Web News

ସୁସ୍ଥ ବାର୍ଦ୍ଧକ ପାଇଁ ଯୋଗ
ରିପୋର୍ଟ: କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇ "ସୁସ୍ଥ ବାର୍ଦ୍ଧକ ପାଇଁ ଯୋଗ" ଏହି ବାର୍ତ୍ତା ନେଇ ଚଳିତ ବର୍ଷ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଯୋଗ ର ଦୈନିକ ଅଭ୍ୟାସ ଫଳରେ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସୁସ୍ଥତା ରହେ ଏହି ବାର୍ତ୍ତା ଦେଇ ଆଜି ଆମ ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟରେ ଯୋଗ ଦିବସ ପାଳନ କରା ଯାଇଛି। ପ୍ରତି ବର୍ଷ ଜୁନ ମାସ ୨୧ତାରିଖରେ ଏହି ଯୋଗ ଦିବସ ସମସ୍ତ ବିଦ୍ୟାଳୟ ତଥା ମହାବିଦ୍ୟାଳୟଗୁଡ଼ିକରେ ମହା ଧୁମ ଧାମ ରେ ପାଳନ ସହିତ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହୁଏ । ମାନ୍ୟବର ଜସ୍ବସୀ ପ୍ରଧାନ ମନ୍ତ୍ରୀ ଙ୍କ ଦ୍ଵାରା ଏହି ଯୋଗ ଦିବସ ୨୦୧୫ ମସିହା ଜୁନ ମାସ ୨୧ ତାରିଖରୁ ଏହା ପାଳନ ହୋଇ ଆସୁଛି। ଆଜି ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଅନ୍ତର୍ଗତ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ରାଉତରାୟ ଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଯୋଗ ପ୍ରଶିକ୍ଷକ ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ର କାର୍ଯ୍ୟକର୍ତ୍ତା ତଥା ପତାଞ୍ଜଳୀ ଯୋଗ ପୀଠ ରୁ ଯୋଗ ଶିକ୍ଷା ଲାଭ କରିଥିବା ଆମ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ତାପସ କୁମାର ବେହେରା ଓ ବିଦ୍ୟାଳୟ ର ବରିଷ୍ଠ ଖେଳ ଶିକ୍ଷକ ଶଶାଙ୍କ ଶେଖର ସାହୁ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ଓ ବ୍ୟାୟାମ ର ଉପକରିତା ସମର୍କରେ କହିବା ସହିତ କିଛି ଆସନ ଶିଖାଇଥିଲେ । ଯୋଗ ଆମ ଭାରତୀୟ ସଂସ୍କୃତି ର ପରିଚୟ ଓ ପ୍ରତିଦିନ ଯୋଗ କରିବା ଦ୍ୱାରା ଶରୀର ନିରୋଗ ରହେ ଏହି ବାର୍ତ୍ତା ଦେଇଥିଲେ। ସଭାର ଶେଷରେ ପ୍ରତିଦିନ ଯୋଗ କରିବା ପାଇଁ ଏକ ସାମୁହିକ ଶପଥ ପାଠ ଏନ ସି ସି ଅଫିସର ଶ୍ରୀ ସରୋଜ କୁମାର ସ୍ୱାଇଁ କରାଇଥିଲେ।ଏହି କାର୍ଯ୍ୟକ୍ରମ ରେ ଶିକ୍ଷୟତ୍ରୀ ଅନିତା ଧଳ,ସୁଜୟ କୁମାର ରାଉତ ରାୟ, ଗୋମତି ସ୍ଵାଇଁ, ଶୈଳବାଳା ଆଚାର୍ଯ୍ୟ, ସନ୍ଧ୍ୟାରାଣୀ ପାଣିଗ୍ରାହୀ, ମାନସୀ ମହାନ୍ତି, ଶାଶ୍ଵତୀ ସୁଭଦର୍ଶନି ସାହୁ, ଵିନୋଦ କୁମାର ଜେନା, ଅଭିଷେକ ନାୟକ, ଦିଲୀପ କୁମାର ପାତ୍ର ପ୍ରଭୁତି ସହଯୋଗ କରିଥିଲେ।ଶେଷ ରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଅଶୋକ କୁମାର ଦାସ ଧନ୍ୟବାଦ ଦେଇ ଥିଲେ ଓ ଛାତ୍ର ଛାତ୍ରୀ ମାନଙ୍କୁ ପୃଷ୍ଟିକର ଖାଦ୍ୟ ପୁଡ଼ିଆ ଦେଇ ସଭା କାର୍ଯ୍ୟ ଶେଷ କରା ଯାଇଥିଲା।
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ: କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇ

ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ ଭୁବନ: ପିଏମ୍ ଶ୍ରୀ ଭୁବନ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଭୁବନ ପଞ୍ଚାୟତ ସମିତି ସହଯୋଗରେ ଅନୁଷ୍ଠିତ ଯୋଗ ଦିବସରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗ ମାଧ୍ୟମରେ ସୁସ୍ଥ ଶରୀର,ସୁସ୍ଥ ମନ ଓ ସୁସ୍ଥ ସମାଜ ଗଠନ ମୂଳ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଆଜିକାଲି ଘରେ ଘରେ ଉଚ୍ଚ ରକ୍ତଚାପ, ବହୁମୂତ୍ର ରୋଗ ଦେଖିବାକୁ ମିଳୁଛି। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ହାରାହାରି ଅଧ ଘଣ୍ଟା ଯୋଗ କଲେ ଏହି ଭୟାବହ ରୋଗରୁ ରକ୍ଷା ପାଇପାରିବେ ବୋଲି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଡ଼ିଓ ଶ୍ରୀମତୀ ଆୟୁଷି ମହାପାତ୍ର କହିଥିଲେ । ଯୋଗ ଶିକ୍ଷକ ଜଗବନ୍ଧୁ ବିହାରୀ ଯୋଗ ଶିକ୍ଷା ଦେଇଥିଲେ । ଏହି ଯୋଗ ଦିବସ ରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ଭାଇ , ଭଉଣୀ ମାନେ ଯୋଗ ଦେଇଥିଲେ ।
Dhenkanal (ଢେଙ୍କାନାଳ) • ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ

ଚଡେଇରଗଡା ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ ଭୁବନ: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଚଡେଇରଗଡା ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହର ସହ ପାଳନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମର ପ୍ରଶିକ୍ଷଣ ଦିଆଯାଇଥିଲା। ଏହା ସହିତ ଯୋଗର ଉପକାରିତା, ସୁସ୍ଥ ଶରୀର ଏବଂ ସୁସ୍ଥ ମନ ଗଠନରେ ଏହାର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଶୋକ କୁମାର ପଣ୍ଡା ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଶିକ୍ଷାକର୍ମୀ କୁନ୍ତଳା ଦେହୁରୀ ସକ୍ରିୟ ସହଯୋଗ କରିଥିଲେ। ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ନିୟମିତ ଯୋଗାଭ୍ୟାସ କରି ସୁସ୍ଥ ଓ ନିରୋଗ ଜୀବନ ଯାପନ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା।
Dhenkanal (ଢେଙ୍କାନାଳ) • ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ

ଢେଙ୍କାନାଳରେ ଆନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ପାଳିତ, ଯୋଗ ଆମକୁ ସୁସ୍ଥ,ସୁଖୀ ଓ ମାନସିକ ଭାବେ ସଶକ୍ତ କରିଥାଏ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ରିପୋର୍ଟ - ସୁଶାନ୍ତ କୁମାର ପୋଥାଳ, ସ୍ୱତନ୍ତ୍ର ପ୍ରତିନିଧି , ଢେ଼ଙ୍କାନାଳ ଢେଙ୍କାନାଳ, ୨୧.୬- ଆଜି ପ୍ରାତଃ ୬ଟାରେ ପିଏମ୍ ଶ୍ରୀ ( ବ୍ରଜନାଥ ବଡ଼ଜେନା) ବି.