ବନ୍ୟା ବିପନ୍ନଙ୍କ ପାଖରେ ବିଜେପି ନେତ୍ରୀ ବବିତା ମଲ୍ଲିକ, ବଣ୍ଟନ କଲେ ରିଲିଫ୍ ସାମଗ୍ରୀ
Jajpur (ଯାଜପୁର)ବିଂଝାରପୁରରୁ ଉଦୟ ନାଥ ଜେନାଙ୍କ ସହ ରାଜୁ ଜେନାଙ୍କ ରିପୋର୍ଟAugust 22, 202616 views

ବିଂଝାରପୁର: ବନ୍ୟାରେ ଜଳବନ୍ଦୀ ହୋଇ ଦୁର୍ଦ୍ଦଶାରେ ଦିନ କାଟୁଥିବା ବିଂଝାରପୁର ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚିଛନ୍ତି ବିଜେପି ନେତ୍ରୀ ବବିତା ମଲ୍ଲିକ। ସେ ରାହାଂଶ, ଗୁହାଳି, ଟିନା ଆଦି ଅଞ୍ଚଳ ଗସ୍ତ କରି ବନ୍ୟା ପ୍ରପୀଡ଼ିତ ପରିବାରଙ୍କୁ ଭେଟି ସେମାନଙ୍କ ଦୁଃଖ, ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।
ବନ୍ୟା ଯୋଗୁଁ ଅନେକ ପରିବାର ଦୀର୍ଘ ସମୟ ଧରି ପାଣି ଘେରରେ ରହିଥିବା ବେଳେ ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସାମଗ୍ରୀର ଅଭାବ ଦେଖାଦେଇଛି। ଏଭଳି ସ୍ଥିତିରେ ବିଜେପି ନେତ୍ରୀ ଶ୍ରୀମତୀ ମଲ୍ଲିକ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ଅତ୍ୟଧିକ ଅସୁବିଧାରେ ଥିବା ପରିବାରଙ୍କୁ କିଛି ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିଲେ।
ବିପଦ ସମୟରେ ପ୍ରଭାବିତ ଲୋକଙ୍କ ସହ ଠିଆ ହେବା ଓ ସେମାନଙ୍କ ଦୁଃଖରେ ସହଭାଗୀ ହେବା ହିଁ ମାନବିକତାର ପରିଚୟ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା। ବନ୍ୟା ବିପନ୍ନଙ୍କ ସମସ୍ୟା ପ୍ରତି ପ୍ରଶାସନ ଅଧିକ ଗୁରୁତ୍ୱ ଦେଇ ଆବଶ୍ୟକ ସହାୟତା ଯୋଗାଇଦେବାକୁ ମଧ୍ୟ ଦାବି ହୋଇଛି।

