Web News

ଭୁବନ ଜଗନ୍ନାଥ ମନ୍ଦିରରେ ଶାଳଗ୍ରାମ ସ୍ଥାପନ
ଢ଼େଙ୍କାନାଳ ୫.୯- ଅତ୍ୟନ୍ତ ଉତ୍ସାହ,ଉଦ୍ଦୀପନା,ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ପରିବେଶରେ ଶନିବାର ଭୁବନ ଜଗନ୍ନାଥ ମନ୍ଦିରରେ ଦୁର୍ଲଭ ଶାଳଗ୍ରାମ ସ୍ଥାପନ କରାଯାଇଛି । ଦୁର୍ଲଭ ଶାଳଗ୍ରାମ କୁ ସ୍ୱାଗତ ଓ ଦର୍ଶନ କରିବା ସହ ନିମନ୍ତେ ଶନିବାର ମଧ୍ୟାହ୍ନରେ ମା କାଲୁଣୀ ଦେବୀ ଙ୍କ ମନ୍ଦିର ନିକଟରେ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ୍ତଙ୍କ ସମାବେଶ ହୋଇଥିଲା । ମଧ୍ୟାହ୍ନ ୧୨ ଘଟିକା ସମୟରେ ପୁରୀ ଗୋବର୍ଦ୍ଧନ ମଠ ସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଓ ବ୍ରହ୍ମପୁର ଚନ୍ଦ୍ରଚୁଡ଼େଶ୍ୱର ମନ୍ଦିରରୁ ଭଗବତ ଭକ୍ତ ଗୋପାଳ ରାଓ ଜୀ ଦୁର୍ଲଭ ଶାଳଗ୍ରାମ ଭଗବାନ ଏକ ସୁସଜ୍ଜିତ ଗାଡ଼ିରେ ପହଞ୍ଚିବା ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ତଥା ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନି ଦେଇ ଗଗନ ପବନ ପ୍ରକମ୍ପିତ କରିଥିଲେ । ସଂକୀର୍ତ୍ତନ ମଣ୍ଡଳୀ,ମାତୃ ମଣ୍ଡଳୀ ଓ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ଏକ ପାଲିଙ୍କିରେ ବ୍ରହ୍ମସ୍ୱରୁପ ଶାଳଗ୍ରାମ କୁ ରଖି ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ଶାଳଗ୍ରାମ କୁ ଜଗନ୍ନାଥ ମନ୍ଦିରକୁ ନିଆଯାଇଥିଲା । ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ତୁଷାରକାନ୍ତି ମିଶ୍ର ଙ୍କ ସମେତ ଆଦ୍ୟ ସେବକ ରାମଚନ୍ଦ୍ର ରାଉତ,ଶ୍ରୀ ଜଗନ୍ନାଥ ଚାରି ଟେବୁଲ ଟ୍ରଷ୍ଟ ସମ୍ପାଦକ ନିରଞ୍ଜନ ଗୁରୁ,ଦଶହରା ବଳଦ ଯାତ୍ରା କମିଟି ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ କୁମାର ଦାସ,ଗୋପୀନାଥ ମହାନ୍ତି,ସୁବ୍ରତ କୁମାର ସାହୁ,ସନାତନ ସାହୁ,ସତ୍ୟାନନ୍ଦ ପୃଷ୍ଟି,ସୁରେନ୍ଦ୍ର ସାହୁ,ନରହରି ସାହୁ,କାଉନସିଲର ଗିରିଧାରୀ ସାହୁ,ପପୁ କୁମାର ସାହୁ,ନରେନ୍ଦ୍ର ବେହେରା, କାଳନ୍ଦି ସାହୁ,ଖଗେଶ୍ୱର ନାୟକ,ଜ୍ୟୋତିଷ କୁମାର ସାହୁ,ସୁଶାନ୍ତ କୁମାର ପୃଷ୍ଟି ପ୍ରମୁଖ ବହୁ ଜଗନ୍ନାଥ ପ୍ରେମୀ ଉପସ୍ଥିତ ରହି ଶ୍ରୀ ଜଗନ୍ନାଥ ମନ୍ଦିରରେ ଶାଳଗ୍ରାମ ଭଗବାନଙ୍କ ସ୍ଥାପନା ଓ ପ୍ରତିଷ୍ଠା ରେ ସହଯୋଗ କରିଥିଲେ ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ

ଚିକିଟି ଜଗନ୍ନାଥ ଉଚ୍ଚ ପ୍ରାଥମିକ ସ୍କୁଲ ରେ ଧୂମଧାମ ରେ ଗୁରୁଦିବସ ପାଳିତ
ଚିକିଟି,ତା ୫/୦୯ ଚିକିଟି ବ୍ଲକ ରାମଚନ୍ଦ୍ର ପୁର ଗାଁ ଥିବା ଜଗନ୍ନାଥ ଉଚ୍ଚ ପ୍ରାଥମିକ ସ୍କୁଲ (କସ୍ତୁରବା ଗାନ୍ଧୀ ଆବାସିକସ୍କୁଲ )ରସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସମସ୍ତ ଛାତ୍ର, ଛାତ୍ରୀ ଙ୍କୁ ନେଇ ଆଜି ଗୁରୁଦିବସ ବହୁ ଧୁମ ଧାମରେ ପାଳନ କରାଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରମିତା ପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ର ପୂର୍ବତନ ଛାତ୍ର, ଶିକ୍ଷକ,ଏବଂ ଅବସର ପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷାଧିକାରୀ ନିଗମାନନ୍ଦ ପଣ୍ଡା ଓ ଦାମୋଦର ପଣ୍ଡା ଙ୍କୁ ଅତିଥି ରୂପେ ନିମନ୍ତ୍ରଣ କରି ସମସ୍ତ ଗୁରୂ କୁଳଙ୍କୁ ନେଇ ଗୁରୂ ଓ ଛାତ୍ର ଛାତ୍ରୀ ଙ୍କ ସ୍ନେହ -ଭକ୍ତି ଭରା ପରମ୍ପରା ସୃଷ୍ଟି ହୋଇ ଥିଲା, ପ୍ରଥମେ ସ୍କୁଲ ର ପିଲାମାନେ ପୁଷ୍ପ ଦୀପ, ଚନ୍ଦନ ଦେବା ସହ ସମସ୍ତ ଗୁରୂ, ଗୁରୁମା ମାନଙ୍କୁ ବନ୍ଦାପନା କରି ଆଶିଷ ଭିକ୍ଷା କରିଥିଲେ,। ଭାରତରତ୍ନ, ପୂର୍ବତନ ରାଷ୍ଟ୍ରପତି ଡ଼ଃ. ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କ ସ୍କୃତି ଉଦ୍ଦେଶ୍ୟରେ ପୁରପଲ୍ଲୀରେ ଅନୁଷ୍ଠିତ ହେଉଥିବା ଏହି ପବିତ୍ର ସ୍ନେହ, ମମତା ଭରା ଉତ୍ସବରେ ଶତାଧିକ ଛାତ୍ର ଛାତ୍ରୀ ଙ୍କୁ ନେଇ ଗୁରୁ ଦିବସ ପାଳନ କରାଯାଇ ଥିଲା। ଗତ କଲି ମଧ୍ୟ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ର ଛାତ୍ରୀ ମାନେ ରାଧା, କୃଷ୍ଣ, ବସୁଦେବ,ନନ୍ଦ ଭୂମିକାରେ ଅଭିନୟ କରିବା ଫଳରେ ଜନ୍ମାଷ୍ଟମୀ ଭଳି ପରିବେଶ ସୃଷ୍ଟି ହୋଇଥିଲା, ଏହିଅବସରରେ ପରିଚାଳନା କମିଟି ଏବଂ ଗୁରୁକୁଳଙ୍କଦ୍ୱାରା ଦୁଇଜଣ ଅତିଥିନିଗମାନନ୍ଦ ପଣ୍ଡା, ଦାମୋଦର ପଣ୍ଡା ଙ୍କୁ ଉତ୍ତରୀୟ ଓ ଫୁଲ ତୋଡ଼ାଦେଇ ସମ୍ବର୍ଦ୍ଧିତ କରାଯାଇଥିଲା, ଏହାପରେ ପିଲାଙ୍କ ଦ୍ୱାରା ବହୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା, ଏହିକାର୍ଯ୍ୟ କ୍ରମ ଦେଖିବାକୁ ଅଭିଭାବକ, ଛାତ୍ର ଛାତ୍ରୀ ମାନେ,ଜନସାଧାରଣ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ, ଶେଷରେ କାର୍ଯ୍ୟକ୍ରମର ସଫଳତା ନିମନ୍ତେବରିଷ୍ଠ ଶିକ୍ଷକ ଅରୁଣ କୁମାର ପଣ୍ଡା, ହୃଷିକେଶ ପଣ୍ଡା ଗୋବିନ୍ଦ ପାଢ଼ୀ ରାଜଲକ୍ଷ୍ମୀ ଦିଦି, ସଂଗୀତା ଦିଦି, ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିବା ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।ଶିକ୍ଷକ ବାଲ୍ମୀକି ସେଠି,ହେମନ୍ତ ମହାରଣା ମଞ୍ଚ ପରିଚାଳନା କରିଥିଲେ ସମସ୍ତଙ୍କୁ ତିଥି ଭୋଜନ ପ୍ରସାଦରେ ଆପାୟିତ କରାଯାଇଥିଲା ।
Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ଖଲ୍ଲିକୋଟ ମର୍ଦ୍ଦରାଜ ଶିକ୍ଷକ ଭବନରେ ଗୁରୁଦିବସ ପାଳିତ
ଖଲ୍ଲିକୋଟ, ୫/୯: ଖଲ୍ଲିକୋଟସ୍ଥିତ ମର୍ଦ୍ଦରାଜ ଶିକ୍ଷକ ଭବନରେ ଶୁକ୍ରବାର ମହାସମାରୋହରେ ଗୁରୁଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ, ଶିକ୍ଷାଦାନରେ ଗୁରୁଙ୍କ ଭୂମିକା ଏବଂ ସମାଜ ଗଠନରେ ଶିକ୍ଷକଙ୍କ ଅବଦାନ ଉପରେ ଆଲୋଚନା କରାଯାଇଥିଲା। ଭାରତର ପୂର୍ବତନ ରାଷ୍ଟ୍ରପତି, ଦାର୍ଶନିକ ଓ ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଦେଶରେ ଗୁରୁଦିବସ ଭାବେ ପାଳନ କରାଯାଉଛି। ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ତାଙ୍କ ଜନ୍ମ ହୋଇଥିଲା। ତାଙ୍କ ଜନ୍ମଦିନକୁ ନିଜ ଜୟନ୍ତୀ ଭାବେ ପାଳନ କରିବା ପରିବର୍ତ୍ତେ ଶିକ୍ଷକମାନଙ୍କ ସମ୍ମାନରେ ଗୁରୁଦିବସ ଭାବେ ପାଳନ କରିବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ। ଏହା ପରଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୫ରେ ସାରା ଦେଶରେ ଗୁରୁଦିବସ ପାଳିତ ହୋଇଆସୁଛି। ‘ଶିକ୍ଷକ ହେଉଛନ୍ତି ଜାତିର ମେରୁଦଣ୍ଡ’—ଏହି ମତକୁ ଆଧାର କରି ଶିକ୍ଷକଙ୍କ ତ୍ୟାଗ, ନିଷ୍ଠା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ସେମାନଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା। ଗୁରୁଦିବସ ଅବସରରେ ଖଲ୍ଲିକୋଟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ଛାତ୍ରଛାତ୍ରୀମାନେ ଗୁରୁପୂଜନ କରିଥିବା