ବି. ହାଇସ୍କୁଲ,ଢେ଼ଙ୍କାନାଳ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ଏହି ଅବସରରେ ବହୁ ସଂଖ୍ୟକ ଯୋଗପ୍ରେମୀ, ଛାତ୍ରଛାତ୍ରୀ, ସରକାରୀ ଅଧିକାରୀ ଓ ସାଧାରଣ ଜନତା ଯୋଗଦେଇ ଯୋଗ ମାଧ୍ୟମରେ ସୁସ୍ଥ ଓ ସନ୍ତୁଳିତ ଜୀବନଯାପନର ବାର୍ତ୍ତାକୁ ପ୍ରଚାର କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ଅର୍ଚ୍ଚନା ପୂହାଣ, ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଭିନବ ସୋନକର, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ, ଢେଙ୍କାନାଳ ପୌରାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଯେ, ଯୋଗ ଆମକୁ ସୁସ୍ଥ, ସୁଖୀ ଏବଂ ମାନସିକ ଭାବେ ସଶକ୍ତ ରଖିଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ଉଚିତ। ପରବର୍ତ୍ତୀ ସମୟରେ ଯୋଗ ମହୋତ୍ସବ ସମିତି, ଢେଙ୍କାନାଳର ପ୍ରଶିକ୍ଷକମାନଙ୍କ ନେତୃତ୍ୱରେ ଏକ ସାମୂହିକ ଯୋଗାଭ୍ୟାସ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଅତିଥିଙ୍କ ସମେତ ଢେଙ୍କାନାଳ ସହରର ଯୋଗପ୍ରେମୀ ଓ ବିଭିନ୍ନ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୂର୍ବରୁ ଆୟୋଜିତ ପ୍ରବନ୍ଧ ଲେଖନ ଓ ବିତର୍କ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯିବା ସହ କାର୍ଯ୍ୟକ୍ରମର ସମାପନ ଘୋଷଣା କରାଯାଇଥିଲା। ଯୋଗ ମାଧ୍ୟମରେ ସୁସ୍ଥ ଶରୀର, ସୁସ୍ଥ ମନ ଓ ସୁସ୍ଥ ସମାଜ ଗଠନର ବାର୍ତ୍ତା ଦେଇ ଏହି କାର୍ଯ୍ୟକ୍ରମ ଢେଙ୍କାନାଳବାସୀଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିଥିଲା।
Dhenkanal (ଢେଙ୍କାନାଳ) • ରିପୋର୍ଟ - ସୁଶାନ୍ତ କୁମାର ପୋଥାଳ, ସ୍ୱତନ୍ତ୍ର ପ୍ରତିନିଧି , ଢେ଼ଙ୍କାନାଳ

କୋକସରା ବ୍ଲକ ଗଣ୍ଡ ସମାଜ ର ନୂତନ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହଅନୁଷ୍ଠିତ,
ରିପୋର୍ଟ :ରିତେଶ କୁମାର ମୁଣ୍ଡ, କୋକସରା କୋକସରା ବ୍ଲକ ମହିମା ଶିବ ମନ୍ଦିର ପ୍ରାଙ୍ଗଣ ରେ ଗଣ୍ଡ ସମାଜ ର ନୂତନ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ, ତଥା ସାଙ୍ଗଠନିକ ବୈଠକ ମହିମା, ଓ ଡୁଡୁକାଠେଙ୍ଗା ପଞ୍ଚ୍ୟାୟତ ଗଣ୍ଡ ସମାଜ ର କର୍ମକର୍ତ୍ତା ଙ୍କ ସହଯୋଗ ରେ ଆଜି ଅନୁଷ୍ଠିତ ହୋଇ ଅଛି। ସର୍ବ ପ୍ରଥମେ ସମାଜ ର ଇଷ୍ଟ ଦେବ ଶ୍ରୀ ଚତୁର୍ଭୁଜ ବୁଢା ଦେଓଙ୍କ ଫଟୋ ଚିତ୍ର ରେ ପୂଜା ଅର୍ଚ୍ଚନା କରାଯାଇ ନୂତନ କର୍ମକର୍ତ୍ତା ଙ୍କୁ ଶପଥ ଗ୍ରହଣ କରାଯାଇ ଥିଲା , ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରାମ ପ୍ରସାଦ ଧରୁଆ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀ ଶ୍ରୀମନ୍ତ ଧରୁଆ, ମୁଖ୍ୟବକ୍ତା, ଅବସରପ୍ରାପ୍ତ, ଓଏଏସ, ଅଫିସର ଶ୍ରୀ ମହେଶ୍ୱର ମାଝୀ, ଦିଗାମ୍ବର ଦଳପତି, ନାରୀନେତ୍ରୀ , ଶ୍ରୀମତି ଇନ୍ଦୁ ରେଖା ମାଝୀ, ପୂର୍ବତନ ସରପଞ୍ଚ , ଡାଳିମ୍ବ ନାଏକ, ଉଦ୍ଧବ ଧରୁଆ, ପୂର୍ବତନ ସରପଞ୍ଚ ବିଦେଶୀ ଧରୁଆ , ପ୍ରଶ୍ନ କୁମାର ନାଏକ, ଚୈତନ୍ୟ ଧରୁଆ , ଜଗମୋହନ ନାଏକ, ଗୋଶିଂ ଧରୁଆ, ନୃପରାଜ ନାଏକ, ଯୋଗଦାନ କରି ସମାଜ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା, ଏହି