Web News

ଦେଶର ଜାଗ୍ରତ ପ୍ରହରୀ BSF ଯବାନ ଦିଲ୍ଲୀପ କୁମାର ମହାନ୍ତି ଆଉ ନାହାନ୍ତି
ଯାଜପୁର ରୋଡ ଅଞ୍ଚଳର ବିଏସଏଫ (BSF) ଯବାନ ଦିଲ୍ଲୀପ କୁମାର ମହାନ୍ତିଙ୍କ ପରଲୋକ ଘଟିଛି। ସେ ଯାଜପୁର ରୋଡ ନିକଟସ୍ଥ ରମ୍ପାସ ଗ୍ରାମର ବାସିନ୍ଦା ଏବଂ ଘନଶ୍ୟାମ ମହାନ୍ତିଙ୍କ ପୁତ୍ର ଥିଲେ। ଦେଶସେବା ପ୍ରତି ତାଙ୍କର ଅଦମ୍ୟ ଇଚ୍ଛା ତାଙ୍କୁ ଭାରତୀୟ ସୀମା ସୁରକ୍ଷା ବଳ (BSF)ରେ କନେଷ୍ଟବଳ ଭାବେ ଯୋଗଦେବାକୁ ପ୍ରେରିତ କରିଥିଲା। ସେ ବର୍ତ୍ତମାନ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ବାଂଲାଦେଶ ସୀମାରେ କାର୍ଯ୍ୟରତ ଥିଲେ। ହଠାତ୍ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଚିକିତ୍ସା କରାଯାଉଥିଲା। ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ଦେହାନ୍ତ ଘଟିଥିବା ସୂଚନା ମିଳିଛି। ତାଙ୍କର ପାର୍ଥିବ ଶରୀରକୁ ରାଷ୍ଟ୍ରୀୟ ସମ୍ମାନର ସହ ନିଜ ବାସଭବନକୁ ଅଣାଯାଇଥିଲା। ପରେ ଗ୍ରାମ ଶ୍ମଶାନରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶେଷ ବିଦାୟ ସମୟରେ ଉପସ୍ଥିତ ଲୋକମାନେ "ଭାରତ ମାତା କି ଜୟ" ଏବଂ "ଦିଲ୍ଲୀପ ଭାଇ ଅମର ରହେ" ସ୍ଲୋଗାନରେ ପରିବେଶକୁ ପ୍ରକମ୍ପିତ କରିଥିଲେ
Jajpur (ଯାଜପୁର) • ଯାଜପୁର ରୋଡରୁ ପ୍ରଦୀପ କୁମାର ପୃଷ୍ଟି,

ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗ ର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୁତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ
ବରଗଡ ଲୋକସଭା କ୍ଷେତ୍ରରେ ଅବସ୍ଥିତ ବରଗଡ ଓ ଝାରସୁଗୁଡ଼ା ଜିଲ୍ଲାରେ ନିର୍ମିତ ହେବାକୁଥିବା ରାଜମାର୍ଗ ଗୁଡ଼ିକ ତ୍ବରାନ୍ବିତ କାର୍ଯ୍ୟ କରିବା ପାଇଁ ବରଗଡ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ପାର୍ଲାମେଣ୍ଟ ଭବନ ରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ଶ୍ରୀ ନିତୀନ ଗଡକରୀ ଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିବା ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି । ଝାରସୁଗୁଡ଼ା ଜିଲ୍ଲାର ଏନଏଚ - ୪୯ ଝାରସୁଗୁଡ଼ା ରୁ ଲଖନପୁର ୪ଟି ପ୍ରସ୍ତ ବିଶିଷ୍ଟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା,ସମ୍ବଲପୁର - ସୋହେଲା ଏନଏଚ - ୫୩ ରେ କେତେକ ସ୍ଥାନରେ ଫ୍ଲାଇଓଭର ଓ ଅଣ୍ଡର ପାସ୍ କାର୍ଯ୍ୟ ପାଇଁ ଡିପିଆର୍ ପ୍ରସ୍ତୁତ କରିବା,କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷଣା ହୋଇଥିବା ବରଗଡ ରୁ ବିଲାସପୁର ଭାୟା ଭଟଲି, ଆମ୍ବଭନା ରାସ୍ତା ଓ ସୋହେଲା - ବରପାଲି, ରାମପୁର- ସୋନପୁର ରାସ୍ତା ର କାର୍ଯ୍ୟ ବ୍ୟୟ କୁ ତ୍ବରାନ୍ବିତ କରିବା ପାଇଁ ବିଷୟରେ ସାଂସଦ ଶ୍ରୀ ପୁରୋହିତ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

Nuapada Police Returns Over 50 Lost Mobile Phones Worth ₹10 Lakh at ‘Mobile Return Mela 3.0 – 2026’
