--:--:--
-- ---
Srishti News

Web News

୮୦ ଫୁଟର ଘାଇ ପରିଦର୍ଶନ କଲେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା  ବନ୍ୟାକ୍ଷତିର ତଦନ୍ତ ଓ ଉଚିତ ସହାୟତା ପାଇଁ ଦେଲେ ଆଶ୍ୱାସନା
Aug 1, 2026•29 views

୮୦ ଫୁଟର ଘାଇ ପରିଦର୍ଶନ କଲେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ବନ୍ୟାକ୍ଷତିର ତଦନ୍ତ ଓ ଉଚିତ ସହାୟତା ପାଇଁ ଦେଲେ ଆଶ୍ୱାସନା

ବିଂଝାରପୁର, ଯାଜପୁର: ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ନାଉବାଙ୍କ–ହଳଦିଡିହକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ପ୍ରାୟ ୮୦ ଫୁଟର ବିରାଟ ଘାଇ ସୃଷ୍ଟି ହୋଇ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ଏହି ଘଟଣା ପରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ପ୍ରଭାବିତ ଅଞ୍ଚଳକୁ ପହଞ୍ଚି ଘାଇର ସ୍ଥିତି ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ସାଂସଦ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ସମ୍ପୂର୍ଣ୍ଣ ତଦନ୍ତ କରାଯିବା ସହ ପ୍ରଭାବିତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇବା ପାଇଁ ପ୍ରୟାସ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ଏହି ଅବସରରେ ସ୍ଥାନୀୟ ଜନପ୍ରତିନିଧି, ସମାଜସେବୀ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ଅଞ୍ଚଳର ବାସ୍ତବ ସ୍ଥିତି ଓ କ୍ଷୟକ୍ଷତି ସମ୍ପର୍କିତ ତଥ୍ୟ ସାଂସଦଙ୍କୁ ଅବଗତ କରାଇଥିଲେ। ତେବେ ପରିଦର୍ଶନ ସମୟରେ କେତେକ ରାଜନୈତିକ ମତାମତ ଓ ଦୋଷାରୋପର ସ୍ୱର ମଧ୍ୟ ଶୁଣିବାକୁ ମିଳିଥିଲା। ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ମତରେ, ବିପର୍ଯ୍ୟୟ ସମୟରେ ରାଜନୀତିକୁ ପଛରେ ରଖି ସମସ୍ତ ଦଳ ଓ ସଂଗଠନ ଏକାଠି ହୋଇ ବନ୍ୟା ବିପନ୍ନଙ୍କ ସହାୟତାରେ ଆଗେଇ ଆସିବା ଉଚିତ। ବନ୍ୟାରେ ଅନେକ ଚାଷୀଙ୍କ ଫସଲ ଓ ସମ୍ପତ୍ତି ନଷ୍ଟ ହୋଇଥିବାରୁ ସେମାନେ ଗଭୀର ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖଦ ପରିସ୍ଥିତି ସମଗ୍ର ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି।

Jajpur (ଯାଜପୁର) • ରିପୋର୍ଟ: ଉଦୟ ନାଥ ଯେନା

୮୦ ଫୁଟର ଘାଇ ପରିଦର୍ଶନ କଲେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା  ବନ୍ୟାକ୍ଷତିର ତଦନ୍ତ ଓ ଉଚିତ ସହାୟତା ପାଇଁ ଦେଲେ ଆଶ୍ୱାସନା
Aug 1, 2026•27 views

୮୦ ଫୁଟର ଘାଇ ପରିଦର୍ଶନ କଲେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ବନ୍ୟାକ୍ଷତିର ତଦନ୍ତ ଓ ଉଚିତ ସହାୟତା ପାଇଁ ଦେଲେ ଆଶ୍ୱାସନା

ବିଂଝାରପୁର, ଯାଜପୁର: ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ନାଉବାଙ୍କ–ହଳଦିଡିହକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ପ୍ରାୟ ୮୦ ଫୁଟର ବିରାଟ ଘାଇ ସୃଷ୍ଟି ହୋଇ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ଏହି ଘଟଣା ପରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ପ୍ରଭାବିତ ଅଞ୍ଚଳକୁ ପହଞ୍ଚି ଘାଇର ସ୍ଥିତି ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ସାଂସଦ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ସମ୍ପୂର୍ଣ୍ଣ ତଦନ୍ତ କରାଯିବା ସହ ପ୍ରଭାବିତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇବା ପାଇଁ ପ୍ରୟାସ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ଏହି ଅବସରରେ ସ୍ଥାନୀୟ ଜନପ୍ରତିନିଧି, ସମାଜସେବୀ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ଅଞ୍ଚଳର ବାସ୍ତବ ସ୍ଥିତି ଓ କ୍ଷୟକ୍ଷତି ସମ୍ପର୍କିତ ତଥ୍ୟ ସାଂସଦଙ୍କୁ ଅବଗତ କରାଇଥିଲେ। ତେବେ ପରିଦର୍ଶନ ସମୟରେ କେତେକ ରାଜନୈତିକ ମତାମତ ଓ ଦୋଷାରୋପର ସ୍ୱର ମଧ୍ୟ ଶୁଣିବାକୁ ମିଳିଥିଲା। ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ମତରେ, ବିପର୍ଯ୍ୟୟ ସମୟରେ ରାଜନୀତିକୁ ପଛରେ ରଖି ସମସ୍ତ ଦଳ ଓ ସଂଗଠନ ଏକାଠି ହୋଇ ବନ୍ୟା ବିପନ୍ନଙ୍କ ସହାୟତାରେ ଆଗେଇ ଆସିବା ଉଚିତ। ବନ୍ୟାରେ ଅନେକ ଚାଷୀଙ୍କ ଫସଲ ଓ ସମ୍ପତ୍ତି ନଷ୍ଟ ହୋଇଥିବାରୁ ସେମାନେ ଗଭୀର ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖଦ ପରିସ୍ଥିତି ସମଗ୍ର ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି।