ସଭାରେ ଗଣ୍ଡ ସମାଜ ର ଶିକ୍ଷା, ସଂସ୍କୃତି, ରାଜନୀତି ଅର୍ଥନୀତି ବିକାଶ ଓ ସମାଜ କୁ ସଂଗଠିତ କରିବା ପାଇଁ ସମସ୍ତେ ଏକଯୁଟ ହେବା ପାଇଁ ବକ୍ତା ମାନେ କହିଥିଲେ, ଉକ୍ତ ଶପଥ ଗ୍ରହଣ ସମାରୋହରେ, ବ୍ଲକ ଗଣ୍ଡ ସମାଜ ତରଫରୁ ଚଳିତ ଶିକ୍ଷା ବର୍ଷରେ ମାଟ୍ରିକ ଓ +୨ ରେ ୬୦ ପ୍ରତିଶଧ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଓ ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା, ଉକ୍ତ ଶପଥ ଗ୍ରହଣ ସମାରୋହରେ ବ୍ଲକ ଗଣ୍ଡ ସମାଜ ସଭାପତି ଶ୍ରୀ ନନ୍ଦ କିଶୋର ଧରୁଆ, ଉପସଭାପତି , ମହେନ୍ଦ୍ର କୁମାର ଧରୁଆ, ସମ୍ପାଦକ ନେତ୍ରା ନନ୍ଦ ଧରୁଆ , ସହ ସମ୍ପାଦକ, ତ୍ରିନାଥପୋଟା,ମେଡ଼ିଆ ସଂଯୋଜକ ଅମୋଜ ଧରୁଆ କୋଷାଧ୍ୟକ୍ଷ, ଜୟସିଂ ମାଝୀ ମେହେରୁଲାଳ ମାଝୀ ନିରଞ୍ଜନ ମାଝୀ ତଥା ସମସ୍ତ ପଞ୍ଚ୍ୟାୟତ ର କର୍ମକର୍ତ୍ତା ଉପସ୍ଥିତ ଥିବାବେଳେ, ଉଦ୍ଧବ ଧରୁଆ ମଞ୍ଚ ପରିଚାଳନା କରିଥିଲେ
Kalahandi (କଳାହାଣ୍ଡି) • ରିପୋର୍ଟ :ରିତେଶ କୁମାର ମୁଣ୍ଡ, କୋକସରା

ଧର୍ମଗଡ ଉପଖଣ୍ଡ ରକ୍ତ ଭଣ୍ଡାର ବନ୍ଦ କୁ ନେଇ ଜନଅସନ୍ତୋଷ
ରିପୋର୍ଟ - ରିତେଶ କୁମାର ମୁଣ୍ଡ, ଧର୍ମଗଡ଼ ଧର୍ମଗଡ -କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ର ରକ୍ତଭଣ୍ଡାର ବନ୍ଦ କୁ ନେଇ ଧର୍ମଗଡ଼ ଉପଖଣ୍ଡ ଅଞ୍ଚଳରେ ଜନ ଅସନ୍ତୋଷ ଓ ଉଦବେଗ ପ୍ରକାଶ ପାଉଛ, ଉକ୍ତ ରକ୍ତଭଣ୍ଡାର କୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାପାଇଁ ବିଜୁ ଜନତା ଦଳ ଧର୍ମଗଡ ପକ୍ଷରୁ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି, ୨୦୦୪ମସିହାରେ ତତ୍କାଳୀନ ଧର୍ମଗଡ ଉପଜିଲ୍ଲାପାଳ ଭି. କାର୍ତ୍ତିକେୟନ ପାଣ୍ଡିଆନ ଙ୍କ ଉଦ୍ୟମରେ ଉକ୍ତ ରକ୍ତଭଣ୍ଡାର ନିର୍ମାଣ ହୋଇଥିଲା ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଥିଲେ, ଫଳରେ ଧର୍ମଗଡ ଉପଖଣ୍ଡ ର ଧର୍ମଗଡ, କୋକସରା, ଜୟପାଟଣା, କଳମପୁର, ଜୁନାଗଡ଼, ଗୋଲାମୁଣ୍ଡା ବ୍ଲକ ଓ ପଡୋଶୀ ନୂଆପଡା,ନବରଙ୍ଗପୁର ଜିଲ୍ଲା ତଥା ଛତିଶଗଡ ରାଜ୍ୟର ସୀମାନ୍ତ ଅଂଚଳର ହଜାର ହଜାର ରୋଗୀ ଧର୍ମଗଡ଼ ଉପଖଣ୍ଡ ରକ୍ତଭଣ୍ଡାର ଉପରେ ନିର୍ଭର କରୁଥିଲେ କିନ୍ତୁ ଗତ ୬ତାରିଖ ଦିନ ଠାରୁ ଓଡିଶା ସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରକ୍ତଭଣ୍ଡାର ନିରୀକ୍ଷଣ ରେ ଆସି ରକ୍ତଭଣ୍ଡାର ର ଆବଶ୍ୟକୀୟ ଦଲିଲପତ୍ର ଦାଖଲ ହୋଇନଥିବାରୁ ରକ୍ତଭଣ୍ଡାର ବନ୍ଦ କରିଦେଥିବା ଉପଖଣ୍ଡ ଚିକିତ୍ସାଧୀକାରୀ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯାହାଫଳରେ ସ୍ୱାସ୍ଥ୍ୟ ବିଭାଗ ର ଅବହେଳା କୁ ପଦାରେ ପକାଇଦେଛି,ଜରୁରୀ କାଳୀନ ଚିକିତ୍ସା ପାଇଁ ରକ୍ତ ମିଳୁନଥିବାରୁ ଆଜି କୋକସରା ଥାନା ଛତା ଗହିରା ଗ୍ରାମର ପ୍ରିୟାଂଶୁ ଦୁର୍ଗା ନାମକ ଏକ ତିନି ବର୍ଷ ର ଶିଶୁ କୁ ଭବାନୀପାଟଣା ଡାକ୍ତରଖାନା ରେଫର କରାଯାଇଥିଲା ଫଳରେ ଠିକ ସମୟରେ ରକ୍ତ ମିଳିପାରିନଥିବାରୁ ସେଠାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି, ଏଣୁ ବନ୍ଦ କରିଦେଇଥିବା ରକ୍ତଭଣ୍ଡାରକୁ ପୁନଃ ଚାଲୁକରିବାରେ ଦୃଢ଼ ପଦକ୍ଷେପ ନେବାକୁ ବିଜେଡି ଧର୍ମଗଡ ପକ୍ଷରୁ ଦାବି ହେଉଛି ନଚେତ ଆଗାମୀଦିନରେ ଆନ୍ଦୋଳନ କୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି, ଦାବିପତ୍ର ପ୍ରଦାନ ସମୟରେ ବିଜେଡି ବ୍ଲକ ସଭାପତି ଡାକେ ଲହଜଳ, ବ୍ଲକ ସଭାନେତ୍ରୀ ମମତା ରାଣୀ ଗୋପାଳ,ରାଜ୍ୟ ସମ୍ପାଦିକା ହୀରା ବାଗ,ପୂର୍ଵ ସମାଜ କଲ୍ୟାଣ ବୋର୍ଡ ଅଧ୍ୟାକ୍ଷା କଲ୍ୟାଣୀ ନାଏକ, ସନ୍ତୋଷ ପାଢୀ, ଜାଗା ସାହୁ, ଧନିରାମ ଗୋପାଳ, ରତନ ନାଏକ, ପ୍ରମୋଦ ହଂସ,ଆଇନ ଜୀବି ରାଜେନ୍ଦ୍ର ମୁନି,ଜିଲ୍ଲା ସାଧାରଣ ସମ୍ପାଦକ ବେଣୁଧର ନାଏକ, ପିଣ୍ଟୁ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ
Kalahandi (କଳାହାଣ୍ଡି) • ରିପୋର୍ଟ - ରିତେଶ କୁମାର ମୁଣ୍ଡ, ଧର୍ମଗଡ଼

ବଅଁରପାଳ ବ୍ଲକରେ ‘ବିକାଶଧାରା’ ସମାରୋହ : ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ଲାଭ ବଣ୍ଟନ
ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳ : ବଅଁରପାଳ ବ୍ଲକ ପରିସରରେ ଆଜି ବ୍ଲକ ସ୍ତରୀୟ ‘ବିକାଶଧାରା’ ସମାରୋହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦାର ମାନ୍ୟବର ବିଧାୟକ ଅଗସ୍ତି ବେହେରାଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ଓ ସୁବିଧା ବଣ୍ଟନ କରାଯାଇଥିଲା। AGJ କାର୍ଯ୍ୟକ୍ରମରେ ୩୮ ଜଣ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା କାର୍ଡ ୩୪ ଜଣଙ୍କୁ, ମଧୁବାବୁ ପେନସନ ଯୋଜନା ଅଧୀନରେ ୧୬ ଜଣଙ୍କୁ ପେନସନ, ଏବଂ ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ ୧୪ ଜଣଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ୧୫ ଜଣ ଅଙ୍ଗନୱାଡି କର୍ମୀଙ୍କୁ ମୋବାଇଲ ଫୋନ୍ ବଣ୍ଟନ କରାଯାଇଥିବା ବେଳେ, ୧୨ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ CIF ମାଧ୍ୟମରେ ୧୮ ଲକ୍ଷ ଟଙ୍କା ଋଣ ଏବଂ ଅନ୍ୟ ୧୨ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୧.୧୫ କୋଟି ଟଙ୍କା ବ୍ୟାଙ୍କ ଋଣ ପ୍ରଦାନ କରାଯାଇଥିଲା। ଏଥିସହ ୧୪ଟି ବିଦ୍ୟାଳୟକୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥିମାନେ ସରକାରଙ୍କ ଜନହିତକର ଯୋଜନାଗୁଡ଼ିକର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିକାଶଧାରା ସମାରୋହ ମାଧ୍ୟମରେ ବିଭିନ୍ନ ଯୋଜନାର ଲାଭ ସିଧାସଳଖ ଭାବେ ହିତାଧିକାରୀଙ୍କୁ ପ୍ରଦାନ କରାଯିବାରୁ ସେମାନେ ଖୁସି ବ୍ୟକ୍ତ କରିଥିଲେ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ ଶିବିର
ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳ: ଅନ୍ତର୍ଜାତୀୟ ଯୋଗ ଦିବସ–୨୦୨୬ ଅବସରରେ ବିଶ୍ୱ ଯୁବ କେନ୍ଦ୍ର, ବଣୀନାଳି ଓ ଇଗ୍ନୁ ଆଞ୍ଚଳିକ କେନ୍ଦ୍ର ଅନୁଗୋଳର ମିଳିତ ଆନୁକୂଳ୍ୟରେ ପାଇକସାହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ଯୋଗ ଶିକ୍ଷକ ଚନ୍ଦନ ଶର୍ମା ଅଂଶଗ୍ରହଣକାରୀଙ୍କୁ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମର ପ୍ରଶିକ୍ଷଣ ଦେଇ ନିୟମିତ ଯୋଗାଭ୍ୟାସର ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ମହିଳା ଓ କିଶୋର–କିଶୋରୀ ମାନେ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ଶେଷରେ ସୁସ୍ଥ ଜୀବନଶୈଳୀ ପାଇଁ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାଇବାକୁ ଆହ୍ୱାନ କରାଯାଇଥିଲା।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଭକ୍ତିମୟ ପରିବେଶରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ
ରିପୋର୍ଟ: ଗଣପତି ଦାସ, ହାତିବାରୀ, ନୂଆଗାଁ ହାତିବାରୀ- ନୂଆଗାଁ ବ୍ଲକ ଅନ୍ତର୍ଗତ ବାଗଡେଗା ସାହୁ ବସ୍ତି ରେ ନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ରବିବାର ଭକ୍ତି ଓ ଆଧ୍ୟାତ୍ମିକତା ପରିବେଶ ମଧ୍ୟରେ ସମ୍ପର୍ଣ ହୋଇଛି, ବୈଦିକ ରୀତିନୀତି,ମନ୍ତଚାରଣ,ଯଂଜ୍ଞ ଓ ପୂଜାର୍ଚନା ମାଧ୍ୟମରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା,ଏହି ଅବସରରେ ବାଗଡେଗା ଗ୍ରାମ ସମେତ ଖୁଟଗାଁ, ତେତେରକେଲା, ବିଶ୍ରା, ଝିରପାଣି, ନୂଆଗାଁ, ସୋରଡ଼ା, ବାରିବେଡା, ଲିମଡା ପତ୍ରlପାଲି, ଭଳି ଅନେକ ଗାଁ ରୁ ଶହ ଶହ ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୁଙ୍କର ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ,ଏହି ପ୍ରତିଷ୍ଠା ଉତ୍ସବ ରେ ଧାର୍ମିକ କାର୍ଯ୍ୟକ୍ରମ ଶହ ଅନେକ ସଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା, ବାରିବେଡା କୀର୍ତ୍ତନମଣ୍ଡଳୀ ଯୋଗଦେଇ ପ୍ରଭୁଙ୍କର ନାମ ସଂକୀର୍ତନ କରିଥିଲେ,ମନ୍ଦିର କମିଟି ର ସଦସ୍ୟ ମାନେ ଭକ୍ତ ମାନଙ୍କ ପାଇଁ ମହାପ୍ରସାଦ ର ବ୍ୟବସ୍ଥା କରିବା ସହ ବିଭିନ୍ନ ସେବା ର ବ୍ୟବସ୍ଥା କରିଥିଲେ,ଏହି ପ୍ରତିଷ୍ଠା ଉତ୍ସବ ଅଞ୍ଚଳ ରେ ଧାର୍ମିକ ଭାବନା, ଏକତା କୁ ସୁଦୃଢ କରିବା ସହ ଭକ୍ତି ଭାବକୁ ଆହୁରି ସୁଦୃଢ କରିଛି,ବାଗଡେଗା ଗ୍ରାମ ର ପୂଜକ ତଥା ଧର୍ମପ୍ରବଚକ ବ୍ରଜେଶ ମିଶ୍ର ଏବଂ ସଦାନନ୍ଦ ସାହୁ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ପ୍ରତିଷ୍ଠା ଉତ୍ସବ ରେ ବାଗଡେଗା ଗ୍ରାମବାସି ତଥା ଆଖପାଖ ଅଞ୍ଚଳ ର ଶତାଧିକ ଭକ୍ତ ଏହି କାର୍ଯ୍ୟକ୍ରମପରିଚାଳନା ରେ ସହଯୋଗ କରିଥିଲେ.
Sundargarh (ସୁନ୍ଦରଗଡ଼) • ରିପୋର୍ଟ: ଗଣପତି ଦାସ, ହାତିବାରୀ, ନୂଆଗାଁ

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ ଶିବିର ଅନୁଷ୍ଠିତ
