--:--:--
-- ---
Srishti News

ଲଗାଣ ବର୍ଷା ଓ ବନ୍ୟା ପାଣିରେ ଭାଙ୍ଗିଲା ଘର, ବେସାହାରା ଅକ୍ଷୟ ମଲ୍ଲିକଙ୍କ ପରିବାର; କ୍ଷତିପୂରଣ ଦାବି

Jajpur (ଯାଜପୁର)ଉଦୟ ନାଥ ଜେନା, ବିଞ୍ଝାରପୁର, ଯାଜପୁରAugust 7, 202624 views
ଲଗାଣ ବର୍ଷା ଓ ବନ୍ୟା ପାଣିରେ ଭାଙ୍ଗିଲା ଘର, ବେସାହାରା ଅକ୍ଷୟ ମଲ୍ଲିକଙ୍କ ପରିବାର; କ୍ଷତିପୂରଣ ଦାବି
ଯାଜପୁର, ୭ ଅଗଷ୍ଟ: ଲଗାଣ ବର୍ଷା ଓ ବନ୍ୟା ପାଣିର ପ୍ରଭାବରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଚନ୍ଦ୍ରମୁଁ ଗ୍ରାମପଞ୍ଚାୟତର ବଡ଼ ମଲିପୁର ଗ୍ରାମର ଅକ୍ଷୟ ମଲ୍ଲିକଙ୍କ ଦୁଇଟି ମାଟିଘର ଭାଙ୍ଗି ପଡ଼ିଥିବାରୁ ତାଙ୍କ ପରିବାର ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ଏକ ଦିନମଜୁରିଆ ଓ ଆର୍ଥିକ ଭାବେ ଦୁର୍ବଳ ଦଳିତ ପରିବାର ହୋଇଥିବାରୁ ସେମାନଙ୍କ ପାଇଁ ନୂଆ ଘର ନିର୍ମାଣ କରିବା କିମ୍ବା ବିକଳ୍ପ ବ୍ୟବସ୍ଥା କରିବା ସମ୍ଭବ ହୋଇପାରୁ ନାହିଁ। ସୂଚନାନୁସାରେ, ଚଳିତ ମାସରେ ହୋଇଥିବା ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିରେ ଅକ୍ଷୟ ମଲ୍ଲିକଙ୍କ ଦୁଇଟି ଘର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ପରିବାର ଲୋକେ ବର୍ଷା ଋତୁରେ ଅସୁରକ୍ଷିତ ଅବସ୍ଥାରେ ରହି ଭୟ ଓ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଥିବା ଜଣାପଡ଼ିଛି। ଜଣେ ସମାଜସେବୀଙ୍କ ମାଧ୍ୟମରେ ଏହି ଘଟଣା ସାମ୍ନାକୁ ଆସିଥିବା ବେଳେ ସ୍ଥାନୀୟ ବାସିନ୍ଦାମାନେ ପ୍ରଶାସନ ତୁରନ୍ତ ଘଟଣାର ତଦନ୍ତ କରି ପ୍ରଭାବିତ ପରିବାରକୁ ଉଚିତ କ୍ଷତିପୂରଣ ଓ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ଅକ୍ଷୟ ମଲ୍ଲିକଙ୍କ ପରିବାର ପକ୍ଷରୁ ମଧ୍ୟ କୁହାଯାଇଛି ଯେ, ଯଦି ଶୀଘ୍ର ସହାୟତା ମିଳିବ ନାହିଁ, ତେବେ ସେମାନେ ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାକୁ ବାଧ୍ୟ ହେବେ। ପ୍ରଶାସନ ପକ୍ଷରୁ ଏହି ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିନଥିବା ବେଳେ, ପ୍ରଭାବିତ ପରିବାରକୁ ଶୀଘ୍ର ସହାୟତା ଯୋଗାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି।