--:--:--
-- ---
Srishti News

Web News

ଶୁଦ୍ଧିକ୍ରିୟାକୁ ଯାଉଥିଲେ, ଶବ ହୋଇ ଫେରିଲେ, ଦୁଇ ଜୀବନ ଗଲା, ରାସ୍ତା ଡିଜାଇନକୁ ନେଇ ଉଠିଲା ପ୍ରଶ୍ନ
Sep 3, 2026•22 views

ଶୁଦ୍ଧିକ୍ରିୟାକୁ ଯାଉଥିଲେ, ଶବ ହୋଇ ଫେରିଲେ, ଦୁଇ ଜୀବନ ଗଲା, ରାସ୍ତା ଡିଜାଇନକୁ ନେଇ ଉଠିଲା ପ୍ରଶ୍ନ

ବରଗଡ଼ ବରାହଗୋଡ଼ା ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ସହ ଧକ୍କାରେ ଚାଲିଗଲା ଦୁଇଟି ମୂଲ୍ୟବାନ ଜୀବନ। ମୃତକ ଦୁଇଜଣ ହେଲେ ବରଡୋଲ ଦେଓଗାଁ ଗ୍ରାମର ଶ୍ରୀମୁଖ ଭୁଏ ଓ ପିଣ୍ଟୁ ଭୁଏ। ଉଭୟ ଆଜି ଭେଡେନ ଥାନା ଅନ୍ତର୍ଗତ ତାଲପାଲି ଗ୍ରାମକୁ ଏକ ଶୁଦ୍ଧିକ୍ରିୟା କାର୍ଯ୍ୟରେ ଯୋଗଦେବା ପାଇଁ ଘରୁ ବାହାରିଥିଲେ। କିନ୍ତୁ ବରଗଡ଼-ବରାହଗୋଡ଼ା ରାସ୍ତାର ବିକାଶ ହସ୍ପିଟାଲ ସମ୍ମୁଖରେ ଟ୍ରକ୍ ସହ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ଶ୍ରୀମୁଖ ଭୁଏଙ୍କ ମୃତ୍ୟୁ ହୋଇଥିବାବେଳେ, ଗୁରୁତର ଆହତ ପିଣ୍ଟୁ ଭୁଏଙ୍କୁ ବୁର୍ଲା ନିଆଯାଉଥିବା ସମୟରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଦୁଇଟି ପରିବାରର ଖୁସି ଛଡ଼ାଇଦେଲା ଏହି ଦୁର୍ଘଟଣା। ଏପଟେ ବରାହଗୋଡ଼ା ରାସ୍ତାର ଡିଜାଇନକୁ ନେଇ ପୁଣି ଉଠିଛି ବଡ଼ ପ୍ରଶ୍ନ। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଅଶୋକା ବିଲଡକନ୍ ଦ୍ୱାରା ନିର୍ମିତ ଏହି ରାସ୍ତାର ଡିଜାଇନରେ ତ୍ରୁଟି ଥିବାରୁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଆଉ କେତେ ଜୀବନ ଗଲେ ଚେତିବ ପ୍ରଶାସନ? ଆଉ କେତେ ପରିବାର ଉଜୁଡ଼ିଲେ ସୁଧୁରିବ ଏହି ରାସ୍ତା? ବରାହଗୋଡ଼ା ରାସ୍ତାର ତୁରନ୍ତ ଟେକ୍ନିକାଲ ଯାଞ୍ଚ କରାଯାଇ ଦୁର୍ଘଟଣା ରୋକିବା ପାଇଁ ଆବଶ୍ୟକ ସୁଧାର କରାଯିବାକୁ ଦାବି ହେଉଛି।

Bargarh (ବରଗଡ଼) • Report: Satya Surujal

ଆବଶ୍ୟକତାଭିତ୍ତିକ ଉଦ୍ଭିଦ ସୁରକ୍ଷା ପ୍ରୋତ୍ସାହନ ଅଧୀନରେ କୀଟ ନିୟନ୍ତ୍ରଣ ଓ କୀଟନାଶକର ନିରାପଦ ବ୍ୟବହାର ସମ୍ପର୍କିତ କୃଷକ ଶିବିର
Sep 3, 2026•21 views

ଆବଶ୍ୟକତାଭିତ୍ତିକ ଉଦ୍ଭିଦ ସୁରକ୍ଷା ପ୍ରୋତ୍ସାହନ ଅଧୀନରେ କୀଟ ନିୟନ୍ତ୍ରଣ ଓ କୀଟନାଶକର ନିରାପଦ ବ୍ୟବହାର ସମ୍ପର୍କିତ କୃଷକ ଶିବିର

