Web News

ଧର୍ମଗଡ଼ ରକ୍ତ ଭଣ୍ଡାର ପୁନଃ କାର୍ଯ୍ୟକ୍ଷମ କରିବା ନେଇ କଳାହାଣ୍ଡି ଡିଫାଇନ ଦାବୀ
ଧର୍ମଗଡ଼ ରକ୍ତ ଭଣ୍ଡାର ପୁନଃ କାର୍ଯ୍ୟକ୍ଷମ କରିବା ନେଇ କଳାହାଣ୍ଡି ଡିଫାଇନ ଦାବୀ ରିପୋର୍ଟ : ରିତେଶ କୁମାର ମୁଣ୍ଡ ଧର୍ମଗଡ଼: ଦୀର୍ଘଦିନ ହେଲା ଧର୍ମଗଡ଼ ସ୍ଥିତ ରକ୍ତ ଭଣ୍ଡାର ବନ୍ଦ ହୋଇ ପଡିଛି। ଭିତ୍ତିଭୂମି ଅଭାବ ଦର୍ଶାଇ ବନ୍ଦ ହୋଇଥିବା ବେଳେ ରୋଗୀ ମାନେ ନାନା ପ୍ରକାର ଅସୁବିଧା ର ସମ୍ମୁଖୀନ ହୋଉଛନ୍ତି। ଏପରିକି ଗତ ଶନିବାର ଦିନ ରକ୍ତ ଅଭାବ ରୁ ଏକ ଶିଶୁପୁତ୍ର ମୃତ୍ୟୁ ହୋଇଥିବା ଅଭିଯୋଗ ଉଠିଛି।ଏହାକୁ ନେଇ ଧର୍ମଗଡ଼ ଡାକ୍ତରଖାନା ଛକ ନିକଟରେ ମୁଖ୍ୟ ରାସ୍ତା ଅବରୋଧ କରି ସ୍ଥାନୀୟ ଲୋକ ଆନ୍ଦୋଳନ କରିଥିଲେ।ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣା ପ୍ରତି ପ୍ରଶାସନ ନିରବ ସାଜିବା ନେଇ ବିଭିନ୍ନ ମହଲ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।ସୋମବାର ଦିନ ଡିଫାଇନ କଳାହାଣ୍ଡି ପ୍ରତିଷ୍ଠାତା ମଧୁ ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ଜୟନ୍ତ କୁମାର ନାଏକ ଙ୍କ ନେତୃତ୍ୱ ରେ ଏକ ଟିମ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟ ର ରକ୍ତ ଭଣ୍ଡାର ଅତିଶୀଘ୍ର ପୁନଃ କାର୍ଯ୍ୟକ୍ଷମ କରିବା,ରକ୍ତ ଅଭାବରୁ ଶିଶୁ ପୁତ୍ର ର ମୃତ୍ୟୁ ହୋଇଥିବା ପରିବାର କୁ କ୍ଷତି ପୂରଣ ସହ ନିରପେକ୍ଷ ତଦନ୍ତ କରିବା ଆଦି ଦାବୀ ରେ ଉଲ୍ଲେଖ ରହିଛି। ଏଭଳି ସମ୍ବେଦନଶୀଳ ବିଷୟ ପ୍ରତି ପ୍ରଶାସନ ବେଶ ଯତ୍ନବାନ ହୋଇ ତତ୍ପରତା ହେବା କୁ ଡିଫାଇନ କଳାହାଣ୍ଡି ପକ୍ଷରୁ ଅନୁରୋଧ କରାଯାଇଛି। ଏହାକୁ ତ୍ୱରାନ୍ୱିତ କରା ନ ଗଲେ ଡିଫାଇନ କଳାହାଣ୍ଡି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆ ଯାଇଛି। ଅତିରିକ୍ତ ଉପଜିଲ୍ଲାପାଳ ଅମିତ ବେହେରା ଦାବୀ ପତ୍ର ଗ୍ରହଣ କରିବା ବେଳେ ବାପି ସାହୁ, ବିଦ୍ୟା ଧର ମୁଣ୍ଡ, ଲମ୍ବୋଧର ତାଣ୍ଡି, କାକିଆ ସରାପ, ଚିତ୍ରସେନ ଜାଲ,ପ୍ରଭାକର ବେହେରା, ଦେବେଶ ନାୟକ,ପ୍ରଣବ ଭୋକ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।
Kalahandi (କଳାହାଣ୍ଡି) • ରିପୋର୍ଟ : ରିତେଶ କୁମାର ମୁଣ୍ଡ

ହାତୀ ନଦୀ ଉପରେ ପ୍ରସ୍ତାବିତ ନୂତନ ପୋଲ ନିର୍ମାଣ ଶୀଘ୍ର କାର୍ଯ୍ୟ ଆରମ୍ଭ ପାଇଁ ରାଜ୍ୟ ସରକାରଙ୍କୁ ଦାବୀ
ହାତୀ ନଦୀ ଉପରେ ପ୍ରସ୍ତାବିତ ନୂତନ ପୋଲ ନିର୍ମାଣ ଶୀଘ୍ର କାର୍ଯ୍ୟ ଆରମ୍ଭ ପାଇଁ ରାଜ୍ୟ ସରକାରଙ୍କୁ ଦାବୀ ରିପୋର୍ଟ - ଦେବରାଜ ବାଣୁଆ,ଜୁନାଗଡ ଜୁନାଗଡ ବ୍ଲକ୍ ର ହାତୀ ନଦୀ ବାଙ୍ଗଡଙ୍ଗରି ଘାଟ ଉପରେ ପ୍ରସ୍ତାବିତ ନୂତନ ପୋଲ ନିର୍ମାଣ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ। ସୂଚନା ମୁତାବକ ରାଜ୍ୟ ସରକାର ଏହି ପୋଲ ନିର୍ମାଣ ପାଇଁ ୨୧.୫୮ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।ଏଣୁ ଅଞ୍ଚଳ ବାସୀ ଜୁନାଗଡ ବିଧାୟକ ସମେତ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୋଲ ନିର୍ମାଣ ମଞ୍ଜୁରି ର ଏକ ବର୍ଷ ରୁ ଅଧିକ ସମୟ ହେବ ବିଭିନ୍ନ ପ୍ରକାର ପରୀକ୍ଷା ପ୍ରସ୍ତାବିତ ପୋଲ ପାଖରେ ମଧ୍ୟ କରାଯାଇ ଅଛି । ଏହି ପୋଲ ନିର୍ମାଣ ହେଲେ ଜୁନାଗଡ ବ୍ଲକ ଓ ଗୋଲାମୁଣ୍ଡା ବ୍ଲକ ଗମନା ଗମନର ସୁବିଧା ହୋଇ ପାରିବ। ରାଜ୍ୟ ସରକାର କିପରି ଏହି ପୋଲ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ସେଥିପାଇଁ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ଦାବୀ କରୁଛନ୍ତି।
Kalahandi (କଳାହାଣ୍ଡି) • ରିପୋର୍ଟ - ଦେବରାଜ ବାଣୁଆ,ଜୁନାଗଡ

Thousands of Paddy Bags Exposed to Rain at Tukla Mandi: Farmers Question Administrative Inaction
