--:--:--
-- ---
Srishti News

Web News

ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଜିଲ୍ଲାପାଳଙ୍କ ଅଚାନକ ଦରିଦର୍ଶନ  ଚିକିତ୍ସାଳୟ ପରିସରର ଅବ୍ୟବସ୍ଥା ଦେଖି  ଅସନ୍ତୋଷ ପ୍ରକାଶ କରିଥିଲେ।
Aug 7, 2026•16 views

ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଜିଲ୍ଲାପାଳଙ୍କ ଅଚାନକ ଦରିଦର୍ଶନ ଚିକିତ୍ସାଳୟ ପରିସରର ଅବ୍ୟବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ।

ସରକାରୀ ଅନୁଷ୍ଠାନରେ ଲୋକଙ୍କୁ ମିଳୁଥିବା ସେବାର ମାନ, ପରିମଳ ବ୍ୟବସ୍ଥା ଓ ଭିରିଭୂମିର ବାସ୍ତବ ସ୍ଥିତି ଜାଣିବା ପାଇଁ ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ଵର ସ୍ଵାଇଁ ଆଜି ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସରକାରୀ ଅନୁଷ୍ଠାନରେ ଅଚାନକ ପରିଦର୍ଶନ କରିଛନ୍ତି । ତାଙ୍କ ଏହି ଅଚାନକ ଗସ୍ତରେ ସ୍ଵାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ବିଦ୍ୟାଳୟ ଓ ଛାତ୍ରାବାସ ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସ୍ଥାର ଯାଞ୍ଚ କରାଯାଇଥିଲା। ପ୍ରଥମେ ଜିଲ୍ଲାପାଳ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଓପିଡି, କାଜୁଆଲିଟି, ଏକ୍ସ-ରେ କକ୍ଷ ସମେତ ବିଭିନ୍ନ ବିଭାଗ ବୁଲି ଦେଖୁଥିଲେ। ରୋଗୀ, ଡାକ୍ତର ଓ କର୍ମଚାରୀଙ୍କ ସହ ସିଧାସଳଖ ଆଲୋଚନା କରି ସ୍ଵାସ୍ଥ୍ୟସେବାର ମାନ, ଔଷଧ ଉପଲବ୍ଧତା ଓ ହସ୍ପିଟାଲ ପରିଚାଳନା ସମ୍ପର୍କରେ ତଥ୍ୟ ନେଇଥିଲେ। ଏହି ସମୟରେ ଉପସ୍ଥାନ ରେଜିଷ୍ଟର, ଡ୍ୟୁଟି ରେଜିଷ୍ଟର ଓ ବିଭିନ୍ନ ଅଭିଲେଖ ଯାଞ୍ଚ କରିଥିଲେ। କେତେକ ସଫେଇ କର୍ମଚାରୀ ଅନୁପସ୍ଥିତ ଥିବା ସହ ହସ୍ପିଟାଲ ପରିସର ଓ ଶୌଚାଳୟର ପରିମଳ ବ୍ୟବସ୍ଥାରେ ଅବ୍ୟବସ୍ଥା ଦେଖ୍ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ। ତୁରନ୍ତ ଦୁର୍ଗନ୍ଧ ଯୁକ୍ତ ପରିବେଶକୁ ଦେଖୁ ସଫେଇ ସହ ନିର୍ମଳ, ସ୍ଵଚ୍ଛତା ବ୍ୟବସ୍ଥା ସୁଧାରିବା, ଶୌଚାଳୟରେ ନିୟମିତ ଜଳ ଯୋଗାଣ ସୁନିଶ୍ଚିତ କରିବା ଏବଂ ସମସ୍ତ ଅଭିଲେଖ ନିୟମାନୁସାରେ ସଂରକ୍ଷଣ କରିବାକୁ ସେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କଡ଼ା ନିର୍ଦେଶ ଦେଇଥିଲେ । ଡାକ୍ତର ଅଭାବରେ ଡାକ୍ତର ଓ ଡାକ୍ତରଙ୍କ ଅବହେଳାର ଏଇ ସବୁ ହେଉଥ‌ିବା ଦୃଷ୍ଟିକୁ ଆସିଥିଲା । ଏହାକୁ ତୁରନ୍ତ କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାପାଳ ଡ, ସ୍ଵାଇଁ ନିର୍ଦେଶ ଦେଇଥିଲେ । ସେହିପରି ଜିଲ୍ଲାପାଳ ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି + ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ଵାଗତ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ସେ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରି ତାଙ୍କ ଶିକ୍ଷା, ଭବିଷ୍ୟତ ଲକ୍ଷ୍ୟ ଓ ସମସ୍ୟା ସମ୍ପର୍କରେ ଜାଣିଥିଲେ । ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଲକ୍ଷ୍ୟ ରଖ୍ ନିଷ୍ଠା, ଶୃଙ୍ଖଳା ଓ କଠିନ ପରିଶ୍ରମ ସହ ଆଗକୁ ବଢ଼ିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏଥିସହ ହଷ୍ଟେଲର ଖାଦ୍ୟ, ରହଣି, ପରିମଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ନେଇ ଛାତ୍ରଛାତ୍ରୀଙ୍କଠାରୁ ସିଧାସଳଖ ମତାମତ ଗ୍ରହଣ କରିଥିଲେ । ଅପରପକ୍ଷରେ ବାଳିକା ହଷ୍ଟେଲର ଗେଟ୍ ମରାମତି ପାଇଁ ତୁରନ୍ତ ନିର୍ଦେଶ ଦେଇଥିଲେ । ପରେ ଜିଲ୍ଲାପାଳ ନିସ୍ନାହାଣ୍ଡି ଏସ୍.ଏସ୍.ଡି. ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ହଷ୍ଟେଲ, ରୋଷେଇ ଘର ଓ ବିଦ୍ୟାଳୟର ବିଭିନ୍ନ ଭିରିଭୂମି ଯାଞ୍ଚ କରିଥିଲେ।

Nabarangpur (ନବରଙ୍ଗପୁର) • ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

ସାଣ୍ଟେମେରା ଆବାସିକ ବିଦ୍ୟାଳୟରେ ଖରାପ ସୁବିଧା ଅଭିଯୋଗ କରି ଛାତ୍ରମାନେ ହଷ୍ଟେଲ ଛାଡିଲେ
Aug 7, 2026•12 views