Nuapada, August 7: In a remarkable initiative aimed at restoring lost property to its rightful owners, Nuapada Police successfully recovered more than 50 missing and lost mobile phones during a special district-wide recovery drive. The recovered devices are estimated to be worth nearly ₹10 lakh. To ensure a transparent and systematic handover process, “Mobile Return Mela 3.0 – 2026” was organized on Friday at the District Police Office, Nuapada. During the event, the recovered mobile phones were formally handed over to their respective owners, bringing smiles and relief to dozens of beneficiaries who had lost hope of getting their devices back. The special recovery drive was conducted under the direct supervision of the Superintendent of Police, Nuapada, who closely monitored every stage of the operation and ensured effective coordination among all police units. The Inspectors-in-Charge (IICs) of all police stations across the district actively participated in the drive and played a commendable role in tracing and recovering the missing mobile phones. The initiative reflects Nuapada Police’s commitment to citizen-centric policing and the effective use of technology in crime prevention and property recovery. The successful recovery and return of the mobile phones have strengthened public confidence in the police and reaffirmed their dedication to serving the community.
Nuapada (ନୂଆପଡ଼ା) • Report: Malaya Meher, DC

MCL କର୍ତ୍ତୃପକ୍ଷଙ୍କ ସହ ତାଳଚେର ବିଧାୟକଙ୍କ ଆଲୋଚନା, ଜମିହରା ପ୍ରଜା ଓ ମେଡିକାଲ କଲେଜ ପ୍ରସଙ୍ଗ ଉଠିଲା
ତାଳଚେର: ଏକ ଦିନିଆ ସମ୍ବଲପୁର ଗସ୍ତ ଅବସରରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ MCLର ମହାପ୍ରବନ୍ଧକ ଉଦୟ ଅନନ୍ତ କାଓଲେ ଓ ଡାଇରେକ୍ଟର (ଟେକ୍ନିକାଲ୍) ସଞ୍ଜୟ କୁମାର ଝାଙ୍କ ସହ ସାକ୍ଷାତ କରି ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବୈଠକରେ ଜମିହରା ପ୍ରଜାଙ୍କ ସମସ୍ୟାର ସମାଧାନ ପାଇଁ ଶୀଘ୍ର RPDAC ବୈଠକ ଡାକିବା, MCLର CSR ପାଣ୍ଠିରେ ଅଞ୍ଚଳର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, MCLର ଠିକା ଓ ସ୍ଥାୟୀ ଶ୍ରମିକଙ୍କୁ ଗିଫ୍ଟ କାର୍ଡ ପ୍ରଦାନ, ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜକୁ ଶୀଘ୍ର ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରିବା ସହ ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟର ନର୍ସିଂ ଟ୍ରେନିଂ କଲେଜକୁ ବନ୍ଦ ନ କରିବା ନେଇ ଆଲୋଚନା ହୋଇଥିଲା।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଅନୁଗୋଳ ଟ୍ରମା କେୟାର ସେଣ୍ଟରର ଆଇସିୟୁ ଶୀଘ୍ର କାର୍ଯ୍ୟକ୍ଷମ ହେବ
