--:--:--
-- ---
Srishti News

Web News

ବାଲ୍ୟବିବାହ ଓ ଶିଶୁ ଶ୍ରମ ବିରୋଧରେ ସଚେତନତା, ଏକାଠି ହେଲେ ଗ୍ରାମବାସୀ
Sep 8, 2026•108 views

ବାଲ୍ୟବିବାହ ଓ ଶିଶୁ ଶ୍ରମ ବିରୋଧରେ ସଚେତନତା, ଏକାଠି ହେଲେ ଗ୍ରାମବାସୀ

ବଅଁରପାଳ: ବଅଁରପାଳ ବ୍ଲକର ବିଭିନ୍ନ ଗ୍ରାମରେ ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଛି। ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ‘ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜିତ ଏହି ବୈଠକରେ ବାଲ୍ୟବିବାହ, ଶିଶୁ ଚାଲାଣ, ଶିଶୁ ଶ୍ରମ ଓ ଶିଶୁ ନିର୍ଯାତନା ଭଳି ସମସ୍ୟା ଉପରେ ସଚେତନତା ସୃଷ୍ଟି କରାଯାଇଥିଲା। ବୈଠକରେ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ୱାର୍ଡମେମ୍ବର ଓ କିଶୋରୀମାନେ ଯୋଗଦେଇଥିଲେ। ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ପ୍ରକଳ୍ପ ସହଯୋଗୀ ଲକ୍ଷ୍ମୀ ବେହେରା ବୈଠକ ପରିଚାଳନା କରିଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ବଅଁରପାଳ,ଅନୁଗୋଳ

୪୦ ଲକ୍ଷ ଟଙ୍କାର ୧୬୦ ମୋବାଇଲ୍ ଫେରାଇଲା ଅନୁଗୋଳ ପୋଲିସ
Sep 8, 2026•98 views

୪୦ ଲକ୍ଷ ଟଙ୍କାର ୧୬୦ ମୋବାଇଲ୍ ଫେରାଇଲା ଅନୁଗୋଳ ପୋଲିସ

ଅନୁଗୋଳ: ହଜିଯାଇଥିବା ଓ ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଉଦ୍ଧାର କରି ପ୍ରକୃତ ମାଲିକଙ୍କୁ ଫେରାଇବା ସହ ଆଇନ ପ୍ରବର୍ତ୍ତନ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ବିଶ୍ୱାସ ଦୃଢ଼ କରିବା ଲକ୍ଷ୍ୟରେ ଅନୁଗୋଳ ପୋଲିସ ପକ୍ଷରୁ ‘ନିଖୋଜ/ହଜିଯାଇଥିବା ମୋବାଇଲ୍ ହସ୍ତାନ୍ତର ମେଳା ୬.୦’ ଆୟୋଜିତ ହୋଇଛି। ମଙ୍ଗଳବାର ଅନୁଗୋଳ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର DIGP, NCR, ତାଳଚେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଧାର ହୋଇଥିବା ମୋବାଇଲ୍ ଫୋନ୍‌ଗୁଡ଼ିକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଥିଲେ। ଏହି ଅବସରରେ ପ୍ରାୟ ୪୦ ଲକ୍ଷ ଟଙ୍କା ମୂଲ୍ୟର ୧୬୦ଟି ହଜିଯାଇଥିବା/ଚୋରି ହୋଇଥିବା ସ୍ମାର୍ଟଫୋନ୍ ଉଦ୍ଧାର କରାଯାଇ ମାଲିକମାନଙ୍କୁ ଫେରାଇ ଦିଆଯାଇଥିଲା। ସେହିପରି ଅନୁଗୋଳ ପୋଲିସ ପକ୍ଷରୁ ଆୟୋଜିତ ଛଅଟି ମୋବାଇଲ୍ ହସ୍ତାନ୍ତର ମେଳା ମାଧ୍ୟମରେ ଏପର୍ଯ୍ୟନ୍ତ ପ୍ରାୟ ୧ କୋଟି ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋଟ ୮୪୧ଟି ମୋବାଇଲ୍ ଫୋନ୍ ସଫଳତାର ସହ ଉଦ୍ଧାର କରାଯାଇ ପ୍ରକୃତ ମାଲିକଙ୍କୁ ଫେରାଇ ଦିଆଯାଇଛି। CEIR-ସଞ୍ଚାର ସାଥୀ ପୋର୍ଟାଲ୍, ହ୍ୱାଟ୍ସଆପ୍ ରିପୋର୍ଟିଂ ବ୍ୟବସ୍ଥା, ଜିଲ୍ଲା ସାଇବର ସେଲ୍ ଏବଂ ବିଭିନ୍ନ ଥାନାର ଅଧିକାରୀ ଓ କର୍ମଚାରୀଙ୍କ ନିରନ୍ତର ପ୍ରୟାସ ଫଳରେ ଏହି ସଫଳତା ମିଳିଛି। ଅନୁଗୋଳ ପୋଲିସର ଏହି ପଦକ୍ଷେପ ଟେକ୍ନୋଲୋଜି ଆଧାରିତ ପୋଲିସିଂକୁ ଆହୁରି ସୁଦୃଢ଼ କରିବା ସହ ନାଗରିକଙ୍କ ସମ୍ପତ୍ତିର ସୁରକ୍ଷା ଏବଂ ପୋଲିସ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ବଢ଼ାଇବାରେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି କୁହାଯାଉଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳ

ମାନବିକତାର ନିଆରା ଉଦାହରଣ: ବୃଦ୍ଧଙ୍କ ପାଇଁ ଲୁଲୁ ସେନାର ସହଯୋଗ
Sep 8, 2026•66 views

ମାନବିକତାର ନିଆରା ଉଦାହରଣ: ବୃଦ୍ଧଙ୍କ ପାଇଁ ଲୁଲୁ ସେନାର ସହଯୋଗ

ଅନୁଗୋଳ: ବର୍ଷାରେ ଛାତରୁ ପାଣି ଝରି ଅସୁବିଧାରେ ପଡ଼ୁଥିବା ବୃଦ୍ଧମାନଙ୍କ ସହାୟତା ପାଇଁ ଆଗେଇ ଆସିଛି ଲୁଲୁ ସେନା। ଅନୁଗୋଳ ଜିଲ୍ଲା ବରଗୌଣିଆ ପଞ୍ଚାୟତ ଅନ୍ତର୍ଗତ ବନ୍ଦାଣପଶି ଗ୍ରାମରେ କିଛି ବୃଦ୍ଧ ଏକ କୋଠାଘରେ ବସି ବିଶ୍ରାମ ନେଉଥିଲେ। ତେବେ ବର୍ଷା ହେଲେ ଆଜବେଷ୍ଟରୁ ପାଣି ଝରି ଘର ଭିତରକୁ ପଡ଼ୁଥିବାରୁ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ। ବୃଦ୍ଧମାନଙ୍କ ଏହି ସମସ୍ୟା ସମ୍ପର୍କରେ ଜାଣିବା ପରେ ଏବଂ ସେମାନଙ୍କ ଅନୁରୋଧକ୍ରମେ ଲୁଲୁ ସେନା ଟିମ୍ ପକ୍ଷରୁ ଘରକୁ ବର୍ଷା ପାଣିରୁ ସୁରକ୍ଷିତ ରଖିବା ପାଇଁ ୱାଟରପ୍ରୁଫ୍ ପଲିଥିନ୍ ଯୋଗାଇ ଦିଆଯାଇଥିଲା। ଲୁଲୁ ସେନାର ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ଅସୁବିଧାରେ ପଡ଼ିଥିବା ଲୋକଙ୍କ ପାଖରେ ଠିଆ ହୋଇ ସାମର୍ଥ୍ୟ ଅନୁସାରେ ସହଯୋଗ କରିବା ହିଁ ପ୍ରକୃତ ମାନବିକତା ବୋଲି ଲୁଲୁ ସେନା ପକ୍ଷରୁ କୁହାଯାଇଛି। ଛୋଟ ହେଲେ ମଧ୍ୟ ଏଭଳି ସହଯୋଗ ସମାଜରେ ମାନବିକତା ଓ ପରସ୍ପର ସହଯୋଗର ଭାବନାକୁ ଆହୁରି ମଜବୁତ କରିବ ବୋଲି ମତ ପ୍ରକାଶ ପାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ବନ୍ତଳା, ଅନୁଗୋଳ

