--:--:--
-- ---
Srishti News

Web News

ଜନସେବାର ପ୍ରତୀକ, ଲୋକବିଶ୍ୱାସର ପରିଚୟ—ଆଦରଣୀୟ ଅଶୋକ କୁମାର ନାୟକଙ୍କୁ ପବିତ୍ର ଜନ୍ମଦିନର ଅଶେଷ ଶୁଭେଚ୍ଛା
Aug 1, 2026•382 views

ଜନସେବାର ପ୍ରତୀକ, ଲୋକବିଶ୍ୱାସର ପରିଚୟ—ଆଦରଣୀୟ ଅଶୋକ କୁମାର ନାୟକଙ୍କୁ ପବିତ୍ର ଜନ୍ମଦିନର ଅଶେଷ ଶୁଭେଚ୍ଛା

ଅଶୋକ କୁମାର ନାୟକ—କେବଳ ଏକ ନାମ ନୁହେଁ, ବରଂ ଲୋକଙ୍କ ବିଶ୍ୱାସ, ନିଷ୍ଠା, ସଂଘର୍ଷ, ତ୍ୟାଗ ଓ ନିଷ୍କାମ ଜନସେବାର ଏକ ଜୀବନ୍ତ ପ୍ରତୀକ। ସାଧାରଣ ଲୋକଙ୍କ ସୁଖ-ଦୁଃଖରେ ସାଥୀ ହୋଇ ସେ ଯେପରି ନିଜର କର୍ମମୟ ଜୀବନକୁ ସମାଜ କଲ୍ୟାଣ ପାଇଁ ଉତ୍ସର୍ଗ କରିଛନ୍ତି, ତାହା ତାଙ୍କୁ ଜଣେ ଆଦର୍ଶ ଜନନେତା ଭାବେ ସ୍ଥାପିତ କରିଛି। ଯୁବାବସ୍ଥାରୁ ସେ ଜନସେବାକୁ ନିଜ ଜୀବନର ସର୍ବୋଚ୍ଚ କର୍ତ୍ତବ୍ୟ ଭାବେ ଗ୍ରହଣ କରି ନିରନ୍ତର ସାଧାରଣ ଲୋକଙ୍କ ମଧ୍ୟରେ ରହି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିଆସିଛନ୍ତି। ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ପ୍ରତି ତାଙ୍କର ଆନ୍ତରିକତା, ସହୃଦୟତା ଓ ମାନବିକ ମନୋଭାବ ତାଙ୍କୁ ସମସ୍ତଙ୍କ ନିକଟରେ ଅତ୍ୟନ୍ତ ପ୍ରିୟ କରିଛି। ସରଳ ଜୀବନଶୈଳୀ, ସୌମ୍ୟ ବ୍ୟକ୍ତିତ୍ୱ, ଦୃଢ଼ ନେତୃତ୍ୱ, ସ୍ୱଚ୍ଛ ଚିନ୍ତାଧାରା ଓ କର୍ମନିଷ୍ଠା ତାଙ୍କ ବ୍ୟକ୍ତିତ୍ୱକୁ ଆହୁରି ଉଜ୍ଜ୍ୱଳ କରିଛି। ଧାମନଗର ପଞ୍ଚାୟତ ସମିତିର ଦୁଇଥର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରି ସେ ଉନ୍ନୟନମୂଳକ କାର୍ଯ୍ୟ, ଗ୍ରାମାଞ୍ଚଳର ବିକାଶ, ଲୋକକଲ୍ୟାଣ ଓ ସାମାଜିକ ସଶକ୍ତିକରଣକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ତାଙ୍କର ନେତୃତ୍ୱରେ ବହୁ ଜନହିତକର କାର୍ଯ୍ୟ ସଫଳତାର ସହ ସମ୍ପାଦିତ ହୋଇଥିବାରୁ ସେ ଭଦ୍ରକ ଜିଲ୍ଲାର ଜଣେ ସମ୍ମାନିତ ଓ ଜନପ୍ରିୟ ଜନନେତା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରାଜନୀତିକୁ କ୍ଷମତାର ମାଧ୍ୟମ ନୁହେଁ, ବରଂ ଲୋକସେବାର ଏକ ପବିତ୍ର ଦାୟିତ୍ୱ ଭାବେ ଦେଖିବାର ତାଙ୍କ ମନୋଭାବ ଅନେକଙ୍କ ପାଇଁ ପ୍ରେରଣାଦାୟକ। ବିଶେଷକରି ଯୁବପିଢ଼ୀ ତାଙ୍କର କର୍ମନିଷ୍ଠା, ସରଳତା ଓ ସମାଜ ପ୍ରତି ସମର୍ପଣରୁ ପ୍ରେରଣା ଲାଭ କରୁଛନ୍ତି। ଲୋକଙ୍କ ବିଶ୍ୱାସ ହିଁ ତାଙ୍କର ସବୁଠାରୁ ବଡ଼ ଶକ୍ତି, ଏବଂ ଲୋକସେବା ହିଁ ତାଙ୍କର ଜୀବନର ମୂଳ ଲକ୍ଷ୍ୟ। ଆଜି ତାଙ୍କର ପବିତ୍ର ଜନ୍ମଦିନର ଶୁଭ ଅବସରରେ ଆମେ ଜଣାଉଛୁ ଅନ୍ତରିକ ଶ୍ରଦ୍ଧା, ଅଜସ୍ର ଶୁଭେଚ୍ଛା, ଅଭିନନ୍ଦନ ଓ ହାର୍ଦ୍ଦିକ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ସେ ସଦା ସୁସ୍ଥ, ନିରାମୟ, ଦୀର୍ଘାୟୁ ଓ ସୁଖମୟ ଜୀବନ ବିତାନ୍ତୁ। ଜନସେବାର ଏହି ମହାନ ଯାତ୍ରାରେ ସେ ନୂତନ ଉଦ୍ୟମ, ନୂତନ ପ୍ରେରଣା ଓ ନୂତନ ସଫଳତା ସହ ସର୍ବଦା ଅଗ୍ରସର ହୁଅନ୍ତୁ। ତାଙ୍କର ନେତୃତ୍ୱ ଓ ସେବାଭାବ ସମାଜକୁ ଆହୁରି ସମୃଦ୍ଧ ଏବଂ ପ୍ରଗତିଶୀଳ କରୁ—ଏହାହିଁ ଆମର ଅନ୍ତରର ପ୍ରାର୍ଥନା। ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା,

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଜୁନାଗଡ ବ୍ଲକ ସମ୍ମୁଖରେ ଧାରଣା ଦେବା  ପାଇଁ ଚାଷୀଙ୍କ ଚେତାବନୀ
Aug 1, 2026•108 views

ଜୁନାଗଡ ବ୍ଲକ ସମ୍ମୁଖରେ ଧାରଣା ଦେବା ପାଇଁ ଚାଷୀଙ୍କ ଚେତାବନୀ

ଜୁନାଗଡ ବ୍ଲକ ଅନ୍ତର୍ଗତ ଅନେକ ପଞ୍ଚାୟତ ରେ କେବଳ ମହିଳା ସ୍ଵସହାୟକ ଗୋଷ୍ଠି ନାମରେ ମିଲରସ ମାନେ ହିଁ ଧାନ କ୍ରୟ କରୁଥିବା ଦେଖିବାକୁ ମିଳୁଛି। ବିଗତ ଦିନରେ ଆମେ ଏହାର ଜଳନ୍ତ ଉଦାହରଣ ଦେଖିଛେ। ହଜାର ହଜାର ବସ୍ତା ଧାନ ନଷ୍ଟ ହୋଇଥିଲା। ଚାଷୀ ଏହି କ୍ଷତି କେବେମଧ୍ୟ ଭୁଲି ପାରିବେ ନାହିଁ ବୋଲି ଅନେକ ଚାଷୀ ମତ ପ୍ରକାଶ କରିଛନ୍ତି। ଏହି ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ଜୁନାଗଡ ର ଭଇରିଗୁଡ଼ା ପଞ୍ଚାୟତ ରେ ପଦ୍ମାଳୟା ଗୋଷ୍ଠି ସରକାରୀ କାଗଜରେ ଧାନ କ୍ରୟ କରୁଥିବା କୁହାଯାଉଛି କିନ୍ତୁ ବାସ୍ତବରେ ମିଲର୍ସ ଓ ପ୍ରଶାସନ ର ମଧୁଚନ୍ଦ୍ରିକାରେ ଚାଷୀ ହଇରାଣ ହେଉଥିବା ପଞ୍ଚାୟତ କୃଷକ ସଂଘ ସଭାପତି ଦେବରାଜ ବାଣୁଆ, ସମ୍ପାଦକ ପଞ୍ଚାନନ ମାଝୀ ଓ ସଂଘର ଅନ୍ୟ କର୍ମକର୍ତ୍ତା,ଚାଷୀ ମାନେ ପ୍ରକାଶ କରିଛନ୍ତି। ଦେଇ ଥିବା ସୂଚନା ମୁତାବକ ପଦ୍ମାଳୟା ଗୋଷ୍ଠି କୁ ବାତିଲ କରି ଆଟି ଗାଁ ପ୍ରାଥମିକ କୃଷି ସମବାୟ ସମିତି କୁ ପ୍ରଦାନ ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀ ,ଜିଲ୍ଲାପାଳ କଳାହାଣ୍ଡି ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିବାର ଏକମାସ ହେବାକୁ ଯାଉଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ବୋଲି ଜଣାଇ ଛନ୍ତି। ଏବଂ ଆଗାମୀ ଦଶ ଦିନ ମଧ୍ୟରେ ଦାବୀ ପୂରଣ ନହେଲେ ଆଗାମୀ ଅଗଷ୍ଟ ମାସ ଦଶ ତାରିଖରୁ ବ୍ଲକ ସମ୍ମୁଖରେ ଶହଶହ ଚାଷୀ ମାନେ ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି। ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Kalahandi (କଳାହାଣ୍ଡି) • ଦେବରାଜ ବଣୁଆ , ଜୁନାଗଡ଼