ଜଣାପଡ଼ିଛି। କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ପ୍ରସାଦ ଆଚାର୍ଯ୍ୟ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ଆଚାର୍ଯ୍ୟ, ଅବସରପ୍ରାପ୍ତ ଶିକ୍ଷକ, ସିଆରସିସି, ସ୍ୱେଚ୍ଛାସେବୀ ଏବଂ କାର୍ଯ୍ୟରତ ଶିକ୍ଷକମାନଙ୍କ ସମେତ ସ୍ରିଷ୍ଠି ନିୟୁଜ୍ର ସ୍ୱତନ୍ତ୍ର ପ୍ରତିନିଧି ତଥା ଓଡିଏମ୍ଏମ୍ର ଗଞ୍ଜାମ ଜିଲ୍ଲା ସହସମ୍ପାଦକ ଶିବରାମ ଜେନା, ମଧୁଚରଣ ସେଠୀ, ସନ୍ତୋଷ କୁମାର ମଲ୍ଲିକ, ପ୍ରଦ୍ୟୁମ୍ନ ଦଳବେହେରା, ବଳରାମ ଘୋଷ, ସୀମାଞ୍ଚଳ ଗଉଡ, କୃଷ୍ଣଚନ୍ଦ୍ର ପରିଡ଼ା, ପୂର୍ଣ୍ଣଚନ୍ଦ୍ର ଜାନିଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।
Ganjam (ଗଞ୍ଜାମ) • ରିପୋର୍ଟ: ଶିବରାମ ଜେନା

ଛାତ ରୁ ପଡ଼ି ଅବସର ପ୍ରାପ୍ତ କିରାଣୀ ଙ୍କ ମୃତ୍ୟୁ
ଭଞ୍ଜନଗର: ଭଞ୍ଜନଗର କୋର୍ଟର ଅବସରପ୍ରାପ୍ତ ବରିଷ୍ଠ କିରାଣି ଆନନ୍ଦ ରାଓ ସୁବୁଦ୍ଧି (୬୫)ଙ୍କର ଛାତରୁ ପଡ଼ି ମୃତ୍ୟୁ ଘଟିଛି। ନିଜ ଘରର ଉପର ମହଲା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଶୁକ୍ରବାର ସକାଳ ସାଢେ ୯ଟାରେ ସେ କାମ ଦେଖିବାକୁ ଛାତକୁ ଯାଇଥିଲେ। ସେଠାରେ ଏକ କବାଟକୁ ବାହାରକୁ କାଢୁଥିବା ସମୟରେ ଅସାବଧାନତା ଯୋଗୁଁ ପ୍ରଥମ ମହଲାରୁ ତଳକୁ ଖସି ପଡିଥିଲେ। ତଳେ ସିମେଣ୍ଟ କଂକ୍ରିଟ୍ ରାସ୍ତାରେ ପଡିବା ସହ ତାଙ୍କ ମୁଣ୍ଡର ପଛ ଭାଗରେ ପ୍ରବଳ ଆଘାତ ଲାଗିଥିଲା। ସଂଜ୍ଞାହୀନ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏଠାରୁ ବ୍ରହ୍ମପୁର ଓ ପରେ କଟକ ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଶବକୁ ବ୍ରହ୍ମପୁର ମେଡିକାଲରେ ବ୍ୟବଚ୍ଛେଦ କରାଯାଇଥିଲା। ଭଞ୍ଜନଗର ସହରକୁ ସନ୍ଧ୍ୟାରେ ମରଶରୀର ପହଞ୍ଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କର ଅନେକ ଶୁଭେଚ୍ଛୁ ଓ ବହୁ ଓକିଲ ଶେଷ ଦର୍ଶନ କରିଥିଲେ।
Ganjam (ଗଞ୍ଜାମ) • ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚାରା ରୋପଣ
ବଲପାଲି -ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚାରା ରୋପଣ କାର୍ଯ୍ୟକ୍ରମ ବରପାଲି କୃଷି ବିଭାଗ ତରଫରୁ ଆୟୋଜିତ ହୋଇଯାଇଛି। ଏ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ନିହାର କାନ୍ତ ଭୋଇ ସହକାରୀ ଉଦ୍ୟାନ କୃଷି ଅଧିକାରୀ ବରପାଲି ଯୋଗ ଦେବା ସହ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇଥିଲେ। ଏ ଅବସରରେ ଅତିଥି ବୃନ୍ଦ ବକ୍ତବ୍ୟରେ କହିଥିଲେ କୃଷି ଓ କୃଷକ ସଶକ୍ତୀକରଣ ପରିବେଶ ସୁରକ୍ଷା ସବୁଜିମା ବୃଦ୍ଧି ଲକ୍ଷ୍ୟରେ ଏକ ବ୍ୟାପକ ବୃକ୍ଷରୋପଣ ଆବଶ୍ୟକତା ରହିଛି। ଏ ଅବସରରେ ମହାବିଦ୍ୟାଳୟ ପରିସରରେ ୧୧ଟି ଚାରା ରୋପଣ କରାଯାଇଛି।ପରିଶେଷରେ ଇକୋ କ୍ଲବ ସଂଯୋଜକ ନେପାଲ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଦୁଇ ଜିଲ୍ଲାକୁ ସଂଯୋଗ କରୁଥିବା ହରିଶଙ୍କର ରାସ୍ତା ଶୋଚନୀୟ