Thousands of Paddy Bags Exposed to Rain at Tukla Mandi: Farmers Question Administrative Inaction Khariar Reporter: Bhajanlal Jagat The arrival of the monsoon is usually a reason for celebration among farmers. However, the situation at the Tukla Paddy Procurement Centre (Mandi) presents a contrasting picture, where concern and uncertainty have replaced hope. Thousands of paddy bags stored in the open and under large trees were reportedly exposed to rain on Sunday, raising serious concerns about crop damage and the safety of farmers’ hard-earned produce. A visit to the mandi reveals a troubling scene. Long rows of paddy bags can be seen stacked under tarpaulins in an open field, with no permanent storage infrastructure in place. Despite being covered, rainwater is believed to have seeped into several stacks, increasing the risk of damage to the grain. In some places, the bags are stored directly on the ground, making them vulnerable to moisture from below as well. The incident has once again highlighted a long-standing issue: despite years of paddy procurement operations at Tukla, a permanent mandi or modern storage facility has yet to be established. Farmers allege that while the problem recurs every year, the concerned authorities have failed to take any concrete steps beyond offering assurances. Paddy cultivation involves months of hard work, financial investment, and constant struggle against unpredictable weather conditions. Farmers say it is disheartening that after successfully producing and delivering their crop to the mandi, they still have to worry about its safety due to inadequate storage arrangements. Delayed lifting of procured paddy has further aggravated the situation. Large quantities of paddy continue to remain piled up in the mandi for days, and the recent rainfall has intensified fears of quality deterioration and possible deductions during assessment. Farmers are concerned that moisture damage could affect the value of their produce and lead to financial losses. According to local farmers, although procurement has been completed, transportation and lifting of paddy are not taking place within the stipulated timeframe. As a result, thousands of bags remain stranded in the open, exposed to the elements. Sunday’s rainfall has only deepened their anxiety. Agriculture remains the backbone of the rural economy, and ensuring the safety of farmers’ produce is a fundamental responsibility of the administration. However, the prevailing conditions at the Tukla mandi suggest significant shortcomings in both storage management and procurement logistics. Farmers have demanded the immediate construction of a permanent warehouse and a modern mandi infrastructure at Tukla. They have also called for the prompt lifting of the accumulated paddy stocks to prevent further losses and safeguard their produce. The questions being raised by farmers are simple yet significant: If paddy worth months of labour is damaged while lying in a government procurement centre, who will be held accountable? And when will Tukla Mandi finally receive a permanent solution to this recurring problem? The farming community now awaits a response from the administration and concerned departments, hoping that this year’s crisis will lead to lasting corrective measures rather than another round of promises.