ବେଆଇନ ମାଟି ପରିବହନ ଧରିଲା ଖଣି ବିଭାଗ, ଚଢାଉରେ ଜବତ ହେଲା ଗାଡ଼ି
Aug 1, 2026•54 views

ବେଆଇନ ମାଟି ପରିବହନ ଧରିଲା ଖଣି ବିଭାଗ, ଚଢାଉରେ ଜବତ ହେଲା ଗାଡ଼ି

ଚିକିଟି : ପାତ୍ରପୁର ତହସିଲ ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ବେଆଇନ ମାଟି ଖନନ ଏବଂ ପରିବହନ ସମ୍ପର୍କରେ ସୂଚନା ପାଇ ଚିକିଟି ଖଣି ଅଧିକାରୀ ମାନେ ମଙ୍ଗଳବାର ଦିନ ଅତର୍କିତ ଚଢାଉ କରିଥିଲେ। ଚଢ଼ାଉ ସମୟରେ, ବେଆଇନ ଭାବରେ ଖନନ କରାଯାଇଥିବା ମାଟି ବୋଝେଇ ତିନୋଟି ଟ୍ରାକ୍ଟର ଜବତ କରାଯାଇଥିଲା, ଯେତେବେଳେ ଖନନ ପାଇଁ ବ୍ୟବହୃତ ଜେସିବି ମେସିନ୍ ଅଧିକାରୀମାନେ ବାଧା ଦେବା ପୂର୍ବରୁ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲା। ସୂଚନା ଅନୁଯାୟୀ, ପାତ୍ରପୁର ତହସିଲର କେଲୁଆ ରାଜସ୍ୱ ନିରୀକ୍ଷକ ସର୍କଲ୍ ଅନ୍ତର୍ଗତ ନାରାୟଣପୁର ପାହାଡ଼ ନିକଟରେ ଏକ ଜେସିବି ମେସିନ୍ ସାହାଯ୍ୟରେ ବେଆଇନ ମାଟି ଖନନ କରାଯାଉଥିଲା। ଖନନ କରାଯାଇଥିବା ମାଟି ଟ୍ରାକ୍ଟର ଦ୍ୱାରା ନିକଟସ୍ଥ ଏକ ନିମ୍ନ କ୍ଷେତ୍ରକୁ ପରିବହନ କରାଯାଉଥିଲା ବୋଲି ଜଣାପଡିଛି। ସୂଚନା ପାଇ ଚିକିଟି ଖଣି ବିଭାଗର ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଚଢାଉ ଆରମ୍ଭ କରିଥିଲେ। ଅଧିକାରୀଙ୍କ ଆଗମନ ଜାଣିପାରି ଜେସିବି ଅପରେଟର ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ବେଆଇନ ଭାବରେ ଖନନ କରାଯାଇଥିବା ମାଟି ବୋଝେଇ ତିନୋଟି ଟ୍ରାକ୍ଟରକୁ ଘଟଣାସ୍ଥଳରୁ ଜବତ କରାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ ଆଲୋଚନା ଅନୁସାରେ ଟ୍ରାକ୍ଟର ଜବତ ହେବା ପରେ ସ୍ଥାନୀୟ ବାସିନ୍ଦାଙ୍କ ଏକ ଗୋଷ୍ଠୀ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି କରିଥିଲେ। ପରିସ୍ଥିତିକୁ ବିଚାର କରି, ଖଣିବିଭାଗ ତୁରନ୍ତ ଜରଡା ପୋଲିସକୁ ଖବର ଦେଇଥିଲା। ପୋଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଜବତ ଟ୍ରାକ୍ଟର ଗୁଡ଼ିକୁ ଜରଡା ପୋଲିସ ଷ୍ଟେସନକୁ ସ୍ଥାନାନ୍ତର କରିଛନ୍ତି, ଯେଉଁଠାରେ ସେମାନଙ୍କୁ ହେପାଜତରେ ରଖାଯାଇଛି। ଖଣି ବିଭାଗ ବେଆଇନ ଖୋଳାଖୋଳି ଏବଂ ମାଟି ପରିବହନ ଅଭିଯୋଗରେ ଏକ ମାମଲା ରୁଜୁ କରିଛି ଏବଂ ତଦନ୍ତ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ପାତ୍ରପୁର ତହସିଲରେ ମାଟି, ମୋରମ୍, ପଥର ଏବଂ ବାଲି ବେଆଇନ୍ ଉତ୍ତୋଳନ ଏବଂ ପରିବହନ ଅଭିଯୋଗ ବାରମ୍ବାର ଆସିଛି। ଏହି କାର୍ଯ୍ୟାନୁଷ୍ଠାନ ପରେ, ସ୍ଥାନୀୟ ବାସିନ୍ଦା ଖଣି ବିଭାଗର କାର୍ଯ୍ୟକଳାପ ବିରୁଦ୍ଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ନଜର ରଖିଛନ୍ତି।

Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ପୁରୀ–ପାତାଳଗଙ୍ଗା ସରକାରୀ ବସ୍ ସେବା ଆରମ୍ଭ ପାଇଁ ଦାବି  ପରିବହନ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ବରିଷ୍ଠ ବିଜେପି ନେତା ଲମ୍ବୋଦର ନିଆଲ
Aug 1, 2026•21 views

ପୁରୀ–ପାତାଳଗଙ୍ଗା ସରକାରୀ ବସ୍ ସେବା ଆରମ୍ଭ ପାଇଁ ଦାବି ପରିବହନ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ବରିଷ୍ଠ ବିଜେପି ନେତା ଲମ୍ବୋଦର ନିଆଲ

ଖଡ଼ିଆଳ: ପୁରୀରୁ ପାତାଳଗଙ୍ଗା ପର୍ଯ୍ୟନ୍ତ ସିଧାସଳଖ ସରକାରୀ ବସ୍ ସେବା ଆରମ୍ଭ କରିବା ଦାବିରେ ନୂଆପଡ଼ା ଜିଲ୍ଲାର ବରିଷ୍ଠ ବିଜେପି ନେତା ଲମ୍ବୋଦର ନିଆଲ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ପୁରୀ–ପାତାଳଗଙ୍ଗା ସରକାରୀ ବସ୍ ସେବା ଆରମ୍ଭ ହେଲେ ନୂଆପଡ଼ା ଜିଲ୍ଲା ସମେତ ସମଗ୍ର ପଶ୍ଚିମ ଓଡ଼ିଶାର ହଜାର ହଜାର ଯାତ୍ରୀ, ଶ୍ରମିକ, ଛାତ୍ରଛାତ୍ରୀ ଓ ବ୍ୟବସାୟୀମାନେ ଉପକୃତ ହେବେ। ବିଶେଷକରି ଶ୍ରୀକ୍ଷେତ୍ର ପୁରୀକୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଥିବା ଭକ୍ତମାନଙ୍କ ପାଇଁ ଏହି ବସ୍ ସେବା ବେଶ୍ ସୁବିଧାଜନକ ସାବ୍ୟସ୍ତ ହେବ। ଏହାଛଡ଼ା ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶା ମଧ୍ୟରେ ଯାତାୟାତକୁ ଅଧିକ ସୁଗମ କରିବା ସହ ଲୋକଙ୍କ ସମୟ ଓ ଖର୍ଚ୍ଚ ସଞ୍ଚୟରେ ମଧ୍ୟ ଏହି ବସ୍ ସେବା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ସ୍ମାରକପତ୍ରରେ ଦର୍ଶାଯାଇଛି। ଦାବିପତ୍ର ଗ୍ରହଣ କରିବା ପରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରସ୍ତାବଟିକୁ ସକାରାତ୍ମକ ଦୃଷ୍ଟିକୋଣରୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବାକୁ ଆଶ୍ୱାସନ ଦେଇଥିବା ଜଣାପଡ଼ିଛି। ଏହି ବସ୍ ସେବା ଆରମ୍ଭ ହେଲେ ନୂଆପଡ଼ା ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ଲୋକଙ୍କ ଦୀର୍ଘଦିନର ଦାବି ପୂରଣ ହେବା ସହ ଯାତାୟାତ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

