--:--:--
-- ---
Srishti News

ବ୍ୟାସନଗର ପୌର ପରିଷଦର କାର୍ଯ୍ୟପନ୍ଥା ଦିନକୁ ଦିନ ଅବନତି ହେଉଛି

Jajpur (ଯାଜପୁର)ଯାଜପୁର ରୋଡ଼ରୁ ପ୍ରଦୀପ କୁମାର ପୃଷ୍ଟିAugust 7, 202698 views
ବ୍ୟାସନଗର ପୌର ପରିଷଦର କାର୍ଯ୍ୟପନ୍ଥା ଦିନକୁ ଦିନ ଅବନତି ହେଉଛି
ବ୍ୟାସନଗର ପୌର ପରିଷଦର କାର୍ଯ୍ୟପନ୍ଥା ଦିନକୁ ଦିନ ନିମ୍ନମାନକୁ ଗତି କରୁଥିବା ନେଇ ଅଭିଯୋଗ ଉଠୁଛି। ସହରରେ ରାସ୍ତା ଆଲୋକ, ଯାତାୟାତ ବ୍ୟବସ୍ଥା ଏବଂ ଡ୍ରେନେଜ୍ ପ୍ରଣାଳୀ ଗୁରୁତର ଭାବେ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ସାମାନ୍ୟ ବର୍ଷା ହେଲେ ମଧ୍ୟ ସହରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେଉଥିବାରୁ ସାଧାରଣ ଜନତା ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହରର ବିଭିନ୍ନ ସ୍ଥାନରେ ଅଳିଆ-ଆବର୍ଜନା ଦୀର୍ଘଦିନ ଧରି ସଂଗ୍ରହ ହୋଇ ରହିଥିବାରୁ ପରିବେଶ ଦୂଷିତ ହେଉଛି। ଏହା ସହିତ ବୁଲା ଗାଈ ଓ ଗୋରୁମାନେ ରାସ୍ତାଘାଟରେ ଅବାଧ ଭାବେ ଘୁରିବା ସହ ମଳତ୍ୟାଗ କରୁଥିବାରୁ ସ୍ୱଚ୍ଛତା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ଏହା ସହ ପୌର ପରିଷଦର ପୂର୍ବତନ ସେଲିବ୍ରେସନ୍ କଲ୍ୟାଣ ମଣ୍ଡପ ଅବହେଳିତ ଅବସ୍ଥାରେ ପଡ଼ିରହିଥିବାବେଳେ, ବ୍ୟାସ ସରୋବର ଜଗନ୍ନାଥ ମନ୍ଦିର ନିକଟରେ କୋରେଇର ମାନ୍ୟବର ବିଧାୟକ ଆକାଶ ଦାସ ନାୟକଙ୍କ ଦ୍ୱାରା ଏକ ନୂତନ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ନେଇ ସ୍ଥାନୀୟ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ସହରର ମୌଳିକ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ନ ହେଲେ ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ ହେବାର ସମ୍ଭାବନା ରହିଥିବା ନେଇ ସ୍ଥାନୀୟ ବାସିନ୍ଦାମାନେ ସତର୍କ କରିଛନ୍ତି