ଅନୁଗୋଳ: ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଅନୁଗୋଳ ଟ୍ରମା କେୟାର ସେଣ୍ଟରର ଆଇସିୟୁ ପରିଦର୍ଶନ କରି ବିଭିନ୍ନ ଭିତ୍ତିଭୂମି ସୁବିଧାର ସମୀକ୍ଷା କରିଛନ୍ତି। ଆଇସିୟୁକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ସେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଡିଏଚଏଚ୍ ଏବଂ ଟ୍ରମା କେୟାର ସେଣ୍ଟରରୁ ନିଷ୍କାସିତ ଜଳର ସଠିକ୍ ଚିକିତ୍ସା ପାଇଁ ଏସଟିପି (ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ) ଅପରେଟରଙ୍କ ଶୀଘ୍ର ନିଯୁକ୍ତି କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ସେହିପରି, ହାଉସିଂ ବୋର୍ଡ କମ୍ପ୍ଲେକ୍ସ ଆଡ଼କୁ ଜଳ ପ୍ରବାହ ରୋକିବା ପାଇଁ ଡିଏଚଏଚ୍ ବାହାରେ ପ୍ରାୟ ୪୦୦ ମିଟର ଲମ୍ବର ଡ୍ରେନ୍ ନିର୍ମାଣ କରିବାକୁ ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡିଏଚଏଚ୍ ପରିସର ଭିତରେ ବଳକା ଥିବା ଆଭ୍ୟନ୍ତରୀଣ ଡ୍ରେନେଜ କାମ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ଆର୍ ଆଣ୍ଡ୍ ବି ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଟ୍ରମା କେୟାର ସେଣ୍ଟରରେ ବିଦ୍ୟୁତ ସଂଯୋଗ ଓ ଆବଶ୍ୟକ ବିଦ୍ୟୁତ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଜିଇଡି (GED)କୁ ନିର୍ଦ୍ଦେଶ ଦିଆଯାଇଛି। ପରିଦର୍ଶନ ସମୟରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ଶୀଘ୍ର ଶେଷ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ବନ୍ୟା ସହାୟତା ବଣ୍ଟନକୁ ନେଇ ଧାମନଗରରେ ତାତିଲା ରାଜନୀତି
ଦଳୀୟ ଆଧାରରେ ପାଲ ଓ ସରକାରୀ ସହାୟତା ବଣ୍ଟନ ଅଭିଯୋଗ, ତହସିଲଦାର ଓ BDOଙ୍କୁ ଘେରିଲେ ବ୍ଲକ ବିଜେଡି ନେତା ଓ କର୍ମୀ। ଧାମନଗର ଅଞ୍ଚଳରେ ବନ୍ୟା ବିପନ୍ନଙ୍କ ପାଇଁ ଆସୁଥିବା ସରକାରୀ ସହାୟତା ସାମଗ୍ରୀ ଏବଂ ପାଲ ବଣ୍ଟନକୁ ନେଇ ରାଜନୈତିକ ପରିସ୍ଥିତି ଉତ୍ତପ୍ତ ହୋଇଛି। ସହାୟତା ବଣ୍ଟନରେ ଅନିୟମିତତା ଏବଂ ଦଳୀୟ ପକ୍ଷପାତ କରାଯାଉଥିବା ଅଭିଯୋଗ ଆଣି ବ୍ଲକ ବିଜେଡିର ନେତା ଓ କର୍ମୀମାନେ ଧାମନଗର ତହସିଲଦାର ଏବଂ ବ୍ଲକ ଉନ୍ନୟନ ଅଧିକାରୀ (BDO)ଙ୍କୁ ଘେରାଉ କରି ପ୍ରତିବାଦ ଜଣାଇଛନ୍ତି। ବିଜେଡି ପକ୍ଷର ଅଭିଯୋଗ ଅନୁସାରେ, ବନ୍ୟାରେ ପ୍ରକୃତରେ କ୍ଷତିଗ୍ରସ୍ତ ହୋଇଥିବା ଅନେକ ଯୋଗ୍ୟ ପରିବାର ସରକାରୀ ସହାୟତାରୁ ବଞ୍ଚିତ ହେଉଥିବାବେଳେ, ଦଳୀୟ ଆଧାରରେ କେତେକଙ୍କୁ ପ୍ରାଥମିକତା ଦେଇ ପାଲ ଓ ଅନ୍ୟାନ୍ୟ ସହାୟତା ସାମଗ୍ରୀ ବଣ୍ଟନ କରାଯାଉଛି। ଏପରି ଘଟଣା ବନ୍ୟା ବିପନ୍ନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିବା ସହ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସେମାନେ କହିଛନ୍ତି। ପ୍ରତିବାଦକାରୀମାନେ ଦାବି କରିଛନ୍ତି ଯେ, କୌଣସି ଦଳୀୟ କିମ୍ବା ବ୍ୟକ୍ତିଗତ ପକ୍ଷପାତ ନ କରି ବନ୍ୟାରେ କ୍ଷତିଗ୍ରସ୍ତ ସମସ୍ତ ଯୋଗ୍ୟ ପରିବାରଙ୍କୁ ସ୍ୱଚ୍ଛ, ନିରପେକ୍ଷ ଏବଂ ତୁରନ୍ତ ସରକାରୀ ସହାୟତା ଓ ପାଲ ଯୋଗାଇ ଦିଆଯାଉ। ଏହା ସହିତ ସହାୟତା ବଣ୍ଟନ ପ୍ରକ୍ରିୟାରେ ହୋଇଥିବା ବୋଲି ଅଭିଯୋଗ ଉଠିଥିବା ଅନିୟମିତତାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନେବାକୁ ମଧ୍ୟ ସେମାନେ ଦାବି ଉଠାଇଛନ୍ତି।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ପାଣି କାଦୁଅ ରାସ୍ତାରେ ଯାତାୟାତ କରୁଛନ୍ତି ସ୍ଥାନୀୟ ଲୋକେ
ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ କୋଷ୍କା ଗ୍ରାମଠାରୁ ଲୁହାର ଖଣି ଗ୍ରାମକୁ ରାସ୍ତା ନଥିବାରୁ ଜନସାଧାରଣ ଲୋକ ପାଣି କାଦୁଅ ରାସ୍ତାରେ ଯାତାୟତ କରିବାପାଇଁ ବହୁତ ହଇରାଣ ହରକତ ହେଉଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ଲୋକଙ୍କ କହିବା ଅନୁସାରେ ପଂଚାୟତରେ ଜଣାଇଥିଲେ ମଧ୍ୟ ପଂଚାୟତ କତୃପକ୍ଷ କଥାକୁ ଏଡ଼େଇ ଦେଇଥିବା ସ୍ଥାନୀୟ ଅଞ୍ଚଳବାସୀ ଲୋକେ କହୁଛନ୍ତି ଏନେଇ ବ୍ଲକ ପ୍ରଶାସନଙ୍କ ନିକଟରେ ଜଣାଇଥିଲେ ମଧ୍ୟ ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ସ୍ଥାନୀୟ ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ମିଳୁଛି ସ୍ଥାନୀୟ ଲୋକଙ୍କ କହିବା କଥା ଏହି ସମସ୍ୟାର ସମାଧାନ କରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଅଭିଯୋଗ ଦାବି କରିଛନ୍ତି!
Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁ

ବିଦ୍ୟାଳୟ ର ଅଧା ପାଚେରୀ ନିର୍ମାଣ କାର୍ଯ୍ୟ,ଯୋଗୁଁ ଛାତ୍ର ଛାତ୍ରୀ ଅସୁରକ୍ଷିତ
ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ କୋଷ୍କା ପଞ୍ଚାୟତର ରୁଗାବାଜୁ ଗ୍ରାମ ସ୍ଥିତ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପାଚେରୀ ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ଧରି ଅଟକି ରହିଥିବା ଅଭିଯୋଗ ଉଠିଛି!ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ,ପଞ୍ଚାୟତରେ ଜଣାଇଥିଲେ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ କାମ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ! ଏନେଇ ବ୍ଲକ ପ୍ରଶାସନଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ କିମ୍ବା ସ୍ପଷ୍ଟ ଉତ୍ତର ମିଳିନଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି! ବିଦ୍ୟାଳୟର ପାଚେରୀ ନଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା କୁ ନେଇ ଅଭିଭାବକମାନେ ଚିନ୍ତା ବ୍ୟକ୍ତ କରୁଛନ୍ତି ଏହା ସହିତ ବିଦ୍ୟାଳୟ ପରିସରରେ ଅନଧିକୃତ ପ୍ରବେଶ ଓ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ମଧ୍ୟ ରହିଛି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ସମସ୍ୟାର ସମାଧାନ କରି ବିଦ୍ୟାଳୟ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି!
Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁ

ପେଣ୍ଡ୍ରାୱାନରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ପେଣ୍ଡ୍ରାୱାନ ଅଙ୍ଗନୱାଡ଼ି କେନ୍ଦ୍ରରେ ସମନ୍ୱିତ ଶିଶୁ ବିକାଶ ସେବା (ICDS), କୋମନା ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ ଗର୍ଭବତୀ ମହିଳା, ପ୍ରସୂତି ମାତା, କିଶୋରୀ ଓ ଅଭିଭାବକମାନଙ୍କୁ ସ୍ତନ୍ୟପାନର ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ ଓ ICDS କର୍ମଚାରୀମାନେ ଜନ୍ମ ପରେ ପ୍ରଥମ ଘଣ୍ଟା ମଧ୍ୟରେ ଶିଶୁକୁ ମା'ର ପ୍ରଥମ ହଳଦିଆ କ୍ଷୀର (କୋଲୋଷ୍ଟ୍ରମ୍) ପିଆଇବା, ଜନ୍ମରୁ ପ୍ରଥମ ଛଅ ମାସ ପର୍ଯ୍ୟନ୍ତ କେବଳ ମା'ର କ୍ଷୀର ଦେବା ଏବଂ ଛଅ ମାସ ପରେ ପୂରକ ଖାଦ୍ୟ ସହିତ ଦୁଇ ବର୍ଷ କିମ୍ବା ତା'ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସ୍ତନ୍ୟପାନ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସାରା ବିଶ୍ୱରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ମା'ର କ୍ଷୀରର ଗୁରୁତ୍ୱ ସମ୍ପର୍କରେ ସମାଜକୁ ସଚେତନ କରିବା ଏବଂ ଶିଶୁଙ୍କ ସୁସ୍ଥ ବୃଦ୍ଧି ଓ ବିକାଶ ପାଇଁ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା। ମା'ର କ୍ଷୀର ଶିଶୁ ପାଇଁ ସମ୍ପୂର୍ଣ୍ଣ, ସୁରକ୍ଷିତ ଓ ପୌଷ୍ଟିକ ଖାଦ୍ୟ ହୋଇଥିବାବେଳେ ଏହା ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ବିଭିନ୍ନ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରିଥାଏ। ସେହିପରି ମାତୃ ସ୍ୱାସ୍ଥ୍ୟ ସୁରକ୍ଷାରେ ମଧ୍ୟ ସ୍ତନ୍ୟପାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳାମାନେ ସ୍ତନ୍ୟପାନର ଉପକାରିତା ସମ୍ପର୍କରେ ଅବଗତ ହେବା ସହ ସୁସ୍ଥ ମା' ଓ ସୁସ୍ଥ ଶିଶୁ ଗଠନ ଦିଗରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ICDS କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ସକ୍ରିୟ ସହଯୋଗ କରିଥିଲେ।
Nuapada (ନୂଆପଡ଼ା) • ରିପୋର୍ଟ: ଗିରେନ୍ଦ୍ର କୁମାର ଜଗତ, କୋମନା

ନାଲକୋରେ ବିଶ୍ୱକର୍ମା ପୂଜା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି, ୧୭ରୁ ଉତ୍ସବ ଆରମ୍ଭ