ବରଗଡ -ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସୀମାନ୍ତ ଅଞ୍ଚଳରେ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ରାସ୍ତାର ଅବସ୍ଥା ବର୍ଷାଦିନେ ଶୋଚନୀୟ ହୋଇପଡ଼ିଛି । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ଅନ୍ତର୍ଗତ ଡୁଡୁକିଝରିଆ ଗାଁ ଶେଷମୁଣ୍ଡରୁ ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅଧୀନ ଆମ୍ବବାହାଲି ଜଙ୍ଗଲ ପର୍ଯ୍ୟନ୍ତ ରହିଥିବା ଏହି ରାସ୍ତା ଏବେ ଯାତାୟାତ ପାଇଁ ଶୋଚନୀୟ ହୋଇପଡ଼ିଛି । ଏହି ରାସ୍ତା ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ହରିଶଙ୍କର ପୀଠକୁ ସଂଯୋଗ କରୁଥିବାରୁ ପ୍ରତିଦିନ ଏହି ପଥ ଦେଇ ବହୁ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକ ଯାତାୟାତ କରୁଛନ୍ତି । ବିଶେଷ କରି ଗନ୍ଧମାର୍ଦ୍ଦନ ପର୍ବତମାଳାର ପାଦଦେଶରେ ଅବସ୍ଥିତ ନୃସିଂହନାଥ ଓ ହରିଶଙ୍କର ଭଳି ଦୁଇଟି ପ୍ରମୁଖ ଧାର୍ମିକ ପୀଠକୁ ଏକାସାଙ୍ଗରେ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏହି ରାସ୍ତାର ବିଶେଷ ଗୁରୁତ୍ୱ ରହିଛି । ବର୍ତ୍ତମାନ ବର୍ଷା ଋତୁ ଚାଲିଥିବାରୁ ରାସ୍ତାର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଛି । ଅନେକ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହେବା ସହ ମାଟି ଧୋଇଯାଇ ରାସ୍ତା କାଦୁଅ ପଚପଚ ହୋଇପଡ଼ିଛି । ଫଳରେ ଦୁଇଚକିଆ ଯାନ ଚାଳକମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଚାରିଚକିଆ ଯାନ ଚଳାଚଳ ମଧ୍ୟ କଷ୍ଟକର ହୋଇପଡ଼ିଛି । ବର୍ଷା ସମୟରେ ରାସ୍ତାରେ ଯାତାୟାତ କରିବାକୁ ଗଲେ ଯାନବାହନ ଫସିଯିବାର ଆଶଙ୍କା ମଧ୍ୟ ରହୁଛି । ଏହି ରାସ୍ତା କେବଳ ସ୍ଥାନୀୟ ଲୋକଙ୍କ ଯାତାୟାତ ପାଇଁ ନୁହେଁ, ଦୁଇ ଜିଲ୍ଲା ମଧ୍ୟରେ ଯୋଗାଯୋଗ ଓ ପର୍ଯ୍ୟଟନ ବିକାଶ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱ ବହନ କରୁଛି । ନୃସିଂହନାଥ ଓ ହରିଶଙ୍କର ପୀଠକୁ ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ଛତିଶଗଡ଼, ମଧ୍ୟପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟରୁ ବହୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସିଥାନ୍ତି । ଏହି ଦୁଇପୀଠକୁ ଯୋଡୁଥିବା ରାସ୍ତାର ଉନ୍ନତି ହେଲେ ପର୍ଯ୍ୟଟକଙ୍କ ଯାତାୟାତ ସୁବିଧା ବଢ଼ିବା ସହ ଅଞ୍ଚଳର ଆର୍ଥିକ ଓ ପର୍ଯ୍ୟଟନ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇପାରିବ । ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘଦିନ ଧରି ଏହି ରାସ୍ତାର ଉନ୍ନତି ପ୍ରତି ଆବଶ୍ୟକ ଗୁରୁତ୍ୱ ଦିଆଯାଇନାହିଁ । ଜଙ୍ଗଲ ଅଞ୍ଚଳ ହୋଇଥିବାରୁ ରାସ୍ତା ନିର୍ମାଣ ଓ ପ୍ରଶସ୍ତୀକରଣରେ ବିଭିନ୍ନ ପ୍ରଶାସନିକ ଓ ବନ ବିଭାଗୀୟ ପ୍ରକ୍ରିୟା ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ଆବଶ୍ୟକ ବୋଲି ସେମାନେ କହିଛନ୍ତି । ଅଞ୍ଚଳବାସୀଙ୍କ ମତରେ, ଡୁଡୁକିଝରିଆ ଜଙ୍ଗଲ ଆରମ୍ଭରୁ ଆମ୍ବବାହାଲି ଜଙ୍ଗଲ ପର୍ଯ୍ୟନ୍ତ ଆବଶ୍ୟକ ସ୍ଥାନରେ ଡାଇଭରସନ୍ କରି ଏକ ମଜବୁତ ପକ୍କା ରାସ୍ତା ନିର୍ମାଣ କରାଗଲେ ଦୁଇ ଜିଲ୍ଲାର ଲୋକଙ୍କ ସହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଉପକୃତ ହେବେ । ଏଥିସହ ନୃସିଂହନାଥ-ହରିଶଙ୍କର ମଧ୍ୟରେ ପର୍ଯ୍ୟଟନ ଯୋଗାଯୋଗ ଆହୁରି ସୁଦୃଢ଼ ହୋଇପାରିବ । ତେଣୁ ବରଗଡ଼ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନ ସମେତ ସମ୍ପୃକ୍ତ ବନ ବିଭାଗ ଓ ରାସ୍ତା ନିର୍ମାଣ ବିଭାଗ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ରାସ୍ତାର ସ୍ଥାୟୀ ଉନ୍ନତିକରଣ ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଅତାବିରା ପ୍ରାଥମିକ ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନ ଆନୁକୁଲ୍ୟରେ ଗୁରୁଦିବସ ପାଳିତ
ବରଗଡ -ଆଜି ପବିତ୍ର ଗୁରୁଦିବସ ଅତାବିରା ଦୁର୍ଗା କଲ୍ୟାଣ ମଣ୍ଡପ ଠାରେ ଅତାବିରା ପ୍ରାଥମିକ ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନ ଆନୁକୁଲ୍ୟରେ ପବିତ୍ର ଗୁରୁଦିବସ ପାଳିତ ହୋଇ ଯାଇଛି।ଏହି ଅବସର ରେ ମଞ୍ଚାସିନ ସମ୍ପାଦକ ବୀରେନ୍ଦ୍ର ଭୋଇ ଙ୍କ ସଭା ପତିତ୍ୱ ରେ ମୁଖ୍ୟ ଅତିଥି ବରଗଡ଼ ଲୋକ ସଭା ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୋଇ,ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ଅଧିକାରୀ ରଜନୀ କାନ୍ତ ଦାଶ,ଏବିଇଓ କାର୍ତିକ ବାଗ,ମୁକେଶ ଭୋଇ,ବିଇଓ ମିଶ୍ରଣୀ କୁମ୍ଭାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ରହିଥିଲେ।ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଅତାବିରା ପ୍ରାଥମିକ ବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ଶିକ୍ଷକ ଉପେନ୍ଦ୍ର ପଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ପୂଜାର୍ଚ୍ଚନା କରି ସଭାସ୍ଥଳ ସ୍ଥିତ ପ୍ରଭୁ ଗଣେଶ ଓ ସରସ୍ଵତୀ ଙ୍କ ଫଟୋ ରେ ଦୀପ ପ୍ରଜ୍ବଳନ ସହ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ରେ ଧୂପ,ଦ୍ଵୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରା ଯାଇ ଥିଲା।ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ ସହ ସଭା ଆରମ୍ଭ ହୋଇଥିଲା।ଏହି ଅବସରରେ ଚଳିତ ବର୍ଷ ଅବସର ନେଇଥିବା ୧୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗୀତା ପୁସ୍ତକ,ଉପଢ଼ୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରା ଯିବା ସହ ପୂର୍ବରୁ ଅବସର ଗ୍ରହଣ କରିଥିବା ୩ଶହ ରୁ ଉର୍ଦ୍ଧ୍ବ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଫୁଲ ଚନ୍ଦନରେ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ଏହି କାର୍ଯ୍ୟକ୍ରମରେ ସିଆର ସିସି କେଶବ ଛନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ସଂଘର ସହ ସଂପାଦକ ଲୋକନାଥ ମହାନନ୍ଦ ସ୍ବାଗତ ଅଭିଭାଷଣ ପ୍ରଦାନ କରି ଥିଲେ।ସନ୍ତୋଷ କର,ମନୋରଞ୍ଜନ ମିଶ୍ର, ଅମୂଲ୍ୟ ସାହୁ,ସୁଦାମ ଭୁଏ, ନିଶିକାନ୍ତ ପଣ୍ଡା,ନନ୍ଦିଘୋଷ ଭୁଏ,ଧମେନ୍ଦ୍ର ପତି ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମ କର୍ତ୍ତା ପ୍ରମୁଖ ସକ୍ରିୟ ସହ ଯୋଗ କରିଥିଲେ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ପାଣିକୋଇଲି ଶିଶୁ ବିଦ୍ୟାମନ୍ଦିରରେ ପ୍ରବିତ୍ର ଗୁରୁ ଦିବସ ପାଳିତ
ପାଣିକୋଇଲି: ପାଣିକୋଇଲିସ୍ଥିତ ଶିଶୁ ବିଦ୍ୟାମନ୍ଦିର ପରିସରରେ ପବିତ୍ର ଗୁରୁ ଦିବସ ଉପଲକ୍ଷେ ଏକ ଭାବପୂର୍ଣ୍ଣ ଓ ଉତ୍ସବମୁଖର କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱକୁ ସ୍ମରଣ କରିବା ସହିତ ଗୁରୁଜନଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜଣାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ଶିଶୁ ବିଦ୍ୟାମନ୍ଦିରର କାର୍ଯ୍ୟକର୍ତ୍ତା ସଭାପତି ଶ୍ରୀଯୁକ୍ତ ଭାରତ ଚନ୍ଦ୍ର