Nuapada (ନୂଆପଡ଼ା) • Reporter: Bhajanlal Jagat

Sinapali Town Waterlogged After Rainfall: Public Outrage Over Alleged Administrative and PWD Negligence
Sinapali Town Waterlogged After Rainfall: Public Outrage Over Alleged Administrative and PWD Negligence Sinapali Reporter : Malaya Meher With the onset of the monsoon season, the fragile urban infrastructure of Sinapali town in Nuapada district has once again come under scrutiny. Even moderate rainfall has led to severe waterlogging on several roads and lanes, disrupting normal life and exposing long-standing deficiencies in drainage and road maintenance. The stretch from Gudia Chhak to the Tahasil Office, one of the town’s main roads, has become a major concern as rainwater continues to accumulate for extended periods. Residents allege that the recurring problem reflects the failure of both the district administration and the Public Works Department (PWD) to implement effective and lasting solutions. According to local residents, the issue resurfaces every monsoon despite repeated complaints over the years. Even short spells of rain leave portions of the road submerged, hampering traffic movement and causing significant inconvenience to school students, traders, government employees, senior citizens, and daily commuters. Locals claim that although the road falls under the jurisdiction of the PWD, little attention has been paid to its repair, elevation, or the development of an adequate stormwater drainage system. Existing roadside drains are reportedly clogged with silt, mud, and garbage, preventing proper water discharge and resulting in persistent waterlogging. Residents further allege that despite bringing the matter to the attention of the concerned authorities on multiple occasions, they have received only assurances with no visible action on the ground. Questions are also being raised about the utilization of funds reportedly allocated each year for road maintenance and drain cleaning, as the expected improvements remain absent. The stagnant water has also increased the risk of accidents. Hidden potholes beneath the water pose a serious threat to two-wheeler riders and pedestrians. Moreover, prolonged water accumulation is creating favorable conditions for mosquito breeding, raising concerns about the spread of vector-borne and other infectious diseases. Citizens argue that while ambitious claims are often made regarding urban development and civic amenities, the reality on the ground tells a different story. The lack of a functional drainage system on a major road has sparked concerns about the quality of planning and implementation in the town’s infrastructure development. Demanding immediate intervention, residents have called for the cleaning of drains, permanent road repairs, and the construction of a modern drainage network to address the problem at its root. They have also warned that if concrete measures are not taken soon, they may be compelled to launch a public agitation. The focus now shifts to whether the district administration and the PWD will respond to the growing public dissatisfaction and take meaningful steps to free Sinapali from its recurring waterlogging crisis.