ସାଣ୍ଟେମେରା ଆବାସିକ ବିଦ୍ୟାଳୟରେ ଖରାପ ସୁବିଧା ଅଭିଯୋଗ କରି ଛାତ୍ରମାନେ ହଷ୍ଟେଲ ଛାଡିଲେ

ନବରଙ୍ଗପୁର, ଝରିଗାଁ, ଓଡିଶାର ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅନ୍ତର୍ଗତ ବଡ଼ ଟେମେରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଣ୍ଟେମେରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଖରାପ ହଷ୍ଟେଲ ପରିଚାଳନା ଏବଂ ଅପର୍ଯ୍ୟାପ୍ତ ସୁବିଧାର ଗୁରୁତର ଅଭିଯୋଗ ଆସିଛି। ରିପୋର୍ଟ ଅନୁଯାୟୀ, ପ୍ରାୟ 180 ଆଦିବାସୀ ଛାତ୍ରଛାତ୍ରୀ ଆବାସିକ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। "ହଷ୍ଟେଲରେ ପ୍ରଦାନ କରାଯାଇଥିବା ନିମ୍ନମାନର ଖାଦ୍ୟ ଏବଂ ଅନୁପଯୁକ୍ତ ରହିବା ପରିସ୍ଥିତି ବିରୋଧରେ ପ୍ରତିବାଦ କରି ଅନେକ ଛାତ୍ର ହଷ୍ଟେଲ ଛାଡି ନିଜ ନିଜ ଗ୍ରାମକୁ ଫେରିବାକୁ ଆରମ୍ଭ କରିଥିବା ଅଭିଯୋଗ ହୋଇଛି।" "ଛାତ୍ରମାନେ ଦାବି କରିଛନ୍ତି ଯେ ସେମାନଙ୍କୁ ଗୁଣାତ୍ମକ ଖାଦ୍ୟ ଦିଆଯାଉନାହିଁ ଏବଂ ହଷ୍ଟେଲରେ ମୌଳିକ ସୁବିଧା ପର୍ଯ୍ୟାପ୍ତ ନୁହେଁ, ଯାହା ସେମାନଙ୍କୁ ପ୍ରତିବାଦ କରି କ୍ୟାମ୍ପସ ଛାଡିବାକୁ ବାଧ୍ୟ କରିଛି।" ସ୍ଥାନୀୟ ବାସିନ୍ଦା ମଧ୍ୟ ଅଭିଯୋଗ କରିଛନ୍ତି ଯେ କିଛି ଶିକ୍ଷକ ସମୟ ମଧ୍ୟରେ ସ୍କୁଲକୁ ଯାଆନ୍ତି ନାହିଁ, କିଛି ଜଣ ସକାଳ 10 ଟା ପରେ ଆସି ନିୟମିତ ଶ୍ରେଣୀଗୃହ ଶିକ୍ଷାଦାନକୁ ପ୍ରଭାବିତ କରନ୍ତି ଏବଂ ଶୈକ୍ଷିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରନ୍ତି।" "ସୂତ୍ର ଅନୁଯାୟୀ ଶିକ୍ଷକମାନେ ଛାତ୍ରମାନଙ୍କୁ ହଷ୍ଟେଲକୁ ଫେରିବାକୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ପ୍ରୟାସ ବିଫଳ ହୋଇଥିଲା। ପ୍ରୟାସ ସତ୍ତ୍ୱେ ମନ୍ତବ୍ୟ ପାଇଁ ପ୍ରଧାନ ଶିକ୍ଷକଙ୍କ ସହିତ ଯୋଗାଯୋଗ କରାଯାଇପାରିଲା ନାହିଁ।" "ମାଟ୍ରିକ୍ ପରୀକ୍ଷା ପାଖେଇ ଆସିବା ସହିତ, ଶିକ୍ଷାବିତ୍ ଏବଂ ସ୍ଥାନୀୟ ବାସିନ୍ଦା ଚିନ୍ତା ପ୍ରକାଶ କରିଛନ୍ତି ଯେ ଚଳିତ ପରିସ୍ଥିତି ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏବଂ ଭବିଷ୍ୟତ ସମ୍ଭାବନା ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। "ଅଭିଭାବକ ଏବଂ ସ୍ଥାନୀୟ ବାସିନ୍ଦା ଅଭିଯୋଗ ସମ୍ପର୍କରେ ଶିକ୍ଷା ବିଭାଗ ଦ୍ୱାରା ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସେମାନେ କର୍ତ୍ତୃପକ୍ଷଙ୍କୁ ତଥ୍ୟ ଯାଞ୍ଚ କରିବା ଏବଂ ଦାୟୀ ଲୋକଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି।

Nabarangpur (ନବରଙ୍ଗପୁର) • ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

ପୁଣି ଏକ ଛୁଆ ଦନ୍ତା ହାତୀର ମୃତ୍ୟୁ; କାରଣ ଅସ୍ପଷ୍ଟ, ବନ ବିଭାଗର ତଦନ୍ତ ଜାରି
Aug 7, 2026•9 views

ପୁଣି ଏକ ଛୁଆ ଦନ୍ତା ହାତୀର ମୃତ୍ୟୁ; କାରଣ ଅସ୍ପଷ୍ଟ, ବନ ବିଭାଗର ତଦନ୍ତ ଜାରି

ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜରେ ପୁଣି ଏକ ଛୁଆ ଦନ୍ତା ହାତୀର ମୃତ୍ୟୁ ଘଟଣା ବନ ବିଭାଗକୁ ଚିନ୍ତାରେ ପକାଇଛି। କର୍ମେ ବିଟ୍ ଅନ୍ତର୍ଗତ ଜାମପଡ଼ା ଓ ଖଇରମାଲ ମଧ୍ୟବର୍ତ୍ତୀ ଜଙ୍ଗଲରୁ ଏକ ଛୁଆ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଥିବାବେଳେ ମୃତ୍ୟୁର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ। ସୂଚନା ଅନୁଯାୟୀ, ଜଙ୍ଗଲରେ ହାତୀର ମୃତଦେହ ପଡ଼ିଥିବା ଖବର ପାଇ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତ ହାତୀର ପ୍ରାଥମିକ ଯାଞ୍ଚ କରାଯିବା ସହ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି। ଆବଶ୍ୟକ ପରୀକ୍ଷା ଓ ବ୍ୟବଚ୍ଛେଦ ରିପୋର୍ଟ ପରେ ହାତୀର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ମେ’ ୨୪ ତାରିଖରେ ମଧ୍ୟ ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ କମର୍ଧା ବିଟ୍‌ରେ ଏକ ବୟସ୍କ ଦନ୍ତା ହାତୀର ମୃତଦେହ ମିଳିଥିଲା। ସେତେବେଳେ ଦୁଇ ହାତୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଉକ୍ତ ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗ ସୂଚନା ଦେଇଥିଲା। ଏବେ ସମାନ ରେଞ୍ଜରେ ପୁଣି ଏକ ଛୁଆ ଦନ୍ତା ହାତୀର ମୃତ୍ୟୁ ଘଟଣା ବନ୍ୟଜନ୍ତୁ ସୁରକ୍ଷା ବ୍ୟବସ୍ଥା ଓ ହାତୀଙ୍କ ସୁରକ୍ଷିତ ବିଚରଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତଦନ୍ତ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Kalahandi (କଳାହାଣ୍ଡି) • ରିପୋର୍ଟର: ରିତେଶ କୁମାର ମୁଣ୍ଡ