ବରିଷ୍ଠ ନାଗରିକଙ୍କ ପାଇଁ ପୋଲିସର ନୂଆ ପଦକ୍ଷେପ, ୪୮୦ କାର୍ଡ ବଣ୍ଟନ
Sep 8, 2026•77 views

ବରିଷ୍ଠ ନାଗରିକଙ୍କ ପାଇଁ ପୋଲିସର ନୂଆ ପଦକ୍ଷେପ, ୪୮୦ କାର୍ଡ ବଣ୍ଟନ

ଅନୁଗୋଳ: ବରିଷ୍ଠ ନାଗରିକଙ୍କ ସୁରକ୍ଷା, ଯତ୍ନ ଓ କଲ୍ୟାଣକୁ ଗୁରୁତ୍ୱ ଦେଇ ଅନୁଗୋଳ ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପରିସରରେ ‘ସିନିୟର ସିଟିଜେନ୍ କାର୍ଡ ବଣ୍ଟନ ମେଳା’ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଏନସିଆର, ତାଳଚେରର ମାନ୍ୟବର ଡିଆଇଜିପି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନୁଗୋଳ ଏସପିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ୪୮୦ ଜଣ ବରିଷ୍ଠ ନାଗରିକଙ୍କୁ ସିନିୟର ସିଟିଜେନ୍ କାର୍ଡ ପ୍ରଦାନ କରାଯାଇଥିଲା। ଏହି କାର୍ଡ ମାଧ୍ୟମରେ ବରିଷ୍ଠ ନାଗରିକଙ୍କ ସହ ପୋଲିସର ଯୋଗାଯୋଗ ଓ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ସେମାନଙ୍କ ସୁରକ୍ଷା ଓ ଆବଶ୍ୟକତା ସମୟରେ ସହଯୋଗ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ବରିଷ୍ଠ ନାଗରିକଙ୍କ ପ୍ରତି ଯତ୍ନ, ସୁରକ୍ଷା ଓ ଜନ-ଅନୁକୂଳ ପୋଲିସିଂକୁ ଆହୁରି ମଜବୁତ କରିବା ଦିଗରେ ଅନୁଗୋଳ ପୋଲିସର ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳ

ପ୍ରମୋଦ ଓ ହରିଙ୍କୁ ମିଳିଲା ହ୍ବିଲଚେୟାର, ସହାୟତାର ହାତ ବଢ଼ାଇଲେ ଅଭିମନ୍ୟୁ
Sep 8, 2026•70 views

ପ୍ରମୋଦ ଓ ହରିଙ୍କୁ ମିଳିଲା ହ୍ବିଲଚେୟାର, ସହାୟତାର ହାତ ବଢ଼ାଇଲେ ଅଭିମନ୍ୟୁ

ବଅଁରପାଳ: ବଅଁରପାଳ ବ୍ଲକ ଫୁଲପଡ଼ା ପଞ୍ଚାୟତ ଅନ୍ତର୍ଗତ ଗିରିଧିବାସିଆ ଗ୍ରାମର ପ୍ରମୋଦ ଭୋଇ ଓ ହରି ଭୋଇ ଦୀର୍ଘଦିନ ଧରି ଶାରୀରିକ ଅକ୍ଷମତା କାରଣରୁ ଚାଲିବା ଓ ଯାତାୟାତ କରିବାରେ ବହୁ ଅସୁବିଧା ଭୋଗୁଥିଲେ। ଏହି ଖବର ପାଇବା ପରେ ବଅଁରପାଳ ଅଞ୍ଚଳର ଯୁବ ସମାଜସେବୀ ଅଭିମନ୍ୟୁ ସାହୁ ସହାୟତାର ହାତ ବଢ଼ାଇଛନ୍ତି। ଅଭିମନ୍ୟୁ ସାହୁ ନିଜସ୍ୱ ଖର୍ଚ୍ଚରେ ପ୍ରମୋଦ ଭୋଇ ଓ ହରି ଭୋଇଙ୍କୁ ଦୁଇଟି ହ୍ବିଲଚେୟାର ପ୍ରଦାନ କରିଛନ୍ତି। ହ୍ବିଲଚେୟାର ମିଳିବା ଫଳରେ ଏଣିକି ସେମାନେ ଘର ବାହାରକୁ ଯିବା ଓ ନିଜର ଦୈନନ୍ଦିନ କାର୍ଯ୍ୟ କରିବାରେ ସହାୟତା ପାଇପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି। ଦୁଃଖୀ, ଗରିବ ଓ ଅସହାୟଙ୍କୁ ସହାୟତା କରି ଚର୍ଚ୍ଚାରେ ଥିବା ସମାଜସେବୀ ଅଭିମନ୍ୟୁ ସାହୁଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ହ୍ବିଲଚେୟାର ପ୍ରଦାନ ସମୟରେ ଫୁଲପଡ଼ା ଅଞ୍ଚଳର ଯୁବଗୋଷ୍ଠୀ ଓ ଗିରିଧିବାସିଆ ଗ୍ରାମବାସୀ ଉପସ୍ଥିତ ଥିଲେ। ସମାଜର ଅସହାୟ ଓ ଅବହେଳିତ ଲୋକଙ୍କ ପାଖରେ ଠିଆ ହୋଇ ସେବା କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସମାଜସେବୀ ଅଭିମନ୍ୟୁ ସାହୁ କହିଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ବଅଁରପାଳ,ଅନୁଗୋଳ