Nuapada (ନୂଆପଡ଼ା) • Reporter : Malaya Meher

ପାଣି ଟୋପାଏ ପାଇଁ ସଂଘର୍ଷ: ଡୁମେର ବାହାଲରେ ଗ୍ରୀଷ୍ମ ଆସିଲେ ଉଗ୍ର ହେଉଛି ଜଳସଙ୍କଟ
ପାଣି ଟୋପାଏ ପାଇଁ ସଂଘର୍ଷ: ଡୁମେର ବାହାଲରେ ଗ୍ରୀଷ୍ମ ଆସିଲେ ଉଗ୍ର ହେଉଛି ଜଳସଙ୍କଟ ବର୍ଷ ବର୍ଷ ଧରି ଅବହେଳିତ ସମସ୍ୟା, ପ୍ରଶାସନିକ ନିଷ୍କ୍ରିୟତାକୁ ନେଇ ଫୁଟିଲା ଜନଅସନ୍ତୋଷ କୋମନା ରିପୋର୍ଟର: ଗିରେନ୍ଦ୍ର କୁମାର ଜଗତ : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୋନାବିରା ଗ୍ରାମପଞ୍ଚାୟତର ଡୁମେର ବାହାଲ ଗ୍ରାମରେ ପ୍ରତିବର୍ଷ ଗ୍ରୀଷ୍ମ ଋତୁ ଆସିଲେ ପିଇବା ପାଣି ସମସ୍ୟା ଏକ ଗୁରୁତର ଜନସମସ୍ୟାର ରୂପ ନେଉଛି। ଭୂତଳ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଗ୍ରାମର ଅଧିକାଂଶ ନଳକୂପ ଅଚଳ ହୋଇପଡ଼ୁଛି କିମ୍ବା ଅତି କମ୍ ପରିମାଣରେ ପାଣି ଯୋଗାଉଛି। ଫଳରେ ଗ୍ରାମବାସୀମାନେ ଦୈନନ୍ଦିନ ଜୀବନର ସବୁଠୁ ମୌଳିକ ଆବଶ୍ୟକତା—ପିଇବା ପାଣି ପାଇଁ ଚରମ ଦୁର୍ଭୋଗ ଭୋଗୁଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ଗ୍ରୀଷ୍ମ ଆରମ୍ଭ ହେଲେ ଗ୍ରାମରେ ଜଳସଙ୍କଟ ଚରମ ସୀମାରେ ପହଞ୍ଚିଯାଏ। ଅନେକ ନଳକୂପରୁ ପାଣି ବାହାରିବା ବନ୍ଦ ହୋଇଯାଉଥିବାବେଳେ କିଛି ନଳକୂପରୁ ମାତ୍ର ଅଳ୍ପ ପରିମାଣରେ ପାଣି ମିଳୁଛି। ଏପରି ସ୍ଥିତିରେ ଗ୍ରାମବାସୀମାନେ ଦୂରଦୂରାନ୍ତକୁ ଯାଇ ପାଣି ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି। ବିଶେଷକରି ମହିଳା, ବୃଦ୍ଧ ଓ ଶିଶୁମାନେ ଏହି ସମସ୍ୟାରେ ସର୍ବାଧିକ ପ୍ରଭାବିତ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି, ବର୍ଷ ପରେ ବର୍ଷ ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଉ ନାହିଁ। ସରପଞ୍ଚ, ସମିତି ସଭ୍ୟ ଏବଂ ବ୍ଲକ ପ୍ରଶାସନଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ଦିଗରେ ଆଖିଦୃଶିଆ ପଦକ୍ଷେପ ଦେଖିବାକୁ ମିଳିନାହିଁ। ଏପରିକି ବିଡିଓଙ୍କ ନିକଟରେ ମଧ୍ୟ ଗ୍ରାମବାସୀ ଦାବି ଜଣାଇଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଅଧିକାରୀ ଗ୍ରାମକୁ ଆସି ସ୍ଥିତିର ତଦାରଖ କରିନାହାନ୍ତି। ଗ୍ରାମର ଜଣେ ବାସିନ୍ଦା କହିଛନ୍ତି, “ପ୍ରତିବର୍ଷ ଗ୍ରୀଷ୍ମ ଆସିଲେ ପାଣି ପାଇଁ ଆମକୁ ନାହିଁନଥିବା ହଇରାଣ ହେବାକୁ ପଡ଼ୁଛି। ଅନେକ ଥର ଜନପ୍ରତିନିଧି ଓ ପ୍ରଶାସନକୁ ଜଣାଇଛୁ, କିନ୍ତୁ ଆମ ଦୁଃଖ ଶୁଣିବାକୁ କେହି ନାହାନ୍ତି। ପିଇବା ପାଣି ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେବା ଅତ୍ୟନ୍ତ ଦୁଃଖଦ।” କେବଳ ପାଣି ଅଭାବ ନୁହେଁ, ଏହା ସହ ସ୍ୱାସ୍ଥ୍ୟଗତ ବିପଦ ମଧ୍ୟ ବଢ଼ୁଥିବା ନେଇ ଚିନ୍ତା ପ୍ରକାଶ ପାଇଛି। ଶୁଦ୍ଧ ପାଣିର ଅଭାବ ଯୋଗୁଁ କେତେକ ପରିବାର ବାଧ୍ୟ ହୋଇ ଅନ୍ୟ ଅସୁରକ୍ଷିତ ଜଳସ୍ରୋତ ଉପରେ ନିର୍ଭର କରୁଛନ୍ତି, ଯାହା ଜଳବାହିତ ରୋଗର ଆଶଙ୍କାକୁ ବଢ଼ାଇ ଦେଇଛି। ଏହି ପରିସ୍ଥିତିରେ ଗ୍ରାମବାସୀମାନଙ୍କ ମଧ୍ୟରେ କ୍ଷୋଭ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ସମସ୍ୟାର ତୁରନ୍ତ ସମାଧାନ ଦାବିରେ ସେମାନେ ଏକାଠି ହୋଇ ଆନ୍ଦୋଳନର ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି। ପ୍ରଶାସନ ଯଦି ଶୀଘ୍ର ହସ୍ତକ୍ଷେପ ନ କରେ, ତେବେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି। ଗ୍ରାମବାସୀଙ୍କ ପ୍ରମୁଖ ଦାବି ହେଉଛି ଗ୍ରାମରେ ନୂତନ ଗଭୀର ନଳକୂପ ସ୍ଥାପନ, ଅଚଳ ନଳକୂପଗୁଡ଼ିକର ତୁରନ୍ତ ମରାମତି ଏବଂ ଦୀର୍ଘମିଆଦୀ ପିଇବା ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା। ଏବେ ଦେଖିବାକୁ ବାକି ରହିଲା, ପ୍ରତିବର୍ଷର ଏହି ଜଳ ଯନ୍ତ୍ରଣା ପ୍ରତି ପ୍ରଶାସନ କେବେ ସଚେତନ ହେଉଛି ଏବଂ ଡୁମେର ବାହାଲ ଗ୍ରାମବାସୀଙ୍କୁ କେବେ ମିଳୁଛି ସ୍ଥାୟୀ ସମାଧାନ ।
Nuapada (ନୂଆପଡ଼ା) • ରିପୋର୍ଟର: ଗିରେନ୍ଦ୍ର କୁମାର ଜଗତ

ଖଡିଆଳରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର : ୧୦୬ଟି ଅଭିଯୋଗର ଶୁଣାଣି
ଖଡିଆଳରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର : ୧୦୬ଟି ଅଭିଯୋଗର ଶୁଣାଣି ନୂଆପଡା, ରିପୋର୍ଟର: ଭଜନ ଲାଲ ଜଗତ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ପ୍ରଶାସନକୁ ଲୋକଙ୍କ ନିକଟତର କରିବା ଉଦ୍ଦେଶ୍ୟରେ ଆଜି ନୂଆପଡା ଜିଲ୍ଲାର ଖଡିଆଳ ବ୍ଲକ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଆଜିଜ ଖାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ ଏବଂ ଉପଜିଲ୍ଲାପାଳ ସୁର୍ମି ସୋରେନ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ଶୁଣାଣୀ କରିଥିଲେ। ଆଜିର ଶିବିରରେ ୮୦ଟି ବ୍ୟକ୍ତିଗତ ଏବଂ ୨୬ଟି ଗୋଷ୍ଠୀଗତ ଅଭିଯୋଗ ସମେତ ମୋଟ ୧୦୬ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା l ଜିଲ୍ଲାପାଳ ସମସ୍ତ ଅଭିଯୋଗର ତ୍ୱରିତ ଏବଂ ଫଳପ୍ରଦ ସମାଧାନ ପାଇଁ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଶିବିରରେ ମମିତା ବାନିଛୋର ଓ ଧରଣୀଧର ପୋଢଙ୍କୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ତତ୍କାଳୀନ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସେହିପରି, ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୁଇଜଣ ବ୍ୟକ୍ତିଙ୍କୁ ‘ସ୍ୱଚ୍ଛ ଦୂତ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବ୍ଲକ ପରିସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଏବଂ ଆୟୁଷ୍ମାନ ଆରୋଗ୍ୟ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲାl ଡେପୁଟି ଜ଼ିଲ୍ଲାପାଳ ଶେଖ ନସୀମ ଓ ବିଡିଓ ମିଳନ କୁମାର ଝାଙ୍କର ଶିବର ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ଲାଇନ୍ ବିଭାଗର ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଓ କର୍ମଚାରୀ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
Nuapada (ନୂଆପଡ଼ା) • ରିପୋର୍ଟର: ଭଜନ ଲାଲ ଜଗତ

District-Level Project Tour Showcases Development Initiatives in Nuapada
District-Level Project Tour Showcases Development Initiatives in Nuapada Nuapada, Reporter: Bijay Bariha As part of the Odisha Government’s “Bikashara Dhara Odisha Sara” campaign marking two years of the state government’s tenure, a district-level Project Tour (Prakalpa Parikrama) was organized in Nuapada under the direction of District Collector Madhusudan Das. The objective of the initiative was to familiarize public representatives and members of different sections of society with the progress of various developmental projects being implemented across the district. A delegation led by Lambodar Dharua, Chief Development Officer-cum-Chief Executive Officer of Zilla Parishad, Nuapada, visited several key projects, including the under-construction Atal Bus Terminal at Khariar Road, the Model Pond at Mudagaon, Smart Park, Sweta Ganga Project, Turmeric Project, and the under-construction District Cultural Bhavan at Nuapada. During the visit, the team reviewed the progress and quality standards of the ongoing projects. The programme was attended by Zilla Parishad members Bhanupratap Singh Majhi, Uma Thakur, Malyabanta Suna, and Muralidhar Bhoi. Senior citizens Sitaram Meher, Narendra Mishra, and Sushanta Kumar Rana were also present and shared their views on the state government’s developmental initiatives. Officials including Anil Kumar Lenka, Bidesh Ghosh, Tejpal Dandsena, and Pradeepta Barik of the Zilla Parishad played an active role in the successful coordination and management of the programme. The “Prakalpa Parikrama” highlighted the district’s ongoing development journey and reflected the administration’s commitment to transparency, accountability, public participation, and inclusive growth. The initiative also served as a platform to showcase the progress achieved under various government schemes and infrastructure projects across Nuapada district.