ଖୋର୍ଦ୍ଧା ଜିଲ୍ଲା ବିଜେପିର ଜିଲ୍ଲାସ୍ତରୀୟ କର୍ମଶାଳା, 'ତ୍ରିରଙ୍ଗା ଯାତ୍ରା' ସଫଳ ଆୟୋଜନ ନେଇ ରଣନୀତି ପ୍ରସ୍ତୁତ
Aug 7, 2026•8 views

ଖୋର୍ଦ୍ଧା ଜିଲ୍ଲା ବିଜେପିର ଜିଲ୍ଲାସ୍ତରୀୟ କର୍ମଶାଳା, 'ତ୍ରିରଙ୍ଗା ଯାତ୍ରା' ସଫଳ ଆୟୋଜନ ନେଇ ରଣନୀତି ପ୍ରସ୍ତୁତ

ଖୋର୍ଦ୍ଧା ଜିଲ୍ଲା ବିଜେପି ପକ୍ଷରୁ ‘ତ୍ରିରଙ୍ଗା ଯାତ୍ରା’କୁ ସଫଳ ଭାବେ ଆୟୋଜନ କରିବା ଉଦ୍ଦେଶ୍ୟରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।କର୍ମଶାଳାରେ ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ମଣ୍ଡଳ ସ୍ତରରେ ‘ତ୍ରିରଙ୍ଗା ଯାତ୍ରା’କୁ କିପରି ଅଧିକ ସୁସଂଗଠିତ, ଶୃଙ୍ଖଳିତ ଓ ସୁରୁଖୁରୁରେ ସମ୍ପାଦନ କରାଯାଇପାରିବ, ସେନେଇ ବିସ୍ତୃତ ଆଲୋଚନା କରାଯିବା ସହ ବିଭିନ୍ନ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଏହି ବୈଠକରେ ଜିଲ୍ଲା ପ୍ରଭାରୀ ଶ୍ରୀ ପବିତ୍ର ମୋହନ ଦାଶ, ରାଜ୍ୟ ସଂଯୋଜକ ଶ୍ରୀ ସୁଦୀପ୍ତ ରାୟ, ଜିଲ୍ଲା ଉପସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ମନୋଜ କିଶୋର ନନ୍ଦ ଓ ଶ୍ରୀ ଦୁଷ୍ମନ୍ତ ହରିଚନ୍ଦନଙ୍କ ସମେତ ଜିଲ୍ଲା ଏବଂ ମଣ୍ଡଳ ସ୍ତରର ସମସ୍ତ ପ୍ରମୁଖ ପଦାଧିକାରୀ ଉପସ୍ଥିତ ଥିଲେ।କର୍ମଶାଳାରେ ଉପସ୍ଥିତ ନେତୃବୃନ୍ଦ ‘ତ୍ରିରଙ୍ଗା ଯାତ୍ରା’ର ସଫଳ ଆୟୋଜନ ପାଇଁ ସମସ୍ତ ମଣ୍ଡଳ ସ୍ତରରେ ସମନ୍ୱୟ ରକ୍ଷା କରି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆହ୍ୱାନ ଜଣାଇଥିଲେ।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଖୋର୍ଦ୍ଧାରେ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ଚକ୍ର ଉପରେ ବଡ଼ ଚଢ଼ାଉ, ୧୦୯ କେଜି ଗଞ୍ଜେଇ ଜବତ
Aug 7, 2026•31 views

ଖୋର୍ଦ୍ଧାରେ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ଚକ୍ର ଉପରେ ବଡ଼ ଚଢ଼ାଉ, ୧୦୯ କେଜି ଗଞ୍ଜେଇ ଜବତ

: ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବିଶ୍ୱସନୀୟ ସୂଚନାକୁ ଆଧାର କରି ପୋଲିସ ଚଳାଇଥିବା ସ୍ୱତନ୍ତ୍ର ଚଢ଼ାଉରେ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ଚକ୍ରର ପର୍ଦ୍ଦାଫାଶ ହୋଇଛି।ଏହି ଚଢ଼ାଉରେ ପୋଲିସ ୧୦୯ କେଜି ଗଞ୍ଜେଇ ଜବତ କରିଥିବା ବେଳେ, ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫ ଲକ୍ଷ ୪୫ ହଜାର ଟଙ୍କା ବୋଲି ଜଣାପଡ଼ିଛି।ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଏକ ବୋଲେରୋ ପିକଅପ୍‌, ଏକ କିଆ କାର୍‌, ଏକ ପଲସର ମୋଟରସାଇକେଲ୍‌, ଏକ ଓଲା ବାଇକ୍‌ ଏବଂ ୬ଟି ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ କରାଯାଇଛି। ଖୋର୍ଦ୍ଧା ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଶିଳ୍ପାଞ୍ଚଳ ଥାନା ଆଇଆଇସିଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ପୋଲିସ ଟିମ୍ ଏହି ସଫଳ ଅପରେସନ୍‌କୁ ସମ୍ପନ୍ନ କରିଥିଲା। ଏହି ଘଟଣାରେ ଏନ୍‌ଡିପିଏସ୍‌ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ବେଳେ, ଏହା ପଛରେ ଥିବା ସମ୍ପୂର୍ଣ୍ଣ ଚୋରାଚାଲାଣ ନେଟୱର୍କର ଖୋଜରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ବନ୍ୟା ପୀଡ଼ିତଙ୍କ ପାଖରେ ପହଞ୍ଚିଲେ ସମାଜସେବୀ ଭାରତ ବାଇ ଓ ପ୍ରବୀର କୁମାର ସେଠୀ, ବଣ୍ଟନ କଲେ ରିଲିଫ୍ ସାମଗ୍ରୀ
Aug 7, 2026•32 views

ବନ୍ୟା ପୀଡ଼ିତଙ୍କ ପାଖରେ ପହଞ୍ଚିଲେ ସମାଜସେବୀ ଭାରତ ବାଇ ଓ ପ୍ରବୀର କୁମାର ସେଠୀ, ବଣ୍ଟନ କଲେ ରିଲିଫ୍ ସାମଗ୍ରୀ