ଅନ୍ତର୍ଜାତୀୟ ଯୋଗ ଦିବସ–୨୦୨୬ ଅବସରରେ ବିଶ୍ୱ ଯୁବ କେନ୍ଦ୍ର , ବଣୀନାଳି ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୁ), ଆଞ୍ଚଳିକ କେନ୍ଦ୍ର ଅନୁଗୋଳର ମିଳିତ ଆନୁକୂଳ୍ୟରେ ପାଇକସାହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ଯୋଗ ଶିବିର ଆୟୋଜିତ ହୋଇଥିଲା। ବିଶ୍ୱ ଯୁବ କେନ୍ଦ୍ରର ୪୦ ବର୍ଷ ପୂର୍ତି ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା କର୍ମଚାରୀ ଓ ବିଶ୍ୱ ଯୁବ କେନ୍ଦ୍ରର କର୍ମକର୍ତ୍ତାମାନେ ସଫଳତାର ସହ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସମିତି ସଭ୍ୟ ,ମହେଶ ଭୋଇ, ଯୋଗ ଶିକ୍ଷକ ଚନ୍ଦନ ଶର୍ମା, ଷ୍ଟାଫ୍ ନର୍ସ ସୌମ୍ୟା ସୁରଭି ନାୟକ, ମଲ୍ଟି ପର୍ପୋଜ୍ ହେଲ୍ଥ ୱର୍କର ପ୍ରତିମା ନାୟକ, ଫାର୍ମାସିଷ୍ଟ ଦୀପକ କୁମାର ପ୍ରଧାନ ଏବଂ ବିଶ୍ୱ ଯୁବ କେନ୍ଦ୍ରର ସଭାପତି ବସନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଯୋଗ ଶିକ୍ଷକ ଶ୍ରୀ ଚନ୍ଦନ ଶର୍ମା ଉପସ୍ଥିତ ଅଂଶଗ୍ରହଣକାରୀ ମାନଙ୍କୁ ବିଭିନ୍ନ ପ୍ରାଣାୟାମ, ଯୋଗାସନ ଓ ଯୋଗ ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ସେ ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖିବାର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସ୍ୱାସ୍ଥ୍ୟକର୍ମୀ ଓ ସ୍ଥାନୀୟ ଅଞ୍ଚଳର ମହିଳା,କିଶୋର କିଶୋରୀ , ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ। ଶେଷରେ ସମସ୍ତଙ୍କୁ ଦୈନନ୍ଦିନ ଜୀବନରେ ଯୋଗକୁ ଅଙ୍ଗୀକାର କରି ସୁସ୍ଥ ଜୀବନଶୈଳୀ ଗଠନ କରିବାକୁ ଆହ୍ୱାନ ଜଣାଯାଇ ସଭା ସାଙ୍ଗ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱ ଯୁବ କେନ୍ଦ୍ରର ପୁନିଆ ସାହୁ, ଜସ୍ମିତା ପ୍ରଧାନ,ଗୀତାଞ୍ଜଳି ବାଘ,ପୂଜା ସ୍ବାଇଁ ସହଯୋଗ କରିଥିଲେ।
Bhubaneswar (ଭୁବନେଶ୍ୱର) • ବ୍ୟୁରୋ ରିପୋର୍ଟ, ଭୁବନେଶ୍ୱର

ଏଥର ୧୦ ଲକ୍ଷରେ ମହାବଳ ବାଘ ଛାଲ ଡିଲ, ଜଣକୁ ମାଡ଼ି ବସିଲା ବନ ବିଭାଗ, ୨ ଫେରାର
ରିପୋର୍ଟ: ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର ଡାବୁଗାଁ,ନବରଙ୍ଗପୁର: ଏଥର କଲରାପତରିଆ ନୁହେଁ, ମହାବଳ ବାଘ ଛାଲ କାରବାର ପଦାକୁ ଆସିଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପାତ୍ରି ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଛାଲ ବିକ୍ରି ପାଇଁ ମୂଲଚାଲ ବେଳେ ଚଢ଼ଉ କରି ଡାବୁଗାଁ ଥାନା ଖଲିଗୁଡ଼ା ଗ୍ରାମର ଶିବୁନ ବୁନ ଟାକ୍ରିକୁ କାବୁ କରିଛି ବନ ବିଭାଗ ମହାବଳ ବାଘ ଛାଲ ବିକ୍ରି ପାଇଁ ୧୦ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା | ଡିଲ୍ରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଶିବୁନକୁ ବନବିଭାଗ ଅଟକ ରଖି ପଚରାଉଚରା କରୁଛି। ରବିବାର କୋର୍ଟଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ନବରଙ୍ଗପୁର ଡିଏଫ୍ଓ ଉଦୟନ ସୁବୁଦ୍ଧି। ବହୁ ଦିନ ହେବ ମହାବଳ ବାଘ ଛାଲ ବିକ୍ରି ପାଇଁ ଗ୍ରାହକ ସନ୍ଧାନରେ ଥିଲା ଶିବୁନା କାହା ସହିତ ଯୋଗାଯୋଗ ହୋଇପାରୁ ନଥିବାରୁ ବାଘ ଛାଲକୁ କପଡ଼ା ଗୁଡ଼ାଇ ସିଲେଇ କରି ବ୍ୟାଟ୍ରେ ଭର୍ତ୍ତି କରି ରଖିଥିଲା। ଗ୍ରାହକ ଜୁଟିବା ପରେ ଶନିବାର ବିକ୍ରି କରିବା ପାଇଁ ପାତ୍ରି ଜଙ୍ଗଲରେ ଚାଲିଥିଲା ଡିଲ୍ ବିଶ୍ୱସ୍ତ ସୂତ୍ରରୁ ସୂଚନାପାଇ ବନ କର୍ମଚାରୀ ଡିଏଫ୍ଓଙ୍କୁ ଖବର ଦେଇଥିଲେ । ଡିଏଫ୍ଓଙ୍କ ନିର୍ଦ୍ଦେଶରେ ଏସିଏଫ୍ ସୁବାସ ଚନ୍ଦ୍ର ଖୁଣ୍ଟିଆ, ଡାବୁଗାଁ ରେଞ୍ଜର ରାମଚନ୍ଦ୍ର ଭତ୍ରା, କୋଡ଼ିଙ୍ଗା ରେଞ୍ଜର ପୂର୍ଣ୍ଣଚନ୍ଦ୍ର ନନ୍ଦ ଓ ଷ୍ଟ୍ରାଇକିଂ ଫୋର୍ସ ଟିମ୍ ଚଢ଼ଉ କରିଥିଲେ l ବନବିଭାଗ ଟିମ୍କୁ ଦେଖି ବାଘଛାଲ କିଣିବାକୁ ଆସିଥିବା ଦୁଇ ଗ୍ରାହକ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ । ବନବିଭାଗ ଟିମ୍ ଶିବୁନକୁ ଗିରଫ କରିବା ସହିତ ବାଇକ୍ ଓ ବ୍ୟାଗ୍ ଜବତ କରିଛି| ଜବତ ବାଘଛାଲକୁ ଅଭିଯୁକ୍ତ ଶିବୁନ କେଉଁଠୁ ଆଣିଥିଲା ନା ଶିକାର କରିଥିଲା, ସେ ନେଇ ଖୋଳତାଡ଼ ଚାଲିଛି।
Nabarangpur (ନବରଙ୍ଗପୁର) • ରିପୋର୍ଟ: ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

ଦଳିତ ବସ୍ତିକୁ ଅବହେଳା, କାହିଁକି ହେଇ ପାରୁନି ନଦୀବନ୍ଧ ଗୋଡ଼ା, ଏଠି ଠିକା କର୍ମଚାରି କହୁଛନ୍ତି ଏ କାମ ପଂଚାୟତ ସ୍ତରୀଅ ନୁହେଁ, ନଦୀବନ୍ଧ ଗୋଡ଼ା କାର୍ଯ୍ୟ ଏବେ ସନ୍ଦେହ ଘେରରେ
ଯାଜପୁର: ହଁ ଆଜ୍ଞା ଘଟଣାଟି ଘଟିଛି ଯାଜପୁର ବରୀ ବ୍ଲକ ଅଂଚଳର ବଦୁଅ ଗ୍ରାମ ପଂଚାୟତରେ ଥିବା ତେର ନମ୍ବର ୱାର୍ଡ ର ଗ୍ରାମର ଆରମ୍ଭରୁ ଶେଷ ଯାଏ ଏକ ନଦୀବନ୍ଧ ସଂଯୋଗ ହୋଇ ଅଛି ଯାହା ଖରସ୍ରୋତା ନଦୀର ଏକ ପାର୍ଶ୍ଵରେ ଏ ନଦୀବନ୍ଦ ଗ୍ରାମକୁ ଲାଗି ରହିଛି ଏ ନଦୀ ବନ୍ଧକୁ ଲାଗିକରି ପାଞ୍ଚଟି ଗୋଡ଼ା ରହିଛି ଯାହାକି ସ୍ଥାନିଅ ଲୋକ ମାନେ ଏ ଗୋଡ଼ା ଦେଇ ଗାଁ ଭିତରକୁ ଯାତା ୟତ କରନ୍ତି. ବଡ ଦୁଃଖର କଥା ଚାରିଟି ଗୋଡାର ମରାମତି କାର୍ଯ୍ୟ ହୋଇ ସାରିଥିବା ବେଳେ ଏ ଦଳିତ ବସ୍ତିର ନଦୀ ବନ୍ଧ ଗୋଡ଼ାଟି ହୋଇ ପାରି ନାହିଁ | ସ୍ଥାନୀୟ ଲୋକ ମାନଙ୍କର ଅଭିଯୋଗ ଯେ ଗୋଡ଼ା ମରାମତି ପାଇଁ ଯେଉଁ ଟଙ୍କା ଆସିଛି କେବଳ ଶବନ୍ୟା ମାନଙ୍କ ବସ୍ତି ପାଇଁ ଓ ବ୍ରାହ୍ମଣ ବସ୍ତି ପାଇଁ ଏକଥା ଟି ନିଛିତ ଭାବରେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଆସିବ | ଏଇଟା ଠିକା କର୍ମ ଚାରୀଙ୍କ ମନମାନି ନା କୁଜି ନେତା ମାନଙ୍କର ଦା ଦା ଗିରି.. ସ୍ଥାନିଅ ଲୋକ ମାନଙ୍କର ଅନୁରୋଧ ବ୍ଲକ ଅଧିକାରୀ ଏବଂ ଏ କାର୍ଯ୍ୟ କରୁଥିବା ଅଫିସର ବାବୁ ମାନଙ୍କୁ ଅନୁରୋଧ ତୁରନ୍ତ ଇନକୁଆରୀ କରାଯାଉ ଏବଂ ନଦୀବନ୍ଧ ଗଡା଼ ଟିର ମରାମତି କରାଯାଉ. ସ୍ଥାନିଅ ଲୋକ ମାନଙ୍କ ଠାରୁ ଯାହା ସୂଚନା ମିଳୁଛି ଯେ ନିଶ୍ଚିତ ଭାବରେ ଆଗକୁ ଜନ ଅସନ୍ତୋଷ ଦେଖାଯିବ.. ବରୀ ରୁ ନିର୍ମଳ ଜେନାଙ୍କ ରିପୋର୍ଟ ସ୍ରିଷ୍ଟି ନିୟୁ ଜ
Jajpur (ଯାଜପୁର) • ରିପୋର୍ଟ: ନିର୍ମଳ କୁମାର ଜେନା, ଯାଜପୁର