ସତ୍ୟ ମହିମା ଯୋଗ ସାଧନା କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ ଉଦଯାପିତ
Sep 8, 2026•15 views

ସତ୍ୟ ମହିମା ଯୋଗ ସାଧନା କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ ଉଦଯାପିତ

ବରଗଡ ଯୋଗାସନ ପ୍ରତିଯୋଗିତା ସହ ବିଭିନ୍ନ ସାଂସ୍କୃତିକ ଓ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଅମ୍ବାଭୋନା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଚୋଲି-ଭୁକ୍ତାସ୍ଥିତ ସତ୍ୟ ମହିମା ଆଶ୍ରମ ପରିସରରେ ସତ୍ୟ ମହିମା ଯୋଗ ସାଧନା କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି। ଉତ୍ସବର ପ୍ରଧାନ ଅଧିବେଶନରେ ପ୍ରାତଃକାଳୀନ ଯୋଗ ପ୍ରଶିକ୍ଷଣ ପରେ ମହିମା ଆଶ୍ରମର ସାଧୁ କାହ୍ନା ଦାସ ଓ ଦାରୁକ ଦାସ ବତୀ ଟେକା କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଯୋଗ ସାଧନା କେନ୍ଦ୍ରର ଅଧ୍ୟକ୍ଷ ଫକୀରମୋହନ ପ୍ରଧାନଙ୍କ ସଭାପତିତ୍ୱରେ ସତ୍‌ସଙ୍ଗ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବଲାଙ୍ଗୀରସ୍ଥିତ ତପୋବନ ଆଶ୍ରମର ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗ ସାଧନାର ମହତ୍ତ୍ୱ ଓ ଏହାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ବାର୍ଷିକ ଉତ୍ସବ ଅବସରରେ ଯୋଗାସନ ପ୍ରତିଯୋଗିତା ସହ ଶିଶୁ ଓ କିଶୋରୀମାନଙ୍କ ଦ୍ୱାରା ଯୋଗ ନୃତ୍ୟ, ଯୋଗ ସଙ୍ଗୀତ, ଯୋଗ ଓ ଆସନ, ପ୍ରାଣାୟାମ, ସାଧାରଣ ଜ୍ଞାନ ପରୀକ୍ଷା, କୁଇଜ୍‌, ଅନୁଭୂତି କଥନ ଓ ବ୍ୟଙ୍ଗ ଆସର ଆଦି ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। ଉତ୍ସବର ବିଶେଷ ଆକର୍ଷଣ ଥିଲା ଯୋଗ ପ୍ରଶିକ୍ଷକ ପ୍ରମୋଦ ସାହୁଙ୍କ ଲିଖିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ ସଂସ୍କାର ନାଟକ। ନାଟକରେ ସନତ କୁମାର ସା, ପ୍ରଗତି ପ୍ରଧାନ, ବିକାଶ ପ୍ରଧାନ, ମୋହନ ସିଦାର ଓ ସାମ୍ବାଦିକ ଚନ୍ଦ୍ରମଣୀ ବେହେରା ପ୍ରମୁଖ ଅଭିନୟ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। କାର୍ଯ୍ୟକ୍ରମକୁ ଯୋଗ ପ୍ରଶିକ୍ଷକ ହେମନ୍ତ ସାହା, ଡ. ରାଜୁ ସା, ପ୍ରମୋଦ ସାହୁ, ଲମ୍ବୋଦର ସାହୁ ଓ ଯାଜ୍ଞସେନୀ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ପରିଶେଷରେ ଯୋଗ ସାଧନା କେନ୍ଦ୍ରର ସମ୍ପାଦକ କାମଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ରାଜନୈତିକ କାର୍ଯ୍ୟକଳାପ ଅଭିଯୋଗ: ସସପେଣ୍ଡ ହେଲେ ଦୁର୍ଗା ପ୍ରସାଦ ଛୁରିଆ
Sep 8, 2026•18 views

