--:--:--
-- ---
Srishti News

Web News

ପଚପଚ କାଦୁଅରେ ଜୟପାଟଣାର ସାହୁପଡ଼ା ଓ ମାଲିପଡ଼ା, ଡ୍ରେନ୍ ସମସ୍ୟାରେ ହନ୍ତସନ୍ତ ଅଞ୍ଚଳବାସୀ
Aug 7, 2026•16 views

ପଚପଚ କାଦୁଅରେ ଜୟପାଟଣାର ସାହୁପଡ଼ା ଓ ମାଲିପଡ଼ା, ଡ୍ରେନ୍ ସମସ୍ୟାରେ ହନ୍ତସନ୍ତ ଅଞ୍ଚଳବାସୀ

ଜୟପାଟଣା ସହରର ସାହୁପଡ଼ା ଓ ମାଲିପଡ଼ା ଅଞ୍ଚଳରେ ଡ୍ରେନ୍ ବ୍ୟବସ୍ଥାର ଅବ୍ୟବସ୍ଥା ଯୋଗୁଁ ବର୍ଷା ଦିନରେ ଲୋକଙ୍କ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ମଧ୍ୟ ଡ୍ରେନ୍‌ରେ ପାଣି ନିଷ୍କାସନ ହୋଇପାରୁନଥିବାରୁ ରାସ୍ତା ଉପରେ କାଦୁଅ ଓ ମଇଳା ପାଣି ଜମି ରହୁଛି। ଫଳରେ ଅଞ୍ଚଳବାସୀ ପଚପଚ କାଦୁଅ ମଧ୍ୟରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଏହି ସମସ୍ୟା ଦୀର୍ଘଦିନ ଧରି ଲାଗି ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ କରାଯାଇନାହିଁ। ବିଶେଷ କରି ଛୋଟ ପିଲା, ବୃଦ୍ଧ ଓ କର୍ମଜୀବୀ ଲୋକମାନେ ପ୍ରତିଦିନ ଏହି କାଦୁଅ ରାସ୍ତା ଦେଇ ଯିବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ଲୋକେ ପଡ଼ିଯିବାର ଆଶଙ୍କା ମଧ୍ୟ ରହୁଛି। ଏହାସହ ରାସ୍ତାରେ ଜମି ରହୁଥିବା ଅପରିଷ୍କାର ପାଣି ଯୋଗୁଁ ମଶାର ପ୍ରକୋପ ବୃଦ୍ଧି ପାଇବା ସହ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାର ଭୟ ମଧ୍ୟ ଦେଖାଦେଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ସାହୁପଡ଼ା ଓ ମାଲିପଡ଼ାବାସୀ ପ୍ରଶାସନଙ୍କୁ ତୁରନ୍ତ ଡ୍ରେନ୍ ସଫେଇ, ନିୟମିତ ପାଣି ନିଷ୍କାସନ ବ୍ୟବସ୍ଥା ଏବଂ ରାସ୍ତାର ସ୍ଥାୟୀ ମରାମତି କରିବାକୁ ଦାବି କରିଛନ୍ତି। ବର୍ତ୍ତମାନ ପ୍ରଶାସନ ଏହି ଦୀର୍ଘଦିନର ସମସ୍ୟା ପ୍ରତି କେବେ ଦୃଷ୍ଟି ଦେଉଛି, ତାହାକୁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।

Kalahandi (କଳାହାଣ୍ଡି) • ଜୟପାଟଣା, ରିତେଶ କୁମାର ମୁଣ୍ଡ

ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ୭୭ତମ  ବନ ମହୋତ୍ସବ
Aug 7, 2026•18 views

ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ୭୭ତମ ବନ ମହୋତ୍ସବ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗାଇସିଲେଟ ଠାରେ ୭୭ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି, l ଉକ୍ତ ଉତ୍ସବରେ ଅନୁଷ୍ଠିତ ସଭାରେ ସ୍କୁଲ ର ଅଧ୍ୟକ୍ଷ ଯୋଗା ନନ୍ଧ ସାହୁ ସଭା ପତିତ୍ତ୍ପ କରି ଥିଲେ, l ମୁଖ୍ୟ ଅତିଥି ଭାବେ ଶ୍ରୀ ରମେଶ ଚନ୍ଦ୍ର ସାହୁ, ବନାଞ୍ଚ ଲ ଅଧିକାରୀ ପଦମପୁର, ସମ୍ମାନୀତ ଅତିଥି ଭାବେ ଶ୍ରୀ ହେମନ୍ତ କୁମାର ବାରିକ, ପ୍ରକୃତି ବନ୍ଧୁ, ବରିହା ପୂଖା ପାଣି ଶ୍ରୀ ରାଜେନ୍ଦ୍ର କୁମାର ସିଂ,ବନ ପାଲ ଗାଇସିଲେଟ, ମୂଖ୍ୟ ବକ୍ତା ଭାବେ ଶ୍ରୀ ମିନି କେତନ ସାହୁ, ସଂପାଦକ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ, ବରଗଡ ସ୍କୁଲ ର ସମସ୍ତ ଶିକ୍ଷକ, କର୍ମ ଚାରି, ଶତାଧିକ ଛାତ୍ର ଛାତ୍ରୀ ଓ ବନ ବିଭାଗର କର୍ମ ଚାରି ଯୋଗ ଦନ କରିଥିଲେ,l ସ୍କୁଲ ର ଅଧ୍ୟକ୍ଷ ସମସ୍ତ ଅତିଥି ମାନ ଙ୍କୁ ସ୍ୱଗାତ ଅଭି ନନ୍ଧନ୍ ଜଣାଇବା ସହିତ ସଭାର ଲକ୍ଷ୍ୟ ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ, l ସଭା କାର୍ଯ୍ୟ ଓ କାର୍ଯ୍ୟ କ୍ରମ ପରିଚାଳନା ରେ ଶ୍ରୀ ହେମନ୍ତ କୁମାର ବାରିକ, ସଂଯୋଗ କରିଥିଲେ, ଜଳବାୟୁ ପରିବର୍ତ୍ତନ ପାଇଁ, ହେଉଥିବା ଅସୁବିଧା ତଥା ଆଗମୀ ବଂସ୍ ଧର ମାନଙ୍କ ପାଇଁ ବୃକ୍ଷ ରୋପଣ ଓ ତାର ସଂକ୍ଷନ ଏକ ମାତ୍ର ମାଧ୍ୟମ ଏହି ଲଦେଇରେ ସ୍କୁଲ ସ୍ତର ରେ ଛାତ୍ର 3 ମାନ ଙ୍କ ର ସଚେତନା ଜନ୍ମ୍ ଦିନରେ ବୃକ୍ଷ ରୋପଣ, ପରିବେଶ ସୁରକ୍ଷା ଗୁରୁତ୍ତ୍ପ ଉପରେ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ, l ମୁଖ୍ୟ ବକ୍ତା ଭାବେ ବୃକ୍ଷ ରୋପଣ କରିଥିଲେ, l, ଓ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଚାରା ବଣ୍ଟନ କରା ଯାଇଥିଲା, , ଚାରା ଲଗାଇବା ଉପାରେ ସଚେତନା କରାଯାଇଥିଲା, l ଏହି ବନ ମୋହୋ କାର୍ଯ୍ୟ କ୍ରମ ରେ ସମସ୍ତ ଶିକ୍ଷକ, କର୍ମ ଚାରି, ବନ ବିଭାଗର କର୍ମ ଚାରି ସହୋଯୋ ଗ କରିଥିଲେ, ଶେଷରେ ସମସ୍ତ ଙ୍କୁ ସ୍କୁଲ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ, l