ବରଗଡ -ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୃଷି ଅଧିକାରୀଙ୍କ କନଫରେନ୍ସ ଗୃହଠାରେ ଆବଶ୍ୟକତାଭିତ୍ତିକ ଉଦ୍ଭିଦ ସୁରକ୍ଷା ପ୍ରୋତ୍ସାହନ ଅଧୀନରେ କୀଟ ନିୟନ୍ତ୍ରଣ ଓ କୀଟନାଶକର ନିରାପଦ ବ୍ୟବହାର ସମ୍ପର୍କିତ ଏକ କୃଷକ ଶିବିର ଅନୁଷ୍ଠିତ ହୋଇଯାଇଛି। ଚାଷୀମାନଙ୍କୁ ଫସଲରେ ଦେଖାଦେଉଥିବା ବିଭିନ୍ନ କୀଟ ଓ ରୋଗର ଚିହ୍ନଟ, ନିୟନ୍ତ୍ରଣ ପଦ୍ଧତି ଏବଂ କୀଟନାଶକର ସଠିକ୍ ଓ ନିରାପଦ ବ୍ୟବହାର ସମ୍ପର୍କରେ ସଚେତନ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମରେ ବରପାଲି ବ୍ଲକ କୃଷି ଅଧିକାରୀ ଦିଲୀପ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୀଟ ନିୟନ୍ତ୍ରଣ କ୍ଷେତ୍ରରେ ସଚେତନତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଫସଲରେ କୀଟ ଆକ୍ରମଣ ଦେଖାଦେଲେ ଚାଷୀମାନେ ତୁରନ୍ତ ଅନାବଶ୍ୟକ ଭାବେ କୀଟନାଶକ ପ୍ରୟୋଗ ନକରି ପ୍ରଥମେ କୀଟର ପ୍ରକାର ଓ ଆକ୍ରମଣର ମାତ୍ରା ଚିହ୍ନଟ କରିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ। ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ କୀଟନାଶକ ବ୍ୟବହାର କଲେ ଚାଷରେ ଅନାବଶ୍ୟକ ଖର୍ଚ୍ଚ କମିବା ସହିତ ଫସଲର ସୁରକ୍ଷା ହୋଇପାରିବ ବୋଲି ସେ କହିଥିଲେ।କାର୍ଯ୍ୟକ୍ରମରେ ସହକାରୀ କୃଷି ଅଧିକାରୀ ଋତୁପର୍ଣ୍ଣା ତ୍ରିପାଠୀ କୀଟନାଶକର ନିରାପଦ ବ୍ୟବହାର ସମ୍ପର୍କରେ ଚାଷୀମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ। କୀଟନାଶକ ବ୍ୟବହାର ସମୟରେ ଲେବଲରେ ଦିଆଯାଇଥିବା ନିର୍ଦ୍ଦେଶ, ମାତ୍ରା ଓ ବ୍ୟବହାର ପଦ୍ଧତିକୁ ଠିକ୍ ଭାବରେ ଅନୁସରଣ କରିବା, ସୁରକ୍ଷା ସାମଗ୍ରୀ ବ୍ୟବହାର କରିବା ଏବଂ ଅତ୍ୟଧିକ କୀଟନାଶକ ପ୍ରୟୋଗରୁ ଦୂରେଇ ରହିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏଥିସହ କୀଟନାଶକର ଅବଶେଷ ଯେପରି ଖାଦ୍ୟଶସ୍ୟ, ମାଟି ଓ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ନପକାଏ, ସେଥିପାଇଁ ସତର୍କତାର ସହ ଏହାର ପ୍ରୟୋଗ କରିବାକୁ ସେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ।ଶିବିରରେ ଚାଷୀମାନଙ୍କୁ ସମନ୍ୱିତ କୀଟ ପରିଚାଳନା, ଫସଲର ନିୟମିତ ନିରୀକ୍ଷଣ, ରୋଗ ଓ କୀଟର ପ୍ରାଥମିକ ଚିହ୍ନଟ ଏବଂ ଆବଶ୍ୟକତା ଅନୁସାରେ ଉଦ୍ଭିଦ ସୁରକ୍ଷା ପଦକ୍ଷେପ ଗ୍ରହଣ ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା। କୀଟ ନିୟନ୍ତ୍ରଣରେ କେବଳ ରାସାୟନିକ କୀଟନାଶକ ଉପରେ ନିର୍ଭର ନକରି ଆବଶ୍ୟକତା ଅନୁଯାୟୀ ଅନ୍ୟାନ୍ୟ ସୁରକ୍ଷିତ ଓ ବୈଜ୍ଞାନିକ ପଦ୍ଧତି ଆପଣାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ଏହି ଅବସରରେ ଉପସ୍ଥିତ ଚାଷୀମାନେ ଫସଲରେ କୀଟ ଆକ୍ରମଣ, କୀଟନାଶକର ମାତ୍ରା, ପ୍ରୟୋଗ ପଦ୍ଧତି ଓ ଉଦ୍ଭିଦ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। କୃଷି ବିଭାଗର ଅଧିକାରୀମାନେ ଚାଷୀମାନଙ୍କ ପ୍ରଶ୍ନର ଉତ୍ତର ଦେବା ସହ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ।ଶେଷରେ ବିଟିଏମ୍ ଶୁକଦେବ ମହାରଣା ଉପସ୍ଥିତ ସମସ୍ତ ଅତିଥି, କୃଷି ବିଭାଗର କର୍ମଚାରୀ ଓ ଚାଷୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିବିରରେ ଯୋଗଦେଇଥିବା ଚାଷୀମାନେ କୃଷି ବିଭାଗ ପକ୍ଷରୁ ଆୟୋଜିତ ଏଭଳି ସଚେତନତାମୂଳକ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*
Sep 3, 2026•25 views

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*

ବରଗଡ -ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ସଭାପତିତ୍ୱରେ ଚକ୍ଷୁ ଦାନର ମହତ୍ତ୍ୱ ଓ ଆବଶ୍ୟକତା ସମ୍ପର୍କରେ ଏକ ସଚେତନତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଯୁବ ରେଡକ୍ରସ କାଉନସେଲର ଯତୀନ୍ଦ୍ର କୁମାର ସାହୁ ଙ୍କ ପରିଚାଳନା ସଭାରେ ବରପାଲି ମାରବାଡି ମହିଳା ସଂଘର ସଭାପତି କିରଣବାଳା ଅଗ୍ରୱାଲ ଯୋଗଦେଇ ଚକ୍ଷୁ ଦାନ ସମ୍ପର୍କିତ ବିଭିନ୍ନ ଭ୍ରାନ୍ତ ଧାରଣା ଦୂର କରିଥିଲେ।ସେ କହିଥିଲେ ଯେ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କର ଚକ୍ଷୁଦାନ ଦ୍ୱାରା ଦୁଇଜଣ ଦୃଷ୍ଟିହୀନ ବ୍ୟକ୍ତି ନୂତନ ଜୀବନ ଓ ଦୃଷ୍ଟିଶକ୍ତି ପାଇପାରିବେ। ମୃତ୍ୟୁର ୪ ରୁ ୬ ଘଣ୍ଟା ମଧ୍ୟରେ ଚକ୍ଷୁ ସଂଗ୍ରହ କରାଯିବା ଆବଶ୍ୟକ। ଏହି ଅବସରରେ ଛାତ୍ରୀମାନଙ୍କୁ ଚକ୍ଷୁ ଦାନ ପାଇଁ ସଙ୍କଳ୍ପ ପତ୍ର ପୂରଣ କରିବାକୁ ଉତ୍ସାହିତ କରାଯାଇଥିଲା। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସମାଜରେ ଏହି ମହତ କାର୍ଯ୍ୟ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସଙ୍କଳ୍ପ ନେଇଥିଲେ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