ରାଜନୈତିକ କାର୍ଯ୍ୟକଳାପ ଅଭିଯୋଗ: ସସପେଣ୍ଡ ହେଲେ ଦୁର୍ଗା ପ୍ରସାଦ ଛୁରିଆ

ବରଗଡ -ସରକାରୀ ସେବାରେ ଥାଇ ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହେବା ଅଭିଯୋଗରେ ବରିଷ୍ଠ ସହକାରୀ ନିବନ୍ଧକ ଦୁର୍ଗା ପ୍ରସାଦ ଛୁରିଆଙ୍କୁ ନିଲମ୍ବନ କରାଯାଇଛି। ସମବାୟ ସମିତି ନିବନ୍ଧକ (RCS)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ନିଲମ୍ବନ ଆଦେଶ ଜାରି ହୋଇଥିବା ଜଣାପଡ଼ିଛି।ଦୁର୍ଗା ପ୍ରସାଦ ଛୁରିଆ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ। ସରକାରୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ସମୟରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ରାଜନୈତିକ ଦଳର କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ଏବଂ ସରକାରୀ ନିୟମ ଓ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ତାଙ୍କ ବିରୋଧରେ ରହିଛି।ସରକାରୀ ସେବାରେ ଥିବା କର୍ମଚାରୀମାନେ ରାଜନୈତିକ ଦଳର କାର୍ଯ୍ୟକଳାପରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇପାରିବେ ନାହିଁ। ଏହି ନିୟମର ଉଲ୍ଲଂଘନ ଅଭିଯୋଗକୁ ଆଧାର କରି ଦୁର୍ଗା ପ୍ରସାଦଙ୍କ ବିରୋଧରେ ବିଭାଗୀୟ ସ୍ତରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି।ନିଲମ୍ବନ ଅବଧିରେ ଦୁର୍ଗା ପ୍ରସାଦ ଛୁରିଆଙ୍କ ମୁଖ୍ୟାଳୟ ରାଜ୍ୟ ସମବାୟ ସମିତି ନିବନ୍ଧକଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱରରେ ନିର୍ଦ୍ଧାରିତ କରାଯାଇଛି। ସେବା ନିୟମ ଓ Odisha Government Servants' Conduct Rules ଅନୁଯାୟୀ ତାଙ୍କ ବିରୋଧରେ ଏହି ନିଲମ୍ବନ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡ଼ିଛି।ଏହି ଘଟଣା ପରେ ସରକାରୀ କର୍ମଚାରୀଙ୍କ ରାଜନୈତିକ କାର୍ଯ୍ୟକଳାପ ଓ ସେବା ଆଚରଣ ବିଧି ପାଳନ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି।

Nuapada (ନୂଆପଡ଼ା) • ରିପୋର୍ଟ -ବଂଶୀଧର ନାୟକ

ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷାର ପୁରସ୍କାର ବିତରଣ
Sep 8, 2026•15 views

ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷାର ପୁରସ୍କାର ବିତରଣ

ବରଗଡ -ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି ଓ ନୈତିକ ମୂଲ୍ୟବୋଧର ବିକାଶ ଉଦ୍ଦେଶ୍ୟରେ ଗାୟତ୍ରୀ ପରିବାର, ବିଜେପୁର ବ୍ଲକ ପକ୍ଷରୁ ଆୟୋଜିତ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା-୨୦୨୫ର ବ୍ଲକସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ବିଜେପୁର ଏସ୍‌ଏଚ୍‌ଜି ଭବନଠାରେ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ସାଧକ ତଥା ଶିକ୍ଷାବିତ୍ ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲା ବରିଷ୍ଠ ସାଧକ ମୀନକେତନ ପାତ୍ର, ରେଡିଏନ୍ସ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ୍ ଅଜିତ କୁମାର ମେହେର ଓ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷାର ଜିଲ୍ଲା ସଂଯୋଜକ ଗୋବର୍ଦ୍ଧନ ମେହେର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଚୈତନ୍ୟ ସାହୁଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ ଓ ଦେବ ଆବାହନ କରାଯାଇଥିଲା। ଅତିଥିମାନଙ୍କୁ ସ୍ୱାଗତ ଓ ପରିଚୟ ପ୍ରଦାନ ପରେ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ଏହି ଅବସରରେ ପରୀକ୍ଷାରେ ସଫଳ ହୋଇଥିବା ବିଭିନ୍ନ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏଥିସହ ସାମ୍ବାଦିକ ପାଣ୍ଡବ ପ୍ରଧାନ,ଜିତେନ୍ଦ୍ର ମେହେର,ସୁନୀଲ ମିଶ୍ର, ଆକାଶ ମେହେର ଓ ସୁଶାନ୍ତ ସାହୁଙ୍କୁ ମଧ୍ୟ ଗାୟତ୍ରୀ ପରିବାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକତା ମାଧ୍ୟମରେ ସମାଜର ବିଭିନ୍ନ ସମସ୍ୟା ଓ ସକାରାତ୍ମକ କାର୍ଯ୍ୟକଳାପକୁ ଲୋକଲୋଚନକୁ ଆଣିବାରେ ସେମାନଙ୍କ ଭୂମିକାକୁ ଏହି ଅବସରରେ ସ୍ୱୀକୃତି ଦିଆଯାଇଥିଲା।କାର୍ଯ୍ୟକ୍ରମରେ ଶିକ୍ଷକ, ଛାତ୍ରଛାତ୍ରୀ ଓ ଶିଶୁମାନଙ୍କ ଅନୁଭୂତିକୁ ନେଇ ଏକ ଉଦ୍ଦେଶ୍ୟମୂଳକ ଆଲୋଚନା ହୋଇଥିଲା। ଗାୟତ୍ରୀ ପରିବାରର ସଦସ୍ୟ, ଅଭିଭାବକ ଓ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ଓ ଭକ୍ତିମୟ ହୋଇଉଠିଥିଲା।ଶେଷରେ ଶିକ୍ଷକ ପ୍ରେମରାଜ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିବାବେଳେ ଶାନ୍ତିପାଠ ସହ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ବେହେରା ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ
Sep 8, 2026•42 views

ବେହେରା ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଠାରେ ଚଳିତ ବର୍ଷର ଶାରଦୀୟ ଦୁର୍ଗାପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ତୁଳସୀ ରାମ ବାରିକ ଙ୍କ ସଭାପତିତ୍ୱ ରେ ବୈଠକ ରେ ଗ୍ରାମବାସୀ ଓ ପୂଜା କମିଟି ର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଉକ୍ତ ବୈଠକ ରେ ଗ୍ରାମବାସୀ ସର୍ବସମ୍ପତି କ୍ରମେ ସେଇ ପୁରୁଣା କମିଟି କୁ ଚୟନ କରିଥିଲେ। ଚଳିତ ବର୍ଷ ବେହେରା ସାର୍ବଜନୀନ ଦୁର୍ଗାପୂଜା ୫୮ ବର୍ଷରେ ପଦାର୍ପଣ କରିଥିବାରୁ ଏହାକୁ ମହାସମାରୋହରେ ପାଳନ କରିବା ପାଇଁ ବୈଠକ ରେ ନିଷ୍ପତି ନିଆ ଯାଇଛି। ଦୁର୍ଗାପୂଜା କମିଟି ସଭାପତି ଈଶ୍ୱର ଲାଲ ଅଗ୍ରୱାଲ ଉପସଭାପତି ହେମାଳ ନାଏକ ସମ୍ପାଦକ ରଜନୀ କାନ୍ତ ନାଏକ ସହସମ୍ପାଦକ ରାହାସ ନାଏକ ଓ ଉପଦେଷ୍ଟା କମିଟି ଘନଶ୍ୟାମ ପଟେଲ, ନରେନ୍ଦ୍ର ବିଶି, ହୁକିମ ନାଏକ, ଲଳିତ ଅଗ୍ରୱାଲ, ବଳରାମ ପୁଝାରୀ, ଚନ୍ଦନ ବାଣୁଆ, ଶଙ୍କର ନାଏକ, ଚନ୍ଦ୍ର ଶେଖର ବାଗ, ପଦ୍ମଲୋଚନ ପାଣିଗ୍ରାହୀ, ହେମନ୍ତ ସାହୁ, ପ୍ରେମଲାଲ ନାଏକ ତଥା ଗ୍ରାମବାସୀ ସାମିଲ ଥିଲେ

