--:--:--
-- ---
Srishti News

ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ପାଇଁ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍

Kalahandi (କଳାହାଣ୍ଡି)ରିପୋର୍ଟ - ଦେବରାଜ ବାଣୁଆ ,ଜୁନାଗଡAugust 3, 2026137 views
ଲାଞ୍ଜିଗଡ଼ ବ୍ଲକ   ଶିକ୍ଷା ଅଧିକାରୀଙ୍କ  ମନମୁଖୀ କାର୍ଯ୍ୟକଳାପ ପାଇଁ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍
ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ବହୁଳ ବ୍ଲକ୍ ଅଟେ ।ଘଞ୍ଚ ଜଙ୍ଗଲରେ ଥିବା ସହିତ ସାକ୍ଷରତା ହାର ବହୁତ୍ କମ୍ ଅଟେ। ଅନେକ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ କମ୍ ଥିବା ସ୍ଥଳେ ମଧ୍ୟ ରାଜ୍ୟ ସରକାର ତରଫରୁ ବିଦ୍ୟାଳୟ ଗୁଡିକର ବିକାଶ ସହ ଛାତ୍ର ଛାତ୍ରୀ ପାଠ ପଢ଼ିବା ସ୍ୟବସ୍ଥା କରିଛନ୍ତି। ସୂଚନା ଅନୁଯାୟୀ ବ୍ଲକ୍ ଶିକ୍ଷାଧିକାରୀ ରୁଷିଆ ମେହେର ଙ୍କ ମନ ମୁଖୀ ଶିକ୍ଷକ ବଦଳି କରିଥିବାରୁ ପ୍ରାୟ ଅନେକ ବିଦ୍ୟାଳୟରେ ଜଣେ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ଜଣେ ଶିକ୍ଷକ ଥିବା ଦିଦ୍ୟାଳୟରେ କିପରି ପାଠ ପଢ଼ା ହେଉଥିବା ସହଜରେ ଅନୁମେୟ କରିହେବ। ଶିକ୍ଷକ ମଧ୍ୟାହ୍ନ ଭୋଜନ, ଭୋଟର କାର୍ଯ୍ୟ କରିବେ ନ ପାଠ ପଢ଼ାଇବେ ? ପତ୍ରାପଡା,ଲେପଟା ଗୁଡ଼ା, ପଟାଙ୍ଗପଦର୍ ,ବଡ ଜାମ୍ କନା ଏକକ ଶିକ୍ଷକ ର ଉଦାହରଣ। ଏକ ଖୋଲା ଖୋଲି ଭାବରେ ଶିକ୍ଷା ଆଇନ ଉଲ୍ଲଘଂନ ନୁହଁ କଣ। ଏବଂ ଏହି ବ୍ଲକ୍ ରେ ଶିକ୍ଷା ବିଭାଗ ରେ ବ୍ୟାପକ ଦୁର୍ନୀତି ହେଉଥିବା ମଧ୍ୟ ଅଭିଯୋଗ ଆସୁଛି। ବ୍ଲକ ର ଶହଶହ ଜନସାଧାରଣ ବ୍ଲକ୍ ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ର ଉଚିତ୍ ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ପ୍ରକାଶ କରିଛନ୍ତି।