Discussion on “Depiction of People’s Life in Ghumura Songs” Held at Dharmagarh Panchayat College; ‘Satya Naik Granthabali’ Launched
Sep 3, 2026•108 views

Discussion on “Depiction of People’s Life in Ghumura Songs” Held at Dharmagarh Panchayat College; ‘Satya Naik Granthabali’ Launched

Dharmagarh, Sept. 3: Ghumura, an integral part of Kalahandi’s rich folk culture, reflects the region’s traditions, emotions and everyday life through its distinctive rhythm and lyrical expression. Highlighting its cultural and literary significance, a discussion session on “Depiction of People’s Life in Ghumura Songs” along with the book-launch ceremony of ‘Satya Naik Granthabali’ was organised at Dharmagarh Panchayat College on Wednesday. The programme was organised by the Department of Odia Language and Literature of the college under the chairmanship of Lingaraj Patra, President of Dharmagarh Sahitya O Sanskruti Sansad and Principal of DAV College, Titlagarh. Kalahandi MP Malavika Devi attended the programme as the chief guest. Additional District Magistrate Tanmay Kumar Darwan, District Culture Officer Vivekananda Mahanand, noted educationist and litterateur Pratap Kishore Munda, eminent writer Nil Lohit Singhdeo, college Principal S. Jagannath Rao, and renowned folk poet Satya Naik were present as distinguished guests. As the chief speaker, Parameswar Munda, Head of the Department of Odia and Principal of Jayaprakash Evening Degree College, Bhawanipatna, highlighted the unique relevance of Ghumura songs and dance in the social and cultural life of Kalahandi. He emphasised the importance of preserving and promoting the region’s rich folk traditions for future generations. The occasion also witnessed the formal launch of “Satya Naik Granthabali – Volume I: Ghumura Gita”, authored by eminent folk poet Satya Naik and edited by lecturer Ganapati Bag. The publication was described as a valuable literary effort to document and preserve the rich tradition of Ghumura songs and the cultural heritage associated with them. Ganapati Bag delivered the welcome address, while Sanjib Kumar Munda proposed the vote of thanks. Mohan Charan Bisi conducted the proceedings. A welcome song was presented by students Namita, Champa, Tejaswini, Santosini and Bhismati, adding a vibrant cultural touch to the event. The programme was successfully conducted with the cooperation of faculty members, including Nimai Charan Patra, Saroj Kumar Panda, Saroj Joshi, Madhab Lahajal, Manisha Sahu, Sucharita Jena, Anjali Majhi and Bithika Manjari Thakur, along with other staff members, office-bearers of Dharmagarh Sahitya O Sanskruti Sansad and students of the college. The event served as a meaningful platform to celebrate Kalahandi’s folk heritage while encouraging greater awareness about the literary and cultural value of Ghumura among the younger generation.

Kalahandi (କଳାହାଣ୍ଡି) • Reports: Rupendra Sunani

Knowledge Takes Centre Stage at Timanpur High School: Newton Team Secures First Place in Quiz Competition
Sep 3, 2026•83 views

Knowledge Takes Centre Stage at Timanpur High School: Newton Team Secures First Place in Quiz Competition

Sinapali: A quiz competition was organised at **Timanpur High School** with the objective of encouraging students to enhance their general knowledge, scientific temperament, logical reasoning and teamwork skills. The programme was conducted under the guidance of **Headmaster Kulachandra Nayak**, with **Assistant Teacher Dasarath Dandsena** extending support for the event. The programme was hosted by **Pradyumna Singh Chinda**, while the marks were counted by **Manoj Jagat**. Students participated in the competition in three teams named after renowned scientists and scholars—**Newton, Archimedes and Einstein**. After an engaging contest, the **Newton Team** emerged victorious. ### **Result of the Quiz Competition** **First Position – Newton Team** * Shivani Dandsena * Binod Tandi * Manoj Kumar Bandichhor **Second Position – Archimedes Team** * Mrutyunjay Dandsena * Girish Nayak * Tejaswini Dandsena **Third Position – Einstein Team** * Bikash Jagat * Shrabani Jagat * Rashmita Dandsena The quiz provided students with an opportunity to demonstrate their knowledge, quick thinking and problem-solving abilities. Such academic and co-curricular activities play an important role in developing confidence, healthy competitive spirit and a scientific attitude among students. The programme was appreciated as an encouraging initiative towards making learning more interactive, interesting and meaningful for students.

Nuapada (ନୂଆପଡ଼ା) • Reports: Malaya Meher, DC

ହୋ ଭାଷାକୁ ସ୍ୱୀକୃତି ଦାବିରେ ଗଣଧାରଣା ତିରିଂରୁ ପଦଯାତ୍ରା କରି ଭୁବନେଶ୍ୱରରେ ପହଞ୍ଚିଲେ ହୋ ଭାଷୀ ଆଦିବାସୀ
Sep 3, 2026•21 views

ହୋ ଭାଷାକୁ ସ୍ୱୀକୃତି ଦାବିରେ ଗଣଧାରଣା ତିରିଂରୁ ପଦଯାତ୍ରା କରି ଭୁବନେଶ୍ୱରରେ ପହଞ୍ଚିଲେ ହୋ ଭାଷୀ ଆଦିବାସୀ

