ଘଣ୍ଟପଢା ଆର୍ଆଇ କାର୍ଯ୍ୟାଳୟରେ ମନମୁଖୀ କାର୍ଯ୍ୟକଳାପ ଅଭିଯୋଗ, ଅସନ୍ତୁଷ୍ଟ ଜନସାଧାରଣଙ୍କ ଆନ୍ଦୋଳନ ଚେତାବନୀ
Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାAugust 1, 202635 views

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଢା ଗ୍ରାମ ପଞ୍ଚାୟତସ୍ଥିତ ଆର୍ଆଇ କାର୍ଯ୍ୟାଳୟର କାର୍ଯ୍ୟଶୈଳୀକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ଅନୁସାରେ, ପ୍ରତିଦିନ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ବିଭିନ୍ନ କାମ ପାଇଁ ଲୋକେ କାର୍ଯ୍ୟାଳୟରେ ଅପେକ୍ଷା କରୁଥିଲେ ମଧ୍ୟ ଆର୍ଆଇ ଅଧିକାରୀ କିମ୍ବା ଅମିନଙ୍କ ଉପସ୍ଥିତି ମିଳୁନାହିଁ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ସମସ୍ୟାକୁ ନେଇ ବାରମ୍ବାର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇନାହିଁ। ଏଥିଯୋଗୁଁ ସାଧାରଣ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ ନ କଲେ ବାଧ୍ୟହୋଇ ଆଗାମୀ ଦିନରେ ଗଣଆନ୍ଦୋଳନକୁ ଓହ୍ଲାଇବେ ବୋଲି ସ୍ଥାନୀୟ ବାସିନ୍ଦାମାନେ ଚେତାବନୀ ଦେଇଛନ୍ତି।