ଅନୁଗୋଳ: ନାଲକୋ ଟାଉନସିପ୍ରେ ଆସନ୍ତା ବିଶ୍ୱକର୍ମା ପୂଜାକୁ ସୁରୁଖୁରୁ ଓ ଆକର୍ଷଣୀୟ ଭାବେ ପାଳନ କରିବା ପାଇଁ କେନ୍ଦ୍ରୀୟ ପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବର ୧୭ରୁ ପୂଜା ଆରମ୍ଭ ହୋଇ ନାଲକୋ ଟାଉନସିପ୍ର ୧୯ଟି ମଣ୍ଡପରେ ଭଗବାନ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା କରାଯିବ। ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସନ୍ଧ୍ୟା ଓ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯିବ। ବୈଠକରେ ସାଜସଜ୍ଜା, ଆଲୋକ, ପାନୀୟ ଜଳ,ପରିଷ୍କାର-ପରିଚ୍ଛନ୍ନତା, ଅଗ୍ନି ନିରାପତ୍ତା, ଟ୍ରାଫିକ୍ ଓ ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ଆଲୋଚନା ସହ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସ୍ୱେଚ୍ଛାସେବୀ ନିୟୋଜନର ନିଷ୍ପତ୍ତି ହୋଇଛି। ଆସନ୍ତା ସେପ୍ଟେମ୍ବର ୨୪ରେ ପ୍ରତିମା ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପରିବେଶବନ୍ଧବ ପ୍ରତିମା ବ୍ୟବହାର ଓ ପ୍ଲାଷ୍ଟିକ୍ମୁକ୍ତ ପୂଜା ପାଳନ ପାଇଁ ସମସ୍ତ ପୂଜା କମିଟିକୁ ଆହ୍ୱାନ କରାଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ବଅଁରପାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ-ବିଜ୍ଞାନ ମେଳା
ବଅଁରପାଳ: ବଅଁରପାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜ୍ଞାନ-ବିଜ୍ଞାନ ମେଳା ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ କୁମାର ଧୀର ପ୍ରଦୀପ ପ୍ରଜ୍ୱଳନ କରି ମେଳାର ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସଭାପତି ସତ୍ୟବାନ ବରାହ, ସମ୍ପାଦକ ଅଖିଳ କୁମାର ମହାପାତ୍ର, ପ୍ରଧାନ ଆଚାର୍ଯ୍ୟ ଧର୍ମାନନ୍ଦ ସାହୁ, ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ବିଶୋଇ ଓ ପରିଚାଳନା କମିଟିର ସଦସ୍ୟା ଶ୍ରୀମତୀ ନାୟକ ଉପସ୍ଥିତ ଥିଲେ। ମେଳାରେ ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ନବୀକରଣଯୋଗ୍ୟ ଶକ୍ତି, ସ୍ମାର୍ଟ କୃଷି, ଡିଜିଟାଲ ପ୍ରଯୁକ୍ତି ଓ ରୋବୋଟିକ୍ସ ଆଦି ବିଷୟରେ ବିଭିନ୍ନ ବିଜ୍ଞାନଭିତ୍ତିକ ମଡେଲ୍ ପ୍ରଦର୍ଶନ କରି ନିଜ ପ୍ରତିଭାର ପରିଚୟ ଦେଇଥିଲେ। ଅଭିଭାବକ ଓ ଦର୍ଶକମାନେ ପ୍ରଦର୍ଶନୀକୁ ପ୍ରଶଂସା କରିଥିବା ବେଳେ ଉତ୍କୃଷ୍ଟ ପ୍ରକଳ୍ପ ପାଇଁ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ସୁଚାରୁ ଭାବେ ପରିଚାଳନା କରିଥିଲେ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଜୁନାଗଡ ରୋଡ ଉନ୍ନତି କରଣ ଓ ଟ୍ରାଫିକ ସମସ୍ୟା ଦୂର ହେବ କେବେ ?