ଭୁବନେଶ୍ୱର: “ହୋ ଭାଷା ଜିନ୍ଦାବାଦ୍… ହୋ ଭାଷା ଅଧିକାର ଆମକୁ ମିଳିବ ହିଁ ମିଳିବ”—ଏଭଳି ସ୍ଲୋଗାନରେ ଗୁଞ୍ଜରିତ ହେଉଛି ରାଜଧାନୀ ଭୁବନେଶ୍ୱରର ଗାନ୍ଧୀ ମାର୍ଗ। ହୋ ଭାଷାକୁ ସରକାରୀ ସ୍ୱୀକୃତି ପ୍ରଦାନ ସହ ଶିକ୍ଷା କ୍ଷେତ୍ରରେ ଏହାର ବ୍ୟବହାର ଦାବିରେ ଆନ୍ଦୋଳନକାରୀମାନେ ଗଣଧାରଣାରେ ବସିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ତିରିଂରୁ ପଦଯାତ୍ରା କରି ଭୁବନେଶ୍ୱରରେ ପହଞ୍ଚିଛନ୍ତି ବହୁ ହୋ ଭାଷୀ ଆଦିବାସୀ। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ହୋ ଭାଷାକୁ ଆବଶ୍ୟକ ସ୍ୱୀକୃତି ଦେବାକୁ ସେମାନେ ଦାବି କରିଛନ୍ତି। ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ଭାଷା ବଞ୍ଚିଲେ ସମାଜ ବଞ୍ଚିବ, ସମାଜ ବଞ୍ଚିଲେ ପରମ୍ପରା ଓ ସଂସ୍କୃତି ବଞ୍ଚିବ। ଏହା ସହିତ ଜଡ଼ିତ ରହିଛି ଏକ ସମ୍ପ୍ରଦାୟର ନିଜସ୍ୱ ପରିଚୟ। ହୋ ସମାଜର ନିଜସ୍ୱ ଭାଷା ସହ ସ୍ୱତନ୍ତ୍ର ଲିପି ‘ୱାରାଙ୍ଗ ଚିତି’ ମଧ୍ୟ ରହିଛି। ଆନ୍ଦୋଳନକାରୀଙ୍କ ଦାବି ଅନୁସାରେ, ଓଡ଼ିଶାରେ ବହୁ ସଂଖ୍ୟକ ଲୋକ ହୋ ଭାଷା ବ୍ୟବହାର କରୁଛନ୍ତି। ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଭଳି ଜିଲ୍ଲାରେ ହୋ ଭାଷୀ ଲୋକମାନେ ନିଜ ଭାଷାରେ ପଢ଼ିବା ଓ ଲେଖିବା କରୁଛନ୍ତି। ତେବେ ମାତୃଭାଷାରେ ପ୍ରାଥମିକ ଶିକ୍ଷାର ସୁଯୋଗ ଅଭାବରୁ ଅନେକ ହୋ ଭାଷୀ ଶିଶୁଙ୍କୁ ଓଡ଼ିଆ ଭାଷାରେ ପଢ଼ାପଢ଼ି କରିବା ସମୟରେ ଅସୁବିଧା ହେଉଥିବା ଆନ୍ଦୋଳନକାରୀମାନେ କହିଛନ୍ତି। ପ୍ରାଥମିକ ସ୍ତରରୁ ହୋ ଭାଷାରେ ଶିକ୍ଷା ଦିଆଗଲେ ପିଲାମାନଙ୍କ ପାଇଁ ଶିକ୍ଷା ଗ୍ରହଣ ଅଧିକ ସହଜ ହେବ ବୋଲି ସେମାନଙ୍କ ମତ। ହୋ ଭାଷାରେ ଶିକ୍ଷାଦାନ ପାଇଁ ସରକାରଙ୍କ ପକ୍ଷରୁ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ପୂର୍ବରୁ ପ୍ରୟାସ ହୋଇଥିବା ଏବଂ ଶିକ୍ଷକ ନିଯୁକ୍ତି ମଧ୍ୟ ହୋଇଥିବା ଆନ୍ଦୋଳନକାରୀମାନେ କହିଛନ୍ତି। କିନ୍ତୁ ଭାଷାକୁ ଆବଶ୍ୟକ ସ୍ୱୀକୃତି ନମିଳିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଛାତ୍ର ନେତା କ୍ଷୀରୋଦ କୁମାର ହେମ୍ବ୍ରମ କହିଛନ୍ତି, “ଆମ ହୋ ଭାଷାକୁ ସ୍ୱୀକୃତି ଦିଆଯାଉ। ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ।” ଅନ୍ୟପକ୍ଷରେ, ଆନ୍ଦୋଳନକାରୀଙ୍କ ଦାବି ଅନୁସାରେ, ସମଗ୍ର ଭାରତରେ ଲକ୍ଷ ଲକ୍ଷ ଲୋକ ହୋ ଭାଷା ବ୍ୟବହାର କରୁଛନ୍ତି। ବିଭିନ୍ନ ସାମାଜିକ ସଂଗଠନ ଓ ବେସରକାରୀ ସଂସ୍ଥା ମାଧ୍ୟମରେ ଭାଷାର ପ୍ରଚାର ଓ ପ୍ରସାର ଜାରି ରହିଛି। ହୋ ଭାଷାକୁ ସ୍ୱୀକୃତି ଦାବିରେ ଓଡ଼ିଶା ସମେତ ଦିଲ୍ଲୀରେ ମଧ୍ୟ ବିଭିନ୍ନ ସମୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହୋଇଥିବା ଆନ୍ଦୋଳନକାରୀମାନେ କହିଛନ୍ତି। ଭାଷାଟି ସ୍ୱୀକୃତି ପାଇଁ ଆବଶ୍ୟକ ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରୀ ସ୍ୱୀକୃତି ମିଳିନଥିବା ସେମାନଙ୍କ ଅଭିଯୋଗ। ସମାଜସେବୀ ଦମାଇ ରିମିଲସିଂ ଗୁଇପାଇ କହିଛନ୍ତି, “ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମେ ଆମରଣ ଅନଶନରେ ବସି ରହିବୁ।” ବର୍ତ୍ତମାନ ଗାନ୍ଧୀ ମାର୍ଗ ଆନ୍ଦୋଳନସ୍ଥଳରେ ବହୁ ହୋ ଭାଷୀ ଯୁବକ, ସମାଜସେବୀ, ବୁଦ୍ଧିଜୀବୀ ଓ ସମର୍ଥକ ଉପସ୍ଥିତ ରହି ଆନ୍ଦୋଳନକୁ ସମର୍ଥନ ଜଣାଉଛନ୍ତି। ହୋ ଭାଷାକୁ ସ୍ୱୀକୃତି ଦାବିରେ ଚାଲିଥିବା ଏହି ଆନ୍ଦୋଳନ ଆଗାମୀ ଦିନରେ କେଉଁ ରୂପ ନେଉଛି, ଏବେ ତାହା ଉପରେ ନଜର ରହିଛି।

