--:--:--
-- ---
Srishti News

ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ ଡିଜିଟାଲ ସ୍କିଲ୍ ବିକାଶ କାର୍ଯ୍ୟକ୍ରମ

Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକAugust 22, 202622 views
ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ ଡିଜିଟାଲ ସ୍କିଲ୍ ବିକାଶ କାର୍ଯ୍ୟକ୍ରମ
ବରଗଡ -ପାର୍ବତୀଗିରି ମହିଳା ମହାବିଦ୍ୟାଳୟ, ବରଗଡ଼ର କ୍ୟାରିୟର କାଉନସେଲିଂ ସେଲ୍ ପକ୍ଷରୁ ଛାତ୍ରୀମାନଙ୍କ ମଧ୍ୟରେ ଡିଜିଟାଲ ଦକ୍ଷତା ଓ ରୋଜଗାରମୁଖୀ କୌଶଳର ବିକାଶ ଉଦ୍ଦେଶ୍ୟରେ ଏକ ସ୍କିଲ୍ ଡେଭଲପମେଣ୍ଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଡିଜିଟାଲ ସ୍କିଲିଂ ପଦକ୍ଷେପ ଅନୁସାରେ GUVI Geek Network Private Limited, HCL Group ଦ୍ୱାରା ପ୍ରଦାନ କରାଯାଉଥିବା ଡିଜିଟାଲ ସ୍କିଲିଂ କୋର୍ସ ସମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କ୍ୟାରିୟର କାଉନସେଲିଂ ସେଲ୍‌ର ମୁଖ୍ଯ ଡଃ.ଗାୟତ୍ରୀ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ମୁଖ୍ୟ ସାଧନ କର୍ମୀ ଭାବେ HCL-GUVIର ସିନିୟର କନସଲଟାଣ୍ଟ ଶ୍ରୀ ସତୀଶ ସାହୁ ଯୋଗଦେଇ ଡିଜିଟାଲ ଦକ୍ଷତାର ଆବଶ୍ୟକତା, ଆଧୁନିକ ଚାକିରି ବଜାରର ସୁଯୋଗ ଏବଂ ଛାତ୍ରୀମାନେ କିପରି ଅନଲାଇନ୍ ମାଧ୍ୟମରେ ନିଜର କୌଶଳ ବିକଶିତ କରି ଭବିଷ୍ୟତ କ୍ୟାରିୟର ଗଢ଼ିପାରିବେ ସେ ସମ୍ପର୍କରେ ବିସ୍ତୃତ ମାର୍ଗଦର୍ଶନ ଦେଇଥିଲେ। ସେ Artificial Intelligence, Blockchain & FinTech, Data Analytics, Career Skills, Digital Marketing,Entrepreneurship, Design/Graphicsଆଦି ବିଭିନ୍ନ ଡିଜିଟାଲ କ୍ଷେତ୍ରରେ ଉପଲବ୍ଧ ସୁଯୋଗ ସମ୍ପର୍କରେ ଛାତ୍ରୀମାନଙ୍କୁ ପରିଚିତ କରାଇଥିଲେ। ସେ କହିଥିଲେ ଯେ, ଉଚ୍ଚଶିକ୍ଷା ସହିତ ଡିଜିଟାଲ ଦକ୍ଷତା ହାସଲ କରିବା ଆଜିର ପ୍ରତିଯୋଗିତାମୂଳକ ଯୁଗରେ ଛାତ୍ରଛାତ୍ରୀଙ୍କୁ ଅଧିକ ରୋଜଗାରକ୍ଷମ ଓ ଆତ୍ମନିର୍ଭର କରିବାରେ ସହାୟକ ହେବ। ଛାତ୍ରୀମାନେ ନିଜ ରୁଚି ଓ ଲକ୍ଷ୍ୟ ଅନୁଯାୟୀ ଡିଜିଟାଲ କୋର୍ସ ଚୟନ କରି ନିଜର କୌଶଳକୁ ଆହୁରି ସମୃଦ୍ଧ କରିବାକୁ ସେ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ଯାପକ ବିଶ୍ୱଜିତ ସାହୁ ଓ ଅଧ୍ଯାପିକା ଅନୁପମା ଚାନ୍ଦ ସହଯୋଗ କରିଥିଲେ । ଶେଷରେ ଅଧ୍ଯାପକ ଡଃ.ପ୍ରଶାନ୍ତ କୁମାର ଦାଶ କାର୍ଯ୍ୟକ୍ରମର ସାରାଂଶ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।