Jajpur (ଯାଜପୁର) • ରିପୋର୍ଟ: ଉଦୟ ନାଥ ଯେନା

ୱାର୍ଡ-୧୮ ଉନ୍ନୟନ କାର୍ଯ୍ୟରେ କାହିଁକି ବିଳମ୍ବ? ଚାରି ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ; ପାଣ୍ଠି  ମଞ୍ଜୁର ଓ ଟେଣ୍ଡର ପ୍ରକ୍ରିୟା ନେଇ ପ୍ରଶାସନିକ ଅଚଳାବସ୍ଥା ପ୍ରସଙ୍ଗରେ ପ୍ରଶ୍ନ; କୋର୍ଟଙ୍କ ହସ୍ତକ୍ଷେପ ପରେ ବଢ଼ିଲା ଚର୍ଚ୍ଚା
Aug 1, 2026•59 views

ୱାର୍ଡ-୧୮ ଉନ୍ନୟନ କାର୍ଯ୍ୟରେ କାହିଁକି ବିଳମ୍ବ? ଚାରି ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ; ପାଣ୍ଠି ମଞ୍ଜୁର ଓ ଟେଣ୍ଡର ପ୍ରକ୍ରିୟା ନେଇ ପ୍ରଶାସନିକ ଅଚଳାବସ୍ଥା ପ୍ରସଙ୍ଗରେ ପ୍ରଶ୍ନ; କୋର୍ଟଙ୍କ ହସ୍ତକ୍ଷେପ ପରେ ବଢ଼ିଲା ଚର୍ଚ୍ଚା

ଖୋର୍ଦ୍ଧା, ଅଗଷ୍ଟ ୧: ଖୋର୍ଦ୍ଧା ପୌରପାଳିକାର ୱାର୍ଡ ନଂ-୧୮ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପାଣ୍ଠି ଅନୁମୋଦନ ଏବଂ ଟେଣ୍ଡର ପ୍ରକ୍ରିୟା ଆରମ୍ଭରେ ଦୀର୍ଘ ଦିନ ର ବିଳମ୍ବକୁ ନେଇ ଶେଷରେ ଓଡ଼ିଶା ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ଜିଲ୍ଲାପାଳ ତଥା ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା)ର ଅଧ୍ୟକ୍ଷଙ୍କୁ ଆବେଦନ ଉପରେ ଚାରି ସପ୍ତାହ ମଧ୍ୟରେ ଆଇନ ଅନୁଯାୟୀ ବିଚାର କରି ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ପୌରାଞ୍ଚଳର ଉନ୍ନୟନ କାର୍ଯ୍ୟ ଏବଂ ପ୍ରଶାସନିକ କାର୍ଯ୍ୟପ୍ରଣାଳୀକୁ ନେଇ ନୂଆ ପ୍ରଶ୍ନ ଉଠିଛି।ନ୍ୟାୟମୂର୍ତ୍ତି ସଞ୍ଜୟ କୁମାର ମିଶ୍ର ଡବ୍ଲ୍ୟୁ.ପି.(ସି) ନଂ-୨୧୭୫୩/୨୦୨୬ର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି। ମାମଲାଟି ୱାର୍ଡ ନଂ-୧୮ର କାଉନସିଲର ବିଦୁଲତା ସାହୁଙ୍କ ପକ୍ଷରୁ ଦାଖଲ କରାଯାଇଥିଲା। ସେ ଅଭିଯୋଗ କରିଥିଲେ ଯେ, ଗତ ଜୁନ୍ ୩୦ରେ ୱାର୍ଡର ରାସ୍ତା, ମୌଳିକ ସୁବିଧା ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପାଣ୍ଠି ମଞ୍ଜୁର ଓ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରଶାସନଙ୍କ ନିକଟରେ ଲିଖିତ ଆବେଦନ କରିଥିଲେ। କିନ୍ତୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ତାହା ଉପରେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ, ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବାର କ୍ଷମତା ଖୋର୍ଦ୍ଧା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ନୁହେଁ, ବରଂ ଜିଲ୍ଲାପାଳ ତଥା ଡୁଡା ଅଧ୍ୟକ୍ଷଙ୍କ ନିକଟରେ ରହିଛି। ଏହା ପରେ କୋର୍ଟ ମାମଲାର ବିସ୍ତୃତ ଶୁଣାଣି ନକରି ପ୍ରଶାସନକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆବେଦନର ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଦେଶର ପ୍ରମାଣିତ ନକଲ ମିଳିବାର ଚାରି ସପ୍ତାହ ମଧ୍ୟରେ ଜିଲ୍ଲାପାଳ ଆଇନ ଅନୁଯାୟୀ ଏକ କାରଣଦର୍ଶାଉଥିବା ନିଷ୍ପତ୍ତି ନେବେ ଏବଂ ପରବର୍ତ୍ତୀ ୧୦ ଦିନ ମଧ୍ୟରେ ତାହା ଆବେଦନକାରୀଙ୍କୁ ଜଣାଇବେ। ଆବଶ୍ୟକ ହେଲେ ଆବେଦନକାରୀଙ୍କୁ ବ୍ୟକ୍ତିଗତ ଶୁଣାଣିର ସୁଯୋଗ ଦେବାକୁ ମଧ୍ୟ କୋର୍ଟ କହିଛନ୍ତି। ଏହି ଘଟଣା କେବଳ ଗୋଟିଏ ୱାର୍ଡର ଉନ୍ନୟନ ପ୍ରସଙ୍ଗରେ ସୀମିତ ନୁହେଁ; ବରଂ ପୌରାଞ୍ଚଳରେ ଉନ୍ନୟନ ପ୍ରକଳ୍ପ ଅନୁମୋଦନ, ପାଣ୍ଠି ବଣ୍ଟନ ଓ ଟେଣ୍ଡର ପ୍ରକ୍ରିୟା କେତେ ଶୀଘ୍ର ଓ ସ୍ୱଚ୍ଛ ଭାବେ କାର୍ଯ୍ୟକାରୀ ହେଉଛି, ତାହାକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ଯଦି ଜନପ୍ରତିନିଧିଙ୍କ ଲିଖିତ ଆବେଦନ ଉପରେ ସମୟୋପଯୋଗୀ ନିଷ୍ପତ୍ତି ନ ହୁଏ, ତେବେ ସାଧାରଣ ଲୋକଙ୍କ ବିକାଶମୂଳକ ଦାବି କେତେ ଶୀଘ୍ର ସମାଧାନ ହେଉଛି, ସେନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଉଛି। ତେବେ ହାଇକୋର୍ଟ ତାଙ୍କ ଆଦେଶରେ ଆବେଦନକାରୀଙ୍କ ଦାବିର ସତ୍ୟତା କିମ୍ବା ଯଥାର୍ଥତା ସମ୍ପର୍କରେ କୌଣସି ମତ ଦେଇନାହାନ୍ତି। କେବଳ ସକ୍ଷମ କର୍ତ୍ତୃପକ୍ଷଙ୍କୁ ପ୍ରଚଳିତ ଆଇନ ଓ ପ୍ରଶାସନିକ ନିୟମ ଅନୁସାରେ ଆବେଦନର ବିଚାର କରି ଯୁକ୍ତିସଙ୍ଗତ ନିଷ୍ପତ୍ତି ନେବାକୁ କହିଛନ୍ତି। ବର୍ତ୍ତମାନ ଦୃଷ୍ଟି ରହିଛି ଜିଲ୍ଲା ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ୱାର୍ଡ-୧୮ର ଉନ୍ନୟନ ପ୍ରକଳ୍ପଗୁଡ଼ିକ ଅନୁମୋଦନ ପାଇବ କି ନାହିଁ ଏବଂ ବିଳମ୍ବର ପ୍ରକୃତ କାରଣ କ'ଣ ଥିଲା, ତାହା ସାମ୍ନାକୁ ଆସିବାକୁ ଅପେକ୍ଷା ରହିଛି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର

AI  ଆଧାରିତ ଇଚାଲାଣ ବ୍ୟବସ୍ଥା ଆରମ୍ଭ, ପ୍ରଥମ ଦିନରେ ୧୦୦ରୁ ଅଧିକ ଟ୍ରାଫିକ୍ ଉଲ୍ଲଂଘନ ଚିହ୍ନଟ
Aug 1, 2026•25 views

AI ଆଧାରିତ ଇଚାଲାଣ ବ୍ୟବସ୍ଥା ଆରମ୍ଭ, ପ୍ରଥମ ଦିନରେ ୧୦୦ରୁ ଅଧିକ ଟ୍ରାଫିକ୍ ଉଲ୍ଲଂଘନ ଚିହ୍ନଟ

ଅନୁଗୋଳ: ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଓ ଟ୍ରାଫିକ୍ ନିୟମର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଅନୁଗୋଳ ପୋଲିସ ପକ୍ଷରୁ ଏଆଇ (AI) ଆଧାରିତ ଇ-ଚାଲାଣ ବ୍ୟବସ୍ଥା ଆରମ୍ଭ କରାଯାଇଛି। ମୋଟର ଯାନ ଆଇନର ଧାରା ୧୯୪(ସି) ଏବଂ ୧୯୪(ଡି) ଅନୁଯାୟୀ ଟ୍ରାଫିକ୍ ଉଲ୍ଲଂଘନକୁ ଚିହ୍ନଟ କରି ଏହି ବ୍ୟବସ୍ଥା ମାଧ୍ୟମରେ ସ୍ୱୟଂଚାଳିତ ଭାବେ ଇ-ଚାଲାଣ ପ୍ରଦାନ କରାଯାଉଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାର ପ୍ରଥମ ଦିନରେ ହିଁ ୧୦୦ରୁ ଅଧିକ ଟ୍ରାଫିକ୍ ଉଲ୍ଲଂଘନ ଚିହ୍ନଟ ହୋଇଥିବାବେଳେ ସମ୍ପୃକ୍ତ ଉଲ୍ଲଂଘନକାରୀଙ୍କ ନିକଟକୁ ଇ-ଚାଲାଣ ପଠାଯାଇଛି। ଅନୁଗୋଳ ପୋଲିସ ପକ୍ଷରୁ ସମସ୍ତ ଯାନଚାଳକଙ୍କୁ ଟ୍ରାଫିକ୍ ନିୟମ ପାଳନ କରିବା, ସର୍ବଦା ହେଲମେଟ୍ ପିନ୍ଧିବା ଏବଂ ଦାୟିତ୍ୱବୋଧର ସହିତ ଗାଡ଼ି ଚଳାଇବା ପାଇଁ ନିବେଦନ କରାଯାଇଛି। ପୋଲିସ କହିଛି, ନିୟମ ପାଳନ କେବଳ ନିଜର ସୁରକ୍ଷା ନୁହେଁ, ବରଂ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷାକୁ ମଧ୍ୟ ସୁନିଶ୍ଚିତ କରିଥାଏ।

ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ଲାଞ୍ଜି ମହାବିଦ୍ୟାଳୟରେ ଯୁକ୍ତ–୨ର ଶୁଭ ଉଦ୍ଘାଟନ  ନୂତନ ଛାତ୍ରଛାତ୍ରୀଙ୍କୁ ଫୁଲ ଓ ଚନ୍ଦନରେ ସ୍ୱାଗତ; ଶିକ୍ଷା ହିଁ ଉଜ୍ଜ୍ୱଳ ଭବିଷ୍ୟତର ଚାବିକାଠି ବୋଲି କହିଲେ ବିଧାୟକ ଅଧୀରାଜ ପାଣିଗ୍ରାହୀ
Aug 1, 2026•84 views