Bhubaneswar (ଭୁବନେଶ୍ୱର) • ଲକ୍ଷ୍ମୀଧର ମୁର୍ମୁ

ଦଣ୍ଡପାଟରେ ପୁଣି ଆଉ ଜଣେ ଦାଦନ ଶ୍ରମିକଙ୍କ ମୃତ ଦେହ ଗାଁ କୁ ଫେରିଛି
Sep 3, 2026•167 views

ଦଣ୍ଡପାଟରେ ପୁଣି ଆଉ ଜଣେ ଦାଦନ ଶ୍ରମିକଙ୍କ ମୃତ ଦେହ ଗାଁ କୁ ଫେରିଛି

କଳାହାଣ୍ଡି,କୋକସରା ୦୩/୦୯:ଦାଦନ ସମସ୍ୟା ଓ ମୃତ୍ୟୁ ସହ ଅତି ଆପଣାର ହୋଇଯାଇଛି ଦଣ୍ଡପାଟ ଅଞ୍ଚଳ। ଏହି ଅଞ୍ଚଳରୁ କେତେ ଯେ ମାଟିର ମଣିଷ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କଲେଣି ତାହାର ହିସାବ ନାହିଁ।ସରକାର୍ ଯେତେ ବି ଯୋଜନା କଲେ ବି ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିଲା ନାହିଁ। ଦାଦନ ଓ ମୃତ୍ୟୁ ସମସ୍ୟା ଧିରେ ଧିରେ ବଢି ଚାଲିଛି ସିନା କମିବାର ନାଁ ଧରୁ ନାହିଁ। ପୁଣି ଦାଦନ ଖଟିବାକୁ ଯାଇ ଆଉ ଜଣେ ରୋଜଗାରିଆ ପୁଅଙ୍କ ମୃତ ଦେହ ଗୁରୁବାର ହାଇଦ୍ରାବାଦରୁ ଗାଁ କୁ ଫେରିଛି । ସୂଚନା ଅନୁସାରେ ଧର୍ମଗଡ଼ ବ୍ଲକ ପର୍ଲା ପଞ୍ଚାୟତ ଅନ୍ତର୍ଗତ ଲଛିପୁର ଗ୍ରାମର ଜୟରାମ ସୁନାନୀ କିଛି ମାସ ତଳେ ନିଜ ଭାଇଙ୍କ ସହ କାମ କରିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ଜଣେ ଠିକାଦାରଙ୍କ ଅଧୀନରେ ରହି କାମ କରୁଥିଲେ। ମଙ୍ଗଳବାର କାମରୁ ଫେରିବା ପରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ସାଥୀ ଶ୍ରମିକମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ଜରୁରୀ ଚିକିତ୍ସା ପାଇଁ ପ୍ରାୟ ୨ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ହସ୍ପିଟାଲ ପକ୍ଷରୁ କୁହାଯିବା ପରେ ଟଙ୍କା ଅଭାବରୁ ଜୟରାମଙ୍କୁ ସରକାରୀ ଗାନ୍ଧୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।ଗୁରୁବାର ଜୟରାମଙ୍କ ମୃତଦେହ ଲଛିପୁରସ୍ଥିତ ନିଜ ଜନ୍ମ ମାଟିରେ ପହଞ୍ଚିବା ପରେ ପରିବାର, ଗାଁ ତଥା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ବର୍ତ୍ତମାନ ଜୟରାମଙ୍କ ପରିବାରରେ ଗର୍ଭବତୀ ସ୍ତ୍ରୀ ଓ ୧୨ ବର୍ଷର ଜଣେ ପୁଅ ରହିଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଚିନ୍ତାରେ ପଡ଼ି ଯାଇଛନ୍ତି। ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ ଜୟରାମଙ୍କ ମୃତ୍ୟୁ ପରେ ସ୍ତ୍ରୀ ଉପରେ ପରିବାରର ବୋଝ ଆହୁରି ବଢ଼ିଯାଇଛି।ଏଭଳି ଦୁଃଖଦ ପରିସ୍ଥିତିରେ ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା, ପରିବାର ସୁରକ୍ଷା ଯୋଜନାରେ ସହାୟତା, ବିଧବା ଭତ୍ତା ଓ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

Kalahandi (କଳାହାଣ୍ଡି) • ରୁପେନ୍ଦ୍ର ସୁନାନୀ

କୁହୁଡି ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ
Sep 3, 2026•125 views

କୁହୁଡି ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଖୋର୍ଦ୍ଧା : ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁହୁଡି ପରିସରରେ ଗୁରୁବାର ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ଏକ ସ୍ୱଚ୍ଛତା ଓ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ଯୁବ ରେଡ୍‌କ୍ରସ କାଉନସେଲର ଶ୍ରୀ ଜିତେନ୍ଦ୍ର କୁମାର ବସ୍ତିଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ଆରମ୍ଭ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବନଶ୍ରୀ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତାର ଗୁରୁତ୍ୱ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।ଏହି ଅବସରରେ ଯୁବ ରେଡ୍‌କ୍ରସର ସ୍ୱେଚ୍ଛାସେବୀମାନେ ବିଦ୍ୟାଳୟ ପରିସରରେ ସଫେଇ କରିବା ସହିତ ସ୍ୱଚ୍ଛତାର ବାର୍ତ୍ତା ପ୍ରଚାର କରିଥିଲେ। ଶିକ୍ଷକ ମନୋଜ କୁମାର ସାମନ୍ତରାୟ, ସୁବ୍ରତ ସାମନ୍ତରାୟ ଏବଂ ଶିକ୍ଷୟିତ୍ରୀ ଆରତୀ ମିଶ୍ର, ଜୟଶ୍ରୀ ଦାସ, ନିରୁପମା ମହନ୍ତ ଓ ସସ୍ମିତା ନାୟକ ଉପସ୍ଥିତ ରହି ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ।ଯୁବ ରେଡ୍‌କ୍ରସର ସ୍ୱେଚ୍ଛାସେବୀ ଦୀପିକା ପାତ୍ର, ଇତିଶ୍ରୀ ମହାରଣା, ଅଙ୍କିତା ପ୍ରିୟଦର୍ଶିନୀ, ବୈଶାଖୀ ମହାନ୍ତି, ଅର୍ଚ୍ଚିତା ପ୍ରଧାନ, ରତିକାନ୍ତ ଜେନା ଓ ମିଲନ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଉତ୍ସାହର ସହିତ ସଫେଇ କାର୍ଯ୍ୟରେ ସାମିଲ ହୋଇଥିଲେ। ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ଦାୟିତ୍ୱବୋଧ ଓ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସମଗ୍ର କାର୍ଯ୍ୟକ୍ରମକୁ ଯୁବ ରେଡ୍‌କ୍ରସ କାଉନସେଲର ଶ୍ରୀ ଜିତେନ୍ଦ୍ର କୁମାର ବସ୍ତି ସୁଚାରୁ ରୂପେ ପରିଚାଳନା କରିଥିଲେ।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ
Sep 3, 2026•29 views

ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ

ଢ଼େଙ୍କାନାଳ ୩.୯- ଢେ଼ଙ୍କାନାଳ ଜିଲ୍ଲା ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଗତ ମାସ ୨୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଆତ୍ମରକ୍ଷା କୌଶଳ ଶିବିର ଗୁରୁବାର ଦିନ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଶିଲା ବେହେରା ଓ ଅନିତା ପୃଷ୍ଟି ଛାତ୍ରୀ ମାନଙ୍କୁ ଜୁଡୋ,କରାଟେ ଆତ୍ମରକ୍ଷା କୌଶଳ ଶିକ୍ଷା ଦେବା ସହ ପ୍ରତିକୂଳ ପରିସ୍ଥିତିରେ ସଠିକ୍ ଉପଯୋଗ କରି ନିଜର ସୁରକ୍ଷା କରିବା ସହ ସମାଜକୁ ସୁରକ୍ଷା ଦେଇ ପାରିଲେ ନାରୀ ସୁରକ୍ଷା କାର୍ଯ୍ୟକ୍ରମ ସଫଳ ହେବ ବୋଲି ମତବ୍ୟକ୍ତ କରିଥିଲେ।ସଂଯୋଜିକା ଡଃ ପ୍ରମିଳା ଦାସ,କ୍ରୀଡ଼ା ଶିକ୍ଷକ ଗଦାଧର ସାହୁ ପରିଚାଳନା କରିଥିଲେ। ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀ ମାନେ ଆତ୍ମରକ୍ଷା କୌଶଳ ପ୍ରଦାନ କରିଥିଲେ ।ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଯୋଗଦେଇ ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଏହାର ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଅଧ୍ୟାପିକା ଡ଼ଃ ମମତା ପାତ୍ର ଶାରୀରିକ ସହ କୌଣସି କାର୍ଯ୍ୟର ସଠିକ୍ ଉପଯୋଗ ପାଇଁ ପ୍ରଥମେ ମାନସିକ ସ୍ତରରେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ । ଶେଷରେ କ୍ରୀଡ଼ା ଶିକ୍ଷକ ଗଦାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି

ସତ୍ୟ ମହିମା ଯୋଗ ସାଧନା କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ
Sep 3, 2026•25 views

ସତ୍ୟ ମହିମା ଯୋଗ ସାଧନା କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ

ବରଗଡ -ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଚୋଲି-ଭୁକ୍ତା ମହିମାଶ୍ରମ ପରିସରରେ ସତ୍ୟ ମହିମା ଯୋଗ ସାଧନା କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ ସମାରୋହ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଯୋଗ ସାଧନା କେନ୍ଦ୍ରର ସଭାପତି ଫକୀର ମୋହନ ପ୍ରଧାନଙ୍କ ସଭାପତିତ୍ୱରେ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୋଟ ୫୩ ଜଣ ଯୋଗ ସାଧକ-ସାଧିକା ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୩୯ ଜଣ ପ୍ରତିଯୋଗୀ ୧୦୮ ଥର ଲେଖାଏଁ ସୂର୍ଯ୍ୟ ନମସ୍କାର କରିଥିବାବେଳେ ୯ ଜଣ ପ୍ରତିଯୋଗୀ ୨୩୫ ଥର ଲେଖାଏଁ ସୂର୍ଯ୍ୟ ନମସ୍କାର କରି ନିଜର ଯୋଗ ସାଧନାର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଛତିଶଗଡ଼ ସରିଆ ପତାଞ୍ଜଳି ଯୋଗ ସମିତି ର ଅଧ୍ୟକ୍ଷ ତ୍ରିଲୋକ ଚାନ୍ଦ ଗୋୟଲ, ସୁରେଶ ପଧାନ, ରଘୁନାଥ ପଧାନ, ଶରତ ସ୍ବର୍ଣକାର, ଫଗୁ ନିଶାଦ, ଗୌରୀଶଂଖର ବିଶ୍ବାଳ, ଦୟାନିଧି ଦେହେରୀ, ପ୍ରମୁଖ ଯୋଗ ଶିକ୍ଷାର୍ଥୀ ଓ ଯୋଗ ସାଧକ-ସାଧିକାମାନଙ୍କୁ ଉତ୍ସାହିତ କରିବା ସହ ପ୍ରଶଂସା କରିଥିଲେ। ଉତ୍ସବରେ ଯୋଗ ପ୍ରଶିକ୍ଷକ ହେମନ୍ତ କୁମାର ସାହା, ଡଃ ରାଜୁ ସା, ପ୍ରମୋଦ ସାହୁ, ସୁରେଶ ପଧାନ, ଲମ୍ବୋଦର ସାହୁ ଓ ଯଜ୍ଞସେନୀ ପ୍ରଧାନ ପ୍ରମୁଖ ଯୋଗ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଯୋଗ ସାଧନା କେନ୍ଦ୍ର ପକ୍ଷରୁ ବିଶ୍ୱ କଲ୍ୟାଣ କାମନା କରି ହବନ ଓ ପୂଜାପାଠ ଅନୁଷ୍ଠିତ ହୋଇଥିଲା। ଉତ୍ସବ ପରିଚାଳନାରେ ଯୋଗ ସାଧନା କେନ୍ଦ୍ର ପରିଚାଳନା କମିଟିର ସଭାପତି ଫକୀର ମୋହନ ପ୍ରଧାନ, ଉପସଭାପତି ଯୋଶେଫ ଚୌଧୁରୀ, ସମ୍ପାଦକ କାମଦେବ ସାହୁ, ସହସମ୍ପାଦକ ହିମାଞ୍ଚଳ ପଧାନ, କୋଷାଧ୍ୟକ୍ଷ କ୍ଷୀରୋଦ୍ର ଦାସଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଗଞ୍ଜାମର କବିତାଘର ୨୦୨୬  ସାହିତ୍ୟ ସମ୍ମାନ ଘୋଷଣା
Sep 3, 2026•98 views