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ସଙ୍କର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ଉଦ୍‌ଘାଟିତ
Aug 7, 2026•13 views

ସଙ୍କର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ଉଦ୍‌ଘାଟିତ

ବରଗଡ଼ ଜିଲ୍ଲା ବିଜେପୁରସ୍ଥିତ ସଙ୍କର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇଟି ନୂତନ ଶ୍ରେଣୀଗୃହ ଶୁକ୍ରବାର ଶୁଭ ଉଦ୍‌ଘାଟିତ ହୋଇଯାଇଛି l ସ୍ଥାନୀୟ ଜମିଦାର ତଥା ବିଜେପୁର ବିଧାୟକ ସନତ କୁମାର ଗଡ଼ତୀୟାଙ୍କ କରକମଳରେ ନୂତନ ଶ୍ରେଣୀଗୃହ ଦୁଇଟିର ଉଦ୍‌ଘାଟନ କରାଯାଇଥିଲା।ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷାଦାନ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ପୂର୍ବତନ ଶିକ୍ଷକମାନଙ୍କ ଅବଦାନକୁ ସ୍ମରଣ କରି ସେମାନଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ଆରମ୍ଭରେ ପୂଜକ ପ୍ରଦୀପ ପାଣିଗ୍ରାହୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା। ପରେ ସହକାରୀ ଶିକ୍ଷକ ବିଡ଼ିଓ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥି ଓ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ମିନିକେତନ ପଧାନ ଓ ସୁମନ୍ତ ଗଡ଼ତୀୟା ବିଦ୍ୟାଳୟର ଇତିହାସ, ଶିକ୍ଷା ବ୍ୟବସ୍ଥା ଓ ନୂତନ ଶ୍ରେଣୀଗୃହ ନିର୍ମାଣ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ।ଉପସ୍ଥିତ ଅତିଥିମାନେ କହିଥିଲେ ଯେ, ଶିକ୍ଷାର ବିକାଶ ପାଇଁ ଉତ୍ତମ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଦୁଇଟି ନୂତନ ଶ୍ରେଣୀଗୃହ ନିର୍ମାଣ ହେବା ଫଳରେ ଛାତ୍ରଛାତ୍ରୀମାନେ ଅଧିକ ସୁବିଧାଜନକ ପାଠପଢ଼ିବାର ସୁଯୋଗ ପାଇବେ। ଏହା ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ମତ ପ୍ରକାଶ ପାଇଥିଲା।ସମାରୋହରେ ଶିକ୍ଷକ-ଶିକ୍ଷୟିତ୍ରୀ, ପୂର୍ବତନ ଶିକ୍ଷକ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ହାଇମାସ୍କ ଲାଇଟ ଆଲୋକରେ ସୁରକ୍ଷିତ ହାତୀପ୍ରବଣ ଅଞ୍ଚଳ
Aug 7, 2026•57 views

ହାଇମାସ୍କ ଲାଇଟ ଆଲୋକରେ ସୁରକ୍ଷିତ ହାତୀପ୍ରବଣ ଅଞ୍ଚଳ

ଅନୁଗୋଳ: ମଣିଷ–ହାତୀ ସଂଘର୍ଷ କମାଇବା ଓ ଗ୍ରାମବାସୀଙ୍କ ସୁରକ୍ଷା ବଢ଼ାଇବା ପାଇଁ ଅନୁଗୋଳ ବନଖଣ୍ଡ ପକ୍ଷରୁ ହାତୀପ୍ରବଣ ଓ ସଂଘର୍ଷପ୍ରବଣ ଅଞ୍ଚଳରେ ରଣନୀତିମୂଳକ ଭାବେ ହାଇମାଷ୍ଟ ଲାଇଟ୍ ସ୍ଥାପନ କରାଯାଇଛି। ଏହି ଆଧୁନିକ ଆଲୋକ ବ୍ୟବସ୍ଥା ଫଳରେ ରାତିରେ ହାତୀଙ୍କ ଗତିବିଧିକୁ ସୁରକ୍ଷିତ ଦୂରତାରୁ ଚିହ୍ନଟ କରିବା ସହଜ ହେଉଛି। ଏଥିସହ ହଠାତ୍ ମଣିଷ–ହାତୀ ସାମ୍ନାସାମ୍ନି ହେବାର ଆଶଙ୍କା କମିବା ସହ ବନ ବିଭାଗର କର୍ମଚାରୀମାନେ ମଧ୍ୟ ଅଧିକ ସୁବିଧାରେ ନିରୀକ୍ଷଣ ଓ ଜରୁରୀ ପଦକ୍ଷେପ ନେଇପାରୁଛନ୍ତି। ବନ ବିଭାଗର ଆଶା, ହାଇମାଷ୍ଟ ଲାଇଟ୍, ସଚେତନତା କାର୍ଯ୍ୟକ୍ରମ ଓ ଗ୍ରାମବାସୀଙ୍କ ସହଯୋଗ ମାଧ୍ୟମରେ ମଣିଷ–ହାତୀ ସଂଘର୍ଷ ହ୍ରାସ ପାଇବା ସହ ସୁରକ୍ଷିତ ସହାବସ୍ଥାନ ସୁନିଶ୍ଚିତ ହେବ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଶଙ୍ଖଚିଲା ହିଙ୍ଗୁଳା ମନ୍ଦିର ଉନ୍ନତି କାରଣ ପାଇଁ ୬. ୬୯ କୋଟି ଟଙ୍କା ସରକାରୀ ଅନୁଦାନ
Aug 7, 2026•38 views