ଯାଜପୁର ଜିଲ୍ଲାରେ ବନ୍ୟା ବିଭୀଷିକା ଯୋଗୁଁ ଅନେକ ଲୋକ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବାବେଳେ ସେମାନଙ୍କ ସହାୟତା ପାଇଁ ଆଗକୁ ଆସିଛନ୍ତି ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଦିହକୁଳ ଗ୍ରାମର ସମାଜସେବୀ ଭାରତ ବାଇ ଓ ତାଙ୍କ ସହଯୋଗୀ ପ୍ରବୀର କୁମାର ସେଠୀ। ଉଭୟ ସମାଜସେବୀ ବନ୍ୟା ପ୍ରଭାବିତ ବାରୀଙ୍ଗି ଅଞ୍ଚଳରେ ପହଞ୍ଚି ବିପନ୍ନ ପରିବାରମାନଙ୍କୁ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିଲେ। ବନ୍ୟା ପରିସ୍ଥିତିରେ ଖାଦ୍ୟ ଓ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ପାଇଁ ହଇରାଣ ହେଉଥିବା ଲୋକଙ୍କୁ ସେମାନେ ସହଯୋଗର ହାତ ବଢ଼ାଇଥିଲେ। ଭାରତ ବାଇ ଏହା ପୂର୍ବରୁ ମଧ୍ୟ ବିଭିନ୍ନ ସାମାଜିକ କାର୍ଯ୍ୟରେ ସକ୍ରିୟ ରହିଆସିଛନ୍ତି। ବିଶେଷକରି ନିରାଶ୍ରୟ ଓ ଅସହାୟ ଲୋକଙ୍କ ପାଇଁ ଘର ନିର୍ମାଣ କରି ସହଯୋଗ କରିବାର ଅନେକ ଉଦାହରଣ ରହିଛି। ପୁଣିଥରେ ବନ୍ୟା ସମୟରେ ନିଜସ୍ୱ ଉଦ୍ୟମ ଓ ସହଯୋଗୀମାନଙ୍କ ସହଯୋଗରେ ପୀଡ଼ିତ ଲୋକଙ୍କ ପାଖରେ ପହଞ୍ଚି ସେବା କାର୍ଯ୍ୟ କରିବାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି। ସ୍ଥାନୀୟ ବାସିନ୍ଦାମାନେ ଏଭଳି ମାନବିକ ପଦକ୍ଷେପକୁ ସ୍ୱାଗତ କରିବା ସହ ସମାଜର ଅନ୍ୟ ସକ୍ଷମ ବ୍ୟକ୍ତିମାନେ ମଧ୍ୟ ବିପଦ ସମୟରେ ଆଗକୁ ଆସିବାକୁ ଆହ୍ୱାନ ଜଣାଇଛନ୍ତି।

Jajpur (ଯାଜପୁର) • ରିପୋର୍ଟ: ଉଦୟନାଥ ଜେନା, ଯାଜପୁର

ଜାତୀୟ ହସ୍ତତନ୍ତ ଦିବସରେ ବରଗଡ଼ର ସଫଳତା: ରାଜ୍ୟସ୍ତରୀୟ ୧୦ଟି ହସ୍ତତନ୍ତ ପୁରସ୍କାର ମଧ୍ୟରୁ ବରଗଡ଼ ଜିଲ୍ଲାର ୯ଜଣ ବୁଣାକାର ସମ୍ମାନିତ
Aug 7, 2026•11 views

ଜାତୀୟ ହସ୍ତତନ୍ତ ଦିବସରେ ବରଗଡ଼ର ସଫଳତା: ରାଜ୍ୟସ୍ତରୀୟ ୧୦ଟି ହସ୍ତତନ୍ତ ପୁରସ୍କାର ମଧ୍ୟରୁ ବରଗଡ଼ ଜିଲ୍ଲାର ୯ଜଣ ବୁଣାକାର ସମ୍ମାନିତ