ଲାଞ୍ଜି ମହାବିଦ୍ୟାଳୟରେ ଯୁକ୍ତ–୨ର ଶୁଭ ଉଦ୍ଘାଟନ ନୂତନ ଛାତ୍ରଛାତ୍ରୀଙ୍କୁ ଫୁଲ ଓ ଚନ୍ଦନରେ ସ୍ୱାଗତ; ଶିକ୍ଷା ହିଁ ଉଜ୍ଜ୍ୱଳ ଭବିଷ୍ୟତର ଚାବିକାଠି ବୋଲି କହିଲେ ବିଧାୟକ ଅଧୀରାଜ ପାଣିଗ୍ରାହୀ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଲାଞ୍ଜି ମହାବିଦ୍ୟାଳୟରେ ଯୁକ୍ତ–୨ ଶ୍ରେଣୀର ଶୁଭ ଉଦ୍ଘାଟନ ଅବସରରେ ଏକ ଗମ୍ଭୀର ଓ ଆଡ଼ମ୍ବରପୂର୍ଣ୍ଣ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ନୂତନ ଭାବେ ନାମଲେଖାଇ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ଫୁଲ, ଚନ୍ଦନ ଓ ଉତ୍ତରୀୟ ପ୍ରଦାନ କରି ସ୍ନେହପୂର୍ଣ୍ଣ ସ୍ୱାଗତ କରାଯାଇଥିଲା। ଶିକ୍ଷା ପ୍ରତି ଆଗ୍ରହ, ଶୃଙ୍ଖଳା ଓ ନୈତିକ ମୂଲ୍ୟବୋଧ ସହ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦିଆଯାଇଥିଲା । ଏହି ଉଦ୍ଘାଟନୀ ସମାରୋହରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁକ୍ତ–୨ କଲେଜର ଔପଚାରିକ ଶୁଭ ଉଦ୍ଘାଟନ କରିଥିଲେ । ନିଜ ବକ୍ତବ୍ୟରେ ସେ କହିଥିଲେ ଯେ, ଗ୍ରାମାଞ୍ଚଳର ଶିକ୍ଷାର ବିକାଶ ହିଁ ଅଞ୍ଚଳର ସର୍ବାଙ୍ଗୀଣ ଉନ୍ନତିର ମୂଳ ଆଧାର। ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭାକୁ ବିକଶିତ କରି ସମାଜ ଓ ରାଜ୍ୟ ପାଇଁ ଆଦର୍ଶ ନାଗରିକ ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ନନ୍ଦ, ସ୍ଥାନୀୟ ସମାଜସେବୀ ଅକ୍ଷୟ ନନ୍ଦ, ବିଦ୍ୟାଳୟ ପରିଚାଳନା କମିଟି (SMC)ର ଅଧ୍ୟକ୍ଷ ଜଗବନ୍ଧୁ ନାଏକ, ଲାଞ୍ଜି ଯୁକ୍ତ–୨ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରୟାସ ରଞ୍ଜନ ବାରିକ ଏବଂ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ମମତା ପାଢ଼ୀ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ ଅଭିଭାଷଣ ପ୍ରଦାନ କରିଥିଲେ । ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ ଯେ, ଉଚ୍ଚଶିକ୍ଷା କେବଳ ଡିଗ୍ରୀ ହାସଲ କରିବାର ମାଧ୍ୟମ ନୁହେଁ, ବରଂ ଜୀବନରେ ସଫଳତା, ନେତୃତ୍ୱ ଓ ଉତ୍ତମ ଚରିତ୍ର ଗଠନର ମୂଳ ଭିତ୍ତି । ଛାତ୍ରଛାତ୍ରୀମାନେ ଅଧ୍ୟବସାୟ, ଶୃଙ୍ଖଳା ଓ କଠିନ ପରିଶ୍ରମକୁ ଆପଣାଇ ନିଜ ଭବିଷ୍ୟତକୁ ସୁଦୃଢ଼ କରିବା ସହ ପରିବାର, ସମାଜ ଓ ଦେଶ ପାଇଁ ଗୌରବ ଆଣିବାକୁ ଆହ୍ୱାନ ଦିଆଯାଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷକ ଭାଗିରଥି ବିଶି ସୁନ୍ଦର ଭାବେ ପରିଚାଳନା କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ନୂତନ ଶିକ୍ଷାବର୍ଷର ଏହି ଶୁଭାରମ୍ଭ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଆତ୍ମବିଶ୍ୱାସ ପରିଲକ୍ଷିତ ହୋଇଥିବା ବେଳେ, ଲାଞ୍ଜି ମହାବିଦ୍ୟାଳୟ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ଆହୁରି ଏକ ସଫଳ ପଦକ୍ଷେପ ନେଇଥିବା ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ ।

Nuapada (ନୂଆପଡ଼ା) • ଭଜନ ଲାଲ ଜଗତ: ଖଡ଼ିଆଳ

Nuapada Football Referees Achieve New Milestone  Seven Referees Successfully Participate in FAO Upgrade Fitness Test; Five Set for Promotion to Level-7
Aug 1, 2026•182 views

Nuapada Football Referees Achieve New Milestone Seven Referees Successfully Participate in FAO Upgrade Fitness Test; Five Set for Promotion to Level-7

Nuapada, The football referees of Nuapada district have once again brought pride to the district by demonstrating their outstanding fitness, dedication, and officiating standards. Seven referees from Nuapada successfully participated in the Football Association of Odisha (FAO) Referee Upgrade Fitness Test 2026 (South Zone), marking another significant achievement for the district’s football fraternity. The two-day fitness assessment was conducted on July 31 and August 1 at the Jeypore Sports Complex in Koraput district, where referees from various districts across Odisha took part. Among the seven participants from Nuapada, six were existing Level-8 referees, while one was a newly registered referee appearing in the upgrade fitness test for the first time. The test was conducted under the supervision of Durga Madhab Nayak, Head of the Referee Department of the Football Association of Odisha. Out of the six existing Level-8 referees from Nuapada, five successfully cleared the fitness test, making them eligible for promotion to Level-7. The newly enrolled referee also performed commendably, successfully completing the assessment and demonstrating excellent potential for future officiating assignments. Sports experts have described this achievement as a reflection of the growing standard of referee development, fitness, and professional training in Nuapada district. They noted that qualified referees play a crucial role in ensuring fair play and the smooth conduct of football competitions at every level. The achievement has been widely appreciated by football enthusiasts, sports organizers, and members of the local sporting community. They believe the success of these referees will inspire many more young football lovers in Nuapada to pursue refereeing as a promising career and contribute to the development of the sport. The outstanding performance of Nuapada’s referees in the FAO Upgrade Fitness Test has added another glorious chapter to the district’s sporting history and stands as a testament to its steadily improving football ecosystem.