ଶଙ୍ଖଚିଲା ହିଙ୍ଗୁଳା ମନ୍ଦିର ଉନ୍ନତି କାରଣ ପାଇଁ ୬. ୬୯ କୋଟି ଟଙ୍କା ସରକାରୀ ଅନୁଦାନ

କୋରେଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲାର ଅଧିଷ୍ଠାତ୍ରୀ ମା’ ହିଙ୍ଗୁଳା ମନ୍ଦିରକୁ ପ୍ରଥମ ସରକାରୀ ଅନୁଦାନ ମିଳିଛି। ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ମନ୍ଦିର ପାରିପାର୍ଶିକ ଉନ୍ନତୀକରଣ ପାଇଁ ୬ କୋଟି ୬୯ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯାଇଛି। ପ୍ରଶାସନିକ ମଂଜୁରି ପରେ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଯାଜପୁର ଜିଲ୍ଲା ପ୍ରସିଦ୍ଧ ଶଙ୍ଖଚିଲା ସ୍ଥିତ ମା' ହିଙ୍ଗୁଳା ମନ୍ଦିର ପାଇଁ ପୂର୍ବରୁ ସେପରି ସରକାରୀ ଅନୁଦାନ ରାଶି ଆସିନାହିଁ । ମା'ଙ୍କ ନିଜସ୍ବ ପାଣ୍ଠି ତଥା ଅନ୍ୟ ବିଧାୟକଙ୍କ ହାତପାଣ୍ଠିରୁ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ କରାଯାଇଛି। ମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଥିବା ବେଳେ ଏହାକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ ପାଇଁ ବହୁବାର ଦାବି ହୋଇ ଆସୁଥିଲା। ଚଳିତ ଥର ପ୍ରଥମ କରି ପର୍ଯ୍ୟଟନ ବିଭାଗ ମନ୍ଦିରର ଉନ୍ନତିକରଣ ପାଇଁ ଅଣ୍ଟା ଭିଡ଼ିଛି। ମନ୍ଦିର ପରିସରରେ ଅବସ୍ଥିତ ବହୁମୁଖୀ ଗୃହଗୁଡ଼ିକ ଭାଙ୍ଗିରୁଜି ଯିବାକୁ ବସିଛି। ଏହି ଗୃହଗୁଡ଼ିକର ଉନ୍ନତିକରଣ ପାଇଁ ୧ କୋଟି ୪୮ଲକ୍ଷ ୧୪ ହଜାର ୩୩୪ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଦୁଇଟି ଶୌଚାଳୟ ପାଇଁ ୩୬ଲକ୍ଷ ୮୨ହଜାର, ପାରିପାର୍ଶିକ ଉନ୍ନତିକରଣ ପାଇଁ ୨ କୋଟି ୬୭ଲକ୍ଷ ୪୮ହଜାର ୩୧୭ଟଙ୍କା, ପାକିଂ ପାଇଁ ୬ଲକ୍ଷ ୮୫ହଜାର ୮୬୭ ଟଙ୍କା, ଜୋତା ଷ୍ଟାଣ୍ଡ ଏବଂ ପାଦଧୁଆ ସ୍ଥାନ ନିର୍ମାଣ ପାଇଁ ୮ଲକ୍ଷ ୯୯ହଜାର ୨୧୧ଟଙ୍କା, ଡ୍ରେନେଜ ପାଇଁ ୧୭ଲକ୍ଷ ୬୦ହଜାର ୩୬୮ଟଙ୍କା, ବ୍ୟାରିକେଡ୍ ପାଇଁ ୫ ଲକ୍ଷ ୭୮ହଜାର ୯୭୩ଟଙ୍କା ପ୍ରଦାନ କରାଯାଇଛି। ସେହିପରି ପାନୀୟ ଜଳ ଯୋଗାଣ ପାଇଁ ୨୯ଲକ୍ଷ ୬୬ହଜାର ୪୨୦ଟଙ୍କା, ଏସି ପାଇଁ ୭ଲକ୍ଷ ୮୧ହଜାର ୩୭୩ଟଙ୍କା, ସିସିଟିଭି ପାଇଁ ୮ଲକ୍ଷ ୯୮ହଜାର ୭୮୩ ଟଙ୍କା, ବାହାରେ ଲାଇଟ୍ ଲଗାଇବାକୁ ୪ଲକ୍ଷ ୭୦ହଜାର ୩୨୪ ଟଙ୍କା, ବିଦ୍ୟୁତ୍ କାର୍ଯ୍ୟ ପାଇଁ ୭ଲକ୍ଷ ୨୪ ହଜାର ୩୩୨ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଏ ସଂପର୍କରେ ପର୍ଯ୍ୟଟନ ବିଭାଗ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇବା ସହ ପ୍ରଶାସନିକ ମଂଜୁରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି।