୧୨ତମ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲ୍ଲା ପୁଣିଥରେ ରାଜ୍ୟର ହସ୍ତତନ୍ତ ଜନନୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟକୁ ସୁଦୃଢ଼ କରିଛି। ବୟନଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୪-୨୫ ବର୍ଷ ପାଇଁ ଘୋଷିତ ୧୦ଟି ରାଜ୍ୟସ୍ତରୀୟ ହସ୍ତତନ୍ତ ପୁରସ୍କାର ମଧ୍ୟରୁ ୯ଟି ପୁରସ୍କାର ବରଗଡ଼ ଜିଲ୍ଲା ହାସଲ କରି ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛି। ଆଜି ଭୁବନେଶ୍ୱରସ୍ଥିତ ଆଇଇସି ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟ ସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ସମାରୋହରେ ବରଗଡ଼ ଜିଲ୍ଲା ବରପାଲି ନିବାସୀ ଡ଼ ସୁରେନ୍ଦ୍ର ମେହେର ସଫଳ ବୁଣାକାର ଭାବେ ଲାଇଫଟାଇମ ଏଚିଭମେଣ୍ଟ ଏୱାର୍ଡ ପାଇଥିବା ବେଳେ ବେଡେନ ବ୍ଲକ କପାବରୀ ଗ୍ରାମର ମିତା ମେହେରଙ୍କ ସମେତ ଅତାବିରା ବ୍ଲକ ବନହରର ହରିଶଙ୍କର ମେହେର, ବରପାଲିର ବାସୁଦେବ ମେହେର, ବରପାଲି ବ୍ଲକ ମହାତ୍ମାପଡ଼ାର ବବିତା ମେହେର, ବିଜେପୁର ବ୍ଲକ ଏମ ଶ୍ରୀଗିଡ଼ାର ବାସୁଦେବ ମେହେର, ଏବଂ ବରଗଡ଼ ବ୍ଲକ ଭାରତୀ ନଗରର ଶ୍ରୀମତୀ ତପସ୍ୱିନୀ ମେହେରଙ୍କୁ ଟାଇ ଆଣ୍ଡ ଡାଏ, ବୟନ ଏବଂ ଡିଜାଇନିଂ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ପୁରସ୍କାର ଗ୍ରହଣ କରିଛନ୍ତି । ସେହିପରି ଭେଡ଼େନ ବ୍ଲକ ତଲମେଣ୍ଡା ଗ୍ରାମର ଘାସୀରାମ ମେହେର ଏବଂ ବନପଡାର ଅଲେଖ ମେହେରଙ୍କୁ ଅନନ୍ୟ କାରିଗରୀ ଦକ୍ଷତା ପାଇଁ ତନ୍ତକୃତି ପୁରସ୍କାର ସହ ସମସ୍ତ ବୁଣାକାର ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କର ରାଶି ଗ୍ରହଣ କରିଛନ୍ତି । ଏହି ଅବସରରେ ବରଗଡ଼ସ୍ଥିତ ଉପ-ବୟନଶିଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ଉତ୍ସାହର ସହ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଜ୍ୟାଳୟ ପରିସରରେ ବୃକ୍ଷରୋପଣ ଓ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତତନ୍ତ ସାମଗ୍ରୀର ପ୍ରଦର୍ଶନୀ ଗ୍ୟାଲେରୀର ଉଦ୍ଘାଟନ କରିବା ସହ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାର ସୁରକ୍ଷା, ରୋଜଗାର ସୃଷ୍ଟି ଏବଂ ଗ୍ରାମୀଣ ଜୀବିକା ବିକାଶରେ ହସ୍ତତନ୍ତ କ୍ଷେତ୍ରର ଭୂମିକା ଉପରେ ଆଲୋକପାତ କରିଥିଲେ। ସେ ପୁରସ୍କାର ବିଜେତା ବୟନଶିଳ୍ପୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ବଲପୁରୀ ହସ୍ତତନ୍ତର ଗୌରବମୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବାକୁ "ସମସ୍ତଙ୍କ ଜୀବନରେ ଖଣ୍ଡିଏ ହସ୍ତତନ୍ତ" ଶୀର୍ଷକକୁ ଆପଣେଇବା ପାଇଁ ଆହ୍ୱାନ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ, ଉପ-ବୟନଶିଳ୍ପ ନିର୍ଦ୍ଦେଶକ ତଥା ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦେବଜିତ ନନ୍ଦୀ, ସନ୍ଥ କବୀର ଓ ଜାତୀୟ ପୁରସ୍କାରପ୍ରାପ୍ତ ଶ୍ରୀ ରାମକୃଷ୍ଣ ମେହେର, କେଏସିସିଏମ୍‌ର ଅଧ୍ୟକ୍ଷ ଶ୍ରୀ ସୁଜିତ ରଥ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରହ୍ଲାଦ ଖୋସଲାଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦେଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୋଗ ଦେଇ ଥିବା ୧୦୦ରୁ ଅଧିକ ବୟନଶିଳ୍ପୀଙ୍କୁ ଉତ୍ସାହିତ କରିଥିଲେ । ସୂଚନାଯୋଗ୍ୟଯେ, ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ବିଭାଗ ପକ୍ଷରୁ ଆଜିଠାରୁ ଆଗାମୀ ୧୫ ଅଗଷ୍ଟ ପର୍ଯ୍ୟନ୍ତ କର୍ମଶାଳା, ସଚେତନତା କାର୍ଯ୍ୟକ୍ରମ, ପ୍ରାଥମିକ ବୟନ ସମବାୟ ସମିତିଗୁଡ଼ିକ ଦ୍ୱାରା ପ୍ରଦର୍ଶନୀ, ସରକାରୀ ଯୋଜନା ସମ୍ପର୍କିତ ସଚେତନତା ଏବଂ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ବୟନଶିଳ୍ପୀଙ୍କ ନାମ ପଞ୍ଜୀକରଣ କରାଯିବ। ଏହି ସମୟରେ ସମସ୍ତ ପ୍ରାଥମିକ ବୟନ ସମବାୟ ସମିତି ଓ ଏପେକ୍ସ ସୋସାଇଟି ମାଧ୍ୟମରେ ହସ୍ତତନ୍ତ ସାମଗ୍ରୀ ଉପରେ ୧୦ ପ୍ରତିଶତ ସ୍ୱତନ୍ତ୍ର ରିହାତି ପ୍ରଦାନ କରାଯିବ। ଏତଦବ୍ଯତୀତ ସରକାରଙ୍କ 'ହର ଘର ତିରଙ୍ଗା' ଅଭିଯାନ ଅନ୍ତର୍ଗତ "ଥ୍ରେଡ୍ସ ଅଫ୍ ଫ୍ରିଡମ୍: ହାତକରଘା ମିଟ୍ସ ନ୍ୟାସନାଲ୍ ଟ୍ରାଇକଲର" କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାସ୍ତରୀୟ ହସ୍ତତନ୍ତ ହ୍ୟାକାଥନ୍ ଆୟୋଜନ କରାଯିବ। ଏଥିରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ବୟନଶିଳ୍ପୀମାନେ ୧୩ ଅଗଷ୍ଟ ୨୦୨୬ରେ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟରେ ଆୟୋଜିତ ରାଜ୍ୟସ୍ତରୀୟ ହ୍ୟାକାଥନରେ ଅଂଶଗ୍ରହଣ କରିବେ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଜିଲ୍ଲାବ୍ୟାପି ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ପାଇଁ ଜିଲ୍ଲାଙ୍କ  ବାର୍ତ୍ତା
Aug 7, 2026•13 views

ଜିଲ୍ଲାବ୍ୟାପି ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ପାଇଁ ଜିଲ୍ଲାଙ୍କ ବାର୍ତ୍ତା

