--:--:--
-- ---
Srishti News

ପ୍ରମୋଦ ଓ ହରିଙ୍କୁ ମିଳିଲା ହ୍ବିଲଚେୟାର, ସହାୟତାର ହାତ ବଢ଼ାଇଲେ ଅଭିମନ୍ୟୁ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ବଅଁରପାଳ,ଅନୁଗୋଳSeptember 8, 202670 views
ପ୍ରମୋଦ ଓ ହରିଙ୍କୁ ମିଳିଲା ହ୍ବିଲଚେୟାର, ସହାୟତାର ହାତ ବଢ଼ାଇଲେ ଅଭିମନ୍ୟୁ
ବଅଁରପାଳ: ବଅଁରପାଳ ବ୍ଲକ ଫୁଲପଡ଼ା ପଞ୍ଚାୟତ ଅନ୍ତର୍ଗତ ଗିରିଧିବାସିଆ ଗ୍ରାମର ପ୍ରମୋଦ ଭୋଇ ଓ ହରି ଭୋଇ ଦୀର୍ଘଦିନ ଧରି ଶାରୀରିକ ଅକ୍ଷମତା କାରଣରୁ ଚାଲିବା ଓ ଯାତାୟାତ କରିବାରେ ବହୁ ଅସୁବିଧା ଭୋଗୁଥିଲେ। ଏହି ଖବର ପାଇବା ପରେ ବଅଁରପାଳ ଅଞ୍ଚଳର ଯୁବ ସମାଜସେବୀ ଅଭିମନ୍ୟୁ ସାହୁ ସହାୟତାର ହାତ ବଢ଼ାଇଛନ୍ତି। ଅଭିମନ୍ୟୁ ସାହୁ ନିଜସ୍ୱ ଖର୍ଚ୍ଚରେ ପ୍ରମୋଦ ଭୋଇ ଓ ହରି ଭୋଇଙ୍କୁ ଦୁଇଟି ହ୍ବିଲଚେୟାର ପ୍ରଦାନ କରିଛନ୍ତି। ହ୍ବିଲଚେୟାର ମିଳିବା ଫଳରେ ଏଣିକି ସେମାନେ ଘର ବାହାରକୁ ଯିବା ଓ ନିଜର ଦୈନନ୍ଦିନ କାର୍ଯ୍ୟ କରିବାରେ ସହାୟତା ପାଇପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି। ଦୁଃଖୀ, ଗରିବ ଓ ଅସହାୟଙ୍କୁ ସହାୟତା କରି ଚର୍ଚ୍ଚାରେ ଥିବା ସମାଜସେବୀ ଅଭିମନ୍ୟୁ ସାହୁଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ହ୍ବିଲଚେୟାର ପ୍ରଦାନ ସମୟରେ ଫୁଲପଡ଼ା ଅଞ୍ଚଳର ଯୁବଗୋଷ୍ଠୀ ଓ ଗିରିଧିବାସିଆ ଗ୍ରାମବାସୀ ଉପସ୍ଥିତ ଥିଲେ। ସମାଜର ଅସହାୟ ଓ ଅବହେଳିତ ଲୋକଙ୍କ ପାଖରେ ଠିଆ ହୋଇ ସେବା କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସମାଜସେବୀ ଅଭିମନ୍ୟୁ ସାହୁ କହିଛନ୍ତି।