Nuapada (ନୂଆପଡ଼ା) • Reporter: Bijay Bariha

International Yoga Day Observed at Sinapali and Gandabahali
International Yoga Day Observed at Sinapali and Gandabahali Sinapali Reporter: Malaya Meher International Yoga Day was celebrated with enthusiasm at Sinapali and Gandabahali in Nuapada district, highlighting the importance of yoga in maintaining physical and mental well-being. A block-level yoga gathering was organized at the Gayatri Shakti Peeth in Sinapali through the joint initiative of the Sinapali Block Administration, Patanjali Yoga Samiti, and Gayatri Shakti Peeth. Secretary of the Yoga Samiti, Naveen Chandra Meher, welcomed the participants. The programme was coordinated by Tehsil In-charge Hrushikesh Meher. Among those present were ABDO Subrata Kumar Parida, BSSO Harekrushna Naik, Assistant BSSO Omprakash Majhi, WEO Sunil Samal, Junior Engineer Lileswar Majhi, Purnachandra Meher, Tulsiram Meher, Manish Patel, Trinath Meher, Priyaranjan Meher, Nandakumar Patra, Khusiram Meher, Banshidhar Jagat, Rajesh Agrawal, and Tarun Kumar Meher. Trinath Meher conducted the yoga session as the yoga instructor. Similarly, a yoga camp was organized at the Gandabahali High School playground under the supervision of the Ayushman Arogya Mandir. Students from the local high school, Saraswati Shishu Mandir, and members of the public actively participated in the event. Dr. Vidyabhushan Barik of the Gandabahali Ayushman Arogya Mandir attended as the chief guest, while Headmaster Jagannath Sethi and Panchayat Executive Officer Hemsagar Sahu were present as guests of honour. Droneshwar Jagat and Gitanjali Meher served as yoga instructors. The programme commenced with a welcome address by Gupteswar Meher. Science teacher Kailash Chandra Das conducted the prize distribution ceremony for students who excelled in competitions organized in connection with International Yoga Day. Speakers at both events emphasized the growing importance of yoga in today’s fast-paced world, stressing its role in maintaining physical fitness, mental balance, and overall well-being. The celebrations witnessed active participation from students, officials, yoga practitioners, and local residents.
Nuapada (ନୂଆପଡ଼ା) • Reporter: Malaya Meher

A Brilliant Mind Bids Farewell, Leaving Behind Countless Memories: Jagannath Naik Passes Away
A Brilliant Mind Bids Farewell, Leaving Behind Countless Memories: Jagannath Naik Passes Away Sinapali, Reporter: Malaya Meher The untimely demise of Jagannath Naik, widely regarded as a symbol of education, intelligence, and dedication in the Singjhar region, has cast a deep shadow of grief across the area. A worthy son of Godal village and the topper of the 1991 batch of Singjhar High School, Jagannath Naik was admired and respected for his academic excellence, perseverance, and simple way of life. From his student days, he displayed exceptional talent and academic brilliance. During his time at Singjhar High School, he earned recognition as the most outstanding student of the 1991 batch. Later, while serving at the Regional Institute of Education (RIE), Bhubaneswar, he set a remarkable example of sincerity, integrity, and commitment in the field of education. According to his colleagues, friends, and former classmates, Jagannath Naik was not only an academically gifted individual but also a humble, compassionate, and socially committed person. His untimely passing has been described by many as an irreparable loss to the Singjhar High School family, the educational community, and the region as a whole. His demise has brought profound sorrow to Godal village and the entire Singjhar area. Several eminent personalities, former students, and social workers have paid heartfelt tributes to him and expressed their condolences to the bereaved family. People across the region believe that the story of Jagannath Naik’s hard work, perseverance, and achievements will continue to inspire future generations. Prayers have been offered to Lord Jagannath for the eternal peace of his departed soul.
