ନୁଆଗାଁ ଯୋନାଲ ସ୍ତରୀୟ ଖେଳ ଓ କ୍ରୀଡ଼ା ଚୟନ ସଫଳତା ର ସହ ଅନୁଷ୍ଠିତ
Sundargarh (ସୁନ୍ଦରଗଡ଼)ନୁଆଗାଁ ବ୍ଲକ ରୁ ଜିଲ୍ଲା ପ୍ରତିନିଧି ଗଣପତି ଦାଶ ଙ୍କ ରିପୋର୍ଟAugust 31, 202628 views

ହାତୀବାରୀ- ଆଜି ନୂଆଗାଁ ବ୍ଳକ ର ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ବରେ ଇ ଗଡ଼ା ଜନତା ହାଇସ୍କୁଲ ଠାରେ ପ୍ରଥମ ଜୋନାଲ ଲେବୁଲ କ୍ରୀଡା ଆୟୋଜିତ ହୋଇ ଯାଇଛି. ତିନୋଟି କ୍ଳଷ୍ଟର ର ପ୍ରାୟ 100 ରୁ ଅଧିକ ଛାତ୍ରଛାତ୍ରୀ ଏହି ଜୋନାଲ ଲେବୁଲ ରେ ଭାଗ ନେଇଥିଲେ l ଏହି ଜୋନାଲ ଲେବୁଲ ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସାଲଗେମନି ଟୁଡୁ, ଜନତା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଜୟ ନାରାୟଣ ସିଂହ, ପରିଚାଳନା କମିଟିର ସଭାପତି ଉପସ୍ଥିତ ଥିବା ବେଳେ ବ୍ଲକ ସ୍ତରୀୟ କ୍ରୀଡା କମିଟି ର ବଡ଼ଯୋଜଦା ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ କ୍ରିଷ୍ଣା ଚନ୍ଦ୍ର ସାହୁ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ urmei ର ପ୍ରଧାନ ଶିକ୍ଷକ ଜଗଦୀପ୍ କିଷାନ ଓ ବ୍ଲକ ର ସମସ୍ତ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥାଇ ଜୋନାଲ ଲେବୁଲ କ୍ରୀଡା ପ୍ରତିଯୋଗିତା କୁ ସାଫଲ୍ୟ ମଣ୍ଡିତ କରିଥିଲେ l ସଭା ଶେଷରେ ବରେଇଗଡ଼ା ର ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