କଳାହାଣ୍ଡି -ଜୁନାଗଡ଼ ସହର କୁ ସଂଯୋଗ କରୁଥିବା କୁରୁଗୁଡ଼ା ରାସ୍ତା ଉନ୍ନତି କାରଣ ଓ ଟ୍ରାଫିକ ସମସ୍ୟା ଦୂର ପାଇଁ ସାଧାରଣରେ ବହୁବାର ଦାବି ହେଉଛି କିନ୍ତୁ ପ୍ରଶାସନ କେବଳ ପ୍ରତାରଣା କରୁଥିବା ଚର୍ଚ୍ଚା ହେଉଛି। ଏହି ରାସ୍ତା ରେ ଆଦର୍ଶ ବିଦ୍ୟାଳୟ, ପ୍ରିୟଦର୍ଶନୀ ଇନ୍ଦିରା ମହାବିଦ୍ୟାଳୟ, ଇ ଲ୍ ମିଶନ ବିଦ୍ୟାଳୟ, ସରକାରୀ ବାଳିକା ବିଦ୍ୟାଳୟ, ଶିଳ୍ପ ତାଲିମ କେନ୍ଦ୍ର ସହିତ ରେଲୱେ ଷ୍ଟେସନ,ତହସିଲ ,କୃଷି କାର୍ଯ୍ୟାଳୟ, ରାଜ୍ୟ ପଣ୍ୟାଗାର, କେନ୍ଦ୍ରୀୟ ପଣ୍ୟାଗାର ନିଗମ ଥିବାରୁ ଶହ ଶହ ସଂଖ୍ୟାରେ ଛାତ୍ର ଛାତ୍ରୀ ତଥା ଅଫିସ କାର୍ଯ ପାଇଁ ରାସ୍ତା ଗହଳି ରହୁଅଛି। ଏଵଂ ଟ୍ରାଫିକ ସମସ୍ୟା କୁ ଅଧିକା ମାତ୍ରାରେ ଦୁଇଟି ଗୋଦାମ ର ଶହ ଶହ ଭାରିଯାନ ରାସ୍ତାକୁ ଅବରୋଧ କରୁଥିବା ଦେଖିବାକୁ ମିଳୁଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ଟ୍ରକ୍ ଡ୍ରାଇଭର ଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ରାସ୍ତାରେ ଦୁର୍ଘଟଣା ଓ ତିକ୍ତତା ବଢ଼ିବାରେ ଲାଗିଛି। ସମାଜ ସେବୀ ଦେବରାଜ ବାଣୁଆ ଏହି ରାସ୍ତା ର ଉନ୍ନତି କରଣ ଓ ଟ୍ରାଫିକ ସମସ୍ୟା ର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ସୂଚନା ପ୍ରଦାନ କରିଛନ୍ତି। ସରକାର ରାସ୍ତା ଖୁବ୍ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଲିଖିତ ସୂଚନା ମଧ୍ୟ ହସ୍ତଗତ ହୋଇଛି ତ ସହିତ ଜୁନାଗଡ ପୋଲିସ ଅଧିକାରୀ ଉପସ୍ଥିତିରେ ଟ୍ରକ୍ ଡ୍ରାଇଭର ସଂଘ,ପଣ୍ୟାଗାର ଅଧିକାରୀ, ମିଲ ମାଲିକ ସଂଘ ଙ୍କ ସହିତ ଆଲୋଚନ ହୋଇଥିଲା କିନ୍ତୁ ବିଡ଼ମ୍ବନା ପୂର୍ବରୁ ଜେଉଁଭଳି ଭାବରେ ଟ୍ରକ୍ ଡ୍ରାଇଭର ମାନେ ଟ୍ରକ୍ କୁ ରାସ୍ତା ଉପରେ ରଖୁଛନ୍ତି ଏବେ ମଧ୍ୟ ରଖୁଥିବା ଦେଖିବାକୁ ମିଳୁଛି। ରାସ୍ତା ନିର୍ମାଣ ଶିଘ୍ର ଆରମ୍ଭ ସହିତ ଟ୍ରାଫିକ ସମସ୍ୟା କୁ ଦୂର କରିବାକୁ ସାଧାରଣରେ ଦାବି ହେଉଛି
Kalahandi (କଳାହାଣ୍ଡି) • ଦେବରାଜ ବଣୁଆ