ବାରିକ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉପସଭାପତି ଶ୍ରୀଯୁକ୍ତ ରାଜକିଶୋର ମଲ୍ଲିକ, ସମ୍ପାଦକ ଶ୍ରୀଯୁକ୍ତ ପଦ୍ମଲୋଚନ ମଲ୍ଲିକ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ବଳରାମ ସାମଲ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ମଦନ ମୋହନ ପରିଡ଼ା, ସଦସ୍ୟା ଶ୍ରୀମତୀ ସ୍ନେହଲତା ଷଡ଼ଙ୍ଗୀ ଓ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ,ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଗୁରୁଜୀ ଓ ଗୁରୁମାମାନଙ୍କୁ ସମ୍ମାନ ଜଣାଇବା ସହ ବିଭିନ୍ନ ଭାଷଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭାବପୂର୍ଣ୍ଣ ପରିବେଷଣ କରିଥିଲେ। ଏଥିସହ ଗୁରୁଙ୍କ ମହତ୍ତ୍ୱ ଓ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନରେ ଶିକ୍ଷକଙ୍କ ଭୂମିକା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଭାରତ ଚନ୍ଦ୍ର ବାରିକ୍ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଗୁରୁଙ୍କ ମାର୍ଗଦର୍ଶନ ଓ ଆଶୀର୍ବାଦ ଛାତ୍ରଛାତ୍ରୀଙ୍କ ଜୀବନକୁ ସଠିକ୍ ଦିଗଦର୍ଶନ ଦେବା ସହ ଉତ୍ତମ ମଣିଷ ଭାବେ ଗଢ଼ି ତୋଳିଥାଏ ଶେଷରେ ଗୁରୁଜନଙ୍କ ପ୍ରତି ଗଭୀର ସମ୍ମାନ ଓ କୃତଜ୍ଞତା ଜଣାଇ କାର୍ଯ୍ୟକ୍ରମଟି ସୁନ୍ଦର ଭାବେ ସମାପ୍ତ ହୋଇଥିଲା।
Jajpur (ଯାଜପୁର) • ରିପୋର୍ଟ -ନିରୋଜ କୁମାର ସେଠୀ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଜଗଦାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ
ରାଉରକେଲା : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜଗଦା ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସୁସଜ୍ଜିତ ଦୋଳିରେ ଆସୀନ କରି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ କୁମାର ବାରିକ କର୍ତ୍ତା ରୂପେ ପୂଜାର୍ଚ୍ଚନା କରିଥିଲେ । ଆଚାର୍ଯ୍ୟ କାଶୀନାଥ ପାଢୀ ହୋମଯଜ୍ଞ ଓ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପନ୍ନ କରିଥିଲେ । ଧୂପ, ଦୀପ, ପୁଷ୍ପ,ନୈବେଦ୍ୟ ଆଦି ଉପଚାର ପୂର୍ବକ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଆବାହନ କରାଯାଇଥିଲା । ପ୍ରଭୁଙ୍କୁ ସୁସଜ୍ଜିତ ଝୁଲଣରେ ଝୁଲାଯାଇ, ଆରତୀ ଓ ପୁଷ୍ପାଞ୍ଜଳି କରି ଠାକୁରଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ଶ୍ରୀକୃଷ୍ଣ ମେଳା ଅନୁଷ୍ଠିତ ହୋଇଥିଲା । କୁନିକୁନି କୃଷ୍ଣବେଶ ଧାରୀ ଶିଶୁ ଭାଇଭଉଣୀ କୋଏଲ ନଗର, ସି-ବ୍ଳକ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇଥିଲେ। ମାଆମାନେ ସେମାନଙ୍କୁ ବନ୍ଦାଇଥିଲେ । ଦୋଳି ଝୁଲଣକାର୍ଯ୍ୟ,ସଂଗୀତ, ନୃତ୍ୟ, ବାଦ୍ୟ ଓ ହୁଳହୁଳିରେ ପରିବେଶ କୃଷ୍ଣମୟ ହୋଇଉଠିଥିଲା । କୃଷ୍ଣବେଶ ଧାରଣ କରିଥିବା ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା । ଶିଶୁଙ୍କ ଦ୍ବାରା ଦଧିହାଣ୍ଡି ଭଙ୍ଗା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଉରକେଲା ସଂକୁଳ ପ୍ରମୁଖ ଗାଦାବରୀଶ ଶତପଥୀ, ପରିଚାଳନା ସମିତିର ସଭାପତି ଡ ସାମନ୍ତ କୁମାର ସାହୁ,ସମ୍ପାଦକ ବୈଷ୍ଣବ ଚରଣ ମହାପାତ୍ର, ସଦସ୍ୟା ଆରତୀ ସାହୁ, ଅର୍ଚ୍ଚନା ମହାନ୍ତି, ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ସୂର୍ଯ୍ୟନାରାୟଣ ଦାସ, ସମସ୍ତ ଗୁରୁଜୀଗୁରୁମା, ଶିଶୁ ଭାଇଭଉଣୀ ଅଭିଭାବକ ଅଭିଭାବକା,ଶୁଭେଚ୍ଛୁ ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟଙ୍କ ମାର୍ଗଦର୍ଶନ ତଥା ଆଚାର୍ଯ୍ୟା ଜୟ ଜୟନ୍ତୀ ଦାଶ ଓ ଅମିତା ଚୌଧୁରୀଙ୍କ ତତ୍ତ୍ବ।