Nuapada (ନୂଆପଡ଼ା) • ରିପୋର୍ଟ: ଭଜନ ଲାଲ ଜଗତ

ଅନ୍ୱେଷା ର ୧୨୭ ତମ ମାଗଣା ହାଟ କାର୍ଯ୍ୟକ୍ରମ
Aug 1, 2026•62 views

ଅନ୍ୱେଷା ର ୧୨୭ ତମ ମାଗଣା ହାଟ କାର୍ଯ୍ୟକ୍ରମ

ରାଉରକେଲା: ସାମାଜିକ ଅନୁଷ୍ଠାନ ଅନ୍ବେଷା ତରଫରୁ ୧୨୭ ତମ ମାସିକିଆ ମାଗଣା ହାଟ ୯ନମ୍ବର ୱ।ର୍ଡ ବାସନ୍ତୀ କଲୋନୀର ଦୁର୍ଗାପୁର ସ୍ଥିତ କୁଷ୍ଠ କଲୋନୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଅନୁଷ୍ଠାନର ଏଭଳି ଅନନ୍ୟ କାର୍ଯ୍ୟକ୍ରମ ପାଇଁ ସାଧୁବାଦ୍ ଦେଇଥିଲେ। ଆଜିର ଏହି ହାଟ କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିରଞ୍ଚି ନାରାୟଣ ପଟ୍ଟନାୟକ, ଅର୍ଚ୍ଚନା ସାହୁ,ମୀଲନ କୁମାରୀ ପଣ୍ଡା, ସୁନିଲ ସମ୍ପପୁରିଆ, ରଶ୍ମିତା ପଣ୍ଡା, ଧନଲକ୍ଷ୍ମୀ ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ କଲୋନୀର କିଛି ଅନ୍ତେବାସୀଙ୍କୁ ଛତା ଓ ପୋଷାକ ପତ୍ର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉକ୍ତ କଲୋନୀର ସଭାପତି ବଂଶୀ ନାଏକ,କୁମ ବିଶ୍ବାଳ ଓ ନନ୍ଦିନୀ ବରିହା ପ୍ରମୁଖ ଉପସ୍ଥିତ ଥିଲେ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ବିଭିନ୍ନ ଦାବିରେ ସି ପି ଆଇ ଏମ୍ ର ବିକ୍ଷୋଭ, ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ
Aug 1, 2026•64 views

ବିଭିନ୍ନ ଦାବିରେ ସି ପି ଆଇ ଏମ୍ ର ବିକ୍ଷୋଭ, ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ

ରାଉରକେଲା : ଲୋକଙ୍କ ଜୀବନ ଜୀବିକା ଓ ବଞ୍ଚିବାର ଅଧିକାର ସୁରକ୍ଷା ଦାବିକୁ ନେଇ ସି ପି ଆଇ ଏମ୍ ଓଡ଼ିଶା ରାଜ୍ୟ କମିଟି ଆହ୍ୱାନରେ ପାର୍ଟି ର ରାଉରକେଲା ଆଂଚଳିକ କମିଟି ପକ୍ଷରୁ ଜୁଲାଇ ମାସ ତମାମ ଘର ଘର ବୁଲି ପ୍ରଚାର ଅଭିଯାନ କରିବା ସହିତ ଆଜି ପ୍ରଚାର ଅଭିଯାନ ର ଶେଷ ଦିନରେ ପାନପୋଷ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଉଦ୍ଦେଶ୍ୟରେ ଏକ ୨୩ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଲଆଇଅଆଇ ପାର୍ଟିର ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭ ରେ ପାର୍ଟିର ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ଜିଲ୍ଲା କମିଟି ସଦସ୍ୟ ବି ପି ମହାପାତ୍ର, ଆଂଚଳିକ ସଂପାଦକ ମଣ୍ଡଳୀ ସଦସ୍ୟ ଅଜୟ ଶର୍ମା, ଭାଗିରଥି ଟୁଡୁ, ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାସ, ଲକ୍ଷ୍ମୀଧର ନାୟକ, ଆଂଚଳିକ କମିଟି ସଦସ୍ୟ ଏନ୍ ଏନ୍ ପାଣିଗ୍ରାହୀ, ଅରୁଣ ମହାରଣା, ପ୍ରଭାତ ମହାନ୍ତି, ଅଜିତ ଏକ୍କା ପ୍ରମୁଖ ବକ୍ତବ୍ୟ ରଖି ଓଡ଼ିଶା ରେ ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରଠାରୁ ସାଧାରଣ ଲୋକଙ୍କ ଜୀବନ ଜୀବ ଅଧିକ ଯନ୍ତ୍ରଣାଦାୟକ ହୋଇପଡିଛି। ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପ୍ରତାରଣା ରେ ପରିଣତ ହୋଇଛି। ଦରଦାମ ବୃଦ୍ଧି, ବେକାରୀ, କୃଷି ସଂକଟ, ଶ୍ରମିକ ଶୋଷଣ, ମହିଳା ଙ୍କ ଉପରେ ବଢୁଥିବା ଅତ୍ୟାଚାର, ଆଦିବାସୀ ଓ ଦଳିତ ଙ୍କ ଉପରେ ଦମନ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଶିକ୍ଷା ରେ ଅରାଜକତା, ଭୁଷୁଡି ପଡ଼ିଥିବା ସ୍ଵାସ୍ଥ୍ୟ ବ୍ୟବସ୍ଥା, ବିଦ୍ୟୁତ ଦରବୃଦ୍ଧି, ସାମାଜିକ ସୁରକ୍ଷା ଯୋଜନା ରେ କଟକଣା ଏବଂ କର୍ପୋରେଟ ସ୍ବାର୍ଥ ପାଇଁ ଜମି, ଜଙ୍ଗଲ ଓ ଖଣିଜ ସଂପଦ ର ଲୁଣ୍ଠନ ଆଦି ଜନ ବିରୋଧି ସରକାର ଙ୍କ କାର୍ଯ୍ୟ ସାଧାରଣ ଜନଜୀବନ କୁ ବିପର୍ଯ୍ୟସ୍ତ କରିଦେଇଛି । ଏହା ବିରୁଦ୍ଧରେ ସକଳସ୍ତରର ଜନଗଣ ଏକ ହେବାକୁ ବକ୍ତାମାନେ ଆହ୍ବାନ କରିଥିଲେ। ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ସ୍ମାରକପତ୍ର ରେ କୁହାଯାଇଛି ଯେ ଓଡ଼ିଶା ରେ ପ୍ରଥମ ଥର ପାଇଁ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଙ୍କ ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପାଠ୍ୟପୁସ୍ତକ ରେ ବ୍ୟାପକ ମୁଦ୍ରଣ ବିଭ୍ରାଟ ହୋଇଛି ଯାହାର ଉତ୍ତରଦାୟିତ୍ୱ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନେଇ ତୁରନ୍ତ ଇସ୍ତଫା ଦେବା ଦରକାର। ତତ୍ ସହିତ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ର ଅହେତୁକ ବଜାର ଦର ନିୟନ୍ତ୍ରଣ କରିବା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ର ଦରବୃଦ୍ଧି ନିୟନ୍ତ୍ରଣ, ଚାଷୀ ଙ୍କୁ ସର୍ବନିମ୍ନ ଏମ୍ ଏସ ପି ପ୍ରଦାନ ଓ ଚାଷୀ ଆତ୍ମହତ୍ୟା ରୋକିବାକୁ କୃଷି ଋଣ ଛାଡ କରିବା, ମନରେଗା ରେ ୨ ଶହ ଦିନ କାମ ଓ ୭ ଶହ ଟଙ୍କା ଦୈନିକ ମଜୁରୀ, ଶ୍ରମିକ ବିରୋଧୀ ୪ ଟି ଶ୍ରମ କୋର୍ଡ ବାତିଲ, ସର୍ବନିମ୍ନ ମଜୁରୀ ଓ ସମାନ କାମକୁ ସମାନ ଦରମା, ରାଉରକେଲା ସରକାରୀ ଡାକ୍ତରଖାନାର ସଂପ୍ରସାରଣ ସହିତ ଅଧିକ ସ୍ପେସାଲିଷ୍ଟ ଡାକ୍ତର, ନର୍ସ ସହିତ ଅଧିକ ବେଡ୍ ଓ ଅଧିକ ଟିକେଟ କାଉଣ୍ଟର ଖୋଲିବା,ଇ ଏସ ଆଇ ସି ମଡେଲ ହସ୍ପିଟାଲ ରେ ଅଧିକ ଡାକ୍ତର,ନର୍ସ, ପାରା ମେଡିକାଲ ଷ୍ଟାଫ୍ ନିଯୁକ୍ତ, ଆର୍ ଏସ ପି ସଂପ୍ରସାରଣ ରେ ସ୍ଥାନୀୟ ବେକାର ଙ୍କୁ ନିଯୁକ୍ତି, ଜନବିରୋଧୀ ଟାଟା ପାୱାର ର ସ୍ମାର୍ଟ ମିଟର ତୁରନ୍ତ ପ୍ରତ୍ୟାହାର ଓ ବିଦ୍ୟୁତ ସଂଶୋଧନ ବିଲ୍ ପ୍ରତ୍ୟାହାର ପ୍ରଭୃତି ଦାବିକୁ ସରକାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଏହି ବିକ୍ଷୋଭ ରେ ଅନ୍ୟମାନଙ୍କ ମଧ୍ୟରେ ପାର୍ଟି ନେତା ବସନ୍ତ ପାଢ଼ୀ,କବି ପ୍ରଧାନ, ସାଗର ଛୋଟରାୟ, ଏନ୍ କେ ରାଉତରାୟ, ବଛିରାମ ବେହେରା, ବିଶ୍ଵନାଥ ଲେଙ୍କା, ପ୍ରମୋଦ ପରିଡ଼ା, ନିରଞ୍ଜନ ସିଂହ, ଅଶୋକ ଦାସ,ଆଦିତ୍ୟ ନାୟକ, ଲକ୍ଷ୍ମୀ ମହାନ୍ତି,କୁନ୍ଦନ ବେହେରା, ଜନ୍ମେଜୟ ଘୋଷ,ରାଜୀବ ବସନ୍ତ ରାୟ ପ୍ରମୁଖ ନେତ୍ବତୃ ନେଇଥିଲେ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଲଗାଣ ବର୍ଷାରେ ଭୁଶୁଡ଼ିଲା ବିଧବାଙ୍କ ଘର କାନ୍ଥ, ତିନି ସନ୍ତାନଙ୍କୁ ନେଇ ଅସହାୟ ଅବସ୍ଥାରେ ପରିବାର, ସରକାରୀ ସହାୟତା ଦାବି
Aug 1, 2026•46 views

ଲଗାଣ ବର୍ଷାରେ ଭୁଶୁଡ଼ିଲା ବିଧବାଙ୍କ ଘର କାନ୍ଥ, ତିନି ସନ୍ତାନଙ୍କୁ ନେଇ ଅସହାୟ ଅବସ୍ଥାରେ ପରିବାର, ସରକାରୀ ସହାୟତା ଦାବି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁ ରାବେଡା ପଞ୍ଚାୟତର କଳିଆପଦର ଗ୍ରାମରୁ ଏକ ହୃଦୟବି ଦାରକ ଘଟଣା ସାମ୍ନାକୁ ଆସିଛି। ଗତ ୨୭ ଓ ୨୮ ତାରିଖର ଲଗାଣ ବର୍ଷାରେ ଜଣେ ବିଧବା ମହିଳାଙ୍କ ଘରର ଏକ କାନ୍ଥ ଭୁଶୁଡ଼ି ପଡ଼ିବା ସହ ଘର ଭିତରେ ଥ‌ିବା ଆସବାବପତ୍ର ମଧ୍ଯ କ୍ଷତିଗ୍ରସ୍ତ ହୋଇଛି। ଏହା ପରେ ତିନି ସନ୍ତାନଙ୍କୁ ନେଇ ସେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ସୂଚନା ଅନୁଯାୟୀ, କଳି ଆପଦର ଗ୍ରାମର ୩୫ ବର୍ଷୀୟା ବିଧବା ପ୍ର ଶାନ୍ତି ହରିଜନଙ୍କ ସ୍ଵାମୀଙ୍କର ପ୍ରାୟ ସାତ ବର୍ଷ ପୂର୍ବରୁ ମୃତ୍ୟୁ ଘଟିଥିଲା। ସେହିଦିନଠାରୁ ସେ ନିଜର ଦୁଇ ଝିଅ ଓ ଜଣେ ପୁଅଙ୍କୁ ନେଇ ଅତ୍ୟନ୍ତ କଷ୍ଟରେ ଜୀବନ ବିତାଉଛନ୍ତି। ତାଙ୍କର ବଡ଼ ଝିଅ ଚିନୁ (୧୨), ପୁଅ ସିନୁ (୧୦) ଓ ସାନ ଝିଅ ମାମୁନି (୮) ବର୍ଷ ବୟସ । ଲଗାତାର ବର୍ଷା ଯୋଗୁଁ ଘରର ଏକ କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା। କାନ୍ଥ ଭାଙ୍ଗି ପଡ଼ିବା ସହ ଘର ଭିତରେ ଥିବା ଆଲମାରୀ ଉପରେ ଇଟା ପଡ଼ି ତାହା ହା ମଧ୍ଯ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହେ । ଇ ଯ । ଇ ଛ । ସୌଭାଗ୍ୟବଶତଃ ଘଟଣା ସମୟରେ ପରିବାରର କେହି ଆହତ ହୋଇନଥିଲେ । ତେବେ ଘରର ଅବସ୍ଥା ବିପଦଜନକ ହୋଇପଡ଼ି ଥ‌ିବାରୁ ବର୍ଷା ଦିନରେ ପରିବାରର ସୁରକ୍ଷିତ ରହଣିକୁ ନେଇ ଗଭୀର ଚିନ୍ତା ସୃଷ୍ଟି ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଲୋକପ୍ରତିନିଧ୍ ଓ ଗ୍ରାମବାସୀମାନେ ପ୍ରଶାସନଙ୍କୁ ପ୍ରଶାନ୍ତି ହରିଜନଙ୍କୁ ସରକାରୀ ରିଲିଫ୍ ସହାୟତା, କ୍ଷତିପୂରଣ ଏବଂ ପକ୍କା ଘର ଯୋଜନାରେ ସାମି ଲ କରି ବାକୁ ଦାବି କରି ଛନ୍ତି । ଜଣେ ବିଧବା ମହିଳା ତିନି ଛୋଟ ପିଲାଙ୍କୁ ନେଇ ଅସହାୟ ଅବସ୍ଥାରେ ଜୀବନ ବିତାଉଥ୍ ବାରୁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ମାନବିକ ଦୃଷ୍ଟି କୋଣରୁ ସହାୟତା ଯୋଗାଇବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି ।

Nabarangpur (ନବରଙ୍ଗପୁର) • ରିପୋର୍ଟ : ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Rare Reptile Rescued in Nuapada; Safely Released into Forest by Forest Department
Aug 1, 2026•69 views

Rare Reptile Rescued in Nuapada; Safely Released into Forest by Forest Department

A rare species of reptile was rescued from Paikapada village under Komna block of Nuapada district on Friday. Acting promptly on information received from local residents, officials of the Forest Department safely rescued the animal and later released it into the nearby Tandul Hills forest. According to reports, the reptile was spotted roaming in front of the house of local resident Abinash Mallik around noon. Concerned villagers immediately informed the Forest Department. A rescue team led by Komna Ranger Bharat Bandhu Sabar, along with Wildlife Warden Mayadhar Saraf, Forester Bibekananda Mirdha, Forest Guard and wildlife rescuer Bimbadhar Hans, and Para Forest Guard Sagar Thela, reached the spot and successfully rescued the reptile. It was subsequently released into its natural habitat in the Tandul Hills forest. The incident has once again brought attention to a long-standing local superstition associated with this rare reptile. In some areas, people believe that spotting the animal is inauspicious and therefore kill it. In extreme cases, its carcass is wrapped in new clothes, given funeral rites, and mourned as though a family member has passed away. Forest officials have appealed to the public not to fall prey to such superstitions and instead help protect wildlife. Komna Ranger Bharat Bandhu Sabar stated that wild animals are an invaluable part of nature and play a vital role in maintaining ecological balance. He urged people not to harm such animals and to immediately inform the Forest Department whenever they are spotted, so they can be safely rescued and returned to their natural habitat. The Forest Department also emphasized that public awareness and community participation are essential for conserving biodiversity and protecting rare wildlife species.

Nuapada (ନୂଆପଡ଼ା) • Malaya Meher & Girendra Jagat

ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ କଲେ ସରପଞ୍ଚ ପ୍ରିତ୍ତମ ଦାସ
Aug 1, 2026•77 views

ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ କଲେ ସରପଞ୍ଚ ପ୍ରିତ୍ତମ ଦାସ

ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଅନେକ ଗ୍ରାମର ଜନଜୀବନକୁ ବିପର୍ଯ୍ୟସ୍ତ କରିଦେଇଛି। ବିଶେଷକରି ଧାମନଗର ବ୍ଲକ ଅଧୀନ ରାଧାବଲ୍ଲଭପୁର ପଞ୍ଚାୟତର ସୋଳଗାଁ ସମେତ ବିଭିନ୍ନ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବାରୁ ଲୋକମାନେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏପରି ଦୁର୍ଦ୍ଦିନରେ ରାଧାବଲ୍ଲଭପୁର ପଞ୍ଚାୟତର ସରପଞ୍ଚ ପ୍ରିତ୍ତମ ଦାସ ନିଜ ଟିମ୍‌ ସହ ବନ୍ୟା ବିପନ୍ନଙ୍କ ସେବାରେ ଆଗକୁ ଆସିଛନ୍ତି। ସରପଞ୍ଚ ପ୍ରିତ୍ତମ ଦାସଙ୍କ ନେତୃତ୍ୱରେ ସୋଳଗାଁର ବନ୍ୟା ପ୍ରଭାବିତ ପରିବାରମାନଙ୍କ ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ବନ୍ୟା ଜଳ ଘେରରେ ରହିଥିବା ପରିବାରମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇବା ସହ ସେମାନଙ୍କର ଦୈନନ୍ଦିନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଲୋକମାନଙ୍କ ଦୁଃଖଦୁର୍ଦ୍ଦଶା ଦେଖି ସେମାନଙ୍କୁ ସାହସ ଓ ଆଶ୍ୱାସନା ଦେଇଥିଲେ ଯେ, ପ୍ରଶାସନ ଏବଂ ପଞ୍ଚାୟତ ପକ୍ଷରୁ ସମ୍ଭବ ସମସ୍ତ ସହଯୋଗ ଯୋଗାଇ ଦିଆଯିବ। ଏହି ଅବସରରେ ବନ୍ୟା ଯୋଗୁଁ ଯେଉଁ ପରିବାରମାନଙ୍କର ବାସଗୃହ ଓ ଗୋରୁ ଗୁହାଳ ଭାଙ୍ଗିଯାଇଛି, ସେମାନଙ୍କ ସହ ସରପଞ୍ଚ ସିଧାସଳଖ ଆଲୋଚନା କରି କ୍ଷୟକ୍ଷତିର ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ। ସରକାରୀ ନିୟମ ଅନୁଯାୟୀ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏହା ସହ ବନ୍ୟା ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ପଞ୍ଚାୟତ ପକ୍ଷରୁ ରିଲିଫ ଓ ଆବଶ୍ୟକୀୟ ସହଯୋଗ ଜାରି ରହିବ ବୋଲି କହିଥିଲେ। ସ୍ଥାନୀୟ ଲୋକମାନେ ସରପଞ୍ଚଙ୍କ ଏହି ମାନବିକ ପଦକ୍ଷେପକୁ ପ୍ରଶଂସା କରିବା ସହ ବିପଦ ସମୟରେ ସେ ନିଜେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ଓ ସହାୟତା ପହଞ୍ଚାଇବାକୁ ସ୍ୱାଗତ କରିଛନ୍ତି। ବିପଦ ସମୟରେ ଜନପ୍ରତିନିଧିଙ୍କ ଏଭଳି ସକ୍ରିୟ ଭୂମିକା ସାଧାରଣ ଲୋକଙ୍କ ମନରେ ଆଶା ଓ ଭରସା ସୃଷ୍ଟି କରିଥିବା ମତ ପ୍ରକାଶ ପାଇଛି।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ବନ୍ୟା ବିପନ୍ନଙ୍କ ସହାୟତାରେ ଆଗେଇ ଆସିଲା ବଜରଙ୍ଗ ଦଳ
Aug 1, 2026•70 views