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ଗୋତମୁଣ୍ଡାରେ ମାଁ ଘାଟିମୁଡ଼ିଆଣିଙ୍କ ଡଙ୍ଗର ଯାତ୍ରା
Sep 8, 2026•49 views

ଗୋତମୁଣ୍ଡାରେ ମାଁ ଘାଟିମୁଡ଼ିଆଣିଙ୍କ ଡଙ୍ଗର ଯାତ୍ରା

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡା ସୀମାନ୍ତ ଅଠର ନଳା ଘାଟିରେ ମାଁ ସର୍ବମଙ୍ଗଳା ଘାଟିମୁଡ଼ିଆଣିଙ୍କ ପାରମ୍ପରିକ ଡଙ୍ଗର ଯାତ୍ରା ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି। ପ୍ରତିବର୍ଷ ପୂର୍ଣ୍ଣିମା ପରେ ପଡ଼ୁଥିବା ମଙ୍ଗଳବାର ଦିନ ଏହି ପାରମ୍ପରିକ ଯାତ୍ରା ଅନୁଷ୍ଠିତ ହୋଇଥାଏ। କଳାହାଣ୍ଡି ଆଦିବାସୀ ପରମ୍ପରା, ଲୋକବିଶ୍ୱାସ ଓ ସଂସ୍କୃତିର ଏକ ସମୃଦ୍ଧ ମାଟି। ବର୍ଷ ତମାମ ବିଭିନ୍ନ ପାରମ୍ପରିକ ପର୍ବପର୍ବାଣୀ ଓ ଦେବାଦେବୀଙ୍କ ପୂଜାର୍ଚ୍ଚନା ଏଠାରେ ପାଳିତ ହୋଇଥାଏ। ଗୋତମୁଣ୍ଡାର ଡଙ୍ଗର ଯାତ୍ରା ମଧ୍ୟ ଏହି ପରମ୍ପରାର ଏକ ପ୍ରମୁଖ ଅଂଶ। ଗୋତମୁଣ୍ଡା ସୀମାନ୍ତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶର ଅଠର ନଳା ଘାଟିରେ ମାଁ ଘାଟିମୁଡ଼ିଆଣି ପୂଜା ପାଇଆସୁଛନ୍ତି। ଆବାହମାନ କାଳରୁ ଦେବୀ ଏଠାରେ ପୂଜିତ ହୋଇଆସୁଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବିଶ୍ୱାସ ରହିଛି। ଯାତ୍ରା ପୂର୍ବରୁ ପୂଜାରୀ, ଗୋତମୁଣ୍ଡା ଗ୍ରାମବାସୀ ଓ କାଲିସିମାନେ ପାରମ୍ପରିକ ଲାଠି ଯାତ୍ରାରେ ଦେବୀଙ୍କ ପୀଠକୁ ଯାଇଥିଲେ। ସେଠାରେ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ମାନସିକଧାରୀମାନେ ଦେବୀଙ୍କ ନିକଟରେ ଶୁକ୍ଳ ଭୋଗ ଅର୍ପଣ କରିଥିଲେ। ଏହି ଯାତ୍ରାକୁ ଅଞ୍ଚଳର ଏକ କୃଷିଭିତ୍ତିକ ପାରମ୍ପରିକ ଯାତ୍ରା ଭାବେ ପାଳନ କରାଯାଏ। ଭଲ ବର୍ଷା, ଭଲ ଫସଲ, ଚାଷୀଙ୍କ ସମୃଦ୍ଧି ଓ ଅଞ୍ଚଳର ମଙ୍ଗଳ ପାଇଁ ଶ୍ରଦ୍ଧାଳୁମାନେ ମାଁ ଘାଟିମୁଡ଼ିଆଣିଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଯାତ୍ରାରେ କେବଳ କଳାହାଣ୍ଡି ନୁହେଁ, ପଡ଼ୋଶୀ ଛତିଶଗଡ଼ ଓ ନବରଙ୍ଗପୁର ସମେତ ବିଭିନ୍ନ ଅଞ୍ଚଳରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମାନସିକ ପୂରଣ, ପରିବାରର ମଙ୍ଗଳ ଓ ସୁଖସମୃଦ୍ଧି ପାଇଁ ଭକ୍ତମାନେ ମାଁଙ୍କ ଆଶୀର୍ବାଦ ଲୋଡ଼ିଥିଲେ। ଏହା ସହ ଆଦିବାସୀ ପରମ୍ପରା ଓ ଲୋକସଂସ୍କୃତିର ଏହି ନିଆରା ପର୍ବ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା।