ଆସନ୍ତା ୯ ଅଗଷ୍ଟରୁ ୧୭ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାରେ "ହର ଘର ତିରଙ୍ଗା" ଅଭିଯାନ ଓ "ବିଭାଜନ ବିଭୀଷିକା ସ୍ମୃତି ଦିବସ-୨୦୨୬" ପାଳନ ଅବସରରେ ବିଭିନ୍ନ ଦେଶାତ୍ମବୋଧକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଏବଂ ସାଧାରଣ ଜନତାଙ୍କୁ ଏହି ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ କରିବା ସହ ଭାରତୀୟ ଜାତୀୟ ପତାକା ସଂହିତା ଅନୁଯାୟୀ ସମସ୍ତେ ନିଜ ନିଜ ଘର, କାର୍ଯ୍ୟାଳୟ, ବସଷ୍ଟାଣ୍ଡ, ଦୋକାନ ବଜାର, ସରକାରୀ ଭବନ ତଥା ସହରର ପ୍ରମୁଖ ସ୍ଥାନ ଗୁଡ଼ିକୁ ତ୍ରିରଙ୍ଗା ପତାକା ଉତ୍ତୋଳନ ଏବଂ ଆଲୋକମାଳରେ ସଜାଇବା ସହ "ହର ଘର ତିରଙ୍ଗା"ର ସରକାରୀ ପୋର୍ଟାଲରେ ଜାତୀୟ ପତାକା ସହ ସେଲ୍ଫି ଅପଲୋଡ୍ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସୂଚନା ଅନୁଯାଇ, ଆସନ୍ତା ୧୧ ଅଗଷ୍ଟ ସକାଳ ୯ ଟାରେ ଭିଏସଏସ୍ ଛକରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି ଆୟୋଜନ ହେବାକୁ ଥିବା ବେଳେ ୧୩ ଅଗଷ୍ଟ ସକାଳ ୧୦ଟାରେ ଗାନ୍ଧୀ ଛକଠାରେ ଚିତ୍ରକଳା ଶିବିର ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବା ଯେଉଁଥିରେ ଜିଲ୍ଲାର ପ୍ରମୁଖ ଚିତ୍ରଶିଳ୍ପୀ ଏବଂ ଛାତ୍ରଛାତ୍ରୀ ବନ୍ଦେ ମାତରଂ ଓ ତ୍ରିରଙ୍ଗା ଥିମ ଆଧାରିତ ଚିତ୍ର ଅଙ୍କିବେ। ସେହିଭଳି ୧୪ ଅଗଷ୍ଟ ସନ୍ଧ୍ୟା ୫ଟାରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ଉପଲକ୍ଷେ ବୀର ସୁରେନ୍ଦ୍ର ସାଏ ଛକ ଠାରୁ ଗାନ୍ଧିଛକ ପର୍ଯ୍ୟନ୍ତ କ୍ୟାଣ୍ଡେଲ୍ ରାଲି ଆୟୋଜିତ ହେବା। ୧୫ ଅଗଷ୍ଟ ସକାଳ ୯.୧୫ଟାରେ ବୀର ସୁରେନ୍ଦ୍ର ସାଏ ଛକ ନିକଟସ୍ତ ପେରେଡ ପ୍ରାଙ୍ଗଣରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ତ୍ରୀରଙ୍ଗା ପତାକାs ଉତ୍ତୋଳନ ପରେ ପରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ସାଇକେଲ୍/ଇ-ବାଇକ୍ ରାଲି ଭଳି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ ଏବଂ ୧୭ ଅଗଷ୍ଟ ଅପରାହ୍ନ ୩ଟାରେ ସ୍ଥନୀୟ ଯଦୁମଣି ଅଡିଟୋରିୟମ୍‌ଠାରେ ତ୍ରିରଙ୍ଗା ସଂଗୀତ ସନ୍ଧ୍ୟା, ପ୍ରଦର୍ଶନୀ, ନୃତ୍ୟ ପରିବେଷଣ, ରଙ୍ଗୋଲି ଓ ବାଲୁକା କଳା ପ୍ରଦର୍ଶନୀ ଆଦି ଆୟୋଜିତ ହେବ। ଏତଦବ୍ୟତୀତ ସମସ୍ତ ବ୍ଳକ ଏବଂ ପଂଚାୟତ ସ୍ତରରେ ସ୍ଥାନୀୟ ଲୋକ ପ୍ରତିନିଧି ଓ ଜଣ ସାଧାରଣଙ୍କୁ ନେଇ ତ୍ରିରଙ୍ଗା ରାଲି ଆୟୋଜନ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକ, ଛାତ୍ରଛାତ୍ରୀ, ଯୁବବର୍ଗ, ଶିକ୍ଷକ ଶିକ୍ଷୟିତ୍ରୀ, ସରକାରୀ କର୍ମଚାରୀ, ଏନ୍‌ଏସ୍‌ଏସ୍‌, ଏନ୍‌ସିସି, ସ୍କାଉଟ୍ ଓ ଗାଇଡ୍ ସ୍ୱେଚ୍ଛାସେବୀ, ସାମାଜିକ ସଂଗଠନ, ଗଣମାଧ୍ୟମ ପ୍ରତିନିଧି ଏବଂ ସର୍ବସାଧାରଣଙ୍କୁ ଆୟୋଜିତ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଯୋଗଦେଇ "ହର ଘର ତିରଙ୍ଗା" ଅଭିଯାନ-୨୦୨୬କୁ ସଫଳ କରିବା ସହ ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ସମ୍ମାନର ବାର୍ତ୍ତାକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ କରାଯାଇଛି।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ବିଜେଡିର ସରପଞ୍ଚ ଓ ସମିତିସଭ୍ୟ
Aug 7, 2026•143 views

ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ବିଜେଡିର ସରପଞ୍ଚ ଓ ସମିତିସଭ୍ୟ

ଆଜି ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ବିଜେଡି ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଓ ଅନ୍ୟାନ୍ୟ ନିର୍ବାଚିତ ଜନପ୍ରତିନିଧିମାନେ ମିଳିତ ଭାବେ ମାନ୍ୟବର ଜିଲ୍ଲାପାଳଙ୍କୁ ଭେଟି ବନ୍ୟା ପରିସ୍ଥିତି, ରିଲିଫ୍ ବଣ୍ଟନରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଏବଂ ପଞ୍ଚାୟତ ରାଜ ସଂସ୍ଥା (PRI)ର ନିର୍ବାଚିତ ପ୍ରତିନିଧିମାନଙ୍କୁ ଅଣଦେଖା କରାଯାଉଥିବା ପ୍ରସଙ୍ଗ ଉପରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରତିନିଧିମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ, ବନ୍ୟା ପରି ଏକ ସମ୍ବେଦନଶୀଳ ଓ ଦୁର୍ବିପାକପୂର୍ଣ୍ଣ ସମୟରେ ଲୋକଙ୍କ ଦ୍ୱାରା ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ ଓ ଅନ୍ୟାନ୍ୟ PRI ପ୍ରତିନିଧିଙ୍କୁ ବିଶ୍ୱାସକୁ ନ ନେଇ ପ୍ରଶାସନିକ କାର୍ଯ୍ୟ କରାଯିବା ଗଣତାନ୍ତ୍ରିକ ପରମ୍ପରା ବିରୋଧୀ। ଏହାଦ୍ୱାରା ପ୍ରକୃତ କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ସଠିକ୍ ଓ ସମୟୋପଯୋଗୀ ସହାୟତା ପହଞ୍ଚାଇବାରେ ବାଧା ସୃଷ୍ଟି ହେଉଛି। ପ୍ରତିନିଧିମାନେ ଦାବି କରିଥିଲେ ଯେ, ବନ୍ୟା ରିଲିଫ୍ ବଣ୍ଟନ, କ୍ଷୟକ୍ଷତି ଆକଳନ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟରେ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧିଙ୍କୁ ସାମିଲ କରାଯାଉ, ଯାହାଦ୍ୱାରା ପ୍ରକୃତ ହିତାଧିକାରୀମାନେ ସରକାରୀ ସହାୟତା ପାଇପାରିବେ ଏବଂ ସ୍ୱଚ୍ଛତା ବଜାୟ ରହିବ। ଦାବିପତ୍ର ଗ୍ରହଣ କରି ଜିଲ୍ଲାପାଳ ପ୍ରତିନିଧିମାନଙ୍କ ମତାମତକୁ ଗୁରୁତ୍ୱର ସହ ନେଇଥିଲେ। ସେ ଆଶ୍ୱାସନା ଦେଇଥିଲେ ଯେ, କୌଣସି PRI ପ୍ରତିନିଧିଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ଅଣଦେଖା କରାଯିବ ନାହିଁ ଏବଂ ଆଗାମୀ ଦିନରେ ବନ୍ୟା ପରିଚାଳନା ଓ ରିଲିଫ୍ ବଣ୍ଟନ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟରେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ସହ ସମନ୍ୱୟ ରକ୍ଷା କରାଯିବ।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ସିବିଏସଇ ଜୋନାଲ ତାଇକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ଖେଳାଳୀଙ୍କୁ ସ୍ୱର୍ଣ୍ଣ ସହ ରୌପ୍ୟ ଏବଂ କାଂସ୍ୟ ପଦକ
Aug 7, 2026•17 views