Jajpur (ଯାଜପୁର) • ଅନିଲ କୁମାର ଜେନା, ଯାଜପୁର

ଅନୁଗୋଳ ବନଖଣ୍ଡର ବଡ଼ ସଫଳତା: ୧୨ ଶାଗୁଆନ କାଠଗଣ୍ଡି ଜବତ
Aug 7, 2026•77 views

ଅନୁଗୋଳ ବନଖଣ୍ଡର ବଡ଼ ସଫଳତା: ୧୨ ଶାଗୁଆନ କାଠଗଣ୍ଡି ଜବତ

ଅନୁଗୋଳ: ବେଆଇନ କାଠ କାରବାର ବିରୋଧରେ ଅନୁଗୋଳ ବନଖଣ୍ଡର ଚଢ଼ାଉରେ ବଡ଼ ସଫଳତା ମିଳିଛି। ଅନୁଗୋଳ ରେଞ୍ଜ ଅଧୀନ ପୁରୁଣାଗଡ଼ ସେକ୍ସନର ବଡ଼ଦାଣ୍ଡସାହି ଗ୍ରାମରେ ଚଢ଼ାଉ କରି ବନ ବିଭାଗ ୧୭ ଘନମିଟର ପରିମାଣର ୧୨ଟି ଶାଗୁଆନ କାଠଗଣ୍ଡି ଜବତ କରିଛି। ଜବତ କାଠକୁ ଆଇନଗତ ତଦନ୍ତ ପାଇଁ ପୁରୁଣାଗଡ଼ ସେକ୍ସନ କାର୍ଯ୍ୟାଳୟକୁ ନିଆଯାଇଛି। ଏହି ଅଭିଯାନରେ ବନ ବିଭାଗର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଏଲିଫାଣ୍ଟ ସ୍କ୍ୱାଡ୍ ଓ ଗଜମିତ୍ର ସଦସ୍ୟମାନେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ବନ ସମ୍ପଦର ସୁରକ୍ଷା ଏବଂ ବେଆଇନ କାଠ କାରବାର ରୋକିବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ଅଭିଯାନ ଜାରି ରହିବ ବୋଲି ଅନୁଗୋଳ ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଗୋପାଳପୁର ହ୍ୟାଣ୍ଡଲୁମ୍ ତରଫରୁ ଧୂମଧାମରେ ପାଳିତ ହେଲା ଜାତୀୟ ହସ୍ତତନ୍ତ ଦିବସ
Aug 7, 2026•17 views

ଗୋପାଳପୁର ହ୍ୟାଣ୍ଡଲୁମ୍ ତରଫରୁ ଧୂମଧାମରେ ପାଳିତ ହେଲା ଜାତୀୟ ହସ୍ତତନ୍ତ ଦିବସ

ଗୋପାଳପୁର: ଗୋପାଳପୁର ହ୍ୟାଣ୍ଡଲୁମ୍ ପରିବାର ତରଫରୁ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି ଜାତୀୟ ହସ୍ତତନ୍ତ ଦିବସ। ଏହି ବିଶେଷ ଅବସରରେ ସଂସ୍ଥା ସହିତ ଜଡ଼ିତ ସମସ୍ତ ବୁଣାକାର ଭାଇ ଓ ଭଉଣୀମାନଙ୍କୁ ଏକତ୍ରିତ କରି ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି କିଷାନ ମୋର୍ଚ୍ଛାର ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ପୁଲିନ ପୁହାଣ ଏବଂ ସେଣ୍ଟ୍ରାଲ ସିଲ୍କ ବୋର୍ଡର ଶ୍ରୀମତୀ ସଞ୍ଜୁଲତା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ। ଆମର ପାରମ୍ପରିକ ହସ୍ତତନ୍ତ କଳାକୁ ଜୀବନ୍ତ ରଖିବାରେ ବୁଣାକାରମାନଙ୍କର ଅତୁଳନୀୟ ଯୋଗଦାନ ଓ ନିଷ୍ଠାକୁ ସମ୍ମାନ ଜଣାଇ ସଂସ୍ଥା ତରଫରୁ ଶ୍ରେଷ୍ଠ ବୁଣାକାରମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ସମସ୍ତ ବୁଣାକାରଙ୍କ ସହ ମିଶି ଏହି ଦିବସକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥିଲା। ଗୋପାଳପୁର ହ୍ୟାଣ୍ଡଲୁମ୍‌ର ଏହି ପ୍ରଚେଷ୍ଟା ଆମର ସମୃଦ୍ଧ ସଂସ୍କୃତି ଓ ବୁଣାକାର ସମ୍ପ୍ରଦାୟର ଶ୍ରମକୁ ସମାଜ ସମ୍ମୁଖରେ ଆଣିବା ସହ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