ଗଞ୍ଜାମର କବିତାଘର ୨୦୨୬ ସାହିତ୍ୟ ସମ୍ମାନ ଘୋଷଣା

ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ ୨୦୨୬ ବର୍ଷ ନିମନ୍ତେ ସାହିତ୍ୟ ସମ୍ମାନ ଆନୁଷ୍ଠାନିକ ଭାବେ ସଫଳତାର ସହ ଘୋଷଣା କରିଛନ୍ତି ଯେଉଁଥିରେ କବି ବିଦେଶୀ ନାୟକ, କବି ଗୋପୀନାଥ ଦାଶ, କବି ଦେବେନ୍ଦ୍ର କୁମାର ବାଉରୀ, ଅଧ୍ୟାପକ ତ୍ରିଲୋଚନ ଦାଶ, କବୀ ଜ୍ୟୋତ୍ସ୍ନାରାଣୀ ଦେବୀ ଓ କବି ସୁଦାମ ପାଣିଗ୍ରାହୀ ବିଚାରକ ଭୂମିକା ବହନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ତଥା ଅଧ୍ୟକ୍ଷ ଭାଗୀରଥି ବେହେରାଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ୧୩ ତମ ସାହିତ୍ୟ ଉତ୍ସବର ଏକ ଭବ୍ୟ ସମାରୋହରେ ୨୦୨୬ ବର୍ଷ ନିମନ୍ତେ ‘ଆସ ଈଶ୍ଵରଙ୍କୁ ପଚାରିବା’ ସଙ୍କଳନର କବି ଓ ରାୟଗଡର ଲେଖକ ଅଧ୍ୟାପକ ସୁବାସ ଚନ୍ଦ୍ର ସାହୁଙ୍କୁ ତାଙ୍କରି କବିତା ‘କବିଟିଏ ଜନ୍ମ ହେଲାବେଳେ’ ପାଇଁ ‘ରାଜ୍ୟସ୍ତରୀୟ କବିତା ସମ୍ମାନ’ରେ ସମ୍ମାନୀତ କରାଯିବା ସହ ଗଞ୍ଜାମ ଜିଲ୍ଲା ଲଙ୍ଗଳେଶ୍ଵର ମାଟିର ଲେଖକ ତଥା ‘ପ୍ରସ୍ତୁତି ପର୍ବ’ ସଙ୍କଳନର ରଚୟିତା ଅଧ୍ୟାପକ ବିଷ୍ଣୁ ପ୍ରସାଦ ଦାସଙ୍କୁ ତାଙ୍କରି କବିତା ‘ଅକ୍ଷୁର୍ଣ୍ଣ ମାନବବାଦ’ ପାଇଁ ‘ଜିଲ୍ଲାସ୍ତରୀୟ କବିତା ସମ୍ମାନ’ରେ ସମ୍ମାନୀତ କରାଯିବ । ସେହି ଉତ୍ସବରେ ଗଞ୍ଜାମ ଜିଲ୍ଲା ହିରାଖଣ୍ଡୀ ମାଟିର ଲେଖିକା କଳ୍ପନା ପ୍ରଧାନଙ୍କୁ ତାଙ୍କରି କବିତା ସଂକଳନ ‘ସମନ୍ଵୟ’ ନିମନ୍ତେ ‘ସ୍ୱର୍ଗତା ରୁକୁଣା ବେହେରା କବିତା ପୁସ୍ତକ ସ୍ମୁତି ସମ୍ମାନ’, ଭଦ୍ରକ ଜିଲ୍ଲାର ଲେଖକ ଦୀନବନ୍ଧୁ ବେଜଙ୍କୁ ତାଙ୍କରି କବିତା ସଂକଳନ ‘ବନଗିରି ଲତାଗିରି’ ନିମନ୍ତେ ‘ସ୍ୱର୍ଗତା ଦେବମଣି ସାହୁ କବିତା ପୁସ୍ତକ ସ୍ମୁତି ସମ୍ମାନ’, ଗଞ୍ଜାମ ଜିଲ୍ଲା ପଦ୍ମାବତୀ ମାଟିର ଲେଖିକା ସନ୍ଧ୍ୟାରାଣୀ ଦେବୀଙ୍କୁ ତାଙ୍କରି କବିତା ସଂକଳନ ‘ମୋ ଝର୍କାରୁ କୃଷ୍ଣଚୂଡା’କୁ ‘ସ୍ଵର୍ଗତା ପ୍ରମିଳା ସ୍ୱାଇଁ କବିତା ପୁସ୍ତକ ସ୍ମୃତି ସମ୍ମାନ’ ଓ 'ସାହିତ୍ୟ ଚର୍ଚ୍ଚା' ପତ୍ରିକା ନିମନ୍ତେ ଲେଖକ ନିହାର ଶତପଥୀଙ୍କୁ ' ସମ୍ପାଦକ ସମ୍ମାନ ' ପ୍ରଦାନ କରାଯିବ ବୋଲି ସଭାପତି ଡ଼ା ରାଜେନ୍ଦ୍ର କୁମାର ବେହେରା ଜଣେଇଛନ୍ତି । କବିତା ପାଠ, ଆଲୋଚନା, ସମ୍ବର୍ଦ୍ଧନାର ଏହି ଉତ୍ସବରେ ଏହି ଉତ୍ସବରେ ବିଶିଷ୍ଟ ଅତିଥିଙ୍କ ଦ୍ଵାରା ଅନୁଷ୍ଠାନର ବାର୍ଷିକ ମୁଖପତ୍ର 'ଭାଗୀରଥୀ କବିତାର ଗଙ୍ଗା ୨୦୨୬', ସ୍ଵତନ୍ତ୍ର ସଂକଳିତ କବିତା ସଙ୍କଳନ ‘ମାଲକାନଗିରିରୁ କବିତା’, ସୁଶ୍ରୀ ସନ୍ଧ୍ୟାରାଣୀ ଦେବୀଙ୍କ ଶିଶୁ ଗଳ୍ପ ସଙ୍କଳନ ‘ନୀଳକଇଁର ପୋଖରୀ ବୁଲା’, ଜ୍ୟୋତ୍ସ୍ନାରାଣୀ ଦେବୀଙ୍କ ଦୁଇଟି ଶିଶୁ ଗଳ୍ପ ସଙ୍କଳନ' ଝାଇଁକି ଝୁମ୍ପା’ ଓ ଶିଶୁ ଗଳ୍ପ ସଂକଳନ 'ପୁଷି ମାଉସୀ ପଢୁଛି ବସି', ଶେଷଦେବ ବେହେରାଙ୍କ ଶିଶୁ ଗଳ୍ପ ସଂକଳନ ‘ଜୟା ବିଜୟା ଗଳ୍ପ ବାଟିକା’ ଉନ୍ମୋଚନ ହେବ ବୋଲି ଉପଦେଷ୍ଟା ଓ ସମ୍ପାଦକ ମଣ୍ଡଳୀ ଯଥା କବି ଗଦାଧର ପାତ୍ର, କବି ସୁଧାଂଶୁ ଶେଖର ସାହୁ, କବି ଇଁ ନଳିନୀକାନ୍ତ ନାୟକ, କବି ତ୍ରିଲୋଚନ ଦାସ, କବି ଭାଗିରଥୀ ପଣ୍ଡା, କବୀ ଜୟନ୍ତୀ ବେହେରା, କବୀ ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ, କବି ଧର୍ମାନନ୍ଦ ମହାରଣା, କବି ଶେଷଦେବ ବେହେରା, କବି ଦୁର୍ଗା ମାଧବ ମହାରଣା ଆଦି ସଦସ୍ୟ ଗଣ ନିର୍ଣ୍ଣୟ ସହମତି ପ୍ରଦାନ କରିଛନ୍ତି ।

