ବାଲ୍ୟବିବାହ ଓ ଶିଶୁ ଶ୍ରମ ବିରୋଧରେ ସଚେତନତା, ଏକାଠି ହେଲେ ଗ୍ରାମବାସୀ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ବଅଁରପାଳ,ଅନୁଗୋଳSeptember 8, 2026108 views

ବଅଁରପାଳ: ବଅଁରପାଳ ବ୍ଲକର ବିଭିନ୍ନ ଗ୍ରାମରେ ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଛି। ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ‘ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜିତ ଏହି ବୈଠକରେ ବାଲ୍ୟବିବାହ, ଶିଶୁ ଚାଲାଣ, ଶିଶୁ ଶ୍ରମ ଓ ଶିଶୁ ନିର୍ଯାତନା ଭଳି ସମସ୍ୟା ଉପରେ ସଚେତନତା ସୃଷ୍ଟି କରାଯାଇଥିଲା।
ବୈଠକରେ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ୱାର୍ଡମେମ୍ବର ଓ କିଶୋରୀମାନେ ଯୋଗଦେଇଥିଲେ। ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ପ୍ରକଳ୍ପ ସହଯୋଗୀ ଲକ୍ଷ୍ମୀ ବେହେରା ବୈଠକ ପରିଚାଳନା କରିଥିଲେ।