ବଧନରେ ସମସ୍ତ ପୂଜାର୍ଚ୍ଚନା କାର୍ଯ୍ୟ ପାଳିତ ହୋଇଥିଲା । ଶେଷରେ ସମସ୍ତଙ୍କୁ ପ୍ରାସାଦ ବଣ୍ଟନ କରାଯାଇ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା ।
Rourkela (ରାଉରକେଲା) • Reports: Kunja Bihari Rout

ଧର୍ମଗଡ଼ ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ଧୂମଧାମ ରେ ପାଳିତ ହୋଇଯାଇଛି
ଧର୍ମଗଡ :-କଳାହାଣ୍ଡି ଜିଲ୍ଲା ଧର୍ମଗଡ ଏନ. ଏ. ସି. ଯାଦବ ମହାସଭା ଆନୁକୂଲ୍ୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ଆନନ୍ଦ ଉଲ୍ଲାସ ରେ ପାଳିତ ହୋଇଯାଇଛି, ପ୍ରଥମେ ଉତ୍ସବ ପଡିଆଠାରୁ ଏକ ବିରାଟ ଶୋଭାଯାତ୍ରା ରେ ନଗରପରିକ୍ରମା କରାଯାଇ ବ୍ରଜମୋହନ ରାଧାକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଛନା କରାଯାଇଥିଲା, ରାଧାକୃଷ୍ଣ ମନ୍ଦିରରୁ ଭଗବାନ ଙ୍କ କଳସ କୁ ମୁଖ୍ୟ ମଞ୍ଚରେ ସ୍ଥାପନା କରାଯାଇଥିଲା, ଯାଦବ ପୂଜକ ରବିଶଙ୍କର କେତକୀ ଓ ଭରତ କାଣ୍ଡ ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ କର୍ତ୍ତା ଭାବରେ ଅଚୁତ ଖରସେଲ ଓ ରମା ଦେଇ ସହଯୋଗ କରିଥିଲେ, ପୂଜାର୍ଚନା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସର୍ଦାପୁର ଓ ତେନ୍ତୁଳିଆପଡା ର ବନାବାଡି ନୃତ୍ୟ, କୁନିକୁନି ଝିଅ ମାନଙ୍କ ନୃତ୍ୟ ଓ ଗୀତିନାଟ୍ୟ ପରିବେଷଣ ହୋଇଥିଲା, କାର୍ଯ୍ୟକ୍ରମ ରେ ଆୟୋଜନ କମିଟି ସଭାପତି ଅନିରୁଦ୍ଧ ଲହଜଲ ସ୍ୱାଗତ ଅଭିଭାଷଣ ପ୍ରଧାନ କରିଥିଲେ,ଅତିଥି ଭାବରେ ଅଧ୍ୟାପକ ମାଧବ ଲହଜଳ, ବ୍ଲକ ଯାଦବ ସମ୍ପାଦକ ଅରକ୍ଷିତ ଭଇସାଲ, ଗୌର ବାଗ, ଶଶୀ ନାଗ, ଅରକ୍ଷିତ ନାଗ,କାର୍ତିକ ଛତ୍ରିଆ, ଧନୁ ଗୋପାଳ,ଟିକମନ ଯାଦବ, ଦୁଃଖୁରାମ କାଣ୍ଡ,ତରୁଣ ବାଗ, ଅଭୟ ବାଗ,ଜଳନ୍ଧର ଗୋପାଳ, ମନୁ ବଗର୍ତି,ଜୟରାମ ରାଉତ, କରୁଣା ନାଏକ,ଜଗଦିଶ ନାଗ,ଯୋଗଦାନ କରିଥିଲେ,କାର୍ଯ୍ୟକ୍ରମ କୁ ପିଣ୍ଟୁ ଭଇସାଲ,ମହେନ୍ଦ୍ର ଖରସେଲ ଧନିଷ୍ଠ ଲହଜଲ, ଲବଣି ରାଉତ ଯାଦବ, ମୋହନ ଗହୀର, ରାଜା ହାତୀ, କୃପା ଚଣ୍ଡୀ, କୃଷ୍ଣ ଚଣ୍ଡୀ,ନନ୍ଦ ବଛା ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମକୁ ନିରାକାର ଗୋପାଳ ପରିଚାଲନା କରିଥିଲେ ଓ ଧନିଷ୍ଠ ଲହଜଲ ଧନ୍ୟବାଦ ଅର୍ପଣ କରିଥିଲେ
Kalahandi (କଳାହାଣ୍ଡି) • ରିପୋର୍ଟ -ନିରାକାର ଗୋପାଳ

ବିଜେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁ ଦିବସ ପାଳିତ
ଟିଟିଲାଗଡ଼ :-୫/୯/୨୬ ବିଜେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମହା ସମାରୋହରେ ଗୁରୁ ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଦାସ, ଏବଂ ସମ୍ମାନିତ ଅତିଥିରୂପେ ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବ୍ରଜବନ୍ଧୁ ବେହେରା, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ବିଶି,ହିନ୍ଦୀ ଶିକ୍ଷୟିତ୍ରୀ ଶ୍ରୀମତୀ ହରିପ୍ରିୟା ମିଶ୍ର,ବିଜେପୁର ସିଆରସିସି ଶ୍ରୀଯୁକ୍ତ ଗୋପାଳ ସିଂ ସୁନା ସମୂହ ଯୋଗଦାନଦେଇ ଦୀପ ପ୍ରଜ୍ବଳନ କରିବା ସହିତ ସର୍ବପଲ୍ଲୀ ରାଧାକ୍ରିଷ୍ଣା ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ l ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ ମାଝୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଗୁରୁ ଙ୍କ ବିଷୟରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ l ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ତାଙ୍କର ଅଭିଭାଷଣ ରଖିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀଯୁକ୍ତ ଭବାନୀ ଶଙ୍କର ମାଝୀ ସଭା ପରିଚାଳନା କରିଥିବାବେଲେ ଶିକ୍ଷକ ଦ୍ରୋଣ ତାଣ୍ଡି, ବିକାଶ ମେହେର,ଟଙ୍କଧର କୁମ୍ଭାର, ସରୋଜ ସାହୁ,ସୁଶାନ୍ତ ସୁନା, ମୋହିତ ଯାନୀ, ଶିକ୍ଷୟିତ୍ରୀ ନିକିତା ଭୋଇ, ଚତୁରୀ ଜାଲ,ନମ୍ରତା ମନହୀରା ଏବଂ ଚତୁର୍ଥ କର୍ମଚାରୀ ଭକ୍ତବନ୍ଧୁ ବଗର୍ତ୍ତୀ,ଅର୍ଜୁନ ରଣା, ଦିଲୀପ ପୋଢ଼,ଥବୀର ବଗର୍ତ୍ତୀ,ବବିତା ବଗର୍ତ୍ତୀ, ସତ୍ୟଭାମା ବଗର୍ତ୍ତୀ ସମୂହ ସହଯୋଗ କରିଥିଲେ l ସଭାପରେ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l
Balangir (ବଲାଙ୍ଗୀର) • ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼, ବଲାଙ୍ଗୀର

ଗୁରୁ ଦିବସରେ ଶିକ୍ଷକ ସାଜିଲେ ଗଞ୍ଜାମ ଜିଲ୍ଲାପାଳ, ସାନ ଆର୍ଯ୍ୟପଲ୍ଲୀ ହାଇସ୍କୁଲରେ ପଢ଼ାଇଲେ ପାଠ
ଛତ୍ରପୁର:ପବିତ୍ର ଗୁରୁ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିଆରା ନିଦର୍ଶନ ଦେଖିବାକୁ ମିଳିଛି। ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାଷନ ନିଜେ ଶିକ୍ଷକ ସାଜି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଛନ୍ତି। ଜିଲ୍ଲାପାଳଙ୍କ ଏହି ଆଭିମୁଖ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଏକ ଅଭୂତପୂର୍ବ ଉତ୍ସାହ ଭରିଦେଇଛି। ବିଦ୍ୟାଳୟ ପରିଦର୍ଶନ ସମୟରେ ଜିଲ୍ଲାପାଳ ସ୍ମାର୍ଟ କ୍ଲାସ୍ରୁମ୍ରେ ପ୍ରବେଶ କରି ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଭାବପ୍ରକାଶ କରିଥିଲେ। ସେ ସ୍ମାର୍ଟ ବୋର୍ଡ ଓ ଭିଡିଓ ମାଧ୍ୟମରେ ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ଜଟିଳ ବିଷୟବସ୍ତୁକୁ ଅତି ସହଜ ଓ ରୋଚକ ଢଙ୍ଗରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ପାଠପଢ଼ା ସହିତ ସେ ବିଦ୍ୟାଳୟର ସୁବିଧା-ଅସୁବିଧା, ଶିକ୍ଷାଦାନର ମାନ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଲକ୍ଷ୍ୟ ବିଷୟରେ ପଚାରି ବୁଝିଥିଲେ। ଜିଲ୍ଲାପାଳଙ୍କ ଏହି ସହଜ ଓ ସରଳ ଶୈଳୀ ଯୋଗୁଁ ଛାତ୍ରଛାତ୍ରୀମାନେ ବିନା ଭୟରେ ନିଜ ନିଜର ମନୋଭାବ ପ୍ରକାଶ କରିବା ସହ ଅନେକ ପ୍ରଶ୍ନ ପଚାରିଥିଲେ। ପ୍ରଶାସନର ମୁଖ୍ୟ ନିଜେ ଆସି ପାଠ ପଢ଼ାଇବା ଏବଂ ସେମାନଙ୍କ ଗହଣରେ ସମୟ ବିତାଇବା ସେମାନଙ୍କ ପାଇଁ ଏକ ଚିରସ୍ମରଣୀୟ ଓ ପ୍ରେରଣାଦାୟୀ ଅନୁଭୂତି ହୋଇ ରହିବ ବୋଲି ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି। ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଓ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।
Ganjam (ଗଞ୍ଜାମ) • ରିପୋର୍ଟ: ପିତାମ୍ବର ମହାରଣା, ଛତ୍ରପୁର