Nuapada (ନୂଆପଡ଼ା) • Reporter: Malaya Meher

ଜଣେ ମେଧାବୀଙ୍କ ବିଦାୟ, ଅସଂଖ୍ୟ ସ୍ମୃତି ଛାଡ଼ି ଆରପାରିକୁ ଚାଲିଗଲେ ଜଗନ୍ନାଥ
ଜଣେ ମେଧାବୀଙ୍କ ବିଦାୟ, ଅସଂଖ୍ୟ ସ୍ମୃତି ଛାଡ଼ି ଆରପାରିକୁ ଚାଲିଗଲେ ଜଗନ୍ନାଥ ସିନାପାଲି: ୨୧/୦୬ ରିପୋର୍ଟର: ମଳୟ ମେହେର ସିଙ୍ଗଝର ଅଞ୍ଚଳର ଶିକ୍ଷା, ମେଧା ଓ କର୍ମନିଷ୍ଠାର ପ୍ରତୀକ ଭାବେ ପରିଚିତ ସ୍ୱର୍ଗତ ଜଗନ୍ନାଥ ନାଏକଙ୍କ ଅକାଳ ବିୟୋଗ ଖବର ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି । ଗୋଡାଲ ଗ୍ରାମର ସୁଯୋଗ୍ୟ ସନ୍ତାନ ତଥା ସିଙ୍ଗଝର ଉଚ୍ଚ ବିଦ୍ୟାଳୟର ୧୯୯୧ ବ୍ୟାଚ୍ର କୃତୀ ଟପ୍ପର ଛାତ୍ର ଜଗନ୍ନାଥ ନାଏକ ନିଜର ମେଧା, ଅଧ୍ୟବସାୟ ଓ ସରଳ ଜୀବନଶୈଳୀ ପାଇଁ ସମସ୍ତଙ୍କ ନିକଟରେ ଆଦର ଓ ସମ୍ମାନର ପାତ୍ର ଥିଲେ । ଛାତ୍ରଜୀବନରୁ ହିଁ ସେ ନିଜର ଅସାଧାରଣ ପ୍ରତିଭାର ପରିଚୟ ଦେଇଥିଲେ । ସିଙ୍ଗଝର ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ୧୯୯୧ ବ୍ୟାଚ୍ର ଶ୍ରେଷ୍ଠ ଛାତ୍ର ଭାବେ ସେ ପରିଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଭୁବନେଶ୍ୱରସ୍ଥ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍ଆଇଇ)ରେ କାର୍ଯ୍ୟରତ ରହି ଶିକ୍ଷା କ୍ଷେତ୍ରରେ ନିଜର ନିଷ୍ଠା, ସତତା ଓ ଦାୟିତ୍ୱବୋଧର ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ । ସହକର୍ମୀ, ବନ୍ଧୁ ଏବଂ ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ମତରେ, ଜଗନ୍ନାଥ ନାଏକ କେବଳ ଜଣେ ମେଧାବୀ ବ୍ୟକ୍ତି ନୁହେଁ, ବରଂ ଜଣେ ବିନମ୍ର, ସହୃଦୟ ଓ ସମାଜପ୍ରତି ସମର୍ପିତ ମଣିଷ ଥିଲେ । ତାଙ୍କର ଅକାଳ ବିୟୋଗ ସିଙ୍ଗଝର ଉଚ୍ଚ ବିଦ୍ୟାଳୟ ପରିବାର, ଶିକ୍ଷା ଜଗତ ଓ ସମଗ୍ର ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିଭିନ୍ନ ମହଳରୁ ମତ ପ୍ରକାଶ ପାଇଛି । ତାଙ୍କ ବିୟୋଗରେ ଗୋଡାଲ ଗ୍ରାମ ସମେତ ସମଗ୍ର ସିଙ୍ଗଝର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି, ପୂର୍ବତନ ଛାତ୍ର ଓ ସାମାଜିକ କର୍ମୀମାନେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ସ୍ୱର୍ଗତ ନାଏକଙ୍କ ଜୀବନ ସଂଘର୍ଷ, ପରିଶ୍ରମ ଓ ସଫଳତାର କାହାଣୀ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସମସ୍ତେ ମତ ପ୍ରକାଶ କରିଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯାଇଛି ।
Nuapada (ନୂଆପଡ଼ା) • ରିପୋର୍ଟର: ମଳୟ ମେହେର

ବରପାଲିରେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ତଦନ୍ତରେ ପୋଲିସ
ରିପୋର୍ଟ: ତରଣୀ ପଟେଲ, ବରପାଲି ବରପାଲି, ୨୧ ଜୁନ: ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ରେଶମ ଛକ କେନାଲ ଘାଟ ନିକଟରୁ ରବିବାର ଏକ ଅଜଣା ମହିଳାଙ୍କ ମୃତଦେହ ଠାବ ହୋଇଛି। ମୃତ ମହିଳାଙ୍କ ବୟସ ପ୍ରାୟ ୫୦ରୁ ୫୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ବରପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ପ୍ରାଥମିକ ତଦନ୍ତରୁ ମହିଳାଙ୍କ କାନରୁ ରକ୍ତସ୍ରାବ ହୋଇଥିବା ବେଳେ ମୁଣ୍ଡରେ ମଧ୍ୟ କ୍ଷତ ଚିହ୍ନ ଥିବା ଜଣାପଡ଼ିଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।
Bargarh (ବରଗଡ଼) • ରିପୋର୍ଟ: ତରଣୀ ପଟେଲ, ବରପାଲି

ଯୋଗରେ ଯୁକ୍ତ ହେଲା ଲାଞ୍ଜି: ସୁସ୍ଥ ଜୀବନର ସଙ୍କଳ୍ପ ସହ ପାଳିତ ଆନ୍ତର୍ଜାତୀୟ ଯୋଗ ଦିବସ
ପ୍ରତିନିଧି: ଭଜନ ଲାଲ ଜଗତ ଖଡ଼ିଆଳ': ଯୋଗ କେବଳ ବ୍ୟାୟାମ ନୁହେଁ, ଏହା ଶରୀର, ମନ ଓ ଆତ୍ମାର ସମନ୍ୱୟର ଏକ ଅଦ୍ଭୁତ ସାଧନ l ଏହି ବାର୍ତ୍ତାକୁ ଆତ୍ମସାତ କରି ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଲାଞ୍ଜି ଗ୍ରାମ ପଞ୍ଚାୟତ ପକ୍ଷରୁ ଶନିବାର ଉତ୍ସାହ ଓ ଉଦ୍ଦୀପନାର ସହ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ପଞ୍ଚାୟତ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସକାଳୁ ଗ୍ରାମବାସୀଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା । ସାମୂହିକ ଯୋଗାଭ୍ୟାସ ମାଧ୍ୟମରେ ଉପସ୍ଥିତ ସମସ୍ତେ ସୁସ୍ଥ ଜୀବନଶୈଳୀ ଅପଣାଇବା ସହ ନିୟମିତ ଯୋଗ କରିବାର ସଙ୍କଳ୍ପ ନେଇଥିଲେ । କାର୍ଯ୍ୟକ୍ରମରେ ଲାଞ୍ଜି ଗ୍ରାମ ପଞ୍ଚାୟତର ସରପଞ୍ଚ ବୈଦେହୀ ମାଝୀ, କାର୍ଯ୍ୟନିର୍ବାହୀ ଅଧିକାରୀ ସସ୍ମିତା ବେହେରା, ଏମ୍ବିକେ ମାଣିକ୍ୟମାଳା କଛିଆ, ମିଶନ ଶକ୍ତିର ମା’ମାନେ, ସ୍ୱଚ୍ଛତା କର୍ମୀ ସସ୍ମିତା ସାହୁ, ହେମକାନ୍ତି ବାଗ, ବଲ୍ଲଭ ସିଂ ମାଝୀ, ଅମରେଶ ପଣ୍ଡା, ୱାର୍ଡ ସଦସ୍ୟ ବଳଭଦ୍ର ଶବରଙ୍କ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀ ଯୋଗଦେଇଥିଲେ । ଅତିଥିମାନେ ଯୋଗର ଉପକାରିତା ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ଆଜିର ବ୍ୟସ୍ତ ଜୀବନରେ ଶାରୀରିକ ସୁସ୍ଥତା ସହ ମାନସିକ ପ୍ରଶାନ୍ତି ପାଇଁ ଯୋଗ ଏକ ଅପରିହାର୍ଯ୍ୟ ମାଧ୍ୟମ । ନିୟମିତ ଯୋଗାଭ୍ୟାସ ଦ୍ୱାରା ବିଭିନ୍ନ ରୋଗରୁ ମୁକ୍ତି ମିଳିବା ସହ ଆତ୍ମବିଶ୍ୱାସ ଓ ସକାରାତ୍ମକ ଚିନ୍ତାଧାରା ବୃଦ୍ଧି ପାଇଥାଏ । ଗ୍ରାମ ପଞ୍ଚାୟତ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ଓ ଯୋଗ ପ୍ରତି ଆଗ୍ରହ ସୃଷ୍ଟି କରିଥିବା ଜଣାପଡ଼ିଛି ।
Nuapada (ନୂଆପଡ଼ା) • ପ୍ରତିନିଧି: ଭଜନ ଲାଲ ଜଗତ
