ମାନବିକତାର ନିଆରା ଉଦାହରଣ: ବୃଦ୍ଧଙ୍କ ପାଇଁ ଲୁଲୁ ସେନାର ସହଯୋଗ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ବନ୍ତଳା, ଅନୁଗୋଳSeptember 8, 202666 views

ଅନୁଗୋଳ: ବର୍ଷାରେ ଛାତରୁ ପାଣି ଝରି ଅସୁବିଧାରେ ପଡ଼ୁଥିବା ବୃଦ୍ଧମାନଙ୍କ ସହାୟତା ପାଇଁ ଆଗେଇ ଆସିଛି ଲୁଲୁ ସେନା। ଅନୁଗୋଳ ଜିଲ୍ଲା ବରଗୌଣିଆ ପଞ୍ଚାୟତ ଅନ୍ତର୍ଗତ ବନ୍ଦାଣପଶି ଗ୍ରାମରେ କିଛି ବୃଦ୍ଧ ଏକ କୋଠାଘରେ ବସି ବିଶ୍ରାମ ନେଉଥିଲେ। ତେବେ ବର୍ଷା ହେଲେ ଆଜବେଷ୍ଟରୁ ପାଣି ଝରି ଘର ଭିତରକୁ ପଡ଼ୁଥିବାରୁ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ।
ବୃଦ୍ଧମାନଙ୍କ ଏହି ସମସ୍ୟା ସମ୍ପର୍କରେ ଜାଣିବା ପରେ ଏବଂ ସେମାନଙ୍କ ଅନୁରୋଧକ୍ରମେ ଲୁଲୁ ସେନା ଟିମ୍ ପକ୍ଷରୁ ଘରକୁ ବର୍ଷା ପାଣିରୁ ସୁରକ୍ଷିତ ରଖିବା ପାଇଁ ୱାଟରପ୍ରୁଫ୍ ପଲିଥିନ୍ ଯୋଗାଇ ଦିଆଯାଇଥିଲା।
ଲୁଲୁ ସେନାର ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ଅସୁବିଧାରେ ପଡ଼ିଥିବା ଲୋକଙ୍କ ପାଖରେ ଠିଆ ହୋଇ ସାମର୍ଥ୍ୟ ଅନୁସାରେ ସହଯୋଗ କରିବା ହିଁ ପ୍ରକୃତ ମାନବିକତା ବୋଲି ଲୁଲୁ ସେନା ପକ୍ଷରୁ କୁହାଯାଇଛି।
ଛୋଟ ହେଲେ ମଧ୍ୟ ଏଭଳି ସହଯୋଗ ସମାଜରେ ମାନବିକତା ଓ ପରସ୍ପର ସହଯୋଗର ଭାବନାକୁ ଆହୁରି ମଜବୁତ କରିବ ବୋଲି ମତ ପ୍ରକାଶ ପାଇଛି।