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

କୋଟିନଡା ପୋଲିସକୁ ମିଳିଲା ବଡ଼ ସଫଳତା: ୧୪୪୦ ଲିଟର ବେଆଇନ ମଦ ଜବତ
Sep 8, 2026•21 views

କୋଟିନଡା ପୋଲିସକୁ ମିଳିଲା ବଡ଼ ସଫଳତା: ୧୪୪୦ ଲିଟର ବେଆଇନ ମଦ ଜବତ

​ଆସିକା : ବେଆଇନ ମଦ କାରବାର ବିରୋଧରେ କୋଟିନଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା| ପୋଲିସ ଚଢ଼ଉ କରି ବିପୁଳ ପରିମାଣର ଅବକାରୀ ସାମଗ୍ରୀ ସହ ମୋଟ ୧୪୪୦ ଲିଟର ବେଆଇନ ମଦ ଜବତ କରିଛି | ​ସୂଚନା ଯୋଗ୍ୟ ଯେ, ସ୍ଥାନୀୟ ଅଞ୍ଚଳରେ ବେଆଇନ ଭାବେ ମଦ ପ୍ରସ୍ତୁତି ଓ ଚାଲାଣ ହେଉଥିବା ନେଇ ପୋଲିସକୁ କୌଣସି ସୂତ୍ରରୁ ଖବର ମିଳିଥିଲା | ଏହା ପରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ କୋଟିନଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ବିଶେଷ ଟିମ୍ ଗଠନ କରାଯାଇ ନିର୍ଦ୍ଦିଷ୍ଟ ସ୍ଥାନରେ ଆକସ୍ମିକ ଚଢ଼ଉ କରାଯାଇଥିଲା | ଚଢ଼ଉ ସମୟରେ ପୋଲିସ ୧୪୪୦ ଲିଟର ବେଆଇନ ମଦ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି | ​ଅଞ୍ଚଳରେ ଚୋରା ମଦ କାରବାର ଓ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ପୋଲିସର ଏପରି କଠୋର ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି | ଆଗାମୀ ଦିନରେ ମଧ୍ୟ ଏହିପରି ବେଆଇନ କାରବାର ବିରୋଧରେ ପୋଲିସର କଡ଼ା ଚଢ଼ଉ ଜାରି ରହିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି |

Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
Sep 8, 2026•20 views

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ଯାଜପୁର, ୦୭।୦୯।୨୦୨୬ ରିଖ : ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି  ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ। ବିଭାଗୀୟ ଅଧିକାରୀ ମାନେ ଏହି ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଆଜି ମୋଟ ୨୩୪ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୧୪୦ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ ୦୭ ଗୋଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୮୭ ଗୋଟି ଅଭିଯୋଗର ଶୁଣାଣି କରାଯାଇଥିଲା। ୯୦ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ନଗେନ୍ଦ୍ର ନାଥ ମହାପାତ୍ର, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଡେପୁଟି କଲେକ୍ଟର, ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ସାରସ୍ୱତ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଯାଜପୁର ବ୍ରହ୍ମାନନ୍ଦ ବେହେରା,ତହସିଲଦାର ରବିନାରାୟଣ ପାଢ଼ୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଯାଜପୁର ସଦର ହରିପୁର ଗ୍ରାମର ସନାତନ ବେହେରାଙ୍କୁ ଶ୍ରବଣ ସହାୟକ ଯନ୍ତ୍ର (Hearing Aid) ପ୍ରଦାନ କରାଯାଇଛି। ଏହି ଶ୍ରବଣ ଯନ୍ତ୍ର ତାଙ୍କର ଶ୍ରବଣ ସମସ୍ୟା ଦୂର କରିବା ସହ ଦୈନନ୍ଦିନ ଜୀବନରେ ଯୋଗାଯୋଗକୁ ସହଜ କରିବାରେ ସହାୟକ ହେବ। ଶ୍ରବଣ ଯନ୍ତ୍ର ପାଇ ସନାତନ ବେହେରା ଆନନ୍ଦ ପ୍ରକାଶ କରିବା ସହ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି।

Jajpur (ଯାଜପୁର) • ରିପୋର୍ଟ୍ - ନିରୋଜ କୁମାର ସେଠୀ