Jajpur (ଯାଜପୁର) • ରିପୋର୍ଟ - ନିରୋଜ କୁମାର ସେଠୀ

ଢ଼େଙ୍କାନାଳରେ ପ୍ରସିଦ୍ଧ ଗଣେଶ ପୂଜା  ନିମନ୍ତେ ପ୍ରସ୍ତୁତି ବୈଠକ
Aug 7, 2026•10 views

ଢ଼େଙ୍କାନାଳରେ ପ୍ରସିଦ୍ଧ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ

ଢ଼େଙ୍କାନାଳରେ ପ୍ରସିଦ୍ଧ ଗଣେଶ ପୂଜା ଆୟୋଜନ ନିମନ୍ତେ ଆଜି ପୂର୍ବାହ୍ନରେ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଶାନ୍ତି ଶୃଙ୍ଖଳାର ସହିତ ଭାଇଚାରା ରକ୍ଷା କରି ଶ୍ରୀ ଗଣେଶ ପୂଜା ଆୟୋଜନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ପୂଜା ପାଇଁ କାହାରି ଠାରୁ ଜୋର ଜବରଦସ୍ତ ଚାନ୍ଦା ଆଦାୟ ନ କରିବାକୁ ପରାମର୍ଶ ଦେଇଛନ୍ତି । ଭସାଣି ଶୋଭାଯାତ୍ରାରେ ଭାଇବ୍ରେଟର ବ୍ୟବହାର ନ କରିବା ସହିତ ବୃଦ୍ଧ-ବୃଦ୍ଧା ଓ ଶିଶୁମାନଙ୍କ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦେଇ ମାତ୍ରାଧିକ ଶବ୍ଦ ପରିବେଷଣ ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଭସାଣି ବେଳେ ସମୟାନୁବର୍ତ୍ତିତା ପାଳନ କରିବା ସହ ନିଶା ସେବନ ଠାରୁ ଦୂରେଇ ରହିବାକୁ କରିଛନ୍ତି । ପୂଜା ଓ ଭସାଣିକୁ ଶୃଙ୍ଖଳିତ କରାଯିବ, କୌଣସି ପ୍ରକାରର ଅସାମାଜିକ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର ପ୍ରକାଶ କରିଛନ୍ତି । ପୂଜା ମଣ୍ଡପରେ ଏବଂ ବିସର୍ଜନ ସ୍ଥଳରେ ପୋଲିସ ମୁତୟନ ହେବେ। ନାଇଟ୍ ପେଟ୍ରୋଲିଂ ସହ ଅସ୍ଥାୟୀ ଆଉଟ୍ ପୋଷ୍ଟ ବ୍ୟବସ୍ଥା କରାଯିବ । ଭସାଣି ବେଳେ ଟ୍ରାଫିକ୍ ନିୟନ୍ତ୍ରଣର ବିହିତ ବ୍ୟବସ୍ଥା କରାଯାଇ ଭସାଣି ଯେପରି ରାତ୍ର ୮ ଟା ସୁଦ୍ଧା ଶେଷ ହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସେ କହିଥିଲେ । ମିଳିତ ଗଣେଶ ପୂଜା କ୍ରିୟାନୁଷ୍ଠାନ କମିଟିର ସଭାପତି ଶ୍ରୀ ସୁଧାଂଶୁ କୁମାର ଦଳେଇ, ଆସନ୍ତା ମାସ ୧୪ ତାରିଖରେ ଶ୍ରୀ ଗଣେଶ ପୂଜା ଆରମ୍ଭ ହୋଇ ୨୧ ତାରିଖରେ ବିସର୍ଜନ କରାଯିବ ବୋଲି ପ୍ରକାଶ କରିଥିଲେ । ପୂଜା ଅନୁଷ୍ଠାନର କୌଣସି ସଦସ୍ୟ ନିଶା ସେବନ ନ କରି ଶାନ୍ତି ଶୃଙ୍ଖଳାର ସହ ପୂଜା ଓ ଭସାଣି ଉତ୍ସବ ସମାପନ କରିବାକୁ ଅନୁରୋଧ କରିଥିଲେ । ଚ଼ଳିତ ବର୍ଷ ୪୦ ଟି ପୂଜା ପ୍ରତିଷ୍ଠାନ ପକ୍ଷରୁ ଶ୍ରୀ ଗଣେଶ ପୂଜା ଅନୁଷ୍ଠିତ ହେବ, ପୂଜା କମିଟି ପକ୍ଷରୁ ରେଡ଼କ୍ରସ୍ ସଂସ୍ଥାକୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସେ ସୂଚ଼ନା ପ୍ରଦାନ କରିଥିଲେ । ୨୧ ତାରିଖ ଦିନ ପୂର୍ବାହ୍ନ ୮ ଘଟିକା ସମୟରେ ସ୍ଥାନୀୟ ମିନି ଷ୍ଟାଡ଼ିୟମ ଠାରେ ଭସାଣି କ୍ରମାନ୍ୱୟ ପାଇଁ ଲଟେରୀ ହେବ ଏବଂ ମଧ୍ୟାହ୍ନ ୧ ଟା ୩୦ ରୁ ୨ଟା ୩୦ ମିନିଟ୍ ମଧ୍ୟରେ ମଧ୍ୟାହ୍ନ ଭୋଜନ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଉପ ଜିଲ୍ଲାପାଳ ଶ୍ରୀ ପଦ୍ମଚରଣ ସାହୁ ସ୍ୱାଗତ ଭାଷଣ ଦେଇ ଶାନ୍ତି ଶୃଙ୍ଖଳା ମଧ୍ୟରେ ପୂଜା ଅନୁଷ୍ଠାନ ପାଇଁ ସମସ୍ତ ପୂଜା ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ । କାଠଶଙ୍ଖ, ଜେଲ୍ ପୋଖରୀ ଓ କୁଞ୍ଜକାନ୍ତ ପୋଖରୀରେ ମୂର୍ତ୍ତି ବିସର୍ଜନ ସ୍ଥଳକୁ ଉପଯୁକ୍ତ କରିବା, ବିଭିନ୍ନ ସ୍ଥାନରେ ଓହଳି ପଡ଼ିଥିବା ବିଦ୍ୟୁତ୍ ସରବରାହ ତାରକୁ ବ୍ୟବସ୍ଥିତ କରିବା, ପରିଷ୍କାର-ପରିଛନ୍ନତା ପ୍ରତିଦୃଷ୍ଟି ଦେବା, ଭସାଣି ସମୟରେ ଆମ୍ବୁଲାନସ ବ୍ୟବସ୍ଥା କରିବା, ସିନଟେକ୍ସ୍ ଦ୍ୱାରା ପାନୀୟ ଜଳ ଯୋଗାଣ, ଆବଶ୍ୟକ ରାସ୍ତା ମରାମତି କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ଆଇ.ଇ.ଏସ୍. ପ୍ରୋବେସନର ସୁଧା ଚୈହାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, ପୌର ଉପାଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର କୁଅଁର, ବିଭାଗୀୟ ଅଧିକାରୀ ମାନେ, ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା ଗଣ, ଗଣମାଧମର ପ୍ରତିନିଧିମାନେ ଯୋଗ ଦେଇ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଥିଲେ । ଶେଷର ଡ଼େପୁଟୀ - ସବ୍ କଲେକ୍ଟର ପ୍ରେସିୟସ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ, ସ୍ୱତନ୍ତ୍ର ପ୍ରତିନିଧି

ଲଗାଣ ବର୍ଷା ଓ ବନ୍ୟା ପାଣିରେ ଭାଙ୍ଗିଲା ଘର, ବେସାହାରା ଅକ୍ଷୟ ମଲ୍ଲିକଙ୍କ ପରିବାର; କ୍ଷତିପୂରଣ ଦାବି
Aug 7, 2026•23 views

