ବୋଲଗଡ଼ରେ ସାଇବର ସୁରକ୍ଷା ପାଇଁ ପୋଲିସର ସଚେତନତା ଅଭିଯାନ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 22, 202658 views

ଖୋର୍ଦ୍ଧା: ସାଇବର ଠକେଇରୁ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ବୋଲଗଡ଼ର ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଖୋର୍ଦ୍ଧା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
କାର୍ଯ୍ୟକ୍ରମରେ ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀ, ଶିକ୍ଷକ ଓ ବିଦ୍ୟାଳୟ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ପୋଲିସ ପକ୍ଷରୁ APK Fraud, Digital Arrest, Online Financial Fraud ସମେତ ବିଭିନ୍ନ ପ୍ରକାର ଅନଲାଇନ୍ ଠକେଇ ସମ୍ପର୍କରେ ସଚେତନ କରାଯାଇଥିଲା।
ଅଜଣା ଲିଙ୍କ୍ରେ କ୍ଲିକ୍ ନକରିବା, ଅଜଣା ଆପ୍ ଡାଉନଲୋଡ୍ ନକରିବା, OTP, PIN ଓ ବ୍ୟାଙ୍କ ସମ୍ପର୍କିତ ଗୋପନୀୟ ତଥ୍ୟ କାହାକୁ ନଦେବା ପାଇଁ ପୋଲିସ ପରାମର୍ଶ ଦେଇଥିଲା। ଏଥିସହ ଡିଜିଟାଲ୍ ଆରେଷ୍ଟ ନାମରେ ଭୟଭୀତ କରି ଟଙ୍କା ଦାବି କରୁଥିବା ଠକଙ୍କଠାରୁ ସତର୍କ ରହିବାକୁ ମଧ୍ୟ କୁହାଯାଇଥିଲା।
ସାଇବର ଠକେଇର ଶିକାର ହେଲେ ବିଳମ୍ବ ନକରି ତୁରନ୍ତ ୧୯୩୦ ସାଇବର ହେଲ୍ପଲାଇନ୍ ନମ୍ବରରେ ଅଭିଯୋଗ କରିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ସାଇବର ସୁରକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହ ଏହି ସୂଚନା ପରିବାର ଓ ସମାଜର ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ମଧ୍ୟ ଆହ୍ୱାନ କରାଯାଇଥିଲା।