Nuapada (ନୂଆପଡ଼ା) • Report by Malaya Meher:

Retirement Felicitation Programme of Health Worker Nityanand Sahu held at Behera
Aug 1, 2026•292 views

Retirement Felicitation Programme of Health Worker Nityanand Sahu held at Behera

Kalahandi district, Dharmagarh block, Behera Primary Health Center, a retirement felicitation programme of the devoted and popular health worker Nityanand Sahu has been held. Dharmagarh MLA Sudhir Kumar Pattyoshi attended the retirement celebration as the chief guest, while the guests of honor were Dr. Debadatt Panda, Chidanand Panda, Nihar Ranjan Meher, Subhalakshmi Rout, Jhankarani Mohapatra, Boden Group Health Center Medical Officer Dr. Sanjeev Naik, educationist Tulsi Ram Barik, Shashidhar Sahu, social workers Ghanashyam Patel, Narendra Naik, Manibhadhar Naik were prominently present and spoke in detail about the long working life, dedication, service spirit and remarkable contribution of the retired health workers in the field of public health. A health worker is not only a government employee, but also a servant of the society. The chief guest said in his speech that the dedication, simplicity and efficiency of the retired health workers are exemplary for everyone. On this occasion, the retired health workers were felicitated by presenting them with a Uttariya, bouquet, certificate and memento. The felicitation meeting was coordinated by Surendra Kumar Sahu while Om Prakash Sahu proposed the vote of thanks. In the end, the atmosphere was emotional and everyone wished the retired health workers a healthy, happy and long life. Along with the health department employees, many public representatives and many prominent people of the locality were present on this occasion.

Kalahandi (କଳାହାଣ୍ଡି) • Report: Rupendra Sunani

ସମ୍ବଲପୁରୀ ଦିନ: ଐତିହ୍ୟ, ଅସ୍ମିତା ଓ ଆତ୍ମଗୌରବର ମହାପର୍ବ  କେବଳ ଏକ ଦିବସ ନୁହେଁ, ପଶ୍ଚିମ ଓଡ଼ିଶାର ଭାଷା, ସଂସ୍କୃତି ଓ ସ୍ୱାଭିମାନର ପ୍ରତୀକ
Aug 1, 2026•39 views

ସମ୍ବଲପୁରୀ ଦିନ: ଐତିହ୍ୟ, ଅସ୍ମିତା ଓ ଆତ୍ମଗୌରବର ମହାପର୍ବ କେବଳ ଏକ ଦିବସ ନୁହେଁ, ପଶ୍ଚିମ ଓଡ଼ିଶାର ଭାଷା, ସଂସ୍କୃତି ଓ ସ୍ୱାଭିମାନର ପ୍ରତୀକ

