ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷାର ପୁରସ୍କାର ବିତରଣ
Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକSeptember 8, 202615 views

ବରଗଡ -ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି ଓ ନୈତିକ ମୂଲ୍ୟବୋଧର ବିକାଶ ଉଦ୍ଦେଶ୍ୟରେ ଗାୟତ୍ରୀ ପରିବାର, ବିଜେପୁର ବ୍ଲକ ପକ୍ଷରୁ ଆୟୋଜିତ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା-୨୦୨୫ର ବ୍ଲକସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ବିଜେପୁର ଏସ୍ଏଚ୍ଜି ଭବନଠାରେ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ସାଧକ ତଥା ଶିକ୍ଷାବିତ୍ ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲା ବରିଷ୍ଠ ସାଧକ ମୀନକେତନ ପାତ୍ର, ରେଡିଏନ୍ସ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ୍ ଅଜିତ କୁମାର ମେହେର ଓ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷାର ଜିଲ୍ଲା ସଂଯୋଜକ ଗୋବର୍ଦ୍ଧନ ମେହେର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଚୈତନ୍ୟ ସାହୁଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ ଓ ଦେବ ଆବାହନ କରାଯାଇଥିଲା। ଅତିଥିମାନଙ୍କୁ ସ୍ୱାଗତ ଓ ପରିଚୟ ପ୍ରଦାନ ପରେ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ଏହି ଅବସରରେ ପରୀକ୍ଷାରେ ସଫଳ ହୋଇଥିବା ବିଭିନ୍ନ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏଥିସହ ସାମ୍ବାଦିକ ପାଣ୍ଡବ ପ୍ରଧାନ,ଜିତେନ୍ଦ୍ର ମେହେର,ସୁନୀଲ ମିଶ୍ର, ଆକାଶ ମେହେର ଓ ସୁଶାନ୍ତ ସାହୁଙ୍କୁ ମଧ୍ୟ ଗାୟତ୍ରୀ ପରିବାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକତା ମାଧ୍ୟମରେ ସମାଜର ବିଭିନ୍ନ ସମସ୍ୟା ଓ ସକାରାତ୍ମକ କାର୍ଯ୍ୟକଳାପକୁ ଲୋକଲୋଚନକୁ ଆଣିବାରେ ସେମାନଙ୍କ ଭୂମିକାକୁ ଏହି ଅବସରରେ ସ୍ୱୀକୃତି ଦିଆଯାଇଥିଲା।କାର୍ଯ୍ୟକ୍ରମରେ ଶିକ୍ଷକ, ଛାତ୍ରଛାତ୍ରୀ ଓ ଶିଶୁମାନଙ୍କ ଅନୁଭୂତିକୁ ନେଇ ଏକ ଉଦ୍ଦେଶ୍ୟମୂଳକ ଆଲୋଚନା ହୋଇଥିଲା। ଗାୟତ୍ରୀ ପରିବାରର ସଦସ୍ୟ, ଅଭିଭାବକ ଓ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ଓ ଭକ୍ତିମୟ ହୋଇଉଠିଥିଲା।ଶେଷରେ ଶିକ୍ଷକ ପ୍ରେମରାଜ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିବାବେଳେ ଶାନ୍ତିପାଠ ସହ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା।