ଲଗାଣ ବର୍ଷା ଓ ବନ୍ୟା ପାଣିରେ ଭାଙ୍ଗିଲା ଘର, ବେସାହାରା ଅକ୍ଷୟ ମଲ୍ଲିକଙ୍କ ପରିବାର; କ୍ଷତିପୂରଣ ଦାବି

ଯାଜପୁର, ୭ ଅଗଷ୍ଟ: ଲଗାଣ ବର୍ଷା ଓ ବନ୍ୟା ପାଣିର ପ୍ରଭାବରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଚନ୍ଦ୍ରମୁଁ ଗ୍ରାମପଞ୍ଚାୟତର ବଡ଼ ମଲିପୁର ଗ୍ରାମର ଅକ୍ଷୟ ମଲ୍ଲିକଙ୍କ ଦୁଇଟି ମାଟିଘର ଭାଙ୍ଗି ପଡ଼ିଥିବାରୁ ତାଙ୍କ ପରିବାର ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ଏକ ଦିନମଜୁରିଆ ଓ ଆର୍ଥିକ ଭାବେ ଦୁର୍ବଳ ଦଳିତ ପରିବାର ହୋଇଥିବାରୁ ସେମାନଙ୍କ ପାଇଁ ନୂଆ ଘର ନିର୍ମାଣ କରିବା କିମ୍ବା ବିକଳ୍ପ ବ୍ୟବସ୍ଥା କରିବା ସମ୍ଭବ ହୋଇପାରୁ ନାହିଁ। ସୂଚନାନୁସାରେ, ଚଳିତ ମାସରେ ହୋଇଥିବା ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିରେ ଅକ୍ଷୟ ମଲ୍ଲିକଙ୍କ ଦୁଇଟି ଘର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ପରିବାର ଲୋକେ ବର୍ଷା ଋତୁରେ ଅସୁରକ୍ଷିତ ଅବସ୍ଥାରେ ରହି ଭୟ ଓ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଥିବା ଜଣାପଡ଼ିଛି। ଜଣେ ସମାଜସେବୀଙ୍କ ମାଧ୍ୟମରେ ଏହି ଘଟଣା ସାମ୍ନାକୁ ଆସିଥିବା ବେଳେ ସ୍ଥାନୀୟ ବାସିନ୍ଦାମାନେ ପ୍ରଶାସନ ତୁରନ୍ତ ଘଟଣାର ତଦନ୍ତ କରି ପ୍ରଭାବିତ ପରିବାରକୁ ଉଚିତ କ୍ଷତିପୂରଣ ଓ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ଅକ୍ଷୟ ମଲ୍ଲିକଙ୍କ ପରିବାର ପକ୍ଷରୁ ମଧ୍ୟ କୁହାଯାଇଛି ଯେ, ଯଦି ଶୀଘ୍ର ସହାୟତା ମିଳିବ ନାହିଁ, ତେବେ ସେମାନେ ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାକୁ ବାଧ୍ୟ ହେବେ। ପ୍ରଶାସନ ପକ୍ଷରୁ ଏହି ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିନଥିବା ବେଳେ, ପ୍ରଭାବିତ ପରିବାରକୁ ଶୀଘ୍ର ସହାୟତା ଯୋଗାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି।

Jajpur (ଯାଜପୁର) • ଉଦୟ ନାଥ ଜେନା, ବିଞ୍ଝାରପୁର, ଯାଜପୁର

Nuapada Holds District-Level Revenue Review Meeting: Collector Stresses Higher Revenue Collection, Faster Farmer Registration and Early Disposal of Land Cases
Aug 7, 2026•25 views

Nuapada Holds District-Level Revenue Review Meeting: Collector Stresses Higher Revenue Collection, Faster Farmer Registration and Early Disposal of Land Cases

Nuapada, August 7: A district-level Revenue Review Meeting was held at the District Headquarters Conference Hall on Friday under the chairmanship of Nuapada Collector Madhusudan Das. The meeting reviewed the progress of revenue collection, farmer registration, land-related cases, road safety initiatives, and other key administrative matters. At the outset, the Collector directed all Tahasildars to submit their tour diaries regularly and make field visits more effective. He emphasized that officers should remain proactive at the grassroots level to ensure effective implementation of government schemes and prompt redressal of public grievances. Reviewing the progress of farmer registration, the Collector instructed Tahasildars to conduct weekly reviews and expedite the approval of pending applications. As per the official data, 33,776 farmers have been registered in the district so far. Out of these, 14,912 applications have been approved, while 578 applications are still pending for approval. The Collector also reviewed the district's revenue collection and asked all departments to intensify their efforts to achieve the annual targets. By the end of July, the district had collected ₹4.71 crore through stamp duty and registration fees, while the Transport Department generated ₹4.79 crore in revenue. Giving special emphasis to road safety, the Collector directed officials to strengthen the Helmet Hub initiative. He instructed Tahasildars and Additional Tahasildars to undertake field inspections for at least five days every month to create public awareness and monitor road safety measures. The meeting further reviewed mineral revenue collection. During the current financial year up to the end of July, the district collected ₹70.26 lakh as mineral revenue. In addition, enforcement drives against illegal mining resulted in the recovery of ₹33.97 lakh. Reviewing mutation and other land-related cases, the Collector stressed the need for their early disposal. Out of 5,919 mutation cases registered during the current financial year up to July, 3,938 cases have already been disposed of. He directed the concerned officials to expedite the settlement of the remaining cases. The meeting also decided to launch the "Gochar Land Protection Campaign" across all revenue villages in the district to safeguard government grazing land from encroachment and ensure its proper conservation. On the occasion, Mohan Hans of Sinapali Tahasil was honoured with the "Revenue Mitra Award" in recognition of his outstanding contribution to revenue administration, active participation, excellent coordination, integrity, and dedicated public service. Among those present were Additional District Magistrate Subash Chandra Rait, Sub-Collector Surmi Soren, Deputy Collector (Revenue) Suchismita Mahauti, Deputy Collector (Election) Sheikh Nasim, all Tahasildars, Executive Officers of NACs, and officials from various government departments.