ଭୁବନେଶ୍ୱର/ନୂଆପଡ଼ା, ୧ ଅଗଷ୍ଟ: ପ୍ରତିବର୍ଷ ଅଗଷ୍ଟ ୧ ତାରିଖ ସମଗ୍ର ପଶ୍ଚିମ ଓଡ଼ିଶା ସହ ଦେଶ ଓ ବିଦେଶରେ ବସବାସ କରୁଥିବା କୋଶଳବାସୀମାନେ ଅତ୍ୟନ୍ତ ଉତ୍ସାହ ଓ ଗର୍ବର ସହ “ସମ୍ବଲପୁରୀ ଦିନ” ପାଳନ କରିଥାନ୍ତି। ଏହି ଦିନ କେବଳ ଏକ ଉତ୍ସବ ନୁହେଁ, ବରଂ ସମ୍ବଲପୁରୀ ଭାଷା, ସଂସ୍କୃତି, ପରମ୍ପରା, କଳା ଓ କୋଶଳ ଅଞ୍ଚଳର ସ୍ୱାଭିମାନକୁ ସମ୍ମାନ ଜଣାଇବାର ଏକ ଐତିହାସିକ ଅବସର। ସମ୍ବଲପୁରୀ ଦିନର ଇତିହାସ ୧ ଅଗଷ୍ଟ ୧୯୯୪ରେ ପ୍ରଖ୍ୟାତ ସମ୍ବଲପୁରୀ ଭାଷାବିତ୍ ଓ ସାହିତ୍ୟିକ ସତ୍ୟନାରାୟଣ ବହିଦାରଙ୍କ ପରଲୋକ ଘଟିଥିଲା। ସମ୍ବଲପୁରୀ ଭାଷାର ବିକାଶ, ସାହିତ୍ୟ ସୃଷ୍ଟି ଏବଂ ଭାଷାର ସ୍ୱତନ୍ତ୍ର ପରିଚୟ ପାଇଁ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ ସ୍ମୃତିକୁ ଅମର ରଖିବା ଓ ସମ୍ବଲପୁରୀ ଭାଷାର ଗୌରବକୁ ବିଶ୍ୱଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୧ ଅଗଷ୍ଟକୁ “ସମ୍ବଲପୁରୀ ଦିନ” ଭାବେ ପାଳନ କରାଯାଉଛି। କାହିଁକି ପାଳନ କରାଯାଏ ସମ୍ବଲପୁରୀ ଦିନ? ସମ୍ବଲପୁରୀ ଦିନ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି— * ସମ୍ବଲପୁରୀ ଭାଷାର ସୁରକ୍ଷା ଓ ପ୍ରଚାର। * ପଶ୍ଚିମ ଓଡ଼ିଶାର ସମୃଦ୍ଧ ଲୋକକଳା ଓ ସଂସ୍କୃତିର ପ୍ରସାର। * ନୂଆ ପିଢ଼ିକୁ ନିଜ ମାତୃଭାଷା ଓ ଐତିହ୍ୟ ସହ ଯୋଡ଼ିବା। * ସମ୍ବଲପୁରୀ ପରିଚୟ, ଏକତା ଓ ସ୍ୱାଭିମାନକୁ ସୁଦୃଢ଼ କରିବା। * ବିଶ୍ୱସ୍ତରରେ ସମ୍ବଲପୁରୀ ଭାଷା ଓ ସଂସ୍କୃତିକୁ ପରିଚିତ କରାଇବା। ସମ୍ବଲପୁରୀ ସଂସ୍କୃତିର ବୈଭବ ସମ୍ବଲପୁରୀ ହେଉଛି କେବଳ ଏକ ଭାଷା ନୁହେଁ, ଏହା ଏକ ସଂସ୍କୃତିର ନାମ। ସମ୍ବଲପୁରୀ ଶାଢ଼ୀର ସୂକ୍ଷ୍ମ ବନ୍ଧାକଳା, ଲୋକପ୍ରିୟ ସମ୍ବଲପୁରୀ ଗୀତ, ରଙ୍ଗବତୀର ସୁର, ଧନୁଯାତ୍ରା, ନୂଆଖାଇ, ଡାଲଖାଇ, ରସରକେଲି, କରମସାନୀ, ମାଏଲାଜଡ଼ ଓ ଅନ୍ୟାନ୍ୟ ଲୋକନୃତ୍ୟ ଏହି ମାଟିର ସାଂସ୍କୃତିକ ସମୃଦ୍ଧିର ପରିଚୟ ବହନ କରେ। ଆଜି ସମ୍ବଲପୁରୀ ସଙ୍ଗୀତ ଓ ପୋଷାକ ଦେଶ-ବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସମାଜକୁ ଦେଉଛି ଏକତାର ବାର୍ତ୍ତା ସମ୍ବଲପୁରୀ ଦିନ ଅବସରରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭାଷା ସମ୍ମିଳନୀ, କବିତା ପାଠ, ଲୋକନୃତ୍ୟ, ସମ୍ବଲପୁରୀ ପୋଷାକ ଶୋଭାଯାତ୍ରା ଓ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ଏହା ମାଧ୍ୟମରେ ସମାଜରେ ଭାଷା ପ୍ରତି ଭଲପାଇବା, ସାଂସ୍କୃତିକ ଏକତା ଓ ଅଞ୍ଚଳୀୟ ଗୌରବର ବାର୍ତ୍ତା ପ୍ରସାରିତ ହୋଇଥାଏ। ଆଜିର ଆବଶ୍ୟକତା ବିଶ୍ୱାୟନର ଏହି ଯୁଗରେ ଅନେକ ଆଞ୍ଚଳିକ ଭାଷା ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଛି। ଏଭଳି ସମୟରେ ସମ୍ବଲପୁରୀ ଭାଷାକୁ ଘରେ, ବିଦ୍ୟାଳୟରେ, ସାହିତ୍ୟରେ, ଗବେଷଣାରେ ଓ ଡିଜିଟାଲ ମାଧ୍ୟମରେ ଅଧିକ ପ୍ରୋତ୍ସାହନ ଦେବା ସମୟର ଆହ୍ୱାନ। ଭାଷା ବଞ୍ଚିଲେ ସଂସ୍କୃତି ବଞ୍ଚିବ, ସଂସ୍କୃତି ବଞ୍ଚିଲେ ଆମ ପରିଚୟ ଅମର ରହିବ। ସମ୍ପାଦକୀୟ ମତରେ “ସମ୍ବଲପୁରୀ ଦିନ କେବଳ କ୍ୟାଲେଣ୍ଡରର ଏକ ତାରିଖ ନୁହେଁ; ଏହା କୋଶଳ ମାଟିର ଇତିହାସ, ଲୋକକଳା, ଲୋକଭାଷା ଓ ସ୍ୱାଭିମାନର ଜୀବନ୍ତ ପ୍ରତୀକ। ନିଜ ଭାଷାକୁ ଭଲପାଇବା ମାନେ ନିଜ ମାଟି, ନିଜ ମୂଳ ଓ ନିଜ ପରିଚୟକୁ ସମ୍ମାନ ଦେବା। ସମ୍ବଲପୁରୀ ଭାଷା ଓ ସଂସ୍କୃତି ଯେତେ ସମୃଦ୍ଧ ହେବ, କୋଶଳ ମାଟିର ଗୌରବ ସେତେ ଉଜ୍ଜ୍ୱଳ ହେବ।