Ganjam (ଗଞ୍ଜାମ) • ଦୁର୍ଗା ମାଧବ

ଚିଲଗୁଡା-କାଶୀବାହାଲ ରାସ୍ତା ଶୋଚନୀୟ, ଯାତାୟାତରେ ବାଧାପ୍ରାପ୍ତ,ମରାମତି ଦାବିରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କଲେ ଗ୍ରାମବାସୀଚିଲଗୁଡା-କାଶୀବାହାଲ ରାସ୍ତା ଶୋଚନୀୟ, ଯାତାୟାତରେ ବାଧାପ୍ରାପ୍ତ,ମରାମତି ଦାବିରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କଲେ ଗ୍ରାମବାସୀ
Sep 3, 2026•30 views

ଚିଲଗୁଡା-କାଶୀବାହାଲ ରାସ୍ତା ଶୋଚନୀୟ, ଯାତାୟାତରେ ବାଧାପ୍ରାପ୍ତ,ମରାମତି ଦାବିରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କଲେ ଗ୍ରାମବାସୀଚିଲଗୁଡା-କାଶୀବାହାଲ ରାସ୍ତା ଶୋଚନୀୟ, ଯାତାୟାତରେ ବାଧାପ୍ରାପ୍ତ,ମରାମତି ଦାବିରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କଲେ ଗ୍ରାମବାସୀ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଚିଲଗୁଡା-କାଶୀବାହାଲକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଦୀର୍ଘଦିନ ଧରି ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିବାରୁ ଦୈନିକ ଯାତାୟାତରେ ଲୋକଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସୂଚନା ଅନୁଯାୟୀ, ଚିଲଗୁଡା-କାଶୀବାହାଲ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଏହି ରାସ୍ତାର ଦୀର୍ଘଦିନ ହେଲା ମରାମତି ହୋଇନାହିଁ। ଫଳରେ ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇ ଯାତାୟାତ ପାଇଁ ବିପଦପୂର୍ଣ୍ଣ ପରିସ୍ଥିତି ରହିଛି । ବିଶେଷକରି ବର୍ଷା ଦିନରେ ଗର୍ତ୍ତଗୁଡ଼ିକରେ ପାଣି ଜମିଯିବାରୁ ରାସ୍ତା ରେ ଥିବା ଗର୍ତ୍ତର ଗଭୀର ଜଣାପଡ଼ୁନାହିଁ। ଏହା ଯୋଗୁଁ ଦୁଇଚକିଆ ଯାନ ଚାଳକମାନେ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହୋଇଛି। ରାସ୍ତାର ଏଭଳି ଦୁରବସ୍ଥା ଯୋଗୁଁ ଫୁପଗାଁ, ମଧୁପୁର, ସିର୍ଲିଗୁଡା, ନୂଆପଡା, କାଶୀବାହାଲ ଓ ଗତାବନ୍ଧ ଗ୍ରାମର ଜନସାଧାରଣ ଯାତାୟାତ କରିବା ସହିତ ରୋଗୀଙ୍କୁ ହସ୍ପିଟାଲ ନେବା, ଛାତ୍ରଛାତ୍ରୀଙ୍କ ଯାତାୟାତ ଏବଂ ଜରୁରୀକାଳୀନ ସମୟରେ ଯାତାୟାତରେ ଘୋର ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି ଏବଂ ତାହା ଯମ ଯନ୍ତ୍ରଣାଠୁ ବି ଅଧିକ କଷ୍ଟଦାୟକ ହୋଇପଡୁଛି । ରାତି ସମୟରେ ଯାତାୟତରେ ସମସ୍ୟା ଆହୁରି ଗୁରୁତର ହୋଇପଡ଼ୁଛି। ଏନେଇ ରାସ୍ତାର ତୁରନ୍ତ ମରାମତି କରିବା ଦାବିରେ ୫ ଟି ଗ୍ରାମର ସମସ୍ତ ଜନସାଧାରଣ ସ୍ଥାନୀୟ ବିଧାୟକଙ୍କୁ ଏକ ଲିଖିତ ଅଭିଯୋଗପତ୍ର ଦେଇ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାସ୍ତାର ଦୁରବସ୍ଥା ପ୍ରତି ଗୁରୁତ୍ୱ ଦେଇ ଶୀଘ୍ର ମରାମତି କରାଗଲେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଯାତାୟାତ ସମସ୍ୟା ଦୂର ହେବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