Nuapada (ନୂଆପଡ଼ା) • Report: Malaya Meher, DC

ରାଜସ୍ୱ ପ୍ରଶାସନରେ ଗତି ଆଣିବାକୁ ଜିଲ୍ଲାପାଳଙ୍କ କଡ଼ା ବାର୍ତ୍ତା: ରାଜସ୍ୱ ଆଦାୟ ବୃଦ୍ଧି, କୃଷକ ପଞ୍ଜୀକରଣ ଓ ଜମି ମାମଲାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ – ସିନାପାଲିର ମୋହନ ହଂସଙ୍କୁ ‘ରାଜସ୍ୱ ମିତ୍ର ପୁରସ୍କାର
Aug 7, 2026•7 views

ରାଜସ୍ୱ ପ୍ରଶାସନରେ ଗତି ଆଣିବାକୁ ଜିଲ୍ଲାପାଳଙ୍କ କଡ଼ା ବାର୍ତ୍ତା: ରାଜସ୍ୱ ଆଦାୟ ବୃଦ୍ଧି, କୃଷକ ପଞ୍ଜୀକରଣ ଓ ଜମି ମାମଲାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ – ସିନାପାଲିର ମୋହନ ହଂସଙ୍କୁ ‘ରାଜସ୍ୱ ମିତ୍ର ପୁରସ୍କାର

ନୂଆପଡ଼ା, ତା. ୭/୮: ରାଜସ୍ୱ ପ୍ରଶାସନକୁ ଅଧିକ ସକ୍ରିୟ, ସ୍ୱଚ୍ଛ ଓ ଜନମୁଖୀ କରିବା ଲକ୍ଷ୍ୟରେ ଶୁକ୍ରବାର ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜସ୍ୱ ଆଦାୟ, କୃଷକ ପଞ୍ଜୀକରଣ, ଜମି ସମ୍ବନ୍ଧୀୟ ମାମଲାର ଫଇସଲା, ସଡ଼କ ସୁରକ୍ଷା ଓ ବେଆଇନ ଖଣିଜ ଉତ୍ତୋଳନ ନିୟନ୍ତ୍ରଣ ସହ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବୈଠକ ଆରମ୍ଭରେ ଜିଲ୍ଲାପାଳ ସମସ୍ତ ତହସିଲଦାରଙ୍କୁ ନିୟମିତ ଭାବେ ଟୁର୍ ଡାଏରୀ ଦାଖଲ କରିବା ସହ କ୍ଷେତ୍ର ପରିଦର୍ଶନକୁ ଅଧିକ ଫଳପ୍ରଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ସହ ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟାର ତ୍ୱରିତ ସମାଧାନ ପାଇଁ କ୍ଷେତ୍ରସ୍ତରରେ ଅଧିକ ସକ୍ରିୟ ରହିବାକୁ ସେ ପରାମର୍ଶ ଦେଇଥିଲେ। କୃଷକ ପଞ୍ଜୀକରଣର ଅଗ୍ରଗତି ସମୀକ୍ଷା କରି ଜିଲ୍ଲାପାଳ ପ୍ରତ୍ୟେକ ସପ୍ତାହରେ ତହସିଲ ସ୍ତରରେ ସମୀକ୍ଷା ବୈଠକ କରି ବଳକା ଆବେଦନଗୁଡ଼ିକର ଶୀଘ୍ର ଅନୁମୋଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ଏପର୍ଯ୍ୟନ୍ତ ୩୩,୭୭୬ ଜଣ କୃଷକ ପଞ୍ଜୀକୃତ ହୋଇଥିବା ବେଳେ ୧୪,୯୧୨ଟି ଆବେଦନ ଅନୁମୋଦନ ହୋଇଛି ଏବଂ ୫୭୮ଟି ଆବେଦନ ଅନୁମୋଦନ ଅପେକ୍ଷାରେ ରହିଥିବା ସୂଚନା ଦିଆଯାଇଥିଲା। ରାଜସ୍ୱ ଆଦାୟର ଅଗ୍ରଗତି ସମୀକ୍ଷା କରି ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ପାଇଁ ଅଧିକ ତତ୍ପରତାର ସହ କାର୍ଯ୍ୟ କରିବାକୁ କହିଥିଲେ। ଜୁଲାଇ ଶେଷ ସୁଦ୍ଧା ଷ୍ଟାମ୍ପ ଶୁଳ୍କ ଓ ପଞ୍ଜୀକରଣ ଫି ବାବଦରେ ୪ କୋଟି ୭୧ ଲକ୍ଷ ୧୬ ହଜାର ୧୧୮ ଟଙ୍କା ସଂଗ୍ରହ ହୋଇଥିବା ବେଳେ ପରିବହନ ବିଭାଗ ୪ କୋଟି ୭୯ ଲକ୍ଷ ୬୭ ହଜାର ୭୩୩ ଟଙ୍କା ରାଜସ୍ୱ ସଂଗ୍ରହ କରିଥିବା ସୂଚନା ଉପସ୍ଥାପିତ ହୋଇଥିଲା। ସଡ଼କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜିଲ୍ଲାପାଳ ‘ହେଲମେଟ୍ ହବ୍’ କାର୍ଯ୍ୟକ୍ରମକୁ ଆହୁରି ସକ୍ରିୟ କରିବା ସହ ତହସିଲଦାର ଓ ଅତିରିକ୍ତ ତହସିଲଦାରମାନଙ୍କୁ ପ୍ରତିମାସରେ ଅତି କମରେ ପାଞ୍ଚ ଦିନ କ୍ଷେତ୍ର ପରିଦର୍ଶନ କରି ଜନସଚେତନତା ସୃଷ୍ଟି ଏବଂ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ଆର୍ଥିକ ବର୍ଷର ଜୁଲାଇ ଶେଷ ସୁଦ୍ଧା ଖଣିଜ ରାଜସ୍ୱ ବାବଦରେ ୭୦.୨୬ ଲକ୍ଷ ଟଙ୍କା ସଂଗ୍ରହ ହୋଇଥିବା ବେଳେ ବେଆଇନ ଖଣିଜ ଉତ୍ତୋଳନ ବିରୋଧୀ କାର୍ଯ୍ୟାନୁଷ୍ଠାନରୁ ୩୩.୯୭ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ସମୀକ୍ଷାରୁ ଜଣାପଡ଼ିଥିଲା। ଜମି ସମ୍ବନ୍ଧୀୟ ମାମଲା ଓ ମ୍ୟୁଟେସନ୍‌ର ସମୀକ୍ଷା କରି ଜିଲ୍ଲାପାଳ ଶୀଘ୍ର ଫଇସଲା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ଚଳିତ ଆର୍ଥିକ ବର୍ଷରେ ଜୁଲାଇ ସୁଦ୍ଧା ୫,୯୧୯ଟି ମ୍ୟୁଟେସନ୍ ମାମଲା ମଧ୍ୟରୁ ୩,୯୩୮ଟିର ଫଇସଲା ହୋଇଥିବା ବେଳେ ଅବଶିଷ୍ଟ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଜିଲ୍ଲାର ସମସ୍ତ ରାଜସ୍ୱ ଗ୍ରାମରେ ‘ଗୋଚର ଜମି ବଞ୍ଚାଓ ଅଭିଯାନ’ ଆରମ୍ଭ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସରକାରୀ ଗୋଚର ଜମିର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମସ୍ତ ତହସିଲ ପ୍ରଶାସନକୁ ସକ୍ରିୟ ଭୂମିକା ନେବାକୁ କୁହାଯାଇଥିଲା। ବୈଠକର ଏକ ଉଲ୍ଲେଖନୀୟ ମୁହୂର୍ତ୍ତରେ ସିନାପାଲି ତହସିଲର ମୋହନ ହଂସଙ୍କୁ ରାଜସ୍ୱ ପ୍ରଶାସନରେ ଉଲ୍ଲେଖନୀୟ ସହଯୋଗ, ସକ୍ରିୟ ଭୂମିକା, ଉତ୍କୃଷ୍ଟ ସମନ୍ୱୟ, ସତନିଷ୍ଠା ଓ ଜନହିତକର କାର୍ଯ୍ୟ ପାଇଁ ‘ରାଜସ୍ୱ ମିତ୍ର ପୁରସ୍କାର’ ପ୍ରଦାନ କରାଯାଇଥିଲା। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ଡେପୁଟି ଜିଲ୍ଲାପାଳ (ରାଜସ୍ୱ) ସୁଚିସ୍ମିତା ମହାଉତୀ, ଡେପୁଟି ଜିଲ୍ଲାପାଳ (ନିର୍ବାଚନ) ଶେଖ ନାସିମ, ସମସ୍ତ ତହସିଲଦାର, ବିଭିନ୍ନ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Nuapada (ନୂଆପଡ଼ା) • ରିପୋର୍ଟ: ବିଜୟ ବରିହା