ସିବିଏସଇ ଜୋନାଲ ତାଇକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ଖେଳାଳୀଙ୍କୁ ସ୍ୱର୍ଣ୍ଣ ସହ ରୌପ୍ୟ ଏବଂ କାଂସ୍ୟ ପଦକ

ପଶ୍ଚିମ ବଙ୍ଗର ପୁରୁଲିଆ ଜିଲ୍ଲା ଅନ୍ତର୍ଗତ ଦିଲ୍ଲୀ ୱାର୍ଲ୍ଡ ପବ୍ଲିକ ସ୍କୁଲ ଠାରେ ସିବିଏସଇ ଜୋନାଲ ସ୍କୁଲ ତାଇକୋଣ୍ଡୋ ପ୍ରତିଯୋଗିତାରେ ୧୪ବର୍ଷ ଓ ୧୭ ବର୍ଷରୁ କମ ବିଭାଗରେ ବିଭିନ୍ନ ଓଜନ ବର୍ଗରେ ଭାଗ ନେଇ ବାଳକ ବିଭାଗରେ ୬୮-୭୩ କେଜିରେ ବିଶ୍ୱରଂଜନ ବେହେରା ସ୍ୱର୍ଣ୍ଣ ପଦକ ହାସଲ କରି ଓଡ଼ିଶା ତଥା ଢେଙ୍କାନାଳ ପାଇଁ ଗର୍ବ ଗୌରବ ଆଣିଛନ୍ତି । ସେହିପରି ବାଳିକା ବିଭାଗରେ ୬୮ କେଜିରୁ ଉର୍ଦ୍ଧ୍ବ ବର୍ଗରେ ଅମ୍ରିତା ସାହୁ ରୌପ୍ୟ ଏବଂ ୫୯-୬୩ କେଜି ବର୍ଗରେ ଶୁଭଶ୍ରୀ ପ୍ରିୟଦର୍ଶିନୀ ରାଉତ କାଂସ୍ୟ ପଦକ ହାସଲ କରିଛନ୍ତି । ଗତକାଲି ଅପରାହ୍ନରେ ସମସ୍ତ କୃତି କ୍ରୀଡ଼ାବିତଙ୍କୁ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଉତ୍ସାହିତ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଦୟାନିଧି ପାତ୍ର, କୋଚ ଶ୍ରୀ ସୌମ୍ୟବ୍ରତ ସାହୁ ଏବଂ ଗାୟତ୍ରୀ ମିଶ୍ର ଉପସ୍ଥିତ ରହିଥିଲେ । ସୂଚନାଥାଉକି ଯେ ଏହି ପ୍ରତିଯୋଗିତା ଚଳିତ ମାସ ୧୯ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଏଥିରେ ୧୦ଟି ରାଜ୍ୟର ପ୍ରାୟ ୨୦୦ ବିଦ୍ୟାଳୟର ୧୩୮୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି

ଅଧପାନ୍ତରୀୟ ଡ୍ରେନ ନିର୍ମାଣ-ସରିବ କେବେ
Aug 7, 2026•22 views

ଅଧପାନ୍ତରୀୟ ଡ୍ରେନ ନିର୍ମାଣ-ସରିବ କେବେ

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ଚାନ୍ଦପୁର ମୁଖ୍ୟ ବଜାର ଏକ ବ୍ୟବସାୟୀ ପେଣ୍ଠସ୍ଥଳୀ l ଉକ୍ତ ବଜାରରେ ବ୍ରହ୍ମପୁର ଠାରୁ ଭାୟା ଚାନ୍ଦପୁର ଦେଇ ତୁରୁବୁଡି, ନୂଆପଡା ଠାରୁ ଭାୟା ଚାନ୍ଦପୁର ଦେଇ ଦିଗପହଣ୍ଡି, ଚିକିଟି ସରକାରୀ ବେସରକାରୀ ଯାନବାହାନ ଚଳାଚଳ କରୁଛି l ସବୁବେଳେ ଟ୍ରାଫିକ ସମସ୍ୟା ସହିତ ଦୁର୍ଘଟଣା ଘଟୁଥିଲା l ଏଥିପାଇଁ ରାସ୍ତା ପ୍ରଶସ୍ତିକରଣ ସହ ଗମନାଗମନ ସୁବିଧା ପାଇଁ ମୁଖ୍ୟ ରାସ୍ତାକଡ଼ରୁ ଜବରଦଖଲ କାରିଙ୍କୁ ଜିଲ୍ଲାପାଳ ନିର୍ଦେଶରେ ଗତ 6 ଅଗଷ୍ଟ 2025 ତାରିଖରେ ମୁଖ୍ୟ ବଜାରର ଉଭୟ ପାର୍ଶ୍ୱରେ ବେଆଇନ ଭାବେ ଗଢି ଉଠିଥିବା ଦୋକାନ ଓ ବାସଗୃହକୁ ଜବରଦଖଲ ଉଛେଦ କରାଯାଇଥିଲା l ଏବଂ ବଜାର ମଝିରେ ଥିବା ବିଦ୍ୟୁତ ପୋଲ, ଟ୍ରାନ୍ସଫରମର ଏବଂ ବଡ ବଡ଼ ଗଛ ଗୁଡିକୁ ହଟାଯାଇ ରାସ୍ତାର ଉଭୟ ପାର୍ଶ୍ଵରେ ଡ୍ରେନ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଥିଲା l କିନ୍ତୁ ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା ବଜାରର ମଝିରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର, ପୋଲ ବଡ ବଡ଼ ଗଛ ଗୁଡିକୁ ହଟାନଯାଇ ରାସ୍ତାର ଗୋଟେ ପାର୍ଶ୍ୱରେ ଡ୍ରେନ ଖୋଳାଯାଇ ଅଧପନ୍ତରୀୟ ରହିଛି l ଏବଂ ଯାହା ଫଳରେ ବ୍ୟବସାୟୀ ମାନେ ହଇରାଣ ହରକତ ହେଉଛନ୍ତି l ଦୀର୍ଘ ଏକମାସ ହେଲା ଅପରାହ୍ନରେ ବର୍ଷା ହେବା ଫଳରେ ସେଠାରେ ପାଣି ଜମି ଦୁର୍ଗନ୍ଧମୟ ଏବଂ ଅସ୍ୱାସ୍ଥ୍ୟକାର ପରିବେଶ ସୃଷ୍ଟି ହେଉଛି l ଏନେଇ ବ୍ୟବସାୟୀ ସଙ୍ଘ ପକ୍ଷରୁ ବାରମ୍ବାର ପୂର୍ତ୍ତ ବିଭାଗ କତୃପକ୍ଷ ଏବଂ ଠିକାଦାରଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନାହିଁ l ଏନେଇ ବ୍ୟବସାୟୀଙ୍କ ମଧ୍ୟରେ ଚାପ ଉତ୍ତେଜନା ଲାଗିରହିଛି l ଯଦି ଏକ ସପ୍ତାହ ମଧ୍ୟରେ ରାସ୍ତା ବଜାର ମଧ୍ୟରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର, ପୋଲ ଏବଂ ଗଛ ହଟାଯିବା ସହିତ ଅଧପନ୍ତରୀୟ ଅବସ୍ଥାରେ ରହିଥିବା ଡ୍ରେନକୁ ତୁରନ୍ତ ଶେଷ କରାନଗଲେ ବାଧ୍ୟ୍ୟ ହୋଇ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରାଯିବ ବୋଲି ବ୍ୟବସାୟଙ୍କ ପକ୍ଷରୁ ଚେତାବନୀ ଦେଇଛନ୍ତି l ଏସମ୍ପର୍କରେ ପୂର୍ତ୍ତ ବିଭାଗର କନିଷ୍ଠଯନ୍ତ୍ରୀଙ୍କ ସହ ଯୋଗାଯୋଗ ବେଳେ ବଜାରର ପ୍ରାୟ 300 ରାସ୍ତାର ଉଭୟ ପାର୍ଶ୍ଵରେ ଡ୍ରେନ ନିର୍ମାଣ କରାଯାଇ ପିଚୁ ପକାଇବା ପାଇଁ 62 ଲକ୍ଷ ଟଙ୍କା ମଂଜୁର ହୋଇଛି l ଡ୍ରେନ ନିର୍ମାଣ ଚାଲିଥିବା ସମୟରେ ବ୍ୟବସାୟୀ ମାନେ ରାସ୍ତା ମଝିରେ ଥିବା ପୋଲ, ଟ୍ରାନ୍ସଫର୍ମେର ଏବଂ ବଡବଡ଼ ଗଛ ଏଗୁଡିକୁ ହଟା ନଯିବା ଯାଏଁ ଡ୍ରେନ ନିର୍ମାଣ କାମ କରିବାକୁ ମନା କରିଛନ୍ତି l ଯାହା ଫଳରେ ଡ୍ରେନ ନିର୍ମାଣ ଅଧପନ୍ତରୀୟ ରହିଛି l ଏନେଇ ପୃଥକପୃଥକ ଭାବେ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଯାଇଅଛି l ସେମାନଙ୍କ ଠାରୁ ଅନୁମତି ଆସିଲେ ସେଗୁଡିକୁ ହଟାଯାଇ କାମ ଆରମ୍ଭ ହେବ ବୋଲି କହିଛନ୍ତି l

Ganjam (ଗଞ୍ଜାମ) • ରିପୋର୍ଟ: ଦୁର୍ଗା ମାଧବ ମହାରଣା

Nuapada Collector Reviews Social Security Schemes, Stresses Timely Benefits for Eligible Beneficiaries
Aug 7, 2026•31 views

Nuapada Collector Reviews Social Security Schemes, Stresses Timely Benefits for Eligible Beneficiaries

Nuapada, August 7: A district-level review meeting on various social security schemes being implemented under the Department of Social Security and Empowerment of Persons with Disabilities was held on Thursday at the Collector’s Conference Hall under the chairmanship of Nuapada Collector Madhusudan Dash. Reviewing the progress of different welfare schemes, the Collector directed all concerned officials to ensure that eligible beneficiaries receive government benefits within the stipulated time. He emphasized the need for prompt disposal of pending applications, intensified household visits, and effective implementation of all social security programmes so that no deserving beneficiary is left out. At the outset, District Social Security Officer Ananta Kumar Hembram welcomed the participants and briefed them about the objectives of the meeting and the department’s ongoing activities. During the review, it was informed that 832 migrant labourer families were visited across the district in July 2026, out of which 42 eligible families were provided benefits under various social security schemes. The meeting also reviewed the progress of the Bhima Bhoi Samarthya Abhiyan (BSSA) camps, where 1,367 persons with disabilities registered and applied for various government services. Progress regarding issuance of UDID cards, disability pensions, bus and train travel concessions, assistive devices, scholarships, self-employment support, and other welfare services was also assessed. The Collector instructed officials to expedite the disposal of pending cases, strengthen field-level verification, and ensure that all eligible beneficiaries are covered under the available welfare schemes. The review further revealed that 19,041 widows are receiving widow pensions in the district, 10,191 beneficiaries are covered under the Subhadra Scheme, 7,261 beneficiaries are linked with Self-Help Groups (SHGs), and 9,757 families have received assistance under the National Family Benefit Scheme (NFBS). The Collector directed officials to clear all pending cases at the earliest and ensure that every eligible widow receives the benefits she is entitled to. On the occasion, Sumanta Kumar Munda of Amguda village under Farsara Gram Panchayat in Boden Block was honoured with the “Divyang Mitra Award” for the month of July 2026 in recognition of his contribution towards the welfare of persons with disabilities. The meeting was attended by Sub-Collector Surmi Soren, Chief District Medical and Public Health Officer Dr. Dwarikanath Satpathy, District Child Protection Officer Suchismita Mahauti, Lead District Manager Harishankar Nial, Sub-Divisional Social Security Officer Smrutirekha Nanda, along with other district-level officers from various departments.

Nuapada (ନୂଆପଡ଼ା) • Reports: Malaya Meher, DC