ତି। ଏହି ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ଜୁନାଗଡ ର ଭଇରିଗୁଡ଼ା ପଞ୍ଚାୟତ ରେ ପଦ୍ମାଳୟା ଗୋଷ୍ଠି ସରକାରୀ କାଗଜରେ ଧାନ କ୍ରୟ କରୁଥିବା କୁହାଯାଉଛି କିନ୍ତୁ ବାସ୍ତବରେ ମିଲର୍ସ ଓ ପ୍ରଶାସନ ର ମଧୁଚନ୍ଦ୍ରିକାରେ ଚାଷୀ ହଇରାଣ ହେଉଥିବା ପଞ୍ଚାୟତ କୃଷକ ସଂଘ ସଭାପତି ଦେବରାଜ ବାଣୁଆ, ସମ୍ପାଦକ ପଞ୍ଚାନନ ମାଝୀ ଓ ସଂଘର ଅନ୍ୟ କର୍ମକର୍ତ୍ତା,ଚାଷୀ ମାନେ ପ୍ରକାଶ କରିଛନ୍ତି। ଦେଇ ଥିବା ସୂଚନା ମୁତାବକ ପଦ୍ମାଳୟା ଗୋଷ୍ଠି କୁ ବାତିଲ କରି ଆଟି ଗାଁ ପ୍ରାଥମିକ କୃଷି ସମବାୟ ସମିତି କୁ ପ୍ରଦାନ ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀ ,ଜିଲ୍ଲାପାଳ କଳାହାଣ୍ଡି ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିବାର ଏକମାସ ହେବାକୁ ଯାଉଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ବୋଲି ଜଣାଇ ଛନ୍ତି। ଏବଂ ଆଗାମୀ ଦଶ ଦିନ ମଧ୍ୟରେ ଦାବୀ ପୂରଣ ନହେଲେ ଆଗାମୀ ଅଗଷ୍ଟ ମାସ ଦଶ ତାରିଖରୁ ବ୍ଲକ ସମ୍ମୁଖରେ ଶହଶହ ଚାଷୀ ମାନେ ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି। ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।