ବ୍ୟାସନଗର ପୌର ପରିଷଦର କାର୍ଯ୍ୟପନ୍ଥା ଦିନକୁ ଦିନ ଅବନତି ହେଉଛି
Aug 7, 2026•86 views

ବ୍ୟାସନଗର ପୌର ପରିଷଦର କାର୍ଯ୍ୟପନ୍ଥା ଦିନକୁ ଦିନ ଅବନତି ହେଉଛି

ବ୍ୟାସନଗର ପୌର ପରିଷଦର କାର୍ଯ୍ୟପନ୍ଥା ଦିନକୁ ଦିନ ନିମ୍ନମାନକୁ ଗତି କରୁଥିବା ନେଇ ଅଭିଯୋଗ ଉଠୁଛି। ସହରରେ ରାସ୍ତା ଆଲୋକ, ଯାତାୟାତ ବ୍ୟବସ୍ଥା ଏବଂ ଡ୍ରେନେଜ୍ ପ୍ରଣାଳୀ ଗୁରୁତର ଭାବେ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ସାମାନ୍ୟ ବର୍ଷା ହେଲେ ମଧ୍ୟ ସହରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେଉଥିବାରୁ ସାଧାରଣ ଜନତା ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହରର ବିଭିନ୍ନ ସ୍ଥାନରେ ଅଳିଆ-ଆବର୍ଜନା ଦୀର୍ଘଦିନ ଧରି ସଂଗ୍ରହ ହୋଇ ରହିଥିବାରୁ ପରିବେଶ ଦୂଷିତ ହେଉଛି। ଏହା ସହିତ ବୁଲା ଗାଈ ଓ ଗୋରୁମାନେ ରାସ୍ତାଘାଟରେ ଅବାଧ ଭାବେ ଘୁରିବା ସହ ମଳତ୍ୟାଗ କରୁଥିବାରୁ ସ୍ୱଚ୍ଛତା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ଏହା ସହ ପୌର ପରିଷଦର ପୂର୍ବତନ ସେଲିବ୍ରେସନ୍ କଲ୍ୟାଣ ମଣ୍ଡପ ଅବହେଳିତ ଅବସ୍ଥାରେ ପଡ଼ିରହିଥିବାବେଳେ, ବ୍ୟାସ ସରୋବର ଜଗନ୍ନାଥ ମନ୍ଦିର ନିକଟରେ କୋରେଇର ମାନ୍ୟବର ବିଧାୟକ ଆକାଶ ଦାସ ନାୟକଙ୍କ ଦ୍ୱାରା ଏକ ନୂତନ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ନେଇ ସ୍ଥାନୀୟ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ସହରର ମୌଳିକ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ନ ହେଲେ ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ ହେବାର ସମ୍ଭାବନା ରହିଥିବା ନେଇ ସ୍ଥାନୀୟ ବାସିନ୍ଦାମାନେ ସତର୍କ କରିଛନ୍ତି

Jajpur (ଯାଜପୁର) • ଯାଜପୁର ରୋଡ଼ରୁ ପ୍ରଦୀପ କୁମାର ପୃଷ୍ଟି