ବନ୍ୟା ବିପନ୍ନଙ୍କ ସହାୟତାରେ ଆଗେଇ ଆସିଲା ବଜରଙ୍ଗ ଦଳ

ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଅନେକ ଅଞ୍ଚଳର ଜନଜୀବନକୁ ବ୍ୟାପକ ଭାବେ ପ୍ରଭାବିତ କରିଛି। ବିଶେଷକରି ଭଣ୍ଡାରୀପୋଖରୀ ବ୍ଲକର ବିଭିନ୍ନ ଗ୍ରାମରେ ବନ୍ୟା ଜଳ ପ୍ରବେଶ କରିବା ଫଳରେ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏପରି ଦୁର୍ଦ୍ଦିନରେ ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ବଜରଙ୍ଗ ଦଳ ପକ୍ଷରୁ ମାନବିକ ପଦକ୍ଷେପ ନିଆଯାଇଛି। ବଜରଙ୍ଗ ଦଳର ସ୍ୱେଚ୍ଛାସେବକମାନେ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ବିପନ୍ନ ପରିବାରମାନଙ୍କୁ ଶୁଖିଲା ଖାଦ୍ୟ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରିଥିଲେ। ବନ୍ୟା ଜଳ ଘେରା ଅଞ୍ଚଳରେ ପହଞ୍ଚି ସେମାନେ ଲୋକଙ୍କ ଆବଶ୍ୟକତା ବୁଝି ସମ୍ଭବ ସହାୟତା ଯୋଗାଇଥିଲେ। ସେମାନଙ୍କ ଏହି ସେବା କାର୍ଯ୍ୟକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି। ବଜରଙ୍ଗ ଦଳ ପକ୍ଷରୁ କୁହାଯାଇଛି ଯେ, ସମାଜରେ ଯେକୌଣସି ବିପଦ ସମୟରେ ଲୋକଙ୍କ ସେବା କରିବା ସେମାନଙ୍କର ପ୍ରାଥମିକ କର୍ତ୍ତବ୍ୟ। ଆଗାମୀ ଦିନରେ ମଧ୍ୟ ବନ୍ୟା ବିପନ୍ନଙ୍କ ପାଇଁ ସହାୟତା କାର୍ଯ୍ୟ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବିପଦ ସମୟରେ ବଜରଙ୍ଗ ଦଳର ସ୍ୱେଚ୍ଛାସେବକମାନେ ଆଗକୁ ଆସି ସହଯୋଗର ହାତ ବଢ଼ାଇଥିବାରୁ ଅନେକ ପରିବାର ଉପକୃତ ହୋଇଛନ୍ତି। ଏଭଳି ମାନବିକ ସେବା କାର୍ଯ୍ୟ ସମାଜ ପାଇଁ ପ୍ରେରଣାଦାୟକ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି। ସବୁ ବେଳେ, ସବୁ ସ୍ଥିତିରେ" ସ୍ଲୋଗାନକୁ ଆଧାର କରି ବଜରଙ୍ଗ ଦଳ ପକ୍ଷରୁ କରାଯାଇଥିବା ଏହି ରିଲିଫ ସେବା କାର୍ଯ୍ୟ ବନ୍ୟା ବିପନ୍ନଙ୍କ ପାଇଁ ଆଶ୍ୱସ୍ତିର କାରଣ ପାଲଟିଛି।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ରିଲିଫ ବାଣ୍ଟି ବନ୍ୟା ବିପନ୍ନଙ୍କ ହୃଦୟ ଜିତିଲେ ତିହିଡ଼ି IIC
Aug 1, 2026•49 views

ରିଲିଫ ବାଣ୍ଟି ବନ୍ୟା ବିପନ୍ନଙ୍କ ହୃଦୟ ଜିତିଲେ ତିହିଡ଼ି IIC

ଭୟଙ୍କର ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଏହି ବନ୍ୟାର ପ୍ରଭାବରୁ ତିହିଡ଼ି ବ୍ଲକର ଅନେକ ପଞ୍ଚାୟତ ଓ ଗ୍ରାମ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଲୋକମାନଙ୍କର ଘରେ ପାଣି ପଶିଯିବା ସହ ଦୈନନ୍ଦିନ ଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏପରି ଦୁର୍ଦ୍ଦିନରେ ପ୍ରଶାସନ ଓ ପୁଲିସ ପକ୍ଷରୁ ସହାୟତା କାର୍ଯ୍ୟ ଜୋରଦାର ଭାବେ ଚାଲିଥିବା ବେଳେ ତିହିଡ଼ି ଥାନା ଅଧିକାରିଣୀ (IIC) ଲୋପାମୁଦ୍ରା ନାୟକ ନିଜର ମାନବିକତା ଓ କର୍ତ୍ତବ୍ୟନିଷ୍ଠାର ପରିଚୟ ଦେଇ ସାଧାରଣ ଲୋକଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି। ତିହିଡ଼ି ବ୍ଲକର ସୟା ଅଞ୍ଚଳରେ ବନ୍ୟାରେ ପ୍ରଭାବିତ ପରିବାରମାନଙ୍କ ନିକଟରେ ସେ ନିଜେ ପହଞ୍ଚି ସେମାନଙ୍କର ସ୍ଥିତି ପରଖିଥିଲେ। ଏହା ସହ ବନ୍ୟା ବିପନ୍ନଙ୍କୁ ଆବଶ୍ୟକୀୟ ରିଲିଫ ସାମଗ୍ରୀ ବଣ୍ଟନ କରି ସେମାନଙ୍କୁ ସାହସ ଓ ଭରସା ଯୋଗାଇଥିଲେ। ବିପଦ ସମୟରେ ସରକାର ଓ ପ୍ରଶାସନ ସେମାନଙ୍କ ସହ ରହିଛି ବୋଲି ସେ ଲୋକଙ୍କୁ ଆଶ୍ୱାସନା ଦେଇଥିଲେ। ଏହି ଅବସରରେ ଲୋପାମୁଦ୍ରା ନାୟକ ଗ୍ରାମବାସୀଙ୍କ ସହ ଆଲୋଚନା କରି ବନ୍ୟା ସମୟରେ କିପରି ସୁରକ୍ଷିତ ରହିବେ, ଅନାବଶ୍ୟକ ଭାବେ ବନ୍ୟା ଜଳକୁ ନଯିବା, ବିଦ୍ୟୁତ୍ ସଂଯୋଗ ଓ ଅନ୍ୟାନ୍ୟ ବିପଦ ପ୍ରତି ସତର୍କ ରହିବା ସହ ପ୍ରଶାସନର ପରାମର୍ଶକୁ ପାଳନ କରିବା ପାଇଁ ସଚେତନ କରିଥିଲେ। ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ପୁଲିସ କିମ୍ବା ପ୍ରଶାସନକୁ ସୂଚନା ଦେବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ତିହିଡ଼ି IICଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି। ବିପଦ ସମୟରେ ପୁଲିସ କେବଳ ଆଇନ-ଶୃଙ୍ଖଳା ରକ୍ଷାରେ ସୀମିତ ନରହି ମାନବ ସେବାର ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଥିବାରୁ ବନ୍ୟା ବିପନ୍ନଙ୍କ ମନରେ ନୂଆ ଆଶା ଓ ଭରସା ସଞ୍ଚାର ହୋଇଛି। ସାଧାରଣ ଲୋକଙ୍କ ସହ ଏଭଳି ନିବିଡ଼ ସମ୍ପର୍କ ଏବଂ ସେବା ମନୋଭାବ ପାଇଁ ତିହିଡ଼ି IIC ଲୋପାମୁଦ୍ରା ନାୟକ ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଧାମନଗରରେ ବନ୍ୟାର କରୁଣ ପରିଣତି: ୭ ବର୍ଷୀୟା ଶିଶୁକନ୍ୟାର ମୃତଦେହ ଉଦ୍ଧାର, ଅଞ୍ଚଳରେ ଶୋକର ଛାୟା
Jul 31, 2026•75 views

ଧାମନଗରରେ ବନ୍ୟାର କରୁଣ ପରିଣତି: ୭ ବର୍ଷୀୟା ଶିଶୁକନ୍ୟାର ମୃତଦେହ ଉଦ୍ଧାର, ଅଞ୍ଚଳରେ ଶୋକର ଛାୟା

ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ଫତେପୁର ଗ୍ରାମରେ ବନ୍ୟାର ବିଭୀଷିକା ମଧ୍ୟରେ ଏକ ଅତ୍ୟନ୍ତ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ନୃସିଂହ ସାହୁଙ୍କ ୭ ବର୍ଷୀୟା କନ୍ୟା ବନ୍ୟା ପାଣିରେ ଭାସିଯାଇଥିବା ବେଳେ ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଅକାଳ ମୃତ୍ୟୁ ସମଗ୍ର ଫତେପୁର ଗ୍ରାମ ସମେତ ଧାମନଗର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଏପରି ଏକ ନିଷ୍ପାପ ଶିଶୁର ମୃତ୍ୟୁ ସ୍ଥାନୀୟ ଲୋକଙ୍କ ମନରେ ଗଭୀର ଦୁଃଖ ଓ ଶୋକ ସୃଷ୍ଟି କରିଛି। ଘଟଣାର ଖବର ପାଇ ସମାଜସେବୀ ଡ଼. ସଞ୍ଜୟ ଦାସ ଘଟଣାସ୍ଥଳରେ ପହଞ୍ଚି ଶୋକସନ୍ତପ୍ତ ପରିବାରଙ୍କୁ ସାନ୍ତ୍ୱନା ଜଣାଇଥିଲେ। ସେ ଦିବଙ୍ଗତ ଶିଶୁଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ପରିବାର ସଦସ୍ୟମାନଙ୍କୁ ଏହି ଅପୂରଣୀୟ ଦୁଃଖ ସହିବା ପାଇଁ ଭଗବାନଙ୍କ ନିକଟରେ ଶକ୍ତି ଓ ସାହସ ପ୍ରାର୍ଥନା କରିଥିଲେ। ଏହି ଦୁଃଖଦ ଘଟଣା ବନ୍ୟା ପରିସ୍ଥିତିରେ ଶିଶୁ ଓ ପରିବାରଙ୍କ ସୁରକ୍ଷା ପ୍ରତି ଅଧିକ ସତର୍କତା ଅବଲମ୍ବନର ଆବଶ୍ୟକତାକୁ ପୁଣିଥରେ ସାମ୍ନାକୁ ଆଣିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବନ୍ୟାପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି।

Bhadrak (ଭଦ୍ରକ) • ପ୍ରତିନିଧି: ଶିଶିର କୁମାର ସ୍ୱାଇଁ