Nuapada (ନୂଆପଡ଼ା) • ରିପୋର୍ଟ: ମଳୟ ମେହେର

ବନ୍ୟା ଅଞ୍ଚଳ ବୁଲି ପରିଦର୍ଶନ କଲେ କଂଗ୍ରେସ ନେତା
Aug 1, 2026•87 views

ବନ୍ୟା ଅଞ୍ଚଳ ବୁଲି ପରିଦର୍ଶନ କଲେ କଂଗ୍ରେସ ନେତା

ଧାମନଗର: ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ବାସୁଦେବପୁର ବିଧାୟକ ଶ୍ରୀ ଅଶୋକ କୁମାର ଦାସଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବିଦ୍ୟାଧର ଜେନା, ଶ୍ରୀ ସଞ୍ଜୟ ମିଶ୍ର, ଶ୍ରୀ ପ୍ରମୋଦ ସ୍ୱାଇଁ, ଶ୍ରୀ କାଳିଆ ପଣ୍ଡା, ଶ୍ରୀ ପ୍ରଭାତ ପଣ୍ଡା ଓ ବହୁ କଂଗ୍ରେସ କର୍ମୀ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ପଞ୍ଚାୟତ ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିଲେ। ପ୍ରତିନିଧି ଦଳ ବନ୍ୟାକ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକରେ ପହଞ୍ଚି ଲୋକମାନଙ୍କ ଦୁଃଖଦୁର୍ଦ୍ଦଶା, ଘରବାଡ଼ି, ଚାଷଜମି ଓ ଅନ୍ୟାନ୍ୟ ସମ୍ପତ୍ତିର କ୍ଷୟକ୍ଷତିର ସ୍ଥିତି ପରଖିଥିଲେ। ବନ୍ୟାପୀଡ଼ିତ ପରିବାରମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିବା ସହ ସରକାରଙ୍କ ପକ୍ଷରୁ ଯଥାଶୀଘ୍ର ରିଲିଫ, ସହାୟତା ଓ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ। ଏହି ଅବସରରେ କଂଗ୍ରେସ ସେବା ଦଳ ପକ୍ଷରୁ ବନ୍ୟାକ୍ଷତିଗ୍ରସ୍ତ କିଛି ଅଞ୍ଚଳରେ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିଲା। ପୀଡ଼ିତ ପରିବାରମାନଙ୍କୁ ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରି ସହଯୋଗର ହାତ ବଢ଼ାଯାଇଥିଲା। କଂଗ୍ରେସ ନେତୃବୃନ୍ଦ କହିଥିଲେ ଯେ, ବିପଦ ସମୟରେ କଂଗ୍ରେସ ସବୁବେଳେ ସାଧାରଣ ଲୋକଙ୍କ ପାଖରେ ଛିଡ଼ା ହୋଇ ରହିଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା ସହ କ୍ଷୟକ୍ଷତିର ସଠିକ୍ ଆକଳନ କରି ଉପଯୁକ୍ତ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଥିଲେ। ଆଗାମୀ ଦିନରେ ମଧ୍ୟ ବନ୍ୟାପୀଡ଼ିତ ଲୋକଙ୍କ ସହ କଂଗ୍ରେସ ଦୃଢ଼ତାର ସହ ରହିବ ବୋଲି ନେତୃବୃନ୍ଦ ପ୍ରକାଶ କରିଥିଲେ l

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

Sinapali Emerges as a Beacon of Blood Donation: Sarpanch Sunita Meher’s Unique Initiative Honours 40 ‘Seva Veer’ in Four Years
Aug 1, 2026•239 views

Sinapali Emerges as a Beacon of Blood Donation: Sarpanch Sunita Meher’s Unique Initiative Honours 40 ‘Seva Veer’ in Four Years

Sinapali: “Service to humanity is service to God.” Living up to this noble ideal through action rather than words, Sunita Meher, Sarpanch of Sinapali Gram Panchayat in Nuapada district, has set an inspiring example by promoting voluntary blood donation as a social movement. Every year, on the occasion of national celebrations, she honours voluntary blood donors from the region, encouraging more people to come forward and creating a remarkable tradition of social service. This noble initiative has received unwavering support from social worker Buddhadeb Meher since its inception. Their joint efforts have significantly increased awareness about voluntary blood donation among the youth of Sinapali and neighbouring villages. Today, many young people willingly donate blood during emergencies, helping save the lives of strangers and demonstrating the true spirit of humanity. Over the past four years, 40 voluntary blood donors have been felicitated with the prestigious “Seva Veer” (Service Hero) honour by Sinapali Gram Panchayat. The awardees are: Jagannath Sagar (Sinapali), Shraban Kumar Singh Dandsena (Gambhariguda–Bharuamunda), Rajesh Agrawal (Sinapali), Malaya Meher (Sinapali), Manoj Kumar Mahanand (Sinapali), Baishnab Meher (Sinapali), Malaya Meher (Gandabahali), Gupteswar Sahu (Bargaon), Kuldeep Meher (Bargaon), Dambarudhar Meher (Sinapali), Naresh Meher (Sinapali), Srikanta Singh Dandsena (Gambhariguda–Bharuamunda), Mrs. Bhargabi Meher (Sinapali), Lochan Meher (Sinapali), Kailash Nayak (Sinapali), Narendra Meher (Kahnu, Sinapali), Narendra Naik (Singjhar), Priyaranjan Meher (Sinapali), Narasingha Meher (Sinapali), Hemsagar Meher (Sinapali), Badan Kumar Mahanand (Sinapali), Narottam Majhi (Mahulpada), Kumud Teji (Kandamunda), Yasobanta Sahu (Sinapali), Nayan Meher (Sinapali), Rabindra Baba (Alekh Mahima Baba Math, Sinapali), Suresh Sahu (Kapsi), Kshitidhar Meher (Kahnu, Bargaon), Parameswar Meher (Sinapali), Kshitidhar Meher (Sinapali), Anil Kumar Sahu (Kapsi), Aravinda Hota (Sagunbhadi), Hrudananda Meher (Sinapali), Chaiban Meher (Sinapali), Jitendra Meher (Sinapali), Meena Meher (Sinapali), Om Prasad Meher (Sinapali), Ramesh Sahu (Kapsi), Mahesh Deep (Litiguda), and Chintamani Hans (Hatibandha). These individuals have selflessly donated blood during emergencies, helping save countless precious lives. In recognition of their humanitarian service, they have been honoured as “Seva Veer.” Their dedication has become a source of inspiration for the entire region. The initiative has not only encouraged these individuals but has also fostered a culture of voluntary blood donation across villages including Sinapali, Gambhariguda, Bargaon, Kapsi, Sagunbhadi, Litiguda, Hatibandha, Singjhar, Kandamunda, and Mahulpada. Speaking on the occasion, Sarpanch Sunita Meher said that honouring blood donors motivates more young people to participate in voluntary blood donation. Continuing this tradition, the Gram Panchayat plans to felicitate 10 more voluntary blood donors during the Independence Day celebrations on August 15, 2026. She expressed confidence that such recognition would inspire more citizens to join this life-saving mission. Social worker Buddhadeb Meher stated, “Blood donation is the greatest donation. No precious life should be lost due to a shortage of blood. Every healthy and capable individual should come forward to donate blood and help those in need.” He has been actively involved in organising awareness campaigns and motivating people to become regular voluntary blood donors. The unique initiative of Sinapali Gram Panchayat has earned widespread appreciation from local residents, intellectuals, social activists, and youth organisations. According to them, the programme is not merely a felicitation ceremony but a powerful movement that promotes humanity, compassion, and social responsibility. By transforming voluntary blood donation into a community-driven mission, Sinapali Gram Panchayat has emerged as a model for the entire Nuapada district. The initiative clearly demonstrates that determined leadership, community participation, and a spirit of selfless service can inspire society and illuminate countless lives with hope.

Nuapada (ନୂଆପଡ଼ା) • Report: Malaya Meher, District Correspondent

Junior Clerk Dambarudhar Bag Felicitated on His Retirement at PM SHRI Government Higher Secondary School, Dahagaon
Aug 1, 2026•213 views

Junior Clerk Dambarudhar Bag Felicitated on His Retirement at PM SHRI Government Higher Secondary School, Dahagaon

A retirement felicitation ceremony was organized in honour of Mr. Dambarudhar Bag, Junior Clerk of PM SHRI Government Higher Secondary School, Dahagaon, under Kokasara Block in Kalahandi district, recognizing his dedicated service and valuable contributions to the institution. The programme was held under the chairmanship of Mr. Jitendra Bhakta, Principal of PM SHRI Government Higher Secondary School, Dahagaon. Mr. Mahendra Kumar Bania, Principal of Dangariguda Higher Secondary School, attended the event as the Chief Guest. Among the distinguished guests were Mr. Sudhanshu Sekhar Panda, retired Headmaster of Khuntia Upgraded Upper Primary School; Mr. Santosh Bhaisal, President of the School Management Committee (SMC); Mr. Trilochan Mahanand, former President of the SMC; and Mr. Samanta Pattajoshi, Senior Teacher of the school. The speakers praised Mr. Bag for his sincerity, dedication, honesty, cordial behaviour, and unwavering commitment throughout his service. They noted that his disciplined work ethic and respectful attitude towards colleagues and students earned him a distinct identity and admiration during his long professional career. On the occasion, Mr. Bag was presented with mementoes and traditional gifts as a token of appreciation for his exemplary service and was accorded a warm farewell by the school fraternity. The programme was coordinated by Mr. Sandeep Choudhury, while teachers and staff members including Mohit Kumar Rout, Chhabendra Nayak, Sananda Pradhan, Uttam Sahu, Labanya Singh, Seturam Nayak, Pushpanjali Shabar, Samir Patra, Gautam Barik, Krishna Masra, Prayag Joshi, Damodar Majhi, Gopa Nayak, Alok Chhatria, Yashoda Nayak, Ritesh Rana, Kesanti Nag, Anurj Bhaisal, Bhim Sen Mahakud, Dharmu Nayak and others actively participated in the event and extended their best wishes to the retiree.

Kalahandi (କଳାହାଣ୍ଡି) • Report: Rupendra Sunani: Kokasara

ସିହିନୀ କ୍ଲଷ୍ଟର ସ୍ତରୀୟ ଦ୍ୱିତୀୟ ମାସିକ ବୈଠକ
Aug 1, 2026•187 views

ସିହିନୀ କ୍ଲଷ୍ଟର ସ୍ତରୀୟ ଦ୍ୱିତୀୟ ମାସିକ ବୈଠକ

ଟିଟିଲାଗଡ଼ :-୧/୮/୨୬ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନୀ କ୍ଲଷ୍ଟର ସ୍ତରୀୟ ଦ୍ୱିତୀୟ ମାସିକ ବୈଠକ ଚିତଲୋଲ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ନଅ ଗୋଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦାନ କରିଥିଲେ। ଉକ୍ତ ବୈଠକକୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲୁ ଜାଲ , ସି.ଆର.ଜି ରଜତ କୁମାର ଛତର ଓ ରାଧେଶ୍ୟାମ କୁମ୍ଭାର ଏବଂ ପ୍ରଧାନ ଶିକ୍ଷୟତ୍ରୀ କମଳିନୀ ମୁଣ୍ଡା ପରିଚାଳନା କରିଥିଲେ। ବୈଠକରେ ଛାତ୍ର ଛାତ୍ରୀ ମାନଙ୍କର ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ ତଥା ଗୁଣାତ୍ମକ ବିକାଶ, ମୌଖିକ ଭାଷାର ବିକାଶର ଉଦ୍ଦେଶ୍ୟ , କୌଶଳ କିପରି ହୋଇ ପାରିବ ତାହା ଆଲୋଚନା କରା ଯାଇଥିଲା । ଶିକ୍ଷଣ ସୋପାନ ରେଜିଷ୍ଟର, ଯାଦୁ ପେଡି ,GKA କିଟ୍ ର ବ୍ୟବହାର ଭଳି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା ।ଏହାବ୍ୟତୀତ ପ୍ରଶ୍ନର ବର୍ଗୀକରଣ ଓ ପ୍ରଶ୍ନ ପଚାରିବାର ବିଭିନ୍ନ ଦିଗ , ଯୋଡ଼ି କାର୍ଯ୍ୟ ,ଦଳଗତ କାର୍ଯ୍ୟ ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ପରିଶେଷରେ ସହ ଶିକ୍ଷକ ଅଜୟ କୁମାର ରାଉତ ସମସ୍ତ ଙ୍କୁ ଧନ୍ୟବାଦ୍ ଜଣାଇ ସଭା କୁ ସାଙ୍ଗ କରିଥିଲେ ।

Balangir (ବଲାଙ୍